ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲୁ) ଅଧ୍ୟକ୍ଷ ସ୍ଵାତୀ ମାଲିୱାଲ ଅଭିଯୋଗ କରିଛନ୍ତି ଯେ, କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଗାଡି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ଘଟିବା ବେଳେ ସେ ଘରେ ନଥିଲେ। ସେ ଏହି ଆକ୍ରମଣକୁ ଭୟ କରିବେ ନାହିଁ ବୋଲି ମାଲିୱାଲ କହିଛନ୍ତି। ସେ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିବେ। ସ୍ଵାତୀ ମାଲିୱାଲ ଟ୍ୱିଟ କରି କହିଛନ୍ତି ଯେ, “କିଛି ସମୟ ପୂର୍ବରୁ କିଛି ଆକ୍ରମଣକାରୀ ମୋ ଘରେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ମୋର ଏବଂ ମା’ଙ୍କ କାର ଭାଙ୍ଗି ଘର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ଆମେ ଦୁହେଁ ଘରେ ନଥିଲୁ। କିଛି ଦିନ ପୂର୍ବରୁ ମାଲିୱାଲ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଉଛି। ନିକଟରେ ମିଠୁ ଅଭିଯୁକ୍ତ ସାଜିଦ ଖାନଙ୍କୁ ବିଗ ବସ୍ରୁ ବାହାର…
Author: Samikhsya Bureau
ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସରେ ୨୩୦ କିଲୋମିଟର ବେଗରେ ଚାଲୁଥିବା ବିଏମଡବ୍ଲୁ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ କାର ଭିତରେ ଥିବା କାରର ଏକ ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କାର ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭରକୁ କୁହାଯାଇଥିଲା ଯେ, ବେଗ ୩୦୦ କିଲୋମିଟର ଛୁଇଁବ। ଏହି ସମୟରେ, ଜଣେ ସାଥୀ ଶୁଣିବାକୁ ପାଇଲେ ଯେ ଚାରିଜଣ ମରିଯିବେ .. ଏବଂ କିଛି ସମୟ ପରେ ସେହି ଘଟଣା ସତ୍ୟ ହେଲା। ବିଏମଡବ୍ଲୁ କାର ସୁଲତାନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଏବଂ ଜଣେ ଯାତ୍ରୀ ସ୍ପିଡୋମିଟର ପ୍ରଦର୍ଶନ କରିବା ପାଇଁ କାର ଭିତରୁ ଫେସବୁକରେ ଲାଇଭ ଭିଡିଓ ଷ୍ଟ୍ରିମିଂ କରୁଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡଟିରେ ପାଣିର ସୁଅ ଛୁଟୁଛି। ଫଳରେ ବର୍ଷା ଜଳ ଉକ୍ତ ରୋଡ ଦେଇ କେନାଲକୁ ପ୍ରବାହିତ ହେଉଥିବା ଲାଗି ପିଚୁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଛି। ଶାଳିଆ ଡ୍ୟାମ ଜଳ ବିଲ ମଧ୍ୟକୁ ପ୍ରବେଶ କରି ଉକ୍ତ ରୋଡ ଦେଇ କେନାଲକୁ ଯାଇଥାଏ। ଯାହାଫଳରେ ବାରମ୍ବାର ରୋଡଟି ନଷ୍ଟ ହେଉଛି। ତେବେ ନିମ୍ନମାନର ମରାମତି କାର୍ଯ୍ୟ ଲାଗି ରୋଡରୁ ବାରମ୍ବାର ପିଚୁ ଉଠିବା ସହ ଗତ୍ର ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଏହି ରୋଡଟି ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ…
ଭୁବନେଶ୍ୱର: ହାଇଦ୍ରାବାଦରେ ଆରମ୍ଭ ହୋଇଛି ଇନଭେଷ୍ଟର ବା ନିବେଶ ବୈଠକ। ହାଇଦ୍ରାବାଦର ବଂଜରା ହିଲସଠାରେ ଥିବା ହୋଟେଲ ତାଜ କ୍ରିଷ୍ଣାରେ ଏହି ବୈଠକ ଚାଲିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି। ଏହି ପୁର୍ବାହ୍ନ ବୈଠକରେ ପ୍ରାୟ 40 ଜଣ ଉଦ୍ୟୋଗପତି ଯୋଗ ଦେଇଛନ୍ତି। ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶା ଶିଳ୍ପାୟନ ପାଇଁ ତଥା ପୁଂଜି ନିବେଶ ପାଇଁ କିପରି ପ୍ରକୃଷ୍ଟ କ୍ଷେତ୍ର ସେ ଉପରେ ଶିଳ୍ପପତିଙ୍କୁ ଆବଗତ କରାଉଛନ୍ତି। ଏହି ବୈଠକରେ ୪ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ସଂଧ୍ୟାରେ ଏକ ବଡ ଶିଳ୍ପପତି ଗୋଷ୍ଠିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧୀତ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଓଡିଶାରୁ ଶିଳ୍ପ ବିଭାଗର ଏକ ଟିମ ହାଇଦ୍ରାବାଦ ଗସ୍ତରେ ଅଛନ୍ତି। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପସଚିବ ହେମନ୍ତ ଶର୍ମା, 5ଟି…
ମୁମ୍ବାଇ: ମୁମ୍ବାଇର ଅନ୍ଧେରି ପୂର୍ବ ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ହୋଇପଡ଼ିଛି। ଏମଏନଏସ ମୁଖ୍ୟ ରାଜ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ବିଜେପିକୁ ନିବେଦନ କରିଛନ୍ତି ଯେ, ସ୍ୱର୍ଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ପତ୍ନୀ ରିତୁଜାଙ୍କୁ ବିନା ନିର୍ବାଚନରେ ଅନୁମତି ଦିଆଯାଉ। ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନ୍ଧେରି ପୂର୍ବ ବିଧାନସଭା ଉପ-ନିର୍ବାଚନରେ ଶିବସେନା ଉଦ୍ଧବ ଠାକରେ ଦଳ ପ୍ରାର୍ଥୀ ରିତୁଜା ଲଟକେଙ୍କ ବିଜୟ ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ରବିବାର ଆହ୍ଵାନ କରିଛନ୍ତି। ପ୍ରକାଶ ଯେ ରମେଶ ଲଟକେଙ୍କ ମୃତ୍ୟୁ ହେତୁ ଏହି ଆସନରେ ଉପ-ନିର୍ବାଚନ ହେବ। ବିଜେପିର ମୁରଜି ପଟେଲଙ୍କ ବିରୋଧରେ ରମେଶଙ୍କ ପତ୍ନୀ ରିତୁଜା ଲଟକେ ପ୍ରତିଦ୍ବନ୍ତିତା କରୁଛନ୍ତି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୧୭ ତାରିଖ। ଏହାପୂର୍ବରୁ ଏମଏନଏସ ମୁଖ୍ୟ ରାଜ ଠାକରେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ୨୦୨୨’ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କିଷାନ୍ ସମ୍ମାନ ନିଧି ର ଅଧୀନରେ ଦ୍ୱାଦଶ କିସ୍ତି ରାଶି ୧୬ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ଜାରି କରିବେ। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ୧୩ ହଜାର ୫୦୦ରୁ ଅଧିକ କୃଷକ ଏବଂ ଦେଶର ପ୍ରାୟ ୧୫୦୦ କୃଷି ଷ୍ଟାର୍ଟଅପ୍ ଏକତ୍ରିତ ହେବେ। କାର୍ଯ୍ୟକ୍ରମ ଅନୁଯାୟୀ, ସକାଳ ପ୍ରାୟ ୧୧.୩୦ ସମୟରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ହସ୍ତାନ୍ତର କରାଯିବ। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାରକୁ ପ୍ରତିବର୍ଷ ୨ ହଜାର ଟଙ୍କା ତିନିଟି କିସ୍ତିରେ ୬ ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରାଯାଇଥାଏ। PM-KISAN ଅଧୀନରେ ଯୋଗ୍ୟ କୃଷକ ପରିବାର ଏପର୍ଯ୍ୟନ୍ତ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵରରୁ ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୬ କଟକ ଜିଲ୍ଲାରୁ- ୩ ଦେବଗଡ ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୬ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୨ ପୁରୀ ଜିଲ୍ଲାରୁ- ୭ ସମ୍ବଲପୁର ଜିଲ୍ଲାରୁ- ୪ ସୋନପୁର ଜିଲ୍ଲାରୁ- ୧ ସୁନ୍ଦରଗଡ ଜିଲ୍ଲାରୁ- ୧୦ ଷ୍ଟେଟ ପୁଲରୁ- ୧ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫…
ଭୁବନେଶ୍ବର: ଶୋଇବା ସମୟରେ ହଠାତ୍ ଉଠିବା, ଶୋଇବା ସମୟରେ ହଠାତ ଉଠି ଚାଲିବା କିମ୍ବା ଶୋଇବା ସମୟରେ ଉଚ୍ଚ ସ୍ୱରରେ ଚିତ୍କାର କରିବା। ଆପଣ ହୁଏତ ଏ ବିଷୟରେ ଶୁଣିଥିବେ। ଏହା କାହା ସହିତ ବି ହୋଇପାରେ। ଏହା ଅଧିକାଂଶ ପିଲାମାନଙ୍କ ସହିତ ଘଟେ, କିନ୍ତୁ ଆପଣ ଜାଣନ୍ତି କାହିଁକି ଏହା ହୁଏ? ଏହା କିଛି ଖରାପ ସ୍ୱପ୍ନ ପଛର କାରଣ କି? ଏହା ଏକ ରୋଗ କି? ଆସନ୍ତୁ ଜାଣିବା ଏହାର କାରଣ କ’ଣ?: ଏହି ଘଟଣା ପଛରେ ଅନେକ କାରଣ ଥାଇପାରେ, ଯେପରିକି – • ଯେତେବେଳେ ଆପଣ ବହୁତ ଚାପରେ ଥାଆନ୍ତି କିମ୍ବା ଅତ୍ୟଧିକ କ୍ଳାନ୍ତ ହୁଅନ୍ତି, ସେତେବେଳେ ଏହା ଆପଣଙ୍କ ସହିତ ହୋଇପାରେ। • ଆପଣଙ୍କ ଶରୀର ଏବଂ ମନ ଆରାମ କରିବାକୁ ସମୟ ପାଇ ନଥିଲେ ମଧ୍ୟ ଏହା ହୁଏ। • ପରିବାରରେ ରାତ୍ରି ଆତଙ୍କର ଏକ ଇତିହାସ ଥାଏ, ତେବେ ଏହା ଏହିପରି…
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟନୀତିରେ କହିଛନ୍ତି ଯେ, ଯେଉଁମାନେ ବଞ୍ଚିଥିଲେ ମଧ୍ୟ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେହି ହିସାବରେ ପାଞ୍ଚ ପ୍ରକାରର ଲୋକ ଅଛନ୍ତି ସେମାନେ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେମାନେ ହେଲେ ଯାହାର ପତ୍ନୀଙ୍କର ମୃତ୍ୟୁ ହୋଇଥିବ, ଆତ୍ମୀୟସ୍ବଜନଙ୍କଠାରୁ ଅପମାନ, ଋଣଭାର, ଦୁର୍ଦ୍ଦାନ୍ତ ବା ଦୁଷ୍ଟ ମାଲିକଙ୍କ ପାଖରେ କାମ କରୁଥିବା ଏବଂ ଦାରିଦ୍ର ଭିତରେ ରହିଥିବା ଲୋକ। ଯେତେ ଧନ ସଂପତ୍ତି ଥାଉ ନା କାହିଁକି ପତ୍ନୀଙ୍କ ବିୟୋଗ ସବୁବେଳେ ଦୁଃଖଦାୟକ ହୋଇ ରହିଯାଏ। ସେହିପରି ଋଣ ନ ସୁଝିବା ପର୍ଯ୍ୟନ୍ତ କେହି ବି ଭଲରେ ରହିପାରିବ ନାହିଁ। ଅନ୍ୟ ଏକ ପ୍ରସଂଗ ହେଲା ଦୁଷ୍ଟ ବା ଦୁର୍ଦ୍ଦାନ୍ତ ଲୋକଙ୍କ ପାଖରେ କାମ କରିବାର କଷ୍ଟ ମଧ୍ୟ କିଛି କମ ନୁହେଁ।
ଭୁବନେଶ୍ବର: ଆଜି କଂଗ୍ରେସର ସଭାପତିପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ରାଜ୍ୟର କଂଗ୍ରେସ ମୁଖ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ସେହିପରି ଦିଲ୍ଲୀରେ ଏଆଇସିସି ରେ ମଧ୍ୟ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ। ବହୁ ବର୍ଷ ପରେ କଂଗ୍ରେସ ଏକ ଅଣ ଗାନ୍ଧୀ ପରିବାରର ସଭାପତି ଦେଖିବାକୁ ଯାଉଛି। କାରଣ ଏହି ସଭାପତି ଦୌଡରେ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର। ଦୀର୍ଘ ୨୨ ବର୍ଷ ବର୍ଷ ପରେ କଂଗ୍ରେସର ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଭୋଟ ଗ୍ରହଣ ପାଇଁ ଦେଶରେ ୪୦ଟି ମତଦାନ କେନ୍ଦ୍ରରେ ୬୮ ବୁଥ କରାଯାଇଛି। ଯେଉଁଥିରେ ପ୍ରଦେଶ କଂଗ୍ରେସ କମିଟିର ପ୍ରାୟ ୯ ହଜାର ୮ଶହରୁ ଅଧିକ ସଦସ୍ୟ ଓ ପ୍ରତିନିଧି ଭୋଟ ଦେବେ। ମତଦାନ ସରିବା ପରେ ବାଲାଟ ବକ୍ସକୁ ସିଲ…
ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ କିଛି ଜିନିଷ ବାସ୍ତୁ ଦୋଷ ସୃଷ୍ଟି କରେ। ଯେଉଁ କାରଣରୁ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ। ପରିବାରର କାର୍ଯ୍ୟ ଅଟକି ରହେ କିମ୍ବା ହେଉଥିବା କାମ ବନ୍ଦ ହୋଇଯାଏ। ଘରେ ଉପସ୍ଥିତ ଥିବା ନକାରାତ୍ମକ ଶକ୍ତି ବ୍ୟକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଘରେ ଉପସ୍ଥିତ ଥିବା ବାସ୍ତୁ ଦୋଷ ଯୋଗୁଁ ଘରର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଘରେ ଉପସ୍ଥିତ ଥିବା ଯେକୌଣସି ପ୍ରକାରର ବାସ୍ତୁ ଦୋଷକୁ ହଟାଇବା ପାଇଁ କର୍ପୁର ଅତ୍ୟନ୍ତ ପ୍ରଭାବଶାଳୀ। ଆସନ୍ତୁ ଜାଣିବା କର୍ପୁରର ଏପରି କିଛି ପ୍ରତିକାର ଅଛି, ଯାହା ବାସ୍ତୁ ଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ। – ଘରେ ନକାରାତ୍ମକ ଶକ୍ତି ହଟାଇବା ପାଇଁ ଏବଂ ସକରାତ୍ମକ ଶକ୍ତି ପାଇଁ କର୍ପୁର ବ୍ୟବହାର କରାଯିବା ଉଚିତ। ସେଥିପାଇଁ ଘରେ ଯଜ୍ଞ ଏବଂ ପୂଜା ସମୟରେ କର୍ପୁର ବ୍ୟବହାର କରାଯାଏ।…
ଭୁବନେଶ୍ବର: ଏହି ଦୀପାବଳୀରେ ଜୀ ସାର୍ଥକ ନେଇ ଆସିଛି ସୁନା ଜିତିବାର ସୁଯୋଗ। କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଆପଣ ହୋଇପାରିବେ ଭାଗ୍ୟଶାଳୀ ବିଜେତା। ଏନେଇ ଏକ ପ୍ରତିଯୋଗିତା ଆରମ୍ଭ ହେଉଛି। ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗୀତା ପାଇଁ ଦର୍ଶକଙ୍କୁ ଜୀ ସାର୍ଥକ ଦେଖିବାକୁ ପଡିବ। ସଂଧ୍ୟା ୫ଟାରୁ ରାତି ୧୦ ଟା ଭିତରେ ପ୍ରସାରିତ ଧାରାବାହିକରୁ କିଛି ସରଳ ପ୍ରଶ୍ନ ପଚରାଯିବ। ଉତ୍ତରଦାତାଙ୍କ ମଧ୍ୟରୁ ପ୍ରତିଦିନ ୩ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ୧ଗ୍ରାମର ଗୋଲ୍ଡ କଏନ। ସେହିଭଳି ପ୍ରତିଯୋଗୀତା ଶେଷରେ ଜଣେ ମେଗା ବିଜେତାଙ୍କୁ ୧୦ ଗ୍ରାମର ଗୋଲ୍ଡ କଏନ ପ୍ରଦାନ କରାଯିବ। ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏହି ଗୋଲଡ଼ କଏନ ଦିଆଯିବ। ଅକ୍ଟୋବର ୧୪ରୁ ଅକ୍ଟୋବର ୨୩ ଯାଏଁ ଏହି ପ୍ରତିଯୋଗୀତା ଚାଲିବ। ଜୀ ସାର୍ଥକରେ ଏବେ ଅନେକ ନୂଆ ମେଗା ସିରିୟଲ ମଧ୍ୟ ଆରମ୍ଭ ହୋଇଛି। ଏମିତିକି ପ୍ରାଇମଟାଇମରେ ପ୍ରସାରିତ ସମସ୍ତ ଓଡିଆ ମେଗା ଧାରାବାହିକ…
ମେଷ ରାଶି: ଜମି ଏବଂ ନିର୍ମାଣ ସହ ଜଡିତ ପ୍ରତିବନ୍ଧକ ଦୂର ହେବ। ଆୟ ବୃଦ୍ଧି ପାଇବ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ବିନିଯୋଗ ଶୁଭ ରହିବ। ଭାଗ୍ୟ ଆପଣଙ୍କ ସହିତ ରହିବ। ଚାକିରିରେ ଅନୁକୂଳତା ରହିବ। ସୁଖ ମିଳିବ। ବଡ କାରବାର ଆପଣଙ୍କୁ ବଡ ଲାଭ ଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରୁ ଦୂରରେ ରୁହନ୍ତୁ। କୁସଙ୍ଗତ ଠାରୁ ଦୂରେଇ ରୁହନ୍ତୁ। ବୃଷ ରାଶି: ଛାତ୍ରଛାତ୍ରୀ ସଫଳତା ପାଇବେ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିପାରନ୍ତି। ବୁଦ୍ଧିମାନ ଭାବରେ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରନ୍ତୁ। କୌଣସି ତତ୍ପରତା ଦେଖାନ୍ତୁ ନାହିଁ। ସମୟ ଅନୁକୂଳ ରହିବ। ଯାତ୍ରା ଉପଭୋଗ୍ୟ ହେବ। କୌଣସି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ମିଥୁନ ରାଶି: ବ୍ୟବସାୟ ଭଲ ରହିବ। ଆୟରେ ନିଶ୍ଚିତତା ରହିବ। ଅଯଥା ବ୍ୟସ୍ତତା ରହିବେ। ସମୟ ନଷ୍ଟ ହେବ। ଦୂରରୁ ଦୁଃଖଦ ଖବର ମିଳିପାରେ।…
ଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ଦେଶରେ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ବକ୍ତବ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ଚିକିତ୍ସା କ୍ଷେତ୍ର ନିମନ୍ତେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବର୍ଷ, ସମୟ ଆସିବ ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ଆଜି ଦେଶର ଶିକ୍ଷା କ୍ଷେତ୍ରର ପୁର୍ନନିର୍ମାଣର ଦିନ ବୋଲି ସେ କହିଥିଲେ। ଶ୍ରୀ ଶାହ କହିଥିଲେ ଯେ, ପ୍ରାଥମିକ, ବୈଷୟିକ ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଶିକ୍ଷା ନୀତିରେ ଏକ ବଡ଼ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ,…
ଭୁବନେଶ୍ବର: ସୁଦୁର ସାଉଦୀ ଆରବର ରାଜଧାନୀ ରିୟାଦ୍ ରେ ଅବସ୍ଥିତ ଓଡିଆ ସାଂଗଠନ ରୋଜା ବା ରିୟାଦ୍ ଓଡିଶା ସାଂସ୍କୃତିକ ତଥା ସାମାଜିକ ସଂଗଠନ ର ୧୪ତମ ବାର୍ଷିକ ଉତ୍ସବ ଅକ୍ଟୋବର ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ବାହାରର ଓଡିଆ ସାଂସ୍କୃତିର ପ୍ରଚାର ପ୍ରସାର ଦିଗରର ରୋଜା ଅନୁଷ୍ଠାନ ବିଗତ କିଛି ବର୍ଷ ଧରି ତାର ସଫଳ ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ତଥା ବିହାର ଭଳି ଅନ୍ୟ ରାଜ୍ୟରୁ ସାଉଦି ଆରବରର ଅବସ୍ଥିତ ପ୍ରବାସୀ ଭାରତୀୟ ପ୍ରତିନିଧୀ ତଥା ଜୁବେଲ ସହରରେ ଗଠିତ ଓଡିଆ ସଂଗଠନ ଉତ୍କଳିକା ଏବଂ ଦମାମ ସହରରେ ଗଠିତ ଓଡିଆ ସଂଗଠନ କଳିଙ୍ଗନ ର ସଦସ୍ୟ ତଥା ବିଭିନ୍ନ ପ୍ରଦେଶର ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ବିଶେଷ ପ୍ରେରଣା ଦାୟକ ହୋଇଥିଲା। ଏହି ଅବସରରର ବିଶିଷ୍ଟ ସମାଜରସବୀ ତଥା ଶିଳ୍ପପତି ତଥା ଉତ୍କଳଜ୍ୟୋତି ଡକ୍ଟର ଦେବ୍ ମହାନ୍ତି ମୁଖ୍ୟ ଅତିଥି ଭାବେ…
ଖୋର୍ଦ୍ଧା/ବେଗୁନିଆ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏଥର ମଞ୍ଚରେ ନାଚୁଥିବାର ଭିଡିଓକୁ ନେଇ ଚର୍ଚ୍ଚା ହେଉଛି। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପରିଛଳ ବାଣିଜ୍ୟ ବିକାଶ ବଣିକ ସଂଘ ତରଫରୁ ଗଜଲକ୍ଷ୍ମୀ ମହୋତ୍ସବ ଆରମ୍ଭ ହୋଇଥିଲା। କିନ୍ତୁ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ଧୁମଧାମରେ ପାଳନ କରାଯାଇଥିଲା। ଆୟୋଜିତ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେଣୁ ମଞ୍ଚରେ ନାଚ ଗୀତର ଆୟୋଜନ କରାଯାଇଥିଲା। ତେବେ ଏହି ମଞ୍ଚରେ ହଠାତ ଚିଲିକା ବିଧାୟକଙ୍କ ଉପସ୍ଥିତି ଏବଂ କଳାକାରଙ୍କ ମେଳରେ ନାଚିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉଲ୍ଲେଖ ଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ପାଇଁ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ…
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହିତ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ କୌଣସି ଦେଶକୁ ଆଘାତ କରିବାକୁ ଚେଷ୍ଟା କରି ନାହିଁ, କିନ୍ତୁ ଯଦି କେହି ଭାରତ ଉପରେ ଖରାପ ନଜର ପକାଏ, ତେବେ ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଏକ ଭର୍ଚୁଆଲ୍ ଇଭେଣ୍ଟରେ ରାଜନାଥ ସିଂ କହିଛନ୍ତି ଯେ, ସୀମା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ଦେଶ ସମସ୍ତ ଆହ୍ଵାନର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଶସ୍ତ୍ର ବାହିନୀକୁ ସ୍ୱଦେଶୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଶକ୍ତ କରିବା ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ହେଉଛି ସରକାରଙ୍କ ପ୍ରାଥମିକତା। ରାଜନାଥ ସିଂ କହିଛନ୍ତି ଯେ କ୍ଷେତ୍ର, ଧର୍ମ, ଜାତି ଏବଂ ଭାଷାର ପ୍ରତିବନ୍ଧକରୁ ଉପରକୁ ଉଠି ସଶସ୍ତ୍ର ବାହିନୀର ସୈନିକମାନେ ନିଃସ୍ୱାର୍ଥପର ଭାବରେ ଦେଶ ସେବା…
ବାଲୁଗାଁ: ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ବାଲୁଗାଁ ଉଚ୍ଚବିଦ୍ୟାଳୟ ପରିସରରେ କ୍ଲବର ସଭାପତି ରୋଟାରିଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜଗତର ନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ସାଧାରଣ ସଚିବ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ଉଦଘାଟନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଅନୁଷ୍ଠାନିକ ଭାବେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ବାଣପୁର ବ୍ଲକର ସହ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ, ବାଲୁଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ, କ୍ଲବ ଉପଦେଷ୍ଟା ରୋଟାରିଆନ ମୃଣାଲ କାନ୍ତି ନାୟକ ରୋଟାରୀ କ୍ଲବ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ରାଷ୍ଟ୍ର ନିର୍ମାତା ପୁରସ୍କାରର ଗୁରୁତ୍ୱ,…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସଂନ୍ଧ୍ୟାରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ବିଜେଡି ପକ୍ଷରୁ ସାମୁହିକ ଦୀପ ଦାନ କରାଯାଇଛି। ୭୭ ବର୍ଷରେ ପଦାର୍ପଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ୨୨ ବର୍ଷ ଶାସନ କାଳରେ ବିଭିନ୍ନ ଜନହିତକର କାର୍ଯ୍ୟ ସାଙ୍ଗକୁ ଉନ୍ନତିମୂଳକ ପଦକ୍ଷେପ ସାରା ରାଜ୍ୟରେ ଲୋକାଭିମୁଖୀ ହୋଇପାରିଥିବାବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରତିଟି କ୍ଷେତ୍ରରେ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବାକୁ ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି, କାଉନସିଲର ସମେତ ବହୁ ପୁରୁଖା ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 17 ଅକ୍ଟୋବର ଅପରାହ୍ନ 4 ଟାରେ ଗୁଜରାଟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ। ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଗରିବ ନାଗରିକମାନଙ୍କୁ ରୋଗ ଓ ଚିକିତ୍ସା ଉପଚାର ଜନିତ ଅତ୍ୟଧିକ ଖର୍ଚ୍ଚରୁ ସୁରକ୍ଷା ଦେବା ପାଇଁ 2012 ରେ ‘‘ମୁଖ୍ୟମନ୍ତ୍ରୀ ଅମୃତ (ଏମଏ)’’ ଯୋଜନାର ଶୁଭାରମ୍ଭ କରିଥିଲେ। ବର୍ଷ 2014 ରେ, ‘‘ଏମଏ’’ ଯୋଜନାର ସଂପ୍ରସାରଣ ସେହି ପରିବାର ଗୁଡ଼ିକୁ କଭର କରିବା ପାଇଁ କରାଯାଇଛି ଯାହାଙ୍କର ବାର୍ଷିକ ଆୟ ସୀମା 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ଏହାପରେ, ଏହି ଯୋଜନାର ଅନ୍ୟ କେତେକ ଗୋଷ୍ଠୀଙ୍କ ପାଇଁ ବିସ୍ତାର କରାଯାଇଛି। ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅମୃତମ୍ ବାତ୍ସଲ୍ୟ (ଏମଏଭି) ଯୋଜନା ଭାବରେ ନୂଆ ନାମ ପ୍ରଦାନ କରିଛନ୍ତି। ଯୋଜନାର ସଫଳତାର ଅନୁଭବ ଦ୍ବାରା ଆକର୍ଷିତ ହୋଇ, ପ୍ରଧାନମନ୍ତ୍ରୀ 2018 ରେ ଆୟୁଷ୍ମାନ ଭାରତ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ନୂଆ ରେଳ ଲାଇନ ସର୍ଭେକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ବଡ଼କୁଳ ଠାରେ ଥିବା ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିରରେ ଜିଲ୍ଲା ପରିଷଦ ପ୍ରତିନିଧି ବୁଟା ସୁନ୍ଦରାୟଙ୍କ ଆବାହକତ୍ଵରେ ପ୍ରାୟ ୪ଟି ପଂଚାୟତର ସରପଞ୍ଚଙ୍କ ସମେତ ବହୁ ଲୋକ ଏକାଠି ହୋଇଥିଲେ। ଖବରରୁ ଜଣାଯାଇଛି ବାଲୁଗାଁ ନିକଟ ଦେଇ ଦକ୍ଷିଣ ପୂର୍ବ ରେଳପଥ ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେବଳ ମାଲବାହୀ ଟ୍ରେନ ଗମନା ଗମନ ପାଇଁ କଲିକତା ଠାରୁ ବିଜୟୱାଡା ପର୍ଯ୍ୟନ୍ତ ନୂଆକରି ଏକ ଟ୍ରେନ ଲାଇନ ନିର୍ମାଣ ପାଇଁ ଯୋଜନା ହୋଇଛି। ଯାହା ଫଳରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସରକାର ସର୍ଭେ କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସର୍ବେକ୍ଷଣ କେତେଦୂର ଅଗ୍ରଗତି ହୋଇଛି, କେଉଁ କେଉଁ ରାଜସ୍ୱ ମୌଜ଼ାର ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି, କେଉଁ କେଉଁ ଗ୍ରାମ ତାହାର ସତ୍ତା…

