Author: Samikhsya Bureau

ଡେରାଡୁନ/ହରିଦ୍ୱାର: ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରିବା ପାଇଁ ରବିବାର ଉତ୍ତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜାତୀୟ ଶିକ୍ଷା ନୀତି ହେଉଛି ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ। ଦେବଭୂମି ଓ ଜ୍ଞାନଭୂମି ଉତ୍ତରାଖଣ୍ଡ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଖୁସିର ବିଷୟ। ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ। ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଏହି ତିନି ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲବାଟିକା ଭାବରେ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ବାଲବାଟିକାକୁ ସ୍କୁଲ ବ୍ୟବସ୍ଥାରେ ଅନ୍ତର୍ଭୃକ୍ତ କରାଯାଇଛି। ଏହିପରି ଏକ ବ୍ୟବସ୍ଥାକୁ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଶୁଭେଚ୍ଛା ଜଣାଇଛନ୍ତି। ଏକ ଶୁଭେଚ୍ଛା ବାର୍ତ୍ତାରେ ସେ ନିଜର ବାର୍ତ୍ତା ପଠାଇଛନ୍ତି। ସେ କହିଛନ୍ତି ଯେ, ‘ନୂଆ ଓଡ଼ିଶାର ରୂପକାର, ଆମ କଳା, ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବନ ପଟ୍ଟନାୟକଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଦୀର୍ଘାୟୁ ଜୀବନ କାମନା କରୁଛି। ମହାପ୍ରଭୁଙ୍କ କୃପାରୁ ପ୍ରତିଟି ଲୋକଙ୍କ ଉନ୍ନତିରେ ଓଡ଼ିଶାର ବିକାଶ ଆହୁରି ତ୍ୱରାନ୍ୱିତ ହେଉ।’

Read More

ସୀତାରାମ ଅଗ୍ରୱାଲ ଚିଲିକା: ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ନେତା ଏବେଠାରୁ ସଜବାଜ ହେଲେଣି। ସେହିଭଳି ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଗ୍ରାମ ବାତ୍ୟା ଆଶ୍ରୟ ସ୍ତଳୀ ଠାରେ ଆଜି ଦୁଇ ଶହରୁ ଉର୍ଦ୍ଧ୍ବ ଲୋକ ଯୋଗଦେଇଛନ୍ତି। ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ସେଠାରେ ପହଁଚି ଲୋକଙ୍କୁ ଅଭିଭାଷଣ ଦେବା ସହ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କ ପାଖରେ ସବୁବେଳେ ରହିଛି ବୋଲି କହିଛନ୍ତି। ଆଗକୁ ଆସୁଥିବା ୨୦୨୪ ନିର୍ବାଚନ ନିଶ୍ଚିତ ଭାବରେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢିବେ ଓ ଚିଲିକା ବାସୀଙ୍କ ଦୁଃଖ ଦୂର କରିବେ ବୋଲି ଜନସାଧାରଣଙ୍କୁ ମନ୍ତବ୍ୟ ଦେଇଛନ୍ତି। ପରବଳ…

Read More

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକ କୁ ଉଦ୍ଘାଟନ କରିଛନ୍ତି। ଏହି ଟ୍ରେନ୍ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ବହୁଳ ପରିବହନ ପାଇଁ ଭାରତର ଆଧୁନିକୀକରଣ ଅଭିଯାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ପଣ୍ୟବାହୀ ଟ୍ରେନ ରେକ କୁ ଆଲୁମିନିୟମକୁ ପରିବର୍ତ୍ତନ କରିବା ଭାରତୀୟ ରେଳବାଇ ପାଇଁ କାର୍ବନ ଫୁଟ୍ ପ୍ରିଣ୍ଟକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ। ଆଲୁମିନିୟମ୍ ପଣ୍ୟବାହୀ ଟ୍ରେନର ଗୋଟିଏ ରେକ୍ ଏହାର ଜୀବନକାଳ ମଧ୍ୟରେ 14,500 ଟନ୍ CO2 ରୁ ଅଧିକ ସଞ୍ଚୟ କରିପାରିବ। ସାରା ବିଶ୍ୱରେ ମେଟ୍ରୋ ଟ୍ରେନ୍ ବ୍ୟବହାର ପାଇଁ ଆଲୁମିନିୟମ ପସନ୍ଦଯୋଗ୍ୟ।  ଏହା ହାଲୁକା, ଖର୍ଚ୍ଚଦାୟକ ଏବଂ ସ୍ଥାୟୀ ଅଟେ। ମାଲ ପରିବହନ ପରିବହନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ (ଡିବିୟୁ)କୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ (ଡିବିୟୁ) ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଆହୁରି ବଢ଼ାଇବା ସହିତ ନାଗରିକମାନଙ୍କର ବ୍ୟାଙ୍କ ଅନୁଭୂତିକୁ ବିସ୍ତାରିତ କରିବ। ‘‘ସାଧାରଣ ନାଗରିକଙ୍କ ଜୀବନଧାରଣକୁ ସହଜ କରିବା ଦିଗରେ ଡିବିୟୁ ଏକ ବୃହତ ପଦକ୍ଷେପ’’, ସେ କହିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏଭଳି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଜରିଆରେ ସରକାର ସର୍ବନିମ୍ନ ଭିତ୍ତିଭୂମି ମାଧ୍ୟମରେ ସର୍ବାଧିକ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। କୌଣସି କାଗଜପତ୍ର କାମ ବିନା ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଏସବୁ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ମଜବୁତ ଏବଂ ନିରାପଦ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଏହା ବ୍ୟାଙ୍କିଙ୍ଗ ପଦ୍ଧତିକୁ ସରଳ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ସମ୍ପର୍କରେ ଆସନ୍ତାକାଲି ଜେରା କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଡକାଇଛି। ଏହା ପରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ, ସେ ସିବିଆଇ ମୁଖ୍ୟାଳୟକୁ ଯାଇ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏଥି ସହ ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ, ସିବିଆଇ ଆସନ୍ତାକାଲି ମନୀଷ ସିସୋଦିଆଙ୍କୁ ଗିରଫ କରିବ। ଅବକାରୀ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ଜେରା ପାଇଁ ଡକାଯାଇଛି। ଦିଲ୍ଲୀ ସରକାର ବର୍ତ୍ତମାନ ଏହି ନୀତି ପ୍ରତ୍ୟାହାର କରି ନେଇଛନ୍ତି। ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ, ମନୀଷ ସିସୋଡିଆଙ୍କୁ ଆସନ୍ତାକାଲି ସିବିଆଇ ଡକାଇ ତାଙ୍କୁ ଗିରଫ କରିବ। କୁହାଯାଉଥିଲା ଯେ, ଦଶ ହଜାର କୋଟିର ଦୁର୍ନୀତି ହୋଇଛି, ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ୫୦୦ ସ୍ଥାନରେ ଚଢାଉ କରିଛନ୍ତି। ସିବିଆଇ…

Read More

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଆଜି ଏହି ଇଭେଣ୍ଟରେ ରାଉଣ୍ଡ -୧ ମ୍ୟାଚ୍ ଖେଳାଯାଇଛି। ଏଥିରେ ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ନାମିବିୟା ମଧ୍ୟରେ ଖେଳାଯାଇଛି। ଏଥିରେ ଶ୍ରୀଲଙ୍କାକୁ ନାମିବିୟା ୫୫ ରନରେ ପରାସ୍ତ କରିଛି। ଏଥି ସହିତ ଟିମ୍ ଇଣ୍ଡିଆ ଅକ୍ଟୋବର ୨୩ ତାରିଖ ରବିବାର ଦିନ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଏହି ଖେଳାଳିଙ୍କୁ ସୂଚାଇ କହିଛନ୍ତି ଯେ, ଟି-୨୦ ବିଶ୍ୱକପ ପୂର୍ବରୁ ଦଳ ଦ୍ୱିତୀୟ ମହେନ୍ଦ୍ର ସିଂ ଧୋନି ପାଇଛି। ରାଇନା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ନେଇଥିଲେ। ସେ କହିଛନ୍ତି ଯେ, “ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ପାୱାରପ୍ଲେରେ ବୋଲିଂ କରିବାର କ୍ଷମତା ହାର୍ଦ୍ଦିକଙ୍କୁ ଜଣେ ଖେଳାଳୀ ଭାବରେ ଅଧିକ ସ୍ୱତନ୍ତ୍ର କରିଥାଏ। ମହେନ୍ଦ୍ର ସିଂ ଧୋନିଙ୍କ ପରି ବ୍ୟାଟିଂ ଶିଖିଛନ୍ତି। ଏହି ସମୟର ଟି-୨୦…

Read More

ନୂଆଦିଲ୍ଲୀ: ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଇନ୍ଦୋରରେ ୧ ବର୍ଷ ଧରି ରହୁଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ ଜବତ କରିଛି।

Read More

ନୂଆଦିଲ୍ଲୀ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଆକ୍ରମଣକାରୀ ୧୨ ଜଣଙ୍କୁ ହତ୍ୟା କରିଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପୋଲିସ ତଦନ୍ତରେ ନିୟୋଜିତ ଅଛି।

Read More

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପାର୍ଟି ତାହାର 15ତମ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ରହିଛନ୍ତି ଗୁଜୁରାଟର 12ଟି ଆସନ ପାଇଁ ଆପର ପ୍ରାର୍ଥୀ ତାଲିକା। ବର୍ତ୍ତମାନ ଗୁଜୁରାଟରେ ଆମ ଆଦମୀ ପାର୍ଟି କିପରି ସଫଳତା ହାସଲ କରିବ ସେ ନେଇ ଜୋରଦାର ଉଦ୍ୟମ ଜାରୀ ରଖାଯାଇଛି। ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା ବିଭିନ୍ନ ସମୟରେ ଗୁଜୁରାଟ ଗସ୍ତ କରି ଲୋଭନୀୟ ଘୋଷଣା କରିବାରେ ଲାଗିଛନ୍ତି।

Read More

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି ଏବଂ ପ୍ରଥମ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଜି ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ନାମିବିୟା ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ନାମିବିୟା ୧୬୪ ରନ୍‌ର ଟାର୍ଗେଟ ଦେଇଥିଲେ। ଏହାର ଜବାବରେ ଶ୍ରୀଲଙ୍କା ଦଳ ମାତ୍ର ୧୦୮ ରନ୍ ସ୍କୋର କରିବାରେ ସମର୍ଥ ହୋଇଥିଲା। ନାମିବିୟା ଦେଇଥିବା ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଦଳ ଖରାପ ଆରମ୍ଭ କରିଥିଲା। ଓପନର୍ ପଥୁମ୍ ନିଶଙ୍କା ମାତ୍ର ୯ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ୬ ରନ୍ ସ୍କୋର କରିବା ପରେ କୁସଲ ମେଣ୍ଡିସ୍ ପାଭିଲିୟନକୁ ଫେରିଥିଲେ। ୧୨ ରନ୍ ସ୍କୋର କରିବା ପରେ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ କରାଯାଇଥିଲା। ଦନୁଷ୍କା ଗୁନାଥିଲକା ଖାତା ମଧ୍ୟ ଖୋଲିପାରିନଥିଲେ। ଏହା ପରେ ଅଧିନାୟକ ଦସୁନ୍ ଶନାକା ଏବଂ ଭାନୁକା ରାଜପକ୍ଷେ କିଛି ରନ୍ ଯୋଡିଥିଲେ। ୨୦ ରନ୍ ସ୍କୋର…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍‌” ଦୁବାଇରେ ସୁପର୍‌ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି। ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀ ରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର ଷ୍ଟାର୍ଟ – ଅପ୍ “ୱିୱେର୍‌”। ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍‌ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍‌” ଟିମ୍ ର ଜଣେ ସଦସ୍ୟ କହିଥିଲେ। ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍ ଡକ୍ଟର…

Read More

ଭୁବନେଶ୍ବର: ଆସୁଛି ଦୀପାବଳି। ଏହି ଉପଲକ୍ଷେ ବାଣଫୁଟା ପର୍ବ ଅନୁଷ୍ଠିତ ହେବ। କରୋନା ପାଇଁ ଦୁଇବର୍ଷ ଧରି ବାଣଫୁଟା ବନ୍ଦ ଥିଲା। ଚଳିତ ବର୍ଷ ବାଣଫୁଟା ପାଇଁ ଅନୁମତି ରହିଛି। ତେବେ ବାଣ ବିକ୍ରୀ ନେଇ ରହିଛି କଟକଣା। ଏଥର ରାଜ୍ୟ ସରକାର ଭୁବନେଶ୍ବରର ଆଉ ସାତୋଟି ସ୍ଥାନରେ ବାଣ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ସ୍ଥାନଗୁଡିକ ହେଲା ଶବର ସାହୀ ମେଳନ ପଡିଆ, ରସୁଲଗଡ ଦୁର୍ଗାପୂଜା ମଣ୍ଡପ, ପଳାଶୁଣି ଖେଳପଡିଆ, ୟୁନିଟ-01 ହାଇସ୍କୁଲ ପଛପାର୍ଶ, ଲକ୍ଷ୍ମୀସାଗର ମେଳଣ ପଡିଆ, ବଡଗଡ ଶ୍ମସାନ ସାମନା, ବଡଗଡ ବିଡିଏ ମାର୍କେଟ ପଛ। ଏ ନେଇ ଜିଏ ତରଫରୁ ବିଏମସିକୁ ଏକ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି। ପୂର୍ବରୁ ରାଜଧାନୀରେ 21ଟି ସ୍ଥାନରେ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା। ଏବେ ମୋଟ 28ଟି ସ୍ଥାନରେ ବାଣ ବିକ୍ରିପାଇଁ ସରକାର ଅନୁମତି ରହିଛି।

Read More

ଭୁବନେଶ୍ବର: ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଥିବା ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୪୩ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାର ରୂପାନ୍ତରିକରଣ କରିଛନ୍ତି। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ତଦନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ସ୍ବୀକୃତି ମିଳିଛି। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତର ଭେଟିନାଥ ଦେବ ବିଦ୍ୟାପୀଠକୁ ରୂପାନ୍ତିକରଣ କରାଯାଇଛି। ଏଣିକି ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ (କଳା) ପର୍ଯ୍ୟନ୍ତ ପାଠ ପଢିପାରିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡିକର ନାମ…

Read More

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି।  ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଏପରି ଦିନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତି ଭିତ୍ତିକ ଗ୍ରୁପ ବି, ଗ୍ରୁପ ସି ଓ ଗ୍ରୁପ ଡି ନିଯୁକ୍ତି ଉଚ୍ଛେଦ ନେଇ ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଏହି ଉଚ୍ଥେଦ ହେବା କଥା ଘୋଷଣା କରିଥିବା ବେଳେ ଆଜି ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା। ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରାଯାଇଛି। ସେ କହିଥିଲେ ଯେ, ଓଡ଼ିଶାରେ…

Read More

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, “ଆଜି ଜନ୍ମଦିନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା। ସେ ଲୋକମାନଙ୍କ ସେବା କରିବା ପାଇଁ ସୁସ୍ଥ ଏବଂ ଦୀର୍ଘାୟୁ ହୁଅନ୍ତୁ ” ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ଜନ୍ମଦିନର ଶୁଭେଚ୍ଛା ଦେଇଥିବାରୁ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ। ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ମୁଖ୍ୟମନ୍ତ୍ରୀ 77 ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବରଗଡ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୫ ଦେବଗଡ ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୬ କନ୍ଧମାଳ ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୨ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୫ ପୁରୀ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୧୫ ସୁନ୍ଦରଗଡ ଜିଲ୍ଲାରୁ- ୧୨ ଷ୍ଟେଟ ପୁଲରୁ- ୩ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ଭୁବନେଶ୍ଵର: IRCTC ଏହାର ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ଟୁର୍ ପ୍ୟାକେଜ୍ ଆଣିଥାଏ। ଏହି କ୍ରମରେ, IRCTC କୋଣାର୍କ ଟୁର୍ ପ୍ୟାକେଜ୍ ଆଣିଛି। ଏହି ପ୍ୟାକେଜ୍ ରେ ଓଡିଶାର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ଦେଖିବାକୁ ମିଳିବ ସୁଯୋଗ। ଓଡିଶା ବହୁତ ସୁନ୍ଦର ସ୍ଥାନ। ଏଠାରେ ଦେଖିବା ପାଇଁ ଏକରୁ ଅଧିକ ପ୍ରସିଦ୍ଧ ସ୍ଥାନ ଅଛି। ଏହା ସହିତ, ଏଠାରେ ଥିବା ମନ୍ଦିରଗୁଡ଼ିକ ମଧ୍ୟ ବିଶ୍ୱ ପ୍ରସିଦ୍ଧ। ଯଦି ଆପଣ ମଧ୍ୟ ଓଡିଶା ଭ୍ରମଣ କରିବାକୁ ଚାହୁଁଛନ୍ତି ଏବଂ ଏଠାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ସ୍ୱଳ୍ପ ବଜେଟରେ ଯାତ୍ରା କରିବାର ଏକ ବଡ଼ ସୁଯୋଗ ଅଛି। ଆସନ୍ତୁ ଜାଣିବା ଏହି ପ୍ୟାକେଜରେ କ’ଣ ଅଧିକ ବିଶେଷ … ଯାତ୍ରା ଆରମ୍ଭ: IRCTC କୋଣାର୍କ ଟୁର୍ ପ୍ୟାକେଜ୍ ଅଧୀନରେ ଯାତ୍ରା କରିବାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ଏହି ଯାତ୍ରାଡିସେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକି ଡିସେମ୍ବର ୬ ତାରିଖ ୨୦୨୨…

Read More

ସ୍ୱାସ୍ଥ୍ୟ ଟିପ୍ସ: ଅନେକ ଗୁରୁତର ରୋଗରେ ଡାକ୍ତରମାନେ ବିସ୍ତୃତ ସୂଚନା ପାଇଁ ସିଟି ସ୍କାନ୍ କରିବାକୁ ପରାମର୍ଶ ଦିଅନ୍ତି। ଏହା ଏପରି ଏକ ଶବ୍ଦ, ଯାହା ଆଜିକାଲି ସମସ୍ତଙ୍କ ଦ୍ୱାରା ଶୁଣାଯାଏ ଏବଂ ଅଧିକାଂଶ ଲୋକ ଏହାର ପ୍ରକ୍ରିୟା ବିଷୟରେ ମଧ୍ୟ ଅବଗତ ଅଛନ୍ତି। କିନ୍ତୁ ଲୋକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ, ଡାକ୍ତରମାନେ ପୂର୍ବରୁ ଏକ୍ସ-ରେ କରିସାରିଥିବା ବେଳେ କାହିଁକି ସିଟି ସ୍କାନ କରିବାକୁ କହୁଛନ୍ତି? ଏଥି ସହିତ, କିଛି ଲୋକ ଭୟଭୀତ ହୋଇ ଭାବନ୍ତି ଯେ ଏକ୍ସ-ରେ ପରେ ସିଟି କରାଯିବା, ଅର୍ଥାତ୍ ଅବସ୍ଥା ଗୁରୁତର! ଏହିପରି ଅନେକ ପ୍ରଶ୍ନର ସଠିକ୍ ଉତ୍ତର ଆପଣ ଏଠାରେ ଜାଣିପାରିବେ। ସର୍ବପ୍ରଥମେ, ଆପଣ ଜାଣିବା ଉଚିତ୍ ଯେ ସିଟି ସ୍କାନ୍ ହେଉଛି ଏକ୍ସ-ରେ। ଏହାକୁ CAT ସ୍କାନ୍ ମଧ୍ୟ କୁହାଯାଏ। ଯେଉଁଠାରେ ଏହାର ସମ୍ପୂର୍ଣ୍ଣ ନାମ ହେଉଛି – କମ୍ପ୍ୟୁଟରୀକରଣ ଟମୋଗ୍ରାଫି ସ୍କାନ୍ (ସିଟି ସ୍କାନ୍)। ସାଧାରଣତଃ ସମସ୍ତଙ୍କୁ ସିଟି ସ୍କାନ୍…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଖବର ମିଳିଛି।  ସୂଚନା ମୁତାବକ ଆଜି ସକାଳେ ବଡପଦର ଗ୍ରାମର ସ୍ବର୍ଗତ ବ୍ରଜବନ୍ଧୁ ପଲେଇଙ୍କ ପୁତ୍ର ମୋହନ ପଲେଇ (୨୫) ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ କଉଡ଼ିଖଣି ଛକ ଅତିକ୍ରମ କରିବା ବେଳକୁ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଅଜଣା ଗାଡ଼ି ମୋହନଙ୍କୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଶବକୁ ବାଣପୁର ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଠାବ କରିବା…

Read More

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ଜାରି କରାଯାଇଥିବା ସେପ୍ଟେମ୍ବର ମାସ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ରହିଛି। ଅଗଷ୍ଟ ମାସରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୭.୪ ଏମ୍‌ବିପିଏସ୍ ଥିଲା। ନିକଟରେ ଓକ୍‌ଲା ପକ୍ଷରୁ ରାଜଧାନୀ ଦିଲ୍ଲୀ ସମେତ ଚାରିଟି ସହରରେ ହାରାହାରି ୫ଜି ସ୍ପିଡ୍‌ର ତଥ୍ୟ ଜାରି କରାଯାଇଥିଲା। ସେଥିରେ ରିଲାଏନ୍ସ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ବହୁ ଆଗରେ ରହିଥିଲା। ଦିଲ୍ଲୀରେ ଜିଓ ୬୦୦ ଏମ୍‌ବିପିଏସ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ହାସଲ କରିଥିଲା। ଅନ୍ୟ ପକ୍ଷରେ ଟ୍ରାଇ ତଥ୍ୟ ଅନୁଯାୟୀ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସେପ୍ଟେମ୍ବର ସୁଦ୍ଧା ୧୨.୭ ଏମ୍‌ବିପିଏସ୍‌କୁ…

Read More