ଝାରସୁଗୁଡା: ନବ ଦାସ ଆଉ ରାଜନୀତି କରିବେ ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ତାଙ୍କ ଝିଅ ଦୀପାଳି ଦାସ ବୁଝିବେ। ଏହିପରି ସଙ୍କେତ ଦେଇଛନ୍ତି ଖୋଦ ନବ ଦାସ। ଝାରସୁଗୁଡାରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ବେଳେ ପରୋକ୍ଷରେ ଏହି ଘୋଷଣା କରିଛନ୍ତି ନବ। ନବ କହିଛନ୍ତି ଯେ, ଭାରତରେ ଜଣେ ମହିଳା ଶାସନ କରୁଥିଲେ। ସେ ହେଲେ ଇନ୍ଦିରା ଗାନ୍ଧୀ, ପଶ୍ଚିମ ବଂଗରେ ମମତା ରାଜୁତି କରୁଛନ୍ତି। ତାମିଲନାଡୁରେ ଜୟଲଳିତା ଶାସନ କରୁଥିଲେ। ନବୀନ ପଟ୍ଟନାୟକ ସେହିପରି ଓଡିଶାରେ ମହିଳାମାନଙ୍କ ହାତରେ ନେତୃତ୍ବ ଦେଉଛନ୍ତି। ସେଥିପାଇଁ ଆଗାମୀ ଦିନରେ ଜଣେ ମହିଳା ମଧ୍ୟ ଏଠାରେ ଶାସନ କରିବ। ଏହାକୁ ନେଇ ଝାରସୁଗୁଡାର ରାଜନୀତି ବେଶ ଚଳଚଞ୍ଚଳ ହୋଇପଡିଛି। କାରଣ ପୂର୍ବରୁ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ବିଭିନ୍ନ ସଭାସମିତିରେ ଯୋଗ ଦେବାକୁ ଛାଡୁଥିଲେ। ଏପରିକି ବ୍ରଜରାଜ ନଗର ଉପନିର୍ବାନରେ ତାଙ୍କ ଝିଅଙ୍କ ଭୂମିକା ସକ୍ରିୟ…
Author: Samikhsya Bureau
ଭୁବନେଶ୍ଵର: ଆଜି ଚିଟଫଣ୍ଡ ଦୁର୍ନୀତି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ରାଜ୍ୟସରକାର ଏବଂ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ମିଳିନଥିବାରୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେପ୍ରସଙ୍ଗରେ ଜାଣିବା ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ନ୍ୟାୟାଧୀଶ ଏମଆର ଶାହା ଏବଂ ନ୍ୟାୟାଧୀଶ କ୍ରୀଷ୍ଣା ମୁରାଲିଙ୍କ ଖଣ୍ଡପୀଠ ଶୁଣାଣି କରି ଏହା ଉପରେ ଜବାବ ରଖିବାକୁ ଉଭୟ ରାଜ୍ୟ ସରକାର ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଚିଠଫଣ୍ଡ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରୁଥିଲା। ଏହାସହିତ ରାଜ୍ୟସରାକର ମଧ୍ୟ ତଦନ୍ତ କମିଟି ଗଠନ କରିଥିଲେ। ଏହାପରେ ବହୁ ଠକ ସଂସ୍ଥା ପକ୍ଷରୁ ମଧ୍ୟ କୋଟି କୋଟି ଟଙ୍କା ଆଦାୟ କରାଯାଇଥିଲା। ଏସବୁ ସତ୍ତ୍ୱେ…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ଏସପି) ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି। ତାଙ୍କ ପୁଅ ତଥା ଏସପି ସଭାପତି ଅଖିଳେଶ ଯାଦବ ସେଫାଇରେ ଅନ୍ତିମ ସଂସ୍କାର ସ୍ଥାନରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ନେତାଜୀ ନାମରେ ଜଣାଶୁଣା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋମବାର ଦିନ ଦେହାନ୍ତ ହୋଇଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ସକାଳେ ସେଫାଇରେ ବହୁ ସମର୍ଥକ ଏକତ୍ରିତ ହୋଇଥିଲେ।
ଭଦ୍ରକ: ଆଜି ଧାମନଗର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେ ହେଉଛନ୍ତି ପରଲୋକଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର। ଆଜି ସକାଳେ ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଏହି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସୂର୍ଯ୍ୟବଂଶୀ ଗତକାଲି ନିଜର ସୋସିଆଲ ମିଡିଆ ମାଧ୍ୟମରେ ପ୍ରାର୍ଥୀ ପତ୍ର ଦାଖଲ କରୁଛି ବୋଲି ଘୋଷଣା କରିଥିଲେ। ଏଥିପାଇଁ ଆପଣମାନଙ୍କ ଆର୍ଶିବାଦ ଦରକାର ବୋଲି ନିବେଦନ କରି ଚିଠି ଲେଖିଥିଲେ।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ମନ୍ଦାକିନୀ କରଙ୍କୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷା ଭାବେ ନିଯୁକ୍ତ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଏହି ପଦବୀରେ ପୂର୍ବରୁ ସଂଧ୍ୟାବତୀ ପ୍ରଧାନ କାର୍ଯ୍ୟ କରୁଥିଲେ। ମନ୍ଦାକିନୀ ପୂର୍ବରୁ ଏହି ଆୟୋଗର ସଦସ୍ୟା ଥିଲେ। ନିକଟରେ ରାଜ୍ୟ ସରକାର ବିଭିନ୍ନ ନିଗମର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି। ସେହିପରି କେତେକ ନେତାଙ୍କୁ ଥଇଥାନ କରିବା ପାଇଁ ତାଙ୍କୁ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି।
Happy Birthday Amitabh Bachchan: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଲକାତାରେ ଅମିତାଭ ବଚନଙ୍କର ରହିଛି ଏକ ମନ୍ଦିର। ଆଉ ସେହି ମନ୍ଦିରରେ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ପୂଜାପାଠ କରାଯାଏ। ଜନ୍ମଦିନକୁ ଧୂମଧାମରେ ପାଳନ କରାଯାଇଥାଏ। ତେବେ କରୋନା ପାଇଁ ଗତବର୍ଷ ଅମିତାଭଙ୍କ ଜନ୍ମଦିନ ଧୂମଧାମରେ ପାଳନ କରାଯାଇପାରି ନ ଥିଲା। ଏଥର ମଧ୍ୟ ସେହିପରି କମ ଲୋକଙ୍କୁ ନେଇ ଏହି ପୂଜାପାଠ କରାଯାଇଛି। ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି। ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି…
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ୍ ବାଂଲାଦେଶ ମହିଳା ଏସିଆ କପ୍ରୁ ବାଦ୍ ପଡିଛି। ଆଜି ୟୁଏଇ ମଧ୍ୟରେ ବାଂଲାଦେଶର ଏକ ମ୍ୟାଚ୍ ଥିଲା। କିନ୍ତୁ, ସିଲହଟରେ ହେବାକୁ ଏହି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଆୟୋଜକ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ବାଂଲାଦେଶକୁ ଶେଷ ମ୍ୟାଚରୁ ଦୁଇଟି ପଏଣ୍ଟ ଆବଶ୍ୟକ ଥିଲା। ଏହାର ଅର୍ଥ ବିଜୟ ନିଶ୍ଚିତ କରିବାର ଥିଲା। କିନ୍ତୁ, ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିଲା ଏବଂ ଦଳକୁ କେବଳ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ୟୁଏଇ ବିପକ୍ଷ ମ୍ୟାଚ ବାତିଲ ହେତୁ ବାଂଲାଦେଶ ୬ ଟି ମ୍ୟାଚରେ ମାତ୍ର ପାଞ୍ଚ ପଏଣ୍ଟ ପାଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ବାଂଲାଦେଶ କେବଳ ଦୁଇଟି ମ୍ୟାଚ୍ ଜିତିଥିବାବେଳେ ଥାଇଲ୍ୟାଣ୍ଡର ଦଳ ୟୁଏଇ, ମାଲେସିଆ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ୫ ଟି ମ୍ୟାଚରେ ଥାଇଲ୍ୟାଣ୍ଡକୁ ମୋଟ ୬ ପଏଣ୍ଟ ମିଳିଥିଲା ଏବଂ ଏହି ଦଳ…
ପୁରୀ: ଆଜି ହେଉଛି ବିଗ୍-ବି ବା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଆଜି ଅମିତାଭ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ବିଗ୍-ବି ଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଅମିତାଭଙ୍କ ଧଳା ଦାଢି ସହିତ ତାଙ୍କର ଚଷମାକୁ ଅବିକଳ କରି ବାଲିରେ ନିର୍ମାଣ କରିଛନ୍ତି। ଏଥିସହିତ ସେ ବାଲୁକା ସ୍ଥାପତ୍ୟର ଉପରେ ତାଙ୍କର ପୁରୁଣା ସୁପରହିଟ ଚଳଚ୍ଚିତ୍ରଗୁଡିକର ଫଟୋ ଲଗାଇଛନ୍ତି। ମର୍ଦ୍ଦ, ଶରାବୀ, କୁଲି, ଲାୱାରିଶ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ଗୁଡିକର ଫଟୋ ବାଲୁକା କଳାରେ ସ୍ଥାନ ଦେଇଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମିତାଭ ବଚ୍ଚନଙ୍କୁ ୮୦ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଅମିତାଭ ବଚ୍ଚନ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏ କି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରିଆସୁଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଅମିତାଭ ବଚ୍ଚନ ଜୀଙ୍କୁ ୮୦ ତମ ଜନ୍ମଦିନର ଶୁଭେଚ୍ଛା। ସେ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏକି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରି ମନୋରଞ୍ଜନ କରିଆସୁଛନ୍ତି। ସେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ।”
ନୂଆଦିଲ୍ଲୀ: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନାମ ପଠାଇଛନ୍ତି। ନଭେମ୍ବର ୯ ତାରିଖରେ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବ। ଅକ୍ଟୋବର ୭ ତାରିଖରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ସିଜେଆଇ ଲଲିତଙ୍କୁ ଏକ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଅନୁରୋଧ କରିଥିଲେ। ଆଜି ସେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସମସ୍ତ ବିଚାରପତିଙ୍କ ସହ ସାକ୍ଷାତ ପରେ ସିଜେଆଇ ୟୁୟୁ ଲଲିତ ଏହି ନାମ କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି। ଜଷ୍ଟିସ୍ ଲଲିତ ହେଉଛନ୍ତି ଦ୍ୱିତୀୟ ସିଜେଆଇ, ଯିଏକି ବାରରୁ ସୁପ୍ରିମକୋର୍ଟକୁ ସିଧାସଳଖ ଉନ୍ନୀତ ହେବେ। ତାଙ୍କ ପୂର୍ବରୁ ଜଷ୍ଟିସ୍ ଏସ୍.ଏମ୍ ସିକ୍ରି, ଯିଏ ଜାନୁଆରୀ ୧୯୭୧ରେ ୧୩ ତମ ସିଜେଆଇ…
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ। ତେବେ ଦିଲ୍ଲୀର ପାଗକୁ ଦେଖି ବର୍ଷା ହେତୁ ଏହି ମ୍ୟାଚ୍ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ରେ ବରାବର ରହିଛି। ଏଭଳି ପରିସ୍ଥିତିରେ, ଯେଉଁ ଦଳ ତୃତୀୟ ଦିନିକିଆ ଜିତିବ, ସେ ସିରିଜ୍ ଜିତିବ। ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଆଶାକୁ ନଷ୍ଟ କରିବାକୁ ପାଣିପାଗ ପ୍ରସ୍ତୁତ ଅଛି। ବର୍ଷା ବିଷୟରେ ବଡ ଅପଡେଟ: ଗତ କିଛି ଦିନ ହେବ ଦିଲ୍ଲୀରେ ଲଗାତାର ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି କଳ୍ପନାଜଳ୍ପନା କରାଯାଉଛି ଯେ, ତୃତୀୟ ଦିନିକିଆ ଖେଳ ସମ୍ପୂର୍ଣ୍ଣ ରୂପେ ଖେଳାଯାଇପାରିବ ନାହିଁ। ଆଜି ଦିଲ୍ଲୀରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ, ଦିନସାରା ମେଘୁଆ ରହିବ ଏବଂ ସୂର୍ଯ୍ୟକିରଣର ସମ୍ଭାବନା ବହୁତ କମ୍…
କଲିକତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଆଜି ସକାଳେ ତୃଣମୂଳ କଂଗ୍ରେସ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ପଚରାଉଚରା କରାଯାଇଥିଲା। ଯାହା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଏହି ଦୁର୍ନୀତିରେ ଗିରଫ ହୋଇଥିବା ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ତୃଣମୂଳ କଂଗ୍ରେସ ନେତା। ଏହାପୂର୍ବରୁ ବଙ୍ଗଳାର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ନାମ ଆସିବା ପରେ ତାଙ୍କୁ ବେଙ୍ଗଲର ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ସେପ୍ଟେମ୍ବର ୩୦ ତାରିଖରେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରି ସେମାନଙ୍କୁ ଅନୁସନ୍ଧାନକାରୀ ଏଜେନ୍ସି ସହ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ବ ମହାସମର ଫିଫା ବିଶ୍ବକପ। ଖେଳାଯିବ ୧୭ ବର୍ଷରୁ କମ ବର୍ଗର ଫୁଟବଲ ବିଶ୍ବକପ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ପୁରା ସଜେଇ ଦିଆଯାଇଛି। ସମ୍ବଲପୁରୀ ଶାଢୀ ଢାଞ୍ଚାରେ ଷ୍ଟାଣ୍ଡିୟମ ପରିସର କରାଯାଇଛି ଚକାଚକ। ଏହି ଷ୍ଟାଡିୟମରେ ଆଜି ଅପରାହ୍ନ ୪ଟା ୩୦ରେ ମରୋକ୍କୋକୁ ଭେଟିବ ବ୍ରାଜିଲ। ସେହିପରି ରାତି ୮ଟାରେ ଭାରତ ସହିତ ଆମେରିକାର ମୁକାବିଲା ହେବ। ସେଥିପାଇଁ ବହୁ ପୂର୍ବରୁ କଳିଙ୍ଗ ଷ୍ଟାଡିୟମକୁ ପୁରା ପ୍ରସ୍ତୁତ କରି ରଖାଯାଇଛି। କଳିଙ୍ଗ ଷ୍ଟାଡିୟମରେ ୬ଟି ମ୍ୟାଚ ଖେଳାଯିବ। ଏଥିରେ ଗ୍ରୁପ ଏ ର ୫ଟି ମ୍ୟାଚ ଥିବା ବେଳେ ଗ୍ରୁପ ବି ରହିଛି ଗୋଟିଏ ମ୍ୟାଚ। ଭାରତୀୟ ଦଳର ସମସ୍ତ ୩ଟି ମ୍ୟାଚ ଏହି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଆଜି ମରୋକ୍କୋ, ବ୍ରାଜିଲ ଏବଂ ୨ୟ ମ୍ୟାଚରେ ଭାରତ ଆମେରିକା ପରେ ଆସନ୍ତା ୧୪ ତାରିଖରେ ବ୍ରାଜିଲ ଆମେରିକା ଏବଂ ୨ୟ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୭ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୦ ଦେବଗଡ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୫ କେନ୍ଦ୍ରପଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୫ ମୟୂରଭଞ୍ଜ ଜିଲ୍ଲାରୁ- ୫ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୩ ପୁରୀ ଜିଲ୍ଲାରୁ- ୫ ସମ୍ବଲପୁର ଜିଲ୍ଲାରୁ-…
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଭଳି କିଛି ୫ଜି ସମାଧାନ ବିକାଶ କରିଛି ଯାହା ଗ୍ରାମୀଣ ଭାରତର ରୂପରେଖ ବଦଳାଇବାର କ୍ଷମତା ରଖିଛି। ଏହି ୫ଜି ସମାଧାନଗୁଡ଼ିକ ଚାଷବାସଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି ୫ଜି ପ୍ରଯୁକ୍ତିକୁ କାମଧେନୁ ଭାବରେ ଅଭିହିତ କରିଛନ୍ତି। ଏହା ଏଭଳି ଏକ ପ୍ରଯୁକ୍ତି ଯାହା ସହର ସହିତ ଗ୍ରାମାଚଂଳ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହେବ। ନିକଟରେ ଲମ୍ପି ରୋଗ ଯୋଗୁଁ ହଜାର ହଜାର ପଶୁଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଏଭଳି ଏକ ଉତ୍ପାଦ ଆବଶ୍ୟକ ହେଉଥିଲା ଯାହା ପଶୁମାନଙ୍କ ରୋଗ ବିଷୟରେ ଆଗ୍ରୁଆ ସୂଚନା ଦେଇପାରିବ। “ଜିଓ ଗୋ ସମୃଦ୍ଧି’ ନାମରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଡିଭାଇସ୍ର ବିକାଶ କରାଯାଇଛି। ପାଂଚ ବର୍ଷ ପର୍ଯ୍ୟନ୍ତ କାମ କରିପାରୁଥିବା ଏହି ୪ ଇଂଚ୍ର ଡିଭାଇସ୍କୁ କେବଳ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।
ଜ୍ୟୋତିଷ ଶାସ୍ତ୍ର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୁର୍ବଳ ଗ୍ରହ ହେତୁ ବେଳେବେଳେ ଜଣେ ବ୍ୟକ୍ତିଙ୍କୁ ବହୁତ ସଂଘର୍ଷ କରିବାକୁ ପଡେ। ଏହି ଗ୍ରହମାନେ ରାଶିଙ୍କୁ ମଧ୍ୟ ପ୍ରଭାବିତ କରନ୍ତି। ସଫଳ ହେବା ପାଇଁ ଏହି ଲୋକଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ। ଏହିପରି ଲୋକମାନେ ସଂଘର୍ଷ ପରେ ବଡ଼ ସଫଳତା ହାସଲ କରନ୍ତି। ଏହି ରାଶିଗୁଡିକ କ’ଣ, ଆସନ୍ତୁ ଜାଣିବା… ବୃଷ ରାଶି: ଯେଉଁମାନଙ୍କର ବୃଷ ରାଶି ଅଛି, ସେମାନଙ୍କୁ ସଫଳତା ପାଇବା ପାଇଁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସଂଘର୍ଷ କରିବାକୁ ପଡିବ। କିନ୍ତୁ ଏହି ଲୋକମାନେ ସ୍ୱର ପାଇଁ ଦୃଢ ଅଟନ୍ତି। ଆପଣ ନିଜ ମନରେ ଯାହା କରିବାକୁ ନିଷ୍ପତ୍ତି ନିଅନ୍ତି, ଆପଣ ଏହାକୁ ସମାପ୍ତ କରିବା ପରେ ଯାଇ ନିଶ୍ୱାସ ନିଅନ୍ତି। ଯେଉଁଥିପାଇଁ ସେମାନେ ଦୀର୍ଘ ସଂଘର୍ଷ ଏବଂ ପରିଶ୍ରମ ପରେ ସଫଳତା ପାଆନ୍ତି। ସେମାନେ ବହୁତ ପରିଶ୍ରମୀ। ସେମାନେ ସେମାନଙ୍କର ଲକ୍ଷ୍ୟ ବିଷୟରେ ଅତ୍ୟନ୍ତ ଗମ୍ଭୀର। ଥରେ ଲକ୍ଷ୍ୟ…
ମେଷ- ଆଜିର ଦିନଟି ଶୁଭ ଅଟେ। ଚାକିରି କିମ୍ବା ବ୍ୟବସାୟରେ ଆପଣ ସଫଳତା ପାଇବେ ଏବଂ ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ହେବେ। ଏହା ସହିତ ଆପଣଙ୍କର ଖୁସି ମଧ୍ୟ ବୃଦ୍ଧି ପାଇବ। ଆପଣ ବ୍ୟବସାୟରେ ଫସି ରହିଥିବା ଟଙ୍କା ପାଇପାରିବେ। ବୟସ୍କ ଏବଂ ପିତାଙ୍କ ଦ୍ୱାରା ଲାଭ ହେବ। ପାରିବାରିକ ସୁଖରେ ଆପଣ ଖୁସି ହେବ। ବୃଷ- ଆଜି ଉପଲବ୍ଧ ଲାଭ ଦ୍ୱାରା ଆପଣଙ୍କ ଉପଭୋଗ ଦ୍ୱିଗୁଣିତ ହେବ। ନୂତନ କାର୍ଯ୍ୟ ଆୟୋଜନ ପାଇଁ କାର୍ଯ୍ୟ ଆରମ୍ଭ ଶୁଭ ହେବ। ବାଣିଜ୍ୟରେ ବ୍ୟବସାୟୀମାନେ ବିଶେଷ ସୁବିଧା ପାଇବେ। ଆପଣ ସାମାଜିକ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ସନ୍ତାନମାନଙ୍କ ସହିତ ଯୋଗାଯୋଗ କରିବା ଭଲ ହେବ। ଆୟ ବୃଦ୍ଧି ପାଇବ। ସ୍ଥାନାନ୍ତରଣ ହେବ। ମିଥୁନ- ଆଜି ମନ ଅସୁସ୍ଥ ରହିବ। ଧାର୍ମିକ, ସାମାଜିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ପରିବାର ଏବଂ ସାଙ୍ଗମାନଙ୍କ ସହିତ ପାର୍ଥକ୍ୟ ରହିବ। ବଦନାମ ହେବାର ଯୋଗ ଅଛି। ଆଜି…
ଭୁବନେଶ୍ୱର: ବିଏମ୍ସି ୱାର୍ଡ ନଂ ୪ ଅଧିନ ନହରକଂଟା ହରିଦାସପୁରରେ ଏକ ଅତ୍ୟାଧୁନିକ କାଫେ କମ୍ ରେଷ୍ଟୁରାଂଟ୍ ୭ଭେନ୍ ୧୧ଭେନ୍ ଉଦ୍ଘାଟିତ ହୋଇଯାଇଛି। ଏହାକୁ ବିଧାୟକ ସୁଶାନ୍ତ ରାଉତ ଓ ବିଏମ୍ସି ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଆଖ ପାଖ ଜନବସିତିକୁ ଆଖିଆଗରେ ରଖି ସ୍ୱଳ୍ପ ମୂଲ୍ୟରେ ଉତମ ଆହାର ଯୋଗାଇଦେବାକୁ ଏପରି ଉଦ୍ୟମ ଆରମ୍ଭ ହୋଇଛି। ବିଦେଶ ଚାକରିରୀ ଛାଡ଼ି ଏପରି ଉଦ୍ୟମ କରିଛନ୍ତି ଯୁବ ଶିଳ୍ପଦ୍ୟୋଗୀ ଦେବାଶିଷ ପଟ୍ଟନାୟକ ଓ ତାଙ୍କ ସାନ ଭାଇ ଦେବଜ୍ୟୋତି ପଟ୍ଟନାୟକ।
ଭୁବନେଶ୍ୱର: ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି। ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ। ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ। ଏସବୁକୁ ବିଚାରକରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର “ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି”। ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ…
ଭୁବନେଶ୍ୱର : ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ କହିଛନ୍ତି। ଆଜି ଶ୍ରୀ ପାଣ୍ଡିଆନ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି। ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ ବୋଲି ସେ କହିଛନ୍ତି। ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ୱସ୍ତରର ପ୍ରମୁଖ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ। ଆଗାମୀ ଦିନରେ ରାଜ୍ୟର ସରକାରୀ ଆଇଟିଆଇରେ ମଧ୍ୟ ଏହି ଭଳି ଉନ୍ନତ ମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର…

