ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣା ରାଜ୍ୟମାନଙ୍କୁ ଯୋଗାଇ ଦେବେ। ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ। ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚଣା…
Author: Samikhsya Bureau
ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ। ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ।…
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି। ଏହି ବୈଠକରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ସେଠାର ଥିବା ପ୍ରମୁଖ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା କ୍ଷେତ୍ର କିପରି ପ୍ରକୃଷ୍ଠ ତାହା ଆମ୍ବାସଡରଙ୍କୁ ଅବଗତ କରାଇବେ। ଏଥିପାଇଁ ଶିଳ୍ପ ବିଭାଗର ଏକ ଟିମ ନୂଆ ଦିଲ୍ଲୀ ଗସ୍ତ କରି ଏହାର ପ୍ରସ୍ତୁତି କରିଛନ୍ତି। ଆସନ୍ତା ନଭେମ୍ବର 30 ରୁ ଡିସେମ୍ବ 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରେ ହେବ ମେକ ଇନ ଓଡିଶା କନକ୍ଲେଭ। ଏହା ପୂର୍ବରୁ ଆଉ ଦୁଇଟି କନକ୍ଲେଭ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁକେଶ ଆମ୍ବାନୀ, ରୀତେଶ ଅଗ୍ରୱାଲା ପରି ଶିଳ୍ପପତିମାନେ ଯୋଗ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଏହା ଜଙ୍ଗଲ, ବନ୍ୟ ପ୍ରାଣୀ, ପରିବେଶ, ଜୈବ ବିବିଧତା ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ କରିଡର ପୁନରୁଦ୍ଧାର ଓ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମନ୍ବୟ ତଥା ସହଯୋଗକୁ ସୁଦୃଢ଼ କରିବ। ଦୁଇ ଦେଶ ଏହି କ୍ଷେତ୍ରରେ ପରସ୍ପର ସହ ଜ୍ଞାନ ଓ ଶ୍ରେଷ୍ଠ ପଦ୍ଧତିର ବିନିମୟ କରିବା ଲାଗି ସକ୍ଷମ ହୋଇପାରିବେ। ଏହି ଏମଓୟୁ ସ୍ବାକ୍ଷରିତ ହେବା ଦ୍ବାରା ଜଙ୍ଗଲ, ବନ୍ୟପ୍ରାଣୀ, ଜୈବ ବିବିଧତା ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମେତ କରିଡର ସଂରକ୍ଷଣ ଏବଂ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ…
ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।” ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶନ ଓ ମଙ୍ଗଳ ମୂର୍ତ୍ତି ଭାବେ ବିବେଚନା କରାଯାଏ। ଏହି ଅବସରରେର ଶାନ୍ତି ଓ ସୌହାର୍ଦ୍ଦ୍ୟ ନିମନ୍ତେ ଆସନ୍ତୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ବିଶ୍ୱ ଶାନ୍ତି ଓ ଖୁସି ପାଇଁ ଆମେ ପ୍ରାର୍ଥନା କରିବା।
ଭୁବନେଶ୍ୱର: ଆଜିଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ମେକ ଇନ ଓଡିଶା କନକ୍ଲେଭରେ ବିଭିନ୍ନ ଦେଶରୁ କିପରି ଅଧିକ ପୁଞ୍ଜି ଓଡ଼ିଶାକୁ ଆସିବ ତାହା ଉପରେ ଗୁରୁତ୍ବ ଦେବେ। ତେବେ ରାଜ୍ୟ ସରକାର ସିଙ୍ଗିଲ ଓ୍ବିଣ୍ଡୋ ଜରିଆରେ ଜମି, ବିଜୁଳି, ପାଣି ଓ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ନିବେଶକଙ୍କୁ ବୁଝାଇ କହିବେ ନବୀନ । ଅପରପକ୍ଷେ କରୋନା କାରଣରୁ ଦୁଇ ବର୍ଷ ପରେ ଏହି କନକ୍ଲେଭ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବ ‘ମେକ ଇନ ଓଡ଼ିଶା କନକ୍ଲେଭ’। ଏଥିସହିତ ମୁଖ୍ୟମନ୍ତ୍ରୀ ଆସନ୍ତା ଚାରି ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ତରଫରୁ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧ରୁ ଦୁଇଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ସେ ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର୍ୟ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଅପରାହ୍ନ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ୩୮୦୦ କୋଟି ଟଙ୍କା ବ୍ୟୟରେ ମାଙ୍ଗାଲୁରୁଠାରେ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। କୋଚିରେ ପ୍ରଧାନମନ୍ତ୍ରୀ ବିଶେଷ କରି ରଣନୀତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାର ଜଣେ ବିଶିଷ୍ଟ ପ୍ରସ୍ତାବକ ରହି ଆସିଛନ୍ତି। ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ…
ଭୁବନେଶ୍ବର: ବର୍ତ୍ତମାନ କିଛି ଦନ ଧରି ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାରେ ଲାଗିଛି। ଦିନ ଦଶଟା ବେଳକୁ ବାହାରେ ବୁଲିଲେ ମୁହଁରୁ ଝାଳ ବାହାରି ପଡୁଛି। ଏହାର କାରଣ ହେଲା ବର୍ତ୍ତମାନ କିଛିଦିନ ଧରି ମୌସୁମୀ ବାୟୁ ଦୁର୍ବଳ ହୋଇପଡିଛି। ଫଳରେ ଏହାର ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଠାନ୍ତ ମୂଳକ ବୃଦ୍ଧି ଘଟିଛି। 10ଟି ସହରରେ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ସର୍ବାଧିକ 36.2°C, ମାଲକାନଗିରି ରେ 36°C ଏବଂ ରାଜଧାନୀ ଭୁବନେଶ୍ୱର ରେ 35.6°C ଦିନ ତାପମାତ୍ରା ରେକର୍ଡ କରାଯାଇଛ। ମୁଖ୍ୟତଃ ଦିନର ତାପମାତ୍ରା ଅଧିକ ହେବା ତଥା ଉଚ୍ଚ ଆଦ୍ରତା ଯୋଗୁ ଗୁଳୁଗୁଳି ଜାରି ରହିଛି।
ମୁମ୍ବାଇ: ପ୍ରତି ବର୍ଷ ଏହି ସମୟରେ ମୁମ୍ବାଇ ସହର ଅତ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି। କାରଣ ସାରା ଭାରତରେ ଯେତେ ଗଣେଷ ପୂଜା ହୁଏ ମୁମ୍ବାଇରେ ତାହା ଭିନ୍ନ। ବହୁ ପ୍ରାଚୀନ ସମୟରୁ ମୁମ୍ବାଇ ନଗରୀ, ଗଣେଷ ପୂଜା ପାଇଁ ପ୍ରସିଦ୍ଧ ଅର୍ଜନ କରିଛି। ସେଥିପାଇଁ ଚଳିତ ବର୍ଷ ମୁମ୍ବାଇ ନଗରୀ ବେଶ ଧୂମଧାମରେ ଗଣେଷ ପୂଜାର ଆୟୋଜନ କରିଛି। ଗତ ଦୁଇବର୍ଷ ଧରି କରୋନା ପାଇଁ ଗଣେଷ ପୂଜା ଠିକରେ ହୋଇପାରି ନ ଥିଲା। ସେଥିପାଇଁ ଚଳିତ ବର୍ଷ ଫୁଲ ଦମରେ ଏବଂ ଭକ୍ତିପୂତ ଭାବରେ ଏହି ପୂଜା କରିବା ପାଇଁ ମୁମ୍ବାଇର ସମସ୍ତ ପୂଜା ପେଣ୍ଡାଲ ତତ୍ପର ହୋଇ ଉଠିଛନ୍ତି। ଭଳିକ ଭଳିକି ତୋରଣ ଓ ମେଢର ଆକର୍ଷଣରେ ମୁମ୍ବାଇର ଚେହେରା ପୁରା ବଦଳି ଯାଇଛି। ତେବେ ଏହି ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ମୁମ୍ବାଇର ଅନ୍ଧେରୀଚା ରାଜା ଗଣେଷ ପେଣ୍ଡାଲ ଭକ୍ତମାନଙ୍କ ପାଇଁ ଡ୍ରେସ…
ପୁରୀ: ବିଘ୍ନ ହରତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ତାଙ୍କୁ ନିଜ ବାଲୁକା କଳା ରେ ସ୍ଥାପନା କରି ସାରା ପୃଥିବୀ ରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ହେବା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ଏବେ ବିଶ୍ୱ ରେ ଯୁଦ୍ଧର ବାତାବରଣ ସୃଷ୍ଟି ହୋଇଛି ସମସ୍ତ ଦେଶ ମଧ୍ୟ ରେ ବନ୍ଧୁତ୍ୱ ର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱ ରେ ଶାନ୍ତିର ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶ ଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ “World Peace” ର ବାର୍ତ୍ତା…
ଭୁବନେଶ୍ବର: ଆଜି ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ସାରା ଓଡିଶା ଉତ୍ସବ ମୁଖର ହୋଇ ଉଠିଛି। କାରଣ ଦୁଇବର୍ଷ ଧରି କରୋନା ପାଇଁ ପୂଜା ଠିକରେ ହୋଇପାରି ନ ଥିବା ବେଳେ ଏଥର ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶ କରିବେ। ଏହି ପବିତ୍ର ଦିନ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।’
ଭୁବନେଶ୍ବର: ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ…
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ। ଆଜି ପ୍ରଭୃ ବିଘ୍ନ ବିନାସନ ଗଣପତି ବାବାଙ୍କ ପୂଜା ଅନୁଷ୍ଠିତ ହେଉଛି। ସୁଉଚ୍ଚ ତୋରଣମାନ ନିର୍ମାଣ କରାଯାଇ ପ୍ରଭୃଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ସେହିପରି ସମସ୍ତେ ଘରେଘରେ ମଧ୍ୟ ପ୍ରଭୃଙ୍କ ପୂଜା କରିଥାନ୍ତି। ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭ କାମନା ପ୍ରଦାନ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆଜି ଗଣେଷ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଶୁଭ କାମନା, ଗଣପତିବାବା ମୋରିଆ ବୋଲି ଉଲ୍ଲେଖ କରିଛନ୍ତି। ସେ ସଂସ୍କୃତର ଏକ ଗଣେଷ ବନ୍ଦନାକୁ ମଧ୍ୟ ଉପସ୍ଥାପିତ କରିଛନ୍ତି।
ଭୁବନେଶ୍ବର: ହିନ୍ଦୁ ଧର୍ମର ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ। ବୁଧବାର ଦିନ ଭଗବାନ ଗଣେଶଙ୍କ ପାଇଁ ବିଶେଷ ଉତ୍ସର୍ଗୀକୃତ। ଭଗବାନ ଗଣେଶ ଏହି ଦିନ ରୀତିନୀତି ଅନୁଯାୟୀ ପୂଜାରେ ସନ୍ତୁଷ୍ଟ ହୁଅନ୍ତି। ଏହା ସହିତ ଆଜି ଗଣେଶ ଚତୁର୍ଥୀ। ଆଜି ସମଗ୍ର ଦେଶରେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ତେଣୁ ଆଜିର ଦିନଟି ବିଘ୍ନହର୍ତ୍ତାଙ୍କ ପୂଜା ପାଇଁ ସର୍ବୋତ୍ତମ ଯୋଗ ରହିଛି। ଦୟାକରି ଆଜି ଏହି ମନ୍ତ୍ରଗୁଡ଼ିକ ପଢି ବିଘ୍ନହର୍ତ୍ତାଙ୍କ ଆଶିଷ ଲାଭ କରନ୍ତୁ। ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟା ଧିମହି ତନ୍ନୋ ବୁଦ୍ଧି ପ୍ରଚୋଦୟତ। ଓଁ ଗ୍ଲାମ ଗୌରୀ ପୁତ୍ର, ବକ୍ରତୁଣ୍ଡ, ଗଣପତି ଗୁରୁ ଗଣେଶ। ଗ୍ଲାମ ଗଣପତି, ରିଦ୍ଧି ପତି, ସିଦ୍ଧି ପତି। କରୋ ଦୂର କ୍ଲେଶ .. ଓଁ ନମୋ ଗଣପତୟେ କୁବେର ୟେକଦ୍ରିକୋ ଫଟ୍ ସ୍ଵାହା। ଦୂର୍ବା ଅର୍ପିତ କରତେ ହୁଏ ମନ୍ତ୍ର ବୋଲେ, ‘ଇଦମ ଦୂର୍ବାଦଳମ୍ ଓମ୍ ଗମ୍…
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ତରଫରୁ ଦିଆଯାଇଥିବା ଗାଡ଼ି ପାର୍କିଂ ମହାଘୋଟାଲାର କ୍ରାଇମବ୍ରାଞ୍ଚ ଓ ଇଡ଼ି ତଦନ୍ତ ଦାବିରେ ଅଲ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗି ମହାସଂଘର ବହୁ କିନ୍ନର ବିଏମ୍ସି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଟିଜି ସ୍ୱୀକୃତି ଓ ପରିଚୟ ନାମକ ଏସ୍ଏଚ୍ଜିକୁ ଭୁବନେଶ୍ୱରର ଏଜି ଛକରୁ ରାଜମହଲ ଛକ (ୟୁନିଟ୍-୨) ଓ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ, ରାମ ମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ଓ ମାଷ୍ଟର କ୍ୟାଣ୍ଟିନରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଯେଉଁ ତିନୋଟି କିନ୍ନର ଏସ୍ଏଚ୍ଜି ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେମାନେ ଗାଡ଼ି ପାର୍କିଂ ଷ୍ଟାଣ୍ଡରୁ ଅର୍ଥ ଆଦାୟ ପାଇଁ କିନ୍ନରମାନଙ୍କୁ ନିୟୋଜିତ ନକରି କିଛି ଅସାଧୁ ଯୁବକ ଏବଂ ଯୁବତୀଙ୍କୁ ନିୟୋଜିତ…
ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ମଙ୍ଗଳବାର ଦିନ ଈଶ୍ବର ଚନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସପତ୍ନୀକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଈଶ୍ବର ଚନ୍ଦ୍ର ଲେଖିଥିବା ଦୁଇଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଉପହାର ଦେଇଥିଲେ। ତାଙ୍କ ସାଥୀରେ ଥିଲେ ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରକାଶଯୋଗ୍ୟ ଯେ ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି…
ଭୁବନେଶ୍ବର: ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ। କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ। ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ। ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ। ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା। ଏହା ଏକ ସାର୍ବଜନୀନ ପୂଜା। ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି। ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ…
ନୂଆଦିଲ୍ଲୀ: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି ୧୪ ନାମ ମଧ୍ୟ ଜପ କରିବା- ଭଗବାନ ଗଣେଶଙ୍କର ୧୪ ନାମ:– ୧- ବିନୟକ, ୨- ଗଜାନନ, ୩- ଗଣେଶ, ୪- ଲମ୍ବୋଦର, ୫- ଏକଦନ୍ତ, ୬- ବକ୍ରତୁଣ୍ଡ, ୭- ବିଘ୍ନରାଜ, ୮- ବିଶ୍ବରାଜ, ୯- ବୁଦ୍ଧିନାଥ, ୧୦- ବିକଟ, ୧୧- ହେରମ୍ବ, ୧୨- କୃଷ୍ଣପିଙ୍ଗାକ୍ଷ, ୧୩- ଅଖୁରଥ, ୧୪- ଭୂପତି।
ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍ ଗାର୍ଡେନ୍ କରୁଛୁ। ବାଲ୍କୋନୀ ହେଉ ଅଥବା ଟେରେସ୍ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…
ବାସ୍ତୁଶାସ୍ତ୍ର: ଗଣେଶ ଚତୁର୍ଥୀକୁ ବର୍ତ୍ତମାନ ଗଣେଶୋତ୍ସବ ଭାବରେ ପାଳନ କରାଯାଉଛି। ଗଣେଶ ମୂର୍ତ୍ତିର ବିସର୍ଜ୍ଜନ ଅନନ୍ତ ଚତୁର୍ଦ୍ଦଶୀ ରୀତିନୀତିରେ କରାଯିବ। କିଛି ଲୋକ ଗଣେଶ ମୂର୍ତ୍ତିଙ୍କୁ ଏପରି ସମୟରେ ନିଜ ଘରକୁ ଆଣିଥା’ନ୍ତି କିମ୍ବା ସେମାନଙ୍କୁ ନିଜ ସମ୍ପର୍କୀୟଙ୍କୁ ଉପହାର ଦିଅନ୍ତି। ଘରେ ଶ୍ରୀ ଗଣେଶ ଜୀ ପ୍ରତିମା ଆଣିବା କିମ୍ବା ଉପହାର ଦେବା ପୂର୍ବରୁ ନିଶ୍ଚିତ ଭାବରେ ଏହି ବାସ୍ତୁ ଶାସ୍ତ୍ର ନିୟମ ଜାଣନ୍ତୁ। ଘରେ ଗଣେଶ ପ୍ରତିମା ରଖିବାର ନିୟମ: ଶୟନ କକ୍ଷରେ ଶ୍ରୀ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ରଖନ୍ତୁ ନାହିଁ: ବାସ୍ତୁ ଶାସ୍ତ୍ରୀଙ୍କ ନିୟମ ଅନୁଯାୟୀ ଭଗବାନ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଶୋଇବା ଘରେ ରଖନ୍ତୁ ନାହିଁ। କୁହାଯାଏ ଯେ, ଭଗବାନ ଶ୍ରୀ ଗଣେଶ ପ୍ରତିମାଙ୍କୁ ଶୋଇବା ଘରେ ରଖିବା କିମ୍ବା ବାଥରୁମ କାନ୍ଥରେ ଟାଙ୍ଗିବା ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ସୃଷ୍ଟି କରିଥାଏ। ଭଗବାନ ଶ୍ରୀ ଗଣେଶଙ୍କର ନୃତ୍ୟ ପ୍ରତିମା: ଭଗବାନ ଗଣେଶଙ୍କର ଏକ ନୃତ୍ୟ ପ୍ରତିମା କିଣିବା ଉଚିତ୍…
ମେଷ- ଏହି ରାଶିର ଲୋକଙ୍କ ଦାୟିତ୍ଵ ସହିତ ଅନେକ ଲୋକଙ୍କୁ ପରାମର୍ଶ ଦେବାକୁ ପଡିପାରେ। ଆପଣ ଅଫିସ୍ କାର୍ଯ୍ୟରେ ସଫଳତା ପାଇପାରିବେ। ଆପଣ ଘରୁ କାର୍ଯ୍ୟର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ସକ୍ଷମ ହେବେ। ସରକାରୀ ପରିସ୍ଥିତି ବିଷୟରେ କଥାବାର୍ତ୍ତା, କାର୍ଯ୍ୟଭାର ଅଧିକ ହେବ। ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତିର ତ୍ରୁଟି ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟୀମାନଙ୍କୁ ଏକ ଚାପଗ୍ରସ୍ତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଧୈର୍ଯ୍ୟ ରଖନ୍ତୁ। କର୍ମଚାରୀମାନଙ୍କୁ ଭଲ ବ୍ୟବହାର କରନ୍ତୁ। ଛାତ୍ରମାନଙ୍କ ପାଇଁ ଆଜି ଏକ ଭଲ ଦିନ। ଅଧ୍ୟୟନ ଉପରେ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ସମ୍ବନ୍ଧରେ, ଯେକୌଣସି ପ୍ରକାରର ଅସାବଧାନତା ଭାରୀ ହୋଇପାରେ। ପରିବାରର ପ୍ରତ୍ୟେକ କାର୍ଯ୍ୟରେ ଅଭାବ ଖୋଜିବା ମହଙ୍ଗା ପଡିପାରେ। ମିଥୁନ- ଆଜି ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବ। ମନୋବଳ ଭାଙ୍ଗନ୍ତୁ ନାହିଁ। ଆହ୍ଵାନକୁ ସମ୍ମୁଖୀନ କରନ୍ତୁ। ଗ୍ରହମାନଙ୍କର ଗତିବିଧି କାର୍ଯ୍ୟରେ ବାଧା ସୃଷ୍ଟି କରିବ। ଅଫିସ୍ କାମ ହେତୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଏକ ଯୋଜନା ପ୍ରସ୍ତୁତ କରି…

