ନୂଆଦିଲ୍ଲୀ: ଦେଶର ଆଠଟି ସହର, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡି, ନାଗପୁର ଏବଂ ବାରାଣାସୀରେ ପ୍ରମୁଖ ଟେଲିକମ୍ କମ୍ପାନୀ ଭାରତ ଏୟାରଟେଲର 5G ସେବା ଆରମ୍ଭ ହୋଇଛି। କମ୍ପାନୀ ଆଜି ଏହି ସୂଚନା ଦେଇଛି। ବିବୃତ୍ତିରେ କୁହାଯାଇଛି ଯେ 5G ସେବା ପାଇଥିବା ଗ୍ରାହକଙ୍କୁ ସେମାନଙ୍କ 4G ଯୋଜନା ଅନୁଯାୟୀ ଦେୟ ଦେବାକୁ ପଡିବ। ଭାରତ ଏୟାରଟେଲର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଗୋପାଳ ଭିଟଲ 5G ଉନ୍ମୋଚନ ଅବସରରେ କହିଛନ୍ତି ଯେ, ଭାରତୀ ଏୟାରଟେଲ ଗତ 27 ବର୍ଷ ଧରି ଦେଶର ଟେଲିକମ୍ ବିପ୍ଳବର ଅଗ୍ରଭାଗରେ ରହିଆସିଛି। ଆମର ଗ୍ରାହକଙ୍କୁ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବାକୁ ଆମେ ସର୍ବଦା ଏକ ମହାନ ନେଟୱାର୍କ ନିର୍ମାଣ କରିଛୁ ଏବଂ ଏହା ଜାରି ରଖିବୁ। ଆଜି ଏହା ଆମର ଯାତ୍ରା ର ଆଉ ଏକ ପଦକ୍ଷେପ। ସେ କହିଛନ୍ତି ଯେ, ଏୟାରଟେଲ 5 ଜି ପ୍ଲସ୍…
Author: Samikhsya Bureau
ଗୋଆ: ଆଇଏଫଏଫଆଇ, ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୩ ତମ ସଂସ୍କରଣ ପାଇଁ ଆନୁଷ୍ଠାନିକ ଭାବରେ ମିଡିଆ ପ୍ରତିନିଧିମାନଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ଗୋଆରେ ୨୦-୨୮ ନଭେମ୍ବର ୨୦୨୨ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଭାରତ ଏବଂ ବିଶ୍ବର ସର୍ବଶ୍ରେଷ୍ଠ ସମକାଳୀନ ଏବଂ କ୍ଲାସିକ ଫିଲ୍ମ ପ୍ରଦର୍ଶିତ ହେବ। ବିଶ୍ବ ପ୍ରସିଦ୍ଧ ଫିଲ୍ମ ନିର୍ମାତା, ଅଭିନେତା, ଟେକ୍ନିସିଆନ୍, ଆଲୋଚକ, ଶିକ୍ଷାବିତ୍ ମାନଙ୍କ ସହିତ ଉତ୍ସାହୀ ସିନେପ୍ରେମୀ ଆଇଏଫଏଫଆଇ ୫୩ ରେ ଯୋଗଦେବେ। ଗୋଆରେ ଏହି ବହୁ ପ୍ରତୀକ୍ଷିତ ତଥା ଭବ୍ୟ ଚଳଚ୍ଚିତ୍ର ସମାରୋହ ଅନୁଷ୍ଠିତ ହେବ। ତେଣୁ ଆସନ୍ତୁ ସିନେମାର ଆନନ୍ଦ ନେବା; ଏହି ଫିଲ୍ମଗୁଡ଼ିକର କାହାଣୀର ସୌନ୍ଦର୍ଯ୍ୟ ଏବଂ ଫିଲ୍ମ ନିର୍ମାତାମାନଙ୍କ ଜୀବନ, ଆକାଂକ୍ଷା, ସଂଘର୍ଷ ଏବଂ ସ୍ବପ୍ନର ବିବିଧତାର ଉତ୍ସବ ପାଳନ କରିବା। ପରଦା ଉପରେ ଓ ଏହା ବାହାରେ ହେଉଥିବା ଫିଲ୍ମର ଉତ୍ସବରେ ଭାଗ ନେବା। ଏହି ମହୋତ୍ସବ ଆମ ସମ୍ମୁଖରେ କେବଳ ସ୍ୱତନ୍ତ୍ର…
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବିଧାୟକ ହର୍ଷଦ ରିବାଡିଆ ଆଜି ଗାନ୍ଧିନଗରରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପାଟିଦାର ସମ୍ପ୍ରଦାୟର ଜଣେ ନେତା ରିବାଡିଆ ଦୁଇ ଦିନ ପୂର୍ବରୁ ଗୁଜୁରାଟ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏଠାରେ ବିଜେପିର ରାଜ୍ୟ ମୁଖ୍ୟାଳୟ ‘କମଲମ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପ୍ରଦୀପ ସିଂ ଭାଘେଲା ହର୍ଷଦ ରିବାଡିଆଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ କଂଗ୍ରେସ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ପୂର୍ବତନ କଂଗ୍ରେସ ବିଧାୟକ ହର୍ଷଦ ରିବାଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ସେ କେନ୍ଦ୍ର ସରକାରଙ୍କ “କୃଷକ ହିତ” ନୀତି ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପଦକ୍ଷେପ…
ନାଗପୁର: ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ଵୟଂସେବକ ସଂଘର ମୁଖ୍ୟାଳୟକୁ ଘେରିବା ପାଇଁ ଚେଷ୍ଟା କରାଯାଇଛି। ଏହି ଘେରାଓ ଭାରତ ମୁକ୍ତି ମୋର୍ଚ୍ଚା ନାମକ ଏକ ସଂସ୍ଥା ଦ୍ୱାରା କରାଯାଇଛି। ଏହି ମାମଲାରେ ପୋଲିସ ମୁଖ୍ୟାଳୟ ବାହାରେ କିଛି ଲୋକଙ୍କୁ ଅଟକ ରଖିଛି। ଆରଏସଏସ କାର୍ଯ୍ୟାଳୟ ବାହାରେ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। ଭାମନ ମେଶ୍ରମଙ୍କ ନେତୃତ୍ୱାଧୀନ ଭାରତ ମୁକ୍ତି ମୋର୍ଚ୍ଚା ଆଜି ନାଗପୁରର ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ମୁଖ୍ୟାଳୟକୁ ଅବରୋଧ କରିବାକୁ ଉଦ୍ୟମ କରି କହିଛନ୍ତି ଯେ, ସଂଘର ଆଦର୍ଶ ଭାରତୀୟ ସମ୍ବିଧାନ ଅନୁଯାୟୀ ନୁହେଁ। ସେପଟେ ପୋଲିସ ଭମାନ ମେଶ୍ରମଙ୍କୁ ହେପାଜତକୁ ନେଇଛି। ଏହାପୂର୍ବରୁ ଅକ୍ଟୋବର ୬ ତାରିଖରେ ଶୋଭାଯାତ୍ର କରିବାକୁ ପୋଲିସ ଅନୁମତି ନଦେବାରୁ ବିଏମଏମ ନାଗପୁର ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ତେବେ କୋର୍ଟ କୌଣସି ଆଶ୍ଵସ୍ତି ପ୍ରଦାନ କରିନଥିଲେ। ଏହା ସତ୍ତ୍ୱେ ବିଏମଏମ କାର୍ଯ୍ୟକର୍ତ୍ତାମାନେ କଡବି ଛକ ନିକଟରେ ଏକାଠି ହୋଇଥିଲେ, ଯେଉଁଥିପାଇଁ ପୋଲିସ…
ଭୁବନେଶ୍ଵର: ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ। ତେବେ ଏହି ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୧୪ ତାରିଖ ନାମାଙ୍କନ ପାଇଁ ଶେଷ ତାରିଖ ଥିବା ବେଳେ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ସେହିଭଳି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ୧୭ ତାରିଖ ରହିଛି। ତେବେ ସମୟ ପାଖେଇ ଆସୁଥିବା ବେଳେ କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ତାଙ୍କ ପୁଅ ସୁରଜ୍ ସୂର୍ଯ୍ୟବଂଶୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି। ସେପଟେ ବିଜେପି ହାତରୁ ସିଟ ଛଡ଼ାଇବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ଚେଷ୍ଟା କରିବ। ତେବେ ବିଜେଡ଼ି…
ନୂଆଦିଲ୍ଲୀ: ବିବାଦରେ ଥିବା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଇଡି ସମନ କରିଛି। ଆଜି ସମନ ଜାରି କରି ଆସନ୍ତା ଅକ୍ଟୋବର ୭ ତାରିଖରେ ନୂଆଦିଲ୍ଲୀର ଇଡି ମୁଖ୍ୟାଳୟରେ ହାଜର ହେବାକୁ କେନ୍ଦ୍ରୀୟ ଏଜେନ୍ସି କହିଛି। କିନ୍ତୁ ଶିବକୁମାର ଆସନ୍ତାକାଲି ଇଡି କାର୍ଯ୍ୟାଳୟକୁ ଆସିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଅଧିକାରୀମାନେ ବୁଧବାର ଦିନ କଂଗ୍ରେସର କର୍ଣ୍ଣାଟକ ପ୍ରଦେଶ ସଭାପତି ଡି ଶିବକୁମାରଙ୍କ ପୈତୃକ ବାସସ୍ଥାନ ଏବଂ ତାଙ୍କ ସହ ଜଡିତ ଦଲିଲଗୁଡ଼ିକୁ ଯାଞ୍ଚ କରିଥିଲେ। ଏହି ସୂଚନା ଶିବକୁମାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିଲା। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ସିବିଆଇ ଶିବକୁମାରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। କଂଗ୍ରେସ ନେତାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ସିବିଆଇ ଅଧିକାରୀମାନେ ବୁଧବାର ଦିନ ଡି.କେ. ଶିବାକୁମାରଙ୍କ କନକପୁରା, ଡୋଡଲହଲ୍ଲୀ, ସେଣ୍ଟେ କୋଡିହାଲ୍ଲୀ ଠାରେ ଥିବା ଶିବକୁମାରଙ୍କ ସମ୍ପତ୍ତି ଏବଂ ସେମାନଙ୍କ ସମ୍ବନ୍ଧୀୟ…
ମୁମ୍ବାଇ: ମୁମ୍ବାଇରୁ ଗାନ୍ଧିନଗର ପର୍ଯ୍ୟନ୍ତ ଚାଲୁଥିବା ଭାରତର ଦ୍ରୁତତମ ଟ୍ରେନ୍ ବନ୍ଦେ ଭାରତ ଆଜି ଏକ ଦୁର୍ଘଟଣାର ଶିକାର ହୋଇଛି। ସକାଳ ୧୧.୧୫ ରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଟ୍ରେନ ଆଗରେ ଏକ ଗୋରୁ ପଲ ଆସି ଯାଇଥିଲେ। ଏହି ଦୁର୍ଘଟଣାରେ ଇଞ୍ଜିନର ଆଗ ଭାଗ ନଷ୍ଟ ହୋଇଯାଇଛି। ପଶ୍ଚିମ ରେଳବାଇର ବରିଷ୍ଠ ପିଆରଓ ଜେ.କେ ଜୟନ୍ତୀ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏହି ଟ୍ରେନର ଉଦଘାଟନ କରିଥିଲେ। ରେଲୱେ ପିଆରଓ ପ୍ରଦୀପ ଶର୍ମା କହିଛନ୍ତି ଯେ, ଏହି ଘଟଣା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ। ଟ୍ରେନର ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଚାଲୁଛି। ଭାରତର ସବୁଠାରୁ ଆଧୁନିକ ବୈଶିଷ୍ଟ୍ୟ ସହିତ ସଜ୍ଜିତ ଏହି ବନ୍ଦେ ଭାରତ ଟ୍ରେନ୍ ସେପ୍ଟେମ୍ବର ୩୦ ତାରିଖରେ ଆରମ୍ଭ କରାଯାଇଥିଲା। ଏହି ଟ୍ରେନର ଗତି ୧୮୦ କିଲୋମିଟର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ଚିକିତ୍ସା ସେବା ପାଇଥିବା ଜଣାପଡିଛି। ସୂଚନା ମୁତାବକ ବାଲୁଗାଁର ପ୍ରମୋଦ ବିଶ୍ଵାଳ (୪୦) ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ପରେ ତାଙ୍କ ପେଟରେ ଏକ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ। ଟ୍ୟୁମରଟି ବଡ ଆକାରର ହୋଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ପରବର୍ତ୍ତୀ ଚିକିତ୍ସା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରୋଗୀଙ୍କ ଆର୍ଥିକ ଅବସ୍ଥା ଭଲନଥିବାରୁ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା…
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଜନଗହଳି ଉପରେ ଗୁଳି ଚଳାଇଥିବାର ଖବର ଆସିଛି। ଏହି ଗୁଳି ବିନିମୟରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଥାଇଲ୍ୟାଣ୍ଡର ଜଣେ ପୋଲିସ ମୁଖପାତ୍ର ଆଜି କହିଛନ୍ତି ଯେ, ଥାଇଲ୍ୟାଣ୍ଡର ଉତ୍ତର-ପୂର୍ବ ପ୍ରଦେଶରେ ଗୁଳି ବିନିମୟରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବନ୍ଧୁକଧାରୀ ନୋଙ୍ଗ ବୁଆ-ଲମ୍ପୁରେ ଏକ ଶିଶୁ ଯତ୍ନ କେନ୍ଦ୍ର ଭିତରେ ଗୁଳି ଚଳାଇଥିଲେ। କୁହାଯାଉଛି ଯେ, ସୁଟର ଘଟଣାସ୍ଥଳରୁ ଫେରାର ହୋଇଛି।
ନୂଆଦିଲ୍ଲୀ: କେନ୍ଦ୍ର ସରକାର 2014 ମସିହାରେ ଜନ-ଧନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ବର୍ଗକୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବାକୁ ଚାହୁଁଛନ୍ତି। ସାରା ଦେଶରେ ଜନ ଧନ ଯୋଜନାର ଆକାଉଣ୍ଟଧାରୀ ଅଛନ୍ତି। ଆପଣ ଏହି ଆକାଉଣ୍ଟକୁ ଯେକୌଣସି ବ୍ୟାଙ୍କ ଏବଂ ଡାକ କାର୍ଯ୍ୟାଳୟରେ ଖୋଲିପାରିବେ। ଏହା ଏକ ଶୂନ୍ୟ ବାଲାନ୍ସ ଆକାଉଣ୍ଟ ଯେଉଁଥିରେ ଆକାଉଣ୍ଟଧାରୀମାନେ ଅନେକ ସୁବିଧା ପାଆନ୍ତି। ଯଦି ଆପଣ ଗ୍ରାମାଞ୍ଚଳରେ ରୁହନ୍ତି, ଯେଉଁଠାରେ ଆପଣ ଇଣ୍ଟରନେଟ୍ ବିନା ଆପଣଙ୍କର ଜନ ଧନ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ କେବଳ ମିସ୍ କଲ ଦ୍ୱାରା ଯାଞ୍ଚ କରିପାରିବେ। ଏହା ବ୍ୟତୀତ, ଆପଣ PFMS ପୋର୍ଟାଲରୁ ଆପଣଙ୍କର ଆକାଉଣ୍ଟ୍ ବାଲାନ୍ସ ମଧ୍ୟ ଯାଞ୍ଚ କରିପାରିବେ। ମିସ୍ କଲ୍ ଦ୍ୱାରା ଜନ ଧନ୍ ଆକାଉଣ୍ଟ୍ ବାଲାନ୍ସ କିପରି ଯାଞ୍ଚ କରିବେ ସେ ବିଷୟରେ ଆସନ୍ତୁ ଜାଣିବା… କେବଳ ମିସ୍ କଲ୍…
ଭୁବନେଶ୍ବର: ଆଜି ବିଜେଡି ତରଫରୁ ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ କରାଯାଇଛି। ସେଥିରେ ଦଳ ସାଂଗଠାନିକ ଜିଲ୍ଲାଗୁଡିକରେ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ଜାରୀ କରାଯାଇଛି। ସେହି ଅନୁସାରେ ଯେଉଁ ଜିଲ୍ଲା ପାଇଁ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ସେମାନେ ହେଲେ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ତାହାକୁ ରଦ୍ଦ କରାଯାଇ ଏହି ନୂଆ ତାଲିକା ଲାଗୁ କରାଗଲା।
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରୁ ଜଣେ ବ୍ୟକ୍ତିଙ୍କଠାରୁ ୧୬ କିଲୋଗ୍ରାମ ହିରୋଇନ ଜବତ କରାଯାଇଛି। ଜବତ ହୋଇଥିବା ହିରୋଇନ ମୂଲ୍ୟ ପାଖାପାଖି ୮୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଦୋହାରୁ ମୁମ୍ବାଇ ଆଣିଥିବା ହିରୋଇନ ଦିଲ୍ଲୀ ନିଆଯାଉଥିଲା। ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚାଲିଛି। ଡିଆରଆଇ ଯେ, ଗୁପ୍ତଚର ଆଧାରରେ ବୁଧବାର ଜଣେ ଯାତ୍ରୀଙ୍କୁ ଅଟକାଇ ତାଙ୍କ ଲଗେଜ୍ ତଦନ୍ତ କରାଯାଇଥିଲା, ପରେ ତାଙ୍କ ନିକଟରୁ ନିଷିଦ୍ଧ ପଦାର୍ଥ ଜବତ କରାଯାଇଥିଲା। ଡିଆରଆଇ ଅଧିକାରୀ କହିଛନ୍ତି ଯେ, ହିରୋଇନ ଏକ ଟ୍ରଲି ବ୍ୟାଗ ଭିତରେ ରଖାଯାଇଥିଲା। କେରଳର ଏହି ଅଭିଯୁକ୍ତଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ପଦାର୍ଥ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଘଟଣାର ଯାଞ୍ଚ ଚାଲିଛି।
ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଦୁଇଟି ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ମଧ୍ୟ ତିନି ଦିନ ପୂର୍ବରୁ ଜଣେ ପୋଲିସ କର୍ମଚାରୀଙ୍କ ହତ୍ୟାରେ ସାମିଲ ଥିବା ପୋଲିସ କହିଛି। ସେ କହିଛନ୍ତି ଯେ ଶୋପିଆର ଦ୍ରାଚ୍ କିଗାମ ଅଞ୍ଚଳରେ ତିନି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦକ୍ଷିଣ କାଶ୍ମୀର ଜିଲ୍ଲାର ମୁଲୁ ଅଞ୍ଚଳରେ ଜଣେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଛି। ପ୍ରଥମ ମୁକାବିଲା ବିଷୟରେ ପୋଲିସର ମୁଖପାତ୍ର କହିଛନ୍ତି ଯେ, ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେଠାରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ, ଏହି…
ଭୁବନେଶ୍ବର: ବିଭିନ୍ନ ସମୟରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାରେ ରହିଥାନ୍ତି। ସେ ଭଲର ହେଉ କିମ୍ବା ଭେଲରେ। ହେଲେ ଏଥର ସେ ଏକ ନୂଆ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲେ ପୂଜା ଅବସରରେ ଏହି ବିଧାୟକ ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା। ଜଣେ ବିଧାୟକ ଭାବେ ପୂଜା ମଣ୍ଡପ ବୁଲିବା ଭୁଲ ନୁହେଁ। ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ବୁଲୁଥିବାରୁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେଉଁ ଆଲୋଚନା ବର୍ତ୍ତମାନ ଚାଲିଛି ତାହା ହେଲା ପ୍ରଶାନ୍ତ ଜଗଦ୍ଦେବ ଚିଲିକା ଛାଡି ବର୍ତ୍ତମାନ ଖୋର୍ଦ୍ଧା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମା’ଙ୍କ ନିକଟରେ ଶରଣ ପଶି କୁଆଡେ ଗୁହାରି କରି ଲୋକସଂପର୍କ ବଢାଇବାରେ ଲାଗିଛନ୍ତି। ଫଳରେ ସେ ଖୋର୍ଦ୍ଧା ଏବଂ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏପରିକି ସେ ଉଭୟ ନିର୍ବାଚନ…
ଜଲପାଇଗୁଡି: ବିଜୟାଦଶମୀ ଅବସରରେ ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଅତି କମରେ ଆଠ ଜଣ ବୁଡ଼ିଯାଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଘଟଣା ସମୟରେ ଶହ ଶହ ଲୋକ ବିସର୍ଜନ ପାଇଁ ମାଲ ନଦୀ କୂଳରେ ଏକାଠି ହୋଇଥିଲେ। ନଦୀରେ ଜଳ ସ୍ତର ହଠାତ୍ ବୃଦ୍ଧି ହେତୁ ଲୋକମାନେ ପାଣିରେ ଭାସିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଆଠଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି।” ସାମାନ୍ୟ ଆହତ ୧୩ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏନଡିଆରଏଫ୍ (ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ), SDRF (ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ), ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୫୨୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୪ ହଜାର ୪୬୩ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୨ ହଜାର ୨୮୨ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆହୁରି ୧୨ ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୪୫ କୁ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: କେରଳର ପଲକ୍କଡ ଜିଲ୍ଲାରେ ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପଲକ୍କଡ ଜିଲ୍ଲାର ୱଡକନ୍ଚେରୀରେ ଘଟିଛି। ରାଜ୍ୟ ମନ୍ତ୍ରୀ ଏମ.ବି ବ୍ରଜେଶ କହିଛନ୍ତି ଯେ, ପଲକ୍କଡ ଜିଲ୍ଲାର ୱଡକନ୍ଚେରୀ ଠାରେ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍ ଏକ ଟୁରିଷ୍ଟ ବସ୍ ସହିତ ଭୟଙ୍କର ଦୁର୍ଘଟଣା ହୋଇଛି। ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ବୁଧବାର ରାତିରେ ୱଡକନ୍ଚେରୀ ନିକଟ ମଙ୍ଗଲମ୍ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍ ପଛରୁ ଏକ କେଏସଆରଟିସି ବସ୍ ଧକ୍କା ମାରିଥିଲା। ଧକ୍କା ହେବା ପରେ ବସଟି ଜଳାଶୟରେ ଖସିପଡିଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ପ୍ରାୟ ୪୦ ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି…
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ମ୍ୟାଚ୍ ଖେଳିବ। ଏହି ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ନେତୃତ୍ଵ ଶିଖର ଧାୱନଙ୍କ ହାତରେ। ଭାରତର ପୁରା ସ୍କ୍ବାଡ଼ ଏଠାରେ ପରିବର୍ତ୍ତନ ହୋଇଥିବା ଦେଖାଯିବ। ନିକଟରେ ଶେଷ ହୋଇଥିବା ଟି-୨୦ ସିରିଜର କେବଳ ୨-୩ ଖେଳାଳି ଏହି ଦଳର ଅଂଶ ଅଟନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିଥିବା ସମାନ ଦଳ ସହିତ ଦିନିକିଆ ସିରିଜରେ ପ୍ରବେଶ କରିବ। ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସିରିଜରେ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନ ଧରି ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ରାହୁଲ ତ୍ରିପାଠୀ ଏଥର ଆନ୍ତର୍ଜାତୀୟ ଡେବ୍ୟୁ ପାଇଁ ଏକ ସୁଯୋଗ ପାଇପାରନ୍ତି।…
ନୂଆଦିଲ୍ଲୀ: ଆମେରିକାରେ ଗୁଳି ବିନିମୟ ବନ୍ଦ ହେବାର ନାମ ନେଉନାହିଁ। ବର୍ତ୍ତମାନ ଆମେରିକାର ମେକ୍ସିକୋ ସିଟି ହଲରୁ ବଡ ଖବର ଆସୁଛି। ଏଠାରେ ସିଟି ହଲରେ ଏକ ବଡ଼ ଧରଣର ଗୁଳି ବିନିମୟ ହୋଇଛି, ଯେଉଁଥିରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ ମେୟର ମଧ୍ୟ ଅଛନ୍ତି। ଖବର ଅନୁଯାୟୀ, ମେକ୍ସିକୋ ସିଟି ହଲରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ହଲରେ ପ୍ରବେଶ କରିଥିଲେ ଏବଂ କିଛି ସେକେଣ୍ଡ ଅପେକ୍ଷା କରି ଆଖିବୁଜା ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ମେୟରଙ୍କ ବ୍ୟତୀତ ତାଙ୍କ ପିତା, ପୂର୍ବତନ ମେୟର ଏବଂ ମ୍ୟୁନିସିପାଲିଟି ପୋଲିସର ଅଧିକାରୀମାନେ ମଧ୍ୟ ନିହତ ହୋଇଛନ୍ତି। ଏଥି ସହିତ, ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୫ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୦ ଦେବଗଡ ଜିଲ୍ଲାରୁ- ୪ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୩ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୩ ସମ୍ବଲପୁର ଜିଲ୍ଲାରୁ- ୪ ସୁନ୍ଦରଗଡ ଜିଲ୍ଲାରୁ- ୫ ଷ୍ଟେଟ…
ସ୍ୱାସ୍ଥ୍ୟ ଟିପ୍ସ: ପରିସ୍ରା କରିବା ହେଉଛି ଦୈନନ୍ଦିନ ଜୀବନର ଏକ ନିତିଦିନିଆ ପ୍ରକ୍ରିୟା। ଡାକ୍ତର ନିଜେ କହିଛନ୍ତି ଯେ, ପରିସ୍ରା ଠିକ୍ ସମୟରେ କରାଯିବା ଉଚିତ୍। ଏହାକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି କାରଣରୁ, ପରିସ୍ରାର ଥଳି ଆଭ୍ୟନ୍ତରୀଣ ସ୍ତରରେ ଫାଟି ଯାଇପାରେ। ବେଳେବେଳେ ଏହି ସମସ୍ୟା ଜୀବନରେ ମଧ୍ୟ ସମସ୍ୟା ସୃଷ୍ଟି କରେ। କିନ୍ତୁ ତା’ପରେ ପରିସ୍ରା ଅସ୍ୱାଭାବିକ ହୋଇଯାଏ, ଯେତେବେଳେ ଏହା ବାରମ୍ବାର ଆସିବା ଆରମ୍ଭ କରେ। ଯଦି ଦିନକୁ ଅନେକ ଥର ପରିସ୍ରା ଆସୁଛି, ତେବେ ସତର୍କ ହେବାର ଆବଶ୍ୟକତା ଅଛି। ବାରମ୍ବାର ପରିସ୍ରା କରିବା ଅନେକ ରୋଗର ସୂଚକ ବୋଲି ଡାକ୍ତରମାନେ କହିଛନ୍ତି। ଏଗୁଡିକ ସମୟ ସମୟରେ ବୁଝିବା ଆବଶ୍ୟକ। ଏହା ସେହି ରୋଗର ଲକ୍ଷଣ, ଯାହା ଶରୀରରେ ଧୀରେ ଧୀରେ ବଢୁଛି। ଆସନ୍ତୁ ଜାଣିବା ଅତ୍ୟଧିକ ପରିସ୍ରା ଆସିବା ହେତୁ କେଉଁ ରୋଗ ହେବାର ସମ୍ଭାବନା ଥାଏ। ମଧୁମେହ ମଧ୍ୟ ଏହାର…

