Author: Samikhsya Bureau

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା “ସମନ୍ୱିତ ଭୌତିକ ଚିକିତ୍ସା” ବା ଆଧୁନିକ ଫିଜିଓଥେରାପି ସେବା ବେଶ୍ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୬୫ ହଜାରରୁ ଅଧିକ ସେସନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ବିଭିନ୍ନ ଜନ୍ମଗତ ସମସ୍ୟା ତଥା କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଡାକ୍ତରୀ ବିଜ୍ଞାନରେ ଆଜି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି। ଭିନ୍ନକ୍ଷମଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଦେଇ ସେମାନଙ୍କ ଭିତରେ…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ବ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲିଲି ନନ୍ଦି। ତାଙ୍କ ନିକଟରୁ ୧୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୭୨/୨୨-୨୩ ରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚଲାଣ କରିଛି।

Read More

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ୍ ଭାରତର ଏଥର ଏସିଆ କପ୍ ଜିତିବାର ସମ୍ଭାବନା ଦେଖାଯାଉନାହିଁ। ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍ ହାରିଯିବା ପରେ ଭାରତ ମଧ୍ୟ ଶ୍ରୀଲଙ୍କା ଠାରୁ ହାରିଛି। ଏହା ସହିତ ତାଙ୍କର ଫାଇନାଲରେ ପହଞ୍ଚିବାର ଆଶା ପ୍ରାୟ ଶେଷ ହୋଇଯାଇଛି। ଗତ ବର୍ଷ ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମା ଅଧିନାୟକ ହୋଇଥିଲେ, ତା’ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ ହୋଇଥିଲେ। ଏହି ଦୁଇଜଣଙ୍କ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଭାରତୀୟ କ୍ରିକେଟ୍ ରେ କ୍ରମାଗତ ପରିବର୍ତ୍ତନ ଆସୁଛି। ବିଶେଷକରି ଟିମ୍ ଇଣ୍ଡିଆ, ଟି-୨୦ କ୍ରିକେଟ୍ ଏକ ଭିନ୍ନ ଢଙ୍ଗରେ ଖେଳୁଛି, କାରଣ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଏବଂ ଭାରତ ଗତ ବର୍ଷର ବିଫଳତାକୁ ଭୁଲିଯିବାକୁ ଚାହୁଁଛି ଏବଂ ଏଥର ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। କିନ୍ତୁ ଏପରି କିଛି ନିଷ୍ପତ୍ତି ଯୋଗୁଁ ବର୍ତ୍ତମାନ ଦଳ ଉପରେ ପ୍ରଭାବ ପଡୁଥିବା କୁହାଯାଉଛି।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଏମ ଗତିଶକ୍ତି ଭିତ୍ତିଭୂମିକୁ ଲାଗୁ କରିବା ଲାଗି ରେଳବାଇ ଜମି ନୀତିରେ ସଂଶୋଧନ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କାର୍ଗୋ ସମ୍ବନ୍ଧୀୟ ଗତିବିଧି, ଜନ ଉପଯୋଗିତା ଏବଂ ରେଳବାଇର ବିଶେଷ ଉପଯୋଗ ନିମନ୍ତେ ଦୀର୍ଘକାଳୀନ ଭିତ୍ତିରେ ରେଳବାଇର ଜମିକୁ ଲିଜରେ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବ: ଏହାଦ୍ବାରା ଅଧିକ କାର୍ଗୋ ଆକୃଷ୍ଟ କରିବା ଲାଗି ରେଳବାଇକୁ ସହାୟତା ମିଳିବ, ମାଲ ପରିବହନ କ୍ଷେତ୍ରରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଏହାଦ୍ବାରା ଏହି ଉଦ୍ୟୋଗର ଲଜିଷ୍ଟିକ୍ସ ଖର୍ଚ୍ଚ କମିବ। ରେଳବାଇକୁ ଅଧିକ ରାଜସ୍ବ ମଧ୍ୟ ମିଳିବ। ଜନ ଉପଯୋଗିତା ସୁବିଧା ବା ପବ୍ଲିକ ୟୁଟିଲିଟୀଜ୍‌ ପାଇଁ ମଞ୍ଜୁରି ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ କରାଯାଇଥିବା ପରିକଳ୍ପନାକୁ ଏହା ସାକାର କରିବ। ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ଦୂରସଞ୍ଚାର କେବୁଲ,…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଯକ୍ଷ୍ମା ମିଶନକୁ ପୁନଃ ଉଜ୍ଜୀବିତ କରିବା ସକାଶେ ସେପ୍ଟେମ୍ବର ୯ ତାରିଖରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ। ମାର୍ଚ୍ଚ ୨୦୧୮ ରେ ଦିଲ୍ଲୀ ଠାରେ ଏଣ୍ଡ୍‍ ଟିବି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‍ଡିଜି ଲକ୍ଷ୍ୟ ୨୦୩୦ର ପାଞ୍ଚବର୍ଷ ପୂର୍ବରୁ ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅଭିଯାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ରାଷ୍ଟ୍ରମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ଭାରତୀ ପ୍ରବୀଣ ପାୱାର, କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟପାଳ ଏବଂ ଲେଫନାଣ୍ଟ ଗଭର୍ଣ୍ଣର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେବ। ଯେହେତୁ ଦେଶ ୨୦୨୫ ସୁଦ୍ଧା ଯକ୍ଷ୍ମା ବିଲୋପ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି, ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ,…

Read More

ନୂଆଦିଲ୍ଲୀ: ​​​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ) ବା ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ନୂଆ ଯୋଜନା ମାଧ୍ୟମରେ ସାରା ଦେଶର ୧୪, ୫୦୦ଟି ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ଏଥିପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର/ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ। ପିଏମ ଶ୍ରୀ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ ପ୍ରତିଫଳିତ ହେବ ଏବଂ ବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରି ଏହା ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଛାତ୍ରଛାତ୍ରୀଙ୍କ ଜ୍ଞାନଗତ ବିକାଶ ପାଇଁ ପିଏମ ଶ୍ରୀ ବିଦ୍ୟାଳୟରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ କରାଯିବ ଏବଂ ଏଠାରୁ ଏକବିଂଶ ଶତାବ୍ଦୀର ପ୍ରମୁଖ କୌଶଳରେ ପରିପୂର୍ଣ୍ଣ ସର୍ବଗୁଣସମ୍ପନ୍ନ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷ ସୃଷ୍ଟି ହେବେ।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଓ ସ୍ୱଚ୍ଛ ଭାରତ ମିଶନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ରାଉତରାୟ ସମୀକ୍ଷା କରିଥିଲେ। ଅନୁରୂପ ଭାବେ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ଅନ୍ତର୍ଗତ ଉଭୟ ବ୍ଲକରେ ୫ ଲକ୍ଷ ୭୫ ହଜାର ଗୋଟି ଶ୍ରମ ଦିବସ ସୃଷ୍ଟି ଲକ୍ଷ ହାସଲ କରିବା ସହ ଡିସେମ୍ବର ମାସ ଶେଷ ସୁଦ୍ଧା ଉଭୟ ବ୍ଲକର ସମସ୍ତ ଗ୍ରାମଗୁଡିକୁ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଓଡ଼ିଏଫ ପ୍ଲସ ଗ୍ରାମ ଘୋଷଣା…

Read More

ଭୁବନେଶ୍ବର: ଓଡିଶା କନଷ୍ଟ୍ରକସନ ବଜାରରେ ପ୍ରବେସ କଲା ସାନି ହେଭି ଇଣ୍ଡଷ୍ଟ୍ରି ଲିମିଟେଡ। ଆଜି ଏହାର ଲଞ୍ଚିଙ୍ଗ ଅନୁଷ୍ଠିତ ହୋଇଛି। ଡ. ଉପେନ୍ଦ୍ର ନାୟକ, ଶଶାଙ୍କ ପାଣ୍ଡେ, ଧୀରଜ ପଣ୍ଡା, ରଘୁନାଥ, ସୁଶିଲ ପାତ୍ର, ସଞ୍ଜୀବ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସାନି ଲିମିଟେଡର ଓଡିଶା ମୁଖ୍ୟ ଦୁର୍ଜ୍ୟନ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଠାବାଡି ନିର୍ମାଣ ଓ କନଷ୍ଟ୍ରକସନ ବଜାରରେ ସାନିର ବହୁତ ବଡ ନାଁ ରହିଛି । ନିର୍ମାଣ ସମ୍ପର୍କିତ ଯନ୍ତ୍ରପାତିରେ ସାନିର ନାଁ ରହିଛି। ଏହା ଏକ ଚାଇନା ବହୁସ୍ଥରୀୟ କମ୍ପାନୀ ହୋଇଥିବା ବେଳେ ଭାରତୀୟ ବିଶ୍ୱ ବଜାରରେ ଏହାର ବେଶ ଚାହିଦା ରହିଛି। ପୁନେରେ କମ୍ପାନୀର ୮୦ ଏକର ଜମିରେ ଫ୍ୟାକ୍ଟ୍ରି ରହିଛି। ଯେଉଁଠାରେ ମେସିନ ସପ୍ଳାଇ ହୁଏ। କଂକ୍ରିଟ ମେସିନାରୀ ଯଥା ସିମେଣ୍ଟ ଫେଣ୍ଟା ମେସିନ ଓ ଜେସିବି ଭଳି ମେସିନ କିଣା ବିକାରେ ଏହା ଭାରତ ଓ ଦକ୍ଷିଣ ଏସିଆରେ…

Read More

ଦିଲ୍ଲୀ: ଭାରତର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋଏଲ୍ ସାନଫାନ୍ସିସ୍କୋ ଉପସାଗରୀୟ କ୍ଷେତ୍ର ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁ – ଉଦ୍ୟମୀ ମାନଙ୍କୁ ପରିବର୍ତନ ନିମନ୍ତେ ସମର୍ଥନ ଏବଂ ସେମାନଙ୍କ ଦକ୍ଷତାକୁ ଉନ୍ନତକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ଭାରତୀୟ ଷ୍ଟାର୍ଟଅପ୍, ଆମେରିକାର ନିବେଶକ ଏବଂ ଅଗ୍ରଣୀ ଷ୍ଟାର୍ଟଅପ୍ ମାନଙ୍କୁ ପାଣ୍ଠି ଯୋଗାଡ କରିବା, ବଜାର ପହଂଚ ଏବଂ ବ୍ୟବସାୟୀକରଣ ଭଳି ବିଭିନ୍ନ କ୍ଷେତ୍ର ଗୁଡିକରେ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମ ଭାରତରେ ରହିଥିବା ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥା ସହିତ ସମ୍ପର୍କିତ ବିଶେଷ ସମସ୍ୟା ଗୁଡିକ ଉପରେ କେନ୍ଦ୍ରୀଭୂତ ହୋଇଥିବା ଏକ ବାର୍ତାଳାପ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରା ଯାଇଥିଲା। ଏହି ବୈଠକରେ ଘରୋଇ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ପ୍ରାଥମିକ ଅବସ୍ଥାରେ ଥିବା ଭାରତୀୟ ଷ୍ଟାର୍ଟଅପ୍ର ଉପସାଗରୀୟ କ୍ଷେତ୍ରରେ ରହିଥିବା ସଫଳ ପ୍ରବାସୀ…

Read More

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଅତୁଳନୀୟ ପ୍ରଦର୍ଶନ ପରେ ମହମ୍ମଦ ରିଜୱାନ୍ ଆଇସିସି ପୁରୁଷ ଟି -୨୦ ଆନ୍ତର୍ଜାତୀୟ ବ୍ୟାଟିଂ ମାନ୍ୟତାର ୮୧୫ ପଏଣ୍ଟ ସହ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ଏହା ସହ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ବାବର ଆଜାମ ଏବଂ ମିସବାହ-ଉଲ-ହକ ପରେ ଆଇସିସି ପୁରୁଷ ଟି -୨୦ ଆନ୍ତର୍ଜାତୀୟ ବ୍ୟାଟିଂ ମାନ୍ୟତାରେ ୧ ନମ୍ବର ସ୍ଥାନ ପାଇବା ପରେ ତୃତୀୟ ପାକିସ୍ତାନ ଖେଳାଳି ହୋଇଛନ୍ତି। ମହମ୍ମଦ ରିଜୱାନ୍ ବର୍ତ୍ତମାନ ବାବର ଆଜାମଙ୍କୁ ପଛରେ ପକାଇ ବିଶ୍ୱର ନୂଆ ନମ୍ବର ୧ ର ମାନ୍ୟତା ପାଇଥିବା ଟି -୨୦ ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏସିଆ କପରେ ରିଜୱାନ୍ ଭଲ ଫର୍ମରେ ଅଛନ୍ତି। ସେ ୩ ଟି ମ୍ୟାଚରେ ୧୯୨ ରନ୍ ସଂଗ୍ରହ କରି ତାଲିକାର ଶୀର୍ଷରେ ଅଛନ୍ତି। ହଂକଂ ଏବଂ ଭାରତ ବିପକ୍ଷ ମ୍ୟାଚରେ ରିଜୱାନ ବ୍ୟାଟ୍ସମ୍ୟାନଙ୍କ ସହ ଚମତ୍କାର ପ୍ରଦର୍ଶନ କରିଥିଲେ। ପାକିସ୍ତାନର କ୍ରମାଗତ ବିଜୟରେ ସେ…

Read More

ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମାଧ୍ୟମରେ ୧୫୦ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଘରୋଇ ସଂସ୍ଥା ଠାରୁ ବିଡ୍ ଆହ୍ବାନ କରାଯାଇଥିବା ସମ୍ପର୍କରେ ଏକ ପ୍ରମୁଖ ଦୈନିକ ଏବଂ ଏହାର ଡିଜିଟାଲ ସଂସ୍କରଣରେ ଖବର ପ୍ରକାଶ ପାଇଛି। ଏସବୁ ଟ୍ରେନ୍‌ରେ ଯାତ୍ରୀ ଭଡ଼ା ସମ୍ପର୍କରେ ନିଷ୍ପତ୍ତି ନେବାର ସ୍ବାଧୀନତା ଘରୋଇ ସଂସ୍ଥା ନିକଟରେ ରହିବ ବୋଲି ଏହି ଖବରରେ ଦର୍ଶାଯାଇଛି। ମାତ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ବିଭ୍ରାନ୍ତିକର ଖବରକୁ ଖଣ୍ଡନ କରାଯାଇଛି। ଏଭଳି ଖବରରେ କୌଣସି ସତ୍ୟତା ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ରେଳ ମନ୍ତ୍ରଣାଳୟ ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହିଁ କିମ୍ବା ନିକଟରେ ଏପରି କୌଣସି ବିଡ୍ ଆହ୍ବାନ କରାଯାଇନାହିଁ। ତେଣୁ ଏଭଳି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ଅଂଶୀଦାରମାନେ ଏଥିପ୍ରତି ଧ୍ୟାନ ନଦେବାକୁ ମନ୍ତ୍ରଣାଳୟ ପକ୍ଷରୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଜଣେ ଅଭିଜ୍ଞ ନେତା ଭାବରେ କର୍ଣ୍ଣାଟକର ବିକାଶ ପାଇଁ ଶ୍ରୀ ଉମେଶ କଟ୍ଟିଙ୍କ ଯୋଗଦାନ ବେଶ ମହତ୍ତ୍ୱପୂର୍ଣ୍ଣ। ତାଙ୍କ ବିୟୋଗରେ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଓ ପରିଜନଙ୍କୁ ସମବେଦନା ଜଣାଉଛି। “ଓମ ଶାନ୍ତି”।

Read More

ଭୁବନେଶ୍ବର: ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ଓଡିଶା ମୁହାଁ ଗତିକରିବାରେ ଲାଗିଛି। ଏହି ଘୂର୍ଣ୍ଣିବଳୟ ସହ ଜଡିତ ମେଘ ସମୂହର ଓଡିଶା ମୁହାଁ ହେଉଥିବାର ସାଟେଲାଇଟ ଫଟୋରେ ଜଣାପଡିଛି। ଆଜି ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ରପତ୍ତନ ଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋବସାଗର ଅଞ୍ଚଳରେ ଆଗାମୀ ଚବିଶ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣପାଗ ବିଭାଗ କହିଛି।

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀରେ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମାନହାନୀ ନୋଟିସର କପିକୁ ଚିରି ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଭି.କେ ସାକ୍ସେନାଙ୍କୁ କହିବାକୁ ଚାହେଁ ଯେ ଭାରତର ସମ୍ବିଧାନ ମୋତେ ସତ କହିବାର ଅଧିକାର ଦେଇଛନ୍ତି। ଦେଶର ସର୍ବୋଚ୍ଚ ଗୃହର ଜଣେ ସଦସ୍ୟ ଭାବରେ ମୋର ସତ କହିବାର ଅଧିକାର ଅଛି। ମୁଁ ଅଟକି ଯିବି ନାହିଁ ଏବଂ କିଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ନୋଟିସ୍ କୁ ଭୟ କରିବି ନାହିଁ। ଏବଂ ମୁଁ ଏପରି ନୋଟିସକୁ ୧୦ ଥର ଚିରି ଫୋପାଡି ଦେଉଛି | ଉଲ୍ଲେଖ ଯୋଗ୍ୟ ଯେ, ଅବକାରୀ ନୀତିକୁ ନେଇ ବିଜେପି ଏବଂ ଏଏପି ମଧ୍ୟରେ ଏକ ଦୃଢ ବିବାଦ ଲାଗି ରହିଛି। କେଜ୍ରିୱାଲଙ୍କ ଅବକାରୀ ନୀତିରେ ବିଜେପି ଦୁର୍ନୀତି ଅଭିଯୋଗ ଆଣିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଷ୍ଟିଙ୍ଗ୍ ମାଷ୍ଟରଙ୍କର…

Read More

ନୂଆଦିଲ୍ଲୀ: ଯଦି ଆପଣ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର ଅର୍ଥାତ୍ LIC ପଲିସି କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଯଦି ଆପଣ ଆପଣଙ୍କର ମୋବାଇଲ୍ ଫୋନରେ LIC ପଲିସି ସହିତ ଜଡିତ ସମସ୍ତ ଅପଡେଟ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡି। ଏହା ପରେ ଆପଣ ମୋବାଇଲରେ ସମସ୍ତ ଅପଡେଟ୍ ପାଇବା ଆରମ୍ଭ କରିବେ। ଏଠାରେ ଆମେ ସେଗୁଡିକ ବିଷୟରେ ସୂଚନା ଦେଉଛୁ। ମୋବାଇଲରେ LIC ପଲିସି ଅପଡେଟ୍ ପାଇବାକୁ ସର୍ବପ୍ରଥମେ LIC ର ଅଫିସିଆଲ୍ ୱେବସାଇଟ୍ www.licindia.in କୁ ଯାଆନ୍ତୁ। ଏଠାରେ ଆପଣ ନିଜେ ମୂଳପୃଷ୍ଠାରେ ଗ୍ରାହକ ସେବାର ବିକଳ୍ପ ଦେଖିବେ। ଗ୍ରାହକ ସେବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଆପଣ ବିଭିନ୍ନ ଅପ୍ସନ୍ ଦେଖିବେ। ଏଥିରେ, update your contact details ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଏହା ପରେ…

Read More

ନୂଆଦିଲ୍ଲୀ: ଏସିଆ କପ୍‌ର ସୁପର-୪ ରାଉଣ୍ଡରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବାକୁ ଯାଉଛି। ଯଦି ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ଫାଇନାଲରେ ପହଞ୍ଚିବାକୁ ପଡିବ, ତେବେ ଅନ୍ୟ ମ୍ୟାଚ୍ ଫଳାଫଳ ଉପରେ ନିର୍ଭର କରିବା ସହିତ ଏହାକୁ ଯେକୌଣସି ମୂଲ୍ୟରେ ଏହାର ଶେଷ ମ୍ୟାଚ୍ ଜିତିବାକୁ ପଡିବ। ଉଲ୍ଲେଖଥାଉ କି, ଯଦି ଆଜିର ମ୍ୟାଚରେ ପାକିସ୍ତାନ ଦଳ ଆଫଗାନିସ୍ତାନକୁ ପରାସ୍ତ କରେ, ତେବେ ମାମଲା ଏଠାରେ ଶେଷ ହେବ କାରଣ ଏହି ପରିସ୍ଥିତିରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବେ। ଏସିଆ କପ୍-୨୦୨୨ ର ସୁପର-୪ ପାଇଁ ବର୍ତ୍ତମାନ ତିନୋଟି ମ୍ୟାଚ୍ ବାକି ଅଛି। ଆଜି ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅଛି। ଏହା ପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ହେବ ଏବଂ ଶେଷ ମ୍ୟାଚ୍ ଶ୍ରୀଲଙ୍କା ବନାମ ପାକିସ୍ତାନ ହେବ। ଯଦି ଟିମ୍ ଇଣ୍ଡିଆକୁ…

Read More

ନୂଆଦିଲ୍ଲୀ: NEET UG 2022 ର ଫଳାଫଳ ଆଜି ପ୍ରକାଶ ପାଇବ। ଜାତୀୟ ପରୀକ୍ଷା ଏଜେନ୍ସି NTA ଅଫିସିଆଲ୍ ସାଇଟ୍ neet.nta.nic.in ଏବଂ ntaresults.nic.in ରେ NEET ପରୀକ୍ଷାର ଫଳାଫଳ ପ୍ରକାଶ କରିବ। ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଫଳାଫଳ ଯାଞ୍ଚ କରିପାରିବେ। ଏଥିପାଇଁ ସେମାନଙ୍କୁ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ସହିତ ଲଗଇନ୍ କରିବାକୁ ପଡିବ। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ପ୍ରାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏହାପୂର୍ବରୁ NTA NEET ପରୀକ୍ଷାର ପ୍ରୋଭିଜିନାଲ ଆନ୍ସର କି ପ୍ରକାଶ କରି ଛାତ୍ରମାନଙ୍କଠାରୁ ମତାମତ ଲୋଡିଥିଲା। ଏହି ପରୀକ୍ଷାର ଅନ୍ତିମ ଆନ୍ସର କି ଫଳାଫଳ ପୂର୍ବରୁ ପ୍ରକାଶ ପାଇବ। NEET ଫଳାଫଳ ସହିତ ଅଲ୍ ଇଣ୍ଡିଆ ଟପ୍ପର ଏବଂ କାଟାଗୋରୀ ୱାଇଜ କଟ୍ ଅଫ୍ ସ୍କୋରର ନାମ ମଧ୍ୟ ପ୍ରକାଶ ପାଇବ। କେନ୍ଦ୍ରୀୟ ପୁଲ୍ ଏବଂ ରାଜ୍ୟ କୋଟା ମେଡିକାଲ୍ ସିଟ୍,…

Read More

ସୀତାରାମ ଅଗ୍ରୱାଲ ବାଣପୁର/ଖଲ୍ଲିକୋଟ: ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିବା ରଙ୍ଗିଲା ଟୋକା ପୋଲିସ ଦ୍ବାରା ଗିରଫ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ମନୋଜ ବାରିକ ନାମକ ଜଣେ ଯୁବକ ଯୁବତୀମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଜଣେ ନାବାଳିକାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ଫେସବୁକ, ହ୍ଵାଟ୍ସଆପ ଭଳି ବିଭିନ୍ନ ସୋସିଆଲ ମିଡ଼ିଆରେ ପଠାଇ ଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୧୭୮/୨୦୨୧ ପୋକ୍ସ ଆକ୍ଟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମନୋଜ ବାରିକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା ପୋଲିସ। କିଛି ଦିନ ପରେ ଜେଲରୁ ଜାମିନରେ ଆସି ପୁନର୍ବାର ଉକ୍ତ ନାବାଳିକାଙ୍କ ଫଟୋକୁ ପୁଣି ଅଶ୍ଳୀଳ ଭାବେ ଏଡିଟିଂ କରି…

Read More

ନୂଆଦିଲ୍ଲୀ: କଂଗ୍ରେସ ଆଜିଠାରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବାକୁ ଯାଉଛି। କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡର ସାଂସଦ ରାହୁଲ ଗାନ୍ଧୀ ଶ୍ରୀପେରବନ୍ଦୁରରେ ପହଞ୍ଚିଛନ୍ତି। ସେଠାରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀ ରାଜୀବ ଗାନ୍ଧୀ ମେମୋରିଆଲରେ ପହଞ୍ଚି ସେଠାରେ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମିଶନ ୨୦୨୪ ପୂର୍ବରୁ କଂଗ୍ରେସ ପଦ ଯାତ୍ରା ମାଧ୍ୟମରେ ଦଳକୁ ପୁନର୍ଜୀବିତ କରିବାକୁ ଚେଷ୍ଟା ଆରମ୍ଭ କରିଛି। ଆଜିଠାରୁ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରୁଛି। ଏହି ଯାତ୍ରା ୧୨ ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଗତି କରିବ। ପ୍ରତିଦିନ ୨୧ କିଲୋମିଟର ଚାଲିବା ପରେ ୧୫୦ ଦିନରେ ୩ ହଜାର ୫୭୦ କିଲୋମିଟର ଦୂରତା କାଶ୍ମୀରରେ ପହଞ୍ଚିବ। ପୂର୍ବରୁ ଏହି ପୂରା ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଥିଲା, କିନ୍ତୁ ବର୍ତ୍ତମାନ ସେ ଏହି ଯାତ୍ରାରେ ମଝିରେ ମଝିରେ ଯୋଗଦେବେ। ରାହୁଲ…

Read More

କଲିକତା: ପଶ୍ଚିମବଙ୍ଗରେ ପୁଣି ଥରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏବେ କୋଇଲା ଦୁର୍ନୀତି ମାମଲାରେ ବଙ୍ଗଳା ଆଇନ ଏବଂ ଶ୍ରମ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ କରିଛି। ଏହି ଚଢାଉ ଆସାନସୋଲରେ ଥିବା ମନ୍ତ୍ରୀଙ୍କ ବାସଭବନରେ ଚାଲିଛି। ଉଲ୍ଲେଖ ଯୋଗ୍ୟ ଯେ, ଏହି କ୍ଷେତ୍ରରେ ED ପୂର୍ବରୁ କାର୍ଯ୍ୟାନୁଷ୍ଠାନ କରିଛି। କୋଇଲା ଦୁର୍ନୀତିରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Read More