Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ୱଦେଶୀ ଡିଜାଇନ ଓ ଜ୍ଞାନ କୌଶଳରେ ବିକଶିତ ହାଲ୍‌କା ଲଢୁଆ ହେଲିକୋପ୍ଟର ‘ପ୍ରଚଣ୍ଡ’ ଭାରତୀୟ ବାୟୁସେନାରେ ସାମିଲ
ବିଶେଷ ଖବର

ସ୍ୱଦେଶୀ ଡିଜାଇନ ଓ ଜ୍ଞାନ କୌଶଳରେ ବିକଶିତ ହାଲ୍‌କା ଲଢୁଆ ହେଲିକୋପ୍ଟର ‘ପ୍ରଚଣ୍ଡ’ ଭାରତୀୟ ବାୟୁସେନାରେ ସାମିଲ

October 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ୱଦେଶୀ ଡିଜାଇନ ଓ କାରିଗରୀ ଜ୍ଞାନ କୌଶଳରେ ବିକଶିତ ହାଲ୍‌କା ହେଲିକୋପ୍ଟର (ଏଲ୍‌ସିଏଚ୍‌) “ପ୍ରଚଣ୍ଡ” ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ହାଲ୍‌କା ଲଢୁଆ ହେଲିକୋପ୍ଟର ଭାରତୀୟ ବାୟୁସେନାର ଶକ୍ତି ଯଥେଷ୍ଟ ବଢାଇବାରେ ସହାୟକ ହେବ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏହା ଆତ୍ମନିର୍ଭରଶୀଳତାର ଏକ ସଫଳ ପଦକ୍ଷେପ। ଏହାର ନାମ ରଖାଯାଇଛି “ପ୍ରଚଣ୍ଡ”।

ଏହି ହେଲିକୋପ୍ଟରର ଡିଜାଇନ ଓ ବିକାଶ କାମ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ ବା ‘ହାଲ୍‌’ ଦ୍ୱାରା କରାଯାଇଛି। ଯୋଧପୁରସ୍ଥିତ ବାୟୁସେନା ଘାଟିରେ ଏହା ଆଜି ଆନୁଷ୍ଠାନିକ ଭାବେ ପ୍ରତିରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜାଦିର ଅମୃତକାଳ ପାଳନ କରୁଥିବା ସମୟରେ ଏହା ଲଢୁଆ ହେଲିକୋପ୍ଟର ପ୍ରଚଣ୍ଡ ବାୟୁସେନାରେ ସାମିଲ ହେବା ଏକ ଆନନ୍ଦର ବିଷୟ। ଏହା ଦ୍ୱାରା ବାୟୁସେନାର ଲଢେଇ ସାମର୍ଥ୍ୟ ବଢିବ ଏବଂ ଭବିଷ୍ୟତରେ ଏହି ବାହିନୀକୁ ବିଶ୍ୱର ଅନ୍ୟତମ ଲଢୁଆ ବାହିନୀରେ ପରିଣତ କରିବ।

ସେ ଆହୁରି କହିଛନ୍ତି ଯେ ପ୍ରତିରକ୍ଷା ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଭାରତ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ପ୍ରଚଣ୍ଡ ତାହାର ଏକ ଉଦାହରଣ। ବାୟୁସେନାରେ ସାମିଲ ହେବା ପରେ ପ୍ରତିରକ୍ଷାମନ୍ତ୍ରୀ ଏହି ହେଲିକୋପ୍ଟରରେ ବସି ଏହାର ଉଡାଣ ଦକ୍ଷତା ନିରୀକ୍ଷଣ କରିଥିଲେ।

ଦେଶକୁ ସମ୍ଭାବ୍ୟ ଆଭ୍ୟନ୍ତରୀଣ ଓ ବାହ୍ୟ ଆକ୍ରମଣରୁ ସୁରକ୍ଷିତ ରଖିବାରେ ବାୟୁସେନାର ଭୂମିକାକୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରଠାରୁ ଏହି ବାହିନୀ ତାହାର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିଆସୁଛି। ପ୍ରତିରକ୍ଷା ଉପକରଣ ଓ ଯୁଦ୍ଧାସ୍ତ୍ର ନିର୍ମାଣରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବାକୁ ସବୁମନ୍ତେ ଉଦ୍ୟମ ଚାଲିଛି। ‘ପ୍ରଚଣ୍ଡ’ର ବିକାଶ ଓ ଏହାକୁ ବାୟୁସେନାରେ ସାମିଲ କରିବା ସେହି ଉଦ୍ୟମର ଫଳ। ଏହା ଦ୍ୱାରା ଭାରତୀୟ ବାୟୁସେନାର ଯୁଦ୍ଧ ସାମର୍ଥ୍ୟ ଯଥେଷ୍ଟ ବଢିବ। ଏହି ବାହିନୀକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲଢୁଆ ବାହିନୀରେ ପରିଣତ କରିବାକୁ ଏବଂ ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ କରାଯାଉଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସବୁ ଦିଗରୁ ସମସ୍ତ ବାହିନୀ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ମରୁତ ହାଲ୍‌କା ଲଢୁଆ ବିମାନ, ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା ଓ ଅତ୍ୟାଧୁନିକ ଏଲ୍‌ଏଚ୍‌ସି ଆଦିର ଡିଜାଇନ, ଉନ୍ନୟନ ତଥା ନିର୍ମାଣ ସ୍ୱଦେଶୀ କରିଗରୀ ଜ୍ଞାନ କୌଶଳରେ କରାଯାଇ ସଫଳତା ମିଳିଛି ଏବଂ ଏସବୁ ‘ ଆତ୍ମନିର୍ଭରତା’ର ଉଦାହରଣ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ ଯେ ୧୯୯୯ର କାରଗିଲ ଲଢେଇ ପରେ ବାୟୁସେନାର ହାଲ୍‌କା ଲଢୁଆ ହେଲିକୋପ୍ଟରର ଆବଶ୍ୟକତା ଅଧିକ ଅନୁଭୂତ ହୋଇଥିଲା। ତାହାକୁ ଦୃଷ୍ଟିରେ ରଖି ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସେଥିରେ ଭାରତ ସଫଳ ହୋଇଛି।
ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି. ଆର. ଚୌଧାରୀ କହିଥିଲେ ଯେ ପ୍ରଚଣ୍ଡ ହେଲିକୋପ୍ଟରର ଲଢେଇ ଦକ୍ଷତା ବେଶ୍ ଭଲ ଏବଂ ଏହା ବାୟୁସେନାର ସାମର୍ଥ୍ୟ ତଥା ଯୁଦ୍ଧ ଦକ୍ଷତା ବଢାଇବ। ୧୪୩-ହୋଲିକୋପ୍ଟର ୟୁନିଟ୍‌କୁ ଦକ୍ଷତାର ସହିତ ପରିଚାଳିତ କରିବାକୁ ପେସାଦାର, ଦକ୍ଷ ଲୋକଶକ୍ତି ବଛାଯାଇ ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଉଛି। ଖୁବ୍ ଶୀଘ୍ର ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେବ। ଏହି ୟୁନିଟ୍ ନୂଆ ଭାବେ ପ୍ରତିଷ୍ଠା ହୋଇଛି ଏବଂ ଏଥିରେ ହାଲ୍‌କା ଲଢୁଆ ହେଲିକୋପ୍ଟର ସବୁକୁ ନିୟୋଜିତ କରାଯାଇଛି।

ପ୍ରଚଣ୍ଡ ହେଲିକୋପ୍ଟରରୁ କ୍ଷେପଣାନ୍ତ୍ର ପ୍ରୟୋଗ, ନିକଟ ଲଢେଇ ପାଇଁ କମାଣ ବ୍ୟବହାର ବ୍ୟବସ୍ଥା, ଦକ୍ଷ ଉଡାଣ କ୍ଷମତା, ରାତ୍ରିକାଳୀନ ଆକ୍ରମଣ ଦକ୍ଷତା, ଅତ୍ୟାଧୁନିକ ଟେକ୍‌ନୋଲୋଜି ଏବଂ ପ୍ରତିପକ୍ଷର ଆକ୍ରମଣରୁ ହେଲିକୋପ୍ଟରକୁ ସୁରକ୍ଷିତ ରଖିବାକୁ ପ୍ରତିରୋଧୀ ବ୍ୟବସ୍ଥା ଏଥିରେ ରହିଛି। ଏହା ଅଧିକ ଉଚ୍ଚତାକୁ ଉଡି ପ୍ରତିପକ୍ଷ ଉପରେ ଆକ୍ରମଣ କରିବାକୁ ସମର୍ଥ।

ଏହି କାର୍ଯ୍ୟକ୍ରମରେ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ, ଏୟାର ମାର୍ଶାଲ ବିକ୍ରମ ସିଂହ, ବାୟୁସେନାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ହାଲ୍‌ର ପରିଚାଳନା ନିର୍ଦ୍ଦେଶକ ସି ବି ଅନନ୍ତକୃଷ୍ଣନ୍‌, ପ୍ରତିରକ୍ଷା ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଭାରତୀୟ ବାୟୁସେନା ରାଜନାଥ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026
Latest News

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.