Author: Samikhsya Bureau

ଚାଣକ୍ୟ ନୀତି: ଚାଣକ୍ୟ ନୀତି ଅନୁଯାୟୀ, ସଙ୍କଟ କେବେ ଆଗୁଆ ସୂଚନା ଦେଇ ଆସେ ନାହିଁ। ଯେଉଁମାନେ ପ୍ରତ୍ୟେକ ସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିଥାନ୍ତି, ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ ପଡିବ ନାହିଁ। କରୋନା କ୍ଷେତ୍ରରେ, ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ପରାମର୍ଶ ସମ୍ପୂର୍ଣ୍ଣ ରୂପେ ଖାପ ଖାଉଛି। ସଙ୍କଟ ସମୟରେ ଅବହେଳା ଅତ୍ୟଧିକ ଖରାପ ହୋଇପାରେ: ଯଦି ଆପଣ ଏକ ଶକ୍ତିଶାଳୀ ଶତ୍ରୁକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ରଣନୀତି ପ୍ରସ୍ତୁତ କରାଯିବା ଉଚିତ୍। ଯେକୌଣସି ପ୍ରକାରର ଅବହେଳା ମହଙ୍ଗା ହୋଇପାରେ। ଚାଣକ୍ୟ ନୀତି ଅନୁଯାୟୀ, ସଙ୍କଟ ସମୟରେ ପ୍ରଥମେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ୍। ଏହା ପରେ ଅନ୍ୟ ଲୋକଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଯିବା ଉଚିତ୍। ଯେକୌଣସି ଯୁଦ୍ଧରେ ଜିତିବା ପାଇଁ ନିୟମ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ପରି ମହାମାରୀକୁ ଏଡାଇବା ପାଇଁ ନିୟମ ମଧ୍ୟ ଦିଆଯାଇଛି।…

Read More

ବାସ୍ତୁ ଟିପ୍ସ: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌।…

Read More

ମେଷ- ଘରର ପରିବେଶ ସୁଖଦ ହେବ। ଆର୍ଥିକ ଲାଭ ସହିତ ବ୍ୟବସାୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ଆଜି ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହୋଇପାରେ। ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିପାରନ୍ତି। ଆପଣ ରୋଜଗାରର ସୁଯୋଗ ପାଇପାରିବେ। ବ୍ୟବସାୟ ସହିତ ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ରହିବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହୋଇପାରିବ। ଆପଣଙ୍କର ଆତ୍ମବିଶ୍ୱାସ ବଢିପାରେ। ମନ୍ଦିରରେ କର୍ପୁର ଆଳତି ଲାଗି କରନ୍ତୁ, ବ୍ୟବସାୟରେ ଲାଭ ହେବ। ଆପଣ ବୃତ୍ତିଗତ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ନୂତନ ବସ୍ତ୍ର ଏବଂ ଅଳଙ୍କାର ପଛରେ ଟଙ୍କା ଖର୍ଚ୍ଚ ହେବ। ବୃଷ- ଆର୍ଥିକ ଲାଭ ପାଇଁ ଆଜି ଭଲ ସୁଯୋଗ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଭ୍ରମଣରୁ ଆପଣ ଉପକୃତ ହେବେ। ଆପଣ ଜଣେ ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ପରିବାରର ସମସ୍ତ ସଦସ୍ୟଙ୍କ ସହିତ ପାରସ୍ପରିକ ସମନ୍ୱୟ ରହିବ।…

Read More

ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡଃ ଲେନିନ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି କ୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେଆଜି ଡଃ ମହାନ୍ତିଓଟିଡିସି କାର‌୍ୟ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ଵେତାସ୍ନିଗ୍ଧା ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଅଂଶୁମାନ ରଥ, ଓଟିଡିସିର ମ୍ୟାନେଜର ଶ୍ରୀ ଶକ୍ତିକାନ୍ତ ରାୟ, କାର୍ଯ୍ୟାଳୟର କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଡଃ ମହାନ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ନୂତନ କାର‌୍ୟ୍ୟଭାର ଗ୍ରହଣ ଅବସରରେ ଡଃ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଯେଉଁ ଦାୟିତ୍ୱ ଦେଇଛନ୍ତି, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସେ ଉତ୍ସର୍ଗୀକୃତ ଭାବେ…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହାଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ଥିକ ଉନ୍ନତି ଆସିପାରିଛି। ନିଜେ ରୋଜଗାର କରିପାରୁଥିବା ଯୋଗୁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା ମାନେ…

Read More

ନୂଆଦିଲ୍ଲୀ: ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀଙ୍କ ସମ୍ମିଳନୀ ୧୪ ରୁ ୧୫ଅକ୍ଟୋବର, ୨୦୨୨ ରେ ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହେଉଛି। ଉଦ୍‌ଘାଟନୀ ଅଧିବେଶନରେ ଆର.କେ. ସିଂ, କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କୃଷ୍ଣ ପାଲ ଗୁଜର, ଶକ୍ତି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ସହ ଡେପୁଟି ସିଏମ୍/ଶକ୍ତି/ଏନଆରଇ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ବିଦ୍ୟୁତ୍ କ୍ଷେତ୍ରରେ ଅତିରିକ୍ତ ଉତ୍ପାଦନ କ୍ଷମତା, ଜାତୀୟ ଗ୍ରୀଡର ବିକାଶ, ସମସ୍ତ ପରିବାରକୁ ସାର୍ବଜନିନ ସୁବିଧା ତଥା ଗ୍ରାମାଞ୍ଚଳକୁ ଯୋଗାଣରେ ଉନ୍ନତି ଆଣିବାରେ ଆର.କେ ସିଂ ଗତ ବର୍ଷଗୁଡିକରେ ପ୍ରାପ୍ତ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସେମାନଙ୍କର ସହଯୋଗ ଏବଂ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହା ସୂଚନା ପ୍ରଦାନ କରାଯାଇଥିଲା ଯେ…

Read More

ଭୁବନେଶ୍ଵର: ଆଇଏନଏସ ଅରିହନ୍ତରୁ ଅକ୍ଟୋବର ୧୪, ୨୦୨୨ରେ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର (ଏସଏଲବିଏମ)ର ସଫଳ ପରୀକ୍ଷଣ କରାଯାଇଛି। ଏକ ନିର୍ଦ୍ଧାରିତ ଦୂରତାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହା ଉଚ୍ଚ ସଠିକତା ସହିତ ବଙ୍ଗୋପସାଗରରେ ଥିବା ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ ହୋଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡ ସଠିକ୍‌ ପ୍ରମାଣିତ ହୋଇଥିଲା। ଭାରତର ଆଣବିକ ପ୍ରତିରକ୍ଷା ସାମର୍ଥ୍ୟର ଏକ ପ୍ରମୁଖ ଉପାଦାନ ଭାବେ ପରିଗଣିତ ଏସଏସବିଏନର କାର୍ଯ୍ୟକ୍ରମ ପରିଚାଳନା ଦକ୍ଷତା ଏବଂ ପ୍ରାମାଣିକତା ଲାଗି ଆଇଏନଏସ ଅରିହନ୍ତ ଦ୍ବାରା ଏସଏଲବିଏମର ତାଲିମ ପ୍ରକ୍ଷେପଣ ସଫଳ ହେବା ଗୁରୁତ୍ବପୂର୍ଣ୍ଣ। ଭାରତର ‘ବିଶ୍ବସନୀୟ ସର୍ବନିମ୍ନ ପ୍ରତିରକ୍ଷା’ ନୀତିକୁ ଧ୍ୟାନରେ ରଖି ଏହା ଏକ ମଜବୁତ, ସକ୍ରିୟ ଏବଂ ସୁନିଶ୍ଚିତ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ଦେଶର ‘ପ୍ରଥମ ଉପଯୋଗ ନକରିବା’ ପ୍ରତିବଦ୍ଧତା ରେଖାଙ୍କିତ ହୋଇଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର। ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ ବୋଲି  ଆଜି ଆଇଆଇଟି ଦିଲ୍ଲୀରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ସବୁ ଆଇଆଇଟି- ଆର୍ ଆଣ୍ଡ୍ ଡି ପ୍ରଦର୍ଶନୀ ‘ଇନଭେନଟିଭ୍ ୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।   ବିଶ୍ୱର ଅନେକ ଦେଶ ଆଇଆଇଟି କ୍ୟାମ୍ପସ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ହିଁ ଆମ ଆଇଆଇଟିର ଜ୍ଞାନ ଓ ଗୁଣବତ୍ତାକୁ ପରିଚୟ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଅନୁସନ୍ଧାନ’ର ନାରା ଦେଇଛନ୍ତି। ଆଇଆଇଟି ଦିଲ୍ଲୀରେ ଅନୁଷ୍ଠିତ ଇନଭେନଟିଭ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ଆଗକୁ ନେଉଛି। ସେହିପରି ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଅନେକ ଟେକ୍ନୋଲୋଜି ଉଭାବନ କରାଯାଉଛି। ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଉଦ୍ଭାବନ ହେଉଅଛି। ଏହି…

Read More

ଭୁବନେଶ୍ଵର: ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡ୍ ଗେଜ୍ ନେଟୱର୍କର ବିଦ୍ୟୁତିକରଣର ଯୋଜନା ଆରମ୍ଭ କରିଛନ୍ତି, ଯାହାର ଫଳସ୍ବରୂପ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ, ଥ୍ରୁପୁଟରେ ବୃଦ୍ଧି ଓ ଇନ୍ଧନରେ ହେଉଥିବା ବ୍ୟୟ ହ୍ରାସ ପାଇଛି। ଏହା ଜରିଆରେ ବହୁମୁଲ୍ୟ ବିଦେଶୀ ମୁଦ୍ରାର ମଧ୍ୟ ସଞ୍ଚୟ ହୋଇପାରିବ। ଆର୍ଥିକ ବର୍ଷ 2022-23 ସମୟରେ, ସେପ୍ଟେମ୍ବର 2022 ସୁଦ୍ଧା ଭାରତୀୟ ରେଳ ଆର୍ଥିକ ବର୍ଷ 2021-22 ର ଏହି ଅବଧି ସମୟରେ ହାସଲ କରିଥିବା 562 ରୁଟ୍ କିଲୋମିଟର (ଆରକେଏମ୍) ତୁଳନାରେ 851 ରୁଟ୍ କିଲୋମିଟର (ଆରକେଏମ୍‌) ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିଛନ୍ତି। ଏହା ଗତ ବର୍ଷର ଏହି ଅବଧିର ସଂଖ୍ୟା ଠାରୁ 51.4% ଅଧିକ ଅଟେ। ଏହି ଆର୍ଥିକ ବର୍ଷ ସମୟରେ ବିଦ୍ୟୁତିକରଣର ଲକ୍ଷ୍ୟ 6500 ଆରକେଏମ୍ ଅଟେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷ 2021-22 ସମୟରେ ଭାରତୀୟ ରେଳ ଇତିହାସରେ 6366 ଆରକେଏମ୍ ର ରେକର୍ଡ ବିଦ୍ୟୁତିକରଣ ହାସଲ କରିଥିଲା।…

Read More

ସୁନ୍ଦରଗଡ଼: “ପ୍ରସବର କିଛିଦିନ ଆଗରୁ ମୁଁ ଘରୁ ପୋଇଗାଁ ମା’ ଗୃହକୁ ଆସିଥିଲି। ସେଠାରେ ମୋର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଠିକ ସମୟରେ ସେଠାରୁ ଡାକ୍ତରଖାନା ଯାଇ ମୁଁ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିଛି। ପ୍ରସବ ପରେ ପୁଣି ୮ ଦିନ ଯାଏଁ ମୁଁ ମା’ ଗୃହରେ ମଧ୍ୟ ରହିଥିଲି। ଏହି ସମୟରେ ଛୁଆର କିପରି ଯତ୍ନ ସେବା ନିଆଯିବ ସେ ବିଷୟରେ ମତେ ଦିଦିମାନେ ବୁଝାଇ କହିଥିଲେ”, ନିଜର ଅନୁଭୂତି ବର୍ଣ୍ଣନା କରି କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍ ମହୁଲପଦା ଗାଁର ଜଣେ ମା’ ବାସନ୍ତୀ ଦେହୁରୀ। “ଆମ ଘରଠୁ ଡାକ୍ତରଖାନା ଟିକେ ଦୂର। ତେଣୁ ମୋର ପ୍ରସବ କେମିତି ଭଲରେ ଭଲରେ ହେବ ସେଥିଲାଗି ମୁଁ ଚିନ୍ତାରେ ଥିଲି। ତେବେ ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ଖତକୁରବାହାଲସ୍ଥିତ ମା’ ଗୃହକୁ ଆସିବା ପରେ ମୋର ସବୁ ଚିନ୍ତା ଦୂର ହୋଇଗଲା”, କହନ୍ତି କୁତ୍ରା…

Read More

ମୁମ୍ବାଇ: ରିଲାଏନ୍‌ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ଆଜି ‘ବେଷ୍ଟିଭାଲ୍ ସେଲ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଭାରତର ସର୍ବବୃହତ୍ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଇ-ମାର୍କେଟ୍‌ପ୍ଳେସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି। ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍‌, କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍। ଏହି ସେଲ୍ ଜିଓମାର୍ଟରେ, ଇ-ମାର୍କେଟ୍‌ପ୍ଲେସ ପ୍ଲାଟଫର୍ମରେ ତଥା ୩୦୦୦+ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଂଟ। ଗତ ୨ ବର୍ଷ ଧରି, ସ୍ମାର୍ଟ ଷ୍ଟୋର ଭାଲ୍ୟୁ ସପିଂ, ଡେଷ୍ଟିନେସନ ସପିଂ ଓ ସୁବିଧାଜନକ ସପିଂ ଫର୍ମାଟକୁ ସଂପ୍ରସାରିତ କରିଛି। ଫିଜିକାଲ୍ ଷ୍ଟୋରର ବ୍ୟାପକ ନେଟୱର୍କ ସହିତ ଦୃଢ଼ ପାର୍ଟନର ନେଟୱର୍କ,…

Read More

ସମ୍ବଲପୁର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସାଂସଦ ସୁରେଶ ପୂଜାରୀ, ନିରଞ୍ଜନ ବିଶି, ସପ୍ତଗିରି ଶଙ୍କର ଉଲ୍ଲାକା, ବସନ୍ତ କୁମାର ପଣ୍ଡା ଏବଂ ନୀତେଶ ଗଙ୍ଗଦେବ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ। ବଲାଙ୍ଗୀର ସାଂସଦଙ୍କ ପ୍ରତିନିଥି ରାଜେଶ ଅଗ୍ରୱାଲ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂହ ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ…

Read More

ନୂଆଦିଲ୍ଲୀ: ମହମ୍ମଦ ଶାମି ଟି-୨୦ ବିଶ୍ୱକପ ଖେଳିବେ। ତାଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଦଳରେ ସ୍ଥାନ ଦିଆଯାଇଛି। ପିଠିରେ ଆଘାତ ଲାଗିଥିବାରୁ ବୁମରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ନିକଟରେ ଶାମି ଏନସିଏରେ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୁଧବାର ଅଷ୍ଟ୍ରେଲିଆ ଯାଇଥିଲେ। ବିଶ୍ୱକପ୍‌ର ମ୍ୟାଚ୍ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଛି। ଅକ୍ଟୋବର ୨୩ ତାରିଖରେ ଭାରତକୁ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ। ଗତ ଟି-୨୦ ବିଶ୍ୱକପରେ ଶାମି ମଧ୍ୟ ଭାରତୀୟ ଦଳର ଅଂଶ ହୋଇଥିଲେ। ଏଥର ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଯାଉଛି। ଏଥର ମୋଟ ୧୬ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି। ବିସିସିଆଇ ଦ୍ଵାରା ଜାରି ଏକ ବିବୃତ୍ତିରେ ସଚିବ ଜୟ ଶାହା କହିଛନ୍ତି ଯେ, ବୁମରାଙ୍କ ବଦଳରେ ଚୟନ କମିଟି ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ସେ ଅଷ୍ଟ୍ରେଲିଆରେ ପହଞ୍ଚି ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗଦେବେ। ଏହା…

Read More

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶରେ ଭୋଟ ହେବ। ଗୋଟିଏ ପର୍ଯ୍ୟୟରେ ନିର୍ବାଚନ ହେବ। ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ତେବେ ସେଥିପାଇଁ ଅକ୍ଟୋବର ୧୭ ତାରିଖରେ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ ୨୫ ତାରିଖରେ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିଛି। ଚଳିତ ମାସ ୨୭ ତାରିଖରେ ପ୍ରାର୍ଥୀ ପାତ୍ର ଯାଞ୍ଚ କରାଯିବ। ସେହିଭଳି ଚଳିତ ମାସ ୨୯ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ।

Read More

ଭୁବନେଶ୍ବର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ ଆଇସିଏଆର-ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଭର୍ଚୁଆଲ ମାଧ୍ୟମରେ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ କହିଥିଲେ ଯେ, କୃଷି କ୍ଷେତ୍ରରେ ଆମର ଗବେଷଣା ଓ ବିକାଶ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି ଏବଂ ଏହାର ଫଳାଫଳକୁ ତୃଣମୂଳସ୍ତରରେ କୃଷକଙ୍କ ନିକଟରେ ପହଞ୍ଚାଇବା ଜରୁରି। ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ହେଲେ, ଋଣ ବୋଝ କମାଇବାର ଆବଶ୍ୟକତା ରହିଛି। ଏଥିସହିତ ସେମାନଙ୍କୁ ବିହନ, ବଜାର ସୁବିଧା ଯୋଗାଇ…

Read More

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ। ସେ ପୂର୍ବରୁ ବିଜେଡି ବିଧାୟକ ଥିଲେ, ଏପରିକି ଧାମନଗରରେ ବିଜେଡି ସଂଗଠନକୁ ସୁଦୃଢ ମଧ୍ୟ ରଖିଥିଲେ। ହେଲେ ଏହି ଉପନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଲା ନାହିଁ। ଅନ୍ୟପକ୍ଷରେ ତାଙ୍କ ପାଖରେ କାମ କରୁଥିବା ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଟିକେଟ ମିଳିଲା। ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ରାଜେନ୍ଦ୍ର। ତାଙ୍କୁ ବିଜେଡି ତରଫରୁ ପ୍ରଣବ ପ୍ରକାଶ ଦାସ ମନେଇବାରେ ବହୁ ଚେଷ୍ଠା ମଧ୍ୟ କରିଛନ୍ତି। ସେ ରାଜି ମଧ୍ୟ ହୋଇଥିଲେ। ଟିକେଟ ଘୋଷଣା ବେଳକୁ ସେ ପାଖରେ ମଧ୍ୟ ଥିଲେ। ହେଲେ ନିର୍ବାଚନ ମଣ୍ଡଳୀ ଯିବା ପରେ ତାଙ୍କର ପଟ ବଦଳି ଗଲା। କର୍ମିମାନେ ଅବନ୍ତିଙ୍କୁ ଟିକେଟ ଦେବାକୁ ନେଇ ସହଜରେ ଗ୍ରହଣ କଲେ ନାହିଁ। ଗତକାଲି ସେ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା…

Read More

ଭୁବନେଶ୍ବର: ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି। ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି। ରାଜ୍ୟ ସରକାର ଏବେ ‘୫-ଟି’ ଉପକ୍ରମ ଆଧାରରେ ଜନସାଧାରଣଙ୍କୁ ତ୍ୱରିତସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ‘୫-ଟି’ ଉପକ୍ରମ ଆଧାରରେ ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ। ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ। ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଭୂବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଠାରେ ଆୟୋଜିତ ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଏହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ…

Read More

ନୂଆଦିଲ୍ଲୀ: ଘରୋଇ ଟୁର୍ଣ୍ଣାମେଣ୍ଟରେ ପୃଥ୍ବୀ ଶ’ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଆଜି ଆସାମ ବିପକ୍ଷରେ ଟି-୨୦ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୨-୨୩ ର ଏକ ମ୍ୟାଚରେ ଶତକ ମାରିଛନ୍ତି। ଏହା ହେଉଛି ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ। ଏହାପୂର୍ବରୁ ସେ ୧୮ ଟି ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ୯୯ ରନ୍ ତାଙ୍କର ସର୍ବାଧିକ ସ୍କୋର ଥିଲା। ୨୨ ବର୍ଷୀୟ ଶ’ ମାତ୍ର ୪୬ ବଲରେ ଶତକ ହାସଲ କରିଥିଲେ। ତେବେ ସେ ମୋଟ ୬୧ ଟି ବଲରେ ୧୩୪ ରନ୍ ସ୍କୋର କରିବା ପରେ ଆଉଟ ଯାଇଥିଲା। ଏହି ପାଳିରେ ସେ ୧୩ ଟିଚୌକା ଏବଂ ୯ ଟି ଛକା ମାରିଥିଲେ। ଏହି ଉପାୟରେ ସେ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଆସାମ ବିପକ୍ଷରେ ପ୍ରଥମେ ଖେଳି ମୁମ୍ବାଇ 20 ଓଭରରେ 3 ୱିକେଟ୍ ପାଇଁ 230…

Read More

ନୂଆଦିଲ୍ଲୀ: ଆଜି ଘୋଷଣା ହେବା ବହୁ ଚର୍ଚ୍ଚିତ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ। ଏଥିସହିତ ହିମାଚଳ ପ୍ରଦେଶ ବିଧାନ ସଭା ତାରିଖ ମଧ୍ୟ ଘୋଷଣା ହେବ। ଆଜି ଅପରାହ୍ନ ତିନିଟାରେ ଭାରତ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ତେବେ କଣ ପାଇଁ ଡାକିଛନ୍ତି ତାହାର ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ଦୁଇ ରାଜ୍ୟ ନିର୍ବାଚନ ଘୋଷଣା ହୋଇଥିବ ବୋଲି ଅନୁମାନ କରାଯାଇଛି। ଗୁଜରାଟ ବିଧାନସଭା କାର୍ଯ୍ୟକାଳ ୨୦୨୩  ଫେବ୍ରୁଆରୀ ୨୩ ତାରିଖରେ ଶେଷ ହେଉଥିବା ବେଳେ ହିମାଚଳ ପ୍ରଦେଶ ବିଧାନସଭା ଜାନୁଆରୀ ୮ରେ ଶେଷ ହେଉଛି। ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ସମସ୍ତ ରାଜନୈତିକ ଦଳର ସେଠାରେ ତତ୍ପରତା ପ୍ରକାଶ ପାଇଛି।

Read More

ଭଦ୍ରକ: ଶେଷରେ ବହୁ ବାଦବିବାଦ ପରେ ବର୍ତ୍ତମାନ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ଆଜି ସକାଳେ ତାଙ୍କର ସମର୍ଥକଙ୍କ ସହିତ ବିରାଟ ପଦଯାତ୍ରାରେ ଯାଇ ଏହି ନାମାଙ୍କନ ଭରିଛନ୍ତି। ଫଳରେ ରାଜେନ୍ଦ୍ରଙ୍କୁ ପରିଚାଳନା କରିବାରେ ବିଜେଡି ଫେଲ ମାରିଛି। ବିଜେଡି ତରଫରୁ ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ତୀବ୍ର ଅସନ୍ତୁଷ୍ଟ ଥିଲେ। ସେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଘୋଷଣା କରିଥିଲେ। ଫଳରେ ଧାମନଗର ରାଜନୀତି ଚଳଚଞ୍ଚ ହୋଇପଡିଲା। କାରଣ ରାଜେନ୍ଦ୍ର ଦାସ ଜଣେ ପୂର୍ବତନ ବିଧାୟକ ଭାବେ ତାଙ୍କର ସଂଗଠନ ରହିଛି। ଫଳରେ ସେ ଏହି ଉପନିର୍ବାଚନରେ ବେଶ ଟକ୍କର ଦେବେ ବୋଲି ସମ୍ଭାବନା ସୃଷ୍ଟି କରିଛି। ତେବେ ପରବର୍ତ୍ତି ସମୟରେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି।

Read More

ପାଟନା: ବିହାରରେ ସିବିଆଇ, ଇଡି, ଆୟକର ଦ୍ୱାରା ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପାଟନାରେ ପୁଣି ଥରେ ଇନକମ ଟ୍ୟାକ୍ସ ବିହାରର ପ୍ରସିଦ୍ଧ ବିଲଡର ତଥା ବ୍ୟବସାୟୀ ଗବୁ ସିଂଙ୍କ ଘରେ ଚଢାଉ କରିଛି। ଏହି ଚଢାଉ ଅନେକ ସ୍ଥାନରେ ଏକାସାଙ୍ଗରେ କରାଯାଉଛି। ଗବୁ ସିଂ ମଧ୍ୟ ବିହାରର ଅନେକ ଶାସକ ଦଳର ନେତାଙ୍କ ସହ ଅତି ନିକଟତର ବୋଲି କୁହାଯାଉଛି। ଗବୁ ସିଂଙ୍କର ମଧ୍ୟ ଏକ ରାଜନୈତିକ ପୃଷ୍ଠଭୂମି ରହିଛି। ବିଲଡର ତଥା ବ୍ୟବସାୟୀ ଗବୁ ସିଂଙ୍କ ଘର ପାଟଣାର ଶିବପୁରୀ ଅଞ୍ଚଳରେ। କୁହାଯାଉଛି ଯେ, ଏହି ଆୟକର ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇପାରେ। ଏହି କାର୍ଯ୍ଯାନୁଷ୍ଠାନ ପାଇଁ ଆୟକର ଦଳ ସକାଳେ ପହଞ୍ଚିଛନ୍ତି। ବର୍ତ୍ତମାନ ଚଢାଉ ଜାରି ରହିଛି। ସୂଚନା ମୁତାବକ ଝାଡଖଣ୍ଡ ଆୟକର ବିଭାଗର ଦଳ ମଧ୍ୟ ପାଟନାରେ ପହଞ୍ଚିଛି। କୁହାଯାଉଛି ଯେ ଗବୁ ସିଂ ଜେଡିୟୁର ରାଷ୍ଟ୍ରୀୟ ସଭାପତି ଲଲନ ସିଂଙ୍କ…

Read More