ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନଗହ ପୂର୍ଣ୍ଣ ବଜାର ମାର୍କେଟ ବିଲିଡିଂରେ ନିଆଁ ଲାଗିଛି। ରାତି ପ୍ରାୟ 10ଟା 30 ରେ ଏହି ନିଆଁ ଲାଗିଛି ବୋଲି କୁହାଯାଉଛି। ଏହି ବଜାର ଭିତରେ ଥିବା ଉଷା ସୋ ରୁମରେ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ନିଆଁ ଲାଗିଲା ବେଳକୁ ସେହି ସୋ ରୁମରେ କେହି ନ ଥିଲେ। ଏପରିକି ବଜାର ଗହଳି ମଧ୍ୟ କମିଯାଇଥିଲା। ଖବର ପାଇବା ପରେ ଭୁବନେଶ୍ବରର ଦମକଳ ବାହିନୀ ସେଠାରେ ପହଁଚି ନିଆଁକୁ ଆୟତ କରିଥିବାର ଜଣପଡିଛି। ଏହି କାର୍ଯ୍ୟରେ ଚାରୋଟି ଦମକଳ ନିୟୋଜିତ ହୋଇଥିଲା ବୋଲି ଅଗ୍ନିଶମ ବିଭାଗ ତରଫରୁ କୁହାଯାଇଛି। ତେବେ ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ହୋଇଥିବା ବୋଲି ଅନୁମାନ କରାଯାଉଛି।
Author: Samikhsya Bureau
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ୍ ଅନ୍ତର୍ଗତ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ଆଜି ପ୍ରଜ୍ଞାନ୍ ମିଶନ୍ ଆନୁକୁଲ୍ୟରେ ଗୀତା ଦ୍ଵିତୀୟ ଅଧ୍ୟାୟର ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ କନ୍ଦର୍ପ ରାଉଳ ଯୋଗ ଦେଇ ଗୀତା ଶ୍ଳୋକର ମହତ୍ତ୍ୱ ଵିଷୟରେ ଆଲୋକପାତ କରି ଥିଲେ। ସମାଜସେବୀ ଗେୀବିନ୍ଦ ଅଗ୍ରଓ୍ବାଲା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। କ’ ଵିଭାଗରେ ସରସ୍ୱତୀ ଶିଶୁ ମନ୍ଦିର ନାକ୍ଟିଦେଉଳର ଦେଵଶ୍ରୀ ଦାଶ ପ୍ରଥମ, ଶିବାନୀ ସ୍ଵାଇଁ ଦ୍ଵିତୀୟ ଓ ମୌସମ୍ ସାହୁ ତୃତୀୟ, ‘ଖ’ ଵିଭାଗରେ ସରାପାଲି ଉଚ୍ଚ ଵିଦ୍ୟାଳୟର ବ୍ରିଜିନା ଵେହେରା ପ୍ରଥମ, ସୋନାଲି ସାହୁ ଦ୍ଵିତୀୟ ଓ ଆଭିପ୍ସା ଦାଶ ତୃତୀୟ, ‘ଗ’ ବିଭାଗରେ ଆୟୁଷି ପ୍ରଧାନ ପ୍ରଥମ, ପୂଜା ସାହୁ ଦ୍ବିତୀୟ ଓ ବେଦସ୍ମିନୀ ସିଂ ତୃତୀୟ, ‘ଘ’…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ଭୀମଭୋଇ କଲେଜ ଛକ ନିକଟ ହଳଦୀଘାଟ ନାଳର ପୋଲ ତଳେ ପାଣିରେ ଫିଙ୍ଗା ହୋଇଥିବା ନବ ଜନ୍ମିତ ଶିଶୁ ମୃତ ଦେହ ଦେଖିବାକୁ ମିଳୁଛି। ହଳଦୀଘାଟ ନାଳ ପୋଲ ତଳେ ପ୍ରବାହିତ ହେଉଥିବା ପାଣି ଭିତରେ କେହି ଜଣେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏହି ହଳଦୀଘାଟ ନାଳରେ ପ୍ରତିଦିନ ବହୁ ଲୋକ ଗାଧୋଇବା ପାଇଁ ଯାଇଥାନ୍ତି। ଏହି ଦୁଃଖ ଦାୟକ ଫିଙ୍ଗା ହୋଇଥିବା ନବ ଜନ୍ମିତ ଶିଶୁ ମୃତ ଦେହ ଦେଖି ଜନ ସାଧାରଣ ଉଦବେଗ ପ୍ରକାଶ କରିଛନ୍ତି। ଏ ନବ ଜନ୍ମିତ ଶିଶୁଟି କାହାର କେଉଁ ଉଦ୍ଦେଶ୍ୟରେ ଫିଙ୍ଗି ଦେଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।
ଭୁବନେଶ୍ୱର: ରବିନ୍ଦ୍ର ମଣ୍ଡପରେ ଚାଲିଥିବା ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା ବେଶ ଆକର୍ଷଣୀୟ ଥିଲା। ବହୁମୁଖୀ ତଥା ପ୍ରତିଭାଶାଳୀ କର୍ଣ୍ଣାଟକୀ କଣ୍ଠ ସଙ୍ଗୀତଜ୍ଞ ଗାୟକ ସିକ୍କିଲ ଗୁରୁଚରଣଙ୍କ କର୍ଣ୍ଣାଟକୀ ସଙ୍ଗୀତରୁ ଏହି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ମାଳେଶ୍ୱରସ ପରେ ପରେ ରାଗ ଗଙ୍ଗାଭୁଶଣ ସଂଗୀତ ପରିବେଷଣ କରିଥିଲେ। ତାଙ୍କ ସହ ବେହେଲାରେ ଶ୍ରୀଭିସଞ୍ଜୀବ ଏବଂ ମୃଦଙ୍ଗମରେ ଶ୍ରୀ ଏନ ସି ଭରଦ୍ୱାଜ ସହଯୋଗ କରିଥିଲେ। ଏକକ ସଂଗୀତକାର ତଥା ସାଥୀ କଳାକାର ଭାବରେ ସେମାନଙ୍କର ସମୃଦ୍ଧ ଅଭିଜ୍ଞତା ସିକ୍କିଲ ଗୁରୁଚରଣଙ୍କ ସଂଗୀତ ପ୍ରଦର୍ଶନରେ ସୁମଧୁର ବାତାବରଣ ସୃଷ୍ଟି କରିଥିଲା। ଏହାପରେ ପଶ୍ଚିମବଙ୍ଗରୁ ଆସିଥିବା ବିଦୁଷୀ ପରମିତା ମିତ୍ର ଏବଂ ତାଙ୍କ ଅନୁଷ୍ଠାନ ନୃତ୍ୟାଙ୍ଗନମାନେ କଥକ ନୃତ୍ୟ ପରିବେଶଣ କରିଥିଲେ। ସେମାନେ ପ୍ରଥମେ ଅଭିନୟ ଶ୍ରୀମନ୍ଦିରାୟଣ ଯାହା ମହାମୃତ୍ୟୁଞ୍ଜୟ ମନ୍ତ୍ରରୁ ଉଦ୍ଧୃତ ତଥା ତିନି ଆଖି ଭଗବାନ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୟୁଏସ ଇଣ୍ଡିଆ ବିଜନେସ କାଉନସିଲ ଏବଂ ସାଉଥ ଏସିଆ ଇଣ୍ଟରନ୍ୟାସନାଲ ଆଫେୟାର୍ ୟୁଏସ ଚାମ୍ବର ଅଫ୍ କର୍ମର୍ସ ଦ୍ୱାରା ଆୟୋଜିତ ‘ଇଣ୍ଡିଆ ଆଇଡ଼ିଆ ସମ୍ମିଟ’ରେ ଯୋଗଦେଇ ପ୍ରମୁଖ ଶିଳ୍ପ ସମୂହର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଏବଂ ୟୁଏସ ସମ୍ପର୍କରେ ଶିକ୍ଷା ଓ ଦକ୍ଷତା ବିକାଶ ଏକ ପ୍ରମୁଖ ସ୍ତମ୍ଭ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର କଳ୍ପନା, ଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଓ ଯୁବବର୍ଗଙ୍କୁ ସ୍କିଲି, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବା ଦିଗରେ ଭାରତର ପ୍ରୟାସ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସମ୍ମିଟରେ ଆଲୋଚନା କରିଛନ୍ତି। ଭାରତରେ ଡ଼ିଜିଟାଲ ଅର୍ଥନୀତି, ଆକାଂକ୍ଷୀ ଜନସଂଖ୍ୟା, ଜ୍ଞାନ ଆଧାରିତ ସମାଜ, ଅନେକ ସଂସ୍କାର ଭାରତ ପାଇଁ ଅପାର ସମ୍ଭାବନା ଆଣିଦେଇଛି। ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ…
ଭୁବନେଶ୍ପବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ଏହି ଲଘୁଚାପକୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଆଗାମୀ ୫ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ଵର: ଏସଟିଏଫକୁ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା କୋଇଲା ବୋଝେଇ ଗାଡିଗୁଡ଼ିକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଗିରଫ କରିଛି। ସୂଚନା ମୁତାବକ ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମରେ ବହୁ ପରିମାଣରେ ଚୋରା କୋଇଲା ଗଚ୍ଛିତ ଥିବାର ଖବର ପାଇଥିଲା ଏସଟିଏଫ। ବିଳମ୍ବ ନକରି ସମ୍ପୃକ୍ତ ସ୍ଥାନରେ ଫତେଗଡ଼ ପୋଲିସର ସହଯୋଗରେ ଏସଟିଏଫ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସମୁଦାୟ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ଏବଂ ଦୁଇ ଗୋଟି କୋଇଲା ବୋଝେଇ ଗାଡ଼ି ଜବତ ହୋଇଥିବା ବେଳେ ଉକ୍ତ ଗ୍ରାମର ଉମାକାନ୍ତ ସାହୁ ନାମକ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ଫତେଗଡ଼ ଥାନାରେ କେସ ନମ୍ବର ୧୭୩/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଟିଏଫ ସୂଚନା ଦେଇଛି।
ଭୁବନେଶ୍ୱର: ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୁରଣ କରୁଛି । ଏହାକୁ ସ୍ମରଣୀୟ କରିବା ନିମନ୍ତେ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହି ଉପଲକ୍ଷେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ସ୍ଥିର ହୋଇଥିଲା। ଏଥିରେ ପୃଥିବୀର ବିଭିନ୍ନ ଦେଶରୁ…
ଭୁବନେଶ୍ବର: ଦେଓବାହାଲ-ବରଗଡ ରୋଡ-ବରପାଲୀ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ। ଉଭୟ ପାର୍ଶ୍ୱରୁ 16.09.2022 ରେ ଟ୍ରେନର ବାତିଲ୍: 08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସ୍ପେଶାଲ। 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ। ଉଭୟ ପାର୍ଶ୍ୱରୁ 16.09.2022 ରେ ଟ୍ରେନର ଆଂଶିକ ବାତିଲ୍: 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସୁପର ଫାଷ୍ଟ ଇଣ୍ଟର ସିଟି ଏକ୍ସପ୍ରେସ ଭୁବନେଶ୍ୱର ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ। 16.09.2022 ରେ ଟ୍ରେନର ସମୟରେ ପରିବର୍ତ୍ତନ: 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁରରୁ ନିର୍ଦ୍ଧାରିତ ସମୟ ସକାଳ 05ଘ.05ମି.ପରିବର୍ତ୍ତେ ସକାଳ 07ଘ.35ମି.ରେ ଛାଡିବ। 18302 ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ରାୟଗଡା ଠାରୁ ନିର୍ଦ୍ଧାରିତ ସମୟ ଅପରାହ୍ନ 01.ଘ.25ମି. ପରିବର୍ତ୍ତେ ଅପରାହ୍ନ 02.ଘ.55ମି.ରେ ଛାଡିବ। 22861 ହାଓଡ଼ା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ଏହାର ନିର୍ଦ୍ଧାରିତ ସମୟ ସକାଳ 06ଘ.35ମି. ପରିବର୍ତ୍ତେ ହାଓଡ଼ାରୁ ପୂର୍ବାହ୍ନ 08ଘ.05ମି.ରେ…
ନିରାକରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ପୁରୀ-ନୂଆ ଜଗନ୍ନାଥ ସଡକ ଲେଣ୍ଡୋ କାଜ ନିକଟରେ ଏକ ଫର୍ଡ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ନୁଆ ଜଗନ୍ନାଥ ସଡକ ରାସ୍ତା ଉପରୁ ବିଲକୁ ଖସି କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଗୋଟିଏ ପରିବାରର ୫ ଜଣ ସଦସ୍ୟ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାରୁ ଜଣାପଡିଛି କଲିକତାର ଗୋଟିଏ ପରିଵାର ସଦସ୍ୟ ଓଡିଶା ବୁଲିବାକୁ ଆସିଥିଲେ।ଆଜି କାରରେ ୫ ଜଣ ସଦସ୍ୟ ମଧ୍ୟାହ୍ନରେ ପୁରୀରୁ ନିରାକାରପୁର ଆସୁଥିଲେ। ହେଲେ ଲେଣ୍ଡୋ କାଜ ବ୍ରିଜ ପାରହୋଇ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟି ଖସିପଡିଥିଲା। ସୌଭାଗ୍ୟବଶତଃ କାହାର କିଛି ହୋଇନଥିଲା ବେଳେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି। ପରେ ସ୍ଥାନୀୟ ଲୋକେ ପହଞ୍ଚି କାର ମଧ୍ୟରୁ ଲୋକ ମାନଙ୍କୁ ଉଦ୍ଧାର କରି କାରଟିକୁ ରାସ୍ତା ଉପରକୁ ଉଠାଇଛନ୍ତି।
ଭୁବନେଶ୍ବର: ଆଜି ବାଜିଛି ବିଶ୍ବ କପ ହକି ମହାସମରର ବିଗୁଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଏହି ମହାସମରର ଘୋଷଣା କରିଛନ୍ତି।ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ଖେଳସୂଚୀ ଘୋଷଣା କରାଯାଇଛି। ୨୦୨୩ରେ ହେବାକୁ ଥିବା ଏହି ମହାସମରରେ ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ। ତେବେ ପୁଲ୍-ଡିରେ ଭାରତ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଛନ୍ତି। ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି। ସେହି ଘୋଷଣା ଅନୁଯାୟୀ ଯେଉଁ ଦେଶ ରହିଛି ତାହା ହେଲା.. ପୁଲ୍-ଏ: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି ପୁଲ୍-ବି: ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି। ପୁଲ୍-ସି: ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି ପୁଲ-ଡି: ଭାରତ, ଇଂଲଣ୍ଡ, ସ୍ପେନ, ୱାଲସ ସ୍ଥାନ ପାଇଛନ୍ତି ୨୦୨୩…
ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକାରେ ପ୍ରବାସୀ ଭାରତୀୟ ନିଜ କାର୍ଯ୍ୟରେ ପେସାଦାର ତଥା ନବୋନ୍ମେଷୀ ହୋଇଛନ୍ତି ଏବଂ ସେମାନେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ସହ ନିରନ୍ତର ଗଭୀର ସମ୍ପର୍କ ବଜାୟ ରଖିଛନ୍ତି; ଏହିଭଳି ଭାବେ ଏହି ଲୋକମାନେ ଭାରତର ଆତ୍ମାକୁ ଜୀବନ୍ତ ରଖିପାରିଛନ୍ତି। ସେ ଆଜି ସାନଫ୍ରାନସିସ୍କୋରେ ‘ପ୍ରବାସୀ ଭାରତୀୟ’ଙ୍କ ସହ ଦ୍ୱିପହର ଭୋଜନ ବେଳେ ଉଦବୋଧନ ଦେଇଥିଲେ। ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଭାରତ ଓ ବିଦେଶ ମଧ୍ୟରେ ସମ୍ପର୍କ ବଜାୟ ରଖିବା ପାଇଁ ଅନନ୍ୟ ସ୍ଥିତିରେ ରହିଛନ୍ତି। ସେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ଯେ ସେମାନେ ୧୩୦ କୋଟି ଲୋକଙ୍କ ଦେଶ ଭାରତର ଆକାଂକ୍ଷୀ ବଜାର ଦ୍ୱାରା ପ୍ରସ୍ତୁତ ପ୍ରଚୁର ବ୍ୟବସାୟ ସୁଯୋଗ ବାବଦରେ ବିଶ୍ୱକୁ ସୂଚନା ଦିଅନ୍ତୁ। ଶ୍ରୀ ଗୋୟଲ ଭାରତରେ…
ନୂଆଦିଲ୍ଲୀ: ବିଜେପିକୁ ଘେରିବା ପାଇଁ ସାରା ଦେଶରେ ବିରୋଧୀଙ୍କ ଆଲୋଚନା ଜାରି ରହିଛି। ଏଥି ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଆଲୋଚନା ଚାଲିଛି। ବର୍ତ୍ତମାନ ଏହି ଆଲୋଚନା ମଧ୍ୟରେ ସୁଭାସପା ମୁଖ୍ୟ ଓମ୍ ପ୍ରକାଶ ରାଜଭର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ସମୟରେ ସେ ନୀତୀଶ କୁମାରଙ୍କ ବିଷୟରେ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି। ସୁଭାସପା ମୁଖ୍ୟ କହିଛନ୍ତି ଯେ, “ଅଖିଲେଶ ଯାଦବ ୟୁପିରେ ନିର୍ବାଚନରେ ନେତୃତ୍ୱ ନେଇଥିଲେ। ସେ ୨୦୨୨ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସମସ୍ତେ ଏହା ଦେଖିଛନ୍ତି। ନୀତୀଶ କୁମାରଙ୍କ ବିଷୟରେ, ଏହି ଲୋକମାନେ ପ୍ରଥମେ ନିଷ୍ପତ୍ତି ନେବା ଉଚିତ୍। ଏହା ଏକ ଭିନ୍ନ କଥା। ବର୍ତ୍ତମାନ ଏହା କେବଳ ଆଲୋଚନା ହେଉଛି। ଓପି ରାଜଭର କହିଛନ୍ତି ଯେ, ପ୍ରକୃତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଖିଳେଶ ଯାଦବ ହେବେ ବୋଲି ଜଣେ ଏସପି ନେତା କହିଛନ୍ତି। ଅନ୍ୟପକ୍ଷରେ ମମତା ବାନାର୍ଜୀ ଭିନ୍ନ କଥା…
ମୁଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 08 ସେପ୍ଟେମ୍ବର 2022 ରେ ଟୋକିଓରେ ଜାପାନର ରକ୍ଷା ମନ୍ତ୍ରୀ ୟାସୁକାଜୁ ହମଦାଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଦ୍ଵିପାକ୍ଷିକ ସହଯୋଗ ସହିତ କ୍ଷେତ୍ରୀୟ ବିଷୟର ବିଭିନ୍ନ ଦିଗ ଉପରେ ସମୀକ୍ଷା କରାଯାଇଛି। ଭାରତ-ଜାପାନ ପ୍ରତିରକ୍ଷା ସହଭାଗୀତାର ଗୁରୁତ୍ଵ ତଥା ସ୍ଵତନ୍ତ୍ର, ଉନ୍ମୁକ୍ତ ଓ ନିୟମ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁନିଶ୍ଚିତ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକାକୁ ଉଭୟ ଗ୍ରହଣ କରିଛନ୍ତି। ପ୍ରତିନିଧିମଣ୍ଡଳର ସ୍ତରର ବାର୍ତ୍ତା ସମୟରେ, ରାଜନାଥ ସିଂ ଏହି ବିଷୟ ଉପରେ ଆଲୋକପାତ କରିଛନ୍ତି ଯେ ଭାରତ-ଜାପାନ ଦ୍ଵିପାକ୍ଷିକ ରକ୍ଷା ଅଭ୍ୟାସ ଉଭୟ ଦେଶ ମଧ୍ୟରେ ରକ୍ଷା ସହଯୋଗକୁ ଆହୁରି ଦୃଢ଼ କରିବାର ପ୍ରମାଣ ଅଟେ। ଉଭୟ ମନ୍ତ୍ରୀ ‘ଧର୍ମ ଗାର୍ଡିଆନ୍’, ‘ଜିମେକ୍ସ’ ଓ ‘ମାଲବାର’ ସହିତ ଦ୍ବିପାକ୍ଷୀୟ ଏବଂ ବହୁପକ୍ଷୀୟ ଅଭ୍ୟାସକୁ ଜାରି ରଖିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେ ଚଳିତ ବର୍ଷ…
ଭୁବନେଶ୍ବର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ଓଡ଼ିଶା ଉପକୂଳର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ କୁଇକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ) ବ୍ୟବସ୍ଥାର ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ପରୀକ୍ଷା କରାଯାଇଥିଲା। ବିଭିନ୍ନ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ମାରକ କ୍ଷମତାକୁ ଆକଳନ କରିବା ପାଇଁ ବିଭିନ୍ନ ପ୍ରକାରର ବିପଦକୁ ଠାବ ସହିତ ଆକାଶରେ ଆସୁଥିବା ଦ୍ରୁତଗାମୀ ଲକ୍ଷ୍ୟ ବିରୁଦ୍ଧରେ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ୱଳ୍ପ ଦୂରତା, ଅଧିକ ଉଚ୍ଚତାରେ ଲକ୍ଷ୍ୟକୁ ପରିଚାଳନା, କମ୍ ଉଚ୍ଚତାରେ ରାଡାର ଦ୍ୱାରା ଏହାକୁ ଠାବ କରିବା ସହିତ ଲକ୍ଷ୍ୟଭେଦ ଏବଂ ସାମୂହିକ ଭାବେ ଦୁଇଟି କ୍ଷେପଣାସ୍ତ୍ରକୁ କ୍ରମାଗତ ଭାବରେ ଛଡାଯାଇଥିଲା। ଉଭୟ ଦିନ ଓ ରାତି ପରିସ୍ଥିତିରେ ଏହାର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବଜ୍ରାଘାତରେ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ହରିପୁର ଗ୍ରାମର ସରଜୁ ମାଝି (୫୨) ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଘରେ ବସି ଚା’ ପିଉଥିବା ବେଳେ ସରଜୁଙ୍କୁ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସରଜୁଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭୁବନେଶ୍ବର: ରାଜ୍ୟରେ ଶିଳ୍ପକୈନ୍ଦ୍ରିକ ବାତାବରଣକୁ ବଳିଷ୍ଠ ରୂପ ଦେବା ପାଇଁ ଓଡ଼ିଶା ସରକାର ବହୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପଦକ୍ଷେପ ମଧ୍ୟରୁ କ୍ଷେତ୍ରୀୟ ନୀତିର ବିକାଶ, କ୍ଷେତ୍ରୀୟ ଶିଳ୍ପ ପାର୍କ ଏବଂ ଭିତ୍ତିଭୂମିର ବିକାଶ ଅନ୍ୟତମ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଏବଂ ଶିଳ୍ପ ଅନୁକୂଳ ଆଭିମୁଖ୍ୟ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ଇଣ୍ଡଷ୍ଟି୍ର୍ର୍ରଆଲ ହବ୍ରେ ପରିଣତ କରିପାରିଛି । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ତୃତୀୟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ପାଇଁ ଆଜି କୋଲକାତାଠାରେ ଏକ ରୋଡ଼୍ ସୋ’ର ଆୟୋଜନ କରାଯାଇଥିଲା। କୋଲକାତାଠାରେ ଏହି ରୋଡ଼୍ ସୋ’ରେ ଯୋଗଦାନ କରି ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ କହିଲେ ଯେ, ହସ୍ତତନ୍ତ ଓ ବୟନଶିଳ୍ପ ଏପରି ଏକ…
ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ଏସିଆ କପ୍-୨୦୨୨ ରେ ଭାରତ ଏବଂ ଆଫଗାନିସ୍ତାନ ଆଜି ମୁହାଁମୁହିଁ ହେବେ। ଉଭୟ ଦଳ ଏସିଆ କପ୍ ଫାଇନାଲ ଦୌଡରୁ ବାଦ ପଡିଛନ୍ତି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ୍ ହେବ। ଉଭୟ ଦଳ ଏଠାରେ ଏକ ବିଜୟ ସହିତ ସେମାନଙ୍କର ଯାତ୍ରା ଶେଷ କରିବାକୁ ଚାହାଁନ୍ତି। ସୁପର-୪ ରାଉଣ୍ଡରେ ଭାରତ ଏବଂ ଆଫଗାନିସ୍ତାନ ଦଳକୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ପରାସ୍ତ ହେବାକୁ ପଡିଛି। ଏହି ରାଉଣ୍ଡର ସମସ୍ତ ଚାରୋଟି ମ୍ୟାଚ୍ ବହୁତ ଆକର୍ଷଣୀୟ ଥିଲା। ବିଶେଷକରି ବୁଧବାର ଆଫଗାନିସ୍ତାନ-ପାକିସ୍ତାନ ମ୍ୟାଚ୍ ଦୁଃସାହସିକତାର ସମସ୍ତ ସୀମା ଅତିକ୍ରମ କରିଛି। ସମାନ ମ୍ୟାଚରେ ପାକିସ୍ତାନର ବିଜୟ ପରେ ଆଫଗାନିସ୍ତାନ ଏବଂ ଭାରତୀୟ ଦଳ ଫାଇନାଲ ଦୌଡରୁ ବାହାରିଥିଲେ। ଏବେ ଉଭୟ ଦଳ ସେମାନଙ୍କର ଲଜ୍ଜା ବଞ୍ଚାଇବା ପାଇଁ ପଡିଆକୁ ଓହ୍ଲାଇବେ। ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ଟି-୨୦…
ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସ ଉପଖଣ୍ଡର ନୂତନ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓପିଏସ ଅଧିକାରୀ ଦିଲ୍ଲୀପ କୁମାର ଦାସ। ଶ୍ରୀ ଦାସ ଏହା ପୁର୍ବରୁ କମିଶନେରେଟ ପୋଲିସ ଅଧୀନରେ କଟକ ଟ୍ରାଫିକ ଏସିପି ଭାବେ କାର୍ଯ୍ୟରତ ଥିଲେ। ୨୦୧୫ ବ୍ୟାଚର ଉକ୍ତ ଓପିଏସ ଅଧିକାରୀ ଅପରାଧୀଙ୍କୁ ସାବଡ଼ କରିବାରେ ବେସ ସିଦ୍ଧହସ୍ତ। ପୁର୍ବରୁ ବ୍ରଜରାଜନଗର ଏସଡିପିଓ ଭାବେ କାର୍ଯ୍ୟରତ ଥିବା ବେଳେ ମଧ୍ୟ ବେସ ପ୍ରଶଂସା ସାଉଁଟିଛନ୍ତି ଏହି ଅଧିକାରୀ। ତେବେ ଖୋର୍ଦ୍ଧା ପୋଲିସ ଉପଖଣ୍ଡରେ ବ୍ରାଉନ ସୁଗାର କାରବାର ହୁ ହୁ ହୋଇ ବଢୁଥିବା ବେଳେ ତାହାକୁ କିପରି ରୋକାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଏସଡିପିଓ ଶ୍ରୀ ଦାସ। ଅନୁରୂପ ଭାବେ ଉପଖଣ୍ଡରେ ଖଣି ଲୁଟ, ଡକାୟତି, ଜାତୀୟ ରାଜପଥରେ ରାହାଜାନି ଏବଂ ବିଶେଷ କରି ସାଇବର ଅପରାଧର ମୁଳୋତ୍ପାଟନ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଦାସ କହିଛନ୍ତି। ସୂଚନା ଥାଉକି ନିକଟରେ…
ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଦର୍ଶ ବିଦ୍ୟାଳୟ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀମାନେ ଚଳିତ ମାସ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଜୋନାଲସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷକମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ ପ୍ରଶିକ୍ଷଣ ଏବଂ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବିକାଶ ଦିଗରେ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ୨୦୧୬ ସେପେଫମ୍ବର ୧୯ରେ…
ଭୁବନେଶ୍ୱର: ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟଧରି କରୋନାକୋପରେ ଅସ୍ତବ୍ୟସ୍ତ ଜନଜୀବନ ଧୀରେ ଧୀରେ ସ୍ୱଭାବିକ ହୋଇଆସୁଥିବା ସମୟରେ ସବୁଠାରୁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାରେ ଆଉ କିଛି ବାଧା ନ ଉପୁଜିବା ଲକ୍ଷ୍ୟ ନେଇ ଡି.ଏ.ଭି କଳିଙ୍ଗ ନଗରଠାରେ ଏକ ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜାଦି କା ଅମୃତମହୋତ୍ସବ ଅବସରରେ ସମସ୍ତଙ୍କୁ ଟୀକାକରଣ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଡୋଜ୍, ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କ ପାଇଁ ବୁଷ୍ଟର ଡୋଜ୍ ଓ ୧୫ ରୁ ୧୮ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ୱିତୀୟ ଡୋଜ ତଥା ତୃତୀୟ ଏବଂ ଶେଷ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିତୀୟ ଡୋଜ ଆୟୋଜନ କରାଯାଇ ୩୫୦ରୁ ଊର୍ଦ୍ଧ୍ୱ ଟୀକାକରଣ କରାଯାଇଥିଲା। ଉଭୟ କେନ୍ଦ୍ର ଏବଂ…

