ପୁରୀ : ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବା ତଥା ମହୋଦଧିରେ ସୁରକ୍ଷିତ ସ୍ନାନ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ପୁରୀରେ ଆଜିଠାରୁ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ। ସ୍ଵର୍ଣ୍ଣାଭ ବେଳାଭୂମିରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଉତ୍ସବରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାମୁଦ୍ରିକ ଜଳ କ୍ରୀଡାକୁ ନେଇ ରୋମାଞ୍ଚକର ଅନୁଭୂତି ପାଇଥିବା ଲକ୍ଷ କରାଯାଇଅଛି। ପ୍ରାୟ ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଅଛି। ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ଅନ୍ତର୍ଜାତୀୟ ମହୋଦଧି ଦିବସ ପ୍ରଥମ ଥର ପାଇଁ ବେଳାଭୂମିରେ ଆୟୋଜିତ କରାଯାଇଛି। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ମେରାଇନ୍ ସ୍ପୋଟର୍ସ ଏବଂ ବିଚ୍ ସ୍ପୋଟର୍ସ ମାଧ୍ୟମରେ…
Author: Samikhsya Bureau
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ମଙ୍ଗଳବାର ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିବା ମହାନ ଶିକ୍ଷାବିତ୍ ତଥା ହିନ୍ଦୀ ସାହିତ୍ୟିକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ଉପରେ କେନ୍ଦ୍ରୀତ ପୁସ୍ତକ ‘ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରସିଦ୍ଧ ଲେଖକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ମହାନ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଦିଗରେ ସାହିତ୍ୟ ଏକାଡେମୀର ଏହି ପୁସ୍ତକ ଏକ ସାର୍ଥକ ପ୍ରୟାସ ଏବଂ ତାଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ଅଟେ । ଜଣେ ପ୍ରକୃତ ଦେଶଭକ୍ତ, କର୍ମଠ ନେତା ଏବଂ ଜଣେ ପ୍ରଖ୍ୟାତ ବିଦ୍ୱାନ ଭାବରେ ବିଷ୍ଣୁକାନ୍ତ ଶାସ୍ତ୍ରୀ ଭାରତରେ ସାଂସ୍କୃତିକ ଜାତୀୟତାବାଦକୁ ଦିଗଦର୍ଶନ ଦେଇଥିଲେ । ୩୦ ବର୍ଷ ପୂର୍ବେ ଆଦରଣୀୟ ଶାସ୍ତ୍ରୀଜୀଙ୍କ ମାର୍ଗଦର୍ଶନରେ ମୁଁ ଗଣତନ୍ତ୍ରର ମନ୍ଦିର ‘ସଂସଦ’କୁ ଯାଇ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ବୁଝିବାର ସୁଯୋଗ…
ଭୁବନେଶ୍ବର: ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳିତ ହେଉଥିବା ବିଶ୍ବ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟଙ୍କ ମୂଳଭୂତ ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ଯ୍ୟକାରିତା ପୂର୍ବରୁ ସମଗ୍ର ଭାରତ ବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି ବୋଲି କହିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚକ୍ରଧାରୀ ଶରଣ ସିଂ। ଆଜି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ନ୍ୟାୟାଧିଶ ଶ୍ରୀ ଚକ୍ରଧାରୀ ଶରଣ ସିଁ କହିଲେ ଯେ ଅନେକ ଲୋକ ସେମାନଙ୍କ ଅଧିକାର ବିଷୟରେ ଅଜ୍ଞ। ସେମାନଙ୍କୁ ସଚେତନ କରାଇବା ସହିତ ସମାଜରେ ଯେଉଁମାନେ ଅଧିକାର ଚ୍ୟୁତ ହେଉଛନ୍ତି, ସେମାନଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ସମାନ ମଞ୍ଚ ପ୍ରଦାନ କରିବା ଆମର…
ଭୁବନେଶ୍ବର: ଆଜି କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇଆରଆରଆଇ (IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ନେଇ ୫ ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତ ଥିଲେ। ରାଜ୍ୟରେ ପ୍ରାୟ ଅବ୍ୟବହୃତ ପ୍ରାୟ ୧୬ ଲକ୍ଷ ହେକ୍ଟର ଧାନ ପରବର୍ତ୍ତୀ ପଡ଼ିଆ ଜମି ଥିବାବେଳେ ଏହାର ସଦ୍ ବ୍ୟବହାର ଏବଂ ମାଟିର ଉର୍ବରତା ହ୍ରାସକୁ ଦୃଷ୍ଟିରେ ରଖି କୃଷି ବିଭାଗ ୨୦୨୨-୨୩ ବର୍ଷରେ ୭୦ ହଜାର ହେକ୍ଟର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମି ମ୍ୟାନେଜମେଣ୍ଟ (Rice Fallow Management) ଆରମ୍ଭ କରିଥିଲେ। ଧାନ ଫସଲ ପରେ ମାଟିରେ ଥିବା ଆର୍ଦ୍ରତାକୁ ବ୍ୟବହାର କରି…
ଭୁବନେଶ୍ୱର: ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପକ ବନ୍ଦେରକରଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଓଡିଶା ପରିଦର୍ଶନରେ ଆସିଥିବା ଗୋଆର ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳ ଆଜି ପୂର୍ବାହ୍ନରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଧାନସଭା ଗୃହ ପରିଚାଳନା, ପାଠାଗାର, ନେଭା, ଗବେଷଣା ବିଭାଗ ଓ ଅନ୍ୟାନ୍ୟ ବିଭାଗ ବୁଲି ଦେଖିଥିଲେ। ନିଜର ଆଞ୍ଚଳିକ ଓଡ଼ିଆ ଭାଷାରେ ବିଧାନସଭା ପରିଚାଳନା ହେଉଥିବା ଏବଂ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଓ ସ୍ଵକୀୟ ଆଭିଜାତ୍ୟକୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବାର ଦେଖି ସେମାନେ ଆନନ୍ଦ ପ୍ରକାଶ କରିବା ସହ ବାସ୍ତବରେ ଏହି ରାଜ୍ୟରେ ସାଧାରଣ ଲୋକଙ୍କ ସରକାର ଚାଲିଛି ବୋଲି ପ୍ରକାଶ କରିଥିଲେ। ଅପରାହ୍ନରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଗୋଆର ଆଦିମ ଜନଜାତି ଏବଂ ଓଡ଼ିଶାର ଜନଜାତିଙ୍କ ବେଶପୋଷାକ, ଅଳଙ୍କାର, ଜୀବନ-ଜୀବିକାରେ ଅନେକ ସାମଞ୍ଜସ୍ୟ ଥିବା…
ଘାତକ ଭାଇରସ ଗାୟବ: ସାରା ବିଶ୍ବକୁ ଚକିତ କରିବା ପରି ଖବର ଜଣାପଡିଛି। ତାହା ହେଲା ଅଷ୍ଟ୍ରେଲିଆର ଗୋଟିଏ ଲାବରେଟରୀରୁ ଶତାଧିକ ଘାତକ ଭାଇରସ୍ ନମୁନା କୁଆଡେ ଗାୟବ ହୋଇଯାଇଛି। ଏହାକୁ ଖୋଦ କ୍ୟୁନିସଲ୍ୟାଣ୍ଡ ସରକାର ଘୋଷଣା କରିଛନ୍ତି। ଏହାର ତଦନ୍ତ କରିବା ପାଇଁ ସରକାର ଅଷ୍ଟ୍ରେଲିଆର ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା “ପ୍ରମୁଖ ଐତିହାସିକ ଜୀବ ଜାତି ସୁରକ୍ଷା ଅନୁଶାସନ ଉଲ୍ଲଙ୍ଘନ” ଧାରାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରତି ଖବରରେ ଦେଖାଗଲା ଯେ ଅଗଷ୍ଟ 2023ରେ କ୍ୟୁନ୍ସଲ୍ୟାଣ୍ଡ ପବ୍ଲିକ୍ ହେଲ୍ଥ୍ ଭାଇରୋଲଜି ଲାବରେଟରୀରୁ 323 ଟି ଭାଇରସ୍ ନମୁନା—ଯେଉଁଥିରେ ହେନ୍ଦ୍ରା ଭାଇରସ୍, ଲାଇସା ଭାଇରସ୍ ଓ ହାଣ୍ଟାଭାଇରସ୍ ଥିଲା ତାହା କୁଆଡେ ଗାୟବ ହୋଇଯାଇଛି। ହେନ୍ଦ୍ରା ଏକ ଜୁନୋଟିକ୍ ବା ପ୍ରାଣୀରୁ ମାନବ ଦେହକୁ ଆସିଥିବା ଭାଇରସ୍, ଯାହା କେବଳ ଅଷ୍ଟ୍ରେଲିଆରେ ମିଳିଥାଏ ତାହା କୁଆଡେ ମିଳୁ ନାହିଁ। ସେହିପରି ହାଣ୍ଟାଭାଇରସ୍ ଏକ ଭାଇରସ୍ ପରିବାର,…
ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ର ନବେରୁ ଉର୍ଦ୍ଧ ସରପଞ୍ଚ, ଓ ପଂଚାୟତ ପ୍ରତିନିଧି ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟମାନେ ମଧ୍ୟ ସାମିଲ ଥିଲେ। ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା କଲ୍ୟାଣ କାର୍ଯ୍ୟକ୍ରମ ର ସୁଫଳ ଲୋକଙ୍କ ପାଖରେ ଠିକ ଭାବରେ ପହଁଚୁଛି କି ନାହିଁ ତା ଉପରେ ଦୃଷ୍ଟି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।ଏହା ସହିତ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ। ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ର ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ…
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଛାତ ଭୁଷୁଡି ମୃତ ଓଡିଆ ଯୁବକ ବିପିନ ବିହାରୀ ସ୍ବାଇଁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ ଓମାନର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଡିସେମ୍ବର ୮ ତାରିଖରେ ଏକ ପ୍ରକଳ୍ପରେ କାମ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେହି କୋଠାର ଛାତ ଭୁଷୁଡି ମୃତ୍ୟୁ ବରଣ କରିଥିବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ବିପିନଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ…
ଭୁବନେଶ୍ବର: ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନ ରଖା ଯାଇଥିଲା । ଏହି ଉପସ୍ଥାପନାରେ ଭୁବନେଶ୍ବରର ଜୟଦେବ ବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକ ଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍ଷ୍ଟିଚ୍ୟୁଟ ଅଫ ମାଥମେଟିକ୍ସ ଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ-ରବି ଟକିଜ ନୂତନ ଫ୍ଲାଇ ଓଭର, ଶିଶୁଭବନ-ମାଉସୀମା…
ରାୟଗଡା: ରାୟଗଡା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି- ୨୦୨୪ର ଶୁଭାରମ୍ଭ ହୋଇଛି। ଆଦିବାସୀ ସଂସ୍କୃତିର ପ୍ରତୀକ ଭାବେ ପରିଚିତ ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚଗୁଡା ଗ୍ରାମ ସ୍ଥିତ ପବିତ୍ର ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଯୋଗ ଦେଇଥିବା ବେଳେ ରାୟଗଡା ବିଧାୟକ, ବିଷମକଟକ ବିଧାୟକ, ଗୁଣୁପୁର ବିଧାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲାର ସମସ୍ତ ସମିତି ଅଧକ୍ଷ ଯୋଗ ଦେଇଛନ୍ତି। ଅକ୍ଷର ବ୍ରହ୍ମ ମନ୍ଦିରରୁ ଏକ କଳସ ଶୋଭାଯାତ୍ରା ବାହାରିଥିବା ବେଳେ ସେଥିରେ ହଜାର ହଜାର ଆଦିବାସୀ ପାରମ୍ପରିକ ବାଦ୍ୟ ସହ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସହ ଜିଲ୍ଲାରେ ବ୍ଲକ ସ୍ଥରୀୟ ଚଇତିର ଶୁଭାରମ୍ଭ ହୋଇଛି ଓ ଆସନ୍ତା 26 ତାରିଖରେ ଜିସିଡ଼ି ପଡିଆରେ ଜିଲ୍ଲା ସ୍ଥରୀୟ ଚଇତି…
ନୂଆପଡା: ନୂଆପଡ଼ା ଜିଲ୍ଲାରେ ଚାଷୀ ମାନେ ଜିଲ୍ଲା ବିଭିନ୍ନ ପ୍ରଶନ୍ନ ପାଢୀ, ଭୈରବ ସାହୁ, ଭାନୁ ପ୍ରତାପ ସିଂ ମାଝୀ, ସମେତ ଶତାଧିକ ଚାଷୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଦର୍ଲିମୁଣ୍ଡା, ଗୋଡଫୁଲା ଗ୍ରାମ ଠାରେ ଚାଷୀ ମାନେ ରାସ୍ତାରୋକ କରିଥିବା ବେଳେ ବିରୋମାଲ ଚାଷୀ ଜିଲ୍ଲାପାଳ କାର୍ଯ୍ୟକୁ ଘେରାଉ କରିଥିଲେ। ପରେ ସମସ୍ତ ଚାଷୀ ଏକତ୍ର ହୋଇ ଏକତା ଛକ ଠାରେ ୩୫୩ ନମ୍ୱର୍ ଜାତୀୟ ରାଜ୍ୟ ପଥକୁ ଅବରୋଧ କରି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା, ୨୨ ନଭେମ୍ବର ମାସରୁ ଧାନ ମଣ୍ଡି ଖୋଲିଥିବା ବେଳେ ଧାନ ଉଠାଣ କିମ୍ବା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉ ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଆନ୍ଦୋଳନ ସ୍ଥଳକୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପହଞ୍ଚି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଅଛି।
ଭୁବନେଶ୍ୱର: ଅର୍ଥନୀତି ବିଜ୍ଞାନରେ “ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ପରୀକ୍ଷାମୂଳକ ଆଭିମୁଖ୍ୟ” ଉପରେ କାର୍ଯ୍ୟ କରି ସମ୍ମାନଜନକ ନୋବେଲ ପୁରସ୍କାର ପାଇଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ମାଇକେଲ କ୍ରେମର୍ ଓଡ଼ିଶା ଗସ୍ତରେ ଆସି ଆଜି ଲୋକସେବା ଭବନରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ତାଙ୍କର ଗବେଷଣା ଏବଂ ପ୍ରୟୋଗାତ୍ମକ ଉପଲବ୍ଧି ଆଧାରରେ “ପରୀକ୍ଷାମୂଳକ ପଦ୍ଧତି, ଅଭିନବତ୍ୱ ଏବଂ ଅର୍ଥନୀତି” ଶୀର୍ଷକ ଏକ ଉପାଦେୟ ବକ୍ତୃତା ଉପସ୍ଥାପନ କରିଥିଲେ। ୨୦୧୯ ରେ ଅର୍ଥନୀତି ବିଜ୍ଞାନରେ ଏଷ୍ଟର ଡୁଫ୍ଲୋ ଏବଂ ଅଭିଜିତ୍ ବାନାର୍ଜୀଙ୍କ ସହିତ ନୋବେଲ ପୁରସ୍କାର ଯୁଗ୍ମ ବିଜେତା ହୋଇଥିବା ମାଇକେଲ କ୍ରେମର୍ ଅଧୁନା ଚିକାଗୋ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଡେଭଲପମେଣ୍ଟ ଇନୋଭେସନ ଲ୍ୟାବର ନିର୍ଦ୍ଦେଶନା ଦେଉଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ…
ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ବିଜେପି। ଆଜି ଏ ନେଇ ଦଳ ତରଫରୁ ଘୋଷଣା କରାଯିବା ପରେ ସୁଜିତ ନାମାଙ୍କନ ଦାଖଲ କରିଛନ୍ତି। ସେ ପୂର୍ବହ୍ନରେ ବିଧାନସଭା ଯାଇ ସେଠାରେ ମନ୍ତ୍ରୀ ବିଧାୟକଙ୍କ ସହିତ ନାମାଙ୍କନ ଦାଖଲ କରିଛନ୍ତି। ସୁଜିତ କୁମାର ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ହେଲେ ସେ ରାଜ୍ୟସଭା ତଥା ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ସେତେବେଳେ ମଧ୍ୟ ଜଣାପଡିଥିଲା ଯେ, ମମତା ମହନ୍ତଙ୍କ ପରି ସୁଜିତଙ୍କୁ ମଧ୍ୟ ରାଜ୍ୟସଭାକୁ ବିଜେପି ପଠାଇବ। ଯାହା ଆଜି ସ୍ପଷ୍ଟ ହୋଇଛି। ଆଜିର ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଭାପତି ମନମୋହନ ସାମଲ ଏବଂ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶାର ଗୋଟିଏ ରାଜ୍ୟସଭା ପଦବୀ ପାଇଁ ଆଜି ଥିଲା ନାମାଙ୍କନ ଦାଖଲର ଶେଷ ତାରିଖ।…
ଭୁବନେଶ୍ବର: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଡଙ୍ଗର ପାହାଡ ଓ ଜଙ୍ଗଲର ଶାନ୍ତ ସବୁଜ ପରିବେଶକୁ ଦେଖିଲେ ସ୍ୱର୍ଗୀୟ ସୁଖ ଅନୁଭବ ହୋଇଥାଏ। ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ନିଜସ୍ୱ ସଂସ୍କୃତି ଓ ଜନଜାତି ଜୀବନଧାରା ଓଡିଶାର ସାଂସ୍କୃତିକ ଚିତ୍ରପଟ୍ଟକୁ ଗରିମାମୟ କରିଛି। ଜନଜାତି ସଂପ୍ରଦାୟଙ୍କ କଳା, ସଂସ୍କୃତି ଓ ପରମ୍ପରା ଭିତରେ ଲୁଚି ରହିଥିବା ବାସ୍ତବତାକୁ ଲୋକଲୋଚନକୁ ଆଣୁଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ‘ମଣ୍ଡେଇ ୨୦୨୪’ ଉଦ୍ଯାପନୀ ଉତ୍ସବରେ ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ୪୬୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୨୬୧ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ନବରଙ୍ଗପୁର ହିର୍ଲି ମଣ୍ଡେଇ ପଡିଆରେ ତିନି ଦିନ ଧରି ଆୟୋଜିତ…
ଭୁବନେଶ୍ବର: ଶେଷରେ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ବର୍ଡର ସିକ୍ୟୁରିଟ ଫୋର୍ସର ଆଇଜି ଭାବେ କାର୍ଯ୍ୟ କରିବେ। ଏ ନେଇ ବିଧିବଧ ଭାବେ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟକୁ ଚିଠି କରାଯାଇଛି। ଏଥିରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ରିଲିଭ କରିବା ପାଇଁ କୁହାଯାଇଛି। ଗତ ନିର୍ବାଚନରେ ଡି ଏସ କୁଟ୍ଟେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରେ ତାଙ୍କର ନିଲମ୍ବନ ହଟାଇ ରାଜ୍ୟ ସରକାରଙ୍କ ଓଏସଡି ଭାବେ ବସେଇ ଦିଆଯାଇଥିଲା। ତାଙ୍କୁ କୌଣସି ପଦବୀରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା। ତାଙ୍କର ଭବିଷ୍ୟତ କଣ ହେବ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକଟ କରାଯାଇଥିଲା। ହେଲେ ଶେଷରେ କେନ୍ଦ୍ର ସରକାର ତାଙ୍କୁ ନିଜ ଅଧିନକୁ ନେବା ସହିତ ଗୁରୁତ୍ବ ପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି।
ବରଗଡ: ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି ‘ଚାଷୀଙ୍କ ସରକାର’। ବରଗଡର ସୋହେଲାରେ ଉତ୍ସବର ସମାବେଶ। ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ। ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ। ଏହି ଅବସରରେ…
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ମଣ୍ଡେଇ-୨୦୨୪ ମହାସମାରୋହରେ ଉଦଘାଟିତ ହୋଇଛି। ଏହି ପାଞ୍ଚ ଦିନିଆ ମହୋତ୍ସବରେ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଜନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ମଜିବୁଲ୍ଲା ଖାନ, ବିଧାୟକ ମନୋହର ରନ୍ଧାରୀ ବିଧାୟକ, ଗୌରୀଶଙ୍କର ମାଝୀ, ବିଧାୟକ ନରସିଂହ ଭତରା ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନ ରେ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ବାହାରିଥିଲା। ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମଣ୍ଡେଇ ପଡିଆ ଅଭିମୁଖେ ବାହାରିଥିଲା। ପାରମ୍ପରିକ ନୃତ୍ୟ ଗୀତ ସହ ବେଶ ଭୁଷା…
ଭୁବନେଶ୍ବର: ଦେଶରେ ମୋଟ 85ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏ ନେଇ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି। ସେଥିମଧ୍ୟରୁ ଓଡିଶାରେ ମୋଟ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିଛି। ସେଗୁଡିକ ହେଲା ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗିର ପଟଣାଗଡ଼, ଜିଲ୍ଲା ବଲାଙ୍ଗିର ଆଇଟିବିପି ଖୋର୍ଦ୍ଧା, ଜିଲ୍ଲା ଖୋର୍ଦ୍ଧା ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ କୁଚିନ୍ଦା, ଜିଲ୍ଲା ସମ୍ବଲପୁର ଢେଙ୍କାନାଳ (କାମାକ୍ଷାନଗର) ଜୟପୁର, କୋରାପୁଟ ଜିଲ୍ଲା ତାଳଚେର, ଜିଲ୍ଲା ଅନୁଗୁଳ
ଭୁବନେଶ୍ବର: ଶେଷରେ ବେଦାନ୍ତର ମନମୁଖୀ ପାଉଁଶ ପରିବହନକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ। ବେଦାନ୍ତ କଂପାନୀ ବେଆଇନି ଭାବେ ପାଉଁଶ ଫିଙ୍ଗିଥିବା ବେଳେ ସରକାର କାହିଁକି ଆଖିବୁଜି ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏପରିକି ସରକାରଙ୍କ ବେଦାନ୍ତ ପ୍ରତି ଏପରି ଦୟା କାହିଁକି ବୋଲି କଂଗ୍ରେସ ଗୃହରେ ପ୍ରକାଶ କରିଛି। ଓଡିଶା ବିଧାନସଭାର ଶୀତକାଳିନ ଅଧିବେସନର ସପ୍ତମ ଦିନରେ ଏହି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା। ସେ କହିଛନ୍ତି ଯେ, ବେଦାନ୍ତର ଝାରସୁଗୁଡା କଂପାନୀ ମନଇଚ୍ଛା ପାଉଁଶ ବିଭିନ୍ନ ଚଳପ୍ରଚଳ ସ୍ଥାନରେ ପକାଉଛି। ଏପରିକି ଝାରସୁଗୁଡା ଜଙ୍ଗଲ ଭିତରେ ପାଉଁଶର ପାହଡ ସୃଷ୍ଟି କରିଛି। ଏ କଥା ସରକାର ଜାଣିଥିଲେ ମଧ୍ୟ କାହିଁକି ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବେଦାନ୍ତର ଏପରି ପାଉଁଶ ପରିଚାଳନା ନେଇ ପ୍ରଦୂଷଣ ବୋର୍ଡ ତାଙ୍କୁ ଜରିମାନା ମଧ୍ୟ କରିଛି। ହେଲେ…
ଭୁବନେଶ୍ବର: ପୁଚିକି ଗାଲି, ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ….ଗୀତଟି ନବେ ଦଶକରେ ବେଶ ହିଟ ହୋଇଥିଲା। ସୁନା ପଂଜୁରୀ ଚଳଚିତ୍ରର ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜିଙ୍କ ଅଭିନିତ ଏହି ଗୀତଟି ବେଶ ଲୋକପ୍ରିୟ। ତେବେ ନବେ ଦଶକର ଏହି ଚଳଚିତ୍ରର ଗୀତଟି ଏବେ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ତାହା କୌଣସି ଚଳଚିତ୍ର ସଂପର୍କିତ ନୁହେଁ। ବରଂ ସିଦ୍ଧାନ୍ତ ମହାପାତ୍ର ଏହି ଗୀତଟି ବିଜେପି ବିଧାୟକଙ୍କ ଆଗରେ ବୋଲିବା ନେଇ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ଏହି ଭିଡିଓ… ପୁରୀରେ ଅନୁଷ୍ଠିତ ହୋଇଥିବା ନୌସେନା ଦିବସରେ ବିଧାୟକମାନେ ଯିବା ପାଇଁ ଏକ ବସର ବ୍ୟବସ୍ଥା କରାଯାଇଥିଲା। ଏହି ବସରେ କେବଳ ବିଜେପି ବିଧାୟକମାନେ ଯାଇଥିଲେ। ସେମାନେ ରାସ୍ତାରେ ଯିବା ବେଳେ ବେଶ ମଜା କରିଥିଲେ। ନିଜ ସିଟରୁ ଉଠି ଆସି ସିଦ୍ଧାନ୍ତ ନିଜର ଲୋକପ୍ରିୟ ଗୀତ ପୁଚିକି ଗାଲି ବୋଲି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସିଦ୍ଧାନ୍ତଙ୍କ ଗୀତରେ ତାଳ…
ଭୁବନେଶ୍ବର: ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ। ଆଜି ସନ୍ଧ୍ୟାରେ ମୁମ୍ବାଇ ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ତେବେ ଏହି ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଗସ୍ତ କରିଛନ୍ତି। ସେ ଆଜି ସକାଳ 10 ଟା 20 ରେ ଭୁବନେଶ୍ବର ଛାଡିଛନ୍ତି। ସେଠାରେ ସେ ଏହି ଉତ୍ସବରେ ଯୋଗ ଦେବା ପରେ ଆସନ୍ତାକାଲି ସକାଳ 10 ଟା 20 ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ।

