ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ଅଢେଇ ବର୍ଷର ଶିଶୁ କନ୍ୟା

Published: Sep 11, 2022, 11:30 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ ନୂଆଗଡ଼ ଗ୍ରାମର ସୁରେଶ ପଲେଇଙ୍କ ଝିଅ ଶୁଭାଂଶୀ ପଲେଇ ଆଜି ଅପରାହ୍ନରେ ଘର ସାମ୍ନାରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ।  ତେବେ ବହୁ ଖୋଜାଖୋଜି ପରେ ଘର ସମ୍ମୁଖ ପୋଖରୀରୁ ଶୁଭଂଶିଙ୍କ ଶରୀର ଭାସୁଥିବାର ପରିବାରବର୍ଗ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ନେଇଥିଲେ।

ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ନାଭାଲ ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ମେଡିକାଲରେ ପହଞ୍ଚି ଶବ ଜବତ କରି କେସ ନମ୍ବର ୨୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Related posts