Author: Samikhsya Bureau

ନୂଆଦିଲ୍ଲୀ: ଆଜି ଦିନ ୧୧ ଟା ବେଳେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନରେ ଏହି ଗଣତି କରାଯିବ। ତେବେ ଏହି ଗଣତି ପୂର୍ବରୁ ଏହା ନିଶ୍ଚିତ ହୋଇଛି ଯେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଶ୍ଚିତ ଜିତିବେ। ତେବେ ସେ ଜିତିବାର ପଛରେ ରହିଛି ବଡ କାରଣ। ଦ୍ରୌପଦୀ ମୁର୍ମୁ ଓଡିଶାର ଜଣେ ଆଦିବାସୀ ମହିଳା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ। ଫଳରେ ସେ ବିରୋଧୀ ଭୋଟ ବିଭାଜନ କରିବାରେ ସଫଳ ହୋଇପାରିଛନ୍ତି। ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ ଏବଂ ଝାଡଖଣ୍ଡର ଜେଏମଏମ ସମର୍ଥନ କରିବାରେ ବାଧ୍ୟ ହୋଇଛି। ସେହିପରି ଜଗନ୍ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ଏବଂ ଜେଡିୟୁ ଭଳି ଅଣ-ଦଳିତ ଦଳଙ୍କ ସମର୍ଥନ ଆଣିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ମୋଟାମୋଟି ଭାବେ 34 ଟି ଦଳ ବିରୋଧୀ ପ୍ରାର୍ଥୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ଅନ୍ୟପଟେ ଦ୍ରୌପଦୀ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୯୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୪ ବାଲେଶ୍ଵର ଜିଲ୍ଲାରୁ- ୧୯ ବରଗଡ ଜିଲ୍ଲାରୁ- ୧୨ ଭଦ୍ରକ ଜିଲ୍ଲାରୁ- ୧୨ ବଲାଙ୍ଗୀରି ଜିଲ୍ଲାରୁ- ୧୫ ବୌଦ୍ଧ ଜିଲ୍ଲାରୁ- ୧୬ କଟକ ଜିଲ୍ଲାରୁ- ୧୦୯ ଦେବଗଡ ଜିଲ୍ଲାରୁ- ୩ ଢେଙ୍କାନାଳ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୬ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୧୫ ଯାଜପୁର ଜିଲ୍ଲାରୁ- ୨୮ ଝାରସୁଗୁଡା ଜିଲ୍ଲାରୁ- ୩୩ କଳାହାଣ୍ଡି ଜିଲ୍ଲାରୁ- ୬ କନ୍ଧମାଳ ଜିଲ୍ଲାରୁ- ୫ କେନ୍ଦ୍ରାପଡା ଜିଲ୍ଲାରୁ- ୧୧ କେନ୍ଦୁଝର ଜିଲ୍ଲାରୁ- ୧୪ ଖୋର୍ଦ୍ଧା ଜିଲ୍ଲାରୁ-…

Read More

ନୂଆଦିଲ୍ଲୀ: ଆଜି ଭାରତର ପରବର୍ତ୍ତି ରାଷ୍ଟ୍ରପତି କିଏ ହେବ ସେ ନେଇ ହେବ ଘୋଷଣା। କାରଣ ଆଜି ହେବ ଭୋଟ ଗଣତି। ଦିନ ୧୧ ଟା ବେଳେ ଏହି ଗଣତି ଆରମ୍ଭ କରାଯିବ। ତେବେ ଏହି ଗଣତି ପୂର୍ବରୁ ଏହା ନିଶ୍ଚିତ ହୋଇଛି ଯେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଶ୍ଚିତ ଜିତିବେ। ସେଥିପାଇଁ ବିଜେପି ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେ ନେଇ ଜାଣନ୍ତୁ ଏହି ୬ଟି କଥା.. ୧-ଭୋଟ ଗଣନା ସକାଳ ୧୧ଟାରୁ ସଂସଦ ଗୃହରେ ଆରମ୍ଭ ହେବ। ଅପରାହ୍ନ ପ୍ରାୟ ୪ଟାରେ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ୨-ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ରୌପଦୀଙ୍କ ତିନିମୁର୍ତ୍ତୀ ମାର୍ଗରେ ଥିବା ତାଙ୍କ ଅସ୍ଥାୟୀ ବାସଭବନକୁ ଅଭିନନ୍ଦନ ଜଣାଇବା ପାଇଁ ଯିବ। ୩-ମୁର୍ମୁଙ୍କ ବିଜୟ ପରେ ବିଜେପି ମୁଖ୍ୟାଳୟରୁ ରାଜପଥ ପର୍ଯ୍ୟନ୍ତ ଦିଲ୍ଲୀ ବିଜେପି ଏକ ରୋଡ୍ ସୋ କରିବାର ଯୋଜନା କରିଛି। ଏହି…

Read More

ନୂଆଦିଲ୍ଲୀ: ଶନିଙ୍କୁ ଏକ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନି ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ପରିଗଣିତ ହୁଅନ୍ତି, ଯିଏକି ନ୍ୟାୟ ଏବଂ ପରିଶ୍ରମର ଦେବତା ଅଟନ୍ତି। ଶନିଙ୍କ ବିଷୟରେ କୁହାଯାଏ ଯେ, ଯେତେବେଳେ ଏହା ଅଶୁଭ, ସେତେବେଳେ ମଣିଷ ଜୀବନରେ ଅନେକ ସମସ୍ୟା ଆସେ ଏବଂ ଜଣେ ବ୍ୟକ୍ତି ନିଜକୁ ଅସହାୟ ମନେ କରିବା ଆରମ୍ଭ କରେ। ଯଦି ଶନି ଖରାପ ତେବେ ବ୍ୟକ୍ତି ପ୍ରେମରେ ମଧ୍ୟ ସଫଳତା ପାଏ ନାହିଁ। ଆପଣଙ୍କ ରାଶିରେ ଶନି ଉଦ୍ଦିଷ୍ଟ ହୋଇପାରେ। ଶନିଙ୍କ ଅଶୁଭ ଲକ୍ଷଣ: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ମକର ରାଶି, କୁମ୍ଭ ରାଶିର ପ୍ରଭୁ ଭାବରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଏହା ମେଷ ରାଶିରେ ଦୁର୍ବଳ ହୋଇଯାନ୍ତି, ସେତେବେଳେ ଶନି ତୁଳା ରାଶିରେ ଉଚ୍ଚ ହୋଇଯାଆନ୍ତି। ତୁଳା ହେଉଛି ଶନିଙ୍କର ପ୍ରିୟ ରାଶି। ଯେତେବେଳେ ଶନି ଅଶୁଭ ହୋଇଥାନ୍ତି, ଏହି ସମସ୍ୟାଗୁଡିକ ଦେଖାଦେଇଥାଏ- – ଭୟଙ୍କର…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଅନେକ କଥା କହିଛନ୍ତି ଯାହା ସାଧାରଣ ଜୀବନରେ ବେଶ୍ ଉପଦେୟ ଅଟେ। ସେ ନାରୀମାନଙ୍କ ଉପରେ ବିଭିନ୍ନ ସମୟରେ ଅନେକ କଥା କହିଛନ୍ତି, ଯାହା ସେମାନଙ୍କ ପାଇଁ ବେଶ ଉପାଦେୟ। ସେହିପରି ଚାଣକ୍ୟ ନାରୀରର ଋତୁଶ୍ରାବକୁ ନେଇ ସୁନ୍ଦର କଥା କହିଛନ୍ତି। ଅନେକ ନାରୀ ଋତୁ ଶ୍ରାବ ବେଳେ ଛୁଆଁ, ଏକାକୀ ରହିବା ପ୍ରଭୃତି କାର୍ଯ୍ୟ କରି ଥାନ୍ତି। ହେଲେ ଚାଣକ୍ୟ କହିଛନ୍ତି ଯେ, ନାରୀରର ମାସିକା ଋତୁ ଶ୍ରାବ ହେଲେ ତାହାର ଶରୀର ଶୁଦ୍ଧ ହୁଏ। ଏଥିସହିତ ସ୍ବାସ୍ଥ୍ୟଗତ ସମସ୍ୟା କିଛି ରହେ ନାହିଁ। ଯଦି ଏହା ଠିକରେ ନ ହୁଏ ତେବେ ନାନାଦି ସମସ୍ୟା ସୃଷ୍ଟି ହେବ। ଏହାକୁ କେତେକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ପାଉଁଶରେ କଂସା ମାଜିଲେ ତାହା ପରିଷ୍କାର ହୁଏ, ପିତ୍ତଳ ଜିନିଷକୁ ଖଟାରେ ମାଜିଲେ ତାହା ପରିଷ୍କାର ହୁଏ, ନଦୀର ଜଳ ପ୍ରବାହିତ ହେଲେ…

Read More

ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ ।  ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ,, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ ।  ବିବାହିତ ଜୀବନ ଭଲ ହେବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।  ଆପଣ ପରିବାରର ଗୁରୁଜନମାନଙ୍କ ସ୍ନେହ ଏବଂ ବିଶ୍ୱାସ ପାଇବେ । ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ ସୁଖର ପରିବେଶ ରହିବ…

Read More

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ, ର‌୍ୟାଗିଂମୁକ୍ତ କ୍ୟାମ୍ପସ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ଏହି ପ୍ରସଙ୍ଗରେ ଶ୍ରୀ ନୱାଜ କହିଥିଲେ ଯେ, ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ପୂର୍ବରୁ ଯେତେବେଳ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ମନ୍ତ୍ରୀ ନିଜକୁ କୋଭିଡ଼ ରୋଗୀ ବୋଲି କହି ଦାୟିତ୍ୱ ନିର୍ବାହ କାର୍ଯ୍ୟରୁ ଖସି ଯାଇଥିଲେ । ହେଲେ ଛାତ୍ର କଂଗ୍ରେସ ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଥିଲା । ଏହାରି ମଧ୍ୟରେ ଉଚ୍ଚଶିକ୍ଷାମନ୍ତ୍ରୀ ରୁଚିକା ମହାନ୍ତିଙ୍କ ପ୍ରସଙ୍ଗରେ ପଦୁଟିଏ କହି ନାହାଁନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଞ୍ଜିତ ପାତ୍ର, ଅଜୟ ସାହୁ, ନଳିନୀକାନ୍ତ ନାୟକ, ନିହାର ବେହେରା, ଦିପ୍ତୀରଞ୍ଜନ ପରିଡ଼ା, ସୁନିଲ…

Read More

ଭୁବନେଶ୍ୱର : ଭାରତୀୟ ରେଡ଼କ୍ରସ୍‍ ,ଓଡ଼ିଶା ରାଜ୍ୟ ଶାଖା ପାଣ୍ଠି ସଂଗ୍ରହ, ସଭ୍ୟ ସଂଗ୍ରହ ଓ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସିଲଡ଼୍ ଓ ପ୍ରଶଂସାପତ୍ର ପାଇଛନ୍ତି। ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍‍ , ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ରେଡ଼କ୍ରସ୍‍ କାର‌୍ୟ୍ୟଧାରାର ଭୂୟସୀ ପ୍ରଶଂସା କରିବା ସହ ସେବାର ପରିସର, ଆକାର ଓ ପରିମାଣକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ସେବାକୁ ଆଧ୍ୟାତ୍ମିକ ସାଧନା ଭାବରେ ବର୍ଣ୍ଣନା କରି ଏଥିନିମନ୍ତେ ଉତ୍ସଗୀକୃତ ମନୋଭାବ ଓ ନିଷ୍ଠା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଅବୈତନିକ ସଚିବ ସିଟିଏମ୍‍ ସୁଗୁଣା ଓଡ଼ିଶାରେ ରେଡ଼କ୍ରସ୍ରକ ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟପାଳ ଅବୈତନିକ ସଚିବଙ୍କୁ ସିଲଡ଼୍‍ ପ୍ରଦାନ କରିଥିଲେ। ବୌଦ୍ଧ…

Read More

ମୟୁରଭଂଜ: ଆସନ୍ତାକାଲି ହେବ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଜଣାପଡିବ ଫଳାଫଳ। ତେବେ ଏବେଠାରୁ ଜଣାପଡିସାରିଲାଣି ଯେ, ଦ୍ରୌପଦୀ ମୁର୍ମୁ ଜିତିବା ନିଶ୍ଚିତ। କାରଣ ତାଙ୍କୁ ଯେପରି ଭାବେ ସାରା ଭାରତରୁ ସମର୍ଥନ ମିଳିଛି ତାହାକୁ ହିସାବ କଲେ ସେ ଷାଠିଏ ପ୍ରତିଶତ ଭୋଟ ହାସଲ କରିବେ। ଏହା ଓଡିଶା ପାଇଁ ନିଶ୍ଚିତ ଗର୍ବର ବିଷୟ ହେବ। ଫଳାଫଳ ପରେ ଆସନ୍ତାକାଲି ସାରା ଓଡିଶା ଖୁସିରେ ନାଚି ଉଠିବ। ସେପରି କ୍ଷେତ୍ରରେ ଖୋଦ ଦ୍ରୌପଦୀଙ୍କ ରାଇରଙ୍ଗପୁର ଅଞ୍ଚଳ କିପରି ବାଦ ପଡିବ। ଆସନ୍ତାକାଲି ନୁହେଁ ଆଜିଠାରୁ ଦ୍ରୌପଦୀଙ୍କ ବାସଭବନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତାଙ୍କ ଘରେ ବର୍ତ୍ତମାନ ଚାଲିଛି ମିଠାଇ ମୋଡା। ଆସନ୍ତାକାଲି ଫଳାଫଳ ଘୋଷଣା ହେବା ପରେ ସାରା ସହରରେ ବଣ୍ଟାଯିବ ମିଠାଇ। ସେଥିପାଇଁ ରାଇରଙ୍ଗପୁର ଅଞ୍ଚଳ ବାସିନ୍ଦା ଫୁଲ ଦମରେ ଉତ୍ସବ ମନାଇବା ପାଇଁ ଅପେକ୍ଷା କରି ରହିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ ଦଳର ସଦସ୍ୟମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଉଭୟ କ୍ରୀଡ଼ାବିତ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କ ସହିତ କେନ୍ଦ୍ର କ୍ରୀଡ଼ା, ଯୁବସେବା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏବଂ କ୍ରୀଡ଼ାବିତ ସଚିବ ଉପସ୍ଥିତ ଥିଲେ। ଆଜି ପ୍ରସଙ୍ଗକ୍ରମେ ଆନ୍ତର୍ଜାତିକ ଚେସ୍ ଦିବସ ମଧ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଚଳିତ ଜୁଲାଇ ମାସ ୨୮ ତାରିଖରେ ୨୮ତମ ଚେସ ଅଲିମ୍ପିଆଡ ତାମିଲନାଡୁରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ପୂର୍ବତନ କ୍ରୀଡ଼ାବିତମାନଙ୍କ ଭଳି ସେମାନେ ମଧ୍ୟ ଭାରତକୁ ଗୌରବାନ୍ୱିତ କରିବେ ବୋଲି ସେ ଆଶାବାଦୀ। ପ୍ରଥମ ଥର…

Read More

ମୁମ୍ବାଇ/ ଭୁବନେଶ୍ୱର: କ୍ରିକେଟ୍‌ରେ ଏହାର ବର୍ଦ୍ଧିତ ଆନ୍ତର୍ଜାତିକ ଉପସ୍ଥିତିକୁ ସୁଦୃଢ଼ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଆଗାମୀ ଟି୨୦ ଲିଗ୍‌ର ଏକ ଫ୍ରାଚାଂଇଜି ଟିମ୍ ଅଧିଗ୍ରହଣ କରିବା ନେଇ ଘୋଷଣା କରାଯାଇଛି। ନିକଟରେ କଂପାନି ପକ୍ଷରୁ ଓ ୟୁଏଇ-ଭିତିକ ଆନ୍ତର୍ଜାତିିକ ଲିଗ୍ ଟି୨୦ ଟିମ୍‌କୁ ଅଧିଗ୍ରହଣ ପରେ ପରେ କେପ୍ ଟାଉନ୍ ସ୍ଥିତ ଏହି ନୂତନ ଫ୍ରାଚାଂଇଜି ଅଧିଗ୍ରହଣ ମୁମ୍ବାଇ ଇଣ୍ଡିଆନ୍‌ସ ବ୍ରାଣ୍ଡ୍‌କୁ ଆଗକୁ ବଢ଼ାଇବ। ଭାରତରେ କ୍ରିକେଟ୍ ଫ୍ରାଂଚାଇଜି, ଫୁଟ୍‌ବଲ୍ ଲିଗ୍‌ର ମାଲିକାନା, କ୍ରୀଡ଼ା ପ୍ରାଯୋଜନା, କନସଲଟାନ୍ସି ଓ କ୍ରୀଡ଼ାବିତ ପ୍ରତିଭା ପରିଚାଳନା ଜରିଆରେ ଓ ଏହି କ୍ଷେତ୍ରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ ଆଗକୁ ଆଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କ୍ରୀଡ଼ା ବ୍ୟବସ୍ଥାର ଅଭ୍ୟୁଦୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥି ସହିତ, ଆର୍‌ଆଇଏଲ୍‌ର ସିଏସ୍‌ଆର୍ ଶାଖା ରିଲାଏନ୍ସ ଫାଉଣ୍ଡେସନ ସ୍ପୋର୍ଟସ୍ ସାରା ଦେଶରେ କ୍ରୀଡ଼ାବିତମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଚାମ୍ପିଅନ୍ ହେବା ଲାଗି ସୁଯୋଗ ପ୍ରଦାନ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସରକାର ଯାହା କରି ନ ପାରିଲା ତାହା ପୁଣି କୋମଳ ମତି ପିଲାମାନଙ୍କ ଦ୍ବାରା ସଂଭବ ହୋଇପାରିଛି। ଏକ ଖରାପ ରାସ୍ତାକୁ ମରାମତି କରି ଉଦାହରଣ ପାଲଟିଛନ୍ତି ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ଵଳମ୍ ପଞ୍ଚାୟତର ପିଲାମାନେ। ସୂଚନା ଅନୁଯାୟୀ ବଳମ୍ ପଂଚାୟତ ଗଞ୍ଜାବାହାଳ ଛକ ରାସ୍ତାରେ ଟ୍ରାକ୍ଟର ଯିବା ଆସିବା କରି ଅନେକ ଗର୍ତ୍ତ ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ଏହି ଛକ ଠାରୁ ଗଞ୍ଜାଵାହାଲ୍, ରଞ୍ଜା, ଧଳତଇଲା ଓ ବେତଝରଣ ଗ୍ରାମକୁ ରାସ୍ତା ଯାଇଛି। ଟ୍ରାକ୍ଟର ଚାଳକ ଓ ମାଲିକମାନଙ୍କୁ ଗ୍ରାମବାସୀ ଅନେକ ଥର ସମତୁଲ କରିବା ପାଇଁ ଅନୁରୋଧ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଏପରି ରାସ୍ତାକୁ କିପରି ସଜଡ଼ା ଯାଇ ପାରିବ ସେଥିପାଇଁ କମ୍ ବୟସର ପିଲାମାନେ ଆଗେଇ ଆସିଥିଲେ। ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତକୁ ଅପେକ୍ଷା ନ କରି ଦିବ୍ୟାଙ୍ଗ ଅନୁଷ୍ଠାନ ସମର୍ଥ ଭାରତର…

Read More

ଦିଲ୍ଲୀ: ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ପ୍ରକଳ୍ପ ଗୁଡିକ ଯୋଗୁଁ ବିସ୍ଥାପିତ ହୋଇଥିବା ଓଡିଶାର ଲୋକ ମାନଙ୍କ ସମସ୍ୟା ଗୁଡିକୁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ପୁନର୍ବାସ ଏବଂ ପାରିପାର୍ଶ୍ୱକ ବିକାଶ ପରାମର୍ଶଦାତା ସମିତି (ଆର୍ପିଡିଏସି) ଦ୍ୱାରା ସମୟ ସମୟରେ ସମୀକ୍ଷା କରାଯାଉଛି। ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର, ଭୂମି, ଗଛ / ଫସଲ ଏବଂ ସଂରଚନା ଗୁଡିକୁ ଅଧିଗ୍ରହଣ କରିବା ପରେ କ୍ଷତିପୂରଣର ଆକଳନ ଭୂମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ ଆଇନ୍, ୨୦୧୩ (ଆର୍ଏଫ୍ସିଟିଏଲ୍ଏଆର୍ଆର୍ ଆଇନ୍, ୨୦୧୩) ଅନୁଯାୟୀ ଉଚିତ୍ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଆଧାରରେ ମୂଲ୍ୟାଙ୍କନ କରା ଯାଇଛି ଏବଂ କୋଇଲା ବହନକାରୀ କ୍ଷେତ୍ର (ଅଧିଗ୍ରହଣ ଏବଂ ବିକାଶ ) ଆଇନ୍, ୧୯୫୭ (ସିବିଏ (ଏ ଆଣ୍ଡ୍ ଡି) ଆଇନ୍, ୧୯୫୭ ) ଅଧୀନରେ ଏମ୍ସିଏଲ୍କୁ ଜମି ଦେଇ ଗ୍ରାମବାସୀମାନଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରା ଯାଇଛି। ନାଲ୍କୋର ପ୍ରକଳ୍ପ ଗୁଡିକ ଯୋଗୁଁ ମୋଟ ୬୩୫…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘମାସ ହେବ ବାଣପୁର ସବ ଜେଲରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି। ତେବେ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି। ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା…

Read More

ଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ସହରାଞ୍ଚଳ ନିର୍ବାଚନରେ ​​ବିଜେପିକୁ ବଡ ଝଟକା ଲାଗିଛି। ବିଜେପି ହାତରୁ ୭ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଚାଲିଯାଇଛି। ସେଥିମଧ୍ୟରୁ ୫ ଟି କଂଗ୍ରେସ ଜିତିଛି। ଗୋଟିଏ ଆମ୍ ଆଦମୀ ପାର୍ଟିର ଆକାଉଣ୍ଟକୁ ଯାଇଥିବା ବେଳେ ଅନ୍ୟଟିରେ ବିଜେପିର ବିଦ୍ରୋହୀ ସ୍ଵାଧୀନ ପ୍ରାର୍ଥୀ ମେୟର ପଦ ଜିତିଛନ୍ତି। କ୍କୌଣସି ସ୍ଥାନରେ ଭୁଲ ହୋଇଛି ବୋଲି ବିଜେପି ମଧ୍ୟ ସ୍ୱୀକାର କରୁଛି। ଦଳର ରାଜ୍ୟ ସଭାପତି ଭି.ଡି ଶର୍ମା କହିଛନ୍ତି ଯେ, ଏହା ଏକ ଚିନ୍ତାର ବିଷୟ। ଆମେ ନିଶ୍ଚିତ ଭାବରେ ବିଚାର କରିବୁ। ନଗର ନିଗମ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟର ୧୬ ଟି ପୌରାଞ୍ଚଳ ଦଖଲରେ ଥିବା ବିଜେପିର ହାତରୁ ୭ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଚାଲିଯାଇଛି। କଂଗ୍ରେସ ଶୂନରୁ ୫ କୁ ବୃଦ୍ଧି ପାଇଛି।

Read More

ନୂଆଦିଲ୍ଲୀ: ଆସନ୍ତାକାଲି ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା କରାଯିବ। ସଂସଦ ଭବନ ପରିସରରେ ଏହା ଦିନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ଗତ ସୋମବାର ଦିନ ସଂସଦରେ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମତଦାନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ଭୋଟ ବାକ୍ସଗୁଡିକୁ ନୂଆଦିଲ୍ଲୀ ସଂସଦ ଭବନକୁ ଅଣାଯାଇଥିଲା। ସେଠାରେ କଡା ସୁରକ୍ଷା ମଧ୍ୟରେ ଏହି ଭୋଟ ବକ୍ସ ରଖାଯାଇଛି। ବିଭିନ୍ନ ରାଜ୍ୟର ବାଲଟ ବାକ୍ସ ବିମାନରେ ଆସିଥିଲା। ଏଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିଲା। ବାଲଟ ବକ୍ସଟି ସାଥିରେ ଆସୁଥିବା ଅଧିକାରୀ ନିଜ ସିଟ ପାଖରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ଅଧିକାରୀଙ୍କ ନାମରେ ଏକ ଇଟି ଟିକେଟ ସହିତ Mr.Ballot Box ନାମରେ ମଧ୍ୟ ଆଉ ଏକ ଟିକେଟ କଟାଯାଇଥିଲା। ଆସନ୍ତାକାଲି ଭୋଟ ଗଣତି ସକାଳ ୧୧ଟା ବେଳେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟସଭା ସଚିବାଳୟର ବରିଷ୍ଠ ଅଧିକାରୀଙ୍କୁ କାଉଣ୍ଟିଂ ଅପିସର ଭାବେ…

Read More

ଭୁବନେଶ୍ୱର : ଦୟାନଦୀ ବନ୍ଧର ଉନ୍ନତୀକରଣ ଓ ପ୍ରଶସ୍ତିିକରଣ କରିବାକୁ ନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଏକାମ୍ର ବିଜେପି ଗ୍ରାମିଣ ମଣ୍ଡଳ ତରଫରୁ ଦୟା ନଦୀବନ୍ଧସ୍ଥିତ ମା ଜାଡୁୁମଲୀ ପ୍ରାଙ୍ଗଣରୁ ଇଟିପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ବ୍ଲକ ଅଧିନରେ ଥିବା ୬ ପଚାଂୟତର ଲକ୍ଷାଧିକ ଜନସାଧାରଣ ଦୟାନଦୀ ବନ୍ଦ ମୁଖ୍ୟ ରାସ୍ତାରେ ଦୌନିକ ଯାତାୟତ କରନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ, ଦୀପତଳ ଅନ୍ଧାର ଭଳି ଖୋଦ ରାଜ୍ୟ ରାଜଧାନୀ ଉପକଂଠ ଦୟାନଦୀ ବନ୍ଧ କଡରେ ଥିବା ୬ ପଂଚାୟତର ପ୍ରାୟ ୩୦ଟି ଗ୍ରାମର ଗ୍ରାମବାସୀ ସବୁବେଳେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଗତ ବର୍ଷ ସରକାର ଦୟାନଦୀ ବନ୍ଧ ସଶକ୍ତିକରଣ ଓ ଉନ୍ନତି ସକାଶେ ପ୍ରାୟ ୨୩ କୋଟି ଟଙ୍କାର ବଜେଟ ଆକଳନ କରିଥିଲେ । ଯାହାକି ଆଜି ପ୍ରର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିଲାନାହିଁ । ଗ୍ରାମ ବାସୀ ବହୁବାର ପ୍ରତିବାଦ ଓ…

Read More

ଭୁବନେଶ୍ୱର : ଲଳିତ କଳା ଏକାଡ଼େମୀ ନୂଆଦିଲ୍ଲୀର ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ବୁଦ୍ଧ ମନ୍ଦିର ପରିସରରେ ଏକ ଚିତ୍ରକଳା ଶିବିର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ଆଜାଦୀର ଅମୃତ ଉତ୍ସବ ପାଳନ ଅବସରରେ ଭାରତର ସ୍ୱାଧୀନତା ପାଇଁ ଯେଉଁ ସଂଗ୍ରାମୀ ମାନଙ୍କର ଅତୁଳନୀୟ ଭୂମିକା ରହିଛି, ସେହି ମହାନାୟକ ମାନଙ୍କର ପ୍ରତିକୃତି ଓ ତାଙ୍କର ଘଟଣା ସମ୍ବନ୍ଧୀୟ ଚିତ୍ରକଳାକୁ ୫ ଦିନ ଧରି ଘରେ ରହି ଅଙ୍କନ କରିବେ ଚିତ୍ରଶିଳ୍ପୀମାନେ। ଶିବିରକୁ ମୁଖ୍ୟ ଅତିଥି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ପରାମର୍ଶଦାତା ଏସ.ସି. ବର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।  ଲଳିତ କଳା ଏକାଡ଼େମୀର ସଚିବ ରାମକୃଷ୍ଣ ବେଦାଲା, ଲଳିତ କଳା ଏକାଡ଼େମୀର ସଭ୍ୟ ତଥା ଶିବିର ସଂଯୋଜଗ ବଳଦେବ ପ୍ରସାଦ ମହାରଥା, ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା, ପଞ୍ଚାନନ ସାମଲ, ସତ୍ୟଭାମା ମାଝୀ, ରବି ନାରାୟଣ ରଥ, ସଞ୍ଜୟ କେତନ ଚୌଧୁରୀ, ବି ପଣ୍ଡା, ରାଜକିଶୋର…

Read More

ଭୁବନେଶ୍ୱର: ଚଳିତ ଖରିଫରେ ଆବଶ୍ୟକ ସାରର ସୁଷମ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନେ ଯେପରି ଠିକ୍‌ ସମୟରେ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ପାଇବେ ସେଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାରର ଯୋଗାଣ ଓ ବଣ୍ଟନକୁ ବ୍ୟବସ୍ଥିତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ସଂଜୀବ ଚୋପ୍ରା ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସାର ବିକି୍ରର ଯାଞ୍ଚ ବ୍ୟବସ୍ଥାକୁ ବ୍ୟାପକ ଓ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ସାରର ମହଜୁଦ ଓ କଳାବଜାରୀକୁ…

Read More

ଲକ୍ଷ୍ନୌ: ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ନେଇ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ଆସିଛି। ଅଖିଳେଶ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବେଳେବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲିଥାଏ। ଅଖିଲେଶ ଯାଦବ ଟୁଇଟ କରି ଲେଖିଛନ୍ତି ଯେ, ମନ୍ତ୍ରୀ ଭାବେ ସମ୍ମାନ ତ ମିଳିଲା ନାହିଁ, କିନ୍ତୁ ଦଳିତ ହେବାର ଅପମାନ ମିଳିଲା। ଭେଦଭାବକାରୀ ବିଜେପି ସରକାରରୁ ଇସ୍ତଫା ଦେବା ନିଜ ସମାଜର ସମ୍ମାନ ରଖିବା ପାଇଁ ଏକମାତ୍ର ଉପାୟ।

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦ୍ଘାଟନ କରିଥିବାବେଳେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ଆଇଆଇସି ବିଭୂତି ଭୂଷଣ ଦଳେଇ, ଉପସ୍ଥିତ ଥିଲେ। ଏହି ଶିବିରରେ ୧୧୫ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର କଳ୍ପେଷ୍ କକ୍କଡ୍, ସନ୍ତୋଷ ଗୌଡ଼, କର୍ମଦେବ ପଟେଲ, ଗଣେଶ ସେଟ୍, ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାରର ଇନ୍ଦ୍ରମଣି ବେହେରା, ସୁଦର୍ଶନ ନାଏକ ଏବଂ ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ…

Read More