ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଦର୍ଶ ବିଦ୍ୟାଳୟ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀମାନେ ଚଳିତ ମାସ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଜୋନାଲସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷକମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ ପ୍ରଶିକ୍ଷଣ ଏବଂ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବିକାଶ ଦିଗରେ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ୨୦୧୬ ସେପେଫମ୍ବର ୧୯ରେ…
Author: Samikhsya Bureau
ଭୁବନେଶ୍ୱର: ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟଧରି କରୋନାକୋପରେ ଅସ୍ତବ୍ୟସ୍ତ ଜନଜୀବନ ଧୀରେ ଧୀରେ ସ୍ୱଭାବିକ ହୋଇଆସୁଥିବା ସମୟରେ ସବୁଠାରୁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାରେ ଆଉ କିଛି ବାଧା ନ ଉପୁଜିବା ଲକ୍ଷ୍ୟ ନେଇ ଡି.ଏ.ଭି କଳିଙ୍ଗ ନଗରଠାରେ ଏକ ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜାଦି କା ଅମୃତମହୋତ୍ସବ ଅବସରରେ ସମସ୍ତଙ୍କୁ ଟୀକାକରଣ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଡୋଜ୍, ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କ ପାଇଁ ବୁଷ୍ଟର ଡୋଜ୍ ଓ ୧୫ ରୁ ୧୮ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ୱିତୀୟ ଡୋଜ ତଥା ତୃତୀୟ ଏବଂ ଶେଷ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିତୀୟ ଡୋଜ ଆୟୋଜନ କରାଯାଇ ୩୫୦ରୁ ଊର୍ଦ୍ଧ୍ୱ ଟୀକାକରଣ କରାଯାଇଥିଲା। ଉଭୟ କେନ୍ଦ୍ର ଏବଂ…
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) NEET UG 2022 ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। NEET UG 2022 ପରୀକ୍ଷାରେ ଶ୍ରେଷ୍ଠ ୪ ପରୀକ୍ଷାର୍ଥୀଙ୍କର ସମାନ ମାର୍କ ଅଛି। ଏହି ଚାରିଜଣ ପରୀକ୍ଷାର୍ଥୀ ହେଲେ ତନିସ୍କା, ବତ୍ସ ଆଶିଷ ବତ୍ରା, ହୃଷିକେଶ ନାଗଭୂଷଣ ଗଙ୍ଗୁଲେ ଏବଂ ରୁଚା ପାଭାଶେଙ୍କୁ ୭୧୫ ମାର୍କ ମିଳିଛି। ଏହା ବ୍ୟତୀତ ଦୁଇ ଝିଅ ଏହାକୁ NEET UG 2022 ର ଶ୍ରେଷ୍ଠ ୫ ରେ ସ୍ଥାନ ପାଇଛନ୍ତି। ଏଥିମଧ୍ୟରୁ ଶ୍ରେଷ୍ଠ ୧ ର଼୍ୟାଙ୍କରେ ଥିବା ତନିସ୍କା ରାଜସ୍ଥାନର ହୋଇଥିବାବେଳେ ଶ୍ରେଷ୍ଠ ୪ ରେ ଥିବା ରୁଚା ପାଭାଶେ କର୍ଣ୍ଣାଟକର। ଏହି ପରୀକ୍ଷାରେ ମୋଟ ୯.୯୩ ଲକ୍ଷ ପ୍ରାର୍ଥୀ ଉପସ୍ଥିତ ଥିଲେ। NEET UG 2022 ର ପାସ୍ ପ୍ରତିଶତ ଥିଲା ୫୬.୨୮, ଯାହା ଗତ ବର୍ଷ ସହିତ ସମାନ। ଚାରିଜଣ ପ୍ରାର୍ଥୀ ୯୯.୯୯୯୭୭୩୩ ସ୍କୋର ସହିତ ଚଳିତ ବର୍ଷ ଶୀର୍ଷରେ ରହିଛନ୍ତି। ତେବେ, ଗତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଏମ ଗତିଶକ୍ତି ଭିତ୍ତିଭୂମିକୁ ଲାଗୁ କରିବା ଲାଗି ରେଳବାଇ ଜମି ନୀତିରେ ସଂଶୋଧନ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କାର୍ଗୋ ସମ୍ବନ୍ଧୀୟ ଗତିବିଧି, ଜନ ଉପଯୋଗିତା ଏବଂ ରେଳବାଇର ବିଶେଷ ଉପଯୋଗ ନିମନ୍ତେ ଦୀର୍ଘକାଳୀନ ଭିତ୍ତିରେ ରେଳବାଇର ଜମିକୁ ଲିଜରେ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ପ୍ରଭାବ : ଏହାଦ୍ବାରା ଅଧିକ କାର୍ଗୋ ଆକୃଷ୍ଟ କରିବା ଲାଗି ରେଳବାଇକୁ ସହାୟତା ମିଳିବ, ମାଲ ପରିବହନ କ୍ଷେତ୍ରରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଏହାଦ୍ବାରା ଏହି ଉଦ୍ୟୋଗର ଲଜିଷ୍ଟିକ୍ସ ଖର୍ଚ୍ଚ କମିବ । ରେଳବାଇକୁ ଅଧିକ ରାଜସ୍ବ ମଧ୍ୟ ମିଳିବ । III. ଜନ ଉପଯୋଗିତା ସୁବିଧା ବା ପବ୍ଲିକ ୟୁଟିଲିଟୀଜ୍ ପାଇଁ ମଞ୍ଜୁରି ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ କରାଯାଇଥିବା ପରିକଳ୍ପନାକୁ ଏହା ସାକାର କରିବ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୬ ହଜାର ୩୯୫ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୪,୭୮,୬୩୬ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫୦,୩୪୨ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆଉ ୩୩ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୦ କୁ ବୃଦ୍ଧି ପାଇଛି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୭ ବରଗଡ ଜିଲ୍ଲାରୁ- ୫ ବଲାଙ୍ଗୀରି ଜିଲ୍ଲାରୁ- ୬ ବୌଦ୍ଧ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୨୧ ଦେବଗଡ ଜିଲ୍ଲାରୁ- ୫ ଗଜପତି ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୧୦ ଝାରସୁଗୁଡା ଜିଲ୍ଲାରୁ- ୩ କଳାହାଣ୍ଡି ଜିଲ୍ଲାରୁ- ୧ କେନ୍ଦ୍ରପଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୭ ଖୋର୍ଦ୍ଧା ଜିଲ୍ଲାରୁ- ୬୭ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୯ ନବରଙ୍ଗପୁର ଜିଲ୍ଲାରୁ- ୧୬ ନୟାଗଡ…
ଭୁବନେଶ୍ୱର : ସେପ୍ଟେମ୍ବର ୬ ରେ ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୮ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ସୁଶ୍ରୀ ସୃଷ୍ଟି ସୁରୂପା ମିଶ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲାଏବଂ ପରେ ବିଦୁସୀ ଗୀତାଚନ୍ଦ୍ରନ୍ଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନ ଦ୍ୱାରା ସମାପ୍ତ ହୋଇଥିଲା। ନୃତ୍ୟ, ସଂଗୀତ ଏବଂ ସାଂଗଠନିକ ସଠିକତାର ଆଉ ଏକ ପ୍ରଶଂସନୀୟ ଦିନ ପରେ, ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ଶ୍ରୀ ତଥାଗତ ଶତପଥୀ; କାଦମ୍ବିନୀ ପତ୍ରୀକାର ସମ୍ପାଦିକା ଡ଼କ୍ଟର ଇତୀରାଣି ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି। କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି। ତେବେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ଛୋଟ ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦୀରୋଗୀ। ଏକ ନିର୍ଦ୍ଦିଷ୍ଟ ଡେସିମିଲ ପରିଧି ମଧ୍ୟରେ ଡ଼ିଜେ ବାଜିବା କଥା। ଅନୁରୂପ ଭାବେ ଡ଼ିଜେ ବଜାଇବା ନିମନ୍ତେ ଅନୁମତି ପତ୍ର ମଧ୍ୟ ଉପଜିଲ୍ଲାପାଳଙ୍କ ଠାରୁ ଆଣିବା କଥା। କିନ୍ତୁ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଘଟୁଛି। ସବୁ କଟକଣାକୁ ଜନସାଧାରଣ ମାନେ ଫୁ କରି ଉଡାଇଦେଉଛନ୍ତି। ବାଣପୁର ଏକ ପୁରୁଣା ସହର ହୋଇଥିବା ବେଳେ ଏହାର ରାସ୍ତା ଗୁଡ଼ିକ ଅତି ସଂକୀର୍ଣ୍ଣ ଏବଂ ଘର ଗୁଡ଼ିକ ମଧ୍ୟ ବହୁ ପୁରାତନ। ଏହି ପରିସ୍ଥିତିରେ…
ନୂଆଦିଲ୍ଲୀ: ଗଣପତି ମହୋତ୍ସବ ଯାହା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହୋଇଥିଲା, ସେପ୍ଟେମ୍ବର ୯ ତାରିଖରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଶେଷ ହେବ। ୧୦ ଦିନ ଧରି ଗଣେଶ ପର୍ବ ସାରା ଦେଶରେ ପାଳନ କରାଯାଏ। ଅନନ୍ତ ଚତୁର୍ଦ୍ଦଶୀ ବାପ୍ପାଙ୍କର ବିସର୍ଜନ ଲାଗି ଶୁଭ ସମୟ ଏବଂ ଆଗାମୀ ବର୍ଷରେ ସେ ଶୀଘ୍ର ଆସିବାକୁ ଲୋକେ କାମନା କରନ୍ତି। ଗଣପତିଙ୍କ ବିରାଟ ପ୍ରତିମା ନଦୀ, ପୋଖରୀରେ ବିସର୍ଜନ କରୁଥିବାବେଳେ ଆଜିକାଲି ଲୋକମାନେ ବାପ୍ପାଙ୍କୁ ମଧ୍ୟ ଘରେ ବିସର୍ଜନ କରିଥାନ୍ତି। ପ୍ରାୟତଃ ଗଣେଶ ବିସର୍ଜନ ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ଏପରି ଭୁଲ କରନ୍ତି, ଯାହା ପୂଜାପାଠର ଫଳ ଦେଇ ନଥାଏ। ଗଣପତି ମୂର୍ତ୍ତିଙ୍କୁ ବିଦାୟ ଦେବାବେଳେ କେଉଁ ସତର୍କତା ଅବଲମ୍ବନ କରାଯିବା ଆସନ୍ତୁ ଜାଣିବା… ଗଣେଶ ବିସର୍ଜନ ନିୟମ ୧- ବିସର୍ଜନ ପୂର୍ବରୁ ଗଣପତିଙ୍କ ପୂଜା: ଗଣେଶ ବିସର୍ଜନ ପୂର୍ବରୁ ବାପ୍ପାଙ୍କୁ ସଠିକ୍ ଉପାସନା କରନ୍ତୁ। ତାଙ୍କୁ ଧୂପ, ପ୍ରଦୀପ, ଫୁଲ,…
ଭୁବନେଶ୍ବର: ଗତ ଅଗଷ୍ଟ ମାସର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ ଟି ଜିଲ୍ଲା ଯଥା: ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା। ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାପାଳ ମାନଙ୍କଠାରୁ ପ୍ରାପ୍ତ କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁଯାୟୀ ୧୪, ୨୩୫ ଟି ବାସଗୃହ, ୧୨୩୬ ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ ଟି ଡଙ୍ଗା ଓ ଜାଲ, ୨୮.୩୮୨ ହେକ୍ଟର ମାଛ ପୋଖରୀ ଓ ୪୮୩.୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଅଛି। ୧,…
ଚାଣକ୍ୟ ନୀତି: ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବିବାହ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ, ଯାହା ପରେ ପୁରୁଷ କିମ୍ବା ମହିଳା ହେଉ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜୀବନ ସାଥୀ ବାଛିବାରେ ସତର୍କତା ଦ୍ୱାରା ଜୀବନ ଖୁସି ହୋଇପାରିବ। ବିଶେଷକରି ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ସନ୍ତୁଷ୍ଟ, ତେବେ ପରିସ୍ଥିତି ଯାହା ହେଉନା କାହିଁକି ସେ ଆପଣଙ୍କୁ ଛାଡି ପାରିବେ ନାହିଁ। ଆହୁରି ମଧ୍ୟ, ଯିଏ ମଧୁର କଥା କୁହେ, ସେ ଜଣେ ଭଲ ଜୀବନ ସାଥୀ ବୋଲି ପ୍ରମାଣ କରେ। ଆଚାର୍ଯ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏହିପରି ପାଞ୍ଚଟି ଗୁଣ ବର୍ଣ୍ଣନା କରିଛନ୍ତି, ଯାହାକୁ ବିବାହ ପୂର୍ବରୁ ଜଣେ ସାଥୀ ଠାରେ ପରୀକ୍ଷା କରିବା ଉଚିତ୍। ୧. ଧାର୍ମିକ ଚିନ୍ତାଧାରା: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଧାର୍ମିକ ବିଚାରର ହେବା ଉଚିତ୍। ଜଣେ ବ୍ୟକ୍ତି ଯିଏ ପ୍ରତ୍ୟେକ ପରିସ୍ଥିତିରେ ସକାରାତ୍ମକ…
କୁମ୍ଭ:– ଆପଣଙ୍କ ସମସ୍ୟା ଆପଣଙ୍କ ପାଇଁ ବହୁତ ବଡ ହୋଇପାରେ, କିନ୍ତୁ ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଯନ୍ତ୍ରଣା ବୁଝିବେ ନାହିଁ । ବୋଧହୁଏ ସେମାନେ ଅନୁଭବ କରନ୍ତି ଯେ ସେମାନଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ । ରୋମାନ୍ସରେ ମଧ୍ୟ ଆପଣଙ୍କର ମନ ବ୍ୟବହାର କର, କାରଣ ପ୍ରେମ ସର୍ବଦା ଅନ୍ଧ ଅଟେ । ମୀନ:- ଅଧ୍ୟୟନ ପ୍ରତି କମ୍ ଧ୍ୟାନ କିମ୍ବା ଘର ବଦଳରେ ସାଙ୍ଗମାନଙ୍କ ସହିତ ଅଧିକ ସମୟ ଅତିବାହିତ ହେତୁ ପିଲାମାନେ ଅସନ୍ତୁଷ୍ଟ ହୋଇପାରନ୍ତି । ସନ୍ଧ୍ୟା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ଯଥାସମ୍ଭବ ରୋମାଣ୍ଟିକ୍ ହେବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ସଠିକ୍ ଲୋକଙ୍କ ସହିତ ଯୋଗାଯୋଗ କରିବେ ଏବଂ କାରବାର କରିବେ, ତେବେ ଆପଣ ନିଜ କ୍ୟାରିୟରରେ ଅଗ୍ରଗତି କରିପାରିବେ ।
ମେଷ: – ଆଜି ଟିକିଏ ଅଧିକ ଚେଷ୍ଟା କରନ୍ତୁ । ଆଜି ଭାଗ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସମର୍ଥନ କରିବ, କାରଣ ଏହା ଆପଣଙ୍କର ଦିନ । ଆଜି ଆପଣଙ୍କୁ ଅଫିସରେ କିଛି କାମ କରିବାକୁ ପଡିପାରେ, ଯାହାକୁ ଆପଣ ଦୀର୍ଘ ସମୟ ଧରି ଏଡ଼ାଇବାକୁ ଚେଷ୍ଟା କରୁଥିଲେ । ଶୁଣିଥିବା କଥାକୁ ଅନ୍ଧ ଭାବରେ ବିଶ୍ବାସ କରନ୍ତୁ ନାହିଁ ଏବଂ ସେମାନଙ୍କର ସତ୍ୟକୁ ଭଲ ଭାବରେ ପରୀକ୍ଷା କରନ୍ତୁ । ଆପଣ ଆଜି ବିବାହିତ ଜୀବନର ପ୍ରକୃତ ଜୀବନର ସ୍ୱାଦ ପାଇପାରିବେ । ବୃଷ: – ଆପଣଙ୍କର ପରିବାର ପାଇଁ ଖୁସିକୁ ବଳିଦାନ ଦେବ । କିନ୍ତୁ ପ୍ରତିବଦଳରେ କିଛି ଆଶା କରିବା ଉଚିତ୍ ନୁହେଁ । କଥାବାର୍ତ୍ତା ଏବଂ ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆପଣଙ୍କର ଅଧିକାଂଶ ସମୟ ସାଙ୍ଗ ଏବଂ ପରିବାର ସହିତ ବିତାଇବ। ଆଜି ଆନନ୍ଦ ଅନୁଭବ କରିବ । ଆପଣଙ୍କର…
ଭୁବନେଶ୍ବର: ଓଡିଶାରେ ଖୁବ ଶିଘ୍ର ହେବ ଏକ କ୍ୟାନସଲ ହସପିଟାଲ। ଏ ନେଇ ଆଜି ଟାଟା ମେମୋରିୟାଲ ସେଣ୍ଟର ସହିତ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି। ଏହି ହସପିଟାଲ ଭୁବନେଶ୍ବର ନିକଟସ୍ଥ ଜଟଣୀରେ ଥିବା ନାଇଜର କ୍ୟାମ୍ପସକୁ ଲାଗି ନିର୍ମାଣ ଚାଲିଛି। ପୂର୍ବରୁ ଏହା ଘୋଷଣା ହୋଇଥିଲେ ମଧ୍ୟ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇ ନ ଥିଲା। ଆଜି ଲୋକସେବା ଭବନରେ ଥିବା କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ପାଇଁ ମୋଟ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ଟାଟା ମେମୋରିୟାଲର ଟ୍ରଷ୍ଟ ୨୫୦ କୋଟି ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏମଓୟୁରେ ସ୍ୱାକ୍ଷର କରିଥିଲେ ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ବଦାୱି ଓ ସ୍ୱାସ୍ଥ୍ୟ ବିଭାଗ…
ସୀତାରାମ ଅଗ୍ରୱାଲ ବାଣପୁର: ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାର ଆଇଆଇସି ମାନେ ଚୋରା ବାଇକ ଉଦ୍ଧାର ଅଭିଯାନ ଗତ ତିନି ଦିନ ହେବ ଜାରି ରଖିଛନ୍ତି। ତେବେ ଏହି ଅଭିଯାନ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଗତ ୨ ଦିନ ମଧ୍ୟରେ ୧୪ ଗୋଟି ଚୋରା ବାଇକ ଓ ସ୍କୁଟି ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ପୋଲିସ। ଗତକାଲି ଚାନ୍ଦପୁର ଆଇଆଇସି ମୁକେଶ ବେହରା ରାତ୍ରକାଳିନ ଚଢ଼ାଉ କରି ବାଣପୁର ଥାନା କୋଷରଡ଼ା ଅଞ୍ଚଳରୁ ୪ ଗୋଟି ଚୋରା ବାଇକ ଉଦ୍ଧାର କରିଥିବା ବେଳେ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ବୈଦ୍ୟନାଥ ଭୋଇ ପୁନଶ୍ଚ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଆଉ ୧୦ ଚୋରା ବାଇକ ଓ ସ୍କୁଟି ଉଦ୍ଧାର କରିଛନ୍ତି । ତେବେ କୋଷରଡ଼ା ଅଞ୍ଚଳର ପାହାଡ଼ ଓ ନଦୀକୁ ଅତିକ୍ରମ…
ଭୁବନେଶ୍ବର: ଗତ ଅଗଷ୍ଟ ମାସର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ ଟି ଜିଲ୍ଲା ଯଥା: ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା। ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାପାଳ ମାନଙ୍କଠାରୁ ପ୍ରାପ୍ତ କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁଯାୟୀ ୧୪, ୨୩୫ ଟି ବାସଗୃହ, ୧୨୩୬ ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ ଟି ଡଙ୍ଗା ଓ ଜାଲ, ୨୮.୩୮୨ ହେକ୍ଟର ମାଛ ପୋଖରୀ ଓ ୪୮୩.୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଅଛି। ୧,…
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମପଞ୍ଚାୟତ ରତାମାଟି ଗ୍ରାମର ବେଣୁଧର ବିଶୋଇ ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ। ଗତ ମାସରେ ତାଙ୍କର ଉଲେକ୍ଟ୍ରି ବିଲ ଅଧିକ ଆସିଥିବା ଜାଣିବା ପରେ ସେ ନିଜର ବିଦ୍ୟୁତ୍ ବିଲ ବାବଦକୁ ଅତିରିକ୍ତ ଫାଇନ ୨୦ ହଜାର ସମ୍ପର୍କରେ ଆଜି ଜଂକିଆ ଟାଟା ପାୱାର ବିଦ୍ୟୁତ୍ ଅଫିସକୁ ବୁଝିବାକୁ ଆସିଥିଲେ। ଗତ ମାସରେ ତାଙ୍କର କାହିଁକି ବିଲ ବଢ଼ାଯାଇଛି ବୋଲି ସେ ବାରମ୍ବାର ବିଲ ରିଡର୍ ଙ୍କୁ ପଚରିଲେ ବି କୌଣସି ଉତ୍ତର ପାଇନଥିଲେ। ଏ ସଂମ୍ପର୍କରେ ଜଂକିଆ ବିଦ୍ୟୁତ ଏସଡିଓ ଅଫିସରେ ପହଞ୍ଚି ବୁଝିବାରେ ଅଧିକ ଆସିଥିବା ଇଲେକ୍ଟ୍ରି ବିଲକୁ ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ବିଦ୍ୟୁତ କାର୍ଯ୍ୟାଳୟରେ ବେଣୁଧର ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ହସ୍ପିଟାଲ ନିଆ ଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଆଜି ଅପରାହ୍ନରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପରବ ପାଳିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି। ନୂଆଁଖାଇକୁ ସାରା ରାଜ୍ୟରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଉତ୍କଳୀୟ ସଂସ୍କୃତି ଆହୁରି ମହାନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ପରିବାରର ସଦସ୍ୟ ଏକାଠି ହେଲେ ପାରସ୍ପରିକ ବନ୍ଧନ ଅତୁଟ ରହିବ ବୋଲି ସେ ଉଲ୍ଲେଖ କରିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ସତ୍ୟବାଦୀ ବଳିୟାରସିଂ,…
ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା “ସମନ୍ୱିତ ଭୌତିକ ଚିକିତ୍ସା” ବା ଆଧୁନିକ ଫିଜିଓଥେରାପି ସେବା ବେଶ୍ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୬୫ ହଜାରରୁ ଅଧିକ ସେସନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ବିଭିନ୍ନ ଜନ୍ମଗତ ସମସ୍ୟା ତଥା କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଡାକ୍ତରୀ ବିଜ୍ଞାନରେ ଆଜି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି। ଭିନ୍ନକ୍ଷମଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଦେଇ ସେମାନଙ୍କ ଭିତରେ…
ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ବ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲିଲି ନନ୍ଦି। ତାଙ୍କ ନିକଟରୁ ୧୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୭୨/୨୨-୨୩ ରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚଲାଣ କରିଛି।

