Author: Samikhsya Bureau

ଭୁବନେଶ୍ୱର: ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନରେ ଥିବା ମିନିରତ୍ନ ଆଇପିଏସ୍‌ଇ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍ ପକ୍ଷରୁ ଆଜି ଓଡ଼ିଶାର ଭୁବନେଶ୍ୱରଠାରେ ଏହାର ଅତ୍ୟାଧୁନିକ କୋଲ୍ଡ ଚେନ୍ ୟୁନିଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର ଏବଂ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଶ୍ରମ ଓ ନିଯୁକ୍ତି ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କୋଲ୍ଡଚେନ୍ ସୁବିଧା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ଛତାବରଠାରେ ନିର୍ମିତ ଏହି କୋଲ୍ଡଚେନ୍ ୟୁନିଟ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ପୂର୍ବାଞ୍ଚଳରେ ପ୍ରଥମ ଏବଂ ସମଗ୍ର ଦେଶରେ ଚତୁର୍ଥ ୟୁନିଟ୍। ସମଗ୍ର ଭାରତରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ବାଲ୍‌ମର୍ ଲରି ହେଉଛି ଏକ ସମନ୍ୱିତ ଲଜିଷ୍ଟିକ୍ ସେବା ପ୍ରଦାନକାରୀ ସଂସ୍ଥା…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏହାର ରାଜ୍ୟସଭା ସଂସଦୀୟ ଦଳର ନେତା ଓ ମୁଖ୍ୟ ସଚେତକଙ୍କ ନାମ ଘୋଷଣା କରିଛି। ସେହି ଅନୁସାରେ ବର୍ତ୍ତମାନ ରାଜ୍ୟସଭା ସଂସଦୀୟ ଦଳର ନେତା ହୋଇଛନ୍ତି ଡ. ସସ୍ମିତ ପାତ୍ର। ସେହିପରି ମୁଖ୍ୟ ସଚେତକ ହୋଇଛନ୍ତି ପ୍ରଥମ ଥର ପାଇଁ ରାଜ୍ୟ ସଭା ସଦସ୍ୟ ହୋଇଥିବା ସୁଲତା ଦେଓ। ଏ ନେଇ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି। ସସ୍ମିତଙ୍କର ରାଜ୍ୟସଭାକୁ ନିର୍ବାଚିତ ହେବା ଏହା ହେଉଛି ଦ୍ବିତୀୟ ଥର। ପ୍ରଥମ ଥର ସେ ନିର୍ବାଚିତ ହୋଇ ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହୋଇପାରି ଥିଲେ। ସେହିପରି ଏଥର ମଧ୍ୟ ସେ ସେହି ପ୍ୟାନେଲରେ ସ୍ଥାନ ପାଇଛନ୍ତି। ସୁଲତା ଦେଓ ପ୍ରଥମ ଥର ନିର୍ବାଚିତ ହୋଇଯାଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ (ଏନଇପି) ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଏକ ସଶକ୍ତ ଏବଂ ଆତ୍ମନିର୍ଭର ଭବିଷ୍ୟତ ପାଇଁ ମୂଳଦୁଆ ପକାଉଛି ବୋଲି ଶୁକ୍ରବାର ଏହି ଶିକ୍ଷା ନୀତିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଜାତୀୟ ଶିକ୍ଷା ନୀତି ଅଧୀନ ଡ଼ିଜିଟାଲ ଶିକ୍ଷା, ନବସୃଜନ, ଶିକ୍ଷା ଏବଂ କୌଶଳ ବିକାଶ ସହ ସାମଞ୍ଜସ୍ୟ, ଶିକ୍ଷକ ପ୍ରଶିକ୍ଷଣ  ସହ ଜଡ଼ିତ ୧୦ଟି ନୂଆ ଉପକ୍ରମକୁ ଉଦଘାଟନ କରିଥିଲେ। ସେ କହିଛନ୍ତି ଯେ ମୋଦିଜୀଙ୍କ ନେତୃତ୍ୱରେ ମହାନ୍ ଭାରତର ରଚନାର ଆଧାର ହେଉଛି ଜାତୀୟ ଶିକ୍ଷା ନୀତି। ନୂଆ ଶିକ୍ଷା ନୀତି ପ୍ରତିଭାବାନ ନାଗରିକଙ୍କୁ ସୃଷ୍ଟି କରିବ। ସ୍ୱାମୀ ବିବେକାନନ୍ଦଙ୍କ କହିଥିବା କଥାକୁ ଉଦ୍ଧୃତ କରି ଶ୍ରୀ ଶାହ…

Read More

ଭୁବନେଶ୍ବର: ଭାରତର ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ର ଅଂଶସ୍ବରୂପ ଶକ୍ତି ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହିତ ମିଶି ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର @ 2047 ଅନ୍ତର୍ଗତ ସହୀଦ ସ୍ମୃତି ଭବନ, ବାରିପଦା, ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶାରେ ଗୁରୁବାର 28 ଜୁଲାଇ 2022 ରେ ‘ବିଜୁଳି ମହୋତ୍ସବ’ ଆୟୋଜନ କରାଯାଇଛି। ଏହାକୁ ଇଆରଏଲ୍‌ଡିସି ପିଓଏସଓସିଓ, ଟିପିଏନ୍‌ଓଡିଏଲ୍‌ ଓ ଓପିଟିସିଏଲ୍ ଆୟୋଜନ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସହଭାଗୀତାକୁ ପାଳନ କରିବା ପାଇଁ ବିଜୁଳି ମହୋତ୍ସବକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉଛି। 2014 ରେ ଶକ୍ତି ଉତ୍ପାଦନ କ୍ଷମତା 248554 ମେଗାୱାଟ ଥିବା ବେଳେ ଆଜି ଏହା 4,00,000 ମେଗାୱାଟରେ ପହଞ୍ଚିଛି ଯାହାକି ଚାହିଦା ଠାରୁ 185000 ମେଗାୱାଟ ଅଧିକ। ଭାରତ ଏବେ ଏହାର ପଡ଼ୋଶୀ ଦେଶକୁ ବିଦ୍ୟୁତଶକ୍ତି ରପ୍ତାନୀ କରୁଛି। 163000 ସିକେଏମ୍‌ ଟ୍ରାନ୍‌ସମିସନ ଲାଇନକୁ ଯୋଗ…

Read More

ଦିଲ୍ଲୀ: ନ୍ୟାୟ ମିତ୍ର (ଏନ୍‌ଏମ୍‌) ଯୋଜନାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ନ୍ୟାୟାଳୟ ଗୁଡିକରେ ଏବଂ ଏହାର ଅଧୀନସ୍ଥ ନ୍ୟାୟାଳୟ ଗୁଡିକରେ ଦୀର୍ଘ ୧୦ – ୧୫ ବର୍ଷ ପୁରୁଣା ମାମଲା ଗୁଡିକର ଶୀଘ୍ର ସମାଧାନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା। ୨୦୧୭ରେ ନ୍ୟାୟ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ , ଅନୁବନ୍ଧ – କ’ ରେ ଉଲ୍ଲେଖ କରା ଯାଇଥିବା ବିବରଣୀ ଅନୁସାରେ, ଆସାମ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ଗୁଡିକରେ ମୋଟ୍ ୩୮ ଜଣ ନ୍ୟାୟ ମିତ୍ର କାର୍ଯ୍ୟ କରୁ ଅଛନ୍ତି। ଓଡିଶାରେ ୨୦୧୭ – ୨୦୨୨ ଅବଧିରେ ୪ ଜଣ ନ୍ୟୟ ମିତ୍ର ନିଯୁକ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ନ୍ୟାୟ ମିତ୍ର ମାନେ ୮୧୮ଟି ମାମଲା ସମାଧାନରେ ସହାୟତା କରିଛନ୍ତି। ଏବେ ସୁଦ୍ଧା କାର୍ଯ୍ୟ କରୁଥିବା ନ୍ୟାୟ ମିତ୍ର ମାନେ ୩୪୯୫ଟି ପୁରୁଣା ମାମଲାକୁ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ୱରର ରେଲୱେ ଅଡିଟୋରିୟମରେ ପୂର୍ବତଟ ରେଳପଥ ପକ୍ଷରୁ ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଅଛି। ଏହି ଅବସରରେ ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରେଳ କର୍ମଚାରୀମାନଙ୍କୁ ଉଦବୋଧନ ଦେବା ସହିତ ଦକ୍ଷ କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଉପସ୍ଥିତ ରେଳ କର୍ମଚାରୀ, ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ମହାପ୍ରବନ୍ଧକ କର୍ମଚାରୀମାନଙ୍କୁ ସେମାନଙ୍କର ପ୍ରଗତିଶୀଳ ମନୋଭାବ ସହିତ ମୂଲ୍ୟବାନ ଅବଦାନ ଓ କାର୍ଯ୍ୟନିଷ୍ଠା ପାଇଁ ପ୍ରଶଂସା କରିଥିଲେ। କର୍ମଚାରୀ ମାନେ ଏହି ଉଦ୍ୟମ ଜାରି ରଖିବାକୁ ଏବଂ ଭାରତୀୟ ରେଳବାଇରେ ପୁନର୍ବାର ଶ୍ରେଷ୍ଠ କ୍ଷେତ୍ରୀୟ ରେଳପଥ ଭାବେ ବଜାୟ ରଖିବାକୁ ମହାପ୍ରବନ୍ଧକ ରେଳବାଇ କର୍ମଚାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ପ୍ରାୟ ୨୮୫ ରେଳ କର୍ମଚାରି ମାନଙ୍କୁ ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀବାସ୍ତବ…

Read More

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ। ସେ ଏହି ଚିଠିରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି ଯେ, ଏହା ଭୁଲରେ ପାଟିରୁ ବାହାରି ଗଲା। ଏଥିପାଇଁ ମୁଁ ଦୁଃଖିତ ବୋଲି ସେ ସେହି ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଭୁଲ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ଅଧୀର ରଂଜନ କହିଛନ୍ତି। ଅଧୀର ରଂଜନ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି ସମ୍ବୋଧିତ କରିଥିଲେ। ଯାହାକୁ ନେଇ ସଂସଦର ଉଭୟ ଗୃହରେ ହାଙ୍ଗାମା ହୋଇଥିଲା। ବିଜେପିର ସମସ୍ତ ମହିଳା ସଦସ୍ୟା ଏହାକୁ ନେଇ ସୋନିଆ କ୍ଷମା ମାଗନ୍ତୁ ବୋଲି ଦାବୀ କରିଥିଲେ। ପରବର୍ତ୍ତି ସମୟରେ ଅଧୀର ରଂଜନ କ୍ଷମା ମାଗିଥିଲେ।

Read More

ଭୁବନେଶ୍ବର:  ଓଡିଶାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ତଥା 1997 ବ୍ୟାଚର IFS ଅଧିକାରୀ ଆର ରଘୁପ୍ରସାଦ କେନ୍ଦ୍ର ସରକାରଙ୍କ ଅଧୀନକୁ ଡେପୁଟେସନକୁ ଯିବାକୁ ମନୋନୀତ ହୋଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରେ ଇନ୍ସପେକ୍ଟର ଜେନେରାଲ ଅଫ ଫରେଷ୍ଟ ବା ଆଇଜିଏଫ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ସେଥିପାଇଁ ତାଙ୍କୁ ମନୋନିତ କରାଯାଇଛି। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। 5 ବର୍ଷ ପାଇଁ ତାଙ୍କର ଡେପୁଟେସନ ଅବଧି ରହିବ।

Read More

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଦ୍ଵାରା କର୍ଣ୍ଣାଟକର ବାଙ୍ଗାଲୋରରେ ପ୍ରମୁଖ ଗ୍ୟାଲେରୀ ‘କର୍ଣ୍ଣାଟକ ଚିତ୍ରକଳା ପରିଷଦ’ ଠାରେ ଆୟୋଜିତ ୪ ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ (ସଉରା) ଚିତ୍ରକଳା ଶିବିର ଗୁରୁବାରଠାରୁ ଆୟୋଜିତ ହୋଇଛି। ଓଡ଼ିଶା ବାହାରେ ପ୍ରଥମଥର ପାଇଁ ଆୟୋଜିତ ଏହି ଶିବିରକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କର୍ଣ୍ଣାଟକ ଲଳିତ କଳା ଏକାଡ଼େମୀର ସଭାପତି ଡି. ମହେନ୍ଦ୍ର ଓ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନ ଅବସରରେ ଓଡ଼ିଶାର ‘ସଉରା’ ଜନଜାତି ଚିତ୍ରକଳା ଓଡ଼ିଶାର ଏକ ସ୍ଵତନ୍ତ୍ର ପରିଚୟ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଓ ଏହାର ପ୍ରଚାର ପ୍ରସାର ଏବଂ ଜନଜାତି ଶିଳ୍ପୀମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ସହ ପରିଚିତ କରାଇବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରୀ ନିବାସରୁ ଜଣେ ଛାତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଯୁକ୍ତ ତିନି ପ୍ରାଣୀବିଜ୍ଞାନ ବିଭାଗର ଜନୈକା ଛାତ୍ରୀ ଆଜି ସକାଳ ୮ ଘଟିକା ସମୟରେ ଟ୍ୟୁସନ ଯିବା ନାମରେ ଛାତ୍ରୀ ନିବାସରୁ ବାହାରକୁ ଯାଇଥିଲେ। ତେବେ ୧୦ ଘଟିକା ସମୟରେ ଜନୈକା ଛାତ୍ରୀଙ୍କ ପରିବାରବର୍ଗ ତାଙ୍କୁ ଦେଖା କରିବା ପାଇଁ ଛାତ୍ରୀନିବାସକୁ ଯାଇଥିବା ବେଳେ ସେ ଟ୍ୟୁସନ ଯାଇଥିବାର ଛାତ୍ରୀ ନିବାସ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ପରିବାରବର୍ଗ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଛାତ୍ରୀ ଜଣକ ଟ୍ୟୁସନ ଯାଇନାହାନ୍ତି ଏବଂ ତାଙ୍କ ମୋବାଇଲ ବି ବନ୍ଦ ଥିଲା। ତେବେ ସେ ତାଙ୍କ ସମ୍ପର୍କୀୟ ମାମୁଁଙ୍କ ପୁଅ ସହ ଫେରାର ହୋଇଯାଇଥିପାରେ ବୋଲି ପରିବାର ବର୍ଗ ସନ୍ଦେହ କରିଛନ୍ତି। ତେବେ ଅପରାହ୍ନ…

Read More

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି। ଲିଙ୍ଗ ସମାନତା ଉପରେ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ CRUT ପକ୍ଷରୁ guide ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି। CRUT ପକ୍ଷରୁ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ହରଡଘଣାରେ। କାରଣ ନିଜ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦୁର୍ନିତି ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଏତେ ପରିମାଣ ଟଙ୍କା ଜବତ ହେବା ଏକ ବଡ ଘଟଣା। ଯେଉଁଥିପାଇଁ ମମତା ସାଧାରଣରେ ନିନ୍ଦିତ ହେବାରେ ଲାଗିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମମତା ନବୀନ ପଟ୍ଟନାୟକଙ୍କ ପଥ ଅନୁସରଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ସେ ଖୁବ ଶିଘ୍ର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି କୁହାଯାଉଛି। ସେଥିପାଇଁ ପଶ୍ଚିମବଂଗ ଗଣ ମାଧ୍ୟମ ପୁରା ସଜାଗ ହୋଇ ରହିଛି। ନବୀନ ଗତ ଜୁନ 4 ତାରିଖରେ ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରଦିନ ସେ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଯେଉଁମାନଙ୍କୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳ ବା ସରକାର ନିନ୍ଦିତ ହେଉଛନ୍ତି…

Read More

ସ୍ୱାସ୍ଥ୍ୟ ଟିପ୍ସ: ଋତୁତୁ ଯାହା ବି ହେଉ, ଯଦି ଆପଣ ଆପଣଙ୍କର ଖାଦ୍ୟ ସହିତ ଏକ କପ୍ ଦହି ମିଶାଇବେ, ଖାଦ୍ୟର ସ୍ୱାଦ ବହୁଗୁଣିତ ହୁଏ। ଭିଟାମିନ୍ ବି-୨, ଭିଟାମିନ୍ ବି-୧୨, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭଳି ଗୁଣ ଥିବା ଏହି ଦହି ଉଭୟ ସ୍ୱାସ୍ଥ୍ୟ ଏବଂ ଚର୍ମ ଉପରେ ପ୍ରଭାବ ପକାଇଥାଏ। ଯଦିଓ ପ୍ରୋବୋଟିକ୍ସରେ ଭରପୂର ଦହି ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଏହା ସହିତ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ନେବା କିମ୍ବା ଦହି ଖାଇବା ପରେ ତୁରନ୍ତ ଏହି ଜିନିଷ ଖାଇବା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା ଏହି ଖାଦ୍ୟଗୁଡ଼ିକ କ’ଣ? ମାଛ: ଆୟୁର୍ବେଦ ଅନୁଯାୟୀ, ସମାନ ସମୟରେ ପ୍ରୋଟିନ୍ ଅଧିକ ଥିବା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ଉଭୟ ଦହି ଏବଂ ମାଛରେ ପ୍ରୋଟିନ୍ ଭରପୂର ଅଟେ, ଯେଉଁଥିପାଇଁ ଏହାକୁ ଏକାଠି ଖାଇବା ଦ୍ୱାରା ଚର୍ମ ସମସ୍ୟା…

Read More

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତକୁ ଫେରିଥିବା ୨୦ ହଜାର ମେଡିକାଲ ଛାତ୍ରଙ୍କ ଭବିଷ୍ୟତ ବିଷୟରେ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କୁ ବୈଦେଶିକ ମେଡିକାଲ ଗ୍ରାଜୁଏସନ ପରୀକ୍ଷାରେ ହାଜର ହେବାକୁ ସରକାର ଅନୁମତି ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦ ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରୁ ଫେରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଏହି ନିୟମ ଦର୍ଶାଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ଵସ୍ତି ଦେବାକୁ ମନା କରିଦେଇଥିଲେ। ଗତକାଲି ଜୁଲାଇ ୨୮ ତାରିଖରେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ମେଡିକାଲର ଶେଷ ବର୍ଷର ସେହି ଛାତ୍ରମାନେ, ଯେଉଁମାନେ କୋଭିଡ ଏବଂ ରୁଷୋ-ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ଫେରିଛନ୍ତି ଏବଂ ସେମାନଙ୍କୁ ବିଜ୍ଞପ୍ତି ପ୍ରକାଶ ପାଇବ ସେମାନଙ୍କୁ ଅନୁମତି ଦିଆଯିବ। ସେମାନେ FMG ପରୀକ୍ଷାରେ ଯୋଗଦେବେ। ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ…

Read More

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ରାଜ୍ୟର ପ୍ରାୟ ୭୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ମାଗଣାରେ ୟୁନିଫର୍ମ ଦେବ। ସରକାର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପାଇଁ ପୋଷାକ ପ୍ରଦାନ କରୁଥିବାବେଳେ ୟୁନିଫର୍ମ ସିଲେଇ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟ କରିବ। ଏଥିପାଇଁ ରାଜସ୍ଥାନ ସରକାରଙ୍କ ଶିକ୍ଷା ବିଭାଗର ରାଜସ୍ଥାନ ବିଦ୍ୟାଳୟ ଶିକ୍ଷା ଅଭିଯାନ ଅଧୀନରେ ରାଜ୍ୟରେ ନିୟୋଜିତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ତାଙ୍କର ପ୍ରାଥମିକ ରେକର୍ଡ ମାଗାଯାଇଛି। ଏହି କ୍ରମରେ କୁହାଯାଇଛି ଯେ, ଜୁଲାଇ ୩୦ ତାରିଖ ସୁଦ୍ଧା ନାମ ଲେଖାଉଥିବା ସମସ୍ତ ଛାତ୍ର ଅଗଷ୍ଟ ୧ ତାରିଖ ସୁଦ୍ଧା ସେମାନଙ୍କ ସୂଚନା ପଠାଯିବା ଉଚିତ। ତୁରନ୍ତ ଏହି ଅଦ୍ୟତନ ସୂଚନା ପଠାଇବାକୁ ରାଜ୍ୟର ସମସ୍ତ PEEO ଏବଂ UCEEO ମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଛାତ୍ର ଏହି ଯୋଜନା ଅଧୀନରେ ୨ ଟି ୟୁନିଫର୍ମ ପାଇବେ।

Read More

ନୂଆଦିଲ୍ଲୀ: ୨୨ ତମ କମନୱେଲଥ ଖେଳ ଆରମ୍ଭ ହୋଇଛି। ଗତକାଲି ଅନୁଷ୍ଠିତ ଉଦଘାଟନୀ ସମାରୋହ ପରେ ଆଜି ଠାରୁ ମ୍ୟାଚ୍ ଆରମ୍ଭ ହେଉଛି। ଏଥର ଭାରତର ୨୧୩ ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ କେଉଁ ଇଭେଣ୍ଟରେ ଭାରତର ଖେଳାଳିମାନେ ଖେଳ ପ୍ରଦର୍ଶନ କରିବେ ଏବଂ ସେମାନଙ୍କ ମ୍ୟାଚର ସମୟ କ’ଣ ହେବ, ଏଠାରେ ପଢନ୍ତୁ… ଅପରାହ୍ନ ୧.୦୦: ଟାନିଆ ଚୌଧୁରୀ ଲନ୍ ବଲ୍ସ ମହିଳା ସିଙ୍ଗଲ୍ସରେ ସ୍କଟଲ୍ୟାଣ୍ଡର ଡି ହୋଗାନ୍ ଙ୍କୁ ଭେଟିବେ। ଅପରାହ୍ନ ୧.୦୦: ଲନ୍ ବଲ୍ ପୁରୁଷ ଟ୍ରିପଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଅପରାହ୍ନ ୨.୦୦: ଟେବୁଲ୍ ଟେନିସରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମହିଳା ଦଳ ଅପରାହ୍ନ ୩.୧୧: ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲରେ କୁଶାଗ୍ର ରାବତ ଅପରାହ୍ନ ୩.୨୫: ସାଇକ୍ଲିଂ ଟ୍ରାକ୍ ପୁରୁଷ ଦଳ ପର୍ସୁଟ୍ ୪୦୦୦ ମିଟର ଯୋଗ୍ୟତା ହାସଲ ପର୍ଯ୍ୟାୟରେ ବିଶ୍ୱଜିତ୍, ନମନ୍, ଭେଙ୍କପ୍ପା, ଅନନ୍ତ, ଦୀନେଶ। ଅପରାହ୍ନ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ବେଆଇନ ପଥର ଖଣି ଉପରେ ଚଢ଼ାଓ ଜାରି ରହିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରେ ଏହା ଆହୁରି ଜୋରଦାର ହୋଇଛି। ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳ ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପାଇଁ ବେଶ ଜଣାଶୁଣା ଥିବା ବେଳେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।  ଆଇଆଇସି ଶ୍ରୀ ବିଶ୍ୱାଳ ବେଆଇନ ଖଣି ଉପରେ ଅତର୍କିତ ଚଢ଼ାଉ ଜାରି ରଖିଥିବା ବେଳେ ଗତକାଲି ଏକ ବଡ ଧରଣର ଚଢ଼ାଉ କରି ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସୂଚନା ମୁତାବକ ଜିଲ୍ଲା ପ୍ରଶାସନର ସମସ୍ତ କଟକଣାକୁ ବେଖାତିର କରି ସିପି ଅରୋରା ନାମକ ଏକ ସଂସ୍ଥା ଚଣ୍ଡେଶ୍ୱର ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିଲା।  ଖବର ପାଇବା ପରେ ଟାଙ୍ଗୀ ପୋଲିସ୍ ସଦଳବଳେ ଚଣ୍ଡେଶ୍ୱରରେ ଥିବା ବେଆଇନ ମୋରମ ଖଣିରେ ଚଢାଉ କରିଥିଲା। ପୋଲିସ୍ ଖଣିରେ ଚଢାଉ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦେଇଥିବା ବିବୃତ୍ତି ଉପରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ ଆକ୍ରମଣ କରିବାକୁ ବିଜେପି ପ୍ରସ୍ତୁତ ହେଉଛି। ଯଦିଓ ଅଧୀର ରଂଜନ ଚୌଧୁରୀ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି, ତଥାପି ତାଙ୍କ ବିରୋଧରେ ବିଜେପି ନିରନ୍ତର ଆକ୍ରମଣ କରୁଛି। ଏଥି ସହିତ, ବର୍ତ୍ତମାନ ମହିଳା ଆୟୋଗ (ଏନସିଡବ୍ଲୁ୍ୟ) ମଧ୍ୟ ଏହି ପ୍ରସଙ୍ଗରେ ଅଧୀର ରଂଜନ ଚୌଧୁରୀଙ୍କୁ ନୋଟିସ ଜାରି କରିଛି। ମହିଳା ଆୟୋଗ ଚୌଧୁରୀଙ୍କୁ ଅଗଷ୍ଟ ୩ ତାରିଖ ସକାଳ ୧୧.୩୦ ରେ ହାଜର ହେବାକୁ କହିଛନ୍ତି। ଜାତୀୟ ମହିଳା ଆୟୋଗ ପକ୍ଷରୁ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୁହାଯାଇଛି। ମହିଳା କମିଶନ ସୋନିଆଙ୍କୁ ଏହି ପ୍ରସଙ୍ଗରେ ଅଧୀର ରଂଜନ ଚୌଧୁରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ କଂଗ୍ରେସ ନେତା…

Read More

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୪୦୯ ଟି କରୋନା ମାମଲା ହୋଇଥିବାବେଳେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ସମୁଦାୟ କରୋନା ମାମଲା ବିଷୟରେ କହିବାକୁ ଗଲେ ଏହା ୪ କୋଟି ୩୯ ଲକ୍ଷ ୭୯ ହଜାର ୭୩୦ କୁ ବୃଦ୍ଧି ପାଇଛି। ସେହିଭଳି ୧ ଲକ୍ଷ ୪୩ ହଜାର ୯୮୮ ଟି ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨୨ ହଜାର ୬୯୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୩୩ ଲକ୍ଷ ୯ ହଜାର ୪୮୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ୨୬ ହଜାର ୨୫୮ ଜଣଙ୍କର ମୃତ୍ୟୁ ହୋଇଛି।

Read More

ନୂଆଦିଲ୍ଲୀ: ଲଟେରୀ ଏପରି ଏକ ଜିନିଷ ଯେ, କାହାକୁ କୋଟିପତି କରିଦେଇଥାଏ ତ କାହାକୁ ବର୍ବାଦ କରିଦେଇଥାଏ। କିଛି ଭାଗ୍ୟବାନ ଲୋକ ଅଛନ୍ତି ଯାହାର ଭାଗ୍ୟ ସବୁଦିନ ପାଇଁ ବଦଳିଯାଏ। ଭାରତ ସମେତ ବ୍ରିଟେନ, ଆମେରିକା ଏବଂ ୟୁଏଇ ପର୍ଯ୍ୟନ୍ତ ଲଟେରୀ ଚାଲିଥାଏ। ଏଠାରେ ଅନ୍ୟ ଜଣଙ୍କର ଭାଗ୍ୟ ଲଟେରୀ ମାଧ୍ୟମରେ ଉଜ୍ଜ୍ୱଳ ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ପିଲାଟିର ଭୁଲ ହେତୁ ବାପା କୋଟିପତି ହୋଇଛନ୍ତି। ଏହି ମାମଲା ଆମେରିକାର ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସନ୍ତାନର ଭୁଲ ହେତୁ ଲଟେରୀରେ କୋଟି କୋଟି ଟଙ୍କା ଜିତିଛନ୍ତି। ଏହି ବ୍ୟକ୍ତି ଆମେରିକାର ମେରିଲ୍ୟାଣ୍ଡର ବାସିନ୍ଦା। ସେ କହିଥିଲେ ଯେ, ସେ ତାଙ୍କ ପୁଅର ଜ୍ୟାକେଟକୁ ଡ୍ରାଏକ୍ଳିନ କରିବାକୁ ନେଇଥିଲେ। ସେଠାରେ ସେ ଏକ ଲଟେରୀ ଟିକେଟ କିଣିଥିଲେ। ତାଙ୍କୁ ଏହି ଟିକେଟରେ ଏକ ମିଲିୟନ ଡଲାର ଜିତିବାର ସୁଯୋଗ ମିଳିଥିଲା। ଯଦି ଏହି ପରିମାଣ ଭାରତୀୟ ମୁଦ୍ରାରେ ରୂପାନ୍ତରିତ ହୁଏ,…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More