ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

Published: Sep 8, 2022, 10:55 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ୍ ଅନ୍ତର୍ଗତ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ଆଜି ପ୍ରଜ୍ଞାନ୍ ମିଶନ୍ ଆନୁକୁଲ୍ୟରେ ଗୀତା ଦ୍ଵିତୀୟ ଅଧ୍ୟାୟର ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ କନ୍ଦର୍ପ ରାଉଳ ଯୋଗ ଦେଇ ଗୀତା ଶ୍ଳୋକର ମହତ୍ତ୍ୱ ଵିଷୟରେ ଆଲୋକପାତ କରି ଥିଲେ।

ସମାଜସେବୀ ଗେୀବିନ୍ଦ ଅଗ୍ରଓ୍ବାଲା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। କ’ ଵିଭାଗରେ ସରସ୍ୱତୀ ଶିଶୁ ମନ୍ଦିର ନାକ୍ଟିଦେଉଳର ଦେଵଶ୍ରୀ ଦାଶ ପ୍ରଥମ, ଶିବାନୀ ସ୍ଵାଇଁ ଦ୍ଵିତୀୟ ଓ ମୌସମ୍ ସାହୁ ତୃତୀୟ, ‘ଖ’ ଵିଭାଗରେ ସରାପାଲି ଉଚ୍ଚ ଵିଦ୍ୟାଳୟର ବ୍ରିଜିନା ଵେହେରା ପ୍ରଥମ, ସୋନାଲି ସାହୁ ଦ୍ଵିତୀୟ ଓ ଆଭିପ୍ସା ଦାଶ ତୃତୀୟ, ‘ଗ’ ବିଭାଗରେ ଆୟୁଷି ପ୍ରଧାନ ପ୍ରଥମ, ପୂଜା ସାହୁ ଦ୍ବିତୀୟ ଓ ବେଦସ୍ମିନୀ ସିଂ ତୃତୀୟ, ‘ଘ’ ବିଭାଗରେ ସାଗରିକା ଶତପଥି ପ୍ରଥମ, ସିପ୍ରା ସାହୁ ଦ୍ବିତୀୟ ଓ ମାନସ ମହାପାତ୍ର ତୃତୀୟ ପୁରସ୍କାର ଲାଭ କରିଥିଲେ।

ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଭଜ ମୋହନ ପ୍ରଧାନ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଵିତରଣ କରିଥିଲେ। ଶେଷରେ ଜିତେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related posts