Author: Samikhsya Bureau

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୬୭  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୩ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ- ୧ ଦେବଗଡ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୨ ମୟୂରଭଞ୍ଜ ଜିଲ୍ଲାରୁ- ୨ ନୟାଗଡ ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୪ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର…

Read More

ଭୁବନେଶ୍ବର: ପୁଣି ଜଣେ ବିଧାୟକଙ୍କର ବିୟୋଗ ଘଟିଛି। ନିକଟରେ ସ୍ବାସ୍ଥ୍ୟ ଗତ କାରଣ ପାଇଁ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଯାଇଛି। ଏବେ ବିଜେଡିର ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ପରଲୋକ ଘଟିଛି। ଗତକାଲି ରାତିରେ ସେ ଭୁବନେଶ୍ବରର ଏକ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବିଜୟରଂଜନ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟରେ ଏହି ଆସନରୁ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୦୦ ଏବଂ ୨୦୦୯ରେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ତେବେ…

Read More

ନୂଆଦିଲ୍ଲୀ:  ଆଜି ଠାରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ଭାରତର ରାଷ୍ଟ୍ରପତି ଭାବରେ ଦାୟିତ୍ବ ନେବା ପରେ ଏହା ହେଉଛି ପ୍ରଥମ ଗୁଜୁରାଟ ଗସ୍ତ। ଆଜି ରାଷ୍ଟ୍ରପତି ଅହମ୍ମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବେ। ସେ ଗାନ୍ଧିନଗରର ଜିଏମଆରଏସରେ ସ୍ୱାସ୍ଥ୍ୟ, ଜଳସେଚନ, ଜଳ ଯୋଗାଣ ଏବଂ ବନ୍ଦର ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ତଥା ଉଦଘାଟନ କରିବେ। ସେହିଦିନ ସନ୍ଧ୍ୟାରେ ସେ ଗାନ୍ଧିନଗରରେ ତାଙ୍କ ସମ୍ମାନାର୍ଥେ ଗୁଜରାଟ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ନାଗରିକ ସମ୍ବର୍ଦ୍ଧନାରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ‘HerStart’ ଆରମ୍ଭ କରିବେ। ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗୁଜୁରାଟ ବିଶ୍ୱବିଦ୍ୟାଳୟର ଏକ ଷ୍ଟାର୍ଟ ଅପ୍ ପ୍ଲାଟଫର୍ମ ଏବଂ ଗୁଜୁରାଟ ବିଶ୍ୱବିଦ୍ୟାଳୟ, ଅହମ୍ମଦାବାଦରେ ଶିକ୍ଷା ତଥା ଆଦିବାସୀ ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇବ।

Read More

ସୁବାସ କୁମାର ତାରଣିଆଁ ବିଜେବି ସ୍ୱଂୟଶାସିତ କଲେଜର +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ର‌୍ୟାଗିଂ ଜନିତ ଆତ୍ମହତ୍ୟା ଘଟଣା ରାଜ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଲେଜର ତିନିଜଣ ବରିଷ୍ଠ ସହପାଠୀ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା (ର‌୍ୟାଗିଂ) ଦେଉଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ରୁଚିକା ଛାତ୍ରୀନିବାସ ଭିତରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ରୁଚିକା ଲେଖିଥିବା ଚିଠିରୁ ଏହା ର‌୍ୟାଗିଂ ଜନିତ ଆତ୍ମହତ୍ୟା ଜଣାପଡ଼ିବାରୁ ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏପରିକି ବିଧାନସଭାରେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ବିଜେବି କଲେଜରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଓ ସାଧାରଣ ଜନତାଙ୍କ ମହଲରେ ଉତ୍ତେଜନା ଲାଗି ରହିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରୁଚିକାଙ୍କ ଆତ୍ମହତ୍ୟା ପରଠାରୁ ବର୍ତ୍ତମାନ…

Read More

ବାସ୍ତୁଶାସ୍ତ୍ର: ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଘର ନିର୍ମାଣ ହେଉଛି ସବୁଠାରୁ ବଡ ଏବଂ ଆନନ୍ଦଦାୟକ କାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ବାସ୍ତୁ ଅନୁଯାୟୀ ତାଙ୍କ ଘର ତିଆରି ଏବଂ ସଜାଇବାକୁ ଚାହାଁନ୍ତି। ହିନ୍ଦୁ ବିଶ୍ୱାସରେ ବାସ୍ତୁ ଶାସ୍ତ୍ରୀଙ୍କର ବହୁତ ଗୁରୁତ୍ୱ ରହିଛି। ଲୋକମାନେ ବାସ୍ତୁ ଅନୁଯାୟୀ ନିଜ ଘରେ ସମସ୍ତ ପ୍ରକାରର ପରିବର୍ତ୍ତନ କରିଥା’ନ୍ତି। ଜିନିଷଗୁଡିକ ସଂଗଠିତ ହୋଇ ସଠିକ୍ ସ୍ଥାନରେ ରଖିବା ଉଚିତ୍। ଏଥିପାଇଁ ବାସ୍ତୁ ଶାସ୍ତ୍ର ବିଷୟରେ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗ୍ରୀଷ୍ମ ଋତୁରେ, ଲୋକମାନେ ନିଜ ଘରେ ମାଟିପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତି। କେଉଁ ସ୍ଥାନ ଏବଂ କେଉଁଠାରେ ପାଣିରେ ପରିପୂର୍ଣ୍ଣ ମାଠିଆକୁ ରଖିବା ଉଚିତ, ଯାହା ଦ୍ଵାରା ସୁଖ, ଶାନ୍ତି ଏବଂ ସମୃଦ୍ଧତା ସେହି ଘରେ ରହିବ। ଏହା ଜାଣିବା ପାଇଁ ବାସ୍ତୁ ଶାସ୍ତ୍ର ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ଏହି ପ୍ରସଙ୍ଗରେ ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞଙ୍କ ମତ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି। ସେହିପରି ବାପାମା ନିଜ ସନ୍ତାନକୁ କିପରି ପାଳନ କରିବେ ସେ ନେଇ ଅଦ୍ଭୁତ ଉପଦେଶ ଚାଣକ୍ୟ ଦେଇଛନ୍ତି। ଯାହା ପ୍ରତିଟି ପିତାମାତା ଜାଣିବା ଉଚିତ। ସେ କହିଛନ୍ତି ଯେ, ପିଲାଙ୍କୁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ନେହ ପ୍ରଦାନ କରିବେ। ଏହାପରେ ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଶାସନ କରିବା ଉଚିତ। ଷୋହଳ ବର୍ଷ ବୟସ ପରେ ତାହା ସହିତ ମିତ୍ରତା ବ୍ୟବହାର ପ୍ରଦାନ କରିବେ। ଏହାଦ୍ବାରା ଶିଶୁଟି ପିଲାଟି ଦିନରୁ ବାପାମାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପରିଲକ୍ଷିତ ହେବ। ପିଲାଟି…

Read More

ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। ପ୍ରେମ ସମ୍ପର୍କ ଭଲ ହେବ । ଜୀବନସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଚାକିରୀ କରୁଥିବା ଲୋକମାନେ କାର୍ଯ୍ୟର ଚାପ ଅନୁଭବ କରିପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ବୃଷ: ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବ ବ୍ୟବସାୟରେ ଲାଭ ପରିସ୍ଥିତି ରହିବ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ତାହା କରନ୍ତୁ । ଆପଣଙ୍କର ଭଲ ଆଚରଣ ହେତୁ ପରିବାର ଏବଂ ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବେ । ମିଥୁନ: ପାରିବାରିକ ଜୀବନ ଭଲ ହେବ ଛାତ୍ର ଏବଂ ଯୁବ ବୃତ୍ତିଗତମାନଙ୍କ ପାଇଁ ଏହି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ନୂତନ…

Read More

ବାଲୁଗାଁ: ଆଜି ପବିତ୍ର ଗାନ୍ଧି ଜୟନ୍ତୀରେ ବାଲୁଗାଁ ଗାନ୍ଧି ଛକ ସ୍ଥିତ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ଡକ୍ଟର କେ ଓମ ନାରାୟଣଙ୍କ ରଚିତ ପାଠ୍ୟପୁସ୍ତକ “ଗାନ୍ଧିବାଦ ଅଧ୍ୟୟନ”କୁ ଛାତ୍ରଛାତ୍ରୀମାନଙ୍କ ମହତ୍ତର ଉଦ୍ଦେଶ୍ୟରେ ଉନ୍ମୋଚିତ କରାଯାଇଛି। ଏହାକୁ ଉନ୍ମୋଚିତ କରିଥିଲେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା, ପ୍ରାଧ୍ୟାପିକା ବିନତି ମଞ୍ଜରୀ ରାଉତ ଓ ବିଶିଷ୍ଟ ଗବେଷକ ଡକ୍ଟର ସତ୍ୟ ଷଡ଼ଙ୍ଗୀ। ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ରୋଟାରୀଆନ ଗଜେନ୍ଦ୍ର ସେଠୀଙ୍କ ସମେତ ଏନ ସି ସି, ଏନ ଏସ ଏସ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ପାଠକାର୍ପଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା। କଲ୍ୟାଣୀ ପବ୍ଲିସର୍ସ, ନୂଆଦିଲ୍ଲୀଙ୍କ ଦ୍ୱାରା ପ୍ରକାଶିତ ଏହି ପାଠ୍ୟ ପୁସ୍ତକଟି ଓଡ଼ିଶାର ଦର୍ଶନ ସ୍ନାତକ ଛାତ୍ର…

Read More

ଦିଲ୍ଲୀ: ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଆଜି ଯୁବ ଲେଖକ ମାନଙ୍କର ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୁବା ୨.୦ ଆରମ୍ଭ କରିଛି। ପଢ଼ିବା, ଲେଖିବା ଏବଂ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଯୁବକ ଏବଂ ନୂତନ ଲେଖକ ମାନଙ୍କୁ (୩୦ ବର୍ଷରୁ କମ୍ ବୟସର) ତାଲିମ୍ ଦେବା ପାଇଁ ଏହି ଲେଖକ ପରାମର୍ଶ କାର୍ଯ୍ୟକ୍ରମ ପ୍ରାୟୋଜିତ ଅଟେ, ଯାହା ଦେଶରେ, ଏବଂ ବିଶ୍ବ ସ୍ତରରେ ଭାରତ ଏବଂ ଭାରତୀୟ ଲେଖା ଗୁଡିକୁ ଉପସ୍ଥାପନ କରିବ। ଯୁବା କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣର ମହତ୍ବପୂର୍ଣ୍ଣ ପ୍ରଭାବକୁ ଦୃଷ୍ଟିରେ ରଖି ୨୨ଟି ବିଭିନ୍ନ ଭାରତୀୟ ଭାଷା ଏବଂ ଇଂରାଜୀରେ ଯୁବକ ଏବଂ ନୂତନ ଲେଖକଙ୍କ ଅଂଶଗ୍ରହଣ ସହିତ ବର୍ତ୍ତମାନ ଯୁବା ୨.୦ ଆରମ୍ଭ ହୋଇଛି। ଯୁବା ୨.୦ (ଯୁବ, ଭବିଷ୍ୟତର ଏବଂ ବହୁମୁଖୀ ଲେଖକ) ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଯୁବକମାନଙ୍କୁ ଭାରତର ଗଣତନ୍ତ୍ରକୁ ବୁଝିବାକୁ ଏବଂ ପ୍ରଶଂସା କରିବାକୁ ଉତ୍ସାହିତ…

Read More

ଭୁବନେଶ୍ବର: ଆଜି ଗାନ୍ଧୀ ଜୟନ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ପ୍ରସଂଗ ଏବଂ ଓଡିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟାକୁ ଲୋକାର୍ପଣ କରିଛନ୍ତି। ଲୋକସେବା ଭବନର ଲନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପତ୍ରିକାର ଉନମୋଚନ କରାଯାଇଛି। ଏଥିରେ ଓଡିଶାରେ ଗାନ୍ଧୀଜୀ ଏବଂ ସ୍ବାଧୀନତା ସଂଗ୍ରାମ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି ପତ୍ରିକା ପ୍ରକାଶିତ ହୋଇଥାଏ। ଏହି ଉତ୍ସବରେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ ଅମାତ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଉତ୍କଳ ପ୍ରସଂଗ ଓ ଓଡିଶା ରିଭ୍ୟୁର ସଂପାଦନ ଲେନିନ ମହାନ୍ତି ଉପସ୍ଥିତ ଥିଲେ।

Read More

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି  ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଗାନ୍ଧିଜୀଙ୍କର ଅହିଂସା ବାର୍ତ୍ତା ନେଇ ସାରା ରାଜ୍ୟରେ ପରିକ୍ରମା କରିଥିବା ୪ ଟି ଅଂହିସା ରଥର ଉଦ୍ୟାପନୀ କାର‌୍ୟ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏହି ୪ଟି ଯାକ ରଥ(ଏଲଇଡି ଭିଡିଓ ଭ୍ୟାନ ଥାଇ ଯାନ) ଆଜି ଗାନ୍ଧି ଜୟନ୍ତୀ ପାଳନ ଅବସରରେ ଲୋକସଭା ଭବନରେ ପହଁଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରଥକୁ ସ୍ୱାଗତ ଜଣାଇ ଅହିଂସା ରଥକୁରାଜ୍ୟବାସୀ ଯେଭଳି ଭାବରେ ବିପୁଳ ସ୍ୱାଗତ ସମ୍ମାନ ଜଣାଇଲେ,ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ଲୋକ ସେବା ଭବନରୁ ସମସ୍ତ ଅହିଂସା ରଥ ବାହାରିବା ପରେ ସୂଚନା ଓ ଲୋକ ସଂପର୍କ ଭବନରେ ଅହିଂସା ରଥକୁ  ଯାନଗୁଡିକର  ଯାତ୍ରା ଚାଳକ ଦଳ ମୁଖ୍ୟ ସଂଯୋଜକଙ୍କ ସହିତ ସମସ୍ତ ସଦସ୍ୟମାନଙ୍କୁ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି…

Read More

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଉପ-ଅଧିନାୟକ ଦାୟିତ୍ଵ ଶ୍ରେୟସ୍ ଆୟରଙ୍କ କାନ୍ଧରେ ଥିବାବେଳେ ଶିଖର ଧାୱନଙ୍କୁ ଅଧିନାୟକ କରାଯାଇଛି। ଦୁଇ ୱିକେଟ୍ କିପର ଇଶାନ୍ କିଶାନ୍ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି। ଦିନିକିଆ ଶୃଙ୍ଖଳା ପାଇଁ ଦୀପକ ଚହର, ରବି ବିଷ୍ନୋଇ ଏବଂ ମହମ୍ମଦ ସିରାଜ ଦଳରେ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଦିନିକିଆ ସିରିଜ୍ ପରେ ଏହି ତିନିଜଣ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ୍ ଦଳରେ ଯୋଗଦେବେ। ସଞ୍ଜୁ ସାମସନ ମଧ୍ୟ ଦିନିକିଆ ସିରିଜକୁ ଫେରିଛନ୍ତି। ମୁକେଶ କୁମାର ଏବଂ ରଜତ ପାଟିଦାର ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଦିନିକିଆ ସିରିଜ୍ ପାଇଁ ମନୋନୀତ ଖେଳାଳି: ଶିଖର ଧାୱନ (ଅଧିନାୟକ), ଶ୍ରେୟସ୍ ଆୟର (ଉପ ଅଧିନାୟକ), ରିତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ରଜତ ପାଟିଦାର,…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର ମଧ୍ୟ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ଯୋଗାଣ ବୃଦ୍ଧି ସହ ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ  ନିଆଯାଇଛି। ଖାଇବା ତେଲ ଆମଦାନୀ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ରିହାତି ଆଉ ଛଅ ମାସ ପାଇଁ ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ବଳବତ୍ତର ଥିବା ଏହି ରିହାତିର ମିଆଦ ମାର୍ଚ୍ଚ ୨୦୨୩ରେ ଶେଷ ହେବ। ବୈଶ୍ୱିକ ବଜାରରେ ଦର କମ ଯୋଗୁଁ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ବୈଶ୍ୱିକ ବଜାର ଦର ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ଭାରତରେ ଖାଇବା ତେଲ ଦର ଆଶାତୀତ ହ୍ରାସ…

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତାଗଣ ଚନ୍ଦ୍ରଶେଖରପୁର ନାଲକୋ ଛକ ସ୍ଥିତ ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ନକୁଳ ନାୟକ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ରଶ୍ମି ମହାପାତ୍ର, କିଶୋର ଜେନା, ବିଶ୍ୱଜିତ ଦାଶ,…

Read More

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ରାଜସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ,…

Read More

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ। ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ। ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ୦ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ। ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ। ଏହି ରୋବୋଟିକ୍ ଆର୍ମ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବାବେଳେ ରବିବାର ଅର୍ଥାତ ପ୍ରଥମ ଦିବସରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷା, କାଉନସିଲର, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର ଏବଂ ସମସ୍ତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉକ୍ତ ପଦଯାତ୍ରା ବାଲୁଗାଁ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକ ଠାରେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ବଜାର ପରିକ୍ରମା କରିଥିଲେ। ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ସେବା ମୁଳ ଲକ୍ଷ୍ୟ ହୋଇଥିବା ବେଳେ ରାଜନୀତି ଏକମାତ୍ର ମାଧ୍ୟମ ଯାହାଫଳରେ ଏହି ପଦଯାତ୍ରାକୁ ସଫଳାୟନ କରିବାପାଇଁ ସାଧାରଣ ଜନତାଙ୍କ ଅତି ନିକଟତର…

Read More

ଭୁବନେଶ୍ୱର: ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାଡଖଣ୍ଡର ହଜାରିବାଗର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାଡଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜର ଲୋକ ମାନେ ଅଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିମାନେ ଏହାର ସୁଯୋଗ ନେଇ ଅପରାଧ ଘଟାଇବାକୁ ପଛାଇନଥାନ୍ତି।  ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ପୂଜା ଉପଲକ୍ଷେ ସଜାଗ ରହିବା ସହ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଖୋର୍ଦ୍ଧା ଏସପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଥାନା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ଏବଂ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଗତ ୩ ଦିନ ମଧ୍ୟରେ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ଏନବିଡବ୍ଲୁ ୱାରେଣ୍ଟ, ମଦ ବେପାରି ଓ ଅପରାଧୀ ମାନେ ସାମିଲ ଥିବା ଜଣାପଡିଛି। ସେହିପରି ଭାବେ ଗତକାଲି ଖଣତ ଗ୍ରାମରୁ ୬୦ ବୋତଲ ବିଦେଶୀ ମଦ ସହ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଥିବା ବେଳେ ନାଭାଲ ଫାଣ୍ଡି ପରିସରରେ ଆଇଆଇସି ‘ଆମ…

Read More

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦବୀ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି। ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଖଡଗେଙ୍କ ସହ ଏହି ସାମ୍ବାଦିକ ସମ୍ମିଳନୀରେ ଦୀପେନ୍ଦର ହୁଡା, ଗୌରବ ବଲ୍ଲଭ ଏବଂ ନାସିର ହୁସେନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କଂଗ୍ରେସର ତିନିଜଣ ମୁଖପାତ୍ର ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ଏହି ତିନି ମୁଖପାତ୍ର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିବେ। ଇସ୍ତଫା ଦେଇଥିବା ମୁଖପାତ୍ରଙ୍କ ମଧ୍ୟରେ ଗୌରବ ବଲ୍ଲଭ, ଦୀପେନ୍ଦର ହୁଡା ଏବଂ ନାସିର ହୁସେନ୍ ଅଛନ୍ତି। ଏଥିପାଇଁ ଦଳର ମୁଖପାତ୍ର ଗୌରବ ବଲ୍ଲବ କହିଛନ୍ତି ଯେ, କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ ଏବଂ ଖଡଗେଙ୍କ ପ୍ରଚାର ପାଇଁ ଆହୁରି କାର୍ଯ୍ୟ କରିବୁ। ଏହା ପରେ ବର୍ତ୍ତମାନ କଂଗ୍ରେସ ଦଳ ଆନୁଷ୍ଠାନିକ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ…

Read More

ପାଟନା: ବିହାରର ମହାମେଣ୍ଟ ସରକାରର ମନ୍ତ୍ରୀ ସୁଧାକର ସିଂ ଇସ୍ତଫା ଦେଇଛନ୍ତି। ତାଙ୍କୁ ଆରଜେଡି କୋଟାରୁ ମନ୍ତ୍ରୀ କରାଯାଇଥିଲା। ସେ ବିହାରର କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିହାର ଆରଜେଡି ସଭାପତି ଜଗଦାନନ୍ଦ ସିଂ ସୁଧରକ ସିଂଙ୍କ ଇସ୍ତଫା ନିଶ୍ଚିତ କରିଛନ୍ତି। ସୁଧାକର ସିଂ ଜଗଦାନନ୍ଦଙ୍କ ପୁତ୍ର। ବିହାରରେ ମହାମେଣ୍ଟ ସରକାରର ଗଠନ ହେବାର ଦୁଇ ମାସ ବିତିନାହିଁ, କିନ୍ତୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଗତ କିଛି ଦିନ ହେବ ସେ ତାଙ୍କ ବିବୃତ୍ତି ବିଷୟରେ ଚର୍ଚ୍ଚାରେ ଥିଲେ। ଆରଜେଡି ଛାଡିବା ପୂର୍ବରୁ ସୁଧାକର ସିଂ ମଧ୍ୟ ଥରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

Read More