ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ୧ ଅକ୍ଟୋବର ୨୦୨୨ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରୁ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଶୁଭାରମ୍ଭ କରିବେ। ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ସାରା ଦେଶରେ ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମ ଗୁଡିକରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନ୍ୱାଇକେଏସ୍) ଦ୍ୱାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ସଂସ୍ଥା ଗୁଡିକର ନେଟୱର୍କ ମାଧ୍ୟମରେ ଆୟୋଜିତ କରା ଯାଉଛି। ଯୁବ ବ୍ୟାପାର ବିଭାଗ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ୧ କୋଟି କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟକୁ ଏକାଠି କରିବା ଏବଂ ଏହାର ପରିଚାଳନା କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ଏହା ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଅନୁରାଗ ଠାକୁର କହିଥିଲେ…
Author: Samikhsya Bureau
ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩୦.୯.୨୦୨୨ ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନରେ ଶ୍ରୀ ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ। ଯେତେବେଳେ ସେ ଗାନ୍ଧୀନଗର ଷ୍ଟେସନରେ ପହଁଞ୍ଚିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ୨.୦ର ଟ୍ରେନ ଡବା ଗୁଡିକୁ ନିରୀକ୍ଷଣ କରିବା ସହ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀ ମୋଦୀ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସର ରେଳ ଇଞ୍ଜିନ ନିୟନ୍ତ୍ରଣ କକ୍ଷ ନିରୀକ୍ଷଣ କରିଥିଲେ। ପରେ ପରେ ପ୍ରଧାନମନ୍ତ୍ରୀ ଏହି ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସକୁ…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ରାତିରେ ପୋଲିସ ଓ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢାଉ କରି ବହୁ ପରିମାଣରେ ନକଲି ବିଦେଶୀ ମଦ, ଦେଶୀ ମଦ ସମେତ ଜିଂଜର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ହୋଇଥିବା ବେଳେ ନୀଳାଦ୍ରିପ୍ରସାଦ ଅଞ୍ଚଳର ଅମିତ ନାୟକଙ୍କ ନିକଟରୁ ୧୪.୯୪ ଲିଟର ନକଲି ବିଦେଶୀ ମଦ, ଗମେଇ ଗ୍ରାମର ଦିଲ୍ଲୀପ ଲେଙ୍କାଙ୍କ ନିକଟରୁ ୫୨ ଲିଟର ଦେଶୀ ମଦ ଓ ଗୋଟେ ବାଇକ ଏବଂ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବରଙ୍କ ନିକଟରୁ ୧୭.୧୦ ଲିଟର ଜିଂଜର ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ତିନି ଗୋଟି ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ଜଣାପଡିଛି। ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର…
ଭୁବନେଶ୍ବର: ଆଜି ରାଜ୍ୟ ପରିବହନ ବିଭାଗ ଗାଡିରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ଲଗାଇବା ସମୟ ସୀମା ବୃଦ୍ଧି କରିଛନ୍ତି। କାରଣ ଆଜି ଅର୍ଥାତ ସେପ୍ଟେମ୍ବର 30 ତାରିଖ ଥିଲା ଶେଷ ତାରିଖ। ଏହାପରେ ଯେଉଁମାନେ ସ୍ଲଟ ବୁକିଂ କରିବା ତାହା ଆଉ ହେବ ନାହିଁ। ହେଲେ ରାଜ୍ୟରେ ଏହି ନମ୍ବର ପ୍ଲେଟ ଲଗାଇବାରେ ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଏହାର ଅବଧୀ ଆଉ ଏକ ମାସ ପାଇଁ ବୃଦ୍ଧି କରିଛନ୍ତି। ଫଳରେ ଯେଉଁ ଗାଡିର ନମ୍ବର ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଡେଡଲାଇନ୍ ଥିଲା ତାହା ଏକମାସ ପାଇଁ ବଢିଛି। ବର୍ତ୍ତମାନ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ପାରିବେ । ସେହିପରି ୫,୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ହେଉଛି ଡେଡଲାଇନ୍। ୭ କିମ୍ବା ୮ ଥିଲେ ୩୧ ଡିସେମ୍ବର ଓ ୯ କିମ୍ବା ୦ ଥିଲେ ୩୧…
ପୁରୀ: ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ସମ୍ବିତ ପାତ୍ର ପ୍ରମୁଖ ମଧ୍ୟ ଜଗନ୍ନାଥ ଦର୍ଶନ କରିଛନ୍ତି। ନଡ୍ଡା ଭିତରେ ଜଗନ୍ନାଥ ଦର୍ଶନ ସାରି ଶ୍ରୀମନ୍ଦିର ବେଢା ମଧ୍ୟ ବୁଲିଥିଲେ। ଏହି ସମୟରେ ସେ ସେଠାରେ ଉପସ୍ଥିତ ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଜେପି ନଡ୍ଡା ଜଗନ୍ନାଥ ଦର୍ଶନ କରିବା ପାଇଁ ସେ ଗତକାଲି ରାତିରୁ ପୁରୀରେ ଅବସ୍ଥାନ କରିଥିଲେ। ସେ ଜନତା ମଇଦାନର ବୈଠକ ଏବଂ ପାର୍ଟି କାର୍ଯ୍ୟାଳୟର ବୈଠକ ସାରି ସେ ପୁରୀ ଫେରିଯାଇଥିଲା। ଆଜି ନଡ୍ଡା ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର : ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର। ଏହା ଆମେ ସମସ୍ତେ ମନେ ରଖିବା ଦରକାର। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏକ ଆଞ୍ଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇ ଆସିଛୁ। ଆଗକୁ ମଧ୍ୟ ଦେଇ ଚାଲିବୁ। ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି। ଏହି ଧାରାକୁ…
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତରେ ଟେଲିକମ କ୍ଷେତ୍ରରେ ଏକ ନୂଆ ବିପ୍ଲବ ସୃଷ୍ଟି ହେବାକୁ ଯାଉଛି। ତାହା ହେଲା ଆସନ୍ତାକାଲି ଦେଶରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ 5ଜି ସେବା। ଏହି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଆସନ୍ତାକାଲି ଦିନ 10ଟାରେ ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଗତୀ ମଇଦାନରେ ‘ଭାରତୀୟ ମୋବାଇଲ କଂଗ୍ରେସ’ର ଉଦଘାଟନ କରି ଏହି ସେବାର ଶୁଭାରମ୍ଭ ହେବ। ସେଥିପାଇଁ ଭାରତ ଟେଲିକମ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯିବା ସହିତ ଘରୋଇ କଂପାନୀକୁ ଅବଗତ କରାଯାଇଛି। ଏହି ମୋବାଇଲ କଂଗ୍ରେସ ଆସନ୍ତାକାଲିଠାରୁ ଚାରିଦିନ ଧରି ଚାଲିବ। ଏଥର ଥିମ ରହିଛି ନ୍ୟୁ ଡିଜିଟାଲ ୟୁନିଭର୍ସ। ଏହି ସମ୍ମିଳନୀରେ ଦେଶର ଖ୍ୟାତନାମ ଟେଲିକମ କଂପାନୀର ମୁଖ୍ୟମାନେ ଯୋଗଦେବେ।
ବ୍ରହ୍ମପୁର: ଆଜି ରଙ୍ଗିଲା ହାତରେ ଜଣେ ଆସିଷ୍ଟାଣ୍ଡ ଇଜିକ୍ୟୁଟିଭି ଇଂଜିନିୟରଙ୍କୁ ଧରିଛ ଭିଜିଲାନ୍ସ। ସେ ଜଣେ ଠିକାଦାରଙ୍କଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ହେଉଛନ୍ତି ଭଂଜନଗର ଅଧିନରେ ଥିବା ବାଘୁଆ ଜଳପ୍ରକଳ୍ପର ଆସିଷ୍ଟାଣ୍ଡ ଇଜିକ୍ୟୁଟିଭ ଇଂଜିନିୟର ବିଷ୍ଣୁ ଚରଣ ସାହୁ। ଏହା ପୂର୍ବରୁ ଭିଜିଲାନ୍ସ ଜାଲ ବିଛାଇ ସାରିଥିଲା। ତାଙ୍କ ହାତରୁ ଟଙ୍କା ଧରାପଡିବା ପରେ ତାଙ୍କ ଅଫିସ, ଘର, ବ୍ରହ୍ମପୁର ଘର ଉପରେ ଚଢାଉ କରାଯାଇଥିଲା। ଏହି ସମୟରେ ତାଙ୍କ ବାସଭବନରୁ 7 ଲକ୍ଷ ନଗଦ ଟଙ୍କା ବାହାରିଥିଲା। ଏହାପରେ ଖୋଳତାଡ କରିବା ପରେ ତାଙ୍କର ଦୁଇଟି ତିନି ମହଲା କୋଠା, ଦୁଇଟି ପ୍ଲଟ ଏବଂ ଦାମୀ କାର ଥିବାର ଜଣାପଡିଥିଲା। ଅଧିକ ତଦନ୍ତ ଜାରୀ ରହିଛି।
ଭୁବନେଶ୍ବର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଦଳର ଜଣେ ଯୁବ ନେତା ତେଜେଶ୍ବର ପରିଡା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଇମେଲ ଯୋଗେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏ ନେଇ ନିଜେ ତେଜେଶ୍ବର ତାଙ୍କର ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି !ଦଳର ମାନ୍ୟବର ସଭାପତିଙ୍କୁ Email ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି ! ତେବେ ତେଜେଶ୍ବର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେତେକ ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଉଛି। ସେ କହିଛନ୍ତି ଯେ ମୋର ସାଧାରଣ ଜୀବନରେ ଅନେକ ଚାପର ସମ୍ମୁଖୀନ ହେଉଛି। ତାହାକୁ ସମ୍ମୁଖୀନ ହେବା ପାଇଁ ମୋର ସମୟର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ସେ କହିଛନ୍ତି। ତେଜେଶ୍ବର ଦଳର ମୁଖପାତ୍ର ଭାବେ କାର୍ଯ୍ୟ…
ଭୁବନେଶ୍ବର: ଏଥର ଦୁର୍ଗାପୂଜାଟି ପୁରା ବର୍ଷାରେ ଭିଜିବ ବୋଲି ଜଣାପଡିଛି। କାରଣ ଏହିପରି ଏକ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଅନୁସାରେ ଷଷ୍ଠୀରେ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସପ୍ତମୀରେ ସମ୍ପୂର୍ଣ୍ଣ ଉପକୂଳରେ ବର୍ଷା ହେବ ବୋଲି କୁହାଯାଇଛି। ଅଷ୍ଟମୀରେ ପୁରା ରାଜ୍ୟ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହ, କିଛି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରିକରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁସାରେ ୨ ଅକ୍ଟୋବର ସପ୍ତମୀ ରେ ପୁରା ଉପକୂଳରେ ପ୍ରବଳ ବର୍ଷା ହେବ। ଏଥିରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି। ସେହିପରି ୨ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ ସମେତ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୩ ଅକ୍ଟୋବର ଅଷ୍ଟମୀ ରେ କନ୍ଧମାଳ, ବୌଦ୍ଧ,…
ନୂଆଦିଲ୍ଲୀ: ନବରାତ୍ରୀର ପର୍ବ ମା’ ଦୁର୍ଗାଙ୍କୁ ସମର୍ପିତ। ମା’ ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଦେବୀ ଯିଏ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି। ଯଦି ନବରାତ୍ରି ସମୟରେ ଏହି ୫ ଟି ଜିନିଷ ସ୍ୱପ୍ନରେ ଦେଖାଯାଏ, ତେବେ ଏହା ଏକ ଶୁଭ ସଂଯୋଗ ଏବଂ ଭଲ ସମୟର ସଙ୍କେତ ହୋଇପାରେ। ଏହି ୫ ଟି ଜିନିଷ କ’ଣ, ଆସନ୍ତୁ ଜାଣିବା- ସିଂହଙ୍କର ନବରାତ୍ରିରେ ମା’ଙ୍କ ସିଂହ ଦୃଶ୍ୟମାନ ହେବା: ଯଦି ନବରାତ୍ରୀ ସମୟରେ ଏକ ସିଂହ ସ୍ୱପ୍ନରେ ଦେଖାଯାଏ, ତେବେ ଏହା ଭଲ ସଙ୍କେତ ଅଟେ। ଆଗାମୀ ଦିନରେ ଆପଣ ଶତ୍ରୁମାନଙ୍କ ଠାରୁ ବିଜୟ ଲାଭ କରିବେ। ଯାହାକି ବାଧା ଏବଂ ସମସ୍ୟା ଦୂର ହେବ। ସ୍ୱପ୍ନରେ ସୁହାଗର ଜିନିଷ ଦେଖିବା: ନବରାତ୍ରିଙ୍କ ସମୟରେ, ଯଦି ଆପଣ ସୁହାଗର ଜିନିଷ ଦେଖନ୍ତି କିମ୍ବା ସ୍ୱପ୍ନରେ କିଣନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ।…
ଜୀବନଶୈଳୀ: ସମସ୍ତଙ୍କ ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁନାହଁନ୍ତି, ତେବେ ଦିନସାରା କ୍ଳାନ୍ତ ଏବଂ ଅସ୍ଥିର ଅନୁଭବ କରିବେ। ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ନେଇଥାଏ। ଯଦି ଶୋଇବା ସଂପୂର୍ଣ୍ଣ ନୁହେଁ, ତେବେ ବିରକ୍ତି, ଉଦାସୀନତା, ଚାପ ଭଳି ସମସ୍ୟା ଦେଖାଯାଏ। ଏପରି ପରିସ୍ଥିତିରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ପିଲାମାନଙ୍କ ସହିତ ସମାନ ସମସ୍ୟା ମଧ୍ୟ ଘଟେ। ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ଏକ ସୁସ୍ଥ ଶରୀର ପାଇଁ ଯଥେଷ୍ଟ ନିଦ ଆସିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ପିଲାମାନଙ୍କ ଶୋଇବା ସମସ୍ୟାକୁ ଦୂର କରିବାର ଉପାୟ ବିଷୟରେ କହିବାକୁ ଯାଉଛୁ- ପିଲାମାନଙ୍କ ନିଦ୍ରାହୀନତାକୁ ଦୂର କରିବା ପାଇଁ ପ୍ରତିକାର: ଶୋଇବା ସମୟ ସ୍ଥିର କରନ୍ତୁ: ପିଲାମାନଙ୍କର ନିଦ୍ରାହୀନତାର ସମସ୍ୟା ଯେପରି ନହେଉ, ତେଣୁ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ, ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି। ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଶଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯଇଥିବା ପ୍ରକଳ୍ପର କାର୍ୟ୍ୟାୟନରେ ବେଶ ଅଗ୍ରଗତି ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷ ଡ଼ିସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ରଚିତ ପୁସ୍ତକ, ତାଙ୍କର କର୍ମମୟ ଜୀବନ, ସମର୍ପିତ ସେବା, ବନ ବିଦ୍ୟାଳୟରେ ଶିକ୍ଷାଦାନ, ସ୍ୱାଧିନତା ଆଲୋଚନାରେ ସକ୍ରିୟ ଭୁମିକା ଏବଂ ତତ୍କାଳୀନ ସମୟ ସମ୍ବନ୍ଧିତ ସ୍ମାରକୀମାନ ସ୍ଥାନିତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଗୋପବନ୍ଧୁଙ୍କ ଷଠୀଘର…
ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ…
ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଗୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦ୍ବାରା ଦେସାରରେ ବିଶ୍ବସ୍ତରୀୟ ‘‘ସ୍ବର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ବବିଦ୍ୟାଳୟ’’ ଉଦଘାଟନ କରାଯାଇଥିଲା। ଜାତୀୟ କ୍ରୀଡ଼ାରେ ସାରା ଦେଶର ବିଭିନ୍ନ ସ୍ଥାନରୁ ଭାଗ ନେଇଥିବା କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ। ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ କ୍ରୀଡ଼ାର ଉଦଘାଟନୀ ସମାରୋହରେ ଦେଖିବାକୁ ମିଳିଥିବା ବର୍ଣ୍ଣାଢ୍ୟ ପରିବେଶକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ସେ କହିଥିଲେ ଯେ ଏପରି ଭବ୍ୟ ସମାରୋହରେ ଅନୁଭୂତି ଏବଂ ଉତ୍ସାହକୁ ସହଜରେ ବର୍ଣ୍ଣନା କରି ହେବ ନାହିଁ। ୭ ହଜାରରୁ ଅଧିକ କ୍ରୀଡ଼ାବିତ, ୧୫ ହଜାରରୁ ଅଧିକ ଅଂଶଗ୍ରହଣକାରୀ, ୩୫ ହଜାରରୁ ଅଧିକ କଲେଜ, ବିଶ୍ବବିଦ୍ୟାଳୟ ଏବଂ ସ୍କୁଲ ସହିତ ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଜାତୀୟ କ୍ରୀଡ଼ା ସହ ଯୋଡ଼ି ହେବା ଅଭୂତପୂର୍ବ…
ଭୁବନେଶ୍ବର: କେନ୍ଦ୍ର ବାସଗୃହ ଏବଂ ସହରାଞ୍ଚଳ ବ୍ୟାପାର ତଥା ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ଏସ ପୁରୀ ଆଜି ଭାରତର ମୁକ୍ତାକାଶ ଶୌଚମୁକ୍ତ (ଓଡିଏଫ)ର ଉଲ୍ଲେଖନୀୟ ଯାତ୍ରା ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶରେ ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱଚ୍ଛ ଭାରତ ଅଭିଯାନ ବିଷୟ ଉଲ୍ଲେଖ କରିଥିଲେ ସେତେବେଳେ ୨୦୧୯ ମସିହା ଅକ୍ଟୋବର ମାସ ସୁଦ୍ଧା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମଗ୍ର ଦେଶକୁ ମୁକ୍ତାକାଶ ଶୌଚମୁକ୍ତ କରିବା ଆବଶ୍ୟକତା ସଂପର୍କରେ ଅବତାରଣା କରିଥିଲେ। ଏଭଳି ବ୍ୟାପକ ପରିବର୍ତ୍ତନ ପୂର୍ବରୁ କେବେ କଳ୍ପନା ସୁଦ୍ଧା କରାଯାଇନଥିଲା। ସେପର୍ଯ୍ୟନ୍ତ ଦେଶରେ ପରିମଳ ଦିଗରେ ଖୁବ୍ କମ୍ କାର୍ଯ୍ୟସୁଫଳତା ପ୍ରାପ୍ତ ହୋଇଥିଲା ଏବଂ ଭାରତ ଏହି ଓଡିଏଫ୍ ଲକ୍ଷ୍ୟକୁ ପରବର୍ତ୍ତୀ ପାଞ୍ଚବର୍ଷ ମଧ୍ୟରେ ହାସଲ କରାଯାଇପାରିଥିଲା କାରଣ ଏହି ଅଭିଯାନ ଏକ ‘ସରକାରୀ କାର୍ଯ୍ୟକ୍ରମ’ ପରିବର୍ତ୍ତେ ଏକ ‘ଜନ…
ଖୋର୍ଦ୍ଧା: ଚିଲିକା ଓ ଟାଙ୍ଗି ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ବ୍ଲକ ପରିସର ମଧ୍ୟରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥ ହରିପୁରସ୍ଥିତ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ପରେ ଚିଲିକା ବ୍ଲକର ହାଟବରଡି, ସୋରଣ ଗ୍ରାମପଞ୍ଚାୟତ ଓ କାଳୁପଡାଘାଟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ରଥକୁ ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସର ଓ ବଳରାମଦେବ ବିଦ୍ୟାପୀଠରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା କାରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡିଓ ଶ୍ରୀ ଜଗଦୀଶ ଷଢଙ୍ଗୀ, ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ଟାଙ୍ଗି ବିଡିଓ ସୁଶ୍ରୀ ଐଶ୍ବର୍ଯ୍ୟା ସାମନ୍ତରାୟ, ଟାଙ୍ଗି…
ଖୋର୍ଦ୍ଧା: ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା। ସୂଚନା ଅନୁଯାୟୀ ଶ୍ରୀ ପରିଡ଼ା ଏକ ଧାନ ମିଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜଣେ ବ୍ୟବସାୟୀଙ୍କ ନିକଟରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ। ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ଭୁବନେଶ୍ୱର ଭୋଇନଗର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକର ଟାଣୁଆ ବିଜେପି ନେତ୍ରୀ ତଥା ତିନି ତିନି ଥର ବିଜେପି ସମର୍ଥିତ ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ୱାଇଁ ପଦ୍ମ ଛାଡି ଶଙ୍ଖ ଧରିଛନ୍ତି। ସେ ଗତକାଲି ବିଧିବଦ୍ଧ ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ତେବେ ଏ ନେଇ ଶ୍ରୀମତୀ ସ୍ୱାଇଁଙ୍କୁ ପଚାରିବାରୁ ସେ ଦଳୀୟ ନେତୃତ୍ଵ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଶ୍ରୀମତୀ ସ୍ୱାଇଁଙ୍କ ଅଭିଯୋଗ ମୁତାବକ, ସେ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଥିଲେ ଏବଂ ଦଳର ସମର୍ଥନରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ଲଗାତର ୩ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜନସେବା ଜାରି ରଖିଥିଲେ। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ନିମିକ୍ଷେତା ପଞ୍ଚାୟତ ନିମନ୍ତେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହେବାର ଆଶା ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ।…
ଭୁବନେଶ୍ୱର : ଓଡ଼ିଶାର ସବୁ ଜିଲ୍ଲାର ଉତ୍ପାଦମାନ ସ୍ୱତନ୍ତ୍ର, ଅନନ୍ୟ ଓ ଚମତ୍କାର। ବିଶ୍ୱ ଓ ଦେଶର ବଜାରରେ ଏସବୁ ଉତ୍ପାଦଗୁଡ଼ିକର ସମୁଚିତ ମାର୍କେଟିଂ ହୋଇପାରିଲେ ବହୁ ଉଦ୍ୟୋଗୀ ସଫଳ ହେବେ ଓ ଆମ ରାଜ୍ୟ ଦେଶର ଅନ୍ୟତମ ବିକଶିତ ରାଜ୍ୟ ରୂପେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି। ଆଜି ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ସଂବର୍ଦ୍ଧନ ବିଭାଗ ଓ ଇନଭେଷ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା କ୍ରେତା-ବିକ୍ରେତା ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ କହିଲେ ଯେ ଆମ ରାଜ୍ୟର ଉତ୍ପାଦଗୁଡ଼ିକର ମାନ ଉଚ୍ଚକୋଟୀର। ତେବେ ସେଗୁଡ଼ିକର ପ୍ରକି୍ରୟାକରଣ କରାଗଲେ ଉତ୍ପାଦକମାନଙ୍କ ପାଇଁ ଏହା ଅଧିକ…

