ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୧୨୪ ଉପଧାରା (୨) ଅଧିନରେ କ୍ଷମତାପ୍ରାପ୍ତ ରାଷ୍ଟ୍ରପତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି। ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨୭, ୨ଠ୨୨ ଦିନ ଭାରତର ୪୯ତମ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨ଠ୧୪ରେ ବାରରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏପରି ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବାରେ ଜଷ୍ଟିସ ଏସ୍ ଏମ୍ ସିକ୍ରୀଙ୍କ ପରେ ସେ ହେବେ ଦ୍ୱିତୀୟ ପ୍ରଧାନ ବିଚାରପତି। ଜଷ୍ଟିସ ଏସ୍ ଏମ୍ ସିକ୍ରୀ ୧୯୭୧ ମସିହାରେ ଦେଶର ୧୩ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଲଳିତ ଦୁଇଥର ସୁପ୍ରିମକୋର୍ଟ ଆଇନ ସେବା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଜଷ୍ଟିସ ୟୁ ୟୁ ଲଳିତ ଅନେକ ଉଲ୍ଲେଖନୀୟ ରାୟ ଶୁଣାଇଛନ୍ତି। ନଭେମ୍ବର ୯,…
Author: Samikhsya Bureau
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଅଚ୍ୟୁତପୁର ରାଜସ୍ୱ ନିରିକ୍ଷକ ଗୌରାଙ୍ଗ ଶବର ବୁଧବାର ଦିନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଛଣଗିରି ଗ୍ରାମପଞ୍ଚାୟତ ଦେଉଳି ଗ୍ରାମର ଦିପକ ପ୍ରଧାନ ଓରଫ କାହ୍ନାଙ୍କ ଦଲିଲରୁ ପଟ୍ଟା କରାଇଦେବାକୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି। ଭୁବନେଶ୍ୱର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ହୋଇଥିଲା ଚଢ଼ାଉ। ଭିଜିଲାନ୍ସ ଟିମ ଅଚ୍ୟୁତପୁର ରାଜସ୍ୱ ନିରିକ୍ଷକ ଅଫିସ ଓ ଟାଙ୍ଗୀ ତହସିଲ ଅଫସରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବାର ଜଣାପଡିଛି।
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରକ୍ଷା ବନ୍ଧନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ କହିଛନ୍ତି:- “ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ରକ୍ଷା ବନ୍ଧନ ଭାଇ ପ୍ରତି ଭଉଣୀର ଭଲପାଇବା ଓ ସ୍ନେହର ଅଭିବ୍ୟକ୍ତି ଅଟେ ଏବଂ ଏହା ସେମାନଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦୋହରାଇବାର ଅବସର। ସ୍ୱତଃସ୍ଫୁର୍ତ୍ତ ଭଲପାଇବା ଓ ପରିପୂରକତାର ପ୍ରତୀକ ରକ୍ଷା ବନ୍ଧନ ଲୋକଙ୍କୁ ଆପଣାର କରିଥାଏ। ଭାଇ ଓ ଭଉଣୀ ମଧ୍ୟରେ ପାରସ୍ପରିକ ବିଶ୍ୱାସର ଏହି ପର୍ବ ସମାଜରେ ମହିଳାମାନଙ୍କ ପ୍ରତି ସଦ୍ଭାବ ଓ ସମ୍ମାନକୁ ପ୍ରୋତ୍ସାହିତ କରୁ ବୋଲି କାମନା କରୁଛି।”
ସୁନ୍ଦରଗଡ଼: ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବି ପଢ଼ାଇ ପାରନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଚଲାଇଥିବା “ଭର୍ଚୁଆଲ କ୍ଲାସ” ଏହାର ଏକ ଉଦାହରଣ। ୨୦୧୯ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରି ଏହି “ଭର୍ଚୁଆଲ କ୍ଲାସ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଅଧୀନରେ ଭି-ସାଟ୍ ଲିଙ୍କ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା। ଆଜି ସେହି ସଂଖ୍ୟା ୨୮୭ଟି ସ୍କୁଲର ୫୭୨ଟି କ୍ଲାସରୁମକୁ ସଂପ୍ରସାରିତ ହୋଇପାରିଛି। ଏହା ଫଳରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେଉଛନ୍ତି। “ଭର୍ଚୁଆଲ କ୍ଲାସ ମାଧ୍ୟମରେ ଅଭିଜ୍ଞ ଶିକ୍ଷକ…
ମୁମ୍ବାଇ/ ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସର ପୃଷ୍ଠପୋଷକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ୱାନ୍ ପରିବାରରେ ସାମିଲ ହୋଇଥିବା ଦୁଇ ନୂଆ ଫ୍ରାଂଚାଇଜିର ନାମ ଓ ବ୍ରାଣ୍ଡ୍ ପରିଚୟ ଘୋଷଣା କରାଯାଇଛି। ୟୁଏଇ ଆନ୍ତର୍ଜାତିକ ଲିଗ୍ ଟି୨୦ରେ “ଏମ୍ଆଇ ଏମିରେଟ୍ସ’ ଓ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ପାଇଁ “ଏମ୍ଆଇ କେପ୍ ଟାଉନ୍’ ନାମ ଘୋଷଣା କରାଯାଇଛି ଯାହା ଟିମ୍ର ଚର୍ଚ୍ଚିତ ନୀଳ ଓ ସୁବର୍ଣ୍ଣ ରଙ୍ଗର ଜର୍ସି ପରିଧାନ କରିବେ। ସଂପୃକ୍ତ ଅଂଚଳର ସ୍ଥାନ ଆଧାରରେ ଏହି ଦୁଇ ଟିମ୍ର ନାମକୁ ଏମ୍ଆଇ ଏମିରେଟ୍ସ ଓ ଏମ୍ଆଇ କେପ୍ ଟାଉନ୍ ଭାବେ ଚୟନ କରାଯାଇଛି। ଏମ୍ଆଇ ଏମିରେଟ୍ସ (ମାଇଁ ଏମିରେଟ୍ସ) ଓ ମାଇଁ କେପ୍ ଟାଉନ୍ ଉଭୟ ଏମରିରେଟ୍ସ ଓ କେପ୍ ଟାଉନ୍ର କ୍ରିକେଟ୍ପ୍ରେମୀଙ୍କ ପାଇଁ ସମର୍ପିତ। ଏହି ଦୁଇ ନୂଆ ଫ୍ରାଂଚାଇଜି ପ୍ରସିଦ୍ଧ ମୁମ୍ବାଇ ଇଣ୍ଡିଆନ୍ସର ପରିଚୟକୁ ଗ୍ରହଣ କରିବେ ଏବଂ ସ୍ଥାନୀୟ ଭାବ ସହ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଶ୍ରୀ ନାଇଡୁଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଷ୍ଟେଟ୍ସ ମ୍ୟାନ ଶ୍ରୀ ନାଇଡୁଙ୍କ ଉଭୟ ଲୋକସଭା ଏବଂ ରାଜ୍ୟସଭା ଗୃହରେ ସେବା କାର୍ଯ୍ୟ ଥିଲା ଅନନ୍ୟ। ଶ୍ରୀ ନାଇଡୁ ଗଣତାନ୍ତ୍ରିକ ପରମ୍ପରାକୁ ଉର୍ଦ୍ଧ୍ୱରେ ରଖି ଗୃହ କାର୍ଯ୍ୟକୁ ଯେପରି ପରିଚାଳନା କରିଥିଲେ, ସେଥିପାଇଁ ସେ ଜନପ୍ରିୟ ହେବା ସହ ସବୁ ଦଳ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲେ। ତାଙ୍କ ଭଳି ଜଣେ ଆଦର୍ଶ ଓ ବିଦ୍ୱାନ ବ୍ୟକ୍ତିଙ୍କ ସ୍ନେହ ଓ ପାଣ୍ଡିତ୍ୟର ମୁଁ ଲାଭ ପାଇଛି। ସଂସଦରେ ତାଙ୍କର ଉଚ୍ଚାରଣ ଶୈଳୀ ଏବଂ ଉପାଖ୍ୟାନ ସ୍ମରଣୀୟ ହୋଇ ରହିବ।…
ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର। ସେହିଭଳି ଗୁରୁତର ଅସୁସ୍ଥ ମାନସିକ ରୋଗୀଙ୍କ ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏମ୍ସ ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଆପତକାଳୀନ ବ୍ୟବସ୍ଥା (ଆକ୍ୟୁଟ କେୟାର ୟୁନିଟ)ର ଶୁଭାରମ୍ଭ କରାଯାଇଛି। ଏଥିସହିତ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ଆରମ୍ଭ କରାଯାଇଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଅନୁଷ୍ଠାନ (ଏସଆଇଇପି) ଓଡ଼ିଶାରୁ ରେଫର ହୋଇ ଆସୁଥିବା ଏପରି ଦିବ୍ୟାଙ୍ଗ ଶିଶୁଙ୍କୁ ଏମ୍ସରେ ଏହି ସେବା ଯୋଗାଇଦିଆଯିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମାନସିକ ରୋଗ ବିଭାଗରେ ଏହି ସମସ୍ତ ବ୍ୟବସ୍ଥାକୁ ଉଦ୍ଘାଟନ କରିଥିଲେ।…
ଭଦ୍ରକ/ଭୁବନେଶ୍ୱର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍ସର ନୂଆ ଷ୍ଟୋର ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଖୋଲିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଟ୍ରେଣ୍ଡ୍ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇଛି। ମେଟ୍ରୋ ଠାରୁ ଆରମ୍ଭ କରି ମିନି-ମେଟ୍ରୋ, ଟାଏର-୧ ଓ ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି। ଏଥିସହିତ ଭାରତର ଲୋକପ୍ରିୟ ଫେସନ ସ୍ଥଳୀରେ ପରିଣତ ହୋଇଛି। ଚାନ୍ଦବାଲି ସ୍ଥିତ ଟ୍ରେଣ୍ଡ୍ସ ଷ୍ଟୋରର ଆଧୁନିକତାର ସ୍ପର୍ଶ ରହିଛି। ଏଥିସହିତ ଗ୍ରାହକଙ୍କ ପାଇଁ ମନଲୋଭା ପରିବେଶ ବି ରହିଛି। ଏଠାରେ ଆକର୍ଷଣୀୟ ରେଞ୍ଜ ର ଉତମ ମାନର ଫେସନ ସାମଗ୍ରୀ ରଖାଯାଇଛି। ସ୍ଥାନୀୟ ଅଂଚଳର ଗ୍ରାହକଙ୍କ ଆବଶ୍ୟକତା ଓ ପକେଟକୁ ସୁହାଇବା ଭଳି ସୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରିର…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଭୀମ ଭୋଇ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ରେଢାଖୋଲ ଭୀମଭୋଇ କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଧ୍ୟୟନ କେନ୍ଦ୍ର ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ର ଉଦ୍ଘାଟନ କରିଥିଲେ। ଏହା ସହିତ ଉଦ୍ଘାଟନୀ ସମାରୋହରେ ଭୀମଭୋଇ ମହାବିଦ୍ୟାଲୟ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡଃ ଅର୍କ କୁମାର ଦାସ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମୁକ୍ତ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ଏବଂ ଭବିଷ୍ୟତର ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଏଠାରେ ମୁକ୍ତ ବିଶ୍ୱ ବିଦ୍ୟାଳୟ ହେବା ଦ୍ୱାରା ଗ୍ରାମାଂଚଳର ପିଲାମାନେ ପାଠ ପଢିବାର ସୁଯୋଗ ପାଇ ପାରିବେ ବୋଲି ପ୍ରକାଶ…
ନୂଆଦିଲ୍ଲୀ: ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି। ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି। ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନ୍ଲାଇନରେ କିଣିପାରିବେ। ଠିକ୍ ସମୟରେ ପତାକା ପହଞ୍ଚାଇବା ଦୃଷ୍ଟିରୁ ନାଗରିକମାନେ ଅଗଷ୍ଟ ୧୨, ୨୦୨୨ ପୂର୍ବରୁ ଜାତୀୟ ପତାକା ପାଇଁ ଅନ୍ଲାଇନ ଅର୍ଡର କରିବାକୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଦେଶର ଗର୍ବିତ ନାଗରିକମାନଙ୍କ ନିକଟରେ ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ଦେଶବ୍ୟାପୀ ଡାକ ବିଭାଗ ପକ୍ଷର ପତାକା ପିଛା ୨୫ଟଙ୍କା ହିସାବରେ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି। ବିପୁଳ ଜନସାଧାରଣ ମଧ୍ୟ ଇ-ଡାକଘର ପୋର୍ଟାଲ (https://www. epostoffice.gov.in/Product Details/Guest_productDetailsProdid=ca6wTEVyMuWlqlgDBTtyTw== ) ଜରିଆରେ ଏଥିପାଇଁ ଅନ୍ଲାଇନରେ ଅର୍ଡର କରୁଛନ୍ତି। ଡାକବିଭାଗ ପହଞ୍ଚାଇବା ବାବଦ ଦେୟ ନ ନେଇ ଦେଶର ଯେ କୌଣସି ସ୍ଥାନରେ ଜାତୀୟ ପତାକା ପହଞ୍ଚାଇବାରେ ବ୍ୟବସ୍ଥା ମଧ୍ୟ କରିଛି। ସମୟୋଚିତ ପତାକା…
ଭୁବନେଶ୍ୱର: ରାକ୍ଷୀ ପୁର୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଗାମୀ କାଲି ରକ୍ଷା ବନ୍ଧନ ପାଇଁ ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି। ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍ସନ୍ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିଅର ଇଞ୍ଜିନିୟର, ଜଣେ ଓ.ଏ.ଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ…
ଭୁବନେଶ୍ୱର: ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍ର ପଶୁ ଚିକିତ୍ସକମାନେ ଏଭଳି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି। ସାଢ଼େ ଚାରିବର୍ଷର ଏହି କୁକୁରଟିକୁ ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍କୁ ଅଣାଯାଇଥିଲା। ଏକ୍ସରେ କରାଯିବା ପରେ ପଶୁଟିର ମୂତ୍ରାଶୟ ଏବଂ ପରିସ୍ରାନଳୀରେ ଅନେକ ପଥର ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା। ଅନେକ ଭେଟେରିନାରୀ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତା’ର ଉପଯୁକ୍ତ ଚିକିତ୍ସା ସମ୍ଭବ ହୋଇପାରି ନଥିଲା। ସୋଆ ଅର୍ବାନ ହସ୍ପିଟାଲ୍ର ଅନୁଭୂତି ସମ୍ପନ୍ନ ସର୍ଜନମାନେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅସ୍ତ୍ରୋପଚାର ମାଧ୍ୟମରେ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରିଥିଲେ। ସୋମବାର ଦିନ ୩ ଜଣ ସର୍ଜନ୍ କୁକୁରଟିକୁ ଜେନେରାଲ୍ ଆନେସ୍ଥେସିଆ ଦେଇ ଅଚେତ୍ କରାଇବା ପରେ ଅସ୍ତ୍ରୋପଚାର କରିଥିଲେ। ମୂତ୍ରାଶୟକୁ କଟାଯାଇ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ୫ମ ଆପେକ୍ସ କମିଟିର ସମୀକ୍ଷା ବୈଠକ ଆଇଏନଏସ ଚିଲିକାରେ ଅନୁଷ୍ଠିତ ହୋଇଯାଇଛି। ଉପ-ଆଡମିରାଲ୍ ତଥା ଇଷ୍ଟର୍ନ ନାଭାଲ କମାଣ୍ଡ ମୁଖ୍ୟ ବିଶ୍ୱଜିତ୍ ଦାସଗୁପ୍ତା ଏବଂ ଓଡ଼ିଶା ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭାରତୀୟ ନୌସେନା, ଓଡିଶା ସରକାର, ତଟରକ୍ଷୀ,ଏସଆଇବି, ଆଇଟିଆର ବାଲେଶ୍ୱରର ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ ଏବଂ ପୁରୀ, ଧାମରା ଓ ଗୋପାଳପୁର ବନ୍ଦରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଓଡିଶାର ଉପକୂଳ ସୁରକ୍ଷା ପ୍ରସଙ୍ଗର ବାର୍ଷିକ ସମୀକ୍ଷା ନିମନ୍ତେ ଏହି ବୈଠକ ଡକାଯାଇଥିଲା। ଗତ ସମୀକ୍ଷା ବୈଠକ ପରଠାରୁ ଆଜି ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ସମସ୍ୟାର ସମାଧାନ, ବିକାଶ ତଥା ମୁଖ୍ୟ ସମସ୍ୟାଗୁଡିକ ବିଷୟରେ ବୈଠକରେ ଉପସ୍ଥାପନା କରାଯାଇଥିଲା। ଉପକୂଳ ନିରାପତ୍ତା ବଢାଇବା ପାଇଁ…
ଭୁବନେଶ୍ୱର: ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂତନ ଲଘୁଚାପଟି ଅଗଷ୍ଟ ୧୪ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଉତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୨ ତାରିଖ ରାତିରୁ ଆରମ୍ଭ ହୋଇ ଏହାର ୨୪ ଘଂଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଦା, କଟକ, ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ, ଅନୁଗୁଳ, କନ୍ଧମାଳ,…
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ସହ ଜଡିତ ଏକ ବଡ ଖବର ଆସୁଛି। ୟୁପି ବିଧାନ ପରିଷଦରେ ଗୃହର ନେତା ସ୍ଵତନ୍ତ୍ର ଦେବ ସିଂ ଗୃହର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟସ୍ତତା ତାଙ୍କ ଇସ୍ତଫା ପଛର କାରଣ ବୋଲି ସ୍ଵତନ୍ତ୍ର ଦେବ ଉଲ୍ଲେଖ କରିଛନ୍ତି। ନିକଟରେ ସେ କ୍ୟାବିନେଟ ମନ୍ତ୍ରୀ ତଥା ବିଧାନ ପରିଷଦର ନେତା ଭାବରେ ମନୋନୀତ ହୋଇଥିଲେ। ସ୍ଵତନ୍ତ୍ର ଦେବଙ୍କ ଇସ୍ତଫା ପରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଏହି ବଡ ଦାୟିତ୍ଵ ଦିଆଯାଇଛି। ୟୁପି ବିଧାନ ପରିଷଦର ବାଚସ୍ପତି ସ୍ଵତନ୍ତ୍ର ଦେବ ସିଂଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ କେଏମ ସିଂ କହିଛନ୍ତି ଯେ, ସେ ୟୁପି ବିଧାନ ପରିଷଦରେ ଗୃହର ନେତା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ବ୍ୟସ୍ତତା କାରଣରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପରେ ଏହି ଦାୟିତ୍ୱ ବର୍ତ୍ତମାନ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦିଆଯାଇଛି। କେଶବ ମୌର୍ଯ୍ୟଙ୍କୁ ବିଧାନ ପରିଷଦରେ ଗୃହର…
ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମା ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଏହାପୂର୍ବରୁ ଜୁଲାଇ ୧୯ ତାରିଖରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜମସେଦ ପରଡିୱାଲାଙ୍କ ଏକ ବେଞ୍ଚ ମହମ୍ମଦଙ୍କ ଉପରେ ମନ୍ତବ୍ୟ ମାମଲାରେ ନୁପୁରଙ୍କ ଗିରଫଦାରୀକୁ ସ୍ଥଗିତ ରଖିଥିଲେ। ଆହୁରି ମଧ୍ୟ ୮ ଟି ରାଜ୍ୟରେ ପଞ୍ଜିକୃତ ହୋଇଥିବା ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୋଟିସ ଜାରି କରାଯାଇଥିଲା। ଶୁଣାଣି ସମୟରେ ନୁପୁରଙ୍କ ଓକିଲ ମନିନ୍ଦର ସିଂ କହିଛନ୍ତି ଯେ, ଅନେକ ପକ୍ଷର ଉତ୍ତର ଆସିନାହିଁ। ଏହା ଉପରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଆମେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛୁ। ଏହା ପରେ ମନିନ୍ଦର ସିଂ କହିଛନ୍ତି ଯେ ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯିବା ଭଲ। ଏହା ପରେ ଜଷ୍ଟିସ ପଚାରିଥିଲେ ଯେ ଜୁଲାଇ…
ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଭାରତ ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗକୁ ଜୋରଦାର କରିଛି। ଆତଙ୍କବାଦ ପ୍ରତି ଦୃଢ ପ୍ରତିକ୍ରିୟା ପ୍ରକାଶ କରି ଭାରତ ସ୍ପଷ୍ଟ ଭାବେ କହିଛି ଯେ, ଆତଙ୍କବାଦୀଙ୍କ ସହ ମୁକାବିଲା କରିବାରେ ଭିନ୍ନ ଭିନ୍ନ ମନୋଭାବ ରହିବା ଉଚିତ ନୁହେଁ। ମିଳିତ ଜାତିସଂଘ (ଜାତିସଂଘ) ର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି ଯେ ଆତଙ୍କବାଦୀଙ୍କ ତାଲିକାର ଅନୁରୋଧକୁ ବିଚାରାଧୀନ କିମ୍ବା ବାଧା ଦେବା ଧାରାକୁ ଶେଷ କରିବା ଆବଶ୍ୟକ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି ଯେ, ଆତଙ୍କବାଦ ସମଗ୍ର ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଆତଙ୍କବାଦ ଭଳି ଏକ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଆମର ପ୍ରତିକ୍ରିୟା ଏକୀଭୂତ ଏବଂ ପ୍ରଭାବଶାଳୀ ହେବା ଉଚିତ୍। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ମଙ୍ଗଳବାର ଚୀନ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ…
ନୂଆଦିଲ୍ଲୀ: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ହୋଇଛନ୍ତି। ସେ ଦିଲ୍ଲୀର ଏକ ହୋଟେଲରେ ଅବସ୍ଥିତ ଜିମରେ ବ୍ୟାୟାମ କରୁଥିବା ବେଳେ ହୃଦଘାତରେ ପୀଡିତ ହୋଇଛନ୍ତି। ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ରାଜୁ ହୋଟେଲରେ ମଧ୍ୟରାତ୍ରିର ବ୍ୟାୟାମ କରୁଥିଲେ। ସେ ଟ୍ରେଡମିଲରେ ଥିଲେ ଏବଂ ହଠାତ୍ ଖସିପଡିଥିଲେ। ତାଙ୍କର ସାମାନ୍ୟ ହୃଦଘାତ ହୋଇଥିଲା। ତାଙ୍କୁ ଦୁଇ ଦିନ ନଜରରେ ରଖାଯିବ ଏବଂ ତାଙ୍କ ଅବସ୍ଥାକୁ ଦେଖି ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।
ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି। ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି। ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ ଜାରି କରାଯାଇଛି।

