ଭୁବନେଶ୍ୱର: ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂତନ ଦିଗ ଉନ୍ମୁକ୍ତ କରିବା ଧାରାରେ ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ସଫଳ ଚିକିତ୍ସା ସମ୍ପନ୍ନ ହୋଇଛି। ସଂପୃକ୍ତ ରୋଗୀ ଜଣକ ସେଂଟ୍ରାଲ୍ ସ୍କଲ ବେସ୍ ଓଷ୍ଟିଓମାଇଲିଟିଜ୍ ସମସ୍ୟାରେ ପୀଡ଼ିତ ଥିବା ବେଳେ ସମ୍ମମ୍ରେ ତାଙ୍କର ସଫଳ ଅସ୍ତ୍ରେପଚାର କରାଯାଇଛି। ଇରାକୀ ନାଗରିକ ଅବ୍ଦୁଲ୍ ଖାଲେକ ଆବେଦ ଇମ୍ରାନ୍ ଅଲ୍ କନନ୍ ଏହି ଜଟିଳ ରୋଗରେ ପୀଡ଼ିତ ହେବା ପରେ ତାଙ୍କ ପରିବାରବର୍ଗ ବିବ୍ରତ ହୋଇପଡ଼ିଥିଲେ। କାରଣ ଇରାକରେ ଏହି ବ୍ୟାଧିର ଚିକିତ୍ସା ନିମନ୍ତେ କୌଣସି ସୁବିଧା ଉପଲବ୍ଧ ନ ଥିଲା। ଚିକିତ୍ସାରେ ବିଳମ୍ବ ହେବାରୁ ଧୀରେ ଧୀରେ ତାଙ୍କ ମୁହଁ ବଙ୍କା ହେବା ଆରମ୍ଭ କରିଥିଲା ଓ ମୁଣ୍ଡ ରେ ଯନ୍ତ୍ରଣା ମଧ୍ୟ ବୁଦ୍ଧି ହେବାରେ ଲାଗିଥିଲା। ତାଙ୍କର ଏଭଳି ଅବସ୍ଥା ଦେଖି ପରିବାରବର୍ଗ ଭୟଭୀତ ହୋଇଥିଲେ। ଏକ ପ୍ରତିଷ୍ଠିତ ହସ୍ପିଟାଲ୍ରେ ଅତ୍ୟାଧୁନିକ ସ୍କଲବେସ୍…
Author: Samikhsya Bureau
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ରେ ସୁପର-୪ ରାଉଣ୍ଡ ଆରମ୍ଭ ହୋଇଛି। ହି ରାଉଣ୍ଡର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଆଜି ଏହି ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମୁକାବିଲା କରିବେ। ସନ୍ଧ୍ୟା ୭.୩୦ ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ସମୟରେ ଦୁବାଇର ପାଣିପାଗ ଏବଂ ପିଚ୍ କିପରି ହେବ ଏବଂ ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳିରେ କିଏ ପ୍ରବେଶ କରିପାରିବ? ଏଠାରେ ଜାଣନ୍ତୁ .. ପିଚ୍ ଏବଂ ପାଣିପାଗ ରିପୋର୍ଟ: ଦ୍ଵିତୀୟରେ ବ୍ୟାଟିଂ କରୁଥିବା ଦଳ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା ମ୍ୟାଚ୍ ରେ ସୁବିଧା ପାଇଥାଏ। ରାତିରେ ଏଠାରେ ହାଲୁକା କାକର ପଡେ, ଯାହା ପରେ ବୋଲରମାନଙ୍କ ପାଇଁ ଟିକେ ଅସୁବିଧା ସୃଷ୍ଟି କରିଥାଏ। ଉଲ୍ଲେଖଥାଉ କି, ଗତ କିଛି ଦିନ ମଧ୍ୟରେ, କାକର…
ଚାଣକ୍ୟ ନୀତି, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…
ଡକ୍ଟର ସତ୍ୟ ଷଡ଼ଙ୍ଗୀ ହିନ୍ଦୁସ୍ଥାନର ମୁକ୍ତି ସଂଗ୍ରାମ ପାଇଁ ନିଜ ରକ୍ତରେ କାବ୍ୟ ଲେଖିଥିଲେ ଇଂଲଣ୍ଡର ଜଣେ କାରାବନ୍ଦୀ ଇଂରେଜ କବି। ଏପରି ଗମ୍ଭୀର ଐତିହାସିକ ତଥ୍ୟର ସନ୍ଧାନ ଦେଇଛନ୍ତି ବିଶିଷ୍ଟ ସାହିତ୍ୟ ଗବେଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ। ସେହି ବିସ୍ମୃତ ଇଂରେଜ କବି ହେଉଛନ୍ତି ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ (୧୮୧୯-୧୮୬୯) ଆଉ ତାଙ୍କ କାବ୍ୟର ନାମ ‘ଦି ରିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ଥାନ’। ଏହାର ବିଷୟବସ୍ତୁ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଉପରେ ଆଧାରିତ। ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ ସାଧାରଣ ବର୍ଗଙ୍କ ହକ୍ ପାଇଁ ସଂଗ୍ରାମ କରି କାରରୁଦ୍ଧ ଥିଲାବେଳେ ଲିଖନ ସାମଗ୍ରୀର ବାରଣ ସତ୍ତ୍ଵେ ବାଇବେଲର ଟୁକୁରା ପୃଷ୍ଠା ଉପରେ ଆପଣା ରକ୍ତରେ ରଚନା କରିଥିଲେ ‘ଦି ଭିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ତାନ’ କାବ୍ୟ – ଠିକ୍ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ସିପାହୀ ବିଦ୍ରୋହ’ର (୧୮୫୭) ଅବ୍ୟବହିତ ପୂର୍ବରୁ। ତେଣୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରନାୟକ ଭାବରେ…
ମେଷ: – ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି ଏବଂ ପରିଶ୍ରମ କରିବା ସତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲା ବିଷୟରେ ଚିନ୍ତିତ ହୋଇପାରନ୍ତି । ଅଧିକ ବ୍ୟସ୍ତତା ହେତୁ ଆପଣ ପରିବାରକୁ କମ୍ ସମୟ ଦେବେ, କିନ୍ତୁ ଆପଣ କାର୍ଯ୍ୟରେ ସଫଳତା ପାଇବେ । ପେଟ ଯନ୍ତ୍ରଣା ହେବାର ସମସ୍ୟା ହୋଇପାରେ । ବୃଷ: – ଦିନ ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ମଧ୍ୟମ…
ନୂଆଦିଲ୍ଲୀ: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି (ସେପ୍ଟେମ୍ବର୩, ୨୦୨୨) ନୂଆଦିଲ୍ଲୀଠାରେ ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍ଯାପନ ସମାରୋହରେ ସେ ଏହା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱରେ ଆଇଆଇଟିଗୁଡିକ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପାରଦର୍ଶିତାର ପ୍ରମାଣ ଦେଇଛନ୍ତି। ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆଇଟି ଗୁଡିକର କାହାଣୀ ସ୍ୱାଧୀନ ଭାରତର କାହାଣୀ ପରି। ଆଇଆଇଟିଗୁଡିକର ଦେଶ ବିକାଶ ଦିଗରେ ଯଥେଷ୍ଟ ଅବଦାନ ରହିଛି। ଆଇଆଇଟିଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ଓ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଗଣ ବିଶ୍ୱରେ ଆମ ମେଧାଶକ୍ତିର ପରିଚୟ ପ୍ରଦାନ କରିଛନ୍ତି। ଆଇଆଇଟି ଦିଲ୍ଳୀ ଓ ଅନ୍ୟାନ୍ୟ ଆଇଆଇଟି ଗୁଡିକରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ବିଶ୍ୱକୁ ଆଚ୍ଛାଦିତ କରି ରଖିବା ସହ ଡିଜିଟାଲ ବିପ୍ଳବର ଅଗ୍ରଦୂତ ସାଜିଛନ୍ତି। ସର୍ବୋପରି ଆଇଆଇଟିଗୁଡିକର ପ୍ରଭାବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଠାରୁ ମଧ୍ୟ ଆଗରେ ରହିଛି। ଆଇଆଇଟି ଗୁଡିକରେ ଅଧ୍ୟୟନ ଶେଷ କରିଥିବା…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି। କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି। ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ପ୍ରଗତି ହାସଲ କରୁଛି। ଭାରତରେ ବିଶ୍ଵର ସବୁଠୁ ଅଧିକ ସ୍ମାର୍ଟଫୋନ ଡାଟା ଉପଭୋକ୍ତା ରହିଛନ୍ତି। ସେହିପରି ଭାରତରେ ଅଛନ୍ତି ବିଶ୍ଵର ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ। ବିଶ୍ଵ ଖୁଚୁରା ସୂଚକାଙ୍କରେ ଭାରତ ସମ୍ପ୍ରତି ଦ୍ୱିତୀୟ ସ୍ଥାନ ହାସଲ କରିଛି। ସାରା ବିଶ୍ଵରେ ଭାରତ ତୃତୀୟ ବୃହତମ ଶକ୍ତି ଉପଭୋକ୍ତା ରାଷ୍ଟ୍ର ହୋଇପାରିଛି। ସେହିପରି ଭାରତ ହେଉଛି ବିଶ୍ଵର ତୃତୀୟ ସର୍ବବୃହତ ଉପଭୋକ୍ତା ବଜାର। ନବୋନ୍ମେଷ ସୂଚକାଙ୍କରେ ଭାରତ ଲଗାତାର ଭାବେ ନିଜ ମାନ୍ୟତାରେ ସୁଧାର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଅର୍ଥବ୍ୟବସ୍ଥାରେ କ୍ରମାଗତ ଭାବେ…
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ଭୋରରୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ନାକଟିଦେଉଳ ରେଞ୍ଜ ସରଧାପୁର ଛକରୁ ବନବିଭାଗ ୨୪୭ ବିଡା କେନ୍ଦୁପତ୍ର ଜବତ କରିବା ସହ ଏକ ପିକ୍ଅପ୍ ଗାଡ଼ି (ଡବ୍ଲୁବି ୨୯ସି ୨୦୫୨)କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ୍ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଶିମିଳିପାଳ ଅଂଚଳରୁ କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ସରଧାପୁର ଛକ ନିକଟରେ ଛକି ରହିଥିଲେ। ସରଧାପୁର ପଟୁ ପିକଅପି ଭ୍ୟାନ୍ ରେ କେନ୍ଦୁପତ୍ର ବୋଝେଇ ହୋଇ ସରଧାପୁର ଛକରେ ପହଞ୍ଚିବା କ୍ଷଣି ବନବିଭାଗ ଗାଡ଼ିଟିକୁ ଅଟକାଇଥିଲା। ପିକଅପ୍ ଗାଡିକୁ ଜବତ କରିବା ସହ ଗାଡିରୁ ୨୪୭ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ମିଲନ୍ ବାଗ୍ ଓ ଏସ୍ କେ ସଫିଉଲ୍ କୁ ଗିରଫ୍…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଯୌତୁକ ଜନିତ ବଧୂ ହତ୍ୟା ହୋଇଥିବାର ଅଭିଯୋଗ ହେଉଛି। ଅଭିଯୋଗ କରିଛନ୍ତି ପେଣ୍ଡୁରାପଲ୍ଲୀ ଗ୍ରାମର ବଧୂଙ୍କ ପିତା ଅନୁ ବେହେରା। ଅଭିଯୋଗ ମୁତାବକ ଅନୁଙ୍କ ଝିଅ ଶ୍ରଦ୍ଧାଞ୍ଜଳି ବେହେରା (୨୨) ତିନି ବର୍ଷ ତଳେ ଭେଟେଶ୍ୱର ଗ୍ରାମର ଶେଷଦେବ ପଲେଇଙ୍କ ପୁତ୍ର ଦୀପକ ପଲେଇ (୨୯) ଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ। ତେବେ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ଯାଆ ଆଦି ତାଙ୍କୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେବାରୁ ଗତକାଲି ଶ୍ରଦ୍ଧାଞ୍ଜଳି ବିଷ ପିଇ ଦେଇଥିଲେ। ତାଙ୍କୁ ବାଣପୁର ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଥିଲେ। ତେବେ ସେଠାରେ ଶ୍ରଦ୍ଧାଞ୍ଜଳି ମୃତ୍ୟୁବରଣ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଆଇପିସି ଦଫା ୪୯୮ (କ), ୩୦୪(ଖ), ୩୦୬, ୩୪, ୪ ଡ଼ିପି ଆକ୍ଟ ରେ କେସ ନମ୍ବର ୩୫୫/୨୨ ରେ ମାମଲା…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ଫଟୋ ଉତ୍ତୋଳନ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସାମ୍ବାଦିକଙ୍କୁ ଜୀବନରେ ମାରିଦେବା ଲାଗି ଧମକ ମିଳିଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ, ଗତ କାଲି ଅପରାହ୍ନରେ ଟାଙ୍ଗୀ ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକ ନିକଟରେ ଥିବା ଏକ ମାଛ ଗୋଦାମରୁ ମାଛ କିଣିବା ପାଇଁ ଭୁଲ ପାର୍ଶ୍ଵରେ ବ୍ରଜ କିଶୋର ପେଣ୍ଠେଇ (୨୫) ନାମକ ଜଣେ ଯୁବକ କାର୍ ଚଳାଇ ଆସୁଥିଲେ। କିନ୍ତୁ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଫଳରେ ଗୁରୁତର ଅଵସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ସେଠାରେ ଉପସ୍ଥିତ ଥିବା ତାଙ୍କ ଗ୍ରାମର ଯୁବକମାନେ। ଏହି ସମୟରେ ବାଇକ୍ ରେ ଚଣ୍ଡେଶ୍ୱର ଯାଉଥିବା ସାମ୍ବାଦିକ ରାକେଶ ଚନ୍ଦ୍ର…
ସୀତାରାମ ଅଗ୍ରୱାଲ ବାଣପୁର: ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟଣା ଘଟିଛି। ସୂଚନା ମୁତାବକ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖ ମଧ୍ୟରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଗମ୍ଭାରୀମୁଁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ସୂଚନା ପାଇଥିଲେ ଯେ, ପଙ୍କାଳ ଗ୍ରାମ ଅଭିମୁଖେ ଏକ ବେଆଇନ ମାଙ୍କଡା ବୋଝେଇ ଟ୍ରାକ୍ଟର ଚାଲାଣ ହେଉଛି। ତେବେ ସଙ୍ଗେସଙ୍ଗେ ପୋଲିସ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ପୋଲିସ ଗାଡ଼ି ଦେଖି ଘଟଣାସ୍ଥଳରୁ ଡ୍ରାଇଭର ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଟ୍ରାକ୍ଟର ମାଲିକଙ୍କ ସମେତ ଏକାଧିକ ଦୁର୍ବୁତ୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ପୋଲିସକୁ ଆକ୍ରମଣ କରିଥଲେ ଏବଂ ପଥର ଫୋପାଡ଼ିଥିଲେ। ଯେଉଁଥିରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିଲେ ଏବଂ ଦୁର୍ବୁତ୍ତମାନେ ଜୋର ଜବରଦସ୍ତ ପୋଲିସ କବଜାରୁ ଟ୍ରାକ୍ଟର ଛଡାଇନେବା ସହ ଗୋଟେ ମୋବାଇଲ ମଧ୍ୟ ଲୁଟି ନେଇଥିଲେ। ତେବେ ଏହି ପରିପ୍ରେକ୍ଷୀରେ…
ନୂଆଦିଲ୍ଲୀ: ଜନତା ଦଳ (ୟୁନାଇଟେଡ୍) ର ପାଞ୍ଚ ଜଣ ବିଧାୟକ ମଣିପୁରରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ମିଶ୍ରଣ ହେବାର ଗୋଟିଏ ଦିନ ପରେ ଦଳର ନେତା ସୁଶୀଲ କୁମାର ମୋଦୀ କହିଛନ୍ତି ଯେ, ମଣିପୁର ରାଜ୍ୟ ଜେଡି (ୟୁ) ମୁକ୍ତ ହୋଇଛି। ଏହା ସହିତ ସେ ଦାବି କରିଛନ୍ତି ଯେ, ବିଜେପି ଖୁବ ଶୀଘ୍ର ଜନତା ଦଳ (ୟୁନାଇଟେଡ୍), ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଏବଂ ବିହାରରେ କଂଗ୍ରେସ ‘ମହାଗଠବନ୍ଧନ’ ଭାଙ୍ଗିବ। ସୁଶୀଲ ମୋଦୀ କହିଛନ୍ତି ଯେ, ମଣିପୁରରେ ପାଞ୍ଚ ଜଣ ଜେଡିୟୁ ବିଧାୟକଙ୍କ ଯୋଗଦାନ ସହିତ ରାଜ୍ୟ ଜେଡି (ୟୁ) ମୁକ୍ତ ହୋଇଛି। ସେହି ବିଧାୟକମାନେ ଏନଡିଏରେ ରହିବାକୁ ଚାହୁଁଥିଲେ। ଖୁବ୍ ଶୀଘ୍ର, ଆମେ ବିହାରରେ ଜେଡ଼ିୟୁ-ଆରଜେଡ଼ି ସହଯୋଗୀ ଦଳ ଭାଙ୍ଗି ରାଜ୍ୟକୁ ଜେଡ଼ିୟୁ ମୁକ୍ତ କରିବୁ।
ନୂଆଦିଲ୍ଲୀ: ଆଜି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ଏକ ବଡ ବିଚାର କରି ଏକ ବଡ ରାୟ ଘୋଷଣା କରିଛନ୍ତି। ତାହା ହେଲା କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ଠିକ ନ ଥିବାରୁ ଏକା ଥରେ ଜରିମାନା ୩୫୦୦ କୋଟି ଟଙ୍କା କରାଯାଇଛି। ଏହି ଜରିମାନା ପଶ୍ଚିମ ବଂଗ ସରକାରଙ୍କ ଉପରେ ଲଗାଇଛନ୍ତି ଏନଜିଟି। ଏହି କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ବାବଦରେ ଯେଉଁ କ୍ଷତି ହେଉଛି ତାହାର ପରିମାଣ ୩୫୦୦ କୋଟି ଟଙ୍କା ଆକଳନ କରାଯାଇଛି ବୋଲି ଏନଜିଟି କହିଛି। ଏହି ୩୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ସରକାର ଦୁଇ ମାସ ମଧ୍ୟରେ ପ୍ରଦାନ କରିବେ ବୋଲି ବେଞ୍ଚ କହିଛନ୍ତି। ଯଦି ଏହାକୁ ଉଲ୍ଲଂଘନ କରାଯାଏ ତେବେ ଅତିରିକ୍ତ କ୍ଷତିପୂରଣ ଦେବା ସଂପର୍କରେ ବିଚାର କରିବାକୁ ପଡିପାରେ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ଏନଜିଟି କହିଛନ୍ତି ଯେ, ରାଜ୍ୟରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ଯେତିକି…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀଙ୍କର ପ୍ରାଦୃଭାବ ବଢି ଚାଲିଥିବା ବେଳେ ଗାଁ ଠାରୁ ସହର ଚାରିଆଡେ ମଦ୍ୟପଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି। ବାଲୁଗାଁ ଥାନାରେ ନୂତନ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ଯୋଗ ଦେଲାପରେ ଚୋରା ମଦ ବେପାରୀଙ୍କ ଉପରେ ଜୋରଦାର ଧରପଗଡ଼ ଜାରି ରଖିଛି ବାଲୁଗାଁ ପୋଲିସ। ଏହିପରିପ୍ରେକ୍ଷୀରେ ଆଜି ବାଲୁଗାଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ୧୦ ଲିଟର ଆସ୍କା ଫର୍ଟି ଏବଂ ୧୫ ଲିଟର ବିଦେଶୀ ମଦ ଜବତ କରିଛି। ଅଭିଯୁକ୍ତ ଦ୍ଵୟ ଜଗବନ୍ଧୁ ସାହୁ ଏବଂ ଦୁର୍ଗାପ୍ରସାଦ ତରାଇ ବୋଲି ଜଣାପଡିଛି। ପୋଲିସ ଉକ୍ତ ଦୁଇଜଣଙ୍କ ବିରୁଦ୍ଧରେ କେସ ନମ୍ବର ୧୭୩ ଓ ୧୭୪/୨୦୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ତେବେ ଏପରି ଚଢ଼ାଉ ବାଲୁଗାଁ ଥାନା ଅଞ୍ଚଳରେ…
ଭୁବନେଶ୍ଵର: ବୁଷ୍ଟର ଡୋଜ୍ ଟୀକା ନେବା ପାଇଁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ଚଳିତ ମାସ ୩୦ ତାରିଖରେ ମାଗଣା ଟିକା ଅବଧି ଶେଷ ହେଉଛି। ତେଣୁ ଏହି ଅବଧି ମଧ୍ୟରେ ବୁଷ୍ଟର ଡୋଜ୍ ନେଇନଥିବା ଲୋକଙ୍କୁ ଟୀକା ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆହ୍ୱାନ ଦେଇଛି। ରାଜ୍ୟରେ ମୋଟ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ଲୋକ ବୁଷ୍ଟର ଡୋଜ୍ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ ଭାଗ ଲୋକ ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ନାହାନ୍ତି। ସେହିପରି ଦ୍ୱିତୀୟ ଡୋଜ ନେବାକୁ ମଧ୍ୟ ୨୩ ଲକ୍ଷ ୩୨ ହଜାର ଲୋକ ବାକି ରହିଛନ୍ତି। ଏନେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: କଂଗ୍ରେସରେ ନୂତନ ସଭାପତି ନିର୍ବାଚନକୁ ନେଇ ପାର୍ଟିରେ ମତ ଭେଦ ଦେଖାଯାଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହାନ ମଧ୍ୟ କଂଗ୍ରେସ ସଭାପତି ନିର୍ବାଚନରେ ଭୋଟର ତାଲିକା ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ଅସନ୍ତୁଷ୍ଟ ବରିଷ୍ଠ କଂଗ୍ରେସ ନେତାଙ୍କ ଗୋଷ୍ଠୀ ଜି -୨୩ ର ସଦସ୍ୟ ଭାବରେ ବିବେଚିତ ହୋଇଥିବା ପୃଥ୍ବୀରାଜ ଚୌହାନ କହିଛନ୍ତି ଯେ, ନିର୍ବାଚନ ତାଲିକାକୁ ସାର୍ବଜନୀନ କରିବା ପାଇଁ କଂଗ୍ରେସ ସଭାପତି ନିର୍ଦ୍ଦେଶ ଦେବା ଉଚିତ। ପୃଥ୍ବୀରାଜ ଚୌହାନ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନରେ ଭୋଟର ତାଲିକା ସାର୍ବଜନୀନ କରାଯାଏ। ତେଣୁ ଭୋଟର ତାଲିକା ୱେବସାଇଟରେ ରଖାଯିବା ଉଚିତ ଏବଂ ଭୋଟରଙ୍କୁ ଇମେଲ ମାଧ୍ୟମରେ ଭୋଟର ତାଲିକା ଦିଆଯିବା ଉଚିତ। ଯଦି ୱେବସାଇଟରେ କିଛି ଅସୁବିଧା ଅଛି, ତେବେ ଏହାକୁ ଇମେଲ କରାଯିବା ଉଚିତ। ନିର୍ବାଚନର ସ୍ୱଚ୍ଛତା ବଜାୟ ରଖିବା ଏବଂ କଂଗ୍ରେସରେ ସାଧାରଣ କର୍ମୀଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ କଂଗ୍ରେସ ସଭାପତି ଭୋଟର…
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଦୁଇ ଚକିଆ ସେଗମେଣ୍ଟରେ ଦେଶର ଅଗ୍ରଣୀ ଯାନ ନିର୍ମାତା ହିରୋ ଇଲେକ୍ଟ୍ରିକ୍ ଏହି ଉତ୍ସବ ଋତୁ ଆରମ୍ଭରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଏହି ଅଫରକୁ ‘ଓଣମ ଅଫର’ ନାମରେ ନାମିତ କରିଛି। ଏହି ଅଫର ଅନୁଯାୟୀ କମ୍ପାନୀ କେରଳ ରାଜ୍ୟରେ ଏହି ଅଫର ଅବଧି ସମୟରେ ପ୍ରତ୍ୟେକ ୧୦୦ ତମ ଗ୍ରାହକଙ୍କୁ ଗୋଟିଏ ମାଗଣା ବୈଦ୍ୟୁତିକ ସ୍କୁଟର ଦେବାକୁ ଘୋଷଣା କରିଛି। ହିରୋ ଇଲେକ୍ଟ୍ରିକ୍ ର ଏହି ଅଫର ଓଣମ ପର୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ଏଥିସହ ଗ୍ରାହକମାନେ ଏହି ବୈଦ୍ୟୁତିକ ସ୍କୁଟରରେ ୫ ବର୍ଷର ୱାରେଣ୍ଟି ମଧ୍ୟ ପାଇବେ, ଯାହାକି ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ପର୍ବରେ କମ୍ପାନୀ ଗ୍ରାହକଙ୍କୁ ଏପରି ଅଫର ଦେଇ ବୈଦ୍ୟୁତିକ ଯାନ କିଣିବାକୁ ଲୋକଙ୍କୁ ଉତ୍ସାହିତ କରୁଛି। ଏହି ଅଫର ଘୋଷଣା କରି କମ୍ପାନୀର ସିଇଓ ସୋହିନ୍ଦର ଗିଲ କହିଛନ୍ତି ଯେ, “ଦେଶରେ…
ବନ୍ଦାୟୁ: ମସଜିଦର ମାଲିକାନା ସମ୍ପର୍କରେ ଉତ୍ତରପ୍ରଦେଶରେ ପ୍ରତିଦିନ ନୂଆ ମାମଲା ଆସୁଛି। ମଥୁରା ଏବଂ କାଶୀଙ୍କ ପରେ ବର୍ତ୍ତମାନ ବନ୍ଦାୟୁର ଜାମା ମସଜିଦ ମାଲିକାନା ପାଇଁ କୋର୍ଟରେ ଏକ ମକଦ୍ଦମା ଦାୟର କରାଯାଇଛି। ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ଫଷ୍ଟରେ ଏକ ମକଦ୍ଦମା ଦାୟର କରାଯାଇଛି। ଜାମା ମସଜିଦକୁ ନୀଳକଣ୍ଠ ମହାଦେବ ମନ୍ଦିର ବୋଲି ବର୍ଣ୍ଣନା କରାଯାଇଛି, ଯାହାର ପ୍ରମାଣ ମଧ୍ୟ କୋର୍ଟରେ ଉପସ୍ଥାପିତ ହୋଇଛି। ଏହି ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ଭାବରେ କୋର୍ଟ ବର୍ତ୍ତମାନ ସେପ୍ଟେମ୍ବର ୧୫ ତାରିଖ ଦେଇଛନ୍ତି। ସୂଚନାନୁସାରେ, ସଦର କୋତୱାଲୀ ଅଞ୍ଚଳର ମୋହଲ୍ଲା ସୋଥାର ଜାମା ମସଜିଦକୁ ନୀଲକଣ୍ଠ ମହାଦେବଙ୍କ ମନ୍ଦିର ବୋଲି ଦାବି କରାଯାଇଛି। ଏ ସମ୍ପର୍କରେ ସିଭିଲ ଜଜଙ୍କ ନିକଟରେ ଏକ ମକଦ୍ଦମା ଦାୟର କରାଯାଇଛି। ହିନ୍ଦୁ ମହାସଭାର ରାଜ୍ୟ ସଂଯୋଜକ ମୁକେଶ ପଟେଲଙ୍କ ଦ୍ଦ୍ଵାରା ଏହି ମକଦ୍ଦମା ଦାୟର କରାଯାଇଛି। ପଟେଲଙ୍କ ପକ୍ଷରୁ କୋର୍ଟରେ ଅନେକ ପ୍ରମାଣ ପ୍ରଦାନ…
ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାୱେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଜିମ୍ବାୱେ ଟାଉନ୍ସଭିଲର ରିଭରୱେ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ୩ ୱିକେଟରେ ପରାସ୍ତ କରିଛି। ଜିମ୍ବାୱେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି। ଏଠାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମାତ୍ର ୧୪୧ ରନ୍ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାୱେ ୩୯ ଓଭରରେ ୭ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଅଷ୍ଟ୍ରେଲିଆର ଏହି ଗ୍ରାଉଣ୍ଡରେ ଜିମ୍ବାୱେ ଅଧିନାୟକ ରେଗିସ୍ ଚକାବାୱା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରେଗିସ୍ ଙ୍କ ଏହି ନିଷ୍ପତ୍ତି ତାଙ୍କ ବୋଲରଙ୍କ ଦ୍ଵାରା ଠିକ୍ ପ୍ରମାଣିତ ହୋଇଥିଲା ଏବଂ ଆରମ୍ଭରୁ ଅଷ୍ଟ୍ରେଲିଆର ୱିକେଟ୍ ପତନ ଘଟିଥିଲା। ଅଷ୍ଟ୍ରେଲିଆ ୯ ରନରେ ପ୍ରଥମ ୱିକେଟ୍ ହରାଇଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପତନ ହୋଇଥିଲା ଏବଂ ୭୨…
ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ ନୋରା ଫତେହିଙ୍କ ସମସ୍ୟା ବଢୁଥିବା ପରି ମନେ ହେଉଛି। ଶୁକ୍ରବାର ଦିନ ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ନୋରା ଫତେହିଙ୍କୁ ଆର୍ଥିକ ଅପରାଧ ଶାଖା ପ୍ରାୟ ୬ ଘଣ୍ଟା ଜେରା କରିଛି। ଏହି ମାମଲାରେ ପଚରାଉଚରା ପାଇଁ ନୋରା ଫତେହିଙ୍କୁ ମନ୍ଦିର ମାର୍ଗରେ ଥିବା ଇକୋନୋମିକ୍ ଅଫେନ୍ସ ୱିଙ୍ଗକୁ ଡକାଯାଇଥିଲା। ଗତକାଲି ସକାଳ ୧୧ ଟାରୁ ୬ ଟା ପର୍ଯ୍ୟନ୍ତ ନୋରା ସେଠାରେ ଉପସ୍ଥିତ ଥିଲେ। ସେ ଏହି ପ୍ରସଙ୍ଗରେ ଇକୋନୋମିକ୍ ଅଫେନ୍ସ ୱିଙ୍ଗର ଅଧିକାରୀଙ୍କ ସାମ୍ନାରେ ନିଜର ବୟାନ ରଖିଛନ୍ତି। ସୂଚନାନୁସାରେ, ଆବଶ୍ୟକ ହେଲେ ନୋରା ଫତେହିଙ୍କୁ ପୁନର୍ବାର ଡକାଯାଇପାରେ। ସୁକେଶ ଚନ୍ଦ୍ରଶେଖରଙ୍କ ସହ ହୋଇଥିବା ସମ୍ପର୍କର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଭୋଗିବାକୁ ପଡିଛି। ପ୍ରାୟ ୨୦୦ କୋଟି ଟଙ୍କା ଚୋରି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କରାଯାଇଛି। ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀନା…
ପାଟନା: ଆଜି ଠାରୁ ବିହାରରେ ଶାସକ ଜନତା ଦଳ-ୟୁନାଇଟେଡ (ଜେଡିୟୁ) ର ଦୁଇ ଦିନିଆ ବୈଠକ ଆରମ୍ଭ ହେଉଛି। ଏଥିରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ସାମୂହିକ ଭାବେ ମୁକାବିଲା କରିବା ବ୍ୟତୀତ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ଜେଡିୟୁ ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ତଥା ରାଷ୍ଟ୍ରୀୟ ପରିଷଦର ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ହେବା କଥା ଚର୍ଚ୍ଚା ଜୋର ଧରିଛି। ସଭା ସ୍ଥଳରେ ଦଳ ଦ୍ୱାରା ରଖାଯାଇଥିବା ହୋର୍ଡିଂ ସ୍ଲୋଗାନଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନୀତୀଶଙ୍କୁ ସାମ୍ନା କରିବାକୁ ସୂଚିତ କରିଛନ୍ତି। ତେବେ ସେ ସିଧାସଳଖ ବିଜେପି ନେତାଙ୍କ ବିଷୟରେ ଉଲ୍ଲେଖ କରିନାହାଁନ୍ତି। ସୂଚନାଯୋଗ୍ୟ ଯେ ବିହାରର ସହଯୋଗୀ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ବ୍ୟତୀତ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ…

