Author: Samikhsya Bureau

ଭୁବନେଶ୍ୱର: ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ରୋଟାରିଆନ ଶାନ୍ତନୁ ମହାପାତ୍ର ଓ ସମ୍ପାଦକ ରୋଟାରିଆନ ବିକାଶ ଗରାବଡୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କ୍ଲବ ର ଉପଦେଷ୍ଟା ଓ ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଅଶ୍ବିନୀ କର ମିଡୋଜ କ୍ଲବ ର ଅତୀତ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସାମାଜିକ ଦାୟିତ୍ଵ ବିଷୟରେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ନୂତନ ଭାବରେ ଯୋଗଦାନ କରି ଥିବା ଦୁଇ ଯୁବ ରୋଟାରିଆନ  ଆଦିତ୍ୟ ପ୍ରସାଦ ପାଢି ଓ ସୂରଜ ରାଜଙ୍କୁ ଅନୁଷ୍ଠାନିକ ଭାବରେ କ୍ଲବକୁ ସ୍ଵାଗତ କରାଯାଇଥିଲା। ଏହି ଅବସରରେ ଗତ ରୋଟାରୀ ବର୍ଷର ସଭାପତି ସନ୍ତୋଷ କୁମାର ସେନାପତି ପୂର୍ଵ ବର୍ଷ…

Read More

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହା ବିକାଶ ଆଘାଡିରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନରେ ​​ମହା ବିକାଶ ଆଘାଡି (MVA) ର ଦଳ ବିଭିନ୍ନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାବେଳେ ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀଦଳର ନେତା ଚୟନକୁ ନେଇ ଏହି ଦଳମାନେ ମଧ୍ୟ ଭିନ୍ନ ଭିନ୍ନ ରାସ୍ତା ନେଇଥିଲେ। ଏବେ ମହାରାଷ୍ଟ୍ର କଂଗ୍ରେସରେ ଶିବସେନା ଏକ ଫାଟ ସୃଷ୍ଟି କରିଛି। ମହାରାଷ୍ଟ୍ରର ସିନ୍ଧୁଦୂର୍ଗ ଜିଲ୍ଲାର ବହୁ କଂଗ୍ରେସ ନେତା ଉଦ୍ଧବ ଠାକରେଙ୍କ ହାତରେ ଶିବ ବନ୍ଧନ ବାନ୍ଧି ଶିବସେନା (ଉଦ୍ଧବ ଠାକରେ ଦଳ) ରେ ଯୋଗ ଦେଇଥିଲେ। କଂଗ୍ରେସରୁ ଶିବସେନାରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ସିନ୍ଧୁଦୂର୍ଗ କଂଗ୍ରେସ ଜିଲ୍ଲା ସଭାପତି ବାଲା ଗାୱଡେ, ପରିବେଶ ବିଭାଗର ରାଜ୍ୟ ସଚିବ ସଚ୍ଚିତାନନ୍ଦ ବୁଗଡେ, ଏନଏସୟୁ ଜିଲ୍ଲା ସଭାପତି କୌସ୍ତୁବ ଗାୱଡେ, ବିଭାଗୀୟ ସଚିବ ସନ୍ଦୀପ କୋଠୱାଲେ, କିରଣ ଗାୱଡେ, ବୈଭବ ସୂତାର ଏବଂ ବହୁ ପଦାଧିକାରୀ ଅଛନ୍ତି। ସମସ୍ତେ ଉଦ୍ଧବ ଠାକରେଙ୍କ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ର ୨୦୨୪-୨୫ ବର୍ଷ ପାଇଁ ନିର୍ବାଚିତ ଗଭର୍ଣ୍ଣର ଯଜ୍ଞାଶୀଶ ମହାପାତ୍ର ମୁଖ୍ୟ ଅତିଥି, ଜିଲ୍ଲା ସେକ୍ରେଟାରୀ ଜେନେରାଲ୍ ମନୋଜ କୁମାର ତ୍ରିପାଠୀ, ଜୋନ୍ ଚେୟାରମ୍ୟାନ ଶାକ୍ୟସିଂହ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ନୀରଜ ଝା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ୨୨-୨୩ ବର୍ଷ ପାଇଁ କ୍ଳବର ସଭାପତି ଭାବେ ରବିନାରାୟଣ ପାଲଙ୍କୁ ପୂର୍ବତ୍ତନ ସଭାପତି ଗୋପାଳ ଚନ୍ଦ୍ର ନାୟକ ଦାୟିତ୍ତ୍ବ ହସ୍ତାନ୍ତର କରିଥିଲେ। ସେହିପରି ପୂର୍ବତ୍ତନ ସଂପାଦକ ସଚ୍ଚିଦାନନ୍ଦ ସେଠୀ ନୂତନ ସଂପାଦକ ସୁନୀଲ କୁମାର ପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂତନ ସଭାପତି ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ। ନନ୍ଦକିଶୋର ମିଶ୍ର ଓ ହିମାଂଶୁ କୁମାର ପାତ୍ରଙ୍କୁ…

Read More

ନୂଆଦିଲ୍ଲୀ: ପୂର୍ବ ତଟ ରେଳପଥ ଦ୍ୱାରା ସପ୍ତାହବ୍ୟାପୀ ତଥା ଜୁଲାଇ ୧୮ ତାରିଖରୁ ଆୟୋଜିତ ହୋଇଥିବା ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସ୍ମରଣୀୟ ସପ୍ତାହ ଉତ୍ସବ ଆଜି ଅର୍ଥାତ୍ ଜୁଲାଇ ୨୩ ତାରିଖ ୨୦୨୨ରେ ସମାପ୍ତ ହୋଇଛି। ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ତଥା ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ସ୍ମରଣୀୟ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ କରାଯାଇଅଛି। ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ସପ୍ତାହ ଉତ୍ସବ ପାଳନ ପାଇଁ ଭାରତୀୟ ରେଳ ସମଗ୍ର ଭାରତ ବର୍ଷରେ ୭୫ ରେଳ ଷ୍ଟେସନକୁ ମନୋନୀତ କରିଥିଲା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଓ ବିଶାଖାପାଟମ ଷ୍ଟେସନକୁ ମନୋନୀତ କରାଯାଇଥିଲା। ସପ୍ତାହବ୍ୟାପୀ ଉତ୍ସବ ପାଳନ ସମୟରେ, ପଥପ୍ରାନ୍ତ ନାଟକ, ଦେଶାତ୍ମବୋଧକ ଗୀତ, ଦେଶଭକ୍ତି ନୃତ୍ୟ, ତତକ୍ଷଣାତ୍ କୁଇଜ୍, ସେଲଫି…

Read More

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଦିଲ୍ଲୀର କଡକଡଡୁମା କୋର୍ଟ ଦିଲ୍ଲୀ ହିଂସା ଅଭିଯୋଗରେ ଶର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ଦେଶଦ୍ରୋହ ମାମଲାରେ ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସମ୍ପର୍କରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ସମ୍ପର୍କରେ କୋର୍ଟ ମେ ୩୦ ତାରିଖରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ। ମେ ୨୭ ତାରିଖରେ ଶର୍ଜିଲ ଦେଶଦ୍ରୋହ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ନିମ୍ନ କୋର୍ଟକୁ ଯାଇଥିଲେ। ଜାମିନ ପାଇଁ ନିମ୍ନ ଅଦାଲତ ନିକଟକୁ ଯିବାକୁ ଦିଲ୍ଲୀ ହାଇକୋର୍ଟ କହିଥିଲେ। ପ୍ରକୃତରେ, ବୁଧବାର ଦିନ ନିଜେ ଶର୍ଜିଲ ଇମାମଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସମ୍ପର୍କରେ ଶୁଣାଣି ଦିଲ୍ଲୀର କଡକଡଡୁମା କୋର୍ଟରେ ହେବାର ଥିଲା। କିନ୍ତୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ସ୍ଥଗିତ ରଖିଛନ୍ତି। ଏହା ପରେ କୋର୍ଟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଜୁଲାଇ ୨୩ ତାରିଖରେ ଘୋଷଣା କରାଯିବ। ଏହା ପରେ ଆଜିର ଶୁଣାଣିରେ…

Read More

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳିନ ଭୋଜି ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଉପରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କେବଳ ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାର ସହିତ ରାଷ୍ଟ୍ରପତିଙ୍କ ପରିବାର ସଦସ୍ୟ ଥିଲେ। ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ସମୃଦ୍ଧ ଏବଂ ସୁସ୍ଥ ଜୀବନ କାମନା କରିଥିଲେ। ଏଥିସହିତ ବିଗତ ଦିନରେ କୋବିନ୍ଦଙ୍କ ସହ ବିଭିନ୍ନ କାର୍ଯ୍ୟକୁ ମନେ ପକାଇଛନ୍ତି ଉପରାଷ୍ଟ୍ରପତି।

Read More

ନୂଆଦିଲ୍ଲୀ: ଦିଲ୍ଲୀ ପରି ପଞ୍ଜାବ ସରକାର ମଧ୍ୟ ରାଜ୍ୟବାସୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇଦେବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ପଞ୍ଜାବର ଆପ୍ ସରକାର ଏଠାରେ ଥିବା ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ଏକ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାର ଅଧୀନରେ ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଉପଲବ୍ଧ ହେବ। ସେହିଭଳି ଗୋଟିଏ ବିଲରେ ୬୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ଦିଆଯିବ। ସୂଚନାଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ପଞ୍ଜାବର ଭଗବନ୍ତ ମନ ସରକାର ଆମ୍ ଆଦମୀ ପାର୍ଟି (AAP) ଦ୍ୱାରା ମାଗଣା ବିଦ୍ୟୁତ୍ ପ୍ରତିଶୃତି ଦେଇଥିଲେ। ଖାଲି ସେତିକି ନୁହେଁ, ଭଗବନ୍ତ ମନ ସରକାର ପଞ୍ଜାବର ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବର ଆପ୍ ସରକାର ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ଏକ ସର୍କୁଲାର ଜାରି କରି ପ୍ରତିଶ୍ରୁତି ପାଳନ କରିଛନ୍ତି। ସର୍କୁଲାରରେ କୁହାଯାଇଛି ଯେ, ପଞ୍ଜାବର ଲୋକମାନେ ପ୍ରତି ମାସରେ…

Read More

ମୁମ୍ବାଇ: ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦଳ ଉପରେ ଅଧିକାର ଲଢେଇ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏ ବାବଦରେ ଆମକୁ ଏକ ଚିଠି ଲେଖିଛନ୍ତି ଏବଂ ଆମେ ନିର୍ବାଚନ ଆୟୋଗଙ୍କ ନିକଟରେ ଉପସ୍ଥାପନ କରିବୁ। ଆମେ ପ୍ରକୃତ ଶିବସେନା। ଆମ ସହିତ ୫୦ ଜଣ ବିଧାୟକ ଏବଂ ଲୋକସଭାରେ ଦଳର ଦୁଇ ତୃତୀୟାଂଶ ସାଂସଦ ଅଛନ୍ତି। ନିର୍ବାଚନ ଆୟୋଗ ଉଭୟ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କୁ ଶିବସେନାରେ ସଂଖ୍ୟାଗରିଷ୍ଠତା ପାଇଁ ପର୍ଯ୍ୟାପ୍ତ ସଦସ୍ୟ ଥିବା ପ୍ରମାଣ କରିବାକୁ ଡକ୍ୟୁମେଣ୍ଟାରୀ ପ୍ରମାଣ ପ୍ରସ୍ତୁତ କରିବାକୁ କହିଛନ୍ତି। ବର୍ତ୍ତମାନ ଉଭୟ ଦଳକୁ ଅଗଷ୍ଟ ୮ ତାରିଖରେ ଉତ୍ତର ଦେବାକୁ ପଡିବ। ଶିବସେନାର ସିନ୍ଦେ ଦଳ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଦଳର ‘ଧନୁ-ତୀର’ ନିର୍ବାଚନ ପ୍ରତୀକ ଦେବାକୁ କହିଥିଲେ। ଏଥିପାଇଁ ଲୋକସଭା ଏବଂ ମହାରାଷ୍ଟ୍ର ବିଧାନସଭାରେ ମିଳିଥିବା ସ୍ୱୀକୃତି ବିଷୟରେ…

Read More

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଏକ ଫଟୋ ସାମ୍ନାକୁ ଆସୁଛି, ଯେଉଁଥିରେ ସେ ବିଳାସପୂର୍ଣ୍ଣ କାରର ଚାବି ନେଉଥିବାର ନଜର ଆସିଛନ୍ତି। ଏହି କାରଟି ଜାଗୁଆର ଏଫ-ଟାଇପ, ଯାହାର ଏକ୍ସ ଶୋ’ରୁମ ମୂଲ୍ୟ ୯୮.୧୩ ଲକ୍ଷ ଟଙ୍କା। ନିକଟରେ ଶାମି ଏହି ବିଳାସପୂର୍ଣ୍ଣ କ୍ରୀଡା କାର କିଣିଛନ୍ତି। ଜାଗୁଆର ଏଫ୍-ଟାଇପ୍ ର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହି କାରଟି ମାତ୍ର କିଛି ସେକେଣ୍ଡରେ ଦ୍ରୁତ ଗତି ଆରମ୍ଭ କରିଥାଏ। ଏହି କ୍ରୀଡା କାର ୩.୭ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଗତି ଆରମ୍ଭ କରିଦେଇଥାଏ। ଏହି କାରଟି ଦୁଇ ସିଟ୍ ବିଶିଷ୍ଟ, ଯାହା ୫୦୦୦ ସିସି ଇଞ୍ଜିନ ସହିତ ଉପଲବ୍ଧ। ଏହି କାରରେ ୮ ଟି ସ୍ୱୟଂଚାଳିତ ଗିଅରବକ୍ସ ଅଛି। ଶାମି ଏହି କାରକୁ ନୂଆଦିଲ୍ଲୀର ଶିବ ମୋଟର୍ସରୁ କିଣିଛନ୍ତି। ଶିବ ମୋଟର୍ସର ନିର୍ଦ୍ଦେଶକ ଅମିତ ଗର୍ଗ ତାଙ୍କୁ କାରର ଚାବି ଦେଇଥିଲେ। ଅମିତ ତାଙ୍କ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ବିଦାୟ କାଳୀନ ଭୋଜି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପାର୍ଟିରେ ଖୋଦ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ବାଚସ୍ପତି ଓମ ବିର୍ଲା ଉପସ୍ଥିତ ଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟ, କଂଗ୍ରେସ ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ବଗଣ ଉପସ୍ଥିତ ଥିଲେ। ସାଧାରଣତଃ ଏପରି ପାର୍ଟିରେ କେବଳ ଦିଲ୍ଲୀ ଅତିଥିଙ୍କୁ ଦେଖିବାକୁ ମିଳେ। ହେଲେ ଏଥିରେ ସବୁ ରାଜ୍ୟ ଏବଂ ସବୁ ବର୍ଗର ଲୋକଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଇଛି। ଏହି ପାର୍ଟିରେ ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଘଟଣାରେ ସାମ୍ବାଦିକ ମାନଙ୍କ ଉପରେ ପ୍ରତି ପଦକ୍ଷେପରେ ବିପଦ ଦେଖାଯାଉଥିବା ଆଲୋଚନା ହେଉଛି। ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ଗଣମାଧ୍ୟମର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଉଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାମ୍ବାଦିକ ମାନେ ସେସବୁ ଗୁରୁଦାୟୀତ୍ୱ ନିର୍ବାହ କରୁଥିବା ବେଳେ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି କୌଣସି ପ୍ରକାର ଗୁରୁତ୍ୱ ଦିଆଯାଉନଥିବା ହେତୁ ଗଭୀର ଉଦବେଗ ପ୍ରକାଶ ପାଇବାରେ ଲାଗିଛି। ଘଟଣା ଦିନ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ଜୁନାଗଡସ୍ଥିତ ଏକ ଔଷଧ ଦୋକାନକୁ ଯାଇଥିବା ବେଳେ ସେଠାରେ ଜନୈକ ମଦ୍ୟପ ଅସାମାଜିକ ସେଠାରେ ବିନା କୌଣସି କାରଣରେ ମାରଣାନ୍ତକ ଆକ୍ରମଣ…

Read More

ଭୁବନେଶ୍ବର: ଆଜି ସକାଳେ ପ୍ରକୃତି, ବାବୁସାନ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଦୃଶ୍ୟ ପରେ ପ୍ରକୃତିଙ୍କ ବାପାମା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଖାରବେଳ ନଗର ଥାନାରେ ଝିଅର ସାମାଜିକ ପ୍ରତିଷ୍ଠା ନଷ୍ଠ ହେଲା ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ବାପା ତଥା ଓଡିଶାର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶର ମନ୍ନଥ ମିଶ୍ର କହିଛନ୍ତି ଯେ, ପ୍ରକୃତିକୁ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି। ଉଭୟ ପ୍ରକୃତି ଏବଂ ବାବୁସାନ ଚଳଚିତ୍ରରେ କାମ କରନ୍ତି। ସେହି ହିସାବରେ ସେମାନେ ଉଭୟ ଭଲ ବନ୍ଧୁ। ହେଲେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବାବୁସାନଙ୍କ ପତ୍ନୀ। ସେ ଯେପରି ପ୍ରକୃତି ଉପରେ ଆକ୍ରମଣ କଲେ ତାହା ଠିକ୍ ନୁହେଁ। ସେ ଆମକୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି। ସେଥିପାଇଁ ଏହାର ଏକ ବିଧିବଧ ତଦନ୍ତ ହେବା ଆବଶ୍ୟକ ବୋଲି ମନ୍ନଥ କହିଛନ୍ତି। ଏ ନେଇ ଖାରବେଳ ନଗର ପୋଲିସ ଏକ…

Read More

ନୂଆଦିଲ୍ଲୀ: ରାଜ୍ୟସଭାରେ ଏକ ସ୍ୱତନ୍ତ୍ର ଉଲ୍ଲେଖ ନୋଟିସ ଜରିଆରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି ଏବଂ ଭୁମିଜ ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି। ରାଜ୍ୟସଭାରେ ସେ ଓଡିଆରେ ଭାଷଣ ପଢି ଏହି ଦାବୀ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଭାଷା କହୁଥିବା ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଓ ଭଉଣୀଙ୍କ ରହିଛନ୍ତି। ସନ୍ତାଳି ଭାଷା ପୂର୍ବରୁ ଅଷ୍ଟମ ଅନୁସୂଚୀତରେ ସ୍ଥାନିତ କରାଯାଇଛି। ସାଧାରଣତଃ ରାଜ୍ୟସଭା ନିୟମ ଅନୁସାରେ ସ୍ବତନ୍ତ୍ର ଉଲ୍ଲେଖ ନୋଟିସ ଉପରେ ମନଇଚ୍ଛା କେହି କହିପାରିବେ ନାହିଁ। ଏହି ନୋଟିସରେ ସାଂସଦ ଲିଖିତ ଭାଷଣ ପଢିବା ପାଇଁ ଅନୁମତି ରହିଛି। ଫଳରେ ସାଂସଦ ସସ୍ମିତ ଏହି ଭାଷଣକୁ ଓଡିଆରେ ପଢିଥିଲେ।

Read More

ନୂଆଦିଲ୍ଲୀ: ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀ ସ୍ଥିତ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାସଭବନରେ ଭେଟି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ, ପୂର୍ବତନ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ପ୍ରମୁଖ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସହ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାର ପୁର ପଲ୍ଲୀ ଠାରୁ ଆରମ୍ଭ କରି ଦେଶରେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଆନନ୍ଦ ଓ ଉଲ୍ଲାସର ଲହରୀ ଖେଳିଯାଇଛି। ଶ୍ରୀମତୀ ମୁର୍ମୁ ସାଧାରଣ ନାଗରିକରୁ ଦେଶର ପ୍ରଥମ…

Read More

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବରର ସତ୍ୟନଗର ନିକଟରେ ଘଟିଯାଇଛି ଏକ ଭିନ୍ନ ପ୍ରକାରର ଦୃଶ୍ୟ। ଏହି ଦୃଶ୍ୟଟି ହେଉଛି ଅଭିନେତା ବାବୁସାନଙ୍କୁ ପତ୍ନୀ ତୃପ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଉଛନ୍ତି ଉତ୍ତମ ମଧ୍ୟମ। ଅର୍ଥାତ ତାଙ୍କ ଚୁଟି ଭିଡି ଛେଚୁଛନ୍ତି। ଏପରିକି ତାଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଥିବାର ଦେଖାଯାଇଛି। ଏହି ଘଟଣାକୁ ସ୍ଥାନୀୟ ଲୋକେ ବେଶ୍ ଉପଭୋଗ କରିବା ସହିତ ମୋବାଇଲରେ ଭିଡିଓ ରେକର୍ଡ କରିଛନ୍ତି। ଘଟଣାରୁ ଜଣାପଡିଛି ଯେ, ବାବୁସାନ ତାଙ୍କର ଫରଚ୍ୟୁନର ଗାଡିରେ ପ୍ରକୃତି ମିଶ୍ରଙ୍କ ଧରି କୁଆଡେ ଯାଉଥିଲେ। ଏହି ଖବର ପାଇବା ପରେ ବାବୁସାନଙ୍କ ପତ୍ନୀ ତାଙ୍କୁ ଅନୁସରଣ କରି ସତ୍ୟନଗର ନିକଟରେ ଧରିଥିଲେ। ଗାଡି ଅଟକାଇ ସେ ବାବୁସାନଙ୍କ କଲର ଧରି ଗାଡିରୁ ଝିଙ୍କି ଦେଲେ। ଏପରି ପରିସ୍ଥିତି ଦେଖି ବାବୁସାନ ଇତଃସ୍ତତ ହୋଇପଡିଲେ। ପ୍ରକୃତି ମଧ୍ୟ କଣ କରିବେ ବୋଲି କିଛି ଜାଣିପାରିଲେ ନାହିଁ। ଏହାପରେ ତୃପ୍ତି, ପ୍ରକୃତି ମିଶ୍ରଙ୍କୁ…

Read More

ଭୁବନେଶ୍ବର: ଯୁକ୍ତ୨ ନାମଲେଖା ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଥିବା ନାମଲେଖା କଟକଣାକୁ କୋହଳ କରାଯାଇଛି। ପୂର୍ବ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମ ଲେଖିବା ପାଇଁ କେବଳ ୧୦ ଟି କଲେଜରେ ଆବେଦନ କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ହଟାଇଦିଆଯାଇଛି। ଚଳିତ ବର୍ଷ ଏଥିପାଇଁ କୌଣସି ସୀମା ରଖାଯାଇନାହିଁ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ୫ ଟି କଲେଜରେ ଆବେଦନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଅନ୍‌ଲାଇନ୍‌ ଆବେଦନ ବେଳେ ଆବେଦନକାରୀମାନେ ହ୍ବାଟସ୍‌ଆପ୍‌ ନମ୍ବର ଦାଖଲ କରିବାକୁ କୁହାଯାଇଛି। ସ୍କୁଲରେ ପଢ଼ିବା ସମୟରେ ପିଲାଙ୍କୁ ଦିଆଯାଇଥିବା ୧୬ଟିକିଆ ୟୁନିକ୍‌ ଷ୍ଟୁଡେଣ୍ଟ ଆଇଡି ନମ୍ବରକୁ ଫର୍ମ ପୂରଣ ସମୟରେ ଦେବାକୁ ବାଧ୍ୟତାମୂଳକ ହୋଇଛି। ନାମଲେଖା ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ-ଫ୍ରି’ ନମ୍ବର ୧୫୫୩୩୫ ଓ ୧୮୦୦-୩୪୫-୬୭୭୦ ଜାରି ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଦଳ ସ୍ମୃତି ଇରାନୀଙ୍କ ଇସ୍ତଫା ତୁରନ୍ତ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବାସ୍ତବରେ ଇରାନୀଙ୍କ ଝିଅ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଉଛି। ଯେଉଁଥିରେ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଚାଲୁଥିବା ବାରରେ ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଏହି ଲାଇସେନ୍ସକୁ ନକଲି ଢଙ୍ଗରେ ଦିଆଯାଇଛି। ଯାହାର ଅନୁସନ୍ଧାନ କରାଯିବା ଉଚିତ୍। କଂଗ୍ରେସ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇରାନୀଙ୍କ ଇସ୍ତଫା ଦାବିକରିଛୁ। ଏହା ଇରାନୀଙ୍କ ବିରୁଦ୍ଧରେ ଅଭିଯୋଗ ନୁହେଁ, ଏହା ସମ୍ପୂର୍ଣ୍ଣ ଦଲିଲ ଯାହା ଆରଟିଆଇରୁ ନିଆଯାଇଛି। ଗୋଆରେ ଚାଲୁଥିବା ଏକ ବାରରେ ସ୍ମୃତି ଇରାନୀଙ୍କ ଝିଅଙ୍କ ଦ୍ଵାରା ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। ଏହା ବେଆଇନ ଭାବରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମରେ ଏହି…

Read More

ନୂଆଦିଲ୍ଲୀ: ବିହାର କର୍ମଚାରୀ ଚୟନ ଆୟୋଗ (ବିଏସଏସସି) ଦ୍ୱାରା ପରିଚାଳିତ ମାଇନ୍ସ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ହାଜର ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର ଅଛି। ବିହାର କର୍ମଚାରୀ ଚୟନ ଆୟୋଗ ଏହି ନିଯୁକ୍ତି ପରୀକ୍ଷାର ଫଳାଫଳ ପ୍ରକାଶ କରିଛନ୍ତି, ଯାହା ପ୍ରାର୍ଥୀମାନେ ସରକାରୀ ସାଇଟ୍ bssc.bihar.gov.in ପରିଦର୍ଶନ କରି ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମାଇନ୍ସ ଇନ୍ସପେକ୍ଟରଙ୍କ ୧୦୦ ଟି ପଦବୀ ନିଯୁକ୍ତ କରାଯିବ। ଏହି ନିଯୁକ୍ତି ପାଇଁ ସାଧାରଣ ବର୍ଗ ପାଇଁ ୪୧ ଟି ପଦବୀ, ପଛୁଆ ଶ୍ରେଣୀ ପାଇଁ ୧୧ ଟି ପଦବୀ, ଅତ୍ୟଧିକ ପଛୁଆ ଶ୍ରେଣୀ ପାଇଁ ୧୯ ଟି ପଦବୀ, ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ୧୦ ଟି ପଦବୀ, ଅନ୍ୟ ପଛୁଆ ବର୍ଗ (ମହିଳା) ପାଇଁ ୩ ଟି ପଦବୀ, ଅନୁସୂଚିତ ଜାତି ବର୍ଗ ପାଇଁ ୧୫ ଟି ପଦବୀ ଅନ୍ତର୍ଭୁକ୍ତ କରାଯାଇଛି। ଅନୁସୂଚିତ ଜାତି ବର୍ଗ ପାଇଁ…

Read More

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଗତକାଲି ପୋର୍ଟ ଅଫ୍ ସ୍ପେନ୍, ତ୍ରିନିଦାଦରେ ଖେଳାଯାଇଥିଲା। ସଂଘର୍ଷପୂର୍ଣ୍ଣା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ତିନି ରନ୍ ରେ ଜିତିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର ରୋମାରିଓ ଶେଫର୍ଡ ଶେଷରେ ଖେଳ ବୁଲାଇଦେଇଥିଲେ, କିନ୍ତୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାରତକୁ ବିଜୟ ପ୍ରଦାନ କରିଥିଲେ। ଯେତେବେଳେ ଶେଫର୍ଡ ବ୍ୟାଟିଂ କରିବାକୁ ଆସିଥିଲେ, ୱେଷ୍ଟଇଣ୍ଡିଜକୁ ୩୩ ବଲରେ ୫୭ ରନ୍ ସ୍କୋର ଆବଶ୍ୟକ ପଡୁଥିଲା। ସେ ୨୫ ବଲରେ ଅପରାଜିତ ୩୯ ରନ ସ୍କୋର କରିଥିଲେ ମଧ୍ୟ ତାଙ୍କ ଦଳ ଜିତିପାରିନଥିଲା। ବାସ୍ତବରେ ୱେଷ୍ଟଇଣ୍ଡିଜକୁ ଶେଷ ଓଭରରେ ଜିତିବା ପାଇଁ ୧୫ ରନ୍ ସ୍କୋର କରିବାକୁ ଥିଲା, ଏଭଳି ପରିସ୍ଥିତିରେ ଅଧିନାୟକ ଶିଖର ଧୱନ ଦୁଇଟି ୱିକେଟ୍ ନେଇଥିବା ସିରାଜଙ୍କୁ ବଲ୍ ହସ୍ତାନ୍ତର କରିଥିଲେ। ଏହାପୂର୍ବରୁ ସିରାଜ ମଧ୍ୟ ୪୮ ତମ ଓଭରରେ ଚମତ୍କାର ବୋଲିଂ…

Read More

ନୂଆଦିଲ୍ଲୀ: ଭାରତରେ କରୋନା ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଦେଶରେ କରୋନା ସଂକ୍ରମଣର ଶୀଘ୍ର ବିସ୍ତାର ହେତୁ ଲୋକଙ୍କ ମଧ୍ୟରେ ଭୟ ରହିଛି। ଶନିବାର କ୍ରମାଗତ ତୃତୀୟ ଦିନ ପାଇଁ ୨୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ୧୯ ର ୨୧ ହଜାର ୪୧୧ ଟି ନୂଆ ମାମଲା ରିପୋର୍ଟ ହୋଇଛି। କିନ୍ତୁ ଏହି ସଂଖ୍ୟା ଶୁକ୍ରବାର ତୁଳନାରେ ସାମାନ୍ୟ କମ୍ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭ ଜଣ କରୋନା ସଂକ୍ରମିତ ରୋଗୀ ପ୍ରାଣ ହରାଇଛନ୍ତି। ଏଥି ସହିତ କରୋନାର ସକ୍ରିୟ ମାମଲା ସଂଖ୍ୟା ଦେଢ ଲକ୍ଷ ଅତିକ୍ରମ କରିଛି। କରୋନା ଆକ୍ଟିଭ୍ କେସ୍ ୧ ଲକ୍ଷ ୫୦ ହଜାର ୧୦୦ ରେ ପହଞ୍ଚିଛି। ଏହା ସହିତ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ୨୦ ହଜାର ୭୨୬ ରୋଗୀ ସେମାନଙ୍କ ଘରେ…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More