Author: Samikhsya Bureau

ନାଗପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ଟିମ୍ ଇଣ୍ଡିଆ ପରାସ୍ତ କରିଛି। ତେବେ ଭାରତୀୟ ଅଧିନାୟକ କ୍ରିକେଟ୍ ର ଛୋଟ ଫର୍ମାଟରେ ସର୍ବାଧିକ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଆଠ ଓଭରରେ ୯୧ ରନ୍‌ର ଟାର୍ଗେଟକୁ ପିଛା କରି ଚାରିଟି ଛକା ମାରିଥିବା ଭାରତୀୟ ଅଧିନାୟକ ବର୍ତ୍ତମାନ ଟି-୨୦ କ୍ରିକେଟରେ ୧୭୬ ଛକା ମାରିଛନ୍ତି। ରୋହିତ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ତିଲଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ଟି-୨୦ ରେ ହିସର୍ବାଧିକ ଛକା ତାଲିକାରେ ଗୁପ୍ତିଲ୍ (୧୭୨ ଛକା) ଦ୍ୱିତୀୟ ଏବଂ କ୍ରିସ୍ ଗେଲ୍ ୧୨୪ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ଟି-୨୦ ମ୍ୟାଚରେ ୧୦୦ ରୁ ଅଧିକ ଛକା ମାରିଛନ୍ତି। କୋହଲିଙ୍କର ବର୍ତ୍ତମାନ ଏହି ଫର୍ମାଟରେ ୧୦୪ ଟି ଛକା…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି। ଶନିବାର (ସେପ୍ଟେମ୍ବର ୨୪, ୨୦୨୨)ରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ଏବଂ ସ୍ବେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା। ଚଳିତ ଥର ଓଡ଼ିଶାର ତିନି ଜଣ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କ ଠାରୁ ଏନଏସଏସ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି। ସେହିପରି ଏନଏସଏସ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚର ପ୍ରତୀକ ଦାଶ ଏବଂ ଭୁବନେଶ୍ବର ସ୍ଥିତ ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ଜିଲ୍ଲପାଳ। ଏହାପରେ ଜିଲ୍ଲାପାଳ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗକୁ ଦଶହରା ପର୍ବ ଥିବାବେଳେ କିପରି ତାହା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।  ତତସହିତ ପାର୍ବଣ ଋତୁ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।…

Read More

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୭ତମ ଅଧିବେଶନରେ ଶୁକ୍ରବାର ଦିନ ଭାରତ ବିରୋଧୀ ବିବୃତ୍ତି ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭାରତ ସମାଲୋଚନା କରିଛି। ମିଳିତ ଜାତିସଂଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କାଶ୍ମୀର ପ୍ରସଙ୍ଗରେ ଶେହବାଜ ସରିଫଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଏବଂ ଇସଲାମାବାଦକୁ ସୀମା ଆତଙ୍କବାଦ ସହ ଜଡିତ ଥିବା ଅଭିଯୋଗ କରିଛନ୍ତି। ଭିନିଟୋ କହିଛନ୍ତି ଯେ, “ଦୁଃଖର ବିଷୟ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏହି ସମ୍ମାନଜନକ ସଭାର ମଞ୍ଚକୁ ଚୟନ କରିଛନ୍ତି। ଯାହାକୁ ଦୁନିଆ ଗ୍ରହଣ କରେ ନାହିଁ। ” ଆତଙ୍କବାଦୀ ଡାୱଡ ଇବ୍ରାହିମଙ୍କ ବିଷୟରେ ଏକ ସ୍ପଷ୍ଟ ସୂଚନା ଦେଇ ସେ କହିଛନ୍ତି ଯେ, ଶାନ୍ତି ଚାହୁଁଥିବା ଦେଶ କେବେ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀମାନଙ୍କୁ ଆଶ୍ରୟ ଦେବ ନାହିଁ। ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ…

Read More

ନୂଆଦିଲ୍ଲୀ: ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ ଅଲିପୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ “ଏହା ଯୁଦ୍ଧର ଯୁଗ ନୁହେଁ” ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମରକନ୍ଦରେ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଋଷର ନେତାଙ୍କୁ କହିଥିଲେ ଯେ, ଆଜିର ଯୁଗ ଯୁଦ୍ଧ ନୁହେଁ। ୟୁକ୍ରେନରେ ଶତ୍ରୁତା ସମାପ୍ତ କରିବାକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ସମ୍ପର୍କରେ ପଚରାଯାଇଥିବା ବେଳେ ଡେନିସ ଅଲିପୋଭ କହିଛନ୍ତି ଯେ, ଏହି ମନ୍ତବ୍ୟ ଭାରତର ଆଭିମୁଖ୍ୟ ସହ ମେଳ ଖାଉଛି। ପାଶ୍ଚାତ୍ୟ ଦେଶଗୁଡିକ ଦ୍ଵାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ଋଷ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ଏଥି ସହିତ, ଜି -୭ ଦେଶ ଏବଂ ୟୁରୋପୀୟ ୟୁନିଅନ୍ ଋଷର ଅଶୋଧିତ ଏବଂ ବିଶୋଧିତ ଉତ୍ପାଦ ଉପରେ ତୈଳ ମୂଲ୍ୟ ସୀମା ସ୍ଥିର କରି କ୍ରେମଲିନ୍ ର…

Read More

ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ। ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ ଉତ୍ସବ ବାଣପୁରର…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୨୨୨  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୧ ବରଗଡ ଜିଲ୍ଲାରୁ- ୬ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ- ୨୩ ଦେବଗଡ ଜିଲ୍ଲାରୁ- ୨ ଢେଙ୍କାନାଳ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୫ ଝାରସୁଗୁଡା ଜିଲ୍ଲାରୁ- ୧ କନ୍ଧମାଳ ଜିଲ୍ଲାରୁ- ୪ କେନ୍ଦ୍ରପଡା ଜିଲ୍ଲାରୁ- ୫ କେନ୍ଦୁଝର ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୫୧ ମୟୂରଭଞ୍ଜ ଜିଲ୍ଲାରୁ- ୫ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ…

Read More

ଭୁବନେଶ୍ବର: ଆଜି ବିଜେଡିର ଜଣେ ଜିଲ୍ଲାପରିଷଦ ସଭ୍ୟ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଗୋପ ବ୍ଲକର 11 ନମ୍ବର ଜିଲ୍ଲାପରିଷଦ ସଭା ଧର୍ମେନ୍ଦ୍ର ସାହୁ। ସେ ଭୁବନେଶ୍ବରର ଶିଶୁପାଳଗଡ ଲକ୍ଷ୍ମୀବିହାର ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଏହାର କାରଣ ପରିବାରିକ କଳହ ବୋଲି ଅନୁମାନ କରାଯାଇଛି। ତେବେ ସେ ଫେସବୁକରେ ଏକ ପୋଷ୍ଟିଂ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୋବାଇଲରେ ଦୁଇଟି ଭିଡିଓ ରହିଛି। ତାହା ଦେଖିଲେ ଜାଣିପାରିବେ ବୋଲି ସେ କହିଛନ୍ତି। ତେବେ ସେ ଏହି ଭିଡିଓରେ ଆତ୍ମହତ୍ୟାର କାରଣ କଣ ତାହା ରେକଡିଂ କରିଥିବାର ଜଣାପଡିଛି। ତେବେ ଏ ନେଇ ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Read More

ଚାଣକ୍ୟ ନୀତି: ପ୍ରେମ ଜୀବନ ହେଉ କିମ୍ବା ଦାମ୍ପତ୍ୟ ଜୀବନ ହେଉ, ପ୍ରତ୍ୟେକ ବ୍ୟକ୍ତି ଖୁସି ଚାହାଁନ୍ତି। ପ୍ରେମ ସମ୍ପର୍କ କରିବା ଯେତିକି ସହଜ, ଏହାକୁ ବଜାୟ ରଖିବା ସେତିକି କଷ୍ଟ। ଚାଣକ୍ୟଙ୍କ ଅନୁଯାୟୀ, ପୁରୁଷମାନଙ୍କର ଏପରି ଅନେକ କାର୍ଯ୍ୟ ଅଛି ଯାହାକୁ ମହିଳାମାନେ ବହୁତ ପସନ୍ଦ କରନ୍ତି। ଏହି କାର୍ଯ୍ୟଗୁଡ଼ିକ ହେତୁ, ସେମାନଙ୍କର ପ୍ରେମ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ କୌଣସି ଅସୁବିଧା ହୁଏ ନାହିଁ। ଏପରି ସଂପର୍କରେ ପ୍ରେମିକା ଏବଂ ସ୍ତ୍ରୀ ସର୍ବଦା ଖୁସି ହୁଅନ୍ତି। ଆସନ୍ତୁ ଜାଣିବା ଯେ ଚାଣକ୍ୟଙ୍କ ଅନୁଯାୟୀ, ୪ ଟି ପୁରୁଷଙ୍କ ଏପରି କାର୍ଯ୍ୟ ଯାହା ମହିଳାମାନଙ୍କୁ ସନ୍ତୁଷ୍ଟ କରେ। ଗୋପନୀୟତା: ଯେଉଁ ସମ୍ପର୍କରେ ବିଶ୍ୱାସ ଅଛି, ସେଠାରେ କୌଣସି ପ୍ରତିବନ୍ଧକ ନାହିଁ। ଯେଉଁ ପୁରୁଷମାନେ ମହିଳାମାନଙ୍କୁ ପ୍ରେମ ସଂପର୍କରେ ନିଜ ଜୀବନରେ ଜୀବନଯାପନ କରିବାକୁ ସ୍ୱାଧୀନତା ଦିଅନ୍ତି, ସେମାନଙ୍କ ସମ୍ପର୍କ କଦାପି ନଷ୍ଟ ହୁଏ ନାହିଁ। ସେହି ସମୟରେ, ଯେଉଁମାନେ ମହିଳାମାନଙ୍କୁ ଦାସତ୍ୱରେ…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ଏହି ନିଷ୍ପତ୍ତି ଦ୍ବାରା ସୁରକ୍ଷା ବାବଦ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏସବୁ ସ୍ଥାନରେ ନିୟୋଜିତ ସିଆଇଏସଏଫ କର୍ମୀମାନଙ୍କୁ ଅନ୍ୟ ବିମାନ ବନ୍ଦରରେ ମୁତୟନ କରାଯାଇପାରିବ ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଆହୁରି ନୂଆ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସହାୟତା ମିଳିପାରିବ। ୪୫ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ ପଦବୀରେ କାର୍ଯ୍ୟ କରିବା ଲାଗି ପୁନର୍ବାସ ମହାନିର୍ଦ୍ଦେଶାଳୟ (ଡିଜିଆର) ପ୍ରାୟୋଜିତ ସୁରକ୍ଷା ଏଜେନ୍ସିରୁ ୫୮୧ ଜଣ ସୁରକ୍ଷା କର୍ମୀମାନଙ୍କୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଯୁକ୍ତି ଦେଇସାରିଛନ୍ତି। ବିମାନ ଚଳାଚଳ ସୁରକ୍ଷା (ଏଭିଏସଇସି) ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏସବୁ…

Read More

ନୂଆଦିଲ୍ଲୀ: ୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଭାରତ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ପୁଞ୍ଜି ବିନିଯୋଗ ପ୍ରକଳ୍ପ ପାଇଁ ୫୦ ବର୍ଷ ଲାଗି ସୁଧମୁକ୍ତ ଋଣ ଆକାରରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯୋଜନାର ପଞ୍ଚମ ଭାଗ (ଅପ୍ଟିକାଲ ଫାଇବର କେବୁଲ) ଅଧୀନରେ, ୩୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅପ୍ଟିକାଲ ଫାଇବର କେବୁଲ (ଓଏଫସି) ନେଟୱର୍କ ପାଇଁ ପୁଞ୍ଜି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଏହି ସହାୟତା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ହେବ। ଦୂରସଞ୍ଚାର ବିଭାଗର ସୁପାରିସ କ୍ରମେ ବ୍ୟୟ ବିଭାଗ ପକ୍ଷରୁ ନିକଟରେ ଚାରିଟି ରାଜ୍ୟ: ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ହରିୟାଣା ଏବଂ କର୍ଣ୍ଣାଟକ ପାଇଁ ଯଥାକ୍ରମେ ୫୦ କୋଟି, ୮୪ କୋଟି, ୬୫ କୋଟି ଏବଂ ୧୫୬ କୋଟି ଟଙ୍କାର ଆବଣ୍ଟନ କରାଯାଇଛି।

Read More

ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ। ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ। ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା ଉଚିତ। ଏହିପରି ବ୍ୟବସ୍ଥାରେ…

Read More

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି ।  ଏକ…

Read More

ନାଗପୁର: ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୬ ୱିକେଟ୍ ରେ ପରାସ୍ତ କରିଛି। ଏହି ବର୍ଷା ବାଧାପ୍ରାପ୍ତ ୮ ଓଭର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଖେଳିବା ପରେ ଟିମ୍ ଇଣ୍ଡିଆକୁ ୯୧ ରନ୍ ଲକ୍ଷ୍ୟ ଦେଇଥିଲା, ଯାହା ଘରୋଇ ଦଳ ଶେଷ ଓଭରରେ ଚାରିଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୧ରେ ସମାନ ହୋଇଛି। କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ୪୬ ରନ୍ ରନର ପାଳି ଖେଳିଥିଲେ। ୨୦ ଟି ବଲରେ ସେ ଆକ୍ରାମଣାତ୍ମକ ଇନିଂସ ଖେଳି ୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଶେଷ ଓଭରରେ ଦୀନେଶ କାର୍ତ୍ତିକ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଟିମ୍ ଇଣ୍ଡିଆକୁ ଚାରି ବଲ ପୂର୍ବରୁ ବିଜୟୀ କରିଥିଲେ। ୮ ଓଭରରେ ୯୧ ରନ୍‌ର ଟାର୍ଗେଟକୁ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରଖ ଧାମରା ରେଳଲାଇନ୍ର ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅବଶିଷ୍ଟ କାମ…

Read More

ଭୁବନେଶ୍ଵର: ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ର ନିୟମିତ ସେବା ଜସିଡ଼ିହ ଠାରୁ ସେପ୍ଟେମ୍ବର ମାସ ୩୦ ତାରିଖରୁ ଏବଂ ଏସଏମଭିଟି ବେଙ୍ଗାଲୁରୁ ଅକ୍ଟୋବର ମାସ ୨ ତାରିଖ ଠାରୁ କରାଯିବ। ୨୨୩୦୬ ଜସିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ଜସିଡିହରୁ ସକାଳ ୦୬ ଘ.୩୦ ମି.ରେ ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ମାର୍ଗରେ ୨୨୩୦୫ ସଏମଭିଟି ବେଙ୍ଗାଲୁରୁ-ଜସିଡିହ ସୁପର ଫାଷ୍ଟ ଏକ୍ସପ୍ରେସ ସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଜସିଡ଼ିହ ଯାତ୍ରା କରିବ। ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଷ୍ଟେସନ ମାନଙ୍କ ଠାରେ ରହଣି କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ଆସାନସୋଲ୍, ଦୁର୍ଗାପୁର,…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ୮ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୪୭୫ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ଜବତ ଜିନିଷର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୧ ହଜାର ୨୫୦ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଜିଲ୍ଲା ମୋବାଇଲ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଖୋର୍ଦ୍ଧା, ବେଗୁନିଆ…

Read More

ଖୋର୍ଦ୍ଧା: ଆସନ୍ତା ଅକ୍ଟୋବର ପହିଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉକ୍ତ ଦିନ ଜିଲ୍ଲାରେ ଥିବା ୧୭ଟି ଯାକ ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କ ଚକ୍ଷୁ, ହେମୋଗ୍ଲୋବିନ, ରକ୍ତଚାପ, ବ୍ଲଡ ସୁଗାର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଚଷମା, ଆଶାବାଡି, ନି କ୍ୟାପ ପ୍ରଦାନ କରାଯିବ। ଏଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଦିନ ଟାଉନ ହଲ ଠାରେ ବିରଷ୍ଠ ନାଗରିକ ମାନଙ୍କ ନିମନ୍ତେ ମଧ୍ୟ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଏଥିରେ ଯୋଗ ଦେଇ ଆବଶ୍ୟକୀୟ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରାମର୍ଶ ଦିଆଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ…

Read More

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଜି ପ୍ରକାଶନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଚୟନିତ ଭାଷଣକୁ ନେଇ ପ୍ରସ୍ତୁତ ଏକ ପୁସ୍ତକ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ କୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ବିଭିନ୍ନ ବିଷୟ ଉପରେ ମଇ ୨୦୧୯ ରୁ ମଇ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ୮୬ ଟି ଭାଷଣର ଏକ ସଂକଳନ ଅଟେ। ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ଯେ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ଅହ୍ୱାନଗୁଡିକ ଏବଂ ସେଗୁଡିକୁ ଦୂର କରିବା ପାଇଁ ମିଳିତ ପ୍ରୟାସକୁ ବୁଝାଇବାରେ ଏହି ପୁସ୍ତକ ଏକ ମହତ୍ୱପୂର୍ଣ ଅବଦାନ ଅଟେ। ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ‘ସର୍ବେ ଜନ ସୁଖିନୋ ଭବନ୍ତୁ\’ର ବ୍ୟାପକ ଦର୍ଶନ ଅଧୀନରେ କାର୍ଯ୍ୟ କରୁଛନ୍ତି। ସେ ଆହୁରି…

Read More

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ସେପେଫମ୍ବର ୧୨ ତାରିଖଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୨୧୫ଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୧୧୫ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅବଶିଷ୍ଟ ୧୦୦ଟି ଷ୍ଟଲ ଅନ୍ୟ ୧୫ଟି ରାଜ୍ୟକୁ ଆବଣ୍ଟିତ କରାଯାଇଛି। ଏହି ମେଳାରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜାମ୍ମୁ ଓ କାଶ୍ମୀରର ପଶମିନା ସାଲ୍‌, ତାମିଲନାଡ଼ୁର କାଂଜିବରମ୍‌ ପାଟଶାଢ଼ି, ଦିଲ୍ଲୀ ଓ ହରିୟାନାର ଫର୍ନିସିଙ୍ଗ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲକ୍‌ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି। କୋଭିଡ୍‌୩ ଲକ୍‌ଡାଉନ୍‌ ପାଳନ କରିବା…

Read More

ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଛନ୍ତି। ସେମାନେ ବାବା ଆଖଣ୍ଡଳମଣି ପିଠର ଉନ୍ନୟନ କାର୍ଯ୍ୟକୁ ତଦାରଖ କରିଛନ୍ତି। ଏଥିସହିତ ଉଭୟ ସେଠାରେ ଥିବା ସେବକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ବାବା ଆଖଣ୍ଡଳମଣି ପିଠର ସମସ୍ତ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଏକ ସାକ୍ଷାତକାରରେ କହିଛନ୍ତି। ଏଥିସହିତ ଏହି ସ୍ଥାନକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ରହଣି ବ୍ୟବସ୍ଥାର ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଉଭୟ ଧାମରାକୁ ମଧ୍ୟ ଗସ୍ତ କରିଛନ୍ତି। ସେଠାରେ ପ୍ରସ୍ତାବିତ ବାଲିମୁଣ୍ଡା ଏୟାର ଷ୍ଟ୍ରିପ୍‌ ଓ କଇଁଥଖୋଲା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି। ଏମାନଙ୍କ ସହିତ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Read More