ଭୁବନେଶ୍ୱର: ଆଦିକବି ସାରୋଳ ଦାସଙ୍କ ଭଳି ସନ୍ଥ କବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇବା ସହ ଲୋକମାନଙ୍କୁ କାଳାତୀତ ଶାସ୍ତ୍ରକୁ ସକ୍ରିୟ ଏବଂ ସଶକ୍ତ କରାଇବାରେ ବାଟ କଢ଼ାଇଛି। ନୂତନ କଳ୍ପନା ଓ ରୂପାନ୍ତର ବିଭିନ୍ନ ଭାଷାର ସାହିତ୍ୟିକ ଏବଂ କବିମାନଙ୍କୁ ଚିରାଚରିତ ପୁରାତନ ପଥ ଠାରୁ ଅଲଗା କରି ନିଜର ଭାବନାକୁ ପରିପ୍ରକାଶ କରିବା ନେଇ ନୂତନ ଦିଗ ଦେଖାଇଥାଏ ବୋଲି ଶନିବାର ମତ ରଖିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦମିର ସଭାପତି ଡକ୍ଟର ଚନ୍ଦ୍ର ଶେଖର କମ୍ବର। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରକାଶିତ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସମ୍ବଳିତ ପୁସ୍ତକର ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି ଡକ୍ଟର କମ୍ବର। ପ୍ରତ୍ୟେକ ଧର୍ମ, ଭାଷା ଓ ସମାଜ ଅନ୍ୟ ଦେଶର ସଂସ୍କୃତି ଓ ଭାଷାକୁ ଭଲ ଭାବରେ ବୁଝିଥାଏ। ତେଣୁ…
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଜାମ୍ମୁ କୋଳି ଏକ ଭଲ ଫଳ ଭାବରେ ବିବେଚନା କରାଯାଏ। ଏହାକୁ ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ, ଯେପରି ପ୍ରତ୍ୟେକ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି, ଜାମ୍ମୁ କୋଳିର ମଧ୍ୟ କିଛି ଅସୁବିଧା ଅଛି। ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଜାମ୍ମୁ କୋଳି ସହିତ ଖାଇଲେ ମଧ୍ୟ ଶରୀର ପାଇଁ କ୍ଷତି ହୋଇପାରେ। ଏଥି ସହିତ, ଜାମ୍ମୁ କୋଳି ମଧ୍ୟ ଖାଲି ପେଟରେ ଖାଆନ୍ତି ନାହିଁ। କାରଣ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା, ଏହି ଖାଦ୍ୟଗୁଡିକ କେଉଁଗୁଡିକ ଯାହାକୁ ଜାମ୍ମୁ କୋଳି ସହିତ ଖାଇ ଏଡାଇବା ଆବଶ୍ୟକ… ହଳଦୀ: ହଳଦୀ ଅନେକ ଲାଭରେ ପରିପୂର୍ଣ୍ଣ। ଏହା ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ। କିନ୍ତୁ ଜାମ୍ମୁ କୋଳି ସହିତ ହଳଦୀ ଖାଇଲେ ସବୁ ଗୋଳମାଳ ହୋଇଯାଏ। ଜାମ୍ମୁ କୋଳି ଏବଂ…
ସ୍ୱାସ୍ଥ୍ୟ ଟିପ୍ସ: ମାନସିକ ସ୍ୱାସ୍ଥ୍ୟ, ଜୀବନର ଗୁଣର ମୂଖ୍ୟ ନିର୍ଣ୍ଣୟକାରୀ ହେବା ସହିତ ସାମାଜିକ ସ୍ଥିରତାର ଆଧାର ଅଟେ। ଯେଉଁ ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା ଅଧିକ, ସିଷ୍ଟମ ଏବଂ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ଯଦି ଆମେ ଭାରତ ବିଷୟରେ ଆଲୋଚନା କରିବା, ତେବେ ରାଷ୍ଟ୍ରୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬ ଅନୁଯାୟୀ, ୧୮ ବର୍ଷରୁ ଅଧିକ ବୟସର ଜନସଂଖ୍ୟାରୁ ୧୦.୬ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୫୦ ନିୟୁତ ଲୋକ ଏକ ପ୍ରକାର ମାନସିକ ରୋଗରେ ପୀଡିତ, ପ୍ରତ୍ୟେକ ଷଷ୍ଠ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ପାଇଁ ସାହାଯ୍ୟ ଆବଶ୍ୟକ କରନ୍ତି। ମାନସିକ ରୋଗୀ ହେବା ପଛରେ ଅନେକ କାରଣ ଦାୟୀ, ଆସନ୍ତୁ ଜାଣିବା ଲକ୍ଷଣ…. ୧- ଅତ୍ୟଧିକ ଖାଇବା: ନକାରାତ୍ମକ ଚିନ୍ତାଧାରା ଏବଂ ଅଭ୍ୟାସ ଅତ୍ୟଧିକ ଖାଦ୍ୟ ଖାଇବାକୁ ଦେଇପାରେ। ଅତ୍ୟଧିକ ଖାଦ୍ୟ ଖାଇବା ଏହି ଲକ୍ଷଣରେ ସାମିଲ। ଏକାସାଙ୍ଗରେ ଅଧିକ ଖାଇବା ଏବଂ ପରେ ଅନୁଭବ କରାଯାଏ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ମଣିବନ୍ଧ ଏବଂ ଦଦରାକାନ୍ଥ ଗ୍ରାମର ତିନି ଗୋଟି ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ୮ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ଜବତ ଜିନିଷର ଆନୁମାନିକ ମୂଲ୍ୟ ୩ ଲକ୍ଷ ୮୧ ହଜାର ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ଜଟଣୀ ଅବକାରୀ ଅଧିକାରୀଣି ଗୀତାଞ୍ଜଳି ବେହେରା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ…
ନୂଆଦିଲ୍ଲୀ: ଦେଶର ବରିଷ୍ଠ ସାମ୍ବାଦିକ ତଥା ଜୀ ନ୍ୟୁଜର ଏଡିଟର ଇନ ଚିଫ ସୁଧୀର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ଜୀ ମିଡିଆ କ୍ଲଷ୍ଟର ୱାନ୍ ର ସିଇଓ ଥିଲେ। ତାଙ୍କ ଅଧିନରେ ଜୀ ନ୍ୟୁଜ, ଉଏନ୍, ଜୀ ବିଜିନେସ୍ ଏବଂ ଜୀ 24 ତାସ ଚ୍ୟାନେଲ ଥିଲା। ଏକ ମେଲ କରି ସେ ଜୀ ମିଡିଆ କରପୋରେସନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ରାଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ। ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ ହୋଇପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ଲୋକପ୍ରିୟ କରାଇ ପାରିଛି। ସୁଧୀର ପ୍ରଥମେ ଜୀରେ ଯୋଗ ଦେବା ପରେ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଚ୍ୟାନେଲ କରିବା କାର୍ଯ୍ୟରେ…
ମୁମ୍ବାଇ: ମହାରାଷ୍ଟ୍ରର ଅମ୍ରାବତୀରେ ଜୁନ୍ ୨୨ ତାରିଖ ଦିନ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏହା ପରେ ଅମ୍ରାବତୀ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ଏକ ମେଡିକାଲ ଷ୍ଟୋର୍ ଚଳାନ୍ତି ଏବଂ ସେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିଲେ। କୁହାଯାଉଛି ଯେ, ହତ୍ୟା ପଛର କାରଣ ହୋଇପାରେ ଯେ ବ୍ୟକ୍ତି ଜଣକ ଫେସବୁକରେ ନୁପୁରଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିଲେ। ଏଥି ସହିତ ଏନ୍ଆଇଏର ଏକ ଟିମ୍ ଆଜି ଅମ୍ରାବତୀରେ ପହଞ୍ଚି ଏହି ଘଟଣାର ଅନୁସନ୍ଧାନ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଚାରି ଅଭିଯୁକ୍ତ ଜଣକ କହିଛନ୍ତି ଯେ ସେମାନେ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି ଘଟଣା କରିଛନ୍ତି। ବର୍ତ୍ତମାନ ପୋଲିସ ସେହି ମାଷ୍ଟର ମାଇଣ୍ଡକୁ ଖୋଜୁଛି। ଏଥି ସହିତ ହତ୍ୟା ପରେ ଆଖପାଖର ଲୋକମାନେ ଉତ୍ତେଜିତି ହୋଇପଡିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି…
ପୁରୀ: ପୁଣି ପୁରୀରେ ଅଭାବନୀୟ ଘଟଣା ଘଟିଛି। ଗୁଣ୍ଡିଚା ମନ୍ଦିରର ରୋଷଘର ଚୂଲି ଭାଙ୍ଗିଥିବା ସୂଚନା ରହିଛି। ୨୦ରୁ ଅଧିକ ଚୂଲି ଭାଙ୍ଗିଥିବା ସୂଚନା ମିଳିଛି। ଆଡପ ଅବଢା ପାଇଁ ତିଆରି ହୋଇଥିବା ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। କିନ୍ତୁ କୋଠଭୋଗ ଚୂଲି ସୁରକ୍ଷିତ ଥିବା ବେଳେ ଆଉ ବାକି ସବୁ ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ସମୟରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଥିବା ବେଳେ ଆଡପ ଅବଢା ପାଇଁ ଚାହିଁବସିଛନ୍ତି। ତେଣୁ ଚୂଲିଗୁଡିକ କିପରି ଯଥାଶୀଘ୍ର ମରାମତି ହେଇପାରିବ ସେ ନେଇ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ଚୂଲି ଗୁଡିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିବା ଜଣାପଡିଛି।
ମୁମ୍ବାଇ: ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ବର୍ତ୍ତମାନ ଏକ ରାଜନୈତିକ ଦୋଛକିରେ ଅଛି। ଏହି ସମୟରେ ଦଳ ପୁଣିଥରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରେ। ଶିବସେନାର ସଂସଦୀୟ ଦଳରେ ସମାନ୍ତରାଳ ବିଦ୍ରୋହ ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ରାଷ୍ଟ୍ରପତି ଭୋଟ୍ ପାଇଁ ଅପେକ୍ଷା କରନ୍ତୁ, ସୂତ୍ର ଅନୁଯାୟୀ ଅତି କମରେ ୧୪ ଜଣ ସାଂସଦ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି। ଶିବସେନା ସାଂସଦ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏବଂ ଅନ୍ୟ କିଛି ସାଂସଦ ଶିବସେନାରେ ବିଦ୍ରୋହ କରିପାରନ୍ତି। ଶ୍ରୀକାନ୍ତ ସିନ୍ଦେ ନିଜ ପିତାଙ୍କ ଦଳ ସହିତ ଶିବସେନାଠାରୁ ଅଲଗା ହୋଇସାରିଛନ୍ତି। ବିଜେପିର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ଦିନ ଅତି କମରେ ୧୪ ଜଣ ସାଂସଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ…
ବାଣପୁର: ଘରୋଇ ଟିଭି ଚ୍ୟାନେଲ ବଡ଼ ଖବରର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିକଟରେ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏହି ଗିରଫଦାରୀକୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ନିନ୍ଦା କରିଛି। ଅର୍ଦ୍ଧେନ୍ଦୁଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ଗିରଫ କରାଯାଇଛି ବୋଲି ପ୍ରେସ କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି। ଏକ ଚୁକ୍ତିଭିତିକ ଟଙ୍କା ନେଣ ଦେଣ ବ୍ୟବସାୟକୁ ଅପରାଧର ରଙ୍ଗ ଦିଆଯାଇ ଜାଣିଶୁଣି ଜନୈକ ବ୍ୟବସାୟୀ ଇଓଡବ୍ଲୁ ରେ ଏତଲା ଦେବା ସନ୍ଦେହଜନକ ଏବଂ ଏହାପଛରେ ଏକ ବଡ଼ ଚକ୍ରାନ୍ତ ହୋଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏହା ବିରୁଦ୍ଧରେ ଜନସାଧାରଣଙ୍କ ସ୍ୱର ଶାଣିତ ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ସଚ୍ଚୋଟ ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇ ଏହିପରି ରାତିଅଧିଆ ଗିରଫ କରିବା ଏବଂ ଗଳାକୁ ଧରି ଭିଡି ଭିଡି ନେବା ଘଟଣାକୁ ସବୁ ମହଲରୁ ନିନ୍ଦା…
ଭୁବନେଶ୍ବର: ନୂଆ ବାଚସ୍ପତି ଭାବେ ନିର୍ବାଚତ ହେବ ପରେ ଆଜି ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିଛନ୍ତି ବିକ୍ରମ ଆରୁଖ। ଆଜି ପୂର୍ବ ନିର୍ଦ୍ଧାରିତ ସମୟରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ଜରିଆରେ ସାମିଲ ହୋଇ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେ ଗୃହର ସଦସ୍ୟ ଥିବା ସୁରେନ୍ଦ୍ର କଅଁରଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ହଜାର ୬୮୪ ରୋଗୀ ସୁସ୍ଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ସକ୍ରିୟ ମାମଲା ୧ ଲକ୍ଷ ୯ ହଜାର ୫୬୮ ରେ ପହଞ୍ଚିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସଂକ୍ରମିତ ରୋଗୀ ଅଛନ୍ତି: ଏହି ରାଜ୍ୟଗୁଡିକ ମଧ୍ୟରେ କେରଳ ପ୍ରଥମ ସ୍ଥାନରେ ରହିଛି। କାରଣ ଏଠାରେ ୩ ହଜାର ୯୦୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ୩…
ନୂଆଦିଲ୍ଲୀ: ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟ ବିମାନର ଜରୁରୀ ଅବତରଣ କରାଯାଇଛି। କୁହାଯାଉଛି ଯେ, ଯେତେବେଳେ ବିମାନଟି ଉଡ଼ିବା ଆରମ୍ଭ କଲା, କିଛି ସମୟ ପରେ ବିମାନ ଭିତରେ କଳା ଧୂଆଁ ବାହାରିବା ଆରମ୍ଭ କଲା। ଧୂଆଁ ଦେଖିବା ପରେ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ ଏବଂ ପାଇଲଟ୍ ଦିଲ୍ଲୀରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି। ସୂଚନା ଅନୁଯାୟୀ ଏହି ସ୍ପାଇସଜେଟ ବିମାନରେ ୫୦ ରୁ ଅଧିକ ଯାତ୍ରୀ ଥିଲେ। ଯେତେବେଳେ ବିମାନଟି ପ୍ରାୟ ୫୦୦୦ ଫୁଟ ଉଚ୍ଚତାକୁ ଗଲା, ହଠାତ୍ ଧୂଆଁ ବାହାରିବାକୁ ଲାଗିଲା। ପ୍ରଥମେ ଯାତ୍ରୀମାନେ କ’ଣ ହେଲା ବୁଝିପାରିଲେ ନାହିଁ, କିନ୍ତୁ ଧୂଆଁ ବଢିବା ସହିତ ଲୋକମାନେ ଚିନ୍ତିତ ହେବାକୁ ଲାଗିଲେ। କିନ୍ତୁ ଯେତେବେଳେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ନିରାପଦରେ ଅବତରଣ କଲା, ସେତେବେଳେ ଲୋକମାନେ ଦୀର୍ଘ ନିଶ୍ୱାସ ଛାଡିଥିଲେ। ବର୍ତ୍ତମାନ ବିମାନଟି ରନୱେରେ ପାର୍କିଂ କରାଯାଇଛି ଯେଉଁଠାରେ ଏହାର…
ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୩ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୫ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୩୫ ଦେବଗଡ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୯୯ ମାଲକାନଗିରି ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୮ ପୁରୀ ଜିଲ୍ଲାରୁ- ୫ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ-…
ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ୪ମାସିଆ କାମଚଳା ବଜେଟକୁ ଗତ ମାର୍ଚ୍ଚ ମାସରେ ଗୃହରେ ଅନୁମୋଦନ କରାଯାଇଥିଲା। ଆଜି ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଚଳିତବର୍ଷର ବଜେଟ ପରିମାଣ ପ୍ରଥମ ଥର ପାଇଁ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଶୋଇଥିବା ଅବସ୍ଥାରେ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନକଦ ଟଙ୍କା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଅଭିଯୋଗ ମୁତାବକ ଗତକାଲି ଚିଆଁଙ୍କ ସାହି ସ୍ଥିତ ଅଜୟ କୁମାର ପଣ୍ଡାଙ୍କ ପୁତ୍ରଙ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ଥିଲା। ତେବେ କାର୍ଯ୍ୟକ୍ରମ ସଂନ୍ଧ୍ୟାରେ ସରିଥିବା ବେଳେ ବନ୍ଦାଣ ରେ ମିଳିଥିବା ୧୨ ଗୋଟି ସୁନା ମୁଦି ଏବଂ ପାଖାପାଖି ୩ ଲକ୍ଷ ଟଙ୍କା ସମେତ ଗୋଟେ ମୋବାଇଲକୁ ଏକ ବ୍ୟାଗରେ ରଖି ଅଜୟ ଏବଂ ପରିବାରବର୍ଗ ରାତି ୧୧ ଘଟିକାରେ ଶୋଇପଡ଼ିଥିଲେ। ତେବେ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଅଜୟଙ୍କ ଘର ପଛପଟ ତାଲା ଭାଙ୍ଗି ଉକ୍ତ ବ୍ୟାଗର ସମସ୍ତ ସୁନା ମୁଦି, ଟଙ୍କା ଏବଂ ମୋବାଇଲ ଲୁଟି ଫେରାର ହୋଇଯାଇଛି। ଏ ନେଇ ଅଜୟ ଜାଣିଲା ପରେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ୧୧୧ ବଲରେ ୧୪୬ ରନ୍ ସ୍କୋର କରିଛନ୍ତି। ଋଷଭ ପନ୍ତ ତାଙ୍କ ଇନିଂସ ସମୟରେ ୨୦ ଟି ଚୌକା ଓ ୪ ଟି ଛକା ମାରିଛନ୍ତି। ଏହି ମ୍ୟାଚ୍ରେ ଭାରତୀୟ ଦଳ ୫ ୱିକେଟ୍ ହରାଇ୯୭ ରନ୍ ପାଇଁ ସଂଘର୍ଷ କରୁଥିଲା। କିନ୍ତୁ ଦଳକୁ ଋଷଭ ପନ୍ତ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ଷଷ୍ଠ ୱିକେଟ୍ ପାଇଁ ଦୁଇ ଖେଳାଳିଙ୍କ ମଧ୍ୟରେ ୨୦୦ ରୁ ଅଧିକ ରନ୍ ଭାଗିଦାରୀ ହୋଇଥିଲା। ୧୧୧ ବଲରୁ ୧୪୬ ରନ୍ର ଚମତ୍କାର ଇନିଂସ ଖେଳିବା ପରେ ଜୋ ରୁଟ୍ଙ୍କ ବଲରେ ଋଷଭ ପନ୍ତ ଆଉଟ ହୋଇଥିଲେ। ଏଥି ସହିତ ଏହି ମ୍ୟାଚରେ ଚମତ୍କାର ଇନିଂସ ଖେଳିଥିବା ଋଷଭ ପନ୍ତଙ୍କ…
ଭୁବନେଶ୍ବର: ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର ଏବଂ ବିଶେଷ ଅଟେ। ଶ୍ରାବଣ ମାସ ୨୦୨୨ ର ସମଗ୍ର ଅବଧିରେ, ଶିବଙ୍କ ଭକ୍ତମାନେ ପୂର୍ଣ୍ଣ ଭକ୍ତି ଓ ଉତ୍ସର୍ଗ ସହିତ ଭୋଲେନାଥଙ୍କୁ ପୂଜା କରନ୍ତି। ଏହା ଏକ ଧାର୍ମିକ ବିଶ୍ୱାସ ଯେ, ଶ୍ରାବଣ ମାସରେ କରାଯାଇଥିବା ଶିବ-ପୂଜା ଅଧିକ ଫଳ ଦେଇଥାଏ। ଏହି କାରଣରୁ ଶିବଙ୍କ ଭକ୍ତମାନେ ଶ୍ରାବଣର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରନ୍ତି। ଏହି ବର୍ଷ ଶ୍ରାବଣ ଜୁଲାଇ ୧୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୮ ତାରିଖରେ ପଡୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶ୍ରାବଣରେ ୩ ଟି ରାଶିର ଲୋକଙ୍କୁ ଭଗବାନ ଶିବଙ୍କ ବିଶେଷ ଆଶୀର୍ବାଦ ମିଳିବ। ଆସନ୍ତୁ ଜାଣିବା ୩ ଟି ରାଶି ମଧ୍ୟରୁ କେଉଁଟି ଶ୍ରାବଣରେ ଶିବଙ୍କ ବିଶେଷ ଆଶୀର୍ବାଦ ପାଇବାକୁ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
ଭୁବନେଶ୍ବର: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି “ସିନେ ମହାମିଳନ”। ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ। ଏହି ମହାମଞ୍ଚରେ ଓଡିଶା ସିନେ ଇଣ୍ଡଷ୍ଟ୍ରିର ସବୁ ମେଗାଷ୍ଟାରମାନଙ୍କୁ ଦେଖିବାକୁ ପାଇବେ। ଯେଉଁମାନେ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇବେ। ସିଦ୍ଧାନ୍ତ, ବାବୁସାନ, ଅରିନ୍ଦମ, ସବ୍ୟସାଚ୍ଚୀ,ଶ୍ରୀତମ ଦାସ, ବୁଦ୍ଧାଦିତ୍ୟ, ସ୍ୱରାଜ, ଜ୍ୟୋତି, ଦେବାଶୀଷ, ଆକାଶ, ପୁପିନ୍ଦର ଓ ରାକେଶଙ୍କ ସହ ମହାଶ୍ୱେତା ରାୟ, ଅନୁ ଚୌଧୁରୀ, ଭୂମିକା, ଶିବାନୀ, ନିକିତା ମିଶ୍ର, ଶୀତଳ, ସୂର୍ଯ୍ୟମୟୀ, ପ୍ରକୃତି, ଏଲି, ତମ୍ମନା ବ୍ୟାସ, ଦିବ୍ୟା, ବିଦୁସ୍ମିତା ଓ ଉଷସୀ ମିଶ୍ରଙ୍କ ଏମିତି ବହୁତସାରା ମେଗାଷ୍ଟାରଙ୍କୁ ଗୋଟିଏ ମଂଚରେ ଦେଖିବାକୁ ପାଇବେ। ଧମାକାଦାର ପରଫମାନ୍ସ ସହ ନାଚଗୀତର ଆସରରେ ଝୁମିବ ପୁରା ଓଡିଶା। ସବୁ ମେଗାଷ୍ଟାରମାନଙ୍କୁ ଏକାଠି ଗୋଟିଏ ମଂଚରେ ଦେଖିବାକୁ ସମସ୍ତଙ୍କର ଆଗ୍ରହ ଓ ଉତ୍ସାହ ବଢ଼ିଚାଲିଛି। ଏହି କାର୍ଯ୍ୟକ୍ରମରେ ନାଚଗୀତ ସାଙ୍ଗକୁ ଆହୁରି ବହୁତ କିଛି ମଜାମସ୍ତୀ ଦେଖିବାକୁ…
ଭୁବନେଶ୍ବର/ପୁରୀ: ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମାନଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପୁରୀ ରେଳ ଷ୍ଟେସନ ଠାରେ ରେଳବାଇ ପକ୍ଷରୁ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଆୟୋଜିତ ବିସ୍ତୃତ ରଥଯାତ୍ରା ପ୍ରସ୍ତୁତିକୁ ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ବୈଷ୍ଣବ ମଧ୍ୟ ସାଧାରଣ ଜନତା ତଥା ତୀର୍ଥଯାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବହୁତ ଖୁସି ଏବଂ ସ୍ମରଣୀୟ ରଥଯାତ୍ରାର ଅନୁଭୂତି ନେବାକୁ କହିଛନ୍ତି। ପୁରୀ ଷ୍ଟେସନ ଠାରେ ରେଳବାଇର ବିସ୍ତୃତ ରଥଯାତ୍ରା ପ୍ରସ୍ତୁତିକୁ ନୀରିକ୍ଷଣ କରିବା ସହିତ ଓଡ଼ିଶାବାସୀ ଏବଂ ଚଳିତ ବର୍ଷ ପୁରୀକୁ ଆସିଥିବା ତୀର୍ଥଯାତ୍ରୀ ମାନଙ୍କୁ ଶୁଭେଚ୍ଛା ବାର୍ତା ସହ ଉଦବୋଧନ ଦେଇ…
ନୂଆଦିଲ୍ଲୀ: ‘ସ୍ୱୟଂଶାସିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ଡେମନଷ୍ଟ୍ରେଟର’ର ପ୍ରଥମ ସଫଳ ବିମାନକୁ DRDO ସଞ୍ଚାଳିତ କରିଛି। ଏହି ଉଡ଼ାଣ ନିକଟ ଭବିଷ୍ୟତରେ ମାନବ ବିହୀନ ବିମାନର ବିକାଶ ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ବିବେଚନା କରାଯାଏ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କର୍ଣ୍ଣାଟକର ଚିତ୍ରଦୁର୍ଗ ଠାରେ ଥିବା ଏରୋନେଟିକାଲ୍ ଟେଷ୍ଟ ରେଞ୍ଜରୁ ସ୍ୱୟଂଶାସିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ଡେମନଷ୍ଟ୍ରେଟରର ପ୍ରଥମ ବିମାନକୁ ସଫଳତାର ସହ ପରିଚାଳନା କଲା। ସ୍ଵତଃ ପ୍ରବୃତ୍ତ ଭାବରେ କାର୍ଯ୍ୟକରି, ସ୍ୱୟଂଶାସିତ-ବିମାନ ଏକ ଉଡ଼ାଣ ପ୍ରଦର୍ଶନ କଲା, ଯେଉଁଥିରେ ଟେକ୍ ଅଫ୍, ୱେ ପଏଣ୍ଟ ନେଭିଗେସନ୍ ଏବଂ ଏକ ସୁଗମ ଟଚ୍ ଡାଉନ୍ ସାମିଲ ଅଛି। ସ୍ୱୟଂଶାସିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ପ୍ରଦର୍ଶକଙ୍କ ଏହି ଉଡ଼ାଣ ଭବିଷ୍ୟତର ମାନବ ବିହୀନ ବିମାନର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବାରେ ଏକ ପ୍ରଭାବଶାଳୀ ପଦକ୍ଷେପ ଏବଂ ଏହିପରି ରଣନୀତିକ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳତା ପାଇଁ…

