Author: Samikhsya Bureau

ଭୁବନେଶ୍ୱର : ଭାରତୀୟ ରେଡ଼କ୍ରସ୍‍ ,ଓଡ଼ିଶା ରାଜ୍ୟ ଶାଖା ପାଣ୍ଠି ସଂଗ୍ରହ, ସଭ୍ୟ ସଂଗ୍ରହ ଓ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସିଲଡ଼୍ ଓ ପ୍ରଶଂସାପତ୍ର ପାଇଛନ୍ତି। ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍‍ , ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ରେଡ଼କ୍ରସ୍‍ କାର‌୍ୟ୍ୟଧାରାର ଭୂୟସୀ ପ୍ରଶଂସା କରିବା ସହ ସେବାର ପରିସର, ଆକାର ଓ ପରିମାଣକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ସେବାକୁ ଆଧ୍ୟାତ୍ମିକ ସାଧନା ଭାବରେ ବର୍ଣ୍ଣନା କରି ଏଥିନିମନ୍ତେ ଉତ୍ସଗୀକୃତ ମନୋଭାବ ଓ ନିଷ୍ଠା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଅବୈତନିକ ସଚିବ ସିଟିଏମ୍‍ ସୁଗୁଣା ଓଡ଼ିଶାରେ ରେଡ଼କ୍ରସ୍ରକ ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟପାଳ ଅବୈତନିକ ସଚିବଙ୍କୁ ସିଲଡ଼୍‍ ପ୍ରଦାନ କରିଥିଲେ। ବୌଦ୍ଧ…

Read More

ମୟୁରଭଂଜ: ଆସନ୍ତାକାଲି ହେବ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଜଣାପଡିବ ଫଳାଫଳ। ତେବେ ଏବେଠାରୁ ଜଣାପଡିସାରିଲାଣି ଯେ, ଦ୍ରୌପଦୀ ମୁର୍ମୁ ଜିତିବା ନିଶ୍ଚିତ। କାରଣ ତାଙ୍କୁ ଯେପରି ଭାବେ ସାରା ଭାରତରୁ ସମର୍ଥନ ମିଳିଛି ତାହାକୁ ହିସାବ କଲେ ସେ ଷାଠିଏ ପ୍ରତିଶତ ଭୋଟ ହାସଲ କରିବେ। ଏହା ଓଡିଶା ପାଇଁ ନିଶ୍ଚିତ ଗର୍ବର ବିଷୟ ହେବ। ଫଳାଫଳ ପରେ ଆସନ୍ତାକାଲି ସାରା ଓଡିଶା ଖୁସିରେ ନାଚି ଉଠିବ। ସେପରି କ୍ଷେତ୍ରରେ ଖୋଦ ଦ୍ରୌପଦୀଙ୍କ ରାଇରଙ୍ଗପୁର ଅଞ୍ଚଳ କିପରି ବାଦ ପଡିବ। ଆସନ୍ତାକାଲି ନୁହେଁ ଆଜିଠାରୁ ଦ୍ରୌପଦୀଙ୍କ ବାସଭବନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତାଙ୍କ ଘରେ ବର୍ତ୍ତମାନ ଚାଲିଛି ମିଠାଇ ମୋଡା। ଆସନ୍ତାକାଲି ଫଳାଫଳ ଘୋଷଣା ହେବା ପରେ ସାରା ସହରରେ ବଣ୍ଟାଯିବ ମିଠାଇ। ସେଥିପାଇଁ ରାଇରଙ୍ଗପୁର ଅଞ୍ଚଳ ବାସିନ୍ଦା ଫୁଲ ଦମରେ ଉତ୍ସବ ମନାଇବା ପାଇଁ ଅପେକ୍ଷା କରି ରହିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ ଦଳର ସଦସ୍ୟମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଉଭୟ କ୍ରୀଡ଼ାବିତ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କ ସହିତ କେନ୍ଦ୍ର କ୍ରୀଡ଼ା, ଯୁବସେବା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏବଂ କ୍ରୀଡ଼ାବିତ ସଚିବ ଉପସ୍ଥିତ ଥିଲେ। ଆଜି ପ୍ରସଙ୍ଗକ୍ରମେ ଆନ୍ତର୍ଜାତିକ ଚେସ୍ ଦିବସ ମଧ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଚଳିତ ଜୁଲାଇ ମାସ ୨୮ ତାରିଖରେ ୨୮ତମ ଚେସ ଅଲିମ୍ପିଆଡ ତାମିଲନାଡୁରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ପୂର୍ବତନ କ୍ରୀଡ଼ାବିତମାନଙ୍କ ଭଳି ସେମାନେ ମଧ୍ୟ ଭାରତକୁ ଗୌରବାନ୍ୱିତ କରିବେ ବୋଲି ସେ ଆଶାବାଦୀ। ପ୍ରଥମ ଥର…

Read More

ମୁମ୍ବାଇ/ ଭୁବନେଶ୍ୱର: କ୍ରିକେଟ୍‌ରେ ଏହାର ବର୍ଦ୍ଧିତ ଆନ୍ତର୍ଜାତିକ ଉପସ୍ଥିତିକୁ ସୁଦୃଢ଼ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଆଗାମୀ ଟି୨୦ ଲିଗ୍‌ର ଏକ ଫ୍ରାଚାଂଇଜି ଟିମ୍ ଅଧିଗ୍ରହଣ କରିବା ନେଇ ଘୋଷଣା କରାଯାଇଛି। ନିକଟରେ କଂପାନି ପକ୍ଷରୁ ଓ ୟୁଏଇ-ଭିତିକ ଆନ୍ତର୍ଜାତିିକ ଲିଗ୍ ଟି୨୦ ଟିମ୍‌କୁ ଅଧିଗ୍ରହଣ ପରେ ପରେ କେପ୍ ଟାଉନ୍ ସ୍ଥିତ ଏହି ନୂତନ ଫ୍ରାଚାଂଇଜି ଅଧିଗ୍ରହଣ ମୁମ୍ବାଇ ଇଣ୍ଡିଆନ୍‌ସ ବ୍ରାଣ୍ଡ୍‌କୁ ଆଗକୁ ବଢ଼ାଇବ। ଭାରତରେ କ୍ରିକେଟ୍ ଫ୍ରାଂଚାଇଜି, ଫୁଟ୍‌ବଲ୍ ଲିଗ୍‌ର ମାଲିକାନା, କ୍ରୀଡ଼ା ପ୍ରାଯୋଜନା, କନସଲଟାନ୍ସି ଓ କ୍ରୀଡ଼ାବିତ ପ୍ରତିଭା ପରିଚାଳନା ଜରିଆରେ ଓ ଏହି କ୍ଷେତ୍ରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ ଆଗକୁ ଆଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କ୍ରୀଡ଼ା ବ୍ୟବସ୍ଥାର ଅଭ୍ୟୁଦୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥି ସହିତ, ଆର୍‌ଆଇଏଲ୍‌ର ସିଏସ୍‌ଆର୍ ଶାଖା ରିଲାଏନ୍ସ ଫାଉଣ୍ଡେସନ ସ୍ପୋର୍ଟସ୍ ସାରା ଦେଶରେ କ୍ରୀଡ଼ାବିତମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଚାମ୍ପିଅନ୍ ହେବା ଲାଗି ସୁଯୋଗ ପ୍ରଦାନ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସରକାର ଯାହା କରି ନ ପାରିଲା ତାହା ପୁଣି କୋମଳ ମତି ପିଲାମାନଙ୍କ ଦ୍ବାରା ସଂଭବ ହୋଇପାରିଛି। ଏକ ଖରାପ ରାସ୍ତାକୁ ମରାମତି କରି ଉଦାହରଣ ପାଲଟିଛନ୍ତି ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ଵଳମ୍ ପଞ୍ଚାୟତର ପିଲାମାନେ। ସୂଚନା ଅନୁଯାୟୀ ବଳମ୍ ପଂଚାୟତ ଗଞ୍ଜାବାହାଳ ଛକ ରାସ୍ତାରେ ଟ୍ରାକ୍ଟର ଯିବା ଆସିବା କରି ଅନେକ ଗର୍ତ୍ତ ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ଏହି ଛକ ଠାରୁ ଗଞ୍ଜାଵାହାଲ୍, ରଞ୍ଜା, ଧଳତଇଲା ଓ ବେତଝରଣ ଗ୍ରାମକୁ ରାସ୍ତା ଯାଇଛି। ଟ୍ରାକ୍ଟର ଚାଳକ ଓ ମାଲିକମାନଙ୍କୁ ଗ୍ରାମବାସୀ ଅନେକ ଥର ସମତୁଲ କରିବା ପାଇଁ ଅନୁରୋଧ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଏପରି ରାସ୍ତାକୁ କିପରି ସଜଡ଼ା ଯାଇ ପାରିବ ସେଥିପାଇଁ କମ୍ ବୟସର ପିଲାମାନେ ଆଗେଇ ଆସିଥିଲେ। ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତକୁ ଅପେକ୍ଷା ନ କରି ଦିବ୍ୟାଙ୍ଗ ଅନୁଷ୍ଠାନ ସମର୍ଥ ଭାରତର…

Read More

ଦିଲ୍ଲୀ: ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ପ୍ରକଳ୍ପ ଗୁଡିକ ଯୋଗୁଁ ବିସ୍ଥାପିତ ହୋଇଥିବା ଓଡିଶାର ଲୋକ ମାନଙ୍କ ସମସ୍ୟା ଗୁଡିକୁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ପୁନର୍ବାସ ଏବଂ ପାରିପାର୍ଶ୍ୱକ ବିକାଶ ପରାମର୍ଶଦାତା ସମିତି (ଆର୍ପିଡିଏସି) ଦ୍ୱାରା ସମୟ ସମୟରେ ସମୀକ୍ଷା କରାଯାଉଛି। ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର, ଭୂମି, ଗଛ / ଫସଲ ଏବଂ ସଂରଚନା ଗୁଡିକୁ ଅଧିଗ୍ରହଣ କରିବା ପରେ କ୍ଷତିପୂରଣର ଆକଳନ ଭୂମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ ଆଇନ୍, ୨୦୧୩ (ଆର୍ଏଫ୍ସିଟିଏଲ୍ଏଆର୍ଆର୍ ଆଇନ୍, ୨୦୧୩) ଅନୁଯାୟୀ ଉଚିତ୍ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଆଧାରରେ ମୂଲ୍ୟାଙ୍କନ କରା ଯାଇଛି ଏବଂ କୋଇଲା ବହନକାରୀ କ୍ଷେତ୍ର (ଅଧିଗ୍ରହଣ ଏବଂ ବିକାଶ ) ଆଇନ୍, ୧୯୫୭ (ସିବିଏ (ଏ ଆଣ୍ଡ୍ ଡି) ଆଇନ୍, ୧୯୫୭ ) ଅଧୀନରେ ଏମ୍ସିଏଲ୍କୁ ଜମି ଦେଇ ଗ୍ରାମବାସୀମାନଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରା ଯାଇଛି। ନାଲ୍କୋର ପ୍ରକଳ୍ପ ଗୁଡିକ ଯୋଗୁଁ ମୋଟ ୬୩୫…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘମାସ ହେବ ବାଣପୁର ସବ ଜେଲରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି। ତେବେ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି। ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା…

Read More

ଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ସହରାଞ୍ଚଳ ନିର୍ବାଚନରେ ​​ବିଜେପିକୁ ବଡ ଝଟକା ଲାଗିଛି। ବିଜେପି ହାତରୁ ୭ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଚାଲିଯାଇଛି। ସେଥିମଧ୍ୟରୁ ୫ ଟି କଂଗ୍ରେସ ଜିତିଛି। ଗୋଟିଏ ଆମ୍ ଆଦମୀ ପାର୍ଟିର ଆକାଉଣ୍ଟକୁ ଯାଇଥିବା ବେଳେ ଅନ୍ୟଟିରେ ବିଜେପିର ବିଦ୍ରୋହୀ ସ୍ଵାଧୀନ ପ୍ରାର୍ଥୀ ମେୟର ପଦ ଜିତିଛନ୍ତି। କ୍କୌଣସି ସ୍ଥାନରେ ଭୁଲ ହୋଇଛି ବୋଲି ବିଜେପି ମଧ୍ୟ ସ୍ୱୀକାର କରୁଛି। ଦଳର ରାଜ୍ୟ ସଭାପତି ଭି.ଡି ଶର୍ମା କହିଛନ୍ତି ଯେ, ଏହା ଏକ ଚିନ୍ତାର ବିଷୟ। ଆମେ ନିଶ୍ଚିତ ଭାବରେ ବିଚାର କରିବୁ। ନଗର ନିଗମ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟର ୧୬ ଟି ପୌରାଞ୍ଚଳ ଦଖଲରେ ଥିବା ବିଜେପିର ହାତରୁ ୭ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଚାଲିଯାଇଛି। କଂଗ୍ରେସ ଶୂନରୁ ୫ କୁ ବୃଦ୍ଧି ପାଇଛି।

Read More

ନୂଆଦିଲ୍ଲୀ: ଆସନ୍ତାକାଲି ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା କରାଯିବ। ସଂସଦ ଭବନ ପରିସରରେ ଏହା ଦିନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ଗତ ସୋମବାର ଦିନ ସଂସଦରେ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମତଦାନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ଭୋଟ ବାକ୍ସଗୁଡିକୁ ନୂଆଦିଲ୍ଲୀ ସଂସଦ ଭବନକୁ ଅଣାଯାଇଥିଲା। ସେଠାରେ କଡା ସୁରକ୍ଷା ମଧ୍ୟରେ ଏହି ଭୋଟ ବକ୍ସ ରଖାଯାଇଛି। ବିଭିନ୍ନ ରାଜ୍ୟର ବାଲଟ ବାକ୍ସ ବିମାନରେ ଆସିଥିଲା। ଏଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିଲା। ବାଲଟ ବକ୍ସଟି ସାଥିରେ ଆସୁଥିବା ଅଧିକାରୀ ନିଜ ସିଟ ପାଖରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ଅଧିକାରୀଙ୍କ ନାମରେ ଏକ ଇଟି ଟିକେଟ ସହିତ Mr.Ballot Box ନାମରେ ମଧ୍ୟ ଆଉ ଏକ ଟିକେଟ କଟାଯାଇଥିଲା। ଆସନ୍ତାକାଲି ଭୋଟ ଗଣତି ସକାଳ ୧୧ଟା ବେଳେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟସଭା ସଚିବାଳୟର ବରିଷ୍ଠ ଅଧିକାରୀଙ୍କୁ କାଉଣ୍ଟିଂ ଅପିସର ଭାବେ…

Read More

ଭୁବନେଶ୍ୱର : ଦୟାନଦୀ ବନ୍ଧର ଉନ୍ନତୀକରଣ ଓ ପ୍ରଶସ୍ତିିକରଣ କରିବାକୁ ନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଏକାମ୍ର ବିଜେପି ଗ୍ରାମିଣ ମଣ୍ଡଳ ତରଫରୁ ଦୟା ନଦୀବନ୍ଧସ୍ଥିତ ମା ଜାଡୁୁମଲୀ ପ୍ରାଙ୍ଗଣରୁ ଇଟିପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ବ୍ଲକ ଅଧିନରେ ଥିବା ୬ ପଚାଂୟତର ଲକ୍ଷାଧିକ ଜନସାଧାରଣ ଦୟାନଦୀ ବନ୍ଦ ମୁଖ୍ୟ ରାସ୍ତାରେ ଦୌନିକ ଯାତାୟତ କରନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ, ଦୀପତଳ ଅନ୍ଧାର ଭଳି ଖୋଦ ରାଜ୍ୟ ରାଜଧାନୀ ଉପକଂଠ ଦୟାନଦୀ ବନ୍ଧ କଡରେ ଥିବା ୬ ପଂଚାୟତର ପ୍ରାୟ ୩୦ଟି ଗ୍ରାମର ଗ୍ରାମବାସୀ ସବୁବେଳେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଗତ ବର୍ଷ ସରକାର ଦୟାନଦୀ ବନ୍ଧ ସଶକ୍ତିକରଣ ଓ ଉନ୍ନତି ସକାଶେ ପ୍ରାୟ ୨୩ କୋଟି ଟଙ୍କାର ବଜେଟ ଆକଳନ କରିଥିଲେ । ଯାହାକି ଆଜି ପ୍ରର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିଲାନାହିଁ । ଗ୍ରାମ ବାସୀ ବହୁବାର ପ୍ରତିବାଦ ଓ…

Read More

ଭୁବନେଶ୍ୱର : ଲଳିତ କଳା ଏକାଡ଼େମୀ ନୂଆଦିଲ୍ଲୀର ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ବୁଦ୍ଧ ମନ୍ଦିର ପରିସରରେ ଏକ ଚିତ୍ରକଳା ଶିବିର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ଆଜାଦୀର ଅମୃତ ଉତ୍ସବ ପାଳନ ଅବସରରେ ଭାରତର ସ୍ୱାଧୀନତା ପାଇଁ ଯେଉଁ ସଂଗ୍ରାମୀ ମାନଙ୍କର ଅତୁଳନୀୟ ଭୂମିକା ରହିଛି, ସେହି ମହାନାୟକ ମାନଙ୍କର ପ୍ରତିକୃତି ଓ ତାଙ୍କର ଘଟଣା ସମ୍ବନ୍ଧୀୟ ଚିତ୍ରକଳାକୁ ୫ ଦିନ ଧରି ଘରେ ରହି ଅଙ୍କନ କରିବେ ଚିତ୍ରଶିଳ୍ପୀମାନେ। ଶିବିରକୁ ମୁଖ୍ୟ ଅତିଥି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ପରାମର୍ଶଦାତା ଏସ.ସି. ବର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।  ଲଳିତ କଳା ଏକାଡ଼େମୀର ସଚିବ ରାମକୃଷ୍ଣ ବେଦାଲା, ଲଳିତ କଳା ଏକାଡ଼େମୀର ସଭ୍ୟ ତଥା ଶିବିର ସଂଯୋଜଗ ବଳଦେବ ପ୍ରସାଦ ମହାରଥା, ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା, ପଞ୍ଚାନନ ସାମଲ, ସତ୍ୟଭାମା ମାଝୀ, ରବି ନାରାୟଣ ରଥ, ସଞ୍ଜୟ କେତନ ଚୌଧୁରୀ, ବି ପଣ୍ଡା, ରାଜକିଶୋର…

Read More

ଭୁବନେଶ୍ୱର: ଚଳିତ ଖରିଫରେ ଆବଶ୍ୟକ ସାରର ସୁଷମ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନେ ଯେପରି ଠିକ୍‌ ସମୟରେ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ପାଇବେ ସେଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାରର ଯୋଗାଣ ଓ ବଣ୍ଟନକୁ ବ୍ୟବସ୍ଥିତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ସଂଜୀବ ଚୋପ୍ରା ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସାର ବିକି୍ରର ଯାଞ୍ଚ ବ୍ୟବସ୍ଥାକୁ ବ୍ୟାପକ ଓ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ସାରର ମହଜୁଦ ଓ କଳାବଜାରୀକୁ…

Read More

ଲକ୍ଷ୍ନୌ: ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ନେଇ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ଆସିଛି। ଅଖିଳେଶ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବେଳେବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲିଥାଏ। ଅଖିଲେଶ ଯାଦବ ଟୁଇଟ କରି ଲେଖିଛନ୍ତି ଯେ, ମନ୍ତ୍ରୀ ଭାବେ ସମ୍ମାନ ତ ମିଳିଲା ନାହିଁ, କିନ୍ତୁ ଦଳିତ ହେବାର ଅପମାନ ମିଳିଲା। ଭେଦଭାବକାରୀ ବିଜେପି ସରକାରରୁ ଇସ୍ତଫା ଦେବା ନିଜ ସମାଜର ସମ୍ମାନ ରଖିବା ପାଇଁ ଏକମାତ୍ର ଉପାୟ।

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦ୍ଘାଟନ କରିଥିବାବେଳେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ଆଇଆଇସି ବିଭୂତି ଭୂଷଣ ଦଳେଇ, ଉପସ୍ଥିତ ଥିଲେ। ଏହି ଶିବିରରେ ୧୧୫ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର କଳ୍ପେଷ୍ କକ୍କଡ୍, ସନ୍ତୋଷ ଗୌଡ଼, କର୍ମଦେବ ପଟେଲ, ଗଣେଶ ସେଟ୍, ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାରର ଇନ୍ଦ୍ରମଣି ବେହେରା, ସୁଦର୍ଶନ ନାଏକ ଏବଂ ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ…

Read More

ନୂଆଦିଲ୍ଲୀ: ଆଗାମୀ କିଛି ମାସ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ବହୁତ ବ୍ୟସ୍ତବହୁଳ ହେବାକୁ ଯାଉଛି। ଭାରତୀୟ ଦଳ ଆସନ୍ତା ମାସରେ ଜିମ୍ବାୱେ ଗସ୍ତ କରିବ। ସେଠାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଯାହା ୬ ବର୍ଷ ପରେ ଭାରତୀୟ ଦଳର ପ୍ରଥମ ଯାତ୍ରା ହେବ। ଅଗଷ୍ଟ ୧୮, ୨୦ ଏବଂ ୨୨ ରେ ହରାରେ ତିନିଟି ଦିନିକିଆ ଖେଳାଯିବ। କେ.ଏଲ୍ ରାହୁଲ ଦଳର ଅଧିନାୟକ ହୋଇପାରନ୍ତି। ଏହି ସିରିଜ୍ ଆଇସିସି ପୁରୁଷ ବିଶ୍ୱକପ୍ ସୁପର ଲିଗ୍ ର ଏକ ଅଂଶ। ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୬ ରେ ଜିମ୍ବାୱେ ଗସ୍ତ କରିଥିଲା ​। ଯେତେବେଳେ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଦଳ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ଖେଳିଥିଲା। ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଭାରତର ଯୁବ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି, ଯେଉଁଠାରେ ଟିମ୍ ଇଣ୍ଡିଆକୁ ଆୟୋଜକଙ୍କ ବିପକ୍ଷରେ ୩ ଟି ଦିନିକିଆ ଏବଂ…

Read More

ନୂଆଦିଲ୍ଲୀ: କଙ୍ଗନା ରାଣାୱତ ପରଦାରେ ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଏବେ ‘ଏମର୍ଜେନ୍ସି’ ଚଳଚ୍ଚିତ୍ରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ନିକଟରେ, ଫିଲ୍ମର ପ୍ରଥମ ଲୁକରେ କଙ୍ଗନା ନିଜର ଦମଦାର ଚେହେରା ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଥମ ଲୁକରେ ଅଭିନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି। ବର୍ତ୍ତମାନ ସଦ୍ୟତମ ଖବର ହେଉଛି କଙ୍ଗନାଙ୍କ ଏହି ଚଳଚ୍ଚିତ୍ରକୁ କଂଗ୍ରେସ ଦଳ ବିରୋଧ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଙ୍ଗନା ରାଣାୱତଙ୍କ ଅଭିନୟରେ ସୁସଜ୍ଜିତ ଏହି ଆଗାମୀ ଚଳଚ୍ଚିତ୍ରକୁ ନେଇ ରାଜନୈତିକ ଦଳ କଂଗ୍ରେସର ଆପତ୍ତି ରହିଛି। ସରକାରୀ ରିଲିଜ୍ ପୂର୍ବରୁ ଫିଲ୍ମ ‘ଏମର୍ଜେନ୍ସି’ ଦେଖାଇବାକୁ କଂଗ୍ରେସ ଦାବି କରିଛି। ସେମାନେ ବିଶ୍ୱାସ କରନ୍ତି ଯେ, ଏହି ଚଳଚ୍ଚିତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଏକ ପ୍ରୟାସ। ସେପଟେ ଭାରତୀୟ ଜନତା ପାର୍ଟି କହିଛି ଯେ, ଭୟଭୀତ ଥିବାରୁ ଫିଲ୍ମ…

Read More

ହାୱାଡା: ପଶ୍ଚିମବଙ୍ଗର ହାୱାଡା ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଅନେକ ଲୋକ ଅସୁସ୍ଥ ହୋଇଥିବା ଜଣାପଡିଛି। ଜାଡିବା ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତଥାପି ମଦ ଦୋକାନର ମାଲିକ ପ୍ରତାପ କରମାକରଙ୍କୁ ପୋଲିସ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଏଠାରେ ଥିବା ମାଲିପଞ୍ଚଘୋରା ଅଞ୍ଚଳରେ ଦେଶୀ ମଦ ପିଇବା ପରେ ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ। ଯେଉଁମାନେ ଅସୁସ୍ଥ ହୋଇପଡିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୬ ଜଣ ଆଜି ସକାଳେ ମୃତ୍ୟୁ ବରଣ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ଏହି ଘଟଣାରେ ଦୋକାନ ମାଲିକଙ୍କୁ ଗିରଫ କରାଯାଇଛି। ଏହାସହିତ ରାସାୟନିକ ପରୀକ୍ଷା ପାଇଁ କିଛି ମଦର ନମୁନା ପଠାଯାଇଛି। ଅସୁସ୍ଥ ଥିବା କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା…

Read More

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦୁଇ ମନ୍ତ୍ରୀ ବିଦ୍ରୋହକୁ ଓହ୍ଲାଇଥିବା ଖବର ଆଲୋଚନା ହେଉଛି। ସୂଚନାନୁସାରେ, ଯୋଗୀ ସରକାରଙ୍କ ପିଡବ୍ଲ୍ୟୁଡି ମନ୍ତ୍ରୀ ଜିତିନ ପ୍ରସାଦ ଏବଂ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ଦୀନେଶ ଖଟିକ ଅସନ୍ତୋଷ ଥିବା ଜଣାପଡିଛି। ଜିତିନ ପ୍ରସାଦ ଦିଲ୍ଲୀରେ ପହଞ୍ଚିବାର ଖବର ମଧ୍ୟ ରହିଛି। ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଖବର ମଧ୍ୟ ରହିଛି। ଖଟିକଙ୍କ ଅସନ୍ତୋଷର କାରଣ ହେଉଛି ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର କାମ ଦିଆଯାଉ ନାହିଁ। ଖଟିକ ଦିଲ୍ଲୀରେ ପହଞ୍ଚି ଅମିତ ଶାହାଙ୍କୁ ଭେଟିବାର ଖବର ମଧ୍ୟ ରହିଛି। ଦିଲ୍ଲୀରେ ଜିତିନ ପ୍ରସାଦ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ। ଉତ୍ତରପ୍ରଦେଶର ପିଡବ୍ଲ୍ୟୁଡିର ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୟୁପି ସରକାର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଠୋର କାର୍ଯ୍ଯାନୁଷ୍ଠାନ ପରେ ଅନେକ…

Read More

ନୂଆଦିଲ୍ଲୀ: ଅଧିକାଂଶ ଚଳଚ୍ଚିତ୍ରରେ ଅନ୍ୟ ଗ୍ରହରୁ ଆସୁଥିବା ଏଲିଅନମାନଙ୍କୁ ଦର୍ଶକମାନେ ଦେଖୁଛନ୍ତି। ଏଥି ସହିତ, କିଛି ଲୋକ ଭୟଙ୍କର ଚଳଚ୍ଚିତ୍ର ଦେଖିବା ପାଇଁ ଏତେ ଭଲ ପାଆନ୍ତି ଯେ, ବେଳେବେଳେ ସେମାନେ ନିଜ ଚାରିପାଖରେ ଭୂତମାନଙ୍କ ଉପସ୍ଥିତି ମଧ୍ୟ ଅନୁଭବ କରନ୍ତି। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓରେ ଏକ ଅଜବ ଜୀବକୁ ଦେଖିବାକୁ ମିଳୁଛି। କେହି କେହି ଏହାକୁ ଏକ ଏଲିଅନ କିମ୍ବା ଭୂତ ବୋଲି କହୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ପାରାନର୍ମାଲିଟି ମ୍ୟାଗେଜିନ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି। https://twitter.com/ParanormalityM/status/1545825762825195522?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1545825762825195522%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Ftrending%2Fstrange-alien-like-creature-caught-on-camera-at-moorhead-near-kentucky-2171790 ଭିଡିଓ ସେୟାର କରିବା ସହିତ କ୍ୟାପସନରେ କୁହାଯାଇଛି ଯେ ‘କେଣ୍ଟକି ନିକଟସ୍ଥ ମୁରହେଡରେ ସ୍ଥାପିତ ସୁରକ୍ଷା କ୍ୟାମେରାରେ ଏକ ଅଜବ ପ୍ରାଣୀ ଦେଖିବାକୁ ମିଳିଥିଲା।’ ସୋସିଆଲ ମିଡିଆରେ ଆସିଥିବା ୩୩ ସେକେଣ୍ଡର ଭିଡିଓରେ ଏକ ଧଳା ପ୍ରାଣୀ ଦେଖିବାକୁ ମିଳିଛି।…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାର ୫୫୭ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ଦେଶରେ ମୋଟ ମାମଲା ୪ କୋଟି ୩୮ ଲକ୍ଷ ୩ ହଜାର ୬୧୯ ରେ ପହଞ୍ଚିଛି। ବର୍ତ୍ତମାନ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୫୪କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୫୧୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୩୧ ଲକ୍ଷ ୩୨ ହଜାର ୧୪୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୮୨୫ କୁ ବୃଦ୍ଧି ପାଇଛି।

Read More

ପାଟନା: ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି। ଇସଲାମିକ ପତ୍ରିକାରେ ବିଜେପି ନେତାଙ୍କ ବିରୋଧରେ ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଉପରେ ବିହାର ପୋଲିସ ମୁଖ୍ୟାଳୟ ସମସ୍ତ ଜିଲ୍ଲାର ଏସପି ମାନଙ୍କୁ ସତର୍କ ରହିବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଚିଠିରେ କୁହାଯାଇଛି ଯେ ‘ଖୁରାସନ୍ ଡାଏରୀ’ ଜୁଲାଇ ୧୪ ତାରିଖରେ ଇସଲାମିକ୍ ଷ୍ଟେଟ୍ ଖୁରାସନ୍ ପ୍ରଦେଶ (ISKP) ର କଭର ପେଜ୍ ସେୟାର କରିଛି। ଏଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ରହିଛି। ଭଏସ୍ ଅଫ୍ ଖୁରାସନ୍ ପତ୍ରିକା ଭାରତୀୟ ଜନତା ପାର୍ଟି ବିରୋଧରେ ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ କରିଛି। ଏଭଳି ପରିସ୍ଥିତିରେ କଭର ପେଜ ଏବଂ ବିବୃତ୍ତି ପ୍ରକାଶ ପାଇବା ପରେ ଜିଲ୍ଲା ପୋଲିସକୁ କୌଣସି ଅଘଟଣରୁ ରକ୍ଷା ପାଇବା…

Read More