ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ମଦର ହବ ପାଲଟିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ପୋଲିସକୁ ମିଳିଛି ସଫଳତା। ଏକ ମଦ ବୋଝେଇ ଅଟୋ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ନୀଳାଦ୍ରିପ୍ରସାଦ ଅଞ୍ଚଳରୁ ଏକ ମଦ ବୋଝେଇ ଅଟୋ ବାଣପୁର ଅଭିମୁଖେ ଆସୁଥିବାର ଖବର ପାଇଥିଲେ ଆଇଆଇସି ଜୟପ୍ରକାଶ ପରିଡ଼ା। ବିଳମ୍ବ ନକରି ସଙ୍ଗେସଙ୍ଗେ ଆଇଆଇସି ଓ ଟିମ ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅଟୋକୁ ଅଟକାଇ ତଲାସି ନେଇଥିଲେ। ଯାହାଫଳରେ ଅଟୋରୁ ୨୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଟୋ ଚାଳକ କୈଳାସ ପ୍ରଧାନ (୩୮) ଙ୍କୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୪୦୪/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି। ସେହିପରି ଭାବେ ଆଜି ବାଲୁଗାଁ…
Author: Samikhsya Bureau
ଭୁବନେଶ୍ବର: ଆଜି ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଓଡିଶାର ପ୍ରଥମ ମହିଳା ଲୋକସଭା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହୋଇଛି। ଆଜି ଦିନ 12ଟା 30 ମିନଟରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ସଂସ୍କାର କରାଯାଇଛି। ଜୟନ୍ତୀଙ୍କ ଏକମାତ୍ର ପୁତ୍ର ପୃଥୀରାଜ ପଟ୍ଟନାୟକ ମୁଖାଗ୍ନୀ ଦେଇଥିଲେ। ଆଜି ସକାଳେ ତାଙ୍କର ପ୍ରାର୍ଥୀବ ଶରୀର ଭୁବନେଶ୍ବରସ୍ଥିତ ଫରେଷ୍ଟ ପାର୍କ ବାସଭବନରୁ ଏକ ଶୋଭାଯାତ୍ରାରେ ବାହାରିଥିଲା। ଏହି ଶୋଭାଯାତ୍ରା କଂଗ୍ରେସ ଭବନରେ ପହଞ୍ଚିଥିଲା। ସେଠାରେ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ବହୁ ବରିଷ୍ଠ ନେତୃବୃନ୍ଦ ଶେଷ ଦର୍ଶନ କରିଥିଲେ। ଏହାପରେ ଏହି ଶୋଭାଯାତ୍ରା ପୁରୀ ଅଭିମୁଖେ ଯାଇଥିଲା। ପୁରୀ ସ୍ବର୍ଗଦ୍ବାରେ ଜୟନ୍ତୀ ପଟ୍ଟନାୟକଙ୍କ ଜାମାତା ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ନାତୁଣୀ ତନୟା ପଟ୍ଟନାୟକ, କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ,ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଗୋବିନ୍ଦ ଭୂୟାଁ, ଲିଙ୍ଗରାଜ ଚୌଧୁରୀ, ମାନସ ରଂଜନ ଚୌଧୁରୀ, ଗାଳ୍ପିକ…
ଭୁବନେଶ୍ୱର : ଆଜି ଭୁବନେଶ୍ୱର ସ୍ଥିତ ଓସେପାର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କର ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦ୍ଯାପିତ ହୋଇଅଛି । ଏହି କାର୍ଯକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ, ଅଶ୍ୱଥୀ.ଏସ. ଯୋଗଦେଇ ବିଦାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ମାଧ୍ୟମିକ ଶିକ୍ଷା ପରିଷଦ, କଟକ, ମଧ୍ୟାହ୍ନଭୋଜନ କାର୍ଯାଳୟ, ମୋ ସ୍କୁଲ, ସମଗ୍ର ଶିକ୍ଷା ଓ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଅଧିନରେ କାର୍ଯକାରୀ ହେଉଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଏହି ଅବସରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ‘ମୋ ସ୍କୁଲ୍’ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମ, ବିଦ୍ୟାଳୟ ପୋଷ୍ୟଗ୍ରହଣ କାର୍ଯ୍ୟକ୍ରମ ଏବଂ ହାଇସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ…
ଭୁବନେଶ୍ୱର: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କୁ ଲୋକପ୍ରିୟ ଟାଇମ୍ ପତ୍ରିକା ପକ୍ଷରୁ “ଟାଇମ୍ ୧୦୦ ନେକ୍ସଟ’ ତାଲିକାରେ ସାମିଲ କରାଯାଇଛି। ତାଙ୍କୁ “ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି। ଆକାଶ ଅମ୍ବାନିଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ, “ବ୍ୟବସାୟକୁ ବଢ଼ାଇବା ପାଇଁ ଆକାଶ କଠିନ ପରିଶ୍ରମ କରୁଛନ୍ତି। ଗୁଗୁଲ୍ ଓ ଫେସବୁକ୍ ସହ ବିଲିଅନ୍ ଡଲାରର ନିବେଶ ଡିଲ୍ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। “ଟାଇମ୍ ୧୦୦ ନେକ୍ସଟ’ରେ ସାମିଲ ହେବାରେ ଆକାଶ ଅମ୍ବାନି ହେଉଛନ୍ତି ଏକମାତ୍ର ଭାରତୀୟ। ବିଶ୍ୱର ଉଦୀୟମାନ ତାରକା ଆକାଶଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ମାତ୍ର ୨୨ ବର୍ଷ ବୟସରେ ଆକାଶଙ୍କୁ ଜିଓର ବୋର୍ଡରେ ସ୍ଥାନ ମିଳିଥିଲା। ଚଳିତ ବର୍ଷ ଜୁନ ମାସ୍ରେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ଟେଲିକମ୍ କଂପାନି ଜିଓର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ୪୨ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ…
ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର ରାଜନୈତିକ ସଙ୍କଟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସମ୍ପର୍କରେ କଂଗ୍ରେସ ସଭାପତି ନିଷ୍ପତ୍ତି ନେବେ। ଗୁରୁବାର ଦିନ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ସେ କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଅର୍ଥାତ୍ ସେ ନିଜକୁ ଏହି ଦୌଡରୁ ଦୂରେଇ ଯାଇଛନ୍ତି। କିନ୍ତୁ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ତାହା ୪୮ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯିବ। ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ କରି ନ ଥିବାରୁ ଅଶୋକ ଗେହଲୋଟ୍ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି ଏବଂ ସେ କହିଛନ୍ତି ଯେ, ସେ ଆଉ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନ ‘୧୦ ଜନପାଥ’ରେ ଭେଟିବା…
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ମୂଲ୍ୟ ବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି ଯେ ଅଟୋ ଉଦ୍ୟୋଗ ଆଗରେ ଏବେ ବର୍ତ୍ତମାନର ବିଶ୍ବ ଯୋଗାଣ ଶୃଙ୍ଖଳାର ସଙ୍କଟ ଦେଖା ଦେଇଛି। ଏଥିସହିତ ମାଇକ୍ରୋ ଇକୋନୋମିକ ପରିଦୃଶ୍ୟକୁ ଧ୍ୟାନରେ ରଖି ୬ଟି ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧ ଅକ୍ଟୋବର ୨୦୨୩ ଠାରୁ ଏମ-ୱାନ୍ ଶ୍ରେଣୀର ସବୁ ଯାତ୍ରୀ ବାହୀ କାରରେ ଅତିକମରେ ୬ଟି ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ। ଏଥିପୂର୍ବରୁ ପଛରୁ ଧକ୍କା ହେବା କ୍ଷେତ୍ରରେ ଗାଡ଼ିରେ ଥିବା ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମଭିଆର), ୧୯୮୯ରେ…
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ। ଲୋକଙ୍କ ବଳ ବିଜୁ ଜନତା ଦଳ ନାରା ଦେଉଥିବା ଏହି ଦଳ ନିର୍ବାଚନ ପୂର୍ବରୁ ଦେଖାଇଛି ପତିୟାରା। ଆଜି ଭୁବନେଶ୍ବରର ଜନତା ମଇଦାନରେ ହଜାର ହଜାର ନେତାଙ୍କର ହୋଇଥିଲା ସମାଗମ। ଉଦ୍ଦେଶ୍ୟ ଥିଲା ଦଳର ନିର୍ବାଚିତ ପ୍ରତିନିଧୀମାନଙ୍କୁ ପଦଯାତ୍ରା ସଂପର୍କରେ ପ୍ରଶିକ୍ଷଣ ଦେବା।ଏଥିରେ ଭିଡିଓ ବାର୍ତ୍ତାରେ ଯୋଡି ହୋଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଙ୍କୁ ଦେଇଥିଲେ ଦିଗଦର୍ଶନ। ସେ କହିଥିଲ ଯେ, ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ସେ ଆହ୍ଵାନ ଦେଇଛନ୍ତି।କେବଳ ସେତିକି…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ର ପର୍ଯ୍ୟଟନ ଓ ଆତିଥେୟତା ବିଭାଗର ଛାତ୍ର ଛାତ୍ରୀ ମାନେ ହୋଟେଲ୍ ଶିଳ୍ପ ପରିଦର୍ଶନ କରି ଖାଦ୍ୟ ପାନୀୟ ପରିବେଷଣ ବିଭାଗରେ ଜ୍ଞାନ ଆହରଣ କରିଥିଲେ। ଛାତ୍ର ଛାତ୍ରୀମାନେ ଷ୍ଟାର୍ ମୁନ୍ ହୋଟେଲ୍ ଭ୍ରମଣ କରି ଜ୍ଞାନ ଆହରଣ କରିଥିଲେ। ଏଥିରେ ହୋଟେଲର ମାଲିକ ସର୍ବେଶ୍ୱର ରାଉଳ ଛାତ୍ରଛାତ୍ରୀମାନଙ୍କୁ ହୋଟେଲରେ ଖାଦ୍ୟ ପାନୀୟ ପରିବେଷଣ ବିଷୟରେ ଅବଗତ କରାଇଥିଲେ। ଧନ୍ଦାମୂଳକ ଶିକ୍ଷାର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ପ୍ରଶିକ୍ଷକ ସୀମାଂଚଳ ଦାଶ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସେହି ସ୍ଥାନ ପରିଦର୍ଶନ ପୂର୍ବକ ବିଷୟ ଭିତିକ ତାଲିମ ପାଇଥିଲେ। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ହୀରାଲାଲ୍ ଧଳ , କ୍ରିଡା ଶିକ୍ଷକ ସତ୍ୟବ୍ରତ ସାହୁ ସମସ୍ତ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଅପରାହ୍ନରେ କିସିଣ୍ଡା ଥାନା ଗିରିଶ୍ଚନ୍ଦ୍ରପୁର ଅନ୍ତର୍ଗତ କଂଚନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ୮ ଗାଈ ଓ ବଳଦ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି। ଖବରରୁ ପ୍ରକାଶ ଯେ, ସବୁଦିନପରି ଗିରିଶ୍ଚନ୍ଦ୍ରପୁର ଅନ୍ତର୍ଗତ କଂଚନପୁର ଗ୍ରାମର ଗାଈ ଚରାଳି ବୀରବର ପ୍ରଧାନ ଗ୍ରାମର କେତେଜଣ ଚାଷୀଙ୍କର ଗାଈ ବଳଦ ଚରାଇବାକୁ ନେଇଥିଲେ। ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଜଙ୍ଗଲରେ ଗାଈ ଓ ବଳଦ ଚରୁଥିବା ସମୟରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ୮ ଗାଈ ଓ ବଳଦ ଟଳି ପଡିଥିଲେ। ଗାଈ ଚରାଳି ବଜ୍ରାଘାତରେ ବେହୋସ ହୋଇ ପଡିଥିବା ବେଳେ ୧ ଘଂଟା ପରେ ଚେତା ଫେରି ପାଇଥିଲା। ଗ୍ରାମର ବିଷ୍ଣୁ ସାହୁଙ୍କର ବଳଦ ୧ ଟି, ଲମ୍ବୋଦର ସାହୁଙ୍କର ବଳଦ ୧ଟି ଓ ଗାଈ ୧ଟି, ବିଷ୍ଣୁ ନାଏକଙ୍କର ବଳଦ ୨ ଟି, ଚେରୁ ଦେହୁରୀଙ୍କର ବଳଦ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଫୁଲବାଣୀରୁ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବାଟରେ ମାଡି ବସିଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଫୁଲବାଣୀ ଜିଲ୍ଲାରୁ ଏକ ନିର୍ଦ୍ଦିଷ୍ଟ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ପୋଲିସକୁ ଖବର ମିଳିଥିଲା। ଖୋର୍ଦ୍ଧା ଏସପି ଏବଂ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ ଜାରି ରହିଥିଲା। ତେବେ ନାଭାଲ ଫାଣ୍ଡି ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ବାଇକ ଦୃତଗତିରେ ପୋଲିସ କଟକଣାକୁ ନମାନି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବାଲୁଗାଁ ପୋଲିସ ଉକ୍ତ ବାଇକକୁ ଗୋଡ଼ାଇ ପରିଶେଷରେ ଧୂଁଆଳ ନିକଟରେ କାବୁ କରିଥିଲା ଏବଂ ବାଇକର ତଲାସି ନେଇଥଲା। ତାଲାସି ବେଳେ ପୋଲିସ ଉକ୍ତ ବାଇକରୁ ଏକ ବ୍ୟାଗ ଜବତ କରିଛି ଯେଉଁଥିରେ ୨୭ କେଜି ଗଞ୍ଜେଇ ମିଳିଛି। ଅଭିଯୁକ୍ତ ଜଣକ…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲା ବାଣପୁର ଜେଏମଏଫସି କୋର୍ଟରେ ବିଚାରଧୀନ ଥିବା ବେଳେ ଆଜି ତାହାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ନିଜେ ବାଣପୁର କୋର୍ଟରେ ହାଜର ହୋଇଛନ୍ତି। ସିଆରପିସି ଧାରା ୨୦୯ ଅନୁଯାୟୀ ଆଜି ତାଙ୍କ ମାମଲାଜନିତ ସମସ୍ତ କାଗଜପତ୍ରକୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ-୧ ଙ୍କ କୋର୍ଟକୁ ହସ୍ତାନ୍ତର କରାଯାଇଥିବାର ବାଣପୁର କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି। ବିଧାୟକଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ-୧ ଙ୍କ କୋର୍ଟରେ ଆସନ୍ତା ୧୪ ତାରିଖରେ ହାଜିର ହେବାକୁ ନିର୍ଦ୍ଦେଶ ରହିଛି। ଏହାପରେ ବିଧାୟକଙ୍କ ମାମଲା ଖୋର୍ଦ୍ଧାରୁ ଭୁବନେଶ୍ୱର ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟକୁ ହସ୍ତାନ୍ତର ହୋଇ ବିଚାର ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ନୂଆଦିଲ୍ଲୀ: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ବଡ ଝଟକା ଲାଗିଛି। ଆହତ କାରଣରୁ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବିଶ୍ୱକପରୁ ବାଦ ପଡିଛନ୍ତି। ବୁମରାଙ୍କ ପିଠିରେ ଆଘାତ ଅତ୍ୟନ୍ତ ଗୁରୁତର ଏବଂ ସେ ଆସନ୍ତା ୪ ରୁ ୬ ମାସ ପର୍ଯ୍ୟନ୍ତ କ୍ରିକେଟ୍ ପଡ଼ିଆରୁ ଦୂରରେ ରହିବେ। ତେବେ ବୁମରାଙ୍କ ସ୍ଥାନରେ କେଉଁ ଖେଳାଳି ମନୋନୀତ ହେବେ ବିସିସିଆଇ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ବାସ୍ତବରେ ଜସପ୍ରୀତ ବୁମ୍ରା କେବଳ ଇଂଲଣ୍ଡ ଗସ୍ତ ପରେ ଆହତ ହୋଇଥିଲେ। ଏହା ପରେ ଜସପ୍ରୀତ ବୁମ୍ରା ଏସିଆ କପ୍ ର ଅଂଶ ମଧ୍ୟ ହୋଇପାରିନଥିଲେ ଏବଂ ଏହି ସମୟ ମଧ୍ୟରେ ସେ ଜାତୀୟ କ୍ରିକେଟ୍ ଏକାଡେମୀରେ ନିଜ ଫିଟନେସରେ କାମ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ବୁମ୍ରା ଟିମ୍ ଇଣ୍ଡିଆକୁ ଫେରିଥିଲେ। ମାତ୍ର ସିରିଜର ଦୁଇଟି ମ୍ୟାଚ୍ ଖେଳିବା…
ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନେତାଙ୍କୁ ସମ୍ବୋଧୀତ କରି ନଡ୍ଡା କହିଛନ୍ତି ଯେ, ଓଡିଶା ସରକାର ବର୍ତ୍ତମାନ ଦୁର୍ନିତିରେ ବୁଡି ରହିଛି। କୌଣସି ଉନ୍ନତି ମୂଳକ କାମ ହୋଇପାରୁ ନାହିଁ। ଏପରି ସରକାର ରହି ନ ରହିବା ପରି। ଏହାକୁ ଉପାଡି ଫୋପାଡି ଦିଅ ବୋଲି ନଡ୍ଡା କହିଛନ୍ତି। କେବଳ ସେତିକି ନୁହେଁ ନେତାମାନଙ୍କୁ ଉତ୍ସାହିତ କରିବା ପାଇଁ ନଡ୍ଡା କହିଛନ୍ତି ଯେ, ଓଡିଶାରେ ଡବଲ ଇଂଜିନି ସରକାର ଦରକାର। ଉପରେ ପଦ୍ମ ଏବଂ ତଳେ ପଦ୍ମ ରହିବା ଆବଶ୍ୟକ। ତେବେ ଯାଇ ରାଜ୍ୟର ଉନ୍ନତି ତୀବ୍ର ବେଗରେ ଗତି କରିବ ବୋଲି ନଡ୍ଡା କହିଥିଲେ। ସେଥିପାଇଁ ଓଡିଶାର ବିଜେପି କିପରି ସରକାରକୁ ଆସିବ ସେ ନେଇ ଆପଣମାନେେ କାମ ଆରମ୍ଭ କରନ୍ତୁ ବୋଲି ନଡ୍ଡା ନେତାଙ୍କୁ ଆହ୍ବାନ ଦେଇଥିଲେ। ଓଡିଶାର ସରକାର…
ଜୀବନଶୈଳୀ: ତେଲିଆ ଚର୍ମର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରଣ ଏବଂ ବ୍ଲାକ ହେଡ୍ସ ସୃଷ୍ଟି କରିବା। ଯେଉଁମାନଙ୍କର ଚର୍ମ ବହୁତ ତେଲିଆ, ସେମାନଙ୍କର ବ୍ରଣ ସମସ୍ୟା ଥାଏ। ବିଶେଷ କରି ବର୍ଷା ଋତୁରେ ଚର୍ମର ତେଲ ସନ୍ତୁଳନ ନଷ୍ଟ ହୁଏ। ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଝାଳ ଏବଂ ମଇଳା ଚର୍ମର ଖାଲରେ ପ୍ରବେଶ କରେ, ଯାହା ବ୍ଲାକ ହେଡ୍ସ ଏବଂ ବ୍ରଣ ସୃଷ୍ଟି କରେ। ବ୍ଲାକ ହେଡ୍ସକୁ ଏଡାଇବା ପାଇଁ, ଆପଣ ଦିନକୁ ଅତି କମରେ ୨-୩ ଥର ମୁହଁକୁ ଭଲ ଭାବରେ ସଫା କରିବା ଉଚିତ୍। ସାବୁନ କିମ୍ବା ମୁହଁ ଧୋଇବା ପରିବର୍ତ୍ତେ ମୁହଁକୁ ଏକ ସ୍କ୍ରବ୍ ସହିତ ସଫା କରନ୍ତୁ। ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ। ସ୍କ୍ରବିଙ୍ଗ୍ ପିମ୍ପଲ୍ ଏବଂ ବ୍ଲାକ ହେଡ୍ସର ସମସ୍ୟାକୁ ହ୍ରାସ କରିଥାଏ। ଏହା ଭିତରୁ ମଇଳା ସଫା କରିଥାଏ। ଆପଣ ଏକ…
ନୂଆଦିଲ୍ଲୀ: ଦେଶରେ ସଂକ୍ରମିତ କରୋନା ରୋଗ ପୂର୍ବ ତୁଳନାରେ ହ୍ରାସ ପାଇଥାଇପାରେ, କିନ୍ତୁ କରୋନା ସଂକ୍ରମଣ ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି କାରଣରୁ କେନ୍ଦ୍ର ସରକାର ଟୀକାକରଣ ଉପରେ କ୍ରମାଗତ ଭାବରେ ଗୁରୁତ୍ୱ ଦେଉଛନ୍ତି। ଗୋଟିଏ ପଟେ, ଯେଉଁଠାରେ କିଛି ଲୋକ ବୁଷ୍ଟର ଡୋଜ ପାଉଛନ୍ତି, ଅନ୍ୟପଟେ ସୋସିଆଲ ମିଡିଆରେ ଏକ ଗୁଜବ ଦ୍ରୁତ ଗତିରେ ବ୍ୟାପୁଛି ଯେ ବୁଷ୍ଟର ଡୋଜ ଯୋଗୁଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେହି କେହି କୁହନ୍ତି ଯେ COVID-19 ଟିକା ର ଏକ ବୁଷ୍ଟର୍ ଡୋଜ ହୃଦଘାତ ସୃଷ୍ଟି କରିପାରେ କିମ୍ବା ହୃଦଘାତର ଆଶଙ୍କା ବଢାଇପାରେ। ଏହି ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ଆଶଙ୍କାକୁ ଅସ୍ୱୀକାର କରିଛନ୍ତି। ବୁଷ୍ଟର ଡୋଜର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଅମ୍ରିତା ହସ୍ପିଟାଲର ହୃଦ୍ରୋଗ ଏବଂ HOD ପ୍ରଫେସର ଡକ୍ଟର ବିବେକ ଚତୁର୍ବେଦୀ କହିଛନ୍ତି ଯେ, “ସମସ୍ତେ ଏହି ଟିକା ନେଉଛନ୍ତି। ଗତ କିଛି…
ନୂଆଦିଲ୍ଲୀ: ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧୦୭ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ଦୁଇଟି ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର ଯାଦବ ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ। ସେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅର୍ଦ୍ଧ ଶତକର ବଳରେ ସୂର୍ଯ୍ୟକୁମାର ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ଏକ କ୍ୟାଲେଣ୍ଡର ବର୍ଷରେ ଟି -୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦେଇଥିବା ଟାର୍ଗେଟକୁ ପିଛା କରି ସୁର୍ଯ୍ୟକୁମାର ଟିମ୍ ଇଣ୍ଡିଆ ପାଇଁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟ ମଧ୍ୟରେ ସେ ମାତ୍ର ୩୩ ବଲରୁ ଅପରାଜିତ ୫୦ ରନ୍ କରିଥିଲେ। ଏହି ଇନିଂସରେ ସୂର୍ଯ୍ୟକୁମାର ୫ ଟି ଚୌକା ଓ…
ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀ ଆଜି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଖିଳେଶ ଯାଦବ ପୁଣି ଥରେ ସମାଜବାଦୀ ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଅଖିଳେଶ ଯାଦବ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏସପି ମୁଖ୍ୟ କହିଛନ୍ତି ଯେ, “ଆମେ ଆଶା କରିଥିଲୁ ଯେ ନ୍ୟାୟ ପ୍ରଦାନ କରାଯିବ। କିନ୍ତୁ ବିଜେପି ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଜାଣିଶୁଣି ଆମ ଯାଦବ ଏବଂ ମୁସଲମାନ ଭାଇମାନଙ୍କ ଭୋଟ୍ ହଠାତ୍ ହଟାଉଛନ୍ତି। ଏମିତି କୌଣସି ବିଧାନସଭା ନାହିଁ, ଯେଉଁଥିରେ ଯାଦବ ଏବଂ ମୁସଲମାନ ଭାଇ ଓ ଭଉଣୀମାନଙ୍କର ୨୦ ହଜାର ଭୋଟ୍ କାଟି ଦିଆଯାଇ ନାହିଁ। ଅନେକ ବୁଥରେ ନାମ ନାମ କାଟି ଦିଆଯାଇଛି କିମ୍ବା ଅନ୍ୟ ବୁଥକୁ ସ୍ଥାନାନ୍ତରିତ କରାଯାଇଛି। “
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଫିଫା ତାଙ୍କ ଜୀବନ ଏବଂ କ୍ୟାରିୟରରେ ଏକ ତିନି ଏପିସୋଡ ସିରିଜ୍ ରିଲିଜ୍ କରି ସମ୍ମାନିତ କରିଛି। ଭାରତର ଅନ୍ୟତମ ସଫଳ ଫୁଟବଲର୍ ମଧ୍ୟରୁ ଛେତ୍ରୀ ହେଉଛନ୍ତି ଦେଶର ସର୍ବକାଳୀନ ଶ୍ରେଷ୍ଠ ଗୋଲ୍ ସ୍କୋରର୍ ଏବଂ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି। ସେ ୧୨ ଜୁନ୍ ୨୦୦୫ ରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିବା ଦିନଠାରୁ ୧୩୧ ଅଫିସିଆଲ୍ ଆନ୍ତର୍ଜାତୀୟ ସ୍ତରରେ ୮୪ ଗୋଲ୍ ସ୍କୋର କରିଛନ୍ତି, ମେସିଙ୍କ ୯୦ ଏବଂ ରୋନାଲଡୋଙ୍କ ୧୧୭ ଟି ଗୋଲ ପଛରେ ଅଛନ୍ତି। ୩୮ ବର୍ଷୀୟ ଅଧିନାୟକ ବର୍ତ୍ତମାନ ଖେଳର କିମ୍ବଦନ୍ତୀ ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପଛରେ ତୃତୀୟ ସର୍ବାଧିକ ସକ୍ରିୟ ଅନ୍ତର୍ଜାତୀୟ ଗୋଲ ସ୍କୋରର ଅଟନ୍ତି। ସିରିଜର ପ୍ରଥମ ଏପିସୋଡରେ ଛେତ୍ରୀଙ୍କ ଡେବ୍ୟୁ ଏବଂ ତାଙ୍କ ଫୁଟବଲ କ୍ୟାରିୟରର ପ୍ରଥମ ଦିନ ଦେଖିବାକୁ ମିଳିବ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪ ହଜାର ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୫ ଲକ୍ଷ ୮୩ ହଜାର ୩୬୦ କୁ ବୃଦ୍ଧି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଯାହାପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୬୧୧ କୁ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ଇସଲାମିକ୍ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସଂଗଠନକୁ ଭାରତ ସରକାର (GOI) ନିଷେଧ କରିବା ପରେ ଟ୍ୱିଟର ଏହି ପଦକ୍ଷେପ ନେଇଛି। ଏକ ଆଇନଗତ ଚାହିଦାକୁ ଦୃଷ୍ଟିରେ ରଖି ଭାରତରେ PFI ଅଫିସିଆଲ୍ (@PFIOofficial) ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି ବୋଲି ଟ୍ୱିଟର ଲେଖିଛି। ଭାରତ ସରକାର ମଙ୍ଗଳବାର ଦିନ ବିଳମ୍ବିତ ରାତିରେ PFI ଉପରେ ନିଷେଧାଦେଶ ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶରେ PFI ଉପରେ ପ୍ରତିବନ୍ଧକ ଲଗାଇଛି। ସରକାର ଦେଶର ବିଭିନ୍ନ ରାଜ୍ୟକୁ PFI ବିରୋଧରେ ପଦକ୍ଷେପ ନେବାକୁ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା PFI କୁ କେରଳ ଏବଂ ତାମିଲନାଡୁ ସରକାର ମଧ୍ୟ ନିଷିଦ୍ଧ କରିଛନ୍ତି। କେରଳ ଏବଂ ତାମିଲନାଡୁ ସରକାର PFI ଏବଂ ଏହାର ଅନୁବନ୍ଧିତ ସଂଗଠନର ତାଲିକା ପ୍ରକାଶ କରିଛନ୍ତି…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୦୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୧ ବରଗଡ ଜିଲ୍ଲାରୁ- ୪ ବଲାଙ୍ଗୀରି ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୨୬ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୭ ଯାଜପୁର ଜିଲ୍ଲାରୁ- ୫ କନ୍ଧମାଳ ଜିଲ୍ଲାରୁ- ୩ କେନ୍ଦ୍ରାପଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୨୪ କୋରାପୁଟ ଜିଲ୍ଲାରୁ- ୫ ମୟୂରଭଞ୍ଜ ଜିଲ୍ଲାରୁ- ୯ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୪ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୧୫ ରାୟଗଡା…

