Author: Samikhsya Bureau

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ୱଦେଶୀ ଡିଜାଇନ ଓ କାରିଗରୀ ଜ୍ଞାନ କୌଶଳରେ ବିକଶିତ ହାଲ୍‌କା ହେଲିକୋପ୍ଟର (ଏଲ୍‌ସିଏଚ୍‌) “ପ୍ରଚଣ୍ଡ” ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ହାଲ୍‌କା ଲଢୁଆ ହେଲିକୋପ୍ଟର ଭାରତୀୟ ବାୟୁସେନାର ଶକ୍ତି ଯଥେଷ୍ଟ ବଢାଇବାରେ ସହାୟକ ହେବ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏହା ଆତ୍ମନିର୍ଭରଶୀଳତାର ଏକ ସଫଳ ପଦକ୍ଷେପ। ଏହାର ନାମ ରଖାଯାଇଛି “ପ୍ରଚଣ୍ଡ”। ଏହି ହେଲିକୋପ୍ଟରର ଡିଜାଇନ ଓ ବିକାଶ କାମ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ ବା ‘ହାଲ୍‌’ ଦ୍ୱାରା କରାଯାଇଛି। ଯୋଧପୁରସ୍ଥିତ ବାୟୁସେନା ଘାଟିରେ ଏହା ଆଜି ଆନୁଷ୍ଠାନିକ ଭାବେ ପ୍ରତିରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜାଦିର ଅମୃତକାଳ ପାଳନ କରୁଥିବା ସମୟରେ ଏହା ଲଢୁଆ ହେଲିକୋପ୍ଟର ପ୍ରଚଣ୍ଡ ବାୟୁସେନାରେ ସାମିଲ ହେବା ଏକ ଆନନ୍ଦର ବିଷୟ।…

Read More

ନୂଆଦିଲ୍ଲୀ: କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନେ ଆର୍ଥିକ ଓ ସାମାଜିକ କ୍ଷତି ସହିବାର ଆଶଙ୍କା ଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ଗୋଟିଏ ମାର୍ଗଦର୍ଶିକା ଘରୋଇ ଟିଭି ଚାନେଲ ପାଇଁ ଜାରି ହୋଇଥିବା ବେଳେ ଅନ୍ୟଟି ଡିଜିଟାଲ ସମାଚାର ପ୍ରସାରଣକାରୀ ସଂସ୍ଥା ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଜାରି କରାଯାଇଛି। ସେମାନଙ୍କୁ ଅନଲାଇନରେ ଜୁଆ ଖେଳ ବା ବେଟିଂ ସଂକ୍ରାନ୍ତ ବିଜ୍ଞାପନ ଏବଂ ଛଦ୍ମ ବିଜ୍ଞାପନ ଠାରୁ ଦୂରେଇ ରଖିବାକୁ କଡ଼ା ପରାମର୍ଶ ଦିଆଯାଇଛି। ଏଥିପୂର୍ବରୁ ୧୩ ଜୁନ, ୨୦୨୨ରେ ଅନଲାଇନ ଜୁଆ ଖେଳ ଉପରେ ବିଜ୍ଞାପନ ପ୍ରସାରଣ ନକରିବାକୁ ମନ୍ତ୍ରଣାଳୟ…

Read More

ଭୁବନେଶ୍ବର: ଆଜି ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ମରଶରୀର ବିଧାନସଭାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗରେ ବିଚସ୍ପତି ବିକ୍ରମ ଆରୁଖ ଦୁଃଖ ପ୍ରକାଶ କରିଥିଲେ। ବିଧାନସଭା ପରିସରରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁଲତା ଦେଓ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ରାଜ୍ୟ ମହିଳା କମିଶନର ମିନତୀ ବେହେରା ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଗତକାଲି ରାତିରେ ବରିହାଙ୍କର ଭ

Read More

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ପାଞ୍ଚ ଜଣ କଂଗ୍ରେସ ନେତାଙ୍କୁ ଇଡି ଡକାଇଛି। ଏହି ନେତାଙ୍କ ମଧ୍ୟରେ ଅଞ୍ଜନ କୁମାର, ମହମ୍ମଦ ଅଲି ଶବୀର, ଗୀତା ରେଡ୍ଡୀ, ସୁଦର୍ଶନ ରେଡ୍ଡୀ ଏବଂ ଗଲି ଅନିଲ ଅଛନ୍ତି। ଇଡି ଏହି ନେତାମାନଙ୍କୁ ଆସନ୍ତାକାଲି ଦିଲ୍ଲୀରେ ହାଜର ହେବାକୁ କହିଛି। ଇଡି ସୂତ୍ର ଅନୁଯାୟୀ, ଯେତେବେଳେ ରାହୁଲ ଏବଂ ସୋନିଆ ଗାନ୍ଧୀ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିଲେ, ସେତେବେଳେ ଏହି ନେତାମାନେ ଏଥିରେ ଦାନ ଦେଇଥିଲେ। ଯାହାର ବିବରଣୀ ପାଇଁ ଇଡି ଏହି ନେତାମାନଙ୍କୁ ଡକାଇଛି। ଏହାପୂର୍ବରୁ ରବିବାର ଦିନ ଇଡି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଡକାଇ କଂଗ୍ରେସ ଦଳର ମାଲିକାନା ଥିବା ନ୍ୟାସନାଲ ହେରାଲ୍ଡରେ ଚାଲିଥିବା ମନି ଲଣ୍ଡରିଂ ଯାଞ୍ଚରେ ପଚରାଉଚରା କରିଥିଲା। ଅକ୍ଟୋବର ୭ ତାରିଖରେ ଇଡି ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ କହିଛନ୍ତି। ଏହି ସମନ ଏକ ସମୟରେ ଆସିଛି ଯେତେବେଳେ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତ ଗୌଡପଡା ଯୁବକ ସଙ୍ଘର ୫୪ ତମ ବାର୍ଷିକ ଉତ୍ସବ ତଥା ମହାତ୍ମାଗାନ୍ଧୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ଅଵସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ଵରୁପାରାଣୀ ସାହୁ, ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧ୍ୟୀକ୍ଷକ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ସମ୍ମାନୀତ ଅତିଥି ଭାଵରେ ସରାପାଲି ପଞ୍ଚୀୟତର ସରପଞ୍ଚ ଶିବାନୀ ବାରିକ, ସମିତି ସଭ୍ୟା ନିରୁପମା ନାୟକ ଓ ଯୁବନେତା ଧୀରେନ୍ କୁମାର ସାହୁ ଯୋଗ ଦେଇ ଗାନ୍ଧିଜୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୀବନୀ ତଥା ଅଵଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଯୁଵକ ସଂଘର ଅଵଦାନ ଏଵ° ଗ୍ରାମ୍ୟ ସମସ୍ୟା ଵିଷୟରେ ଆଲୋଚନା କରିଥିଲେ। ଯୁବକ ସଂଘର ସଭାପତି ଗୋଲକ ବିହାରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଵା…

Read More

ଭୁବନେଶ୍ୱର: ଆଜି ପବିତ୍ର ମହାଷ୍ଟମୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଭୁବନେଶ୍ୱରର ୨୦ ରୁ ଉର୍ଦ୍ଧ୍ବ ଦୁର୍ଗାମଣ୍ଡପ ବୁଲି ଦୁର୍ଗା ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଯୁକ୍ତ ପଟ୍ଟନାୟକ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ମନାସି ସୁଖ ସମୃଦ୍ଧି କାମନା କରିଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ଓୟୁଏଟି ସ୍ଥିତ ଝାଡେଶ୍ୱରୀ ଦୁର୍ଗାପୂଜା ମଣ୍ଡପ, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ଚକେଇସିଆଣି, ପଳାଶୁଣି, ସହିଦ ନଗର, ବମୀଖାଲ, ଝାରପଡା, ଲଷ୍ମୀସାଗର, ବଡଗଡ଼, ବ୍ରହ୍ମେଶ୍ୱର, ସାମନ୍ତରାପୁର, ହାଟସାହି, ବଢ଼େଇବାଙ୍କ(ବଡୁ ସାହି), ତିନିମୁଣ୍ଡିଆ (ବ୍ରାହ୍ମଣ ସାହି), ଗୋସାଗୋରେଶ୍ୱର(ଚଷା ସାହି) ଆଦି ଦୁର୍ଗମଣ୍ଡପ ବୁଲିଥିଲେ। ସମସ୍ତ ପୂଜାପୂଜା କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଯୁକ୍ତ ପଟ୍ଟନାୟକ ଏବଂ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଜିର କାଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି…

Read More

ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଟାଉନହଲ ଠାରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉଭୟ ମହାପୁରୁଷଙ୍କ ଦେଶପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧିଜୀ ଚିର ସ୍ମରଣୀୟ ଓ ତାଙ୍କ ବାଣୀ ସାମ୍ପ୍ରତିକ ସମାଜରେ ପ୍ରାସଙ୍ଗିକ ହୋଇ ରହିଛି। ମହାତ୍ମାଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପାଢୀ ପରାମର୍ଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ, ଜୀବନ ଶୈଳୀ ଉପରେ…

Read More

ମୁମ୍ବାଇ: ଚଳିତ ଦଶହରାରେ, ରିଲାଏନ୍ସ ଡିଜିଟାଲର ଇଲେକ୍‌ଟ୍ରୋନିକ୍ ସେଲ୍ ର ପର୍ବରେ ସଦ୍ୟତମ ଟେକ୍ ସାମଗ୍ରୀକୁ ଘରକୁ ଆଣନ୍ତୁ। ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରୁ ବାଛନ୍ତୁ ବା reliancedigital.in ରୁ ଅନଲାଇନରେ କିଣନ୍ତୁ। ଆକର୍ଷଣୀୟ ଅଫର ସହିତ, ଏହି ଉତ୍ସବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ, ଆପଣ ଅଗ୍ରଣୀ ବ୍ୟାଙ୍କ କାର୍ଡ଼ରେ ସହଜିଆ ଇଏମଆଇ ବିକଳ୍ପ ସହିତ ୧୦% ରିହାତି ଲାଭ କରିପାରିବେ। ଆପଣଙ୍କର ପ୍ରିୟ ଇଲେକ୍‌ଟ୍ରୋନିକ୍ସର ବ୍ୟାପକ ସ୍ତର ମଧ୍ୟରୁ ବାଛନ୍ତୁ ଯେଉଁଥିରେ ରହିଛି ଟିଭି ଓ ଘରୋଇ ଉପକରଣ, ଅଡିଓ ଡିଭାଇସ୍‌, ମୋବାଇଲ୍ ଫୋନ୍‌, ଲାପଟପ୍ ଓ ଆହୁରି ଅନେକ। ଏହା ଉପହାର ପାଇଁ ହେଉ ବା ନିଜର ବ୍ୟବହାର ପାଇଁ, ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଡିଜିଟାଲର ସର୍ବୋତମ ଅଫର ଲାଇନ୍ ଅପ୍ ରହିଛି। ଆପଣଙ୍କର ପସନ୍ଦର ଙ୍ଗରବକ୍ସବଭକ୍ଷର କୁ ବାଛନ୍ତୁ ଯେଉଁଥିରେ ରହିଛି ଆପଲ୍ ୱାଚ୍ ଯାହାକି ଟ.୧୭,୧୦୦/- ଞ୍ଚରୁ ଆରମ୍ଭ…

Read More

ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ତୃତୀୟ ଟି-୨୦ ମ୍ୟାଚରୁ ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦେବାକୁ ଘୋଷଣା କରିଛି। କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଅଧିନାୟକ ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଆରମ୍ଭ କରିପାରନ୍ତି। ପୂର୍ବରୁ ତୃତୀୟ ଟି-୨୦ ମ୍ୟାଚରୁ ବିରାଟ କୋହଲିଙ୍କୁ ଦଳ ବିଶ୍ରାମ ନେବାକୁ ସ୍ଥିର କରିସାରିଛି। ବିରାଟ କୋହଲିଙ୍କ ସ୍ଥାନରେ ଶ୍ରେୟସ୍ ଆୟର ଖେଳିପାରନ୍ତି। ସ୍ଥାନ ପାଇବା ପରେ ଆୟର୍ ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି। କେ.ଏଲ୍ ରାହୁଲଙ୍କ ବିଶ୍ରାମ ବିଷୟରେ ଚିତ୍ର ସ୍ପଷ୍ଟ ନୁହେଁ। ଦଳର ଅନ୍ୟ କୌଣସି ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ନାହାଁନ୍ତି। ଖେଳାଳି ଏକାଦଶରେ ଶାହବାଜ ଅହମ୍ମଦ କିମ୍ବା ମହମ୍ମଦ ସିରାଜଙ୍କୁ କେ.ଏଲ୍ ରାହୁଲଙ୍କ…

Read More

ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କରିଛନ୍ତି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୯୩ ଭୋଟ୍ ପଡିଛି। ଏଥି ସହିତ, ଆସ୍ଥା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ କ୍ୱିଣ୍ଟାଲ ପିଛା ସମର୍ଥନ ମୂଲ୍ୟ ୩୬୦ ରୁ ୩୮୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ବିଧାନସଭା ଅଧିବେଶନ ଆରମ୍ଭରେ କଂଗ୍ରେସ ବିଧାୟକମାନେ ଆପ ର ଆସ୍ଥା ଭୋଟ୍ କୁ ବିରୋଧ କରିଥିଲେ, କିନ୍ତୁ କିଛି ସମୟ ପରେ ଉତ୍ତେଜନା ଶାନ୍ତ ହୋଇ ଗୃହର ପ୍ରକ୍ରିୟା ଆଗକୁ ବଢିଥିଲା। ଅଧିବେଶନ ସମୟରେ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ, ପ୍ରଥମେ ପ୍ରଶ୍ନ କାଳ ଆସେ ଏବଂ ପରେ ଶୂନ କାଳ ଆସେ। ଏହି ପରିପ୍ରେକ୍ଷୀରେ ସେ ଗୃହର ପ୍ରକ୍ରିୟା ଠିକ୍ ଭାବରେ କରିବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ। ବାଜୱା କହିଛନ୍ତି ଯେ, ପଞ୍ଜାବର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି। ବିଗତ ଦୁଇ ବର୍ଷ ହେବ ଭକ୍ତ ମାନେ ମାଆଙ୍କର ଛତର ଦର୍ଶନ କରିପାରୁ ନଥିଲେ, ଯାହାଫଳରେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ମାନେ ମାଆ ଙ୍କର ଛତର ଦର୍ଶନ ପାଇଁ ରାତିସାରା ଉଜାଗର ରହି ଅପେକ୍ଷାରେ ଥିଲେ। ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପରମ୍ପରା ଅନୁଯାୟୀ ଦଶହରା କୃଷ୍ଣ ଅଷ୍ଟମୀ ମୂଲା ଅଷ୍ଟମୀ ଦିନ ଅଭିଷିକ୍ତ ବ୍ରାହ୍ମଣ ମାନଙ୍କ ଦ୍ବାରା ମାଆଙ୍କର ମସ୍ତକ ସ୍ଥାପନ ହେବା ପର ଠାରୁ ଷୋଡଶ ଉପଚାର ପୂଜା ମାଧ୍ୟମରେ ଷୋହଳ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ମହାଷ୍ଟମୀ ମଧ୍ୟ…

Read More

ଭୁବନେଶ୍ୱର/ଜାରକା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ…

Read More

ନୂଆଦିଲ୍ଲୀ: ମୋଟର ଯାନ ଅଧିନିୟମର ନିୟମ ଅନୁଯାୟୀ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଅଧିକାଂଶ ଲୋକ ମଧ୍ୟ ଏହି ନିୟମ ଅନୁସରଣ କରନ୍ତି। କିନ୍ତୁ ଅନେକ ଥର ଲୋକମାନେ ହେଲମେଟ ପିନ୍ଧିବା ପରେ ମଧ୍ୟ ଜରିମାନା ଗଣନ୍ତି ଏବଂ ସେମାନଙ୍କର ଭୁଲ୍ କଣ ସେମାନେ ବୁଝିପାରନ୍ତି ନାହିଁ। ଏହାର କାରଣ କଣ?, ତାହା ଜାଣିବା ଜରୁରୀ। ନିୟମ କ’ଣ?: ମୋଟର ଯାନ ଅଧିନିୟମର ଏହି ନିୟମକୁ ସମସ୍ତେ ଜାଣନ୍ତି ଯେ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ପାଇଁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ ଏବଂ ଏହି ନିୟମ ଉଲ୍ଲଂଘନ ପାଇଁ ଜରିମାନା ଦେବାକୁ ପଡିବ। କିନ୍ତୁ ଅଧିକାଂଶ ଲୋକ ଏହି ନିୟମ ଜାଣନ୍ତି ନାହିଁ ଯେ ହେଲମେଟ ପିନ୍ଧିବା ପରେ ମଧ୍ୟ ଯଦି ଏହାର ଷ୍ଟ୍ରିପ୍ ଲକ୍ ହୋଇନଥାଏ, ତେବେ ସେମାନଙ୍କ ଚାଲାଣ କଟାଯାଇପାରିବ। ଯଦି ଆପଣ ମଧ୍ୟ…

Read More

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପ୍ରାର୍ଥୀ ଶଶି ଥରୁର ଆଜି ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ‘ଏକ ବ୍ୟକ୍ତି, ଏକ ପୋଷ୍ଟ’ ନୀତିରେ ସେ ଏହି ଦାୟିତ୍ଵ ଛାଡିଛନ୍ତି ବୋଲି ବିଶ୍ୱାସ କରାଯାଏ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ପ୍ରାର୍ଥୀ ହୋଇଛନ୍ତି। ଯଦି ଏହି ଦୁଇ ଦଳର ନେତା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର ନକରନ୍ତି, ତେବେ ଅକ୍ଟୋବର ୧୭ ତାରିଖରେ ଭୋଟ୍ ଅନୁଷ୍ଠିତ ହେବ। ଯେଉଁଥିରେ ୯ ହଜାରରୁ ଅଧିକ ପ୍ରତିନିଧୀ ଭୋଟ୍ ଦେବେ। ଅକ୍ଟୋବର ୧୯ ତାରିଖରେ ଭୋଟ୍ ଗଣନା କରାଯିବ। ଉଲ୍ଲେଖଥାଉ କି, ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଥରୁର ସ୍ପଷ୍ଟ କରିଛନ୍ତି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସୋମବାର ସ୍ପଷ୍ଟ କରିଛନ୍ତି ଯେ, ଦଳର ସଭାପତି ନିର୍ବାଚନରେ ​​କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩ ହଜାର ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୫ ଲକ୍ଷ ୯୭ ହଜାର ୪୯୮ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୩୬ ହଜାର ୧୨୬ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୮ ଜଣଙ୍କର ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୧୦ କୁ ବୃଦ୍ଧି ପାଇଛି।

Read More

ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଆରମ୍ଭ ହୋଇଛି। ଏହି ସମୟରେ ଗ୍ରାମାଞ୍ଚଳ ମଧ୍ୟ ସୁଖର ରଙ୍ଗରେ ବୁଡି ରହିଥାଏ। ଏଥର ଚାଷୀଙ୍କ ସୁଖ ଦ୍ୱିଗୁଣିତ ହୋଇପାରେ। ଏହା ସହିତ ଚାଷୀଙ୍କ ଅନେକ ମାସର ଅପେକ୍ଷା ମଧ୍ୟ ଶେଷ ହେବ। ବାସ୍ତବରେ, ଆଜିକାଲି କୃଷକମାନେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହା ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ କିଷାନର ଦ୍ୱାଦଶ କିସ୍ତି ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇପାରେ। KYC ପ୍ରକ୍ରିୟା ଏବଂ କୃଷକଙ୍କ ଡାଟାବେସ୍ ଯାଞ୍ଚ ହେତୁ ଏଥର ପିଏମ କିଷାନର ସହାୟତା ରାଶି ବିଳମ୍ବ ହେଉଛି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନର ଦ୍ୱାଦଶ କିସ୍ତି ସ୍ଥାନାନ୍ତର କରିପାରନ୍ତି। ଏହି ଲାଇଭ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ…

Read More

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଭାରତ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ନଭେମ୍ବର 3 ତାରିଖରେ ଏହି ଉପ ନିର୍ବାଚନ କରାଯିବ। ଏ ନେଇ 7 ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି 14 ଅକ୍ଟୋବର। ଭୋଟ ଗଣତି 6 ନଭେମ୍ବରରେ ହେବ। ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି। ଫଳରେ ଏହି ଆସନଟି ଖାଲି ପଡିଛି। ଏହିପରି ଦେଶର 7ଟି ରାଜ୍ୟରେ ଖାଲି ପଡିଥିବା ଗୋଟିଏ ଲେଖାଏଁ ବିଧାନସଭା ଆସନ ପାଇଁ ଏହି ଗୋଟିଏ ଦିନରେ ନିର୍ବାଚନ ହେବ।

Read More

ଭୁବନେଶ୍ବର: ବିଜେଡିର ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, ‘ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’ ସେହିପରି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେ ଦଳ ତରଫରୁ ଏହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଗତକାଲି ରାତିରେ ବରିହା ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଜୟରଂଜନ ଗତ କିଛିଦିନ ଧରି ଅସୁସ୍ଥ ହୋଇ…

Read More

ନୂଆଦିଲ୍ଲୀ; ଆଜି ଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗୁଜୁରାଟ ଗସ୍ତ ଆରମ୍ଭ ହୋଇଛି। ରାଜ୍ୟ ସରକାର ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅହମ୍ମଦାବାଦରେ ଗାନ୍ଧୀ ଆଶ୍ରମ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରକାଶିତ ଖବର ଅନୁଯାୟୀ, ଅହମ୍ମଦାବାଦର ସାବରମତିରେ ମହାତ୍ମା ଗାନ୍ଧୀଙ୍କ ଆଶ୍ରମ ପରିଦର୍ଶନ କରି ମୁର୍ମୁ ଆଜି ଗୁଜୁରାଟ ଯାତ୍ରା ଆରମ୍ଭ କରିବେ ବୋଲି କୁହାଯାଇଛି। ସେ ଗାନ୍ଧିନଗରରେ ଏକ କାର୍ଯ୍ୟକ୍ରମରେ ୧୩୩୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ମଧ୍ୟ ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁଙ୍କର ଏହା ପ୍ରଥମ ଗୁଜୁରାଟ ଗସ୍ତ। ପ୍ରକାଶ ଥାଉକି, ରାଷ୍ଟ୍ରପତି ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତର ପ୍ରଥମ ଦିନରେ ଗାନ୍ଧୀ ଆଶ୍ରମ ଗସ୍ତ କରିବେ ଏବଂ ପରେ ଗାନ୍ଧିନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର…

Read More

ନୂଆଦିଲ୍ଲୀ: ଇରାନରୁ ଚୀନ୍ ଯାଉଥିବା ଏକ ଯାତ୍ରୀବାହୀ ବିମାନରେ ବୋମା ଥିବା ଖବର ରହିଛି। ଇରାନର ଯାତ୍ରୀବାହୀ ବିମାନ ଭାରତୀୟ ବାୟୁସେନା ଦେଇ ଯାଉଛି। ଯେଉଁଥିରେ ଏକ ବୋମା ଧମକ ଆସିଛି। ବିମାନରେ ଏକ ବୋମା ଥିବା ଲାହୋର ବିମାନବନ୍ଦର ଏଟିସି ଖବର କରିଛି। ଏଥି ସହିତ ଜରୁରୀକାଳୀନ ଅବତରଣ ପାଇଁ ଭାରତ ଅନୁମତି ଦେଇନାହିଁ। ସୂଚନା ଅନୁଯାୟୀ ବିମାନଟି ଭାରତୀୟ ବାୟୁସେନା ଦେଇ ଯିବାକୁ ଥିଲା, ଏହା ପରେ ଦିଲ୍ଲୀ ବିମାନବନ୍ଦରରୁ ଜୟପୁର ବିମାନବନ୍ଦରକୁ ସୂଚନା ଦିଆଯାଇଥିଲା। ଏହା ପରେ ଭାରତୀୟ ଏଜେନ୍ସିମାନେ ମଧ୍ୟ ସତର୍କ ହୋଇଯାଇଛନ୍ତି। ବିମାନଟି ଜରୁରୀକାଳୀନ ଅବତରଣ ପାଇଁ ଭାରତରୁ ଅନୁମତି ମାଗିଥିଲା, ଯାହା କର୍ତ୍ତୃପକ୍ଷ ସେମାନଙ୍କୁ ଅନୁମତି ଦେଇ ନ ଥିଲେ। ବିମାନଟି ଦିଲ୍ଲୀ ଏବଂ ଜୟପୁରରେ ଅବତରଣ କରିବାକୁ ଚାହୁଁଥିଲା। କିନ୍ତୁ ଅନୁମତି ଦିଆଯାଇନଥିଲା। ବର୍ତ୍ତମାନ ଏହି ବିମାନ ଚୀନ୍ ଆଡକୁ ଗତି କରୁଛି। ଗଣମାଧ୍ୟମ ଅନୁଯାୟୀ ଏହି ବିମାନ ମହାନ୍ ଏୟାରଲାଇନ୍ସର…

Read More

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ବ୍ରେନ ଡେଡ ଘୋଷଣା କରାଯାଇଥିବା ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀଙ୍କ ଭଉଣୀର ଅଙ୍ଗ ଦାନ କରାଯାଇଛି, ଯାହା ଚାରି ଜଣଙ୍କୁ ନୂତନ ଜୀବନ ଏବଂ ଦୁଇ ଜଣଙ୍କୁ ଦୃଷ୍ଟିଶକ୍ତି ମିଳିଛି। ଆଇଏଏସ୍ ଅଧିକାରୀ ରବିନ୍ଦ୍ର ଅଗ୍ରୱାଲଙ୍କ ଭଉଣୀ ସ୍ନେହଲତା ଚୌଧୁରୀ ଏଠାରେ ଏମ୍ସ ରେ ଅତିରିକ୍ତ ପ୍ରଶାସନିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା, ଗତ ମାସରେ ସକାଳୁ ଚାଲିବା ସମୟରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ତାଙ୍କ ୬୩ ବର୍ଷିୟା ଭଉଣୀଙ୍କ ପ୍ରଥମେ ଝାଡଖଣ୍ଡର ଜାମସେଦପୁରରେ ମୁଣ୍ଡରେ ଆଘାତ ଲାଗିଥିଲା ​​ଏବଂ ପରେ ତାଙ୍କୁ ଚିକିତ୍ସା ପାଇଁ AIIMS ଟ୍ରମା କେନ୍ଦ୍ରକୁ ନିଆଯାଇଥିଲା। ଶ୍ରୀମତୀ ଚୌଧୁରୀ ସ୍ୱାସ୍ଥ୍ୟ ସଚେତନ ଥିଲେ ଏବଂ ଗତ ୨୫ ବର୍ଷ ଧରି ନିୟମିତ ଭାବେ ସକାଳୁ ଚାଲୁଥିଲେ। କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା ଏବଂ…

Read More