Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗ୍ରାମବାସୀ
ଅପରାଧ

ବାଣପୁର: ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗ୍ରାମବାସୀ

September 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଶିଶୁଙ୍କ ଖାଦ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିଥିବା ଅଭିଯୋଗ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଷ୍ଣୁଡ଼ିହ ପଞ୍ଚାୟତ ଅନ୍ତର୍ଗତ କୋତରି ଗ୍ରାମର ଏକାଧିକ ଗ୍ରାମବାସୀ ବାଣପୁର ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲାକି ତାଙ୍କ ଗ୍ରାମର ଅଙ୍ଗନବାଡି କର୍ମୀ ଶିଶୁମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସରକାରୀ ଅଟକଳ ବ୍ୟୟର ହିସାବ ଗ୍ରାମର ଖାଦ୍ୟ ଯାଞ୍ଚ କମିଟିକୁ ସଠିକ ଭାବେ ପ୍ରଦାନ କରିପାରୁନାହାନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଆକଳନ ଓ ଅଙ୍ଗନବାଡି କର୍ମୀଙ୍କ ହିସାବରେ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଫରକ ହେଉଛି। ତତସହିତ ଗତ ପାଞ୍ଚ ମାସ ହେଲା ଗ୍ରାମର ଶିଶୁମାନେ ଠିକ ଭାବେ ଖାଦ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ସଠିକ ହିସାବ ନଦେବାରୁ ଗ୍ରାମବାସୀମାନେ ନୂତନ ଖାଦ୍ୟ ଯାଞ୍ଚ କମିଟି ମଧ୍ୟ ଗଠନ କରିପାରୁନାହାନ୍ତି।

ତେଣୁ ଉକ୍ତ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ତେବେ ଏ ନେଇ ବାଣପୁର ବିଡ଼ିଓ ବୁଲବୁଲ ବେହେରାଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି, ଏବଂ ଉକ୍ତ ଅଭିଯୋଗର ତଦନ୍ତ ସମସ୍ତ ନିୟମାବଳୀ ଆଧାରରେ କରାଯିବ ବୋଲି କହିଛନ୍ତି।

ଅଙ୍ଗନବାଡ଼ି କର୍ମୀ ବାଣପୁର ସାଙ୍ଘାତିକ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ସାରା ରାଜ୍ୟରେ କୌଣସି କଟକଣା ବିନା ଜାରି ରହିଛି ଜାଳେଣି ବିତରଣ

May 20, 2026

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

May 20, 2026

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଆଉ ୨ଜଣ ଅଭିଯୁକ୍ତ ଗିରଫ

May 19, 2026

ବଦଳିଲା CRUTର ନାଁ

May 19, 2026
Latest News

ସାରା ରାଜ୍ୟରେ କୌଣସି କଟକଣା ବିନା ଜାରି ରହିଛି ଜାଳେଣି ବିତରଣ

May 20, 2026

ଓଜନ ହ୍ରାସ ପାଇଁ କେଉଁ ତେଲ ସର୍ବୋତ୍ତମ ?

May 20, 2026

ପ୍ରଯୁକ୍ତିବିଦ୍ୟା ମାନବଜାତିକୁ ଅଭୂତପୂର୍ବ ସ୍ତରରେ ପହଞ୍ଚ ବିସ୍ତାର କରିବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିଥାଏ: ଡକ୍ଟର ପି. କେ. ମିଶ୍ର

May 20, 2026

ବୁଧବାରରେ ଏହି ସାତୋଟି ରାଶି ହେବ ମାଲେମାଲ, ମିଳିବ ଅଦୃଶ୍ୟ ଶକ୍ତିର ସାହାଯ୍ୟ

May 20, 2026

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.