ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ, ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ। ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ।…
Author: Samikhsya Bureau
ଭୁବନେଶ୍ଵର: ଭିନ୍ନ ସ୍ବାଦର ପ୍ରେମ କାହାଣୀ ସହ ମୌଳିକ ଓଡ଼ିଆ କାହାଣୀ ନେଇ ଆସୁଛି ନୂଆ ଓଡ଼ିଆ ସିନେମା ‘ତିତଲି’। ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକ୍ସନର ଏହା ପଞ୍ଚମ ଅବଦାନ ହୋଇଥିବା ବେଳେ ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି। ପୂର୍ବରୁ ଏହି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ବ୍ୟାଡଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ସିନେମା ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ‘ତିତଲି’ ମଧ୍ୟ ଦମଦାର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି। ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି। ଏସ କେ ମୁରଲୀଧରନ ଏବଂ ଦେବିଦତ୍ତ ମହାନ୍ତି ‘ତିତଲି’ର କାହାଣୀ ଲେଖିଛନ୍ତି। ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଏହି ସିନେମାରେ ନଜର ଆସିଛନ୍ତି। ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ତିତଲି’ରେ ରହିଛି ମୋଟ ୫ଟି ଗୀତ। ଯେଉଁଥିରେ…
ଭୁବନେଶ୍ବର: ଆଜି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ଏହି ସେବା ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରୁ ଆରମ୍ଭ କରାଯିବ। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁରେ ଥିବା ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ବିରଳ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି। ଆଜି ଦିନ ଦଶଟାରେ ଏହି ୫ଜି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ମେଷ: ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ। ମନ ପୂଜାରେ ନିୟୋଜିତ ହେବ। ତୀର୍ଥଯାତ୍ରା ହୋଇପାରେ । ବିବେକକୁ ବ୍ୟବହାର କରନ୍ତୁ, ସେଠାରେ ଲାଭ ହେବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ । ବିରୋଧ ହୋଇପାରେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ । ଚିନ୍ତା ଏବଂ ଟେନସନ ରହିବ। ଅସୁବିଧାରେ ପଡ଼ିପାରନ୍ତି।ଆଜି ଅଳସୁଆ ପ୍ରକୃତିର ହେବେ। ବୃଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । କାମ କରିବା ସମୟରେ ବେପରୁଆ ହୁଅନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । ଜଣେ ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ। ନିଜ ବିବେକ ବ୍ୟବହାର କରନ୍ତୁ । ଆୟ ରହିବ । ପରିବାର ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଭଲ କରିବ । ମିଥୁନ : ପରିବାରର ଚିନ୍ତା…
ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସ, ତଥା ସମସ୍ତ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ରର ମୁଲ୍ୟବୃଦ୍ଧି,ଖାଦ୍ୟ ସାମଗ୍ରୀ ଉପରେ ଅନ୍ୟାୟ ଭାବେ ଜି.ଏସ୍.ଟି.ଲାଗୁ,ବିଦ୍ୟୁତ ଶୁଳ୍କ ବୃଦ୍ଧି,ଦେଶ ଓ ରାଜ୍ୟରେ ଶିକ୍ଷା-ସ୍ୱାସ୍ଥ୍ୟ କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଶିକ୍ଷା-ସ୍ୱାସ୍ଥ୍ୟ ବିରୋଧି ନୀତି ପ୍ରଣୟନ ଦାବୀ ନେଇ ରାଜଧାନୀରେ ଏସୟୁସିଆଇ ତରଫରୁ ବିକ୍ଷୋଭ କରାଯାଇଥିଲା। ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖରେ ଏହି ବିଶାଳ ଗଣବିକ୍ଷୋଭ କରାଯାଇଥିଲା। ଦେଶରେ କ୍ରମବଦ୍ଧିଷ୍ଣୁ ବେକାର ସମସ୍ୟା,ବ୍ୟଙ୍କ-ବୀମା,ରେଳ ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକୁ ପୁଞ୍ଜିପତିମାନଙ୍କ ହାତରେ ଟେକିଦେବା, ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନଦେବା, ଶିଳ୍ପାୟନ ନାମରେ ଅନ୍ୟାୟ ଭାବେ ବିସ୍ଥାପନ କରିବା,ସମାଜରେ ନାରୀ ନିର୍ଯ୍ୟାତନା କ୍ରମାଗତ ବୃଦ୍ଧି ପାଇବା,ସ୍କିମ୍ ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ ହେବା ତଥା ଅଶ୍ଲିଳତା, ନଗ୍ନତା ଓ ମଦ ମାଦକ ଦ୍ରବ୍ୟର ପ୍ରସାର ଇତ୍ୟାଦି ବିରୋଧରେ ଏକ ବାର ଦଫା…
ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରେ ଏହି ସେବା ଲାଗୁ କରାଯିବ। ସେଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁ ସ୍କୁଲ ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି। ଆସନ୍ତାକାଲି ଏହି ୫ଜି ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍କୁଲ…
ଖୋର୍ଦ୍ଧା: ବେଗୁନିଆ ଓ ବୋଲଗଡ ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ଚୁଡା ଠାରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥକୁ ବୋଲଗଡସ୍ଥିତ ଖଦି କେନ୍ଦ୍ରକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ଚମ୍ପାଇଲଠାରେ ମଧ୍ୟ ଏହି ରଥକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ବେଗୁନିଆ ବ୍ଲକର ଚନ୍ଦକା, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ହଟେକଶ୍ବର ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ ବିଡିଓ ଧୋବେଇ ନାୟକ, ଅତିରିକ୍ତ ତହସିଲଦାର ପଙ୍କଜା ମଞ୍ଜରୀ ଭଞ୍ଜ,ଐତିହାସିକ ରବିନ୍ଦ୍ର ପରିଡା, ଶିକ୍ଷାବିତ ଗୋପିନାଥ ଖାଡଙ୍ଗା, ବ୍ଲକ ଶିକ୍ଷାଧିକାରୀ ଡଃ ନିରଞ୍ଜନ ମହାନ୍ତି, ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ତହସିଲଦାର…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକଲି ଅପରାହ୍ନରେ ବେଗୁନିଆ ପୋଲିସ ଡିଙ୍ଗର ଚାରିଛକ ଠୁ ଗଡ଼ମାଣିତ୍ରି ଅଞ୍ଚଳ ମଧ୍ୟରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ହଠାତ ଏକ ସ୍କୁଟିରେ ୩ ଜଣ ଯୁବକ ଦୁଇ ଗୋଟି ଅଖା ନେଇ ଦୃତ ଗତିରେ ଗଡ଼ମାଣିତ୍ରି ଗ୍ରାମ ଆଡକୁ ଯାଉଥିଲେ। ପୋଲିସର ସନ୍ଦେହ ହେବାରୁ ଉକ୍ତ ଗାଡିକୁ ପିଛା କରି ଗଡ଼ମାଣିତ୍ରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅଟକାଇ ତାଲାସି ନେଇଥିଲା। ତେବେ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ସ୍କୁଟି ସହ କାବୁ କରିଥିଲା ପୋଲିସ। ସେମାନଙ୍କ ନିକଟରୁ ନକଦ ୬ ହଜାର ଟଙ୍କା ଏବଂ ଦୁଇ ଗୋଟି ଅଖାରୁ ସମୁଦାୟ ୨୧ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ…
ସୀତାରାମ ଅଗ୍ରୱାଲ ବାଣପୁର: ଶିଶୁଙ୍କ ଖାଦ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିଥିବା ଅଭିଯୋଗ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଷ୍ଣୁଡ଼ିହ ପଞ୍ଚାୟତ ଅନ୍ତର୍ଗତ କୋତରି ଗ୍ରାମର ଏକାଧିକ ଗ୍ରାମବାସୀ ବାଣପୁର ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲାକି ତାଙ୍କ ଗ୍ରାମର ଅଙ୍ଗନବାଡି କର୍ମୀ ଶିଶୁମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସରକାରୀ ଅଟକଳ ବ୍ୟୟର ହିସାବ ଗ୍ରାମର ଖାଦ୍ୟ ଯାଞ୍ଚ କମିଟିକୁ ସଠିକ ଭାବେ ପ୍ରଦାନ କରିପାରୁନାହାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଆକଳନ ଓ ଅଙ୍ଗନବାଡି କର୍ମୀଙ୍କ ହିସାବରେ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଫରକ ହେଉଛି। ତତସହିତ ଗତ ପାଞ୍ଚ ମାସ ହେଲା ଗ୍ରାମର ଶିଶୁମାନେ ଠିକ ଭାବେ ଖାଦ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସଠିକ ହିସାବ ନଦେବାରୁ ଗ୍ରାମବାସୀମାନେ ନୂତନ ଖାଦ୍ୟ ଯାଞ୍ଚ କମିଟି ମଧ୍ୟ ଗଠନ କରିପାରୁନାହାନ୍ତି। ତେଣୁ ଉକ୍ତ…
ଭୁବନେଶ୍ବର: ଦିବ୍ୟାଙ୍ଗମାନଙ୍କର ସମାବେଶୀ ପୁନର୍ବାସ କ୍ଷେତ୍ରରେ ଏସଭିନିର୍ତାର ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି। ଶୁକ୍ରବାର କଟକ ଜିଲ୍ଲା ଓଲଟପୁର ଠାରେ ଥିବା ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ, ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭିନିର୍ତାର) ଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଉପଭବନ, ଥେରାପି ପାର୍କ ଉଦଘାଟନ କରାଯିବା ସହିତ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର କୁମାର ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ, ଏସଭିନିର୍ତାର ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଉପଭବନ ବା ଚିକିତ୍ସାଳୟ ଉଦଘାଟନ ହେବା ଦ୍ବାରା ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ପ୍ରକାରର ପୁନର୍ବାସ ସେବା ଯୋଗାଇ ଦେବା ଲାଗି ଏହି ପ୍ରତିଷ୍ଠାନର କ୍ଷମତା ବୃଦ୍ଧି ପାଇବ। ଦିବ୍ୟାଙ୍ଗମାନଙ୍କର ଚିକିତ୍ସା, ପ୍ରଶିକ୍ଷଣ ଏବଂ ପୁନର୍ବାସ କ୍ଷେତ୍ରରେ ଏହି ପ୍ରତିଷ୍ଠାନ କେବଳ ଓଡ଼ିଶା ଲୋକମାନଙ୍କୁ ନୁହେଁ ବରଂ…
ଖୋର୍ଦ୍ଧା: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସ୍ୱାଧୀନତା ପୀଠ, ଐତିହ୍ୟ ପୀଠରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇଛି। ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ସହର ସ୍ଥିତ ପଲଟନ ପଡିଆରୁ ମାଟି ଓ ସାଳନ୍ଦୀ ନଦୀରୁ ପାଣି ସଂଗ୍ରହ କରାଯାଇଥିଲା। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ପରାମର୍ଶ ଅନୁଯାୟୀ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ ପ୍ରାଚୀପ୍ରଭା ସ୍ବାଇଁ, ବାଣପୁର ବିଡିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜବିହାରୀ ବଡଜେନା, ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖଙ୍କ ଉପସ୍ଥିତରେ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଇଥିଲା। ଏପରିକି ଗାନ୍ଧିଜୀ ଗସ୍ତ କରିଥିବା ବୋଲଗଡ ଖଦି କେନ୍ଦ୍ର ପରିସରରୁ ଆଜି ମଧ୍ୟ ମାଟି ସଂଗ୍ରହ କରଯାଇଛି। ବୋଲଗଡ ବିଡିଓ ଧୋବେଇ ନାୟକ, ଅତିରିକ୍ତ ତହସିଲଦାର ପଙ୍କଜା ମଞ୍ଜରୀ ଭଞ୍ଜ,ଐତିହାସିକ ରବିନ୍ଦ୍ର…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏହି ସମାରୋହରେ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ଦିଆଯାଇଥିଲା। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ, ମୁରୁଗନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା, ବିଚାରକ ମଣ୍ଡଳୀର ଅଧ୍ୟକ୍ଷ, ସଦସ୍ୟଗଣ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦାଦା ସାହେବ ଫାଲକେ ପୁରସ୍କାର ବିଜୟିନୀ ଆଶା ପାରେଖଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭାରତୀୟ ଚଳଚ୍ଚିତ୍ର ଜଗତକୁ ତାଙ୍କର ବିଶେଷ ଯୋଗଦାନ ପାଇଁ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିବା ସହିତ ଏହି ପୁରସ୍କାର ତାଙ୍କୁ ଦିଆଯିବା ନାରୀ ସଶକ୍ତିକରଣ ପ୍ରତି ଏକ ସମ୍ମାନ ବୋଲି କହିଥିଲେ। ରାଷ୍ଟ୍ରପତି କହିଥିଲେ ଯେ,…
ଭୁବନେଶ୍ବର: ନୂତନ ରେଳବାଇ ସମୟ ସାରଣୀ 1 ଅକ୍ଟୋବର, 2022 ରୁ କାର୍ଯ୍ୟକାରୀ ହେବ। ଟ୍ରେନର ସମୟ ପରିବର୍ତ୍ତନ, ଟ୍ରେନର ସମ୍ପ୍ରସାରଣ, ଅତିରିକ୍ତ ଷ୍ଟପେଜ୍ ପ୍ରଦାନ, ଟ୍ରେନ୍ ପୁନଃ ପ୍ରଚଳନ ଏବଂ ନୂତନ ଟ୍ରେନ୍ ଚଳାଚଳ ଏହି ସମୟ ସାରଣୀରେ ଅନ୍ତର୍ଭୁକ୍ତ କରାଯାଇଅଛି। 1 ଅକ୍ଟୋବର, 2022 ରୁ ଟ୍ରେନ ସମୟ ସାରଣୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ: 1 ଅକ୍ଟୋବର, 2022 ରୁ ଟ୍ରେନ ଉତ୍ପତ୍ତି ଷ୍ଟେସନ (ଛାଡୁଥିବା ମୂଳ ଷ୍ଟେସନ) ରେ ପୂର୍ବ ନିର୍ଦ୍ଧାରିତ ସମୟ ତୁଳନାରେ ସତଚାଳିଶ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଟ୍ରେନର ସୁଗମ ଚଳାଚଳ ଦୃଷ୍ଟିରୁ ଅନେକ ଟ୍ରେନର ସମୟ ମଧ୍ୟ ବିଭିନ୍ନ ଷ୍ଟେସନରେ ପରିବର୍ତ୍ତନ କରାଯାଇଛି। ନିମ୍ନଲିଖିତ ଟ୍ରେନ ଗୁଡ଼ିକ ହେଉଛି: – A. ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟର ପରିବର୍ତ୍ତନ: B. ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ: C. ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଟ୍ରେନ୍ ସମୟରେ ପରିବର୍ତ୍ତନ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ 10 ଟି…
ଭୁବନେଶ୍ୱର: ଆଜି ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀ କର୍ଣ୍ଣାଟକ ର ଭାରତ ଯୋଡ ଯାତ୍ରା ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ସାଂସଦ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକଙ୍କ ପୁତ୍ର ଶ୍ରୀ ପୃଥ୍ବୀବଲ୍ଲଭ ପଟ୍ଟନୟକଙ୍କୁ ଟେଲିଫୋନ ମାଧ୍ୟମରେ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକ ଙ୍କ ବିୟୋଗ ପାଇଁ ଗଭୀର ସମବେଦନା ଜଣାଇଛନ୍ତି। ଶ୍ରୀ ଗାନ୍ଧୀ କହିଥିଲେ ଶ୍ରୀମତୀ ପଟ୍ଟନାୟକ ଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି।ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟା ଅବିସ୍ମରଣୀୟ। ସେ ତାଙ୍କର ଆବେଗ ବ୍ୟକ୍ତ କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ର ପ୍ରଭାରୀ ତଥା ସାଂସଦ ଡ ଚେଲ୍କା କୁମାରଜୀ ପୃଥ୍ୱୀ ବଲ୍ଲଭଙ୍କ ସହିତ ରାହୁଲ ଗ।ନ୍ଧିଜୀ ଙ୍କୁ କଥା ବାର୍ତ୍ତା କରାଇଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ନିଖୋଜ ନାବାଳିକାଙ୍କୁ ସୁଦୂର ଚେନ୍ନାଇରୁ ଉଦ୍ଧାର କରିଛି ପୋଲିସ। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ସୂଚନା ଦେଇଛନ୍ତି। ଉକ୍ତ ନାବାଳିକା ଜଣକ ଗତ ମାର୍ଚ୍ଚ ମାସରୁ ନିଖୋଜ ଥିବା ବେଳେ ପୋଲିସ ସେବେଠାରୁ ତାଙ୍କ ଅନୁସନ୍ଧାନ ଜାରି ରଖିଥିଲା। ତେବେ ନିକଟରେ ନାବାଳିକା ଜଣକ ଚେନ୍ନାଇରେ ଥିବା ସୂଚନା ପାଇଥିଲା ପୋଲିସ। ତେଣୁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ବାଣପୁର ଆଇଆଇସି ଜୟପ୍ରକାଶ ପରିଡାଙ୍କ ତତ୍ୱାବଧାନରେ ଏସଆଇ ଦେବସ୍ମିତା ବେହେରା ଓ ଏସଆଇ ଚନ୍ଦନ ଦାସଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରି ଚେନ୍ନାଇ ଗସ୍ତ କରିଥିଲେ। ଆଜି ସମ୍ପୃକ୍ତ ନାବାଳିକାଙ୍କୁ ବାଣପୁର ଥାନା ଆଣିଥିବା ବେଳେ ତାଙ୍କର ବୟାନ ରେକର୍ଡ଼ ଓ ଡାକ୍ତରୀମାଇନା ହେବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ…
ଭୁବନେଶ୍ବର: ଆଜି ମହାନ ବିପ୍ଲବୀ, ସ୍ବାଧୀନତା ସଂଗ୍ରାମୀ ତଥା ଲେଖକ ପ୍ରାଣନାଥ ପଟ୍ଟନାୟକଙ୍କ ୫୨ ତମ ଶ୍ରାଦ୍ଧ ବାର୍ଷିକ ପାଳନ ହୋଇଯାଇଛି। ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗଦେଇଥିଲେ। ଏଥିସହିତ କିଟ କିସର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ମଧ୍ୟ ଯୋଗଦେଇଥିଲେ। ସେହିପରି ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଯୋଗ ଦେଇ ପ୍ରାଣନାଥଙ୍କ ଜୀବନର ବିଭିନ୍ନ ଦିଗକୁ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥୀ ଭାବେ ଦୈନିକ ସମାଜର ପ୍ରକାଶର ନିରଂଜନ ରଥ ମଧ୍ୟ ଯୋଗ ଦେଇ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଶିଷ୍ଟ ୫ ଜଣ ପ୍ରତିଭାଙ୍କୁ ପ୍ରାଣନାଥ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଡାକ୍ତର ସି ବି କେ ମହାନ୍ତି, କବି ରକ୍ଷକ ନାୟକ, ଚଳଚିତ୍ର ନିର୍ଦ୍ଦେଶକ ହିଂମାଶୁ ଖଟୁଆ, ଶିକ୍ଷାବିତ ଡ ସୌରେନ୍ଦ୍ର ମହାପାତ୍ର ଏବଂ କଣ୍ଠଶିଳ୍ପ ଶୈଳଭାମା ମହାପାତ୍ର। ଏହି ଉତ୍ସବରେ ସିନେ…
ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜେଡିର ପୂର୍ବତନ ରାଜ୍ୟ ପ୍ରବକ୍ତା, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ଶ୍ରୀ ତେଜେଶ୍ୱର ପରିଡା ଓ ଆଳିର ବିଶିଷ୍ଟ ଶିକ୍ଷାବିତ, ବିଜେଡିର ତୁଙ୍ଗ ନେତା, କନିକା ଏସଏନ କଲେଜର ଅଧ୍ୟକ୍ଷ ଶ୍ରୀ ବୈକୁଣ୍ଠନାଥ ପରିଡା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ…
ଭୁବନେଶ୍ୱର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅତିବିଶିଷ୍ଟ ସେବା ମେଡ଼ାଲପ୍ରାପ୍ତ ମହାନିର୍ଦ୍ଦେଶକ (ଡିଜି,ଏନ୍ସିସି) ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀରପାଲ୍ ସିଂ ସଂପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କାର୍ଯ୍ୟ ଏବଂ ଦେଶକୁ ଗଢ଼ିତୋଳିବା ପାଇଁ ସେମାନେ ନେଉଥିବା ବିଭିନ୍ନ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି) ନିର୍ଦ୍ଦେଶାଳୟ, ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାମାଜିକ, ରଚନାତ୍ମକ କାର୍ଯ୍ୟରେ ସଶକ୍ତ କରିବାରେ ଏବଂ ଦୁଃସାହସିକ କାର୍ଯ୍ୟକ୍ରମରେ ବଳିଷ୍ଠ ଭୂମିକା ନେବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଦେଶଭକ୍ତି, ନେତୃତ୍ୱ ଗ୍ରହଣ, ଦକ୍ଷତା ବିକାଶ, ସମାଜସେବୀ, ନିର୍ମଳ ପରିବେଶ, କ୍ରୀଡ଼ା ଓ ଲିଙ୍ଗଗତ ସମାନତା ପାଇଁ ଗ୍ରହଣ କରୁଥିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ବିଷୟ ନେଇ…
ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ୨୦୨୨ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଦିନ ରାୟପୁରରେ ଇଣ୍ଡିଆ ଲିଜେଣ୍ଡ୍ସ ଏବଂ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଇଣ୍ଡିଆ ଲିଜେଣ୍ଡ୍ସ ଦଳ ଚାରିଟି ବଲ ପୂର୍ବରୁ ପାଞ୍ଚ ୱିକେଟ୍ ରେ ଜିତିଥିଲା। ଏହି ବିଜୟ ସହିତ ଇଣ୍ଡିଆ ଲିଜେଣ୍ଡ୍ସ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚର ହିରୋ ୱିକେଟ୍ କିପର ଓପନର୍ ନମନ୍ ଓଝା ଥିଲେ। ସେ ୧୪୫.୧୬ ଷ୍ଟ୍ରାଇକ୍ ହାରରେ ୬୨ ବଲରେ ୯୦ ରନର ଅପରାଜିତ ଅର୍ଦ୍ଧଶତକ ଖେଳିଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ସାତଟି ଚୌକା ଏବଂ ପାଞ୍ଚଟି ଉତ୍କୃଷ୍ଟ ଛକା ଆସିଥିଲା। ଏହି ଉତ୍ତମ ପ୍ରଦର୍ଶନ ପାଇଁ ଓଝାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବେ ବିବେଚନା କରାଯାଇଥିଲା। https://twitter.com/Colors_Cineplex/status/1575480668498206723?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1575480668498206723%7Ctwgr%5E8b5d396a91658d0024f79bec483d29ba95450b9d%7Ctwcon%5Es1_&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-irfan-pathans-blast-in-raipur-hit-four-sixes-and-two-fours-watch-video-4672951.html ଓଝାଙ୍କ ବ୍ୟତୀତ ଭାରତୀୟ ବିଜୟର କାହାଣୀରେ ସର୍ବାଧିକ ଅବଦାନ ଦେଇଥିବା ଖେଳାଳି ହେଉଛନ୍ତି ଅଲରାଉଣ୍ଡର ଇରଫାନ ପଠାନ। ବାସ୍ତବରେ,…
ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର ପଟ୍ଟନର ୟେଦିପୋରା ଗ୍ରାମରେ ଆଜି ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିବା ଗୁପ୍ତଚର ଇନପୁଟ୍ ଆଧାରରେ ଆଜି ସକାଳେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବାରାମୁଲାର ବରିଷ୍ଠ ପୋଲିସ ଅଧୀକ୍ଷକ ରାଇସ ଭଟ କହିଛନ୍ତି ଯେ, ନିହତ ଆତଙ୍କବାଦୀମାନେ ଜିଲ୍ଲାର ସେକ୍ଟର ୧୦ ର ହାଇଦରବେଗ ମୁଖ୍ୟାଳୟରେ ଚାଲିଥିବା ସେନା ନିଯୁକ୍ତି ରାଲି ଉପରେ ଆକ୍ରମଣ କରିବାକୁ ଆସିଥିଲେ। ବରିଷ୍ଠ ପୋଲିସ ଅଧୀକ୍ଷକ ରାଇସ ଭଟ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଗୁପ୍ତଚର ଆଧାରରେ ଗାଁରେ ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହ ସମ୍ପର୍କ ମଧ୍ୟ ସ୍ଥାପନ କରାଯାଇଥିଲା। ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ବିଷୟରେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେମାନେ ଅଗ୍ନିବୀର ନିଯୁକ୍ତି ରାଲି ଉପରେ ଆକ୍ରମଣ କରିବାକୁ…
ଭୁବନେଶ୍ୱର: କରୋନା ମହାମାରୀ ମଣିଷର ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ବିଗାଡି ଦେଇଛି। ଏଭଳି ପରିସ୍ଥିତିରେ ଜୀବନଶୈଳୀରେ ପରିବର୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି ସମସ୍ୟାକୁ ଏଡାଇ ହେବ ବୋଲି ଗୁରୁବାର ବିଶ୍ୱ ହୃଦୟ ଦିବସ ଅବସରରେ ହୃଦରୋଗ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏକ ଆତ୍ମ କୈନ୍ଦ୍ରିକ ମଣିଷ ଅଧିକ ଚାପରେ ରହିଥାଏ। ତେଣୁ ମାନସିକ ଚାପରେ ନିୟନ୍ତ୍ରଣ ଆଣିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ହୃଦୟ ଦିବସରେ ଏକ ଉପସ୍ଥାପନା ମାଧ୍ୟମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କାର୍ଡିଓ ଭାସ୍କୁଲାର ଆଣ୍ଡ ଥୋରସିକ୍ ସର୍ଜରୀ ବିଭାଗର ସିନିୟର୍ କନ୍ସଲ୍ଟାଂଟ ଡାକ୍ତର ବନବିହାରୀ ମିଶ୍ର କହିଛନ୍ତି। ଡାକ୍ତର ମିଶ୍ର କହିଛନ୍ତି କରୋନା ଯୋଗୁଁ ଅନେକ ମୃତ୍ୟୁ ଘଟିଛି ଏବଂ ଏହା ଗୁରୁତର ଭାବେ ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ଅନେକ ଲୋକଙ୍କ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ମଧ୍ୟ ଦେଖାଦେଇଛି। ତେଣୁ ଲୋକମାନେ ନିଜ ଖାଦ୍ୟ ଗ୍ରହଣ ନେଇ…

