ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସିଟ୍ ବେଲ୍ଟ ସମ୍ପର୍କରେ ଆଉ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ କାରରେ ବସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ, ଅର୍ଥାତ୍ ବର୍ତ୍ତମାନ କାରର ପଛ ସିଟରେ ବସିଥିବା ବ୍ୟକ୍ତିଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ନିତିନ ଗଡକରୀ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି ଯେ, ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୮-୩୪ ବର୍ଷ। ସଡକ ଦୁର୍ଘଟଣା ହ୍ରାସ କରିବା ହେଉଛି ଏକମାତ୍ର କ୍ଷେତ୍ର ଯେଉଁଠାରେ ମୁଁ ଗତ ୮ ବର୍ଷ ମଧ୍ୟରେ ସଫଳତା ପାଇ ନାହିଁ। ଆସନ୍ତା ତିନି ଦିନ ମଧ୍ୟରେ ଆମେ କହିବୁ ଯେ, ଯଦି କାରର ପଛ ସିଟରେ ବସିଥିବା ବ୍ୟକ୍ତି ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ, ତେବେ ତାଙ୍କୁ ଦଣ୍ଡ ଦିଆଯିବ। କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ,…
Author: Samikhsya Bureau
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଭୁବନେଶ୍ବରର ହୋଟେଲ୍ ଭରେନ୍ୟାସ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଏହାର ଅଡିଓ ରିଲିଜ ହୋଇଥିବା ବେଳେ ଆସନ୍ତା ୧୮ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ରେ ଜୀ ସାର୍ଥକ ଚ୍ୟାନେଲରେ ଅଗଣିତ ଓଡିଆ ସିନେପ୍ରେମୀ ଚଳଚ୍ଚିତ୍ରଟିକୁ ଦେଖିପାରିବେ। ସିନେମାର ମୌଳିକ କାହାଣୀ ଓ ସୁମଧୁର ଗୀତଗୁଡିକ ଦର୍ଶକଙ୍କ ହୃଦୟ ଜିତିପାରିବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଗୁଡଲି ରଥ ଅଛନ୍ତି। ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ତଥା ସାଇ ହରି ଭିଜନ ପ୍ରଡକ୍ସନ ପ୍ରସ୍ତୁତ ‘ଫେରି ଆସୁଥିବି କୋଳକୁ ତୋର’ରେ ଜ୍ୟୋତି ପଣ୍ଡା ଓ ପ୍ରଥମ ଥର ପାଇ ଜୀସାର୍ଥକ ର ଚଳଚ୍ଚିତ୍ର ରେ ପୁନମ ମିଶ୍ରଙ୍କୁ ଦର୍ଶମାନେ ଦେଖିବେ ଜୀସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସିନେମାରେ ଶିଶୁ କଳାକାର…
କଟକ : ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ ଏକ ମହା ଚାକିରୀ ମେଳା ଆୟୋଜନ ର ପ୍ରସ୍ତାବ ରହିଛି। କଟକ ସ୍ଥିତ ଏହି ବିଶ୍ୱବିଦ୍ୟାଳୟ ର ଚାକିରୀ ମେଳା ରେ ୨୦ ରୁ ଅଧିକ କମ୍ପାନୀ ଯୋଗଦେବାର ଯୋଜନା ଅଛି। ଦ୍ୱାଦଶ ପାସ୍ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାଗଣା ପଞ୍ଜୀକରଣ ମଧ୍ୟ କରାଯାଉଛି। ଏହି ମେଳା ରେ ୧୦୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେବାର ବ୍ୟବସ୍ତା ରହିଛି। ଏହି ମେଳାରେ ଦ୍ୱାଦଶ ପାସ, ଡିପ୍ଲୋମା, ସ୍ନାତକ, ସ୍ନାତକୋତର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ। କଟକ, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ଯୋଗ ଦେବାର ବ୍ୟବସ୍ତା ରହିଛି। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କୁ ଯୋଗାଯୋଗ କରି ଏଥିରେ ଭାଗ ନେଇପାରିବେ। ବିଶ୍ୱବିଦ୍ୟାଳୟ ମୁଖପାତ୍ରଙ୍କ କହିବାନୁସାରେ, ପ୍ରତିଭା ପ୍ରଦର୍ଶନ ଏବଂ ଆଞ୍ଚଳିକ ଉଦ୍ୟୋଗୀ କ୍ଷେତ୍ରର ସମ୍ଭାବ୍ୟ ଅଭିବୃଦ୍ଧି…
ଭୁବନେଶ୍ବର: ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ ସୁରକ୍ଷା କରିବା ଓ ଏହାର ବେଆଇନ ବ୍ୟବହାର ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। କାରିଗର ଓ ଖାଉଟିମାନଙ୍କର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ଭୌଗୋଳିକ ସୂଚକାଙ୍କ ମାନ୍ୟତା ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି। ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି ନିମନ୍ତେ ଏହା ମଧ୍ୟ ସହାୟକ ହେବ। ହସ୍ତଶିଳ୍ପ ସାମଗ୍ରୀ ବିଷୟରେ ଅଧିକ ସଚେତନତା ସୃଷ୍ଟି ହେବ ଓ କାରିଗରମାନେ ଉପକୃତ ହେବେ। ଚଳିତ ମାସ ୫ ତାରିଖରେ ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି। ବର୍ଷକ ମଧ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଏହା ହେଉଛି ତୃତୀୟ ଆବେଦନ। କଂସା ଓ ପିତ୍ତଳ…
ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗରେ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି। ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାସ୍କୃତିକ କାର୍ୟ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ ଆବେଦନ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ଥିବା ସାଂସ୍କୃତିକ ଦଳଙ୍କ ପାଇଁ ମନୋନୟନ କାର୍ୟ୍ୟ ସହଜ ହେବ। କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଆଜି ଏହି କମ୍ପୁଟରୀକୃତ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥାରେ କମ୍ପୁଟରଯୋଗେ ଆବଶ୍ୟକ ତଥ୍ୟ ଭରିବା ପରେ କିପରି କାର୍ଯ୍ୟାଦେଶ ସ୍ୱୟଂକ୍ରିୟ ଭାବେ ସୃଷ୍ଟି ହୋଇପାରୁଛି ତାହା ଅନୁଧ୍ୟାନ କରିବା ସହ ବ୍ୟବସ୍ଥାର ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଆବେଦନ କରିଥିବା ଆରାଧନା ନୃତ୍ୟ ଏକାଡେମୀ ,ସୁନ୍ଦରପଦା ଏବଂ କାର୍ୟ୍ୟକ୍ରମ ପରିବେଷଣ କରିବାକୁ ଥିବା ଓମକାର ଭଜନ ସଂଧ୍ୟା…
ଚାଣକ୍ୟ ନୀତି: ବିନା ଲକ୍ଷ୍ୟରେ, ମାନବ ଜୀବନ ଦିଗହୀନ ଏବଂ ଅର୍ଥହୀନ। ଯେପରି ଗୁଳି ବିନା ବନ୍ଧୁକ ଅଦରକାରୀ, ସେହିଭଳି ଯେଉଁମାନଙ୍କର ଜୀବନରେ କୌଣସି ଲକ୍ଷ୍ୟ ନାହିଁ ସେମାନେ ଜୀବିତ, କିନ୍ତୁ ଏଣେତେଣେ ଘୁରି ବୁଲୁଥିଲେ ମଧ୍ୟ କୌଣସି ଲାଭ ମିଳେ ନାହିଁ। ଲକ୍ଷ୍ୟ ସ୍ଥିର କରିବାର ରାସ୍ତା ସହଜ ନୁହେଁ, ଏଥିରେ ଜଣେ ବ୍ୟକ୍ତି ଅନେକ ଥର ବିଫଳ ହୁଏ। ତାଙ୍କୁ ବିଫଳତାର ମଧ୍ୟ ସାମ୍ନା କରିବାକୁ ପଡିବ। ଅନେକ ଥର ଏପରି ପରିସ୍ଥିତି ଆସେ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ପରାଜୟର ସାମ୍ନା କରିବାକୁ ପଡେ, କିନ୍ତୁ ଚାଣକ୍ୟ କହିଛନ୍ତି ଯେ, କେଉଁ ପରିସ୍ଥିତିରେ ପରାଜୟ ପରେ ମଧ୍ୟ ବାଜି ଜିତାଯାଇପାରିବ। ଆସନ୍ତୁ ଜାଣିବା… ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ନିଜ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରେ କିନ୍ତୁ ତଥାପି ହାରିଯାଏ, ସେପରି ବ୍ୟକ୍ତି ବିଜେତାଙ୍କ ଠାରୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ଯିଏ ବିନା ଉଦ୍ୟମରେ…
ମେଷ:– ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବ। କାର୍ଯ୍ୟରେ ଉନ୍ନତି ଏବଂ ପରିବର୍ତ୍ତନ ହୋଇପାରେ। ନୂଆ ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବେ ନାହିଁ। ଘର ବାହାର ଲୋକଙ୍କୁ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ। ଲାଭ ସୁଯୋଗ ଆସିବ। ବୃଷ:– ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ମିଳିବ। ଟଙ୍କା ପାଇବା ସହଜ ହେବ। ଚାକିରୀରେ ପ୍ରଭାବ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ହେଲେ ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୈଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୀର୍ଘ ରହଣି ଯୋଜନା କରାଯାଇପାରେ। ମିଥୁନ:– ଆପଣ ଭୁଲି ଯାଇଥିବା ସାଙ୍ଗମାନଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ରହିବ। ଏକ ବଡ କାର୍ଯ୍ୟ ଏବଂ ଦୀର୍ଘ ସମୟ ଭଳି…
ଭୁବନେଶ୍ୱର : ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ସେପ୍ଟେଟମ୍ବର ୬ ତାରିଖରେ ରବୀନ୍ଦ୍ର ମଣ୍ଡପରେ ୨୮ ତମ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ସନ୍ଧ୍ୟାରେ ବଂଶୀ ଉପରେ ପଣ୍ଡିତ ରୋନୁ ମଜୁମଦାର, ଜେମ୍ବେରେ ଉସ୍ତାଦ୍ ତୋଫିକ୍ କୁରେଶି ଏବଂ ତବଲାରେ ଇଶାନ୍ ଘୋଷଙ୍କ ସଂଗୀତର ଏକ ଚମତ୍କାର ମିଳନ ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବେ ଓଡିଆ ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି; ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଓ ପାରାଦୀପ ଫସଫେଟ୍ ଲିମିଟେଡ୍ର କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ଶ୍ରୀ ସୁଧୀ ରଂଜନ ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ଏକ ବୃନ୍ଧଗାୟନ ସହିତ ଏହି ଉତ୍ସବ ଆରମ୍ଭ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ ପୋଖରିଆରେ ପୁଣି ହିଂସା ଘଟିଥିଲା। ୨ ତାରିଖ ରାତି ଅଧରେ ଜିଲ୍ଲା ପରିଷଦ ସଭ୍ୟାଙ୍କ କାରକୁ ଦୂର୍ଵୁର୍ତ୍ତମାନେ ନିଆଁ ଲଗାଇ ଜାଳି ଦେଇଥିଲେ। ବଡପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାର ସିଂହଙ୍କର କାର ପୋଡି ଦେଇ ଦୁର୍ବୁତ୍ତ ଫେରାର ଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡପୋଖରିଆ ଗ୍ରାମର ଆତ୍ମପ୍ରକାଶ ଗଜେନ୍ଦ୍ର ଓ ଜିତେନ୍ଦ୍ର ବଡଜେନା। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମାରିଓ୍ୱାଡା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ୨୦ କିଲୋମିଟର ଚାଲିଚାଲି ଯାଇ ଜିଲ୍ଲା ଅଧିକାରୀଙ୍କୁ ଅଭିଯୋଗ କରିବା ଘଟଣାରେ ଲୋକାୟୁକ୍ତ, ଓଡିଶା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣା ସଂପର୍କରେ ଚଳିତ ମାସ ସେପ୍ଚେମ୍ବର ୪ ତାରିଖରେ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଏବଂ ଟାଇମ୍ସ ଅଫ ଇଣ୍ଡିଆ ଇଂରାଜୀ ଦୈନିକ ସମ୍ବାଦ ପତ୍ରରେ ଯଥାକ୍ରମେ ‘ଛାତ୍ରମାନେ ହଷ୍ଟେଲ ମେସ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ୨୦ କିଲୋମିଟର ଚାଲିଚାଲିଯିବା’ ଏବଂ ‘ଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଥିବା’ ସଂପର୍କରେ ପ୍ରକାଶ ପାଇଥିଲା । ଘଟଣା ଅନୁସାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକରେ ଥିବା ମାରିଓ୍ୱାଡା ଆଶ୍ରମ ସ୍କୁଲର୨୦ରୁ ଅଧିକ ଅନ୍ତେବାସୀ ଛାତ୍ରାବାସ ଡେଇଁ ୨୦ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସେମାନଙ୍କୁ ଦିଆଯାଉଥିବା ଚାଉଳ ଛାତ୍ରାବାସରେ ଶିକ୍ଷକମାନଙ୍କ ଦ୍ୱାରା ବିକ୍ରି…
ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ସମଗ୍ର ରାଜ୍ୟରେ ରାଜ୍ୟସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଅଗଷ୍ଟ ୧୬ତାରିଖରୁ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ୨୨ତମ ଦିନରେ ପହଞ୍ଚିଛି। ଚୁକ୍ତିଭିତ୍ତିକ /ପ୍ରାରମ୍ଭିକ ନିଯୁକ୍ତି ଉଚ୍ଛେଦ ସହିତ ୬ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ନିୟମିତ ଚାକିରୀ କ୍ଷେତ୍ରରେ ଗଣନା ୨ ମୁଖ୍ୟ ଦାବିକୁ ନେଇ ସମସ୍ତ ବ୍ଲକ, ତହସିଲ, ଜିଲ୍ଲା ମୁଖ୍ୟକାର୍ଯ୍ୟଳୟରେ ଅବସ୍ଥାପିତ ମୁଖ୍ୟଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟ ପର୍ଯ୍ୟନ୍ତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ମାଧ୍ୟାନ୍ନ ଭୋଜନ ବିରତି ସମୟରେ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଆନ୍ଦୋଳନ…
ଖୋର୍ଦ୍ଧା: ମତଦାତା ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ଆଧାର ତଥ୍ୟ ପ୍ରଦାନ କରିବା ସଚେତନତା ଅଭିଯାନର ସମୀକ୍ଷା ବୈଠକ ଆଜି ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫେରନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ଲକ୍ଷରେ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ନିମନ୍ତେ ମତଦାତା ମାନଙ୍କ ଠାରୁ ସ୍ବେଚ୍ଛାକୃତ ଭାବେ ଆଧାର ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ବିଏଲଓ ମାନେ ଘର ଘର ବୁଲି ଏହି ତଥ୍ୟ ହାସଲ କରିବେ। ଏପରିକି ଜଣେ ଚାହିଁଲେ ଅନଲାଇନ ମାଧ୍ୟମରେ ଆଧାର ତଥ୍ୟ ପ୍ରଦାନ କରିପାରିବେ ଯାହା ଫଳରେ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବା ଆଶଙ୍କା ଦୂର ହୋଇପାରିବ। ଏହି ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ଏସିଆ କପ୍-୨୦୨୨ ସମୟରେ ଭାରତୀୟ ଅଲରାଉଣ୍ଡର ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ ଦେବାକୁ ପଡିଲା। ଏଥି ସହିତ ରବିନ୍ଦ୍ର ଜାଡେଜା ଆସନ୍ତା ଟି-୨୯୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ଅଂଶ ହେବେ କି ନାହିଁ ଏଥିରେ ସନ୍ଦେହ ରହିଛି। ତେବେ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ରବୀନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳର ଅଂଶ ହେବେ ନାହିଁ।
ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜି ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ସ୍ୱାଗତ କରି ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ଆମର ସହଯୋଗପୂର୍ଣ୍ଣ ଇତିହାସ, ଭାଷା ଏବଂ ସଂସ୍କୃତି ଆମକୁ ପରସ୍ପର ସହ ଯୋଡିଥାଏ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବହୁତ ଉନ୍ନତି ହୋଇଛି। ସେ କହିଛନ୍ତି ଯେ ବାଂଲାଦେଶ ସ୍ବାଧୀନତାର 50ତମ ବର୍ଷ ତଥା ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀକୁ ଦୁଇ ଦେଶ ଏକତ୍ର ପାଳନ କରିବା ପ୍ରକୃତରେ ସ୍ବତନ୍ତ୍ର ଅଟେ। ଏହି ଐତିହାସିକ ଉତ୍ସବରେ ଭାଗ ନେବାକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାଂଲାଦେଶ ସହ ଭାରତର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି। ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ବାଂଲାଦେଶ ଏହାର ଲୋକଙ୍କ ସାମାଜିକ-ଅର୍ଥନୈତିକ…
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ଗସ୍ତରେ ଆସି ଦେଶର ସମସ୍ତ ବଡ ବିରୋଧୀଦଳ ନେତାଙ୍କୁ ଭେଟିଛନ୍ତି। ଏହି କ୍ରମରେ ଆଜି ସେ ସମାଜବାଦୀ ପାର୍ଟିର ସଂଯୋଜକ ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି। ମୁଲାୟମ ସିଂ ଯାଦବଙ୍କୁ ଗୁରୁଗାଓଁର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଲାୟମ ସିଂ ଯାଦବଙ୍କ ସହ ସାକ୍ଷାତ ସମୟରେ ଏସପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୁଲାୟମଙ୍କୁ ଭେଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଭେଟିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ସମଗ୍ର ବିରୋଧୀଙ୍କୁ ଏକତ୍ର କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି କ୍ରମରେ ସମସ୍ତ ବିରୋଧୀଦଳ ନେତାଙ୍କ ସହ ତାଙ୍କର ବୈଠକ ଚାଲିଛି। ସେ ସେପ୍ଟେମ୍ବର ୫ ତାରିଖ ସୋମବାର ଦିନ ଦିଲ୍ଲୀ ଆସିଥିଲେ। ଏହି ସମୟରେ ସେ ପୂର୍ବତନ କଂଗ୍ରେସ…
ଖୋର୍ଦ୍ଧା: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀଙ୍କ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ରାଜସ୍ବ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଜନସାଧାରଣ ମାନଙ୍କୁ ଉତ୍ତମ ସେବା ପ୍ରଦାନ ସହ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଯେପରି ଭଲ ଅନୁଭବ ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଜମିଜମା ମାମଲା ଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ରାଜସ୍ବ ନିରୀକ୍ଷକ ସର୍କଲ ନିମନ୍ତେ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକାରୀ ମାନଙ୍କୁ କୁହାଯାଇଛି। ଏହି ଅବସରରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ରାଜସ୍ବ ଡେପୁଟି କଲେକ୍ଟର ଉର୍ମିପ୍ରଭା ମହାପାତ୍ର, ସମସ୍ତ ତହସିଲଦାର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଖୋର୍ଦ୍ଧା: ସ୍ବାଧୀନତାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଅହିଂସା ରଥ ଆସନ୍ତା ୨୮ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରେ ପହଞ୍ଚିବ। ଓଡିଶାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ। ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ଏହାର ପ୍ରଭାବ ଏବଂ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ବାର୍ତ୍ତା ବହନ କରୁଥିବା ଅହିଂସା ରଥକୁ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହିରଥ ରାଜ୍ୟର ସମସ୍ତ ବ୍ଲକ ପରିକ୍ରମା କରି ଆସନ୍ତା ୨ ଦୁଇ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ପହଞ୍ଚିବ। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭିନ୍ନ ବ୍ଲକ ପରିକ୍ରମା କରିବ। ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ…
ଭୁବନେଶ୍ବର: ଲାଖୋଲି-ରାୟପୁର ଆର.ଭି ବ୍ଲକ ହଟ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ, ନୂତନ ରାୟପୁର ଷ୍ଟେସନର କାର୍ଯ୍ୟକ୍ଷମ ଏବଂ ମନ୍ଦିର ହସାଉଦ-ରାୟପୁର ଆର.ଭି ବ୍ଲକ ହଟର ପୁନଃନିର୍ମାଣ କାର୍ଯ୍ୟ ପାଇଁ ଟ୍ରେନ ସେବା ସାମୟିକ ପ୍ରଭାବିତ ହେବ। ଟ୍ରେନର ବାତିଲ୍: 22973/22974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଗାନ୍ଧୀଧାମରୁ 07.09.2022 ରେ ଏବଂ ପୁରୀରୁ 10.09.2022। 18518/18517 ବିଶାଖାପାଟନମ-କୋରବା -ବିଶାଖାପାଟନମ ଏକ୍ସପ୍ରେସ ବିଶାଖାପାଟନମରୁ 11.09.2022 ରେ ଏବଂ କୋରବା ଠାରୁ 12.09.2022। 08275/08276 ରାୟପୁର-ଜୁନାଗଡ ରୋଡ୍-ରାୟପୁର ପାସେଞ୍ଜର ସ୍ପେଶାଲ ରାୟପୁରରୁ 06.09.22 ରୁ 16.09.2022 ପର୍ଯ୍ୟନ୍ତ ଏବଂ ଜୁନାଗଡ ରୋଡରୁ 07.09.2022 ରୁ 17.09.2022 ପର୍ଯ୍ୟନ୍ତ। 18530/18529 ବିଶାଖାପାଟନମ୍- ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ଦୁର୍ଗରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ। 08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ରାୟପୁରରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ। ଟ୍ରେନର ଆଂଶିକ ବାତିଲ୍: 18425/18426 ପୁରୀ-ଦୁର୍ଗ-ପୁରୀ…
ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ନେଇ ଗୋଟିଏ ସରକାରୀ ଅନୁଷ୍ଠାନ ରହିଥିବା ବେଳେ ସୋଆ ପକ୍ଷରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ ଭଳି ଅନୁଷ୍ଠାନ ଆରମ୍ଭ କରିବା ନେଇ ବିଶିଷ୍ଟ ପ୍ରଫେସରମାନେ ଆନନ୍ଦ ବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ଭିତିଭୂମି ଉତମ ହୋଇଥିôବା କହି ସେମାନେ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଅନୁଷ୍ଠାନର ଫ୍ୟାକଲ୍ଟିମାନେ ସେମାନଙ୍କର ୬ଟି ଗବେଷଣାରତ ଗ୍ରୁପ୍ ଯଥା ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଲାଇଭ୍ଷ୍ଟକ ପ୍ରଡକ୍ସନ୍, ଆନିମଲ୍ ଫୋଟାଲ୍ ଷ୍ଟେମ୍ ସେଲ୍ ବାୟୋଲୋଜି, ଡିଜିଟାଲ୍ ଟେକ୍ନୋଲୋଜି ଇନ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ସର୍ଭିସ୍, ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ ଆଣ୍ଡ ଜର୍ମପ୍ଲାଜମ୍ କନ୍ଜରଭେସନ୍, ଆଇଡିଏନ୍ଏ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ। ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବିରେ କଲେ ଘେରାଉ। ସୂଚନା ମୁତାବକ ଅଗଷ୍ଟ ତାରିଖ ୧୬ ତାରିଖରେ ବାଣପୁର ତହସିଲ ଅଧିନସ୍ଥ ନରେନ୍ଦ୍ରପୁର ମୌଜାର ଖାତା ନମ୍ବର ୩୩୯ ର ପ୍ଲଟ ୨୦୧ ଓ ୧୩୧, କୋଳଥଡିହ ମୌଜାର ଖାତା ନମ୍ବର ୧୫୧ ର ପ୍ଲଟ ୪୨୧, ଶୂଳିଆପଲ୍ଲି ମୌଜାର ଖାତା ନମ୍ବର ୧୬୫ ର ପ୍ଲଟ ୪୨୫ ଏବଂ ତୋରସିଂହ ମୌଜାର ଖାତା ନମ୍ବର ୨୩୨ ର ପ୍ଲଟ ୬୪୯/୭୫୨ ର ସମୁଦାୟ ୧୭୦ ଏକର ଅନାବାଦୀ ସ୍ଥାନରେ ଅବସ୍ଥିତ ଥିବା ମୁଗୁନି ଓ ଢ଼ୀମା ପଥରଯୁକ୍ତ ପର୍ବତ ଗୁଡିକୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ଲିଜ ସୂତ୍ରରେ ନିଲାମ ଦେବା ନେଇ ଏକ ଇସ୍ତାହାର ପ୍ରକାଶ କରାଯାଇଥିଲା। ଏଥି ନିମନ୍ତେ ଆବେଦନକାରି ମାନେ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୨…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସବୋଟ ଗରୁଡ଼କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରିଦର୍ଶନ କରିଛନ୍ତି। ଉକ୍ତ ହାଉସବୋଟରେ ରାଜ୍ୟପାଳ ଆଜି ରାତ୍ରିଯାପନ କରିବେ ବୋଲି ଜଣାପଡିଛି। ଏହାପରେ ଆସନ୍ତାକାଲି ପୂର୍ବାହ୍ନରେ ରାଜ୍ୟପାଳଙ୍କ ଆଇଏନଏସ ଚିଲିକା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ସୂଚନା ଥାଉକି ଗରୁଡ଼ ହାଉସବୋଟ ଗତ ଜୁନ ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ।

