ବାଣପୁର: କାଳଜୟୀ ଲେଖକ, ସମାଲୋଚକ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର ବ୍ଲକର କୁମାରାଙ୍ଗ ଶାସନ ଗାଁରେ ରହିଥିବା ଶତାୟୁ ପାଠାଗାରର ୧୧୧ ତମ ଜନ୍ମ ଜୟନ୍ତୀ ଓ କୁମାରଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏହି ପାଠାଗାରଟି ଗୋଦାବରୀଶ ମହାପାତ୍ର ଓ ଜଗନ୍ନାଥ ମହାପାତ୍ର ଗ୍ରାମର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ରେ ସହାୟକ ହେଵା ଲକ୍ଷ୍ୟରେ ୧୯୧୨ ମସିହା କୁମାର ପୂର୍ଣ୍ଣିମା ତିଥିରେ ସ୍ଥାପନ କରିଥିଲେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଗଣ୍ୟମାନ୍ୟ ଅତିଥିବୃନ୍ଦ କୁମାର ପାଠାଗାର ପରିଦର୍ଶନ କରିଥିଲେ। କୁମାର ପାଠାଗାରର ସଭାପତି ହୃଷିକେଶ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ପ୍ରିନସିପାଲ ଚିଫ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଅବନିନ୍ଦ୍ର ଉଦଗାତା, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅଂଚଳର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ର ନାଥ ଦାଶ…
Author: Samikhsya Bureau
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କୁ ‘ମଶାଲ’ ଚିହ୍ନ ଦେଇଛନ୍ତି। ଉଦ୍ଧବ ଠାକରେ ଗୋଷ୍ଠୀର ଦଳର ନାମ ହେବ ‘ଶିବସେନା- ଉଦ୍ଧବ ବାଲାସାହେବ ଠାକରେ’। ନିର୍ବାଚନ ଆୟୋଗ (ଇସିଆଇ) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମଶାଲ ଚିହ୍ନକୁ ଉଦ୍ଧବ ଠାକରେ ଦଳକୁ ଅନ୍ତରୀଣ ଆଦେଶରେ ବଣ୍ଟନ କରିଛନ୍ତି। ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଗୋଷ୍ଠୀର ନେତା ଭାସ୍କର ଯାଦବ କହିଛନ୍ତି ଯେ, ଏହାକୁ ଏକ ବଡ଼ ବିଜୟ। ଏଥି ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳର ନାମ ବାଲାସାହେବ ଆଞ୍ଚି ଶିବସେନା ହେବ। ଚିହ୍ନ ସମ୍ବନ୍ଧରେ ଏକନାଥ ସିନ୍ଦେ ଗୋଷ୍ଠୀ ଦ୍ୱାରା ପଠାଯାଇଥିବା ତିନୋଟି ପରାମର୍ଶକୁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଗ୍ରହଣ କରି ନାହିଁ। ଏହାପୂର୍ବରୁ ଆଜି ଉଦ୍ଧବ ଠାକରେ ଦଳ ଏବଂ ଏକନାଥ ସିନ୍ଦେ ଦଳ ନିର୍ବାଚନ ଆୟୋଗଙ୍କୁ ତିନୋଟି ବିକଳ୍ପ ଚିହ୍ନ ଏବଂ ନାମ ଦେଇଥିଲେ। ଏହା ପରେ ନିର୍ବାଚନ ଆୟୋଗ ଏହି…
ଭୁବନେଶ୍ୱର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମା ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ସାଂସଦ ଶ୍ରୀ ପିନାକୀ ମିଶ୍ର ପ୍ରମୁଖ…
ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୮୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ସମସ୍ତ ୮୩ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୨ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣଙ୍କୁ ଟ୍ରାଇ ସାଇକେଲ ଏବଂ ଦୁଇ ଜଣଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍. କେ. ମୁର୍ମୁ, ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ଇପସିତ ସାହୁ, ସାଧାରଣ ଅଭିଯୋଗ ଡେପୁଟି କଲେକ୍ଟର ସୁଚେତା ମହାପାତ୍ର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଦୁଇ ଦୁଇ ଗୋଟି ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଆଉ ଏକ ଅପମୃତ୍ୟୁ ମାମଲା ସମସ୍ତଙ୍କୁ ବିଚଳିତ କରିଛି। ବାଲେଡିହ ଗ୍ରାମର ଜଣେ ଯୁବକ ବିଷପିଇ ଆତ୍ମହତ୍ୟା କରିଥବାର ଜଣାପଡିଛି। ପୋଲିସର ସୂଚନା ମୁତାବକ ଆଜି ଅପରାହ୍ନରେ ବାଲେଡ଼ିହ ଗ୍ରାମର ବୈଦ୍ୟନାଥ ପଲାଇଙ୍କ ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ ପଲାଇ (୩୬) କୌଣସି କାରଣବଶତଃ ବିଷ ପିଇଦେଇଥିଲେ। ସଙ୍ଗେସଙ୍ଗେ ପରିବାର ବର୍ଗ ମନୋରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଣପୁର ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ପ୍ରାଥମିକ ତଦନ୍ତରେ ଏହା ପାରିବାରିକ କଳହ ଲାଗି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର…
ନୂଆଦିଲ୍ଲୀ/ଭୁବନେଶ୍ୱର: ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ। ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏ ସମ୍ପର୍କୀତ ବୈଠକରେ ଯୋଗଦେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ୍ ପରମାଣିକ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ୟୁନିସ୍କୋ, ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ, ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତାକାଲି ଠାରୁ…
ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପରେ ଭାରତୀୟ ଦଳ ଥାଇଲ୍ୟାଣ୍ଡ ଉପରେ ଏକ ବଡ ବିଜୟ ପଞ୍ଜିକରଣ କରିଛି। ପ୍ରଥମେ ବୋଲିଂ କରି ଭାରତୀୟ ଦଳ ଥାଇଲାଣ୍ଡ ଦଳକୁ ମାତ୍ର ୩୭ ରନ୍ ରେ ବାନ୍ଧି ରଖିଥିଲା। ଏହା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୬ ଓଭରରେ ଲକ୍ଷ୍ୟ ହାସଲ କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏହି ମ୍ୟାଚ୍ରେ ସ୍ମୃତି ମାନ୍ଧନା ଭାରତୀୟ ଦଳକୁ ନିର୍ଦ୍ଦେଶ ଦେଉଥିଲେ। ସେ ଟସ୍ ଜିତି ଥାଇଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଭାରତୀୟ ବୋଲରମାନେ ସେମାନଙ୍କ ଅଧିନାୟକଙ୍କ ନିଷ୍ପତ୍ତି ଠିକ୍ ପ୍ରମାଣ କରିଥିଲେ ଏବଂ ସେମାନେ ଆରମ୍ଭରୁ ଥାଇଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାନଙ୍କୁ ପାଭିଲିୟନକୁ ପଠାଉଥିଲେ। ଥାଇଲ୍ୟାଣ୍ଡର ୯ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ୧୫.୧ ଓଭରରେ ୩୭ ରନ୍ କରି ପୂରା ଦଳ ଆଉଟ୍ ହୋଇଥିଲେ। ସ୍ନେହ ରାଣା…
ମୁମ୍ବାଇ: ଶିବସେନାର ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଆନୁଷ୍ଠାନିକ ଭାବରେ ତିନୋଟି ବିକଳ୍ପ ଚିହ୍ନ ଏବଂ ସେମାନଙ୍କ ପସନ୍ଦର ନାମ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି। ଆୟୋଗ ଶନିବାର ରାତିରେ ଦଳର ‘ଧନୁ-ତୀର’ ଚିହ୍ନ ଉପରେ ପ୍ରତିବନ୍ଧକ ଲଗାଇ ଉଭୟ ଗୋଷ୍ଠୀକୁ ବିକଳ୍ପ ଚିହ୍ନ ଏବଂ ପାର୍ଟି ନାମ ଦେବାକୁ କହିଥିଲେ। ଆୟୋଗର ସୂତ୍ର ନିଶ୍ଚିତ କରିଛି ଯେ, ବିକଳ୍ପ ଚିହ୍ନ ଏବଂ ନାମ ଉଭୟ ଗୋଷ୍ଠୀ ଦ୍ୱାରା ଦାଖଲ କରାଯାଇଛି। ଅନ୍ୟ କୌଣସି ଦଳ ଏହି ଚିହ୍ନଗୁଡିକ ବ୍ୟବହାର କରୁଛନ୍ତି କି ନାହିଁ ତାହା ବର୍ତ୍ତମାନ ନିର୍ବାଚନ ଆୟୋଗ ଅନୁସନ୍ଧାନ କରିବ। ଏହି ଚିହ୍ନଗୁଡିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି କି ନାହିଁ ତାହା ମଧ୍ୟ ଆୟୋଗ ଅନୁସନ୍ଧାନ କରିବ। ନିର୍ବାଚନ ଆୟୋଗର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, “ଚିହ୍ନ ବଣ୍ଟନ କରିବା ଆୟୋଗର ଅଧିକାର। ଏଭଳି ପରିସ୍ଥିତିରେ ଏହା (ଆୟୋଗ) ଏକ…
ଭୁବନେଶ୍ଵର: ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିବ। ତୃତୀୟ ଲାଇନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ। ଟ୍ରେନର ବାତିଲ୍: 08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସମ୍ବଲପୁର ଠାରୁ 14 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 15 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ। 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 21 ଅକ୍ଟୋବର ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ 14 ରୁ 20 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ। 08275/08276 ରାୟପୁର-ଜୁନାଗଡ଼ ରୋଡ-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 16 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ। 08438/08437 କଟକ-ଭଦ୍ରକ-କଟକ ପାସେଞ୍ଜର 14 ରୁ 17 ଅକ୍ଟୋବର, 2022 ପର୍ଯ୍ୟନ୍ତ…
ନୂଆଦିଲ୍ଲୀ: ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ପଙ୍କଜ ଝା TV9 Bharatvarsh ଚ୍ୟାନେଲରେ ଯୋଗ ଦେଇଛନ୍ତି। ସେ ଏହି ଚ୍ୟାନେଲରେ କନସ୍ଲଟିଂ ଏଡିଟର ଭାବେ ଯୋଗ ଦେଇଛନ୍ତି। ଏ ନେଇ ସେ ଏକ ଖବରକୁ ଜୟ ଜଗନ୍ନାଥ କହି ସମର୍ଥନ କରିଛନ୍ତି। ଏଥିସହିତ ଆପଣଙ୍କର ସେହ୍ନ ସେହିପରି ବଜାଇ ରହୁ ବୋଲି ଉଲ୍ଲେଖ କରିଛନ୍ତି। ପଙ୍କଜ ABP News ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ସେ ABP Newsର ଉତ୍ତର ପ୍ରଦେଶ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ସେଥିପାଇଁ ସେ ଦୀର୍ଘ ବର୍ଷ ଧରି ଲକ୍ଷ୍ମୌରେ ଅବସ୍ଥାନ କରୁଥିଲେ। ଗତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ତାଙ୍କର ଖବର ପ୍ରଦର୍ଶନ ବେଶ ଭଲ ଥିଲା। ଏହା ପୁର୍ବରୁ ସେ ଜୀ ନ୍ୟୁଜରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପଙ୍କଜ ଝା ନବେ ଦଶକରେ ତତକାଳୀନ ଷ୍ଟାର ନ୍ୟୁଜ ର ରିପୋର୍ଟର ଭାବେ ଓଡିଶାରୁ କାର୍ଯ୍ୟ ଆରମ୍ଭ କରିଥିଲେ।
ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ସାହା ପରଲୋକଗତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ଶେଷ ଦର୍ଶନ କରିଛନ୍ତି। ସାହା ଆଜି ଗୁରୁଗାଓଁରେ ଥିବା ମେଦାନ୍ତ ହସପିଟାଲ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ମୁଲାୟମଙ୍କ ପୁତ୍ର ଅଖିଲେଶ ଯାଦବଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି। ଏକ ବାର୍ତ୍ତାରେ ଅମିତ ସାହା କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଉତ୍ତର ପ୍ରଦେଶର ଜଣେ ଜାତୀୟ ସ୍ତର ନେତାର ଶୂନ୍ୟସ୍ଥାନ ସୃଷ୍ଟି କଲା। ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଯାଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନଦୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଶୁଣିବାକୁ ମିଳୁଛି। ସୂଚନା ମୁତାବକ ରାଣୀପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ବାସ କରୁଥିବା ଦୀନବନ୍ଧୁ ନାୟକ (୪୩) ଆଜି ଅପରାହ୍ନରେ ଶୌଚ ନିମନ୍ତେ ଗ୍ରାମ ନଦୀକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ନଦୀ ମଧ୍ୟରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ଏହା ଦେଖି ତାଙ୍କୁ ନଦୀରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରୁଛନ୍ତି। ତେବେ ମେଡିକାଲ ନେବା ପରେ ପ୍ରକୃତ ଅବସ୍ଥା ଜଣାପଡିବ। ଦୀନବନ୍ଧୁଙ୍କର ଦୁଇ ଜଣ ଝିଅ ଥିବା ଜଣାପଡିଛି।
ମୁମ୍ବାଇ: ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟ କୌଣସି ଆଶ୍ଵସ୍ତି ଦେଇନାହାନ୍ତି। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅଦାଲତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୪ ତାରିଖ ଦିନ ଶିବସେନା ନେତାଙ୍କୁ ନ୍ୟାୟିକ ହେପାଜତରେ ଅକ୍ଟୋବର ୧୦ ତାରିଖ ଯାଏଁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୋରେଗାଓଁର ପାତ୍ରା ଚାଲର ପୁନଃ ବିକାଶରେ ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଅଗଷ୍ଟ ୧ ତାରିଖରେ ଗିରଫ କରିଥିଲା।
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଗୁଜରାଟର ସଭାପତି ଗୋପାଳ ଇଟାଲୀୟାଙ୍କୁ ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ଏକ ନୋଟିସ ଜାରି କରିଛି। ଅକ୍ଟୋବର ୧୩ ତାରିଖରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ଏହି ନୋଟିସରେ କୁହାଯାଇଛି। ଇଟାଲୀୟାଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସଂପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ରବିବାର ଦ୍କିନ ବିଜେପି ନେତା ତଜିନ୍ଦର ବଗଗା ଟ୍ୱିଟରରେ ଏହି କ୍ଲିପ ସେୟାର କରିବା ପରେ ଆୟୋଗ ଏହି ଭିଡିଓକୁ ସଜ୍ଞାନଊ ନେଇଛନ୍ତି। ଆୟୋଗ ବିଜ୍ଞପ୍ତିରେ କହିଛନ୍ତି ଯେ, ଇଟାଲୀୟା ବ୍ୟବହାର କରୁଥିବା ଭାଷା ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଦ୍ୱାଦଶ କିସ୍ତି ଜାରି କରିପାରନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧୭ ଏବଂ ୧୮ ତାରିଖରେ ଆଗ୍ରି-ଷ୍ଟାର୍ଟଅପ୍ କନକ୍ଲେଭ ଏବଂ କିଷାନ ସମ୍ମେଳନ ୨୦୨୨ ସମୟରେ ଏହା ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ ସମୟରେ ପିଏମ ମୋଦୀ କିଛି ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। କେନ୍ଦ୍ର ସରକାରଙ୍କ ସବୁଠାରୁ ଲୋକପ୍ରିୟ ପ୍ରଧାନ ମନ୍ତ୍ର କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୧ ଟି କିସ୍ତି ଚାଷୀଙ୍କୁ ପଠାଯାଇଛି। ଏହାପୂର୍ବରୁ, ଶେଷ କିସ୍ତି ମଇ ୩୧ ତାରିଖରେ ଜାରି କରିଥିଲା। ପରବର୍ତ୍ତୀ କିସ୍ତି ଆସିବା ପୂର୍ବରୁ କୃଷକମାନେ ହିତାଧିକାରୀ ତାଲିକା ଏବଂ ଖାତା ସ୍ଥିତି ଯାଞ୍ଚ କରିବା ଉଚିତ୍। ଏହି ଉପାୟରେ ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ତାଲିକା ଯାଞ୍ଚ କରିପାରିବେ: ୧: PMkisan.gov.in ର PM…
ଶ୍ରୀନଗର: ରବିବାର ବିଳମ୍ବିତ ରାତିରେ ଜମ୍ମୁ କାଶ୍ମୀରର ଅନନ୍ତନାଗର ତଙ୍ଗପାୱା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯାହାପରେ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ସପ୍ତାହରେ ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଦୁଇଟି ପୃଥକ ଏନକାଉଣ୍ଟର ବେଳେ ଚାରିଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି। ମୁଲାୟମ ସିଂଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ତାଙ୍କ ଭାଇ ରାମ ଗୋପାଳ ଯାଦବଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୋନ ଯୋଗେ ସମବେଦନା ଜଣାଇଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରିଛନ୍ତି। ତାଙ୍କ ମୃତ୍ୟୁ ସହିତ ସମାଜବାଦର ମୁଖ୍ୟ ସ୍ତମ୍ଭ ଏବଂ ସଂଘର୍ଷପୂର୍ଣ୍ଣ ଯୁଗ ଶେଷ ହୋଇଛି। ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ ଇଶ୍ଵରଙ୍କଠାରେ ପ୍ରାର୍ଥନା ପ୍ରାର୍ଥନା କରୁଛି। ଶୋକସନ୍ତପ୍ତ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା। ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରି କହିଛନ୍ତି ଯେ, ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁପରେ ଉତ୍ତରପ୍ରଦେଶ ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା…
ନୂଆଦିଲ୍ଲୀ: ଆଜି ସକାଳେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ‘ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସାଧାରଣ ପରିବେଶରୁ ଆସିଥିବା ମୁଲାୟମ ସିଂ ଯାଦବ ଜୀଙ୍କର ସଫଳତା ଅସାଧାରଣ ଥିଲା। ‘ଧରିତ୍ରୀ ପୁତ୍ର’ ମୁଲାୟମ ଜୀ ଏହି ମାଟି ସହିତ ଜଡିତ ଜଣେ ପ୍ରତିଷ୍ଠିତ ନେତା ଥିଲେ। ତାଙ୍କୁ ସବୁ ଦଳର ଲୋକ ସମ୍ମାନ କରୁଥିଲେ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା!’
ଭୁବନେଶ୍ବର: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଏହି ସମାଜବାଦୀ ନେତା ତାଙ୍କର ଦୃଢ ଅବଦାନ ପାଇଁ ସେ ସବୁବେଳ ସ୍ମରଣୀୟ ରହିବେ। ମୁଲାୟମ ସିଂ ଯାଦବ ଆଜି ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ଘଟିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେବେ ଉକ୍ତ ହତ୍ୟାକାଣ୍ଡ ପାରିବାରିକ କଳହ ଲାଗି ହୋଇଥିବାର ଜଣାପଡିଛି। ପୋଲିସ ସୂଚନା ମୁତାବକ ପଙ୍କାଳ ଗ୍ରାମର ସୁବାସ ରାଉତରାୟ ଓ ତାଙ୍କର ତିନି ଭାଇ ଏକାଠି ଘରେ ରହୁଥିବା ବେଳେ କୌଣସି କାରଣରୁ ଆଜି ସକାଳେ ସୁବାସଙ୍କ ସହ ଅନ୍ୟ ତିନି ଭାଇଙ୍କ ଝଗଡା ହୋଇଥିଲା। ଏହାପରେ ସୁବାସଙ୍କୁ ଏବଂ ତାଙ୍କ ଧର୍ମପତ୍ନୀ ମନାକ୍ଷୀ ରାଉତରାୟଙ୍କୁ ତିନି ଭାଇ ମରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏବଂ ସୁବାସ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ମିନାକ୍ଷୀଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଖବର ପାଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ସୁବାସଙ୍କ ତିନି ଭାଇ ଫେରାର ହୋଇଯାଇଥିବା ଜଣାପଡିଛି।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅକ୍ଟୋବର ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ସିଂଙ୍କ ମୃତ୍ୟୁ ପରେ ସମାଜବାଦି ପରିବାରରେ ଶୋକର ଲହରୀ ଖେଳିଯାଇଛି। ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଡାକ୍ତରଙ୍କ ଏକ ପ୍ୟାନେଲ ମୁଲାୟମ ସିଂ ଯାଦବଙ୍କ ଚିକିତ୍ସା କରୁଥିଲେ। ତାଙ୍କୁ ଅଗଷ୍ଟ ୨୨ ତାରିଖରେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୮.୧୬ରେ ମୁଲାୟମ ସିଂ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ସୂଚନା ପାଇ ପୁଅ ଅଖିଳେଶ ଯାଦବ, ଭାଇ ଶିବପାଲ ଯାଦବ ଏବଂ ବୋହୂ ଅପର୍ଣ୍ଣ ଯାଦବ ଦିଲ୍ଲୀ ଯାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ତିନିମାସ ପୂର୍ବେ ତାଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ୫୫…

