Author: Samikhsya Bureau

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ଏହି ନିଷ୍ପତ୍ତି ଦ୍ବାରା ସୁରକ୍ଷା ବାବଦ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏସବୁ ସ୍ଥାନରେ ନିୟୋଜିତ ସିଆଇଏସଏଫ କର୍ମୀମାନଙ୍କୁ ଅନ୍ୟ ବିମାନ ବନ୍ଦରରେ ମୁତୟନ କରାଯାଇପାରିବ ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଆହୁରି ନୂଆ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସହାୟତା ମିଳିପାରିବ। ୪୫ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ ପଦବୀରେ କାର୍ଯ୍ୟ କରିବା ଲାଗି ପୁନର୍ବାସ ମହାନିର୍ଦ୍ଦେଶାଳୟ (ଡିଜିଆର) ପ୍ରାୟୋଜିତ ସୁରକ୍ଷା ଏଜେନ୍ସିରୁ ୫୮୧ ଜଣ ସୁରକ୍ଷା କର୍ମୀମାନଙ୍କୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଯୁକ୍ତି ଦେଇସାରିଛନ୍ତି। ବିମାନ ଚଳାଚଳ ସୁରକ୍ଷା (ଏଭିଏସଇସି) ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏସବୁ…

Read More

ନୂଆଦିଲ୍ଲୀ: ୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଭାରତ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ପୁଞ୍ଜି ବିନିଯୋଗ ପ୍ରକଳ୍ପ ପାଇଁ ୫୦ ବର୍ଷ ଲାଗି ସୁଧମୁକ୍ତ ଋଣ ଆକାରରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯୋଜନାର ପଞ୍ଚମ ଭାଗ (ଅପ୍ଟିକାଲ ଫାଇବର କେବୁଲ) ଅଧୀନରେ, ୩୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅପ୍ଟିକାଲ ଫାଇବର କେବୁଲ (ଓଏଫସି) ନେଟୱର୍କ ପାଇଁ ପୁଞ୍ଜି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଏହି ସହାୟତା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ହେବ। ଦୂରସଞ୍ଚାର ବିଭାଗର ସୁପାରିସ କ୍ରମେ ବ୍ୟୟ ବିଭାଗ ପକ୍ଷରୁ ନିକଟରେ ଚାରିଟି ରାଜ୍ୟ: ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ହରିୟାଣା ଏବଂ କର୍ଣ୍ଣାଟକ ପାଇଁ ଯଥାକ୍ରମେ ୫୦ କୋଟି, ୮୪ କୋଟି, ୬୫ କୋଟି ଏବଂ ୧୫୬ କୋଟି ଟଙ୍କାର ଆବଣ୍ଟନ କରାଯାଇଛି।

Read More

ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ। ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ। ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା ଉଚିତ। ଏହିପରି ବ୍ୟବସ୍ଥାରେ…

Read More

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି ।  ଏକ…

Read More

ନାଗପୁର: ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୬ ୱିକେଟ୍ ରେ ପରାସ୍ତ କରିଛି। ଏହି ବର୍ଷା ବାଧାପ୍ରାପ୍ତ ୮ ଓଭର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଖେଳିବା ପରେ ଟିମ୍ ଇଣ୍ଡିଆକୁ ୯୧ ରନ୍ ଲକ୍ଷ୍ୟ ଦେଇଥିଲା, ଯାହା ଘରୋଇ ଦଳ ଶେଷ ଓଭରରେ ଚାରିଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୧ରେ ସମାନ ହୋଇଛି। କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ୪୬ ରନ୍ ରନର ପାଳି ଖେଳିଥିଲେ। ୨୦ ଟି ବଲରେ ସେ ଆକ୍ରାମଣାତ୍ମକ ଇନିଂସ ଖେଳି ୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଶେଷ ଓଭରରେ ଦୀନେଶ କାର୍ତ୍ତିକ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଟିମ୍ ଇଣ୍ଡିଆକୁ ଚାରି ବଲ ପୂର୍ବରୁ ବିଜୟୀ କରିଥିଲେ। ୮ ଓଭରରେ ୯୧ ରନ୍‌ର ଟାର୍ଗେଟକୁ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରଖ ଧାମରା ରେଳଲାଇନ୍ର ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅବଶିଷ୍ଟ କାମ…

Read More

ଭୁବନେଶ୍ଵର: ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ର ନିୟମିତ ସେବା ଜସିଡ଼ିହ ଠାରୁ ସେପ୍ଟେମ୍ବର ମାସ ୩୦ ତାରିଖରୁ ଏବଂ ଏସଏମଭିଟି ବେଙ୍ଗାଲୁରୁ ଅକ୍ଟୋବର ମାସ ୨ ତାରିଖ ଠାରୁ କରାଯିବ। ୨୨୩୦୬ ଜସିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ଜସିଡିହରୁ ସକାଳ ୦୬ ଘ.୩୦ ମି.ରେ ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ମାର୍ଗରେ ୨୨୩୦୫ ସଏମଭିଟି ବେଙ୍ଗାଲୁରୁ-ଜସିଡିହ ସୁପର ଫାଷ୍ଟ ଏକ୍ସପ୍ରେସ ସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଜସିଡ଼ିହ ଯାତ୍ରା କରିବ। ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଷ୍ଟେସନ ମାନଙ୍କ ଠାରେ ରହଣି କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ଆସାନସୋଲ୍, ଦୁର୍ଗାପୁର,…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ୮ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୪୭୫ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ଜବତ ଜିନିଷର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୧ ହଜାର ୨୫୦ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଖୋର୍ଦ୍ଧା, ବେଗୁନିଆ…

Read More

ଖୋର୍ଦ୍ଧା: ଆସନ୍ତା ଅକ୍ଟୋବର ପହିଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉକ୍ତ ଦିନ ଜିଲ୍ଲାରେ ଥିବା ୧୭ଟି ଯାକ ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କ ଚକ୍ଷୁ, ହେମୋଗ୍ଲୋବିନ, ରକ୍ତଚାପ, ବ୍ଲଡ ସୁଗାର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଚଷମା, ଆଶାବାଡି, ନି କ୍ୟାପ ପ୍ରଦାନ କରାଯିବ। ଏଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଦିନ ଟାଉନ ହଲ ଠାରେ ବିରଷ୍ଠ ନାଗରିକ ମାନଙ୍କ ନିମନ୍ତେ ମଧ୍ୟ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଏଥିରେ ଯୋଗ ଦେଇ ଆବଶ୍ୟକୀୟ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରାମର୍ଶ ଦିଆଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ…

Read More

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଜି ପ୍ରକାଶନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଚୟନିତ ଭାଷଣକୁ ନେଇ ପ୍ରସ୍ତୁତ ଏକ ପୁସ୍ତକ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ କୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ବିଭିନ୍ନ ବିଷୟ ଉପରେ ମଇ ୨୦୧୯ ରୁ ମଇ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ୮୬ ଟି ଭାଷଣର ଏକ ସଂକଳନ ଅଟେ। ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ଯେ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ଅହ୍ୱାନଗୁଡିକ ଏବଂ ସେଗୁଡିକୁ ଦୂର କରିବା ପାଇଁ ମିଳିତ ପ୍ରୟାସକୁ ବୁଝାଇବାରେ ଏହି ପୁସ୍ତକ ଏକ ମହତ୍ୱପୂର୍ଣ ଅବଦାନ ଅଟେ। ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ‘ସର୍ବେ ଜନ ସୁଖିନୋ ଭବନ୍ତୁ\’ର ବ୍ୟାପକ ଦର୍ଶନ ଅଧୀନରେ କାର୍ଯ୍ୟ କରୁଛନ୍ତି। ସେ ଆହୁରି…

Read More

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ସେପେଫମ୍ବର ୧୨ ତାରିଖଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୨୧୫ଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୧୧୫ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅବଶିଷ୍ଟ ୧୦୦ଟି ଷ୍ଟଲ ଅନ୍ୟ ୧୫ଟି ରାଜ୍ୟକୁ ଆବଣ୍ଟିତ କରାଯାଇଛି। ଏହି ମେଳାରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜାମ୍ମୁ ଓ କାଶ୍ମୀରର ପଶମିନା ସାଲ୍‌, ତାମିଲନାଡ଼ୁର କାଂଜିବରମ୍‌ ପାଟଶାଢ଼ି, ଦିଲ୍ଲୀ ଓ ହରିୟାନାର ଫର୍ନିସିଙ୍ଗ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲକ୍‌ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି। କୋଭିଡ୍‌୩ ଲକ୍‌ଡାଉନ୍‌ ପାଳନ କରିବା…

Read More

ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଛନ୍ତି। ସେମାନେ ବାବା ଆଖଣ୍ଡଳମଣି ପିଠର ଉନ୍ନୟନ କାର୍ଯ୍ୟକୁ ତଦାରଖ କରିଛନ୍ତି। ଏଥିସହିତ ଉଭୟ ସେଠାରେ ଥିବା ସେବକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ବାବା ଆଖଣ୍ଡଳମଣି ପିଠର ସମସ୍ତ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଏକ ସାକ୍ଷାତକାରରେ କହିଛନ୍ତି। ଏଥିସହିତ ଏହି ସ୍ଥାନକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ରହଣି ବ୍ୟବସ୍ଥାର ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଉଭୟ ଧାମରାକୁ ମଧ୍ୟ ଗସ୍ତ କରିଛନ୍ତି। ସେଠାରେ ପ୍ରସ୍ତାବିତ ବାଲିମୁଣ୍ଡା ଏୟାର ଷ୍ଟ୍ରିପ୍‌ ଓ କଇଁଥଖୋଲା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି। ଏମାନଙ୍କ ସହିତ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ଭାବେ ଦିଲ୍ଲୀପ ତୀର୍କି ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ ଏକ ଟୁଇଟ କରି କହିଛନ୍ତି ଯେ, ଭାରତର ପୂର୍ବତନ ହକି କ୍ୟାପେଟନ ଦିଲ୍ଲୀପ ତିର୍କୀ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ସେ ଜଣେ ଭଲ ହକି ଖେଳାଳୀ ହୋଇଥିବାରୁ ହକିକୁ ନିଶ୍ଚିତ ଉପରକୁ ନେବେ। ତାଙ୍କୁ ଅଶେଷ ଶୁଭେଚ୍ଛା। ଆଜି ଆନ୍ତର୍ଜାତୟ ହକି ତାରକା ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ଆସନ୍ତା ଅକ୍ଟୋବର ୧ତାରିଖରେ ହେବାକୁ ଥିଲା।  କାରଣ ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଅନ୍ୟ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଫଳରେ ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି।

Read More

କଟକ: ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟୀତ୍ୱ। ଆଜି କଟକଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା (ବାର୍ତ୍ତାଳାପ)ରେ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନି କହିଥିଲେ, ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ ହୋଇ ରହିଯାଉଥିବା ବେଳେ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ଯତ୍ନବାନ ହେଲେ ହିଁ ସମାଜର ପରିବର୍ତ୍ତନ ସମ୍ଭବ। ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ, ତାହା ପରିବର୍ତ୍ତନ ବା ସଂସ୍କାର ଆଣିପାରିବ ବୋଲି ସେ କହିଥିଲେ। ଏଥିରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଦୈନିକ ଖବରକାଗଜ ସମାଜର ସମ୍ପାଦକ କାନନ ବିହାରୀ ଦାଶ କହିଥିଲେ ଯେ ଗଣମାଧ୍ୟମ ସ୍ୱାଧୀନ ହେବା ସହ ଲୋକଙ୍କୁ…

Read More

ଭୁବନେଶ୍ୱର: ଶେଷରେ ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ପୁଅ। ଆନ୍ତର୍ଜାତୟ ହକି ତାରକା ଦିଲ୍ଲୀପ ତିର୍କୀ ହୋଇଛନ୍ତି ସଭାପତି। ପୂର୍ବତନ ଭାରତୀୟ ହକି କ୍ୟାପେଟନ ଦିଲ୍ଲୀପ ତିର୍କୀ। ଆସନ୍ତା ଅକ୍ଟୋବର ୧ତାରିଖରେ ହକି ଇଣ୍ଡିଆ ସଭାପତି ନିର୍ବାଚନ ହେବାକୁ ଥିଲା। ହେଲେ ଦିଲ୍ଲୀପ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଅନ୍ୟ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଏହାପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି ଭାରତୀୟ ହକିକୁ ଶୀର୍ଷ ସ୍ତରରେ ପହଁଚାଇବା ମୋର ଲକ୍ଷ୍ୟ । ତେଣୁ ଯଥା ସମ୍ଭବ ଦଳକୁ ଆଗକୁ ନେବାକୁ ପ୍ରୟାସ କରିବି। ଦିଲ୍ଲୀପ ତିର୍କୀ ବର୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି।…

Read More

ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଭାବରେ ଡକ୍ଟର ଏମ ଶ୍ରୀନିବାସ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଶୁକ୍ରବାର ଦିନ ଶେଷ ହେଉଛି। ନୂତନ ନିର୍ଦ୍ଦେଶକଙ୍କ ବିଷୟରେ ଅନେକ ନାମ ଉପରେ ଆଲୋଚନା ହେଉଥିଲା। ଡକ୍ଟର ଏମ ଶ୍ରୀନିବାସ ବର୍ତ୍ତମାନ ହାଇଦ୍ରାବାଦର କର୍ମଚାରୀଙ୍କ ରାଜ୍ୟ ବୀମା କମ୍ପାନୀ (ଇଏସଆଇସି) ହସ୍ପିଟାଲ ଏବଂ ମେଡିକାଲ କଲେଜର ଡିନ୍ ଦାୟିତ୍ଵ ତୁଲାଉଛନ୍ତି। ତାଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ପ୍ରକାଶ ଯେ ଡକ୍ଟର ରଣଦୀପ ଗୁଲେରିଆ ମାର୍ଚ୍ଚ ୨୮ ତାରିଖ ୨୦୧୭ରେ AIIMS ଦିଲ୍ଲୀର ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ପୋଷ୍ଟରେ ତାଙ୍କୁ ଦୁଇଟି ଏକ୍ସଟେନ୍ସନ୍ ମିଳିଛି, ଯାହା ଶୁକ୍ରବାର ଦିନ ଶେଷ ହେବ।

Read More

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଷେରା ରାଲି ଆୟୋଜନ କରିବାକୁ ଟିମ୍ ଏକନାଥ ସିନ୍ଦେଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ବିଏମସିର ପରାମର୍ଶଦାତା ସୁପ୍ରିମକୋର୍ଟଙ୍କ ୨୦୦୪ ଆଦେଶକୁ ସୂଚାଇ ଦେଇଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ କୋର୍ଟ ଆଇନ ଶୃଙ୍ଖଳା କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ଏବଂ ପ୍ରଶାସନ ଦ୍ୱାରା ନିୟନ୍ତ୍ରିତ ହେବା ଉଚିତ। ଏହି ରାୟ ଘୋଷଣା କରିବାବେଳେ କୋର୍ଟ କହିଛନ୍ତି ଯେ ବିଏମସି ସେହି ଦିନ ପୋଲିସ ରିପୋର୍ଟ ମାଗିଥିଲା ​​ଯେଉଁ ଦିନ ଠାକରେ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଶିବାଜୀ ପାର୍କରେ ଉଭୟ ଗୋଷ୍ଠୀକୁ ଦଷେରା ରାଲି କରିବାକୁ ଅନୁମତି ନଦେବା ବିଏମସିର ନିଷ୍ପତ୍ତି ଯଥାର୍ଥ ନୁହେଁ। ବମ୍ବେ ହାଇକୋର୍ଟ ମୁମ୍ବାଇର ଶିବାଜୀ ପାର୍କରେ ଉଦ୍ଧବ ଠାକରେଙ୍କୁ ଦଶେରା ରାଲି କରିବାକୁ ଅନୁମତି ଦେଇଛନ୍ତି। ଅଦାଲତ ଆଜି ଏହାର ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ,…

Read More

ୱାଶିଂଟନ୍: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଆସନ୍ତା ସପ୍ତାହରେ ଏହାର ‘ଡବଲ୍ ଆଷ୍ଟେରଏଡ୍ ରେଡିରେକ୍ସନ ଟେଷ୍ଟ’ (DART) ମାଧ୍ୟମରେ ସ୍ପେଶକ୍ରାଫ୍ଟ ସହିତ ଆଷ୍ଟ୍ରୋଏଡ୍ ମୁନଲେଟ ଡିମୋଫୋର୍ସକୁ ଧକ୍କା ଦେବାକୁ ଯାଉଛି। ନାସା ଏହାର DART ମିଶନ୍ ଅଧୀନରେ ଏହି ଧକ୍କା ସହିତ ଆଷ୍ଟେରଏଡ୍ ର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ। ଯଦିଓ ପୃଥିବୀ ଠାରୁ ୧ କୋଟି ୧୦ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ମୁନଲେଟ୍ ଡିମୋଫୋର୍ସ ବର୍ତ୍ତମାନ ଆମ ଗ୍ରହ ପାଇଁ କୌଣସି ବିପଦ ସୃଷ୍ଟି କରୁନାହିଁ। ନାସା ଏହାର DART ମିଶନ ଅନୁସନ୍ଧାନ ପାଇଁ ୟୁରୋପୀୟ ସ୍ପେସ୍ ଏଜେନ୍ସିର HERA ମିଶନ ଉପରେ ନିର୍ଭର କରିବ। ବାସ୍ତବରେ ସୋମବାର ଦିନ ଆମେରିକାର ସ୍ପେସ୍ ଏଜେନ୍ସି ଦ୍ୱାରା ହେବାକୁ ଥିବା ଧକ୍କା ସମ୍ପର୍କରେ ୟୁରୋପର ସ୍ପେସ୍ ଏଜେନ୍ସି ଦାୟିତ୍ଵ ପାଇଛି। ସ୍ପେସ୍ ଏଜେନ୍ସି ଅନୁଯାୟୀ, ପୃଥିବୀର ବିଭିନ୍ନ ସ୍ଥାନରୁ ଜ୍ୟୋତିର୍ବିଜ୍ଞାନୀମାନେ ଏହି ଧକ୍କାକୁ ଏକାଠି ବିଶ୍ଳେଷଣ କରିବେ। DART…

Read More

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ମାମଲାରେ ବାହୁବଲୀ ମୁଖତାର୍ ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁଖତାର ଅନସାରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ କରାଯାଇଛି ଏବଂ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମଧ୍ୟ ଗ୍ୟାଙ୍ଗଷ୍ଟର ଆକ୍ଟ ଅଧୀନରେ ୨୩ ବର୍ଷ ପୁରୁଣା ମାମଲାରେ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଷ୍ଟିସ ଦୀନେଶ କୁମାର ସିଂଙ୍କ ଏକକ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନ ଉପରେ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ ଏହି ମାମଲାର ୧୯୯୯ ମସିହାରେ ହଜରତଗଞ୍ଜ ପୋଲିସ ଷ୍ଟେସନରେ ମାମଲା ପଞ୍ଜୀକୃତ ହୋଇଥିଲା। ଏହାପୂର୍ବରୁ ବୁଧବାର ଦିନ ମୁଖତାର ଅନସାରୀଙ୍କୁ ଏକ ମାମଲାରେ ସାତ ବର୍ଷ ଦଣ୍ଡିତ କରାଯାଇଥିଲା। ଗତ ୩୪ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ମାଫିଆଙ୍କୁ ଦଣ୍ଡିତ କରାଯାଇଥିଲା। ତେବେ ଏହି ୫୯ ଟି ମାମଲା ମଧ୍ୟରୁ ଅଧିକାଂଶ ମାମଲା ଗାଜିପୁର ଜିଲ୍ଲାରେ ପଞ୍ଜିକୃତ ହୋଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକରେ ବାଇକ୍ କୁ ଏକ ଅଟୋ ରିକ୍ସା ଧକ୍କା ଦେବା ଫଳରେ ବାଇକ୍ ରୁ ଛିଟିକି ପଡି ଗୁରୁତର ହୋଇଛନ୍ତି ମା’ ଏବଂ ପୁଅ। ଗୁରୁତର ମା’ଙ୍କର ନାମ ମଂଜୁଲତା ନାୟକ (୪୫) ଏବଂ ପୁଅର ନାମ ତୋଫାନ ନାୟକ (୨୪) ବୋଲି ଜଣା ପଡିଛି। ଉଭୟଙ୍କ ଘର ବାଣପୁର ଥାନା ସଲପଡିହ ଗ୍ରାମରେ। ଆଜି ପୂର୍ବାହ୍ନରେ ତୋଫାନ ଓ ତାଙ୍କ ମା’ ମଂଜୁଲତା ଏକ ବାଇକ୍ ଯୋଗେ ଚାନ୍ଦପୁର ଯାଉଥିବା ବେଳେ ଚଣ୍ଡେଶ୍ୱର ଛକରେ ଉକ୍ତ ବାଇକ୍ କୁ ଏକ ଅଟୋ ରିକ୍ସା ଧକ୍କା ଦେଇଥିଲା।  ଫଳରେ ମା’ ପୁଅ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିଲେ। ଶହ ଶହ ଦେଖଣାହାରୀ ଦୁର୍ଘଟଣାର ଦୃଶ୍ୟ ଦେଖୁଥିଲେ ହେଁ କେହି ଆହତଙ୍କୁ ଉଦ୍ଧାର କରିନଥିଲେ। ସେପଟେ ସାମ୍ବାଦିକ ରାମଚନ୍ଦ୍ର ପରିଡା କୁହୁଡିରୁ ନିଜ…

Read More

ନୂଆଦିଲ୍ଲୀ: ପଞ୍ଜାବକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ତିନିଜଣ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ସମଗ୍ର ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ବାସ୍ତବରେ ପଞ୍ଜାବରେ ମାହୋଲକୁ ଖରାପ କରିବା ପାଇଁ ପଡୋଶୀ ଦେଶ ପାକିସ୍ତାନ ଧାର୍ମିକ ତଥା ରାଜନୈତିକ ନେତାମାନଙ୍କୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରିଛି। ଏଥିପାଇଁ ଆଇଓଡି, ପିସ୍ତଲ ଏବଂ ଡ୍ରଗ୍ସର ସାମଗ୍ରୀ ଡ୍ରୋନ୍ ମାଧ୍ୟମରେ ପଞ୍ଜାବକୁ ପଠାଯାଇଛି। ଏହା ସହିତ ଅନେକ ଆତଙ୍କବାଦୀ ବିସ୍ଫୋରଣ ପାଇଁ ପ୍ରସ୍ତୁତ ଅଛନ୍ତି। ଆଜି ସିଆଇଏ ଷ୍ଟାଫ୍ ତରନତାରନ ଟିମ୍ ଆଇଏସଆଇର ତିନି ରୁ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସେମାନଙ୍କ ଆଇ-ଟ୍ୱେଣ୍ଟି କାରରୁ ଧରିଥିଲା। ସେମାନଙ୍କୁ ଅତି ନିକଟରୁ ପଚରାଉଚରା କରାଯାଉଛି। ଏହି ଆତଙ୍କବାଦୀଙ୍କୁ ଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଅପରାଧୀ ଦଲିଲ ଉଦ୍ଧାର କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ ପୋଲିସ ଷ୍ଟେସନ ସଦର ତରନତାରନରେ ଏକ ମାମଲା ରୁଜୁ ହୋଇଛି। ସେମାନଙ୍କ…

Read More