Author: Samikhsya Bureau

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭାରତ ଏକ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଯେଉଁଥିରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି ବୋଲି ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ଏହି ସଂଖ୍ୟା ପରିକଳ୍ପିତ – ଶକ୍ତିର ପ୍ରମାଣ ଦେଇଥାଏ । ଏହା ଏମିତି ଏକ ପରିକଳ୍ପନା, ଯାହା ନବସୃଜନ ଏବଂ ଉଦ୍ୟମିତା ଆଧାରିତ ବିକାଶ ସମ୍ପର୍କିତ ଅଟେ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ । ଉଦ୍ୟୋଗ ଏବଂ ଆନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ୭୫ ହଜାରରୁ ଅଧିକ  ଷ୍ଟାର୍ଟ – ଅପ୍‌ସକୁ ମାନ୍ୟତା ପ୍ରଦାନ କରିଛି, ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ୍ ଖୁଂଟ ଅଟେ । ଭାରତ ଯେତେବେଳେ ଆଜାଦୀ / ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ…

Read More

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତର ତୃତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ସେ ସେଠାରେ ବିଭିନ୍ନ ପ୍ରକଳ୍ପ ସହ ଜିଲ୍ଲାର ଝିରଡ଼ାପାଲିଠାରେ ନିର୍ମାଣାଧୀନ ଭାରୀ ମୋଟର ଯାନ ଡ୍ରାଇଭିଂ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ । ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନ ଅର୍ଥ ୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏନ୍‌ବିସିସି ଦ୍ୱାରା କରାଯାଉଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ତିନିମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି । ଏହା କାର୍ଯ୍ୟକ୍ଷମ ହେଲେ ଭାରୀ ମୋଟର ଯାନ ଚାଳନା ଦକ୍ଷତା ତାଲିମ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବ । ଶ୍ରୀ ତ୍ରିପାଠୀ ବଣାଇ ବ୍ଲକ୍‌ର ବଇଦପାଲିସ୍ଥିତ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ୫-‘ଟି’…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ (ୟୁଏନ୍‌ଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର‌୍ୟ୍ୟସୂଚୀ ଓ ଉପଲବ୍ଧି (ଏନ୍‌ଡିସି)କୁ ଅନୁମୋଦନ କରାଯାଇଛି। ଏହି ଅଦ୍ୟତନ(ଅପଡେଟେଡ୍‌) ଏନ୍‌ଡିସିରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି। ଭାରତର ଏହି କାର‌୍ୟ୍ୟାନୁଷ୍ଠାନ ଦେଶର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ। ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି। ୟୁଏନ୍‌ଏଫ୍‌ସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ; ତେବେ ଏ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦେବ। ଜାତିସଂଘ ମାର୍ଫତରେ ବିଶ୍ୱ…

Read More

ଟାଙ୍ଗୀ, (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଶୌଚ ହେବାକୁ ଯାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ଛାତ୍ର। ସୂଚନା ମୁତାବକ ଟାଙ୍ଗୀ ଥାନା ପାରିଓରଡ ଗ୍ରାମରେ ବାସ କରୁଥିବା ପ୍ରଦୀପ କୁମାର ଶାସମଲଙ୍କ ପୁତ୍ର ଆଶିଷ କୁମାର ଶାସମଲ(୧୪), ନବମ ଶ୍ରେଣୀରେ ପଢୁଥିଲେ। ତେବେ ଆଜି ଅପରାହ୍ନରେ ଆଶିଷ ନିଜ ଗ୍ରାମରେ ଘରୋଇ ଟ୍ୟୁସନ ପାଇଁ ଯାଇଥିବା ବେଳେ ଶୌଚ ପାଇଁ ସାଙ୍ଗମାନଙ୍କ ସହ ନିକଟସ୍ଥ କୁସୁମୀ ନଦୀକୁ ଯାଇଥିଲେ। ନଦୀ ଜଳରେ ଶୌଚ ହେବା ସମୟରେ ହଠାତ ଆଶିଷ ନଦୀର ଗଭୀର ଜଳରେ ଭାସିଯାଇଥିଲେ ଏବଂ ହୁଳହୁଳା ଗଣ୍ଡରେ ବୁଡ଼ି ଯାଇଥିଲେ। ଅନ୍ୟ ଛାତ୍ରମାନେ ଗ୍ରାମବାସୀଙ୍କୁ ଏ ନେଇ ଖବର ଦେବା ପରେ ଗ୍ରାମବାସୀ ଦିର୍ଘ ସମୟ ଧରି ହୁଳୁହୁଳା ଗଣ୍ଡରେ ଖୋଜିବାପରେ ଆଶିଷଙ୍କୁ ଠାବ କରିଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ…

Read More

କଟକ : କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ଏକ ଲୁଟ ଘଟଣାର ପର୍ଦାଫାଶ କରିଛି ପୋଲିସ । ସୂଚନା ମୁତାବକ ମାହାଙ୍ଗା ଥାନା ଝାଡ଼େଶ୍ୱରପୁର ଗ୍ରାମର ସୁକାନ୍ତ ଦାସ ଜୁଲାଇ ୨୫ ତାରିଖ ଦିନ ଘରେ ଅନୁପସ୍ଥିତ ଥିବା ବେଳେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଇଥିଲା । ଏ ନେଇ ସୁକାନ୍ତ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ କେଶ ନମ୍ବର ୧୯୧/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଇଆଇସି ବିଜୟ ମଲ୍ଲିକ ଉକ୍ତ ଚୋରି ଘଟଣାକୁ ଗୁରୁତର ସହ ନେଇଥିଲେ ଏବଂ ପରିଶେଷରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ଝାଡ଼େଶ୍ୱରପୁର ଗ୍ରାମର ରାକେଶ କୁମାର ନାୟକ (୨୦) । ରାକେଶ ନିୟମିତ ଭାବେ ସୁକାନ୍ତ ଙ୍କ ଘରେ ଯିବା ଆସିବା କରୁଥିଲେ ଏବଂ ଉକ୍ତ ଦିନ ସୁକାନ୍ତଙ୍କ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଟଣୀ ଥାନା ତିରୁମଲା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ବେଆଇନ ମଦ ଭାଟି ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ୨ ହଜାର ୨୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୧୩୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜେସ, ଏଏସଆଇ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ରଘୁନାଥପୁର ଗ୍ରାମରେ ଘଟିଥିବା ରଙ୍କନାଥ ସାହୁଙ୍କ ହତ୍ୟା ଘଟଣାରେ ଆଜି 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଏସପି ଉକ୍ତ ହତ୍ୟା ଘଟଣାକୁ ଗୁରୁତର ସହ ନେଇଥିଲେ ଏବଂ ତାଙ୍କ ନିର୍ଦେଶକ୍ରମେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ବାଲୁଗାଁ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର ଏକାଧିକ ଟିମ ନିରନ୍ତର ଚଢ଼ାଉ ଜାରି ରଖି ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରଘୁନାଥପୁର ଗ୍ରାମର ପଦ୍ମଚରଣ ରାଉତ(୬୫),ପ୍ରଭାତ କୁମାର ରାଉତ(୫୩),କାଳୁ ଚରଣ ରାଉତ(୩୭), ନବୀନ ରାଉତ(୨୮) ଏବଂ ରାଜକିଶୋର ରାଉତ(୫୫) । ତେବେ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଦ୍ୟାବଧି ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।

Read More

ଭୁବନେଶ୍ୱର : ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିôବା ଘୋଷଣା କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ ତାଙ୍କର ଏହି ସଫଳତା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ପ୍ରଫେସର ନାୟକ ଶ୍ରୀ ଦେଓଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସହଯୋଗରେ ସୋଆ ଓଡ଼ିଆ ସିନେମା ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରଖିଛି ବୋଲି କହିଛନ୍ତି…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ନିମ୍ନଲିଖିତ ଅଫିସରମାନଙ୍କର ଅଦବଦଳ ହୋଇଛି 1- ବିଷ୍ଣୁପଦ ସେଠୀ- ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି । ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । 2- ଅରବିନ୍ଦ ପାଢୀ-  କୃଷି ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ସେ ଡେପୁଟେସନରୁ ଫେରିଲେ ଏହି ବିଭାଗରେ ଯୋଗ ଦେବେ। 3- ସଞ୍ଜୟ କୁମାର ସିଂହ- ଗ୍ରାମ୍ୟଉନ୍ନୟନ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବା ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ବିଡିଏ ଏବଂ ସ୍ମାର୍ଟ ସିଟି ଦାୟିତ୍ବରେ ମଧ୍ୟ ରହିବେ। ସଂଜୟ ସିଂ ଯୋଗଦେବା…

Read More

ଭୁବନେଶ୍ବର: ଯୌନ ଶୋଷଣ, ଗଣଦୁଷ୍କର୍ମ, ବାଧ୍ୟତାମୂଳକ ଶ୍ରମ, ବାଧ୍ୟତାମୂଳକ ବିବାହ, ଘରୋଇ ସେବା, ପୋଷ୍ୟ ସନ୍ତାନ, ଭିକ୍ଷା, ଅଙ୍ଗ ପ୍ରତିରୋପଣ, ଡ୍ରଗ୍ସ କାରବାର ପାଇଁ ମାନବ ଚାଲାଣ ଏକ ସଂଗଠିତ ଅପରାଧ ଏବଂ ମାନବିକ ଅଧିକାରର ଘୃଣ୍ୟ ଉଲ୍ଲଂଘନ। ଦେଶର ପ୍ରମୁଖ ପରିବହନ ନେଟୱାର୍କ ଭାରତୀୟ ରେଳବାଇ ମାନବ ଚାଲାଣକାରୀଙ୍କ ଦ୍ୱାରା ଉତ୍ପତି ଅଞ୍ଚଳରୁ ଗନ୍ତବ୍ୟ ସ୍ଥଳକୁ ପୀଡିତଙ୍କ ପରିବହନ ପାଇଁ ବ୍ୟବହୃତ ହେଉଛି। କମାଣ୍ଡ ଏବଂ କଣ୍ଟ୍ରୋଲର ଏକ ଏକୀଭୂତ ସଂରଚନା ଅଧୀନରେ ଆରପିଏଫ୍ ଏକ ପ୍ୟାନ୍ ଇଣ୍ଡିଆ ପାଖରେ ପହଞ୍ଚିଛି। ବର୍ଷ ବର୍ଷ ଧରି, ଯାତ୍ରୀମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଆରପିଏଫ୍ ଏକ ଦକ୍ଷ ପ୍ରତିକ୍ରିୟା ପ୍ରଣାଳୀ ପ୍ରସ୍ତୁତ କରିଛି। ଗତ 5 ବର୍ଷ ମଧ୍ୟରେ (2017, 2018, 2019, 2020 ଏବଂ 2021), ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା 65 ହଜାରରୁ ଅଧିକ ନାବାଳକ/ବାଳିକା, ବହୁ ମହିଳା ଏବଂ ପୁରୁଷଙ୍କୁ ଆରପିଏଫ୍ ଉଦ୍ଧାର…

Read More

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ଅବସରରେ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଶ୍ରୀ ଆରୁଖ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ଓଡ଼ିଶାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ। ଏଥି ସହିତ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାଙ୍କ ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ କରି ଶୁଭେଚ୍ଛା ଓ ସହଯୋଗର ହାତ ବଢ଼ାଇଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ସହ…

Read More

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୦ ଘଟିକା ସମୟରେ “ରାଜଭବନ ଘେରାଉ” କରାଯିବ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଛେଦିନ”ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ “ଅଛେଦିନ” ପରିବର୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି।…

Read More

ଭୁବନେଶ୍ୱର: ଲୋକାୟୁକ୍ତ,ଓଡିଶାଙ୍କ ଠାରେ କରାଯାଉଥିବା ଅଭିଯୋଗ ଫର୍ମ‘କ’ (Form-A) ରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ଜନସାଧାରଣ ଯେପରି ସହଜରେ ଅଭିଯୋଗ ଦାଖଲ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଓଡିଶା ଲୋକାୟୁକ୍ତ (ଅଭିଯୋଗ ଦାଖଲ ପଦ୍ଧତି) ସଂଶୋଧନ ଅଧିନିୟମ, ୨୦୨୨ ବା Odisha Lokayukta (Procedure of filing Complaint) Amendment Rules,2022) ଦ୍ୱାରା ପୂର୍ବରୁ ବ୍ୟବହୃତ ଫର୍ମରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ଫର୍ମାଟ୍ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ,ଓଡିଶା ଓ୍ୱେବ୍ ସାଇଟ୍ www.lokayukta.odisha.gov.in ରେ ଅପଲୋଡ୍ କରାଯାଇଥିବା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Read More

ନୂଆଦିଲ୍ଲୀ: ଆସନ୍ତା 2024 ମସିହା ସୁଦ୍ଧା ଆମେରିକା ଭଳି ଭାରତର ସଡକ ଭିତ୍ତିଭୂମି ହେବ।  ସଡକ ଭିତ୍ତିଭୂମି ସୃଷ୍ଟି ପାଇଁ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା 26 ଟି ସବୁଜ ରାଜପଥ ନିର୍ମାଣ କରାଯାଉଛି। ଫଳରେ ସେଗୁଡିକ ଠିକ୍ ଆମେରିକାର ରୋଡ ପରି ଦେଖାଯିବ। ଆଜି ପ୍ରଶ୍ନକାଳ ସମୟରେ ରାଜ୍ୟସଭାରେ ଏହି  ଜବାବ ଦେଇଛନ୍ତି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ସେ କହିଛନ୍ତି ଯେ ସବୁଜ ରାଜପଥ ଦିଲ୍ଲୀକୁ ଜୟପୁର, ଚଣ୍ଡିଗଡ଼, ହରିଦ୍ୱାର, ଅମୃତସର, ମୁମ୍ବାଇ, କତ୍ରା, ଶ୍ରୀନଗର ଏବଂ ବାରାଣାସୀ ସହିତ କୋଲକାତା ସହ ସଂଯୋଗ କରିବ। ସେ କହିଛନ୍ତି, ସବୁଜ ରାଜପଥ ନିର୍ମାଣ ପରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଦେଶରେ ସଡକ ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।

Read More

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଏକ ବଡ଼ ଡକାୟତିର ପର୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଜୁଲାଇ ୧୨ ତାରିଖ ମଧ୍ୟରାତ୍ରିରେ ବେଗୁନିଆ ଗ୍ରାମ ନିଶାମଣି ସେଠିଙ୍କ ଘରେ ତିନି ଜଣ ଦୁର୍ବୁତ୍ତ ଜୋର ଜବରଦସ୍ତ ପଶି ନିଶାମଣିଙ୍କ ମୁହଁରେ ଟେପ ଲଗାଇ, ହାତ ବାନ୍ଧି ଘରୁ ବହୁ ସୁନା ଓ ରୁପା ଅଳଙ୍କାର, ମୋବଇଲ ଓ ଲାପଟପ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ନିଶାମଣି ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେଶ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା କି କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ ଅନ୍ଧାରୁଆ ଗ୍ରାମର ସବିତା ସେଠି ନାମକ ମହିଳା ଯିଏ ପୁର୍ବରୁ ନିଶାମଣିଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ ସେ ହିଁ ଉକ୍ତ ଡକାୟତିର ମାଷ୍ଟରମାଇଣ୍ଡ। ସବିତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ…

Read More

ରେଢାଖୋଲ, ( କନ୍ଦର୍ପ ବେହେରା) :  ନାକଟିଦେଉଳ ବ୍ଲକ ଅନ୍ତର୍ଗତ କୁଡାନାଳୀ ଗ୍ରାମର ଭାଇଭଉଣୀ, ଆୟୁଷ ରଞ୍ଜନ ରାଉତ ଓ ଆଦ୍ୟାଶା ପ୍ରିୟଦର୍ଶିନୀ ରାଉତ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ତାଙ୍କର ବିଜୟ ପାଇଁ ଏକ ଅଭିନନ୍ଦନ କାର୍ଡ଼ ସହ ଭାରତର ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ ଏକ ଆବେଗ ପୂର୍ଣ୍ଣ ପତ୍ର ମଧ୍ୟ ପଠାଇଛନ୍ତି। ଅଭିନନ୍ଦନ କାର୍ଡ଼ ରେ”ଓଡ଼ିଶାର ଝିଅ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ” ବାର୍ତା ଇଂରାଜୀ ରେ ଲେଖିଥିବା ବେଳେ ଚିଠି କୁ ଓଡ଼ିଆ ରେ ଲେଖିଛନ୍ତି। ଉକ୍ତ ଚିଠିରେ ସେମାନେ ଦର୍ଶାଇଛନ୍ତି ଯେ ,ଭାରତରେ ବହୁ ଜାଗାରେ ଗରିବ ଅବହେଳିତ ପିଲାମାନେ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏପରିକି ଖାଇବା କୁ ମୁଠାଏ ମଧ୍ୟ ପାଇ ପାରୁନାହାନ୍ତି। ଯଦ୍ୱାରା କି ବିଲକୁଲ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି ଅଥବା ଅଧାରୁ ପାଠ ଛାଡ଼ି ଶ୍ରମିକ ଭାବେ କାମ…

Read More

ଭୁବନେଶ୍ବର: ବୈଷୟିକ ଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏକ ଘୋଷଣା। ତାହା ହେଲା ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବା ଆଇଟିଆଇ (ITI) ଖୋଲାଯିବ। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପୁଳ ଓ ଅତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ। ସେହିପରି ବଲାଙ୍ଗୀରର ପାଟଣାଗଡ ଠାରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ ଗୋଟି ଟ୍ରେଡରେ ୨୪୦ ଜଣ ପିଲା ଶିଳ୍ପ…

Read More

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଓଡିଶାର ୨୪ ଜଣ ବିଧାୟକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଏହି ଦଳ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଆଜି ସେମାନେ ୧୦ଟା ୪୫ ରେ ସାକ୍ଷାତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କୁ ଦେଖି ବିଧାୟକଗଣ ବେଶ ଭାବ ବିହ୍ବୋଳ ହୋଇପଡିଥିଲେ। କାରଣ ଓଡିଶାର ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଆସନରେ ବସିବା ଦେଖି ଏମାନେ ବେଶ ଉଲ୍ଲସିତ ହୋଇଥିଲେ। ଏହାପରେ ସମସ୍ତେ ଓଡିଆପେ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଥିଲେ। ରାଷ୍ଟ୍ରପତି ଭବନ ଅଧିକାରୀଙ୍କ ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତେ ରାଷ୍ଟ୍ରପତି ଭବନ ଲନରେ ଏକ ଗ୍ରୁପ ଫଟୋ ମଧ୍ୟ ଉଠାଇଥିଲେ। ଏହି ବିଧାୟକ ଦଳରେ ବାଚସ୍ପତିଙ୍କ ସହିତ ଅର୍ଥମନ୍ତ୍ରୀ ନରଂଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ଦେବୀ ପ୍ରସାଦ ମିଶ୍ର. ତାରା ବାହିନୀପତି, ବିଷ୍ଣୁ ସେଠୀ ପ୍ରମୁଖ…

Read More

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ବା ସିଭିସି ଙ୍କୁ ଶପଥ ପାଠ କରାଇଛନ୍ତି। ସେ ହେଉଛନ୍ତି ଶ୍ରୀ ସୁରେଶ ଏନ ପଟେଲ। ରାଷ୍ଟ୍ରପତି ଭବନରେ ଆଜି ଦିନ ଦଶଟାରେ ଏହି ଶପଥପାଠ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ପଟେଲ ସିଭିସିରେ କାର୍ଯ୍ୟକାରୀ କମିଶନର ଭାବେ କାର୍ଯ୍ୟ କରୁଥିଲେ। ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ସଂଜୟ କୋଠାରୀ ସିଭିସି ଭାବେ ତାଙ୍କର କାର୍ଯ୍ୟକାଳ ପୁରଣ ପରେ ଏହି ପଦବୀ ଏକ ବର୍ଷ ଧରି ଖାଲିଥିଲା। ସେଥିପାଇଁ ଶ୍ରୀ ଏନ ପଟେଲ ଦାୟିତ୍ବରେ ଥିଲେ। ତାଙ୍କର ନିଯୁକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟ ଚୁଡାନ୍ତ କରିବା ପରେ ଘୋଷଣା କରାଯାଇଥିଲା। ଶ୍ରୀ ପଟେଲ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଥିଲେ।

Read More

ନୂଆଦିଲ୍ଲୀ: ସଂସଦରେ ଦେଶରେ ମୃଦ୍ରାସ୍ପିତି ନେଇ ଏକ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦାନୀ ଆମ୍ବାନୀ ନେଇ ଏକ ଖୋଲାସା କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଆମକୁ ବରମ୍ବାର ଆଦାନୀଆମ୍ବାନୀ ସରକାର ବୋଲି ଥଟ୍ଟା କରୁଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ଆମ ସରକାର ଆଦାନୀ ଆମ୍ବାନୀଙ୍କୁ କୌଣସି ଅନୁଗ୍ରହ ଦେଖାଉ ନାହିଁ। ଏହି ଘଟଣା ନେଇ ସେ ଆହୁରି କହିଛନ୍ତି ଯେ, ବରଂ କଂଗ୍ରେସ ସରକାର ଆଦାନୀଙ୍କୁ ଅନୁଗ୍ରହ ଦେଖାଉଛନ୍ତି। ରାଜସ୍ଥାନ ସରକାର ଆଦାନୀ ଗ୍ରୁପ ସହିତ ଅକ୍ଷୟ ଶକ୍ତି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି। ଯେଉଁଦିନ ରାହୁଳ ଗାନ୍ଧୀ ରାଜସ୍ଥାନ ଗସ୍ତ କରିଥିଲେ, ତାପରଦିନ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି। ସେହିପରି ତାମିଲନାଡୁରେ ମଧ୍ୟ କଂଗ୍ରେସ ସହ ମିଳିତ ଶାସନ କରୁଥିବା ସରକାର ଆଦାନୀ ସହିତ ବୁଝାମଣା କରିଛି। ସେଠାରେ ଆଦାନୀ ଏକ ଡାଟା ସେଣ୍ଟର କରିବା ପାଇଁ…

Read More

ଭୁବନେଶ୍ବର: ମିଡିଆକୁ ପ୍ରବଳ ମାତ୍ରାରେ ସମାଲୋଚନା କରିଛନ୍ତି ହାସ୍ୟ ଅଭିନେତା ପପୁ ପମପମ। ସେ କାଷ୍ଟିଂ କାଉଚ ମାମଲାରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ସେ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମିଡିଆ ଯୋଗୁଁ ମୁଁ ନିନ୍ଦିତ ହେଲି। ମିଡିଆ ନ୍ୟୁଜ ଯୋଗୁଁ ମୁଁ ଜେଲରେ ମାସାଧିକ କାଳ ରହିଲି। ମିଡିଆ ଯୋଗୁଁ ମୁଁ ଦୀର୍ଘ ଛଅ ବର୍ଷ ଧରି ହତସନ୍ତ ହେଲି। ପପୁ କହିଛନ୍ତି ଯେ ବର୍ତ୍ତମାନ ମିଡିଆ ଟିଆରପି ଚକରରେ ଯାହା ଇଚ୍ଛା ତାହା କରିବାରେ ଲାଗିଛି। ସେ ଟୁଙ୍ଗୁର ଭୋଳ ହେଉ କି ବାବୁସାନ ପ୍ରକୃତି। ଏମାନଙ୍କ ଖବର ଲୋକେ ଦେଖିବେ ବୋଲି ଘଣ୍ଟାଘଣ୍ଟା ଧରି ଘଣ୍ଟାଚକଟା କରାଯାଉଛି। ବର୍ତ୍ତମାନ ସୋସିଆଲ ମିଡିଆ ହେଉ କିମ୍ବା ୱେବ ମିଡିଆ, ଏହାର ପ୍ରାୟ ନବେ ଭାଗ ଖବର ଭୁଲ ବୋଲି ପପୁ କହିଛନ୍ତି।

Read More