Author: Samikhsya Bureau

ଜ୍ୟୋତିଷ ଶାସ୍ତ୍ର: ଜୀବନରେ କିପରି ସୁଖ ଏବଂ ସମୃଦ୍ଧି ଆସିପାରିବ, ତାହା ଜ୍ୟୋତିଷ ଶାସ୍ତ୍ରରେ ଅନେକ ପଦକ୍ଷେପ କୁହାଯାଇଛି। କେତେକ ରାଶିର ଗ୍ରହ ଏବଂ ନକ୍ଷତ୍ରଗୁଡିକ ଏପରି ଯେ ସେମାନେ ଟିକିଏ କଠିନ ପରିଶ୍ରମରେ ଅପାର ସଫଳତା ପାଆନ୍ତି। କିନ୍ତୁ ଅନେକ ଲୋକ ଦିନରାତି ପରିଶ୍ରମ କରିବା ପରେ ମଧ୍ୟ ଜୀବନରେ ସଫଳତା ହାସଲ କରିବାକୁ ସକ୍ଷମ ନୁହଁନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା କିଛି ପ୍ରତିକାର ଗ୍ରହଣ କରି ଜଣେ ବ୍ୟକ୍ତି ନିଜର ଭାଗ୍ୟ ଉଜ୍ଜ୍ଵଳ କରିପାରିବ। ଆସନ୍ତୁ ଜାଣିବା ଏହି ପଦକ୍ଷେପଗୁଡ଼ିକ ବିଷୟରେ…. ୧- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଖାଦ୍ୟ ସର୍ବଦା ପୂର୍ବ ଆଡକୁ ମୁହଁ କରି ଖାଇବା ଉଚିତ୍। କୁହାଯାଏ ଯେ, ଏହା କରିବା ଜୀବନରେ ସୁଖ ଆଣିଥାଏ ଏବଂ ଅର୍ଥ ଏବଂ ଶସ୍ୟର ଅଭାବ ରହେନାହିଁ। ଖାଇବା ସମୟରେ କଦାପି ଜୋତା ଏବଂ ଚପଲ ପିନ୍ଧନ୍ତୁ ନାହିଁ। ଏହା ଅନ୍ନପୂର୍ଣ୍ଣା ମାତାଙ୍କ ପ୍ରତି ଅପମାନ ବୋଲି…

Read More

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ମୁଖ୍ୟତଃ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ଏହି ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା 1- ସୁଶୀଲ କୁମାର ଲୋହାନୀ- ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସେ ଅବାକାରୀ ବିଭାଗର ସଚିବ ପଦ ମଧ୍ୟ ତାଙ୍କ ପାଖରେ ରହିଛି। 2- ଦେଓରଞ୍ଜନ ସିଂହ- ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଂଜନ ସି ଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ପୂର୍ବପରି ତୁଲାଇବେ।…

Read More

ନୂଆଦିଲ୍ଲୀ: ହିନ୍ଦୀ ପଞ୍ଚଙ୍ଗ ଅନୁଯାୟୀ ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରେ ଗଣେଶଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ମଧ୍ୟାହ୍ନରେ ଭଗବାନ ଗଣେଶ ଏହି ଚତୁର୍ଥୀରେ ଜନ୍ମ ହୋଇଥିଲେ। ଏହି ତାରିଖକୁ ଗଣେଶ ଚତୁର୍ଥୀ କୁହାଯାଏ। ଗଣେଶ ଚତୁର୍ଥୀ ଶୁକ୍ଳ ଶତୁର୍ଥୀ ତିଥିରୁ ଆରମ୍ଭ ହୋଇ ଚତୁର୍ଦ୍ଦଶୀ ତିଥିରେ ଶେଷ ହୁଏ। ଏଥର ଏହି ଗଣେଶ ଚତୁର୍ଥୀ ଉପବାସ ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ ତାରିଖରେ ଶେଷ ହେବ। ଗଣେଶ ପୂଜାରେ ଏହି ଜିନିଷଗୁଡିକ ଅନ୍ତର୍ଭୂକ୍ତ କରନ୍ତୁ: ଗଣେଶ ଚତୁର୍ଥୀ ଦିନ ଲୋକମାନେ ଗଣପତି ଜୀଙ୍କର ମୂର୍ତ୍ତି ନିଜ ଘରେ ସ୍ଥାପନ କରି ରୀତିନୀତି ଅନୁଯାୟୀ ପୂଜା କରନ୍ତି। ଭଗବାନ ଶ୍ରୀ ଗଣେଶ ଜୀଙ୍କର ପୂଜା ସମୟରେ ତାଙ୍କର ପ୍ରିୟ ଜିନିଷ ତାଙ୍କୁ ଅର୍ପଣ କରାଯାଏ। ଗଣେଶଙ୍କର ପୂଜା କିଛି ଜିନିଷ ବିନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଏପରି ପରିସ୍ଥିତିରେ ଗଣେଶ…

Read More

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ରାଜନୀତିରେ ମୟୁରଭଂଜର ଆଉ ଜଣେ ଝିଅକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୟୁରଭଂଜର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେଲା ସେତେବେଳେ ମଧ୍ୟ ଏହି ଜିଲ୍ଲା ଜାତୀୟ ରାଜନୀତିର ଦୃଷ୍ଟିକୁ ଆସିଥିଲା। କାରଣ ମୟୁରଭଂଜର ଜଣେ ଆଦିବାସୀ ଝିଅ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିଲେ। ତେବେ ସହି ଚର୍ଚ୍ଚା ଶେଷ ହେବ ପରେ ବର୍ତ୍ତମାନ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ତାହା ହେଲା ସେହି ମୟୁରଭଂଜ ଜିଲ୍ଲାର ଜଣେ ଝିଅ ଏବେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଓଡିଶାର ନୁହେଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। କଳ୍ପନା ସୋରେନ ହେଉଛନ୍ତି ଓଡିଆ ଝିଅ। ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ସେ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନଙ୍କୁ ୨୦୦୬ ଫେବ୍ରୁଆରୀ ୭ରେ ବିବାହ…

Read More

ବେଙ୍ଗାଲୁରୁ: କର୍ଣ୍ଣାଟକର ଅତି କମରେ ୧୩ ହଜାର ବିଦ୍ୟାଳୟର ପ୍ରତିନିଧିତ୍ୱ କରୁଥିବା ଦୁଇଟି ସଙ୍ଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜ୍ୟରେ ବସଭରାଜ ବମ୍ମାଇ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଆସୋସିଏଟେଡ୍ ମ୍ୟାନେଜମେଣ୍ଟ ଏବଂ ପଞ୍ଜୀକୃତ ଅଣସଂରକ୍ଷିତ ଘରୋଇ ବିଦ୍ୟାଳୟ ପରିଚାଳନା ସଂଘ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ପାଇଁ ରାଜ୍ୟ ଶିକ୍ଷା ବିଭାଗ ଦ୍ୱାରା ଲାଞ୍ଚ ଦିଆଯାଉଥିବା ଅନୁସନ୍ଧାନ କରିବାକୁ ଅନୁରୋଧ କରିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ କୌଣସି ତର୍କ ବିନା ଅଯୌକ୍ତିକ, ଭେଦଭାବକାରୀ ଏବଂ ଅନୁପାଳନ ବିହୀନ ନିୟମ କେବଳ ଅଣସଂରକ୍ଷିତ ଘରୋଇ ବିଦ୍ୟାଳୟରେ ପ୍ରୟୋଗ କରାଯାଉଛି। ଏହି କାରଣରୁ ଦୁର୍ନୀତି ବହୁ ପରିମାଣରେ ଘଟୁଛି। ରାଜ୍ୟ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କ ନିକଟରେ ଅନେକ ଅଭିଯୋଗ ହୋଇଛି ବୋଲି ସଂଗଠନଗୁଡିକ ଦାବି କରିଛନ୍ତି। କିନ୍ତୁ ଅଭିଯୋଗ ଏବଂ ଯୁକ୍ତି ଶୁଣାଗଲା ନାହିଁ। ତେଣୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ଦେଶ ପାଇଁ ଖେଳିଥିବା ଯୁବ ଖେଳାଳି ଆଶିଷ ସ୍ଵାଇଁଙ୍କୁ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମାନିତ କରିଛନ୍ତି। ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ୍ ର ସଦସ୍ୟ ରହି ବ୍ରୋଞ୍ଜ ପଦକ ଜିତି ଥିବାରୁ ଆଶୀଷଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବନମାଳି ବେହେରା ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି। ଏବଂ ତାଙ୍କର ଆଗାମୀ ଶିକ୍ଷା ନିଶୁଳ୍କ କରିବା ପାଇଂ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ସମଗ୍ର ବାଣପୁର ଅଞ୍ଚଳ ଓ ଗୋଦାବରୀଶ ମହାବିଦ୍ୟାଳୟ ପାଇଁ ଗର୍ବ ଗୌରବ ଓ ପ୍ରେରଣାପ୍ରଦ ବିଷୟ ବୋଲି ଅଧ୍ୟକ୍ଷ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଡକ୍ଟର୍ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ଡକ୍ଟର୍ ପ୍ରାଶାନ୍ତ କୁମାର ପ୍ରଧାନ, ଗୋଲକ ବିହାରି ବେହେରା ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଉପସ୍ତିତ ଥିଲେ। ଏହି ଚମ୍ପିୟାନସିପରେ…

Read More

ଭୁବନେଶ୍ବର: ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ଭଲିବଲ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ଡ. ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧନା କରିଛନ୍ତି। ଗତକାଲି ଭୁବନେଶ୍ବରର କିଟ୍ କାର୍ଯ୍ୟାଳୟରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଆଶିଷଙ୍କ ସହିତ ତାଙ୍କ ବାପା ଭରତ ସ୍ବାଇଁ, ମା ଗୀତାଞ୍ଜଳୀ ସ୍ବାଇଁ ଏବଂ ଓଡିଶା ଭଲିବଲ ସଂଘର ସଂପାଦକ ଗଗନ ଦାସ ମଧ୍ୟ ଉପସ୍ଥିତ ଥିଲେ। ଆଶିଷ ଇରାନର ତେହେରାନରେ ଅନୁଷ୍ଠିତ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗୀତା ଗତ ଅଗଷ୍ଠ ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ସଫଳତା ପାଇଁ କନ୍ଧମାଳ ସାଂସଦ, ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଏବଂ କିଟ ଓ କିସର ପ୍ରତିଷ୍ଠାତା ଡ. ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତ୍ସବରେ ଡ. ସାମନ୍ତ କହିଥିଲେ ଯେ, ଆଶିଷ ମୋତେ କହିଥିଲେ ଯେ ମୁଁ ଏକ ଗରିବ ପରିବାରର…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡିକୁ ନୂତନ ଥାନା ମାନ୍ୟତା ମିଳିଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି, ଯେଉଁଥିରେ ନାଚୁଣୀ ଫାଣ୍ଡି ଅନ୍ୟତମ। ତେବେ ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂଆ ୩୬ ଟି ଥାନା ପ୍ରତିଷ୍ଠା ହେଵା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସୂଚନା ଥାଉକି ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ହୋଇଥିବା ବେଳେ ବର୍ତ୍ତମାନ ଏହା ବାଣପୁର ଥାନା ଅଧୀନରେ କାମ କରୁଛି।

Read More

ଭୁବନେଶ୍ୱର:  ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ ହେଲା – ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ସେହିପରି ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର…

Read More

ଗୋରଖପୁର: ଗୋରଖପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷଙ୍କ ପୁଅ ଓ ଝିଅ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଏକ ଛୋଟ ପ୍ରସଙ୍ଗରେ ଝଗଡା ପରେ ଦୁହେଁ ଏହି ଆତ୍ମହତ୍ୟା ପଦକ୍ଷେପ ନେଇଛନ୍ତି। ଏହି ଘଟଣା ପରେ ପରିବାରରେ ଉତ୍ତେଜନା ଦେଖାଦେଇଛି। ଖଜନୀ ପୋଲିସ ଷ୍ଟେସନ ପରିସରରେ ରାମପୁର ମଲୋଲି ନିବାସୀ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ଛୋଟେଲାଲ ମୌର୍ଯ୍ୟଙ୍କ ପୁଅ ଓ ଝିଅର ମୃତଦେହ ଶୁକ୍ରବାର ଦିନ ଘରରେ ଝୁଳୁଥିବା ଦେଖିବାକୁ ମିଳିଛି। ପିପରୋଲି ବ୍ଲକର ଖଜ୍ନି ପୋଲିସ ଷ୍ଟେସନ ଅଧୀନରେ ଥିବା ରାମପୁର ମଲୋଲି ଗାଁର ବାସିନ୍ଦା ଛୋଟେଲାଲ ମୌର୍ଯ୍ୟ ବର୍ତ୍ତମାନ ଜିଲ୍ଲା ଉପାଧ୍ୟକ୍ଷ ତଥା ଜିଲ୍ଲା ପଞ୍ଚାୟତ ସଦସ୍ୟ। ଶୁକ୍ରବାର ଦିନ ପରିବାର ଘର ଭିତରକୁ ଗଲାବେଳେ ୨୩ ବର୍ଷିୟା ଝିଅ ପୁନମ ଏବଂ ୨୦ ବର୍ଷର ପୁଅ ସୋନୁଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଦୁହେଁ ରଶିରେ ଝୁଲୁଥିବା…

Read More

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ଶୁକ୍ରବାର ଦିନ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ନେଇ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ସମୟରେ ତାଙ୍କୁ ଏଭଳି କରିବା ଉଚିତ ନୁହେଁ। ଆଜାଦ ଶୁକ୍ରବାର ଦିନ ସମସ୍ତ ପାର୍ଟି ପଦରୁ ଇସ୍ତଫା ଦେଇଛନ୍ତି। ଅବଦୁଲ୍ଲା ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଏଥିପାଇଁ ଦୁଃଖିତ। ଗୁଲାମ ନବୀ ତାଙ୍କର ପୁରା ଜୀବନ କଂଗ୍ରେସକୁ ଦେଇଥିଲେ। ସେ କଲେଜ ଦିନରୁ ଏହା ପାଇଁ କାମ କରିଥିଲେ। ସେ କଂଗ୍ରେସରେ ଶୀର୍ଷ ସ୍ତର ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ। ସେ ଅନେକ ସରକାରରେ ମନ୍ତ୍ରୀ, କାର୍ଯ୍ୟ କମିଟିର ସଦସ୍ୟ, ସାଧାରଣ ସମ୍ପାଦକ ଥିଲେ। ସେ କଂଗ୍ରେସ ଦଳର ଏକ ସ୍ତମ୍ଭ ଥିଲେ। ସେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀଙ୍କ ପରିବାରର ସଦସ୍ୟ ପରି ଥିଲେ। ଅବଦୁଲ୍ଲା କହିଛନ୍ତି ଯେ, କଂଗ୍ରେସର କଠିନ ସମୟରେ ଆଜାଦ ଦଳ ଛାଡିବା ଭଲ କଥା…

Read More

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଲିତ ଭାରତର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବ୍ୟତୀତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସୁପ୍ରିମକୋର୍ଟର ବିଚାରପତି ଉପସ୍ଥିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ୪୯ ତମ ବ୍ୟକ୍ତି ଜଷ୍ଟିସ୍ ଲଲିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରହିବ।

Read More

ସୋପୋର: ଉତ୍ତର କାଶ୍ମୀରର ସୋପୋରରେ ଲଶ୍କର-ଏ-ତୋଇବା (ଲେଟି) ଆତଙ୍କବାଦୀ ସଂଗଠନର ତିନିଜଣ ଓଭରଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁଏସ୍) ଗିରଫ କରିଥିବା ଜମ୍ମୁ କାଶ୍ମୀର ପୋଲିସ ଶୁକ୍ରବାର ଦିନ ଦାବି କରିଛି। ଶୁକ୍ରବାର ସନ୍ଧ୍ୟାରେ ବୋମାଇ ପୋଲିସ ଷ୍ଟେସନ ପରିସରରେ ଥିବା ୨୨ ରାଷ୍ଟ୍ରିୟ ରାଇଫଲ୍ସ (ଆରଆର) ଏବଂ ୧୭୯ ବିଏନ୍ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ସମେତ ସୁରକ୍ଷା ବାହିନୀ ସହିତ ମିଳିତ ଅପରେସନରେ ଏହି ଗିରଫ କରାଯାଇଛି। ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଆତଙ୍କବାଦୀମାନେ ଶାରିକ୍ ଆଶ୍ରାଫ୍, ସାକଲେନ୍ ମୁସ୍ତାକ୍ ଏବଂ ତୌଫିକ୍ ହାସନ ଶେଖ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ଯାଞ୍ଚ ବେଳେ ଗୋରିପୁରାରୁ ବୋମାଇ ଅଭିମୁଖେ ଆସୁଥିବା ତିନିଜଣଙ୍କର ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରାଯାଇଥିଲା ଏବଂ ପରେ ସେମାନଙ୍କୁ ଅଟକିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁରକ୍ଷା ବାହିନୀ ଚତୁରତାର ସହ ସେମାନଙ୍କୁ ଧରି ନେଇଥିଲେ। ସନ୍ଧାନରେ ତାଙ୍କ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୬ ବରଗଡ ଜିଲ୍ଲାରୁ- ୯ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୧୧ ବୌଦ୍ଧ ଜିଲ୍ଲାରୁ- ୧୨ କଟକ ଜିଲ୍ଲାରୁ- ୨୫ ଦେବଗଡ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୪ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୮ କନ୍ଧମାଳ ଜିଲ୍ଲାରୁ- ୭ କେନ୍ଦୁଝର ଜିଲ୍ଲାରୁ- ୪ ଖୋର୍ଦ୍ଧା ଜିଲ୍ଲାରୁ- ୬୦ କୋରାପୁଟ ଜିଲ୍ଲାରୁ- ୪ ମୟୂରଭଞ୍ଜ ଜିଲ୍ଲାରୁ- ୬ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର ହେବାର ଠାବ ହୋଇଛି। ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସର୍ବେଶ୍ୱର ପ୍ରଧାନ (୩୯)। ତାଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ। ଉକ୍ତ ଚଢ଼ାଉର ନେତୃତ୍ୱ ନେଇଥିଲେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ। ଶ୍ରୀ ପ୍ରଧାନଙ୍କ କହିବା କଥା ସର୍ବେଶ୍ୱରଙ୍କ ଉପରେ ଦୀର୍ଘ ୧୫ ଦିନ ଧରି ଅବକାରୀ ବିଭାଗ ନଜର ରଖିଥିବା ବେଳେ ପରିଶେଷରେ…

Read More

ନୂଆଦିଲ୍ଲୀ: ଆଜିଠାରୁ ଏସିଆ କପ୍-୨୦୨୨ ଆରମ୍ଭ ହେବ। ଭାରତ ଏବଂ ପାକିସ୍ଥାନର ଦଳ ଅଗଷ୍ଟ ୨୮ ତାରିଖରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଏଥି ସହିତ ସେପ୍ଟେମ୍ବର ୧୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଏସିଆ କପ୍ ୨୦୨୨ର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପ୍ରାୟ ୪ ବର୍ଷ ପରେ ଏସିଆ କପ୍ ଆୟୋଜିତ ହେଉଛି। ଏହାପୂର୍ବରୁ ୨୦୧୮ ମସିହାରେ ଏସିଆ କପ୍ ଖେଳାଯାଇଥିଲା। ଟି -୨୦ ଫର୍ମାଟରେ ଖେଳାଯିବ ମ୍ୟାଚ୍: ଏସିଆ କପ୍ ୨୦୨୨ର ମ୍ୟାଚ୍ ଟି -୨୦ ଫର୍ମାଟରେ ଖେଳାଯିବ। ତେବେ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ବାସ୍ତବରେ, ସେହି ବର୍ଷ ଟି -୨୦ ବିଶ୍ୱକପ୍ ଆୟୋଜନ କରାଯାଉଥିଲା, ଯେଉଁ କାରଣରୁ ୨୦୧୬ ଏସିଆ କପ୍ ଟି -୨୦ ଫର୍ମାଟରେ ଖେଳାଯାଇଥିଲା। ଏଥି ସହିତ, ଚଳିତ ବର୍ଷ ମଧ୍ୟ ଟି -୨୦…

Read More

ନୂଆଦିଲ୍ଲୀ: ଭାରତରେ ୨୧୧ କୋଟିରୁ ଅଧିକ କୋଭିଡ ଟିକା ଲୋକଙ୍କୁ ଦିଆଯିବା ସହିତ ଦେଶ ଟିକାକରଣ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏ ସମ୍ପର୍କରେ ସୂଚନାଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟାତ୍ମକ ଓ ପ୍ରଗତିଶୀଳ ନେତୃତ୍ୱ ବଳରେ ଦେଶର ମିଳିତ ଇଚ୍ଛାଶକ୍ତି ଦ୍ୱାରା ଜନ ଭାଗିଦାରୀ ମାଧ୍ୟମରେ ଭାରତ ଏହି ସଫଳତା ଅର୍ଜନ କରିଛି । ୨୦୨୨ ଜୁଲାଇ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ରେ କହିଥିଲେ ଯେ, “କୋଭିଡ-୧୯ର ମୁକାବିଲାରେ ଟିକାଦାନ ଏକ ସଫଳ ମାଧ୍ୟମ। ଆଜିର କ୍ୟାବିନେଟ ନିଷ୍ପତ୍ତି ଭାରତର ଟିକାକରଣ ପ୍ରକ୍ରିୟାକୁ ବଢାଇବା ସହିତ ଏକ ସୁସ୍ଥ ଭାରତ ଗଠନର ସହାୟକ ହେବ।” “କୋଭିଡ ଟିକାକରଣ ଅମୃତ ମହୋତ୍ସବ” ଦେଶରେ ୨୦୨୨ ଜୁଲାଇ ୧୫ତାରିଖରେ ଆରମ୍ଭ ହୋଇଥିଲା। ଜାତୀୟ କୋଭିଡ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସଫଳ କରିବା…

Read More

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକତା ବୃତ୍ତି ପ୍ରତି ଶ୍ରୀ ନାୟକଙ୍କର ନିଷ୍ଠା ଓ ସାମାଜିକ କର୍ତ୍ତବ୍ୟବୋଧର ଉଚ୍ଚପ୍ରଶଂସା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ନିମାପଡ଼ା ତଥା ସମଗ୍ର ରାଜ୍ୟ…

Read More

ଦିଲ୍ଲୀ: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଟିବି ବିଭାଗ ୨୪ ଅଗଷ୍ଟରେ ରାଷ୍ଟ୍ରୀୟ ଜନଜାତି ଅନୁସନ୍ଧାନ ସଂସ୍ଥାନ (ଏନ୍ଟିଆର୍ଆଇ) , ନୂଆ ଦିଲ୍ଲୀରେ ‘ଜନଜାତି ଟିବି ପଦକ୍ଷେପ’ ଅଧୀନରେ ୧୦୦ ଦିବସୀୟ ଆଶ୍ୱାସନ ଅଭିଯାନର ବିଶେଷତା ଗୁଡିକୁ ପ୍ରଚାର କରିବା ନିମନ୍ତେ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରିଥିଲେ। ‘ଜନଜାତି ଟିବି ପଦକ୍ଷେପ’ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କେନ୍ଦ୍ରୀୟ ଟିବି ପ୍ରଭାଗର ଏକ ମିଳିତ ପଦକ୍ଷେପ ଅଟେ। ୟୁଏସ୍ଏଆଇଡି ଏହାର ବୈଷୟିକ ଭାଗିଦାର ଏବଂ ପିରାମଲ୍ ସ୍ୱାସ୍ଥ୍ୟ କାର୍ଯ୍ୟାନ୍ୱୟନ ଭାଗିଦାର ଅଟନ୍ତି। ଜନଜାତି ଟିବି ପଦକ୍ଷେପର ପରିସରରେ ଭାରତର ୧୭୪ ଜନଜାତି ଜିଲ୍ଲା ଗୁଡିକରେ ଟିବିର ସକ୍ରିୟ ମାମଲା ଗୁଡିକ ସମ୍ପର୍କରେ ଜାଣିବା ପାଇଁ ଆଶ୍ୱାସନ ଅଭିଯାନ ଏହି ବର୍ଷ ୭ ଜାନୁଆରୀରୁ ଆରମ୍ଭ କରା ଯାଇଥିଲା। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଏହାର ଶୁଭାରମ୍ଭ କରା ଯାଇଥିଲା। ଏହି ପଦକ୍ଷେପ…

Read More

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କର ଦରମା, ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ତରଫରୁ ପ୍ରସ୍ତାବ ରହିଆସିଥିଲା। ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଏକ ୧୧ ଜଣିଆ ପରାମର୍ଶଦାତା କମିଟି ଗଠନ କରିଥିଲେ। ଗତକାଲି ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକମାନଙ୍କର ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ଭତ୍ତା ବାବଦରେ ଆଲୋଚନା ହୋଇଛି। ପରବର୍ତ୍ତୀ ବୈଠକରେ ସଂସଦୀୟ ବ୍ୟାପାର ବିଭାଗକୁ ସଂଶ୍ଳିଷ୍ଟ କରି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ଏବଂ ଆବଶ୍ୟକ ସ୍ଥଳେ କମିଟି ଅନ୍ୟାନ୍ୟ ରାଜ୍ୟର ବିଧାନସଭା ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କୁ ମିଳୁଥିବା ଦରମା, ପେନ୍‌ସନ୍‌ ଏବଂ…

Read More

ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି। ସରକାରଙ୍କର ଅଦୁରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାରଙ୍କର ସତ୍‌ସାହସ ଅଛି ଓ ବନ୍ୟାର ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି। କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସଂଘଠିତ ହେଉଥିବା ବନ୍ୟା ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ୟା ଅନୁଧ୍ୟାନକାରୀ କମିଟି ରାଜ୍ୟର ପ୍ରଭାବିତ ୧୫ ଜିଲ୍ଲା ଗ୍ରସ୍ତ କରି ପରିସ୍ଥିତି ପରିଖି ଥିଲେ ଓ…

Read More