Author: Samikhsya Bureau

ଭୁବନେଶ୍ଵର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡିଶା ଗସ୍ତ କରୁଛନ୍ତି। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ମଧ୍ୟାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକକୁ ଉଦ୍ଘାଟନ କରିବେ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ।

Read More

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ସନ୍ଧ୍ୟାରେ ‘ମୃତ୍ତିକା-୨୨’ ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖି ‘ମୃତ୍ତିକା-୨୨’ ନାମରେ ଏହି ପ୍ରଦର୍ଶନୀ ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟ, ଭୁବନେଶ୍ୱରଠାରେ ଅକ୍ଟୋବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ଏହି ଅବସରରେ ୧୨୫ଟି ଷ୍ଟଲର ବ୍ୟବସ୍ଥା କରାଯାଇ ୨୫୦ରୁ ଉର୍ଦ୍ଧ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଉଛି। ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, କୋରାପୁଟ, ଗଜପତି, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା। ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ଟେରାକୋଟା ସାମଗ୍ରୀ…

Read More

Happy Birthday To Naveen Patnaik: ଜାତୀୟ ରାଜନୀତିରେ ଏକ ସ୍ବତନ୍ତ୍ରସ୍ଥାନ ଦଖଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ। ସେ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ଏବେ ସେ ୭୭ ବର୍ଷ ବୟସରେ ପଦାର୍ପଣ କଲେ। ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସି ଏକ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି ଓଡିଶାର ଏହି ଅନନ୍ୟ ନେତା ନବୀନ ପଟ୍ଟନାୟକ। ତାଙ୍କର ରାଜନୀତିରେ ପ୍ରବେଶ ଯେପରି ଥିଲା ଆକସ୍ମିକ, ଏପରି ସଫଳତା ହାସଲ କରିବା ମଧ୍ୟ ଏକ ଆଶ୍ଚର୍ଯ୍ୟ। ୧୯୯୭, ଏପ୍ରିଲ ମାସରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିର ଦିଗ ଯେ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଯିବ ଏକଥା କେହି କେବେ କଳ୍ପନା କରି ନ ଥିଲେ। କାରଣ ମୃତ୍ୟୁ ବେଳକୁ ବିଜୁ ବାବୁ କ୍ଷମତାରେ ନଥିଲେ ଓ ଓଡିଶା ରାଜନୀତିରେ କଂଗ୍ରେସ ସଂଗଠନର ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଜାନକୀ…

Read More

ଜ୍ୟୋତିଷ ଶାସ୍ତ୍ର: ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ। ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ: ୧- ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ। ୨- ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ…

Read More

ଚାଣକ୍ୟ ନିତୀ: ମହିଳାମାନଙ୍କର ବିବାହ ପାଇଁ ଗୁଣ କିପରି ରହିବା ଉଚିତ୍, କେଉଁ ପ୍ରକାରର ମହିଳାଙ୍କୁ ବିବାହ କରିବା ଉଚିତ୍, ତାହା ଚାଣକ୍ୟ ନିତୀରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ମହିଳାଙ୍କ ଗୁଣ ପରୀକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ପୁରୁଷମାନଙ୍କ ସହିତ ମହିଳାମାନଙ୍କର ମଧ୍ୟ ଧର୍ମ ଏବଂ କର୍ମରେ ବିଶ୍ୱାସ ରହିବା ଆବଶ୍ୟକ। ଚାଣକ୍ୟ ନିତୀରେ କୁହାଯାଇଛି ଯେ, ଯଦି ମହିଳାଙ୍କ ସୌନ୍ଦର୍ଯ୍ୟ ଆଧାରରେ ବିବାହର ନିଷ୍ପତ୍ତି ନିଆଯାଇଛି, ତେବେ ଏହା ଏକ ବଡ ଭୁଲ ବୋଲି ପ୍ରମାଣିତ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଗୁଣ ପରୀକ୍ଷା କରାଯିବା ଉଚିତ୍। ଅପରପକ୍ଷେ, ଜୀବନ ସାଥୀ ବାଛିବାବେଳେ ମହିଳାମାନେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଜଣେ ମହିଳାଙ୍କୁ ସର୍ବଦା ବିବାହ କରିବା ଉଚିତ୍ ଯିଏ ସ୍ୱଇଚ୍ଛାରେ ବିବାହ ପାଇଁ ପ୍ରସ୍ତୁତ। ବାଧ୍ୟତାମୂଳକ ବିବାହ ଭବିଷ୍ୟତରେ ଅନେକ ସମସ୍ୟା…

Read More

ମେଷ ରାଶି: ଜୀବନସାଥୀ ଉପରେ ପାରସ୍ପରିକ ଦୟା ରହିବ, ପ୍ରେମ ସମ୍ପର୍କ ଅଧିକ ମଧୁର ହେବ। ତତ୍ପରତା ଯୋଗୁଁ ଅର୍ଥ ହାନି ହୋଇପାରେ। ବ୍ୟବସାୟ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। କାମ ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ। ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ। ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ବୃଷ ରାଶି: ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ। ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ। ବ୍ୟବସାୟ ଭଲ ହେବ। ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ। ପ୍ରତିଦ୍ୱନ୍ଦ୍ୱିତା ହେବ। ଆୟ ବୃଦ୍ଧି ପାଇବ। ଆଘାତ ଏବଂ ରୋଗ ହେତୁ ବାଧା ସମ୍ଭବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ମିଥୁନ ରାଶି: ଚାକିରିରେ ସୁସଙ୍ଗତତା ରହିବ। ପାର୍ଟି ଏବଂ ପିକନିକ୍ ଯୋଜନା କରାଯିବ। ସାଙ୍ଗମାନଙ୍କ ସହିତ…

Read More

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଭାରତ ନିର୍ବାଚନ ଆୟୋଗଙ୍କ ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ଅନୁସାରେ ଅକ୍ଟୋବର ୧୫ ତାରିଖ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ନଭେମ୍ବର ୩ ତାରିଖ ସକାଳ ୭ଟାଠାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ନଭେମ୍ବର ୬ ତାରିଖ ଭୋଟଗଣତି ଓ ନଭେମ୍ବର ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ। ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା.୦୧/୦୧/୨୦୨୨ରିଖ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ। ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ…

Read More

ଭୁବନେଶ୍ବର: ଭାରତୀୟ କୃଷି ଗବେଷଣା ପରିଷଦ – କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ), ଭୁବନେଶ୍ବର ପକ୍ଷରୁ  ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି। କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନ ଏବଂ ଅଂଶଗ୍ରହଣକୁ ପାଳନ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଏକ ଅତିରିକ୍ତ ମହତ୍ବ ରହିଛି କାରଣ ଅପପୁଷ୍ଟି ଦୂରୀକରଣ ଏବଂ ପୋଷଣ ସୁରକ୍ଷା ବଢ଼ାଇବା ଲାଗି ମହିଳା ଚାଷୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସେ ଦେଶବ୍ୟାପୀ କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ମହିଳା ଚାଷୀଙ୍କ ସମ୍ଭାବନାକୁ ବଢ଼ାଇବା ଲାଗି କୃଷି କ୍ଷେତ୍ରରେ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତା କାଲି ଅକ୍ଟୋବର ୧୬ ତାରିଖରେ ରବିବାର ଦିନ ପଡୁଛି। ତେବେ ମୁଖ୍ୟମନ୍ତ୍ରୀ ମେକ ଇନ ଓଡିଶା କାର୍ଯ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶା ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଆୟୋଜିତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ତିନିଦିନିଆ ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କହିଥିଲେ ଯେ ଏହା ଦ୍ୱାରା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଅଧିକ ସୁଦୃଢ଼ ହେବ। ଆଗାମୀ ଦିନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ବିଭିନ୍ନ ବିଷୟ ନେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରଶିକ୍ଷଣ ଗୁଣାତ୍ମକ ଥିଲା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ…

Read More

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାବଳୀ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି। ଏଣିକି ରାଜ୍ୟରେ କୌଣସି ଠିକା କର୍ମଚାରୀ ନିଯୁକ୍ତି ହେବ ନାହିଁ। ରାଜ୍ୟରେ ଯାହା ସବୁ ନିଯୁକ୍ତି ହେବ, ତାହା ସ୍ଥାୟୀ ନିଯୁକ୍ତି ହେବ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୫୩ ହଜାର କଣ୍ଟ୍ରାକଚ୍ୟୁଆଲ କର୍ମଚାର କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସମସ୍ତଙ୍କୁ ରାଜ୍ୟ ସରକାର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ସେଥିପାଇଁ ରାଜ୍ୟ ରାଜକୋଷରୁ ୧୪ ଶହ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏପରି ଐତିହାସିକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଯାହା ସବୁ କହିଛନ୍ତି, ଆସନ୍ତୁ ଜାଣିବା…. ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କାର୍ଯ୍ୟକ୍ରମ ‘‘ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨’’କୁ ଉଦଘାଟନ କରିବେ। ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍‌ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୩ ହଜାର ୫୦୦ରୁ ଅଧିକ ଚାଷୀ ଏବଂ ପାଖାପାଖି ୧୫ଶହ କୃଷି ଷ୍ଟାର୍ଟଅପ୍ସ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ବିଭିନ୍ନ ପ୍ରତିଷ୍ଠାନ ଜରିଆରେ ସାରା ଦେଶରୁ ୧ କୋଟିରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ। ଏହି ସମ୍ମେଳନରେ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ। ଏହି ଯୋଜନା ଅଧୀନରେ, ସାରା ଦେଶରେ ଥିବା ଖୁଚୁରା ସାର…

Read More

ଭୁବନେଶ୍ୱର: ଦଶ ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪। ଦଶ ବର୍ଷ ପୂର୍ତୀ ଅବସରରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ବାତ୍ୟା ଏବଂ କରୋନା ମହାମାରୀ ସମୟରେ ଏହି କମ୍ୟୁନିଟି ରେଡ଼ିଓର କାର୍ଯ୍ୟଧାରା ଓ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। କିଛି ବର୍ଷ ତଳେ ବାତ୍ୟା ‘ଫନି’ ଯେତେବେଳେ ଓଡ଼ିଶା ଉପକୂଳକୁ ବିପର୍ଯ୍ୟସ୍ତ କରିଥିଲା ଓ ବିଶେଷ କରି ଭୁବନେଶ୍ୱରରେ ଖୁବ୍ କ୍ଷୟକ୍ଷତି ଘଟିଥିଲା ଓ କୋଭିଡ ମହାମାରୀ ଜନ ଜୀବନକୁ ବେଶ ପ୍ରଭାବିତ କରିଥିଲା ସେହି ସମୟରେ ସୂଚନା ପ୍ରଦାନ ଓ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ କମ୍ୟୁନିଟି ରେଡିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶନିବାର ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଛନ୍ତି। ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ…

Read More

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ। ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ। ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଜାତୀୟ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା…

Read More

ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଅଙ୍କୁର” ତରଫରୁ ଗତ ୧୫ ଅକ୍ଟୋବର ସକାଳେ ଭୁବନେଶ୍ବରର ଏନ୍ ୧ ପ୍ରାଇମେରୀ ସ୍କୁଲ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଥିଲା। ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ କୋଡ଼ିଏ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ଅଙ୍କୁର ଆୟୋଜନ କରିଆସୁଛି। ସ୍କୁଲ ପିଲା, ଶିକ୍ଷକ ଓ ଅଭିଭାବକ ଙ୍କ ମିଳିତ ଉଦ୍ୟମରେ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ଅଙ୍କୁର ପ୍ରାଥମିକତା ଦେଇ ଆସୁଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ଭାବରେ ଯୋଗଦାନ କରିଥିଲେ। ଅଙ୍କୁରର ସମ୍ପାଦକ ଚିନ୍ମୟୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୃକ୍ଷରୋପଣ ଓ ଏହାର ଆବଶ୍ୟକତା ଉପରେ ସମ୍ୟକ ଧାରଣା ଦିଆଯାଇଥିଲା। ଅଙ୍କୁର ଫାଉଣ୍ଡେସନର…

Read More

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିବେ ବୋଲି ଜଣାପଡିଛି। ଆଜି ଏହି କ୍ୟାବିନେଟ ବୈଠକରେ ଦଶଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ଅଛି। ଏଥିରେ ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ ଏବଂ ବୈଷୟିକ ଶିକ୍ଷା ବିଭାଗର କେତେକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବ। ତେବେ ମୁଖ୍ୟମନ୍ତ୍ରୀ କ’ଣ ଘୋଷଣା କରିବେ, ସେନେଇ କୌଣସି ଘୋଷଣା କରାଯାଇନାହିଁ।

Read More

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରି ଭାରତୀୟ ମହିଳା କ୍ରିକେଟ୍ ଦଳ ସପ୍ତମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ଏସିଆ କପ୍‌ର ଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି। ସ୍ମୃତି ମାନ୍ଧନା ଭାରତ ପାଇଁ ୫୧ ରନର ଚମତ୍କାର ଇନିଂସ ଖେଳିଛନ୍ତି। ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୬୫ ରନ୍ ସ୍କୋର କରିପାରିଥିଲେ। ରେଣୁକା ସିଂ ଭାରତ ପାଇଁ ୩ ୱିକେଟ୍ ନେଇଥିଲେ। ଏଥି ସହିତ ୬୬ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲା ଏବଂ ଦଳ ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଦଳ ପାଇଁ ସ୍ମୃତି ମାନ୍ଧନା ୬ ଟି ଚୌକା ଓ ୩ ଟି ଛକା ସହାୟତାରେ ୨୫ ବଲରେ…

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ବସୁଛି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନେଇ ଏହି ବୈଠକ କରାଯିବ। ତେବେ ଏହି ବୈଠକରେ ଦଶଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ଏହି ବୈଠକରେ ମୁଖ୍ୟତଃ ଗ୍ରାମ୍ୟ ଉନ୍ନୟନ ସହିତ ବୈଷୟିକ ଶିକ୍ଷା ଉପରେ କିଛି ବଡ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଗତମାସରେ ମଧ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଠାରେ ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ କିଛି ସମୟ ପୁର୍ବରୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ି ଭାରସାମ୍ୟ ହରାଇ ନାଚୁଣୀ ବାଇପାସ ନିକଟରେ ଲେଉଟି ପଡିଥିଲା। ଫଳରେ ଗାଡିଟି ରାସ୍ତା ତଳକୁ ଖସି ପଡ଼ିଛି। ଖବର ପାଇ ବର୍ତ୍ତମାନ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗାଡ଼ି ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ତେବେ ଉକ୍ତ ଗାଡ଼ିରେ ପାଖାପାଖି ୪୦୦ ଗୋଟି ଖାଲି ଗ୍ୟାସ ଟାଙ୍କି ଥିବାରୁ ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Read More

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚିତ୍ରକର ତଥା ପ୍ରକୃତିପ୍ରେମୀ ସୁନାରାମ ସିଂହଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହେଇଯାଇଛି। ଏଥିରେ ଅଜୟ କେତନ ମହାନ୍ତିଙ୍କ ସମ୍ପାଦିତ ତ୍ରୟମାସିକ ସାହିତ୍ୟ ପତ୍ରିକାର ପୂଜାସଂଖ୍ୟା ‘ଦିଗବଳୟ’ ଉନମୋଚିତ ହୋଇଛି। ସେହିପରି ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀଙ୍କ ଦ୍ୱାରା ସ୍ୱରଚିତ କବିତା ପୁସ୍ତକ, ‘ଭଗ୍ନ ଡେଣାର ଉଡାଣ’ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ଏଥିରେ ଏଜି ଆଶୁତୋଷ ଦାସ, ସମାଜସେବୀ ବାବୁଲି ସାହୁ, ବ୍ୟବସାୟୀ ତଥା ସମାଜସେବୀ ପ୍ରଶାନ୍ତ ପାତ୍ର, ଖିରୋଦ ନାଏକ,ପ୍ରମୁଖ ଯୋଗ ଦେଇଥିଲେ। ଜୈବିକ ଚାଷୀ ତଥା ବାତାୟନ ର ସମ୍ପାଦକ ସତ୍ୟବ୍ରତ ଜେନା ଏହି ଅବସରରେ ଯୋଗଦେଇ କବିତା ପାଠ କରିବା ସହିତ ଆଗାମୀ ଦିନରେ ଜୈବିକ ଚାଷର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଶ୍ରୀନଗର: ଆତଙ୍କବାଦୀମାନେ ପୁଣି ଥରେ ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଶୋପିଆନ୍‌ର ଚୌଦରୀଗୁଣ୍ଡ ଗାଁରୁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରାଯାଇଛି। ସୂଚନା ପାଇବା ମାତ୍ରେ ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା କରାଯାଇଥିବା ବ୍ୟକ୍ତି ଜଣକ ପୁରନ କୃଷ୍ଣ ବୋଲି ଜଣାପଡିଛି। କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଏହାପୂର୍ବରୁ ଅଗଷ୍ଟ ମାସ ସ୍ୱାଧୀନତା ଦିବସରେ ତିରଙ୍ଗା ଯାତ୍ରା ସମୟରେ ଦୁଇଜଣ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଉପତ୍ୟକାରେ ଏହି ମାମଲା ବିରୁଦ୍ଧରେ ଲୋକଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହି ଘଟଣାର ତଦନ୍ତରେ ପୋଲିସ ସମ୍ପୃକ୍ତ ଅଛି।

Read More