ଭୁବନେଶ୍ବର: ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ଆଜି ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ତିନିଜଣିଆ କମିଟି ମୁଖ୍ୟଶାସନ ସଚିବଙ୍କୁ ଭେଟି ଚୁକ୍ତିଭିତ୍ତିକ ମହାସଙ୍ଘକୁ ଦେଇଥିବା ପ୍ରତିଶୁତି ପୁରଣ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରତିଉତ୍ତରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟସରକାର ସକାରାତ୍ମକ ବିଚାରଧାରା ରଖିଛନ୍ତି ଏବଂ ପର୍ୟାୟ କ୍ରମେ ମହାସଙ୍ଘର ସମସ୍ତ ଦାବି ପୂରଣ କରାଯିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମହାସଂଘର ନେତୃବୃନ୍ଦଙ୍କୁ ପ୍ରତିଶୃତି ଦେଇଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବିରୋଧରେ ରାଜ୍ୟବ୍ୟାପି ଚାଲିଥିବା ଦସ୍ତଖତ ଅଭିଯାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଠାରୁ ଜିଲା ପଯ୍ୟନ୍ତ ବିଡ଼ିଓ, ତହସିଲଦାର, ବିଇଓ,ଡିଇଓ, ଜିଲ୍ଲାପାଳ ତଥା ସମସ୍ତ ବିଧାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ମାନିନେବେ ବୋଲି ସଂଘ ଆଶାବ୍ୟକ୍ତ କରିଛନ୍ତି। ଯଦି ରାଜ୍ୟ ସରକାର ଯଥାଶୀଘ୍ର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମସ୍ତ ଦାବି ନମାନନ୍ତି ତେବେ ଆସନ୍ତା…
Author: Samikhsya Bureau
ନୂଆଦିଲ୍ଲୀ: ଅକସାଇ ଚୀନ୍ ରେ ଚୀନ୍ ଏକ ନୂତନ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବାବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ପ୍ରାୟ ୨୦୮୮ କିଲୋମିଟର ଲାମ୍ବା ଏଲଏସି ରାସ୍ତା ନିର୍ମାଣ କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦକୁ ଏହି ସୂଚନା ଦେଇଛି। ରାଜ୍ୟସଭାରେ ସାଂସଦ ସରୋଜ ପାଣ୍ଡେଙ୍କ ପ୍ରଶ୍ନ ଉପରେ ଲିଖିତ ସୂଚନା ପ୍ରଦାନ କରି ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ସୀମା ସଡକ ସଂଗଠନ (BRO) ଚୀନ୍ ସୀମାରେ ମୋଟ ୨୦୮୮.୫୭ କିଲୋମିଟର ରାସ୍ତା ନିର୍ମାଣ କରିଛି। ଏହି ରାସ୍ତା ନିର୍ମାଣରେ ୧୫୪୭୭.୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଚୀନ୍ ସୀମାରେ ଲାଗିଥିବା ଲାଇନ୍ ଅଫ କଣ୍ଟ୍ରୋଲ୍ ରେ ନିର୍ମିତ ଏହି ସମସ୍ତ ରାସ୍ତା ସବୁ ପାଗରେ ଯାତାୟାତ…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ରେ ଥିବା ଦିବ୍ୟାଙ୍ଗ ଅନୁଷ୍ଠାନ ‘ସମର୍ଥ ଭାରତ’ ତରଫରୁ ଗଞ୍ଜାବାହାଳ ଗ୍ରାମରେ ସ୍କୁଲ ପିଲାମାନଙ୍କୁ ଛତା ବଂଟନ କରାଯାଇଛି। ଅନୁଷ୍ଠାନର ସଂଚାଳକ ହରେକୃଷ୍ନ ବିଶିଙ୍କ ଉଦ୍ୟମରେ ୩୦ ଜଣ ସ୍କୁଲ୍ ଛାତ୍ର ଛାତ୍ରୀମାନଙ୍କୁ ଛତା ବଂଟନ କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ଗଞ୍ଜାବାହାଳ ଗ୍ରାମର ରାଉତ ସାହି ଓ ଧୀବର ସାହିର ବୋଲି ଜଣା ପଡିଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତଥା ବିଶିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ମହତ କାର୍ଯ୍ୟକୁ ଅଂଚଳ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି।
ଭୁବନେଶ୍ୱର: କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି। ଏପ୍ରିଲ୍ ୧୨ ତାରିଖ ୨୦୨୧ ଠାରୁ ନଭେମ୍ବର ୨୭ ତାରିଖ ୨୦୨୧ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ ଟି ରୁମ୍ ଓ ଗୋଟିଏ ଡର୍ମିଟୋରିରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ମାନେ ଦୀର୍ଘ ୭ ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତ୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରାଯାଇଥିଲା।
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ରେଞ୍ଜ ଅଧିନସ୍ଥ ହିତସରା ଗ୍ରାମ ନିକଟସ୍ଥ ଏକ କେନାଲରେ ଏକ ହାତୀ ଶାବକ ପଡିଯାଇଥିବା ବେଳେ ତାକୁ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ହିତସରା ଗ୍ରାମଦେଇ ଯାଇଥିବା ବଡମୁଣ୍ଡା କେନାଲରେ ଏକ ୫ ମାସର ହାତୀ ଶାବକ ପଡିଯାଇଥିଲା। ହିତସରା ଗାଁ ଲୋକେ ହାତୀ ଶାବକ ପଡିଥିବାର ଜାଣି ପାରିଥିଲେ। ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ହିତସରା ଗ୍ରାମକୁ ଯାଇ ହାତୀ ଶାବକକୁ ଉଦ୍ଧାର କରି ଛାଡି ଦେଇଥିଲେ। ୫ଟିକିଆ ହାତୀପଲ ଯାଉଥିବା ବେଳେ ଏହି ହାତୀ ଛୁଆଟି ପଡିଯାଇଥିବାର ଜଣାପଡିଛି।
ନୂଆଦିଲ୍ଲୀ: କଂଗ୍ରେସର ୪ ଜଣ ସାଂସଦ ଲୋକସଭାରେ ପ୍ଲାକାର୍ଡ ନେଇ ମୁଦ୍ରାସ୍ଫୀତି ବିରୋଧରେ ସ୍ଲୋଗାନ ଦେବା ପରେ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ଏହାପରେ ଗୃହକୁ ଆସନ୍ତାକାଲି ସକାଳ ୧୧ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସମଗ୍ର ଅଧିବେଶନ ପାଇଁ କଂଗ୍ରେସ ସାଂସଦ ମଣିକମ୍ ଟାଗୋର, ଜ୍ୟୋତିମଣି, ରାମ୍ୟା ହରିଦାସ ଏବଂ ଟିଏନ୍ ପ୍ରତାପନ୍ ଙ୍କୁ ନିଲମ୍ବିତ କରାଯାଇଛି। ଗୃହକୁ ମୁଲତବୀ ରଖିବା ପୂର୍ବରୁ ବାଚସ୍ପତିଙ୍କ ଆସନରେ ବସିଥିବା ରାଜେନ୍ଦ୍ର ଅଗ୍ରୱାଲ ଚାରିଜଣ କଂଗ୍ରେସ ସାଂସଦଙ୍କୁ ମନୋନୀତ କରିଥିଲେ। ନିୟମ ୩୭୪ ଅନୁଯାୟୀ, ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଚାରିଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପୂର୍ବରୁ ବିରୋଧୀ ସାଂସଦମାନେ ସ୍ଲୋଗାନ ଦେଇ ସୋମବାର ଦିନ ଗୃହରେ ପ୍ଲାକାର୍ଡ ଦେଖାଇ ମୁଦ୍ରାସ୍ଫୀତି, ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସହ ଆଲୋଚନା କରିବାକୁ ଦାବି କରିଥିଲେ। ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ଭର୍ତ୍ସନା କରି ଗୃହର…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯେଉଁ ଅଭିଭାଷଣ ଦେଇଥିଲେ ତାହାର ଅବିକଳ ଓଡିଆ ଅନୁବାଦ ହେଲା.. ଜୁହାର! ନମସ୍କାର ! ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି। ଏହି ପବିତ୍ର ସଂସଦରୁ ମୁଁ ବିନମ୍ରତାର ସହିତ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି । ଏହି ସଂସଦ ଆଶା, ଆକାଂକ୍ଷା ଓ ଭାରତର ନାଗରିକମାନଙ୍କ ଅଧିକାରର ପ୍ରତୀକ। ଆପଣମାନଙ୍କ ସ୍ନେହ, ଆସ୍ଥା ଓ ସମର୍ଥନ ମୋର କାର୍ୟ୍ୟ ଓ ଦାୟୀତ୍ୱ ନିର୍ବାହ କାଳରେ ବିରାଟ ଶକ୍ତି ଭାବେ କାର୍ଯ୍ୟ କରିବ। ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ତଥା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ମତେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି ।…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ପୋଡ଼ାଡିହ ଗ୍ରାମ ମହିଷାସୁଣି ମନ୍ଦିର ପାଖେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କାଟାରିଆ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେଙ୍କ ଏକ ଟିମ ଗଠନ କରି ଆଜି ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଡ଼ାଡିହ ଗ୍ରାମର ବ୍ରାଉନସୁଗାର ବେପାରି ଭରତ ସେଠି (୬୧) ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ବେପାରି ପ୍ରଭାତ ସେଠି ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଭାରତଙ୍କ ନିକଟରୁ ପୋଲିସ ୬୧.୮୩ ଗ୍ରାମ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା ହେବ ବୋଲି…
ନୂଆଦିଲ୍ଲୀ: ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି। ତେବେ ସମସ୍ତ ଔପଚାରିକ ସରିବା ପରେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଥିଲେ। ଏହା ପର୍ବରୁ ସେ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଆସନରେ ବସିବା ପାଇଁ ନିବେଦନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେହି ଆସନରେ ବସିଥିଲେ। ଆଉ ପାଖରେ ନିଜେ ଛିଡା ହୋଇ ଫଟୋ ଉଠାଇଥିଲେ ରାମନାଥ କୋବିନ୍ଦ। ଏହି ଫଟୋଟି ଏକ ବିଶେଷ ମୁର୍ହତ ବା ବିରଳ ମୁର୍ହୁତର ଫଟୋ ବୋଲି କୁହାଯିବ। କାରଣ ଗତ ପାଞ୍ଚ ବର୍ଷ ଧରି ରାମାନାଥ କୋବିନ୍ଦ ଯେଉଁଠାକୁ ଯାଉଥିଲେ ସେଠାରେ ସେ ସର୍ବୋଚ୍ଚ ଆସନରେ ବସୁଥିଲେ। ତାଙ୍କ ଆଗରେ ଅନ୍ୟମାନେ ଛିଡା ହେଉଥିଲେ।…
ସ୍ୱାସ୍ଥ୍ୟ ଟିପ୍ସ: ଭୁଲ୍ ଜୀବନଶୈଳୀ ଏବଂ ଖାଦ୍ୟ ଏବଂ ପାନୀୟ ପ୍ରତି ଅବହେଳା ହେତୁ ପେଟ ଯନ୍ତ୍ରଣା କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଯଦିଓ ଅନେକ ଥର ଲୋକଙ୍କ ପେଟରେ ଯନ୍ତ୍ରଣା ହୁଏ, କିନ୍ତୁ ସମସ୍ୟା ବଢିବା ପର୍ଯ୍ୟନ୍ତ ଲୋକମାନେ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ଶୀତ ଋତୁରେ ମଧ୍ୟ ପେଟ ଯନ୍ତ୍ରଣା ଜନିତ ସମସ୍ୟା ସାଧାରଣ ଅଟେ। ତାପମାତ୍ରା ହ୍ରାସ ହେବାର ପ୍ରଭାବ ଚର୍ମ ଏବଂ ପେଟ ଉପରେ ଅଧିକ। ସାଧାରଣତଃ ପେଟ ଯନ୍ତ୍ରଣା ପଛରେ କିଛି ବିଶେଷ କାରଣ ଥାଏ, ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ ହେତୁ ଯୁବକମାନେ ମଧ୍ୟ ଏହି ସମସ୍ୟାରେ ଅସୁବିଧାରେ ପଡ଼ନ୍ତି। ଅନେକ ଥର, ଏହିପରି କିଛି ଖାଇବା କିମ୍ବା ଦୀର୍ଘ ସମୟ ଭୋକରେ ରହିବା ମଧ୍ୟ ପେଟରେ ସମସ୍ୟା ସୃଷ୍ଟି କରିଥାଏ। ଶୀତ ଋତୁରେ ନିଆଯାଇଥିବା ଟିକିଏ ଅସାବଧାନତା ଜଣେ ବ୍ୟକ୍ତିଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର…
ଭୁବନେଶ୍ୱର : ଓଡ଼ିଶାର ଭୌଗୋଳିକ ପରିସୀମାର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ। ଜନଜାତି ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲର ପରିମାଣ ଅପେକ୍ଷାକୃତ ଅଧିକ, ଯାହା ଜନଜାତି ଗୋଷ୍ଠୀଙ୍କର ଜଙ୍ଗଲ ଆଧାରିତ ଜୀବନଜୀବିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି, ଜଙ୍ଗଲରୁ ଉପଲବ୍ଧ ଲଘୁ ବନଜାତ ଦ୍ରବ୍ୟ ଶ୍ରେଣୀଭୁକ୍ତ ବିଭିନ୍ନ ଉତ୍ପାଦ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ନିର୍ବାହ ତଥା ଅର୍ଥନୀତି ପାଇଁ ଅତି ମହତ୍ତ୍ୱ୍ୱପୂର୍ଣ୍ଣ । ଏହି ଲଘୁ ବନଜାତ ଦ୍ରବ୍ୟମାନଙ୍କ ମଧ୍ୟରେ ମହୁଲ ଫୁଲ ଅନ୍ୟତମ । ଏହା ଜନଜାତି ଗୋଷ୍ଠୀମାନଙ୍କର ସଂସ୍କୃତି ଓ ଖାଦ୍ୟ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଆସିଛି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ଓ ଅର୍ଥନୀତିକୁ ଏହା ପ୍ରଭାବିତ କରିବା ସହିତ ସମୃଦ୍ଧ କରିଆସିଛି । ବିଜ୍ଞାନସମ୍ମତ ନିରନ୍ତର ଅମଳ ପ୍ରକ୍ରିୟାର ଅବଲମ୍ବନରେ ତଥା କାରିଗରୀ ବିଦ୍ୟାର ସଠିକ୍ ଉପଯୋଗରେ ଏହି ମହୁଲ ଫୁଲର ଖାଦ୍ୟ…
ଭୁବନେଶ୍ବର: ଏଣିକି ଆଉ କେହି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିବେ ନାହିଁ। ପାଣି ବୁଡ଼ିରୁ ବିଶ୍ଵବାସୀଙ୍କୁ ବଞ୍ଚାଇବ ପାଇଁ ଓଡ଼ିଶା କୌଶଳ ଶିକ୍ଷାଇବ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଫୋରମ୍ ଫର ସ୍ମାର୍ଟ ସିଟିଜନ୍ ର ଆବାହକ ବିଜୟ କୁମାର ପଟ୍ଟନାୟକ କହିଛନ୍ତି। ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଫେରମର ସଦସ୍ୟ ତଥା ଦେଶର ଜଣାଶୁଣା ଜଳ ଯୋଗଗୁରୁ ଅଶୋକ କୁମାର ବରାଳ ଉଦ୍ଭାବନ କରିଥିବା ନୂତନ ଜ୍ଞାନ କୌଶଳ ଦ୍ଵାରା ଏହା ସମ୍ଭବ ହେବାକୁ ଯାଉଛି । ମଣିଷ ସହିତ ସମସ୍ତ ଜୀବ ମାନଙ୍କ ଶରୀର ପାଣିରେ ଭାସିବା ପାଇଁ ଗଠିତ ବୋଲି ଯୋଗଗୁରୁ ଅଶୋକ ବରାଳ ବିଗତ କିଛି ବର୍ଷ ହେବ ଦାବି କରିଆସିଛନ୍ତି। ଏହା ସତ୍ୟ ଏବଂ ବିଜ୍ଞାନ ସମ୍ମତ ଓ ଅଶୋକ ବରାଳ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଓଡ୍ରାଫ ଜୱାନ ଏବଂ ଅଗ୍ନିଶମ ସେବା ଅଧିକାରୀ ମାନଙ୍କୁ…
ପୁରୀ: ଆଜି ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ସଂସଦଭବନର ସେଣ୍ଟ୍ରାଲ ହଲରେ ତାଙ୍କୁ ଶପଥପାଠ କରାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମଣା।ସେ ଶପଥ ପାଠ ନେବା ପରେ ସାରା ଦେଶରେ ଆନନ୍ଦନର ଲହରୀ ଖେଳିଯାଇଛି। କାରଣ ସେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବେଶୀ ଖୁସି ହୋଇଛନ୍ତି ଓଡିଶାର ଜନ ସାଧାରଣ। କାରଣ ସେ ହେଉଛନ୍ତି ଓଡିଶାର ଝିଅ। ସେହି ଖୁସିକୁ ନିଜ କଳାମାଧ୍ୟମରେ ବାଣ୍ଟିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକା କଳା। ଏହି କଳାରେ ସୁଦର୍ଶନ ଦ୍ରୌପଦୀ ମୁର୍ମୁ ଶପଥ ନେବା ବେଳେ ଯେଉଁ ପ୍ରକାରର ଶାଢୀ ପିନ୍ଧିଛନ୍ତି ସେହି ଶାଢୀରେ ତାଙ୍କର ଏକ ଅବିକଳ କଳା ନିର୍ମାଣ କରିଛନ୍ତି। ଏଥିସହିତ ତାଙ୍କ ପାଖରେ…
ସ୍ୱାସ୍ଥ୍ୟ ଟିପ୍ସ: ଲୋକମାନେ କ୍ଷୀରରୁ ପ୍ରସ୍ତୁତ ଚା’ ଅଧିକ ପିଅନ୍ତି। କିନ୍ତୁ ଏହି ଚା’ ଆପଣଙ୍କୁ ଅଧିକ କ୍ଷତି ପହଞ୍ଚାଏ। ବିଶେଷକରି ଯେଉଁମାନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଆଦୌ କ୍ଷୀର ଚା’ ପିଇବା ଉଚିତ୍ ନୁହେଁ। ଆପଣଙ୍କୁ କିଛି ସୁସ୍ଥ ପାନୀୟ ସହିତ ଦିନ ଆରମ୍ଭ କରିବା ଉଚିତ୍। କ୍ଷୀର ଚା’ ବଦଳରେ ଆପଣ ତେଜ ପତ୍ର ଚା’ ପିଇପାରିବେ। ଓଜନ ହ୍ରାସ କରିବାରେ ଏହା ବହୁତ ସାହାଯ୍ୟ କରିବ। ତେଜପତ୍ରରୁ ପ୍ରସ୍ତୁତ ଚା’ ଶରୀରକୁ ଅନେକ ଲାଭ ଦେଇଥାଏ। ସ୍ୱାଦ ଏବଂ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ତେଜପତ୍ର, ସମସ୍ତଙ୍କ ରୋଷେଇ ଘରେ ମିଳିବ। ତେଜପତ୍ର ଅନେକ ତରକାରୀରେ ବ୍ୟବହୃତ ହୁଏ। ଆପଣ ଏଥିରୁ ଚା’ ତିଆରି କରି ପିଇପାରିବେ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ। ତେଜପତ୍ରରେ ଥିବା ପୋଷକ ତତ୍ତ୍ୱ: ବିଶେଷଜ୍ଞମାନେ ବିଶ୍ଵାସ କରନ୍ତି ଯେ, ତେଜପତ୍ରରେ ପୁଷ୍ଟିକର ଖାଦ୍ୟ ଭରପୂର ଅଟେ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ,…
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ତାଙ୍କ ସ୍ୱାମୀ ବିକି କୌଶଳଙ୍କୁ ହତ୍ୟା ଧମକ ଦିଆଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି। ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଭିକି କୌଶଳ ଏବଂ କ୍ୟାଟ୍ରିନା ୨୦୨୧ ରେ ବିବାହ କରିଥିଲେ। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିନେତା ବିକି କୌଶଳଙ୍କ ଅଭିଯୋଗ ଉପରେ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ସିଆର ନମ୍ବର ୯୧୧/୨୦୨୨ ରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୬ (୨), ୩୫୪ (ଡି) ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ନୂଆଦିଲ୍ଲୀ/ଭୁବନେଶ୍ବର: ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହି ସର୍ତ୍ତମୂଳକ ଜାମିନ ଅନୁଯାୟୀ, ଚିଲିକା ବିଧାୟକ ଏକ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ ହେବ। ଏହାସହିତ ସେ ୫ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ ସଭାସମିତି କରିପାରିବେ ନାହିଁ। ଏନେଇ ଆଇନିଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଆଧାର-ଭୋଟର ଆଇଡି ଲିଙ୍କ୍ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲାଙ୍କ ଆବେଦନ ଶୁଣିବାକୁ ମନା କରିଦେଇଛନ୍ତି ଏବଂ ତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ଏଭଳି ଆବେଦନ ଉପରେ ଶୁଣାଣି କରିସାରିଛନ୍ତି। ଯଦି ଏହି ବିଷୟରେ ବିଭିନ୍ନ ସ୍ଥାନରେ ଏକାଧିକ ପିଟିସନ୍ ଦାଖଲ କରାଯାଏ, ତେବେ କେନ୍ଦ୍ର ଏକ ସ୍ଥାନାନ୍ତର ଆବେଦନ କରିପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟକୁ ଯିବାର ଏକ ଆଇନଗତ ପ୍ରତିକାର ମଧ୍ୟ ରହିଛି। ପ୍ରଥମେ ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯିବା ଉଚିତ୍। ସୁରେଜୱାଲାଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ଏକ ବେଞ୍ଚ ଏହି ଆବେଦନ ଶୁଣାଣି କରିଛନ୍ତି। କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଏହି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଭୋଟର କାର୍ଡକୁ ଆଧାର…
ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଠାରୁ ଦ୍ରୌପଦୀ ଶପଥ ଗ୍ରହଣ କରିଥିଲେ। ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ସେ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଗ୍ରହଣ କରିଛନ୍ତି ଏବଂ ସ୍ଵାଧୀନଭାରତରେ ଜନ୍ମ ହୋଇଥିବା ପ୍ରଥମ ରାଷ୍ଟ୍ରପତି। ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ କରୋନା, ଡିଜିଟାଲ, ଶିକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବୋଧିତ କରିଥିଲେ। ପଢନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପୂର୍ଣ୍ଣ ଭାଷଣ…. ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଅବଦାନକୁ ପ୍ରଶଂସା: ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ପ୍ରଥମ ଆନୁଷ୍ଠାନିକ ଭାଷଣ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ,…
କଲିକତା: ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ ପଶ୍ଚିମବଙ୍ଗ ସରକାର ଦେଇଥିବା ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବଙ୍ଗ ବିଭୂଷଣ’ ଗ୍ରହଣ କରିବେ ନାହିଁ। ରବିବାର ଦିନ ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସେନ୍ ଜଣାଇ ସାରିଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ଦିନ କୋଲକାତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ। ଜଣେ ପରିବାର ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ୮୮ ବର୍ଷିୟ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ ବର୍ତ୍ତମାନ ୟୁରୋପରେ ଅଛନ୍ତି। ପରିବାର ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ୧୦ ଦିନ ପୂର୍ବରୁ ବ୍ରିଟେନ ଯାଇଥିବା ସେନ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି ଯେ ଯେଉଁ ଦିନ ପୁରସ୍କାର ପ୍ରଦାନ କରାଯିବ ସେ ଦିନ ସେ ଭାରତରେ ରହିବେ ନାହିଁ ଏବଂ ଏହାକୁ ଅନ୍ୟ କାହାକୁ ଦିଆଯିବା ଉଚିତ। “ଯେତେବେଳେ ତାଙ୍କୁ ସୂଚନା ଦିଆଯାଇଥିଲା, ସେ ସ୍ପଷ୍ଟ କରିଛନ୍ତି ଯେ ସେ ଭାରତରେ ରହିବେ…
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଲେ। ତାଙ୍କୁ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଏମ ଭି ରମନା ଶପଥ ପାଠ କରାଇଥିଲେ। ସେ ସଂସଦର ସେଣ୍ଟ୍ରାଲ ହଲରେ ଏହି ଶପଥ ଗ୍ରହଣ କରିଥିଲେ। ଏହାପରେ ରାଷ୍ଟ୍ରପତି ସଚିବାଳୟ ଦ୍ବାରା ପରିଚାଳିତ ରାଷ୍ଟ୍ରପତିଙ୍କ ସାମାଜିକ ଗଣମାଧ୍ୟମ ପ୍ରୋଫାଇଲକୁ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ଏହି ପ୍ରୋଫାଇଲରେ ଥିବା ରାମାନାଥ କୋବିନ୍ଦଙ୍କ ଫଟୋକୁ ପରିବର୍ତ୍ତନ କରାଯାଇ ଦ୍ରୌପଦ ମୁର୍ମୁଙ୍କ ଫଟୋ ଲଗାଯାଇଛି। ଟୁଇଟର ଆକାଉଣ୍ଟରେ ଦ୍ରୌପଦୀଙ୍କ ଅଭିଭାଷଣକୁ ବିଭିନ୍ନ ଭାଗରେ ପ୍ରକାଶ କରାଯାଇଛି।
ନୂଆଦିଲ୍ଲୀ: ସଂସଦଭବନର କେନ୍ଦ୍ରୀୟ ହଲରେ ଦେଶର 15 ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ। ଶପଥପାଠ ପରେ ମଝିରେ ବସିଥିବା ରାଷ୍ଟ୍ରପତି ରାମାନଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ସେହି ଆସନ ଛାଡି ଦେଇଥିଲେ। ଆସନ ଅଦଳବଦଳ ପରେ ଦ୍ରୌପଦୀ ମୁର୍ମୁ ମଝିରେ ବସିଥିଲେ। ଏହାପରେ ତାଙ୍କୁ ତୋପ ସଲାମି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସଂସଦର କେନ୍ଦ୍ରୀୟ ହଲରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏମ ଭି ରମନା। ମଞ୍ଚ ଉପରେ ମୁଖ୍ୟ ବିଚାରପତି ରମନା ତାଙ୍କ ପାଖରେ ଦ୍ରୌପଦୀ ମୁର୍ମୁ, ମଝିରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ତାଙ୍କ ପାଖରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ଶେଷରେ ବାଚସ୍ପତି ଓମ ବିର୍ଲା ବସିଥିଲେ।

