ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ, ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ। ଲାଲ୍ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସମୟରେ ତାଙ୍କ ମୁଣ୍ଡରେ ସିନ୍ଦୂର ଦେଇ ପୂଜା କରାଯାଇଥାଏ। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ପୂଜା କରା ଯାଇଥାଏ। ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ ୩୨ ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ ୧୫…
Author: Samikhsya Bureau
ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ସରକାରର ପଞ୍ଚାୟତିରାଜ ମନ୍ତ୍ରୀ ଭୁପେନ୍ଦ୍ର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚୌଧୁରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନିକଟରେ ଭୁପେନ୍ଦ୍ର ଚୌଧୁରୀଙ୍କୁ ଭାରତୀୟ ଜନତା ପାର୍ଟିର ୟୁପି ୟୁନିଟର ନୂତନ ସଭାପତି କରାଯାଇଛି। ସୋମବାର ଦିନ ରାଜଧାନୀ ଲକ୍ଷ୍ନୌରେ ବିଜେପି କାର୍ଯ୍ୟାଳୟରେ ଚୌଧୁରୀ ଦାୟିତ୍ଵ ଗ୍ରହଣ କରିଥିଲେ। ଫେସବୁକ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଭୁପେନ୍ଦ୍ର ଚୌଧୁରୀ ଲେଖିଛନ୍ତି ଯେ, “ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦାୟିତ୍ଵ ତୁଲାଇବା ପାଇଁ ଆଜି କ୍ୟାବିନେଟରୁ ଇସ୍ତଫା ଦେଇଛି।
ମୁମ୍ବାଇ: ବଲିଉଡ ଅଭିନେତା କମାଲ ଆର ଖାନ (KRK) ନିଜ ଟ୍ୱିଟ୍ ଏବଂ ବିବାଦୀୟ ବିବୃତ୍ତି ହେତୁ ହେଡଲାଇନରେ ରହିଛନ୍ତି। ହେଲେ ପୁଣି ଥରେ ସେ ସମସ୍ୟାରେ ଫସିଯାଇଛନ୍ତି। ବାସ୍ତବରେ ୨୦୨୨ ମସିହାରେ ହୋଇଥିବା ବିବାଦୀୟ ଟୁଇଟ୍ ପାଇଁ କମାଲ ଆର ଖାନଙ୍କୁ ବିମାନ ବନ୍ଦରରେ ମୁମ୍ବାଇର ମଲାଡ ପୋଲିସ ଗିରଫ କରିଛି। କମାଲ ପ୍ରଥମେ ବୋରିଭଲୀ କୋର୍ଟରେ ଉପସ୍ଥାପିତ ହେବ। ବିବାଦୀୟ ଟୁଇଟ୍ ପାଇଁ KRK ଗିରଫ: ପ୍ରକୃତରେ କମାଆଲ ଆର ଖାନ ଜଣେ ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ ଭାବରେ ଜଣାଶୁଣା। ଯିଏ ପ୍ରାୟତଃ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ବିରୋଧରେ ଭିଡିଓ ତିଆରି କରୁଥିବା ଦେଖାଯାଏ। ଏଥି ସହିତ ମୁମ୍ବାଇରେ ପୁଣି ଥରେ KRK କୁ ଗିରଫ କରାଯାଇଛି। କୁହାଯାଉଛି ଯେ, ୨୦୨୦ ମସିହାରେ ହୋଇଥିବା ବିବାଦୀୟ ଟୁଇଟ୍ ପାଇଁ ମଲାଡ ପୋଲିସ ବିମାନବନ୍ଦରରୁ କମାଲଙ୍କୁ ଗିରଫ କରିଛି। ପ୍ରକୃତରେ, ଧର୍ମ ସମ୍ପର୍କରେ ସୋସିଆଲ ମିଡିଆରେ ସେ…
ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେନ୍ ଙ୍କ ଭାଇ ଡ. ପ୍ରଣବ ସେନ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଭିଜିତ୍ ସେନ୍ ରାତି ପ୍ରାୟ ୧୧ଟା ସମୟରେ ହୃଦଘାତରେ ପୀଡିତ ହୋଇଥିଲେ, ଆମେ ତାଙ୍କୁ ଡାକ୍ତରଖାନା ନେଇଥିଲୁ, କିନ୍ତୁ ସେତେବେଳକୁ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଚାରି ଦଶନ୍ଧି ଧରି ନିଜର କ୍ୟାରିଅରରେ ଅଭିଜିତ୍ ସେନ୍ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଅର୍ଥନୀତି ଶିକ୍ଷା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀରେ ଅବସ୍ଥାପିତ ହୋଇଥିଲେ। ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଯୋଜନା ଆୟୋଗର ସଦସ୍ୟ ଥିଲେ। ମନମୋହନ ସିଂ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ। ୨୦୧୦ ରେ ତାଙ୍କୁ ଜନସେବା ପାଇଁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ୨୦୧୪ ରେ ଯେତେବେଳେ ଏନଡିଏ କ୍ଷମତାକୁ ଆସିଲା, ସେତେବେଳେ ସେନଙ୍କୁ ଏକ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୩୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୮ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୩୦ ଗଞ୍ଜାମ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୪ ଯାଜପୁର ଜିଲ୍ଲାରୁ- ୮ କଳାହାଣ୍ଡି ଜିଲ୍ଲାରୁ- ୧୦ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୬୧ ମାଲକାନଗିରି ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୩ ନବରଙ୍ଗପୁର ଜିଲ୍ଲାରୁ- ୯ ନୟାଗଡ ଜିଲ୍ଲାରୁ- ୫ ନୂଆପଡା ଜିଲ୍ଲାରୁ- ୬ ପୁରୀ ଜିଲ୍ଲାରୁ- ୩ ରାୟଗଡା ଜିଲ୍ଲାରୁ-…
ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍ଆପ୍ରେ ପ୍ରଥମ ଧରଣର ଏଣ୍ଡ୍-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍ଆପ୍ ଚାଟ୍ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ । ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍ଆପ୍ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍ଲଗ୍କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି । ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ । ହ୍ୱାଟସ୍ଆପ୍ରେ ଏହା ହେଉଛି ଆମର ଏଣ୍ଡ୍-ଟୁ-ଏଣ୍ଡ୍…
ଭୁବନେଶ୍ୱର: ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ୧୫ ତମ ଦିନରେ ପହଂଚିଛି। ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବା ସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲାର ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ମଧ୍ୟାନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ନିୟମିତ ଚାକିରୀରେ…
ଭୁବନେଶ୍ବର: ଆମର ଷ୍ଟୁଡିଓ ଓ ଏଏନଏ ପ୍ରଡକ୍ସନ ମିଳିତ ସହଯୋଗୀତା ରେ ନିର୍ମୀତ ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ତାପସ ସାରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାର ନାୟକ ଭୂମିକାରେ ସ୍ୱରାଜ ଓ ନାୟିକା ଭାବେ ଭୂମିକାଙ୍କୁ ଦେଖିବାକୁ ମିଳିବ। ଆମର ଷ୍ଟୁଡିଓ ଓ ଆନ୍ନା ପ୍ରଡକସନ ବ୍ୟାନରରେ ସିନେମାଟି ନିର୍ମାଣ ହୋଇଛି। ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ଶୁଭମ, କେ କେ, ବିଘ୍ନେଶ୍ୱର ପଣ୍ଡା ଓ ସୋମା ଭୌମିକ ନଜର ଆସିବେ। ପ୍ରେମାନନ୍ଦ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆରସିଏମ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଥିବା ବେଳେ ସୁଟିଂ ଆରମ୍ଭ ହୋଇଯାଇଛି। ପୁର୍ବରୁ “ତୁ ମୋ ଲଭ୍ ଷ୍ଟୋରୀ” ସ୍ୱରାଜ ଓ ଭୂମିକା ଯୋଡିକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ତେଣୁ ଏଥର…
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ। ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫ଜି ନେଟ୍ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ। ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଦୁଇ ମାସ ଭିତରେ ଦୀପାବଳି ସୁଦ୍ଧା…
ଭୁବନେଶ୍ବର: ଉଲ୍ଲେଖନୀୟ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ। ନୂଆଦିଲ୍ଲୀରେ ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହାକୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ଆନୁୟାଲ ଲେକଚର ଆଣ୍ଡ ଆୱାର୍ଡ ସମାରୋହରେ ଦିଆଯିବ। ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମଣା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମକୁ ଜଷ୍ଟିସ୍ ଏକେ ପଟ୍ଟନାୟକ ପରିଚାଳନା କରିବେ।ମୁଖ୍ୟତଃ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ସହିତ ସ୍ବଚ୍ଛ ଭାବମୂର୍ତ୍ତି ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ର ପ୍ରଥମ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୫ ୱିକେଟ୍ ରେ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ ପରେ ସେ ପାକିସ୍ତାନ ଖେଳାଳି ହ୍ୟାରିସ୍ ରାଉଫଙ୍କ ସହ କଥା ହୋଇଛନ୍ତି। ଏହା ସହିତ କୋହଲି ତାଙ୍କୁ ତାଙ୍କ ଜର୍ସି ମଧ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ବହୁତ ପସନ୍ଦ ହେଉଛି। ବିସିସିଆଇ ଏକ ଭିଡିଓ ଟ୍ୱିଟ କରିଛି। ଏଥିରେ କୋହଲି ଏବଂ ରାଉଫ ବାର୍ତ୍ତାଳାପ କରୁଥିବା ନଜର ଆସିଛନ୍ତି। ବାର୍ତ୍ତାଳାପ ପରେ କୋହଲି ରାଉଫଙ୍କୁ ତାଙ୍କ ଜର୍ସିରେ ଏକ ଅଟୋଗ୍ରାଫ୍ ଦେଇଛନ୍ତି ଏବଂ ତାହାକୁ ସେ ଉପହାର ଦେଇଛନ୍ତି। କୋହଲିଙ୍କ ଏହି କାର୍ଯ୍ୟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ବିସିସିଆଇର ଏହି ଭିଡିଓକୁ ଖୁବ୍ କମ୍ ସମୟ ମଧ୍ୟରେ ଟ୍ୱିଟରରେ ୧୦ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହା ସହିତ…
ଚାଣକ୍ୟ ନୀତି: ସବୁଠାରୁ ବଡ ସୁଖ ହେଉଛି ଏକ ସୁସ୍ଥ ଶରୀର। ଜଣେ ବ୍ୟକ୍ତି ଜୀବନରେ ଯେତେ ସୁସ୍ଥ, ସେତେ ସେ ଖୁସି ଏବଂ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିଥାଏ। ରୋଗ ସଫଳତାର ପଥରେ ଏକ ପ୍ରତିବନ୍ଧକ। ଚାଣକ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସହିତ କଦାପି ଖେଳନ୍ତୁ ନାହିଁ। ଜଣେ ସୁସ୍ଥ ବ୍ୟକ୍ତି ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଏ, କିନ୍ତୁ ଯଦି ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଅସାବଧାନତା ଥାଏ, ତେବେ ବ୍ୟକ୍ତି ଚାହିଁଲେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ନାହିଁ। ଚାଣକ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନିଜର ଭାବନା ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା। ଅଜିର୍ଣ୍ଣ ଭେଷଜମ ବାରି ଜିର୍ଣ୍ଣେ ବଲପ୍ରଦମ୍ । ଭୋଜନେ ଚାମୃତମ୍ ଭୋଜନାନ୍ତେ ବିଷପ୍ରଦମ୍ ।। ହଜମ ପ୍ରକ୍ରିୟା ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇବାର ଅଭ୍ୟାସ କରନ୍ତି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା…
ମେଷ- ଆପଣଙ୍କ କ୍ୟାରିୟର ପ୍ରତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଆର୍ଥିକ ଦିଗ ଦୃଢ ହେବ। ପରିବାର ସହିତ ଦୀର୍ଘ ଯାତ୍ରା ଅଛି। ବରିଷ୍ଠମାନଙ୍କ ଆଶୀର୍ବାଦ ସହିତ ଭଲ କାମ ଆରମ୍ଭ କରନ୍ତୁ। ବିଦେଶ ଯିବାକୁ ଥିବା ପ୍ରତିବନ୍ଧକକୁ ଦୂର କରାଯାଇପାରିବ। ବୃଷ- ସାମାଜିକ ଉତ୍ସବରେ ଜଡିତ ହେବେ। ଆତ୍ମବିଶ୍ୱାସ ବୃଦ୍ଧି କରିବ। କେତେକ ପ୍ରସଙ୍ଗରେ ସମସ୍ୟା ଦେଖାଦେବ। ଏହା ଦ୍ବାରା କ୍ଷତି ହୋଇପାରେ। ବିନା ପ୍ରଶ୍ନରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ବାପାଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ । ମିଥୁନ- ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣଙ୍କ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରନ୍ତୁ। ଆପଣଙ୍କୁ ଅଳସୁଆ ମନୋଭାବ କ୍ଷତି ପହଞ୍ଚାଇପାରେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। କର୍କଟ- ଆପଣଙ୍କ ଇଚ୍ଛିତ ଜୀବନ ସାଥୀକୁ ଭେଟି ଖୁସି ହେବ। ଲୋକମାନେ ଆପଣଙ୍କ ଆଚରଣ ଦ୍ୱାରା ଆକର୍ଷିତ ହେବେ ଏବଂ କର୍ମକ୍ଷେତ୍ରରେ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୨୯ ତଥା ଆଜି ଠାରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ୪ ଦିନିଆ ଇଣ୍ଡୋନେସିଆର ବାଲି ଗସ୍ତରେ ଯାଉଛନ୍ତି। ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକରେ ଯୋଗ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରେ ବାଲିରେ ପହଞ୍ଚିବା ପରେ ପ୍ରଥମେ ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଆସିଥିବା ବ୍ରାଜିଲର ପ୍ରତିନିଧି ମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ପରେ ବାଲିରେ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟଙ୍କ ସହ ସାକ୍ଷାତ୍ କରିବେ। ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋରିଜିମ ଆଣ୍ଡ୍ ବିଜନେସ ଅନୁଷ୍ଠାନକୁ ଯାଇ କୁଳପତିଙ୍କୁ ଭେଟିବେ। ସୁଗ୍ରିବ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିବେ। ସେପ୍ଟେମ୍ବର ୧ରେ ଶ୍ରୀ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଜି-୨୦ ଶିକ୍ଷା…
ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ତଥା ଅତିରିକ୍ତ ଜୀବିକା ନିର୍ବାହ ଦିଗରେ ଆଉ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଜି ୧୦ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ପାଖାପାଖି ୨୦୦୫.୮୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୫୪୫ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ଏଥିସହିତ ବହୁ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିପାରିବ ବୋଲି କୁହାଯାଇଛି। ପୁଞ୍ଜି ବିନିଯୋଗ ପ୍ରସ୍ତାବର ଆର୍ଥିକ ଏବଂ ବୈଷୟିକ ବିବରଣୀ ଉପସ୍ଥାପନ କରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ ଅଧିକାଂଶ ପ୍ରକଳ୍ପ ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ପର୍ୟ୍ୟଟନ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ଅଧିକ ରହିଛି। ସେଗୁଡିକ ହେଲା… ୧- ଖୋର୍ଦ୍ଧାରେ ସୁମନ ରିଏଲ…
ଭୁବନେଶ୍ୱର: ସମସ୍ତଙ୍କ ଜୀବନରେ କ୍ରୀଡ଼ା ତଥା ଦୈନନ୍ଦିନ କାର୍ଯ୍ୟକଳାପର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୭ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ଦେଶର କ୍ରୀଡ଼ା ନାୟକ ଏବଂ ସର୍ବଜୟୀ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଏବଂ ଦେଶକୁ ସମ୍ମାନ ଆଣିବାରେ ସେମାନଙ୍କର ଅବଦାନ ତଥା ଉତ୍ସର୍ଗୀକୃତତାକୁ ସମ୍ମାନିତ କରାଯାଇଛି। କ୍ରୀଡ଼ାର ମୂଲ୍ୟବୋଧ: ଶୃଙ୍ଖଳା, ଦୃଢ଼ତା, କ୍ରୀଡ଼ାବିତ୍ ଆତ୍ମା, ଦଳଗତ କାର୍ଯ୍ୟ ଏବଂ ଜନସାଧାରଣଙ୍କୁ କ୍ରୀଡା ପ୍ରତି ଉତ୍ସାହ ଆଣିବା ଏବଂ ଏହାକୁ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି…
ନୂଆଦିଲ୍ଲୀ: ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୨୬ତାରିଖ (୨୦୨୨ ଅଗଷ୍ଟ ୨୬)ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭାରତ ଆନ୍ତର୍ଜାତିକ ସଡକ ପରିବହନ ଚୁକ୍ତି ୧୯୪୯ (ଜେନେଭା ଚୁକ୍ତି)ରେ ସ୍ୱାକ୍ଷର କରିଥିବାରୁ ଆଇଡିପି ବା ଆର୍ନ୍ତଜାତିକ ଡ୍ରାଇଭିଂ ପରିମିଟ୍ ଯୋଗାଇ ଦେବାକୁ ବାଧ୍ୟ। ଭାରତ ଏହି ଚୁକ୍ତି ଅନୁସାରେ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କ ସହିତ ନିଜ ଦେଶର ନାଗରିକଙ୍କୁ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ଯୋଗାଇ ଦେବା ସହ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରରେ ଭାରତୀୟଙ୍କ ପାଇଁ ଅନୁରୂପ ପରମିଟ୍ ପାଇବାକୁ ହକ୍ଦାର। ଏବେ ବିଭିନ୍ନ ରାଜ୍ୟରେ ପ୍ରଦାନ କରାଯାଉଥିବା ଏହି ଆଇଡିପିର ଫର୍ମାଟ, ଆକାର, ପାଟର୍ଣ୍ଣ ଓ ରଙ୍ଗ ଆଦି ଭିନ୍ନ ଭିନ୍ନ। ଏହି କାରଣରୁ ଭାରତର ବିଭିନ୍ନ ରାଜ୍ୟର ଆଇଡିପିଧାରୀ ବିଦେଶରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଆଜି ହ୍ୱାଟସ୍ଆପ୍ରେ ପ୍ରଥମ ଧରଣର ଏଣ୍ଡ୍-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍ଆପ୍ ଚାଟ୍ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ। ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍ଆପ୍ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍ଲଗ୍କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି। ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ। ହ୍ୱାଟସ୍ଆପ୍ରେ ଏହା ହେଉଛି ଆମର ଏଣ୍ଡ୍-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା…
ଖୋର୍ଦ୍ଧା: ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ସ୍ମୃତି ଅବସରରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ ଥିଲେ। ପ୍ରାରମ୍ଭରେ କ୍ରୀଡା ଉପରେ ଏକ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କ୍ରୀଡା ହେଉଛି ଜୀବନର ଆବଶ୍ୟକତା। ଚିତ୍ତ ବିନୋଦନ ସହ ସୁସ୍ଥ ରହିବା ନିମନ୍ତେ କ୍ରୀଡା ହେଉଛି ମହୋଷଧି। ଲକ୍ଷ ହାସଲ ହେଉଛି କ୍ରୀଡାର ମୌଳିକତା ଏବଂ ଯାହାକୁ ପାଥେୟ କରି ଜୀବନରେ ଅନେକ ଶିକ୍ଷଣୀୟ କଥା ଅନୁଭବ କରାଯାଇପାରେ। ଅନେକ ଭଲ ଛାତ୍ର ପାଠପଢା ବ୍ୟତୀତ କ୍ରୀଡାରେ ନିଜର କ୍ୟାରିୟର ଗଠନ କରିବାକୁ ଆଗ୍ରହୀ ହେବା ଅନେକ ଉଜ୍ଜଳ…
ଭୁବନେଶ୍ବର: ମୋଦିଙ୍କ ସମୟରେ ଉତ୍କଟ ଦରଦାମ ବୃଦ୍ଧି ଅତୀତର ସମସ୍ତ ରେକର୍ଡ ଭାଙ୍ଗିବା ସହ ବେକାରୀ ସମସ୍ୟା ମଧ୍ୟ ଗତ ୪୫ ବର୍ଷର ରେକର୍ଡକୁ ଭାଙ୍ଗିଛି। ମୋଦି ସରକାରଙ୍କର ଏହି ଜନ ବିରୋଧି ଓ ଯୁବ ବିରୋଧରେ କଂଗ୍ରେସ ଲଗାତାର ସଂଗ୍ରାମ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କେନ୍ଦ୍ରୀୟ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ନିରୋଜ ଡାଙ୍ଗି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ଡାଙ୍ଗି କହିଛନ୍ତି ଯେ ୨୦୧୪ ମସିହାରେ ଯେତେବେଳେ ମୋଦି ସରକାର ପ୍ରଥମ କରି ଆରମ୍ଭ ହେଲା ସେତେବେଳେ ସିଲିଣ୍ଡର ପିଛା ଏଲପିଜି ଗ୍ୟାସ ୪୧୦ ଟଙ୍କା ଥିବା ବେଳେ ଏବେ ସିଲିଣ୍ଡର ପିଛା ୧୫୬ ପ୍ରତିଶତ ବୃଦ୍ଧିପାଇ ୧୦୫୩ ରୁ ୧୨୪୦ ଟଙ୍କାରେ ପଂହଚିଛି। ସେହିପରି ପେଟ୍ରୋଲ ଦର ୭୧ ଟଙ୍କା ଥିବାବେଳେ ଏବେ ତାହା ୪୦ ପ୍ରତିଶତ…
ଭୁବନେଶ୍ବର : ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରାଯିବ। ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି ରେଂଜ ହେଡକ୍ବାଟର ରହିବ। ପ୍ରତ୍ୟେକ ରେଂଜ ହେଡକ୍ବାଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ…

