Author: Samikhsya Bureau

ନୂଆଦିଲ୍ଲୀ: CBSE ଦଶମ ଆଉ ଦ୍ୱାଦଶ ଫଳାଫଳ ତାରିଖ ଯେକୌଣସି ସମୟରେ ପ୍ରକାଶ ପାଇପାରେ। ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ସିବିଏସ୍ଇ ବୋର୍ଡ ଦଶମ ଦ୍ୱାଦଶ ଫଳାଫଳରେ କୌଣସି ବିଳମ୍ବ ହେବ ନାହିଁ। ସେ କହିଛନ୍ତି ଯେ, ପରୀକ୍ଷା ସମାପ୍ତ ହେବା ପରେ ଶିକ୍ଷା ବିଭାଗ ବୋର୍ଡକୁ ନକଲଗୁଡିକର ମୂଲ୍ୟାଙ୍କନ ଏବଂ ସାଇଟରେ ମାର୍କ ଅପଲୋଡ୍ କରିବାକୁ 45 ଦିନ ସମୟ ଦେଇଛି। ଏଭଳି ପରିସ୍ଥିତିରେ ଫଳାଫଳ ଠିକ ସମୟରେ ପ୍ରକାଶ ପାଇବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫଳାଫଳ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ। ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଏହା ଅଫିସିଆଲ୍ ୱେବସାଇଟ୍ cbse.gov.in ଏବଂ cbseresults.nic.in ରେ ପ୍ରକାଶ ପାଇବ। ସିବିଏସ୍ଇ ଦଶମ ଶ୍ରେଣୀ ଟର୍ମ 2 ପରୀକ୍ଷାରେ 21 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, ଯେଉଁମାନେ ପରୀକ୍ଷାର ଫଳାଫଳକୁ ଉତ୍ସାହର…

Read More

ଭୁବନେଶ୍ବର: ‘ନ୍ୟୁଜ18 ଓଡିଆ’ ର ଏଡିଟର ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଜେନା। ନେଟୱର୍କ 18 ର ବରିଷ୍ଠ ଅଧିକାରୀଙ୍କ ଗହଣରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିରେ କଂପାନୀର ଚିଫ କଣ୍ଟେଟ ଅଫିସର ସନ୍ତୋଷ ମେନନ, ସିନିୟର ଏଡିଟର ଧ୍ରୁବ ପରିମାଣିକ ଏବଂ ଗ୍ରୁପ ଏଡିଟର ରାଜେଶ ରାଇନା ଯୋଗ ଦେଇଥିଲେ। ‘ନ୍ୟୁଜ18 ଓଡିଆ’ ରେ ଯୋଗ ଦେବା ପୂର୍ବରୁ ନରେନ୍ଦ୍ର କନକ ନ୍ୟୁଜର ଆଉଟପୁଟ ହେଡ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଓଡିଶାର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଓଟିଭିରେ ମଧ୍ୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଏହି ଚ୍ୟାନେଲରେ ବରିଷ୍ଠ ଏଡିଟର ଭାବେ କାର୍ଯ୍ୟ କରୁଥିବା ଦୟାନିଧି ଦାସ ଇସ୍ତଫା ଦେବା ପରେ ନରେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଚ୍ୟାନେଲର କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୫୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୧୨ ବରଗଡ ଜିଲ୍ଲାରୁ- ୮ ଭଦ୍ରକ ଜିଲ୍ଲାରୁ- ୧୨ ବଲାଙ୍ଗୀରି ଜିଲ୍ଲାରୁ- ୧୨ ବୌଦ୍ଧ ଜିଲ୍ଲାରୁ- ୬ କଟକ ଜିଲ୍ଲାରୁ- ୧୩୨ ଦେବଗଡ ଜିଲ୍ଲାରୁ- ୭ ଢେଙ୍କାନାଳ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୧୧ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୨୦ ଯାଜପୁର ଜିଲ୍ଲାରୁ- ୨୬ ଝାରସୁଗୁଡା ଜିଲ୍ଲାରୁ- ୨୫ କଳାହାଣ୍ଡି ଜିଲ୍ଲାରୁ- ୧୩ କନ୍ଧମାଳ ଜିଲ୍ଲାରୁ- ୩ କେନ୍ଦ୍ରାପଡା ଜିଲ୍ଲାରୁ- ୧୧ କେନ୍ଦୁଝର ଜିଲ୍ଲାରୁ- ୧୦ ଖୋର୍ଦ୍ଧା ଜିଲ୍ଲାରୁ-…

Read More

ଭୁବନେଶ୍ବର: ଏଟିଏମ ଅର୍ଥ ଆମେ ଜାଣୁ ଯେ, ଏକ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବ। ହେଲେ ଏବେ ଓଡିଶାରେ ଏକ ନୂଆ ଏଟିଏମ ଲାଗୁ ହେବାକୁ ଯାଉଛି। ତାହା ହେଲା ଏଣିକି କାର୍ଡ ଭର୍ତ୍ତି କଲେ ସେହି ଏଟିଏମରୁ ବାହାରିବ ପିଡିଏସ ଚାଉଳ ଆଉ ଗହମ।  ବିଧାନସଭାରେ ଏହି ପରି ଏକ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି ଯେ,ରାସନ କାର୍ଡ ହିତାଧିକାରୀ ଏଣିକି ଚବିଶ ଘଣ୍ଟିଆ ରାସନ ପାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଏହା ହେଉଛି ଅଲଟାଇମ ଗ୍ରେନ ବ୍ୟବସ୍ଥା। ବର୍ତ୍ତମାନ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ବଣ୍ଟନ କର୍ମଚାରୀଙ୍କ ସମୟ ଉପରେ ନିର୍ଭର କରୁଥିଲା। ହେଲେ ଏଥିରେ ହିତାଧିକାରୀ ଯେତେବେଳେ ଚାହିଁବେ ତାଙ୍କ ସମୟ ଅନୁସାରେ ରାସନ ପାଇପାରିବେ। ଏଥିପାଇଁ ହିତାଧିକାରୀଙ୍କୁ ସ୍ବତନ୍ତ୍ର କାର୍ଡ ଯୋଗାଇ ଦିଆଯିବ। ଖାଦ୍ୟ…

Read More

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ସମ୍ବିଧାନର ୧୦୧ତମ ସଂଶୋଧନର ଧାରା ୧୮ ଅନୁଯାୟୀ, ଜିଏସଟି ପରିଷଦର ସୁପାରିସ କ୍ରମେ ଏହି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷର ଅବଧି ମଧ୍ୟରେ କେନ୍ଦ୍ର ସରକାର ଏହି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ଅନ୍ୟପଟେ ପାଞ୍ଚ ବର୍ଷ ମଧ୍ୟରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୧୬ହଜାର ୧୬୫ କୋଟି ଟଙ୍କା ମିଳିଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ…

Read More

ଜୀବନଶୈଳୀ: ଲୋକମାନଙ୍କର ପ୍ରାୟତଃ ମେଡିଟେସନରେ ଧ୍ୟାନ ଲାଗେ ନାହିଁ। ଆରମ୍ଭରୁ ଲୋକଙ୍କ ବିଚାର ମନରେ ଅତି ଶୀଘ୍ର ଘୁରି ବୁଲୁଥାଏ। ଏଭଳି ଲାଗେ କି ଧ୍ୟାନ ଭଙ୍ଗ ହେଉଛି। ବେଳେବେଳେ ଆଖି ବନ୍ଦ କରିବା ପରେ ମଧ୍ୟ ଆମେ କିଛି ଭାବନାରେ ହଜିଯାଉ। ଯଦି ଏହା ମଧ୍ୟ ଆପଣଙ୍କ ସହିତ ଘଟେ, ତେବେ ଆପଣ ଧ୍ୟାନ କରିବା ପୂର୍ବରୁ କିଛି ଜିନିଷର ଯତ୍ନ ନେବା ଉଚିତ୍। ଏହି ଉପାୟରେ ଆପଣ ଆପଣଙ୍କର ମନକୁ ଭ୍ରମଣରୁ ଅଟକାଇ ଧ୍ୟାନ ଉପରେ କେନ୍ଦ୍ରିତ କରି ପାରିବେ। ଧ୍ୟାନ ସମୟରେ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା ଯାହା ଦ୍ଵାରା ଧ୍ୟାନ କେନ୍ଦ୍ରିତ ହୋଇପାରିବ। ୧- ମନ୍ତ୍ର ଜପ କରନ୍ତୁ- ଯେତେବେଳେ ବି ଆପଣ ଧ୍ୟାନ କରନ୍ତି, ଆରମ୍ଭରେ ମନକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଆପଣ କିଛି ମନ୍ତ୍ର ଜପ କରିବା ଉଚିତ୍। ଆପଣ ଯେପର୍ଯ୍ୟନ୍ତ ଆରାମଦାୟକ ସ୍ଥିତିକୁ ଆସିବେ ନାହିଁ, ସେପର୍ଯ୍ୟନ୍ତ…

Read More

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ବାଦିକ ସୁଧୀର ଚୌଧୁରୀଙ୍କ ନୂଆ କାର୍ଯ୍ୟକ୍ରମ ଆଜତକ୍ ଚ୍ୟାନେଲରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ନାମ ରହିଛି ‘ବ୍ଲାକ ଆଣ୍ଡ ହ୍ବାଇଟ’। ଜୀ ନ୍ୟୁଜରେ ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ଡିଏନଏ ଠାରୁ ଟିକିଏ ଭିନ୍ନ ଧରଣର କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବେଶ୍ ଉତ୍ସାହ ଓ ଉଦ୍ଦିପନାର ସହ ଇଣ୍ଡିଆ ଟୁଡେ ଗ୍ରୁପ ଲଞ୍ଚ କରାଇଛି। ଏହି କାର୍ଯ୍ୟକ୍ରମ ଗତକାଲି ପରଦାକୁ ଆସିଥିଲା। ପ୍ରଥମେ ଆଜତକର ପ୍ରତିଷ୍ଠିତ ଆଙ୍କର ସ୍ବେତା ସିଂ ଲାଇଭ ଷ୍ଟୁଡିଓରେ ଏହି କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା କରିଥିଲେ। ଏହାପରେ ସୁଧୀର ଚାଲିଚାଲି ମୁଖ୍ୟ ଷ୍ଟୁଡିଓରେ ପ୍ରବେଶ କରିବା ପରେ ସେତ୍ବା ସୁଧୀରଙ୍କୁ ଅଲ ଦ ବେଷ୍ଟ କହି ଚାଲିଯାଇଥିଲେ। ଏହି କାର୍ଯ୍ୟକ୍ରମ ଏଣିକି ଆଜତକ ରେ ପ୍ରତିଦିନ ରାତି ନଅଟାରେ ପ୍ରସାରଣ ହେବ। ଏହାର ସଫଳତା ନେଇ ଇଣ୍ଡିଆ ଟୁଡେ ଗ୍ରୁପ ବେଶ ଆଶାବାଦୀ ଅଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ଏଆଇବିପି) ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଛଡା ସୁବର୍ଣ୍ଣରେଖା, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଓ କାନୁପୁର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୦୧୬ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୨୦୮.୮୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଆକାରରେ ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି। ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଚାଲୁଥିବା କାର୍ଯ୍ୟର ତଥ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ଟୁଡୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଆଠଟି ପ୍ରକଳ୍ପ ମାଧ୍ୟମରେ ୨୪୯.୫୩ ହଜାର ହେକ୍ଟର ଜମିରେ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଜଣେ ମହାନ ବ୍ୟକ୍ତିଙ୍କ ସଂପର୍ଶରେ ସହଜରେ ଆସିପାରେ ନାହିଁ। ସେପରି ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହେଲେ ନିଜର ସତ ସାହାସ ରହିବା ଆବଶ୍ୟକ। ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସିଂହ ବାସକରୁଥିବା ସ୍ଥାନକୁ ଯିବାକୁ ହେବେ ସତସାହସର ଆବଶ୍ୟକ। ଯଦି ସେଠାକୁ ଗଲେ ତେବେ ସେ ମାରିଥିବାର ହାତୀ ମସ୍ତକର ମୁକ୍ତା ମିଳିବ। ଯଦି ଜଣେ ଶୃଗାଳର ଗାତକୁ ପଶିବ ତେବେ ସେଠାରେ ତାକୁ ବାଛୁରୀ ଲାଞ୍ଜ କିମ୍ବା ଚମଡା ମିଳିବ। ଜଣେ ଶୃଗାଳ ଗାତକୁ ପଶିବାକୁ ହେଲେ ତାହାର ସତ ସାହାସର ଆବଶ୍ୟକତା ନାହିଁ। ଯେ କେହି ସେହି ଗାତରେ ପଶିବ, ହେଲେ ମିଳିବ ଅନାବଶ୍ୟକ ଜିନିଷ। ତେଣୁ ଖଳ ଲୋକଙ୍କ ସହିତ ଯେ କେହି ମିଶିଯିବ। ହେଲେ ମହାନ ଲୋକଙ୍କ ସହିତ ସମସ୍ତେ ମିଶିପାରିବେ ନାହିଁ। ତାଙ୍କ ସହିତ ମିଶିବାକୁ…

Read More

ମେଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ। ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ। ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ। ବୃଷ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟ ସ୍ୱାଭାବିକ ହେବ। ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ। କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ…

Read More

ଭୁବନେଶ୍ୱର : ଖୋର୍ଦ୍ଧାର ବରୁଣେଇ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଆଜି ଓଡ଼ଶା ସରକାରଙ୍କ କ୍ୟାବିନେଟ ବୈଠକରେ  ୯ ଏକର ୬୮୫ ଡ଼ିସିମିଲି ଜାଗାକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରି ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିନା ମୂଲ୍ୟରେ ଏହି ଜାଗାକୁ ଯୋଗାଇ ଦେବା ପାଇଁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଆଜି ରାଜ୍ୟ ସରକାର ଦାବିକୁ ପୂରଣ କରିଥିବାରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ରାଜ୍ୟ ସରକାର ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପାଇକ…

Read More

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବିଭିନ୍ନ ଯୋଜନାରେ ଆବଣ୍ଟିତ ଅର୍ଥର ପ୍ରଥମ ତ୍ରୈମାସିକ ଖର୍ଚ୍ଚ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ କୃଷି ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବିଭିନ୍ନ ଯୋଜନା ନିମନ୍ତେ ବଜେଟ୍‌ର ଆବଣ୍ଟିତ ଅର୍ଥର ଠିକ୍‌ ସମୟରେ ଉଦ୍ଦିଷ୍ଟ ଯୋଜନାରେ ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ସହିତ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ବୈଠକରେ ସମନ୍ୱିତ କୃଷି, ଭୂତଳ ଜଳର ବ୍ୟବହାର, କୃଷି ଯାନ୍ତ୍ରିକୀକରଣ, ଚାଷରେ ବିବିଧିକରଣ…

Read More

ନୂଆଦିଲ୍ଲୀ: ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି। ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି ଜଳ ଜୀବନ ମିଶନ ଯୋଜନାରେ ଓଡିଶାକୁ ପାନୀୟଜଳ ଯୋଗାଇ ଦିଆଯାଉଛି। ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା। ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି। ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍‍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି। ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା…

Read More

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ଓଡ଼ିଶାରେ ୧.୮୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ଜାରି କରିଥିବା ଟେଲିକମ୍ ଗ୍ରାହକଙ୍କ ତଥ୍ୟରୁ ଜଣାପଡ଼ିଛି। ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ ମେ’ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଛି । ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ଦୃଢ଼ କରି ରିଲାଏନ୍ସ ଜିଓ ଏହି ମାସରେ ୧,୮୫,୪୪୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଯାହା ଫଳରେ ଓଡ଼ିଶାରେ କଂପାନିର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୩୬ କୋଟିରେ ପହଂଚିଛି ଓ ରାଜ୍ୟରେ ଏହା ସାମଗ୍ରିକ ଭାବେ ୪୧.୫ ପ୍ରତିଶତ ବଜାର ଅଂଶ ହାସଲ କରିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡ଼ିଶାରେ ଜିଓର…

Read More

ଭୁବନେଶ୍ଵର: ଆଜି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମା ମାର୍ଣ୍ଡି, ବିଶ୍ଵବ୍ୟାଙ୍କର ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଉଚ୍ଚପଦାଧିକାରୀ, ମୁଖ୍ୟଯନ୍ତ୍ରୀ, ସିଭିଲ, ଅଧିକ୍ଷଣ ଯନ୍ତ୍ରୀ, ବାରିପଦାଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଥିଲା। ଏଥିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଦ୍ଵାରଶୁଣୀ ଘାଟିରେ ବାରମ୍ଵାର ଦୁର୍ଘଟଣାର ନିରାକରଣ ନିମନ୍ତେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥି ସହିତ ବାଙ୍ଗିରିପୋଷି-ଭୂଆଷୁଣୀ, ଭୂଆଷୁଣୀ-ଲମୁଣ୍ଡାକଟା, ବାଲିଡିହ-ଭୂଆଷୁଣୀ ଏବଂ ଶଙ୍ଖଭଙ୍ଗା-ବିଷୋଇ ରାସ୍ତାର ଉନ୍ନତିକରଣ ତଥା ଗମନାଗମନ ପାଇଁ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଗମନାଗମନର ସୁବିଧା ତଥା ଦୁର୍ଘଟଣା ହ୍ରାସ ନିମନ୍ତେ ବାଲିଡିହ-ଭୂଆଷୁଣୀ ରାସ୍ତା ଉପରେ ଏକ ହାଇଲେଭଲ ବ୍ରିଜ ନିର୍ମାଣ ନିମନ୍ତେ ଏକ ବୈଷୟିକ କମିଟି ଗଠନ କରାଯାଇ…

Read More

ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ। ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ବୀକୃତି ମିଳିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କରୋନା ସମୟରେ ଡଃ ପରିଡା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପାଦନ କରାଯିବ ବୋଲି ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Read More

ଭୁବନେଶ୍ଵର: ଆସନ୍ତା ଗୁରୁବାର ଦିନ (୨୧.୦୭.୨୦୨୨) ପୁରୀରୁ ଛାଡିବାକୁ ଥିବା ୨୦୯୧୮ ପୁରୀ-ଇନ୍ଦୋର ଏକ୍ସପ୍ରେସ ବାତିଲ ରହିବ। ଆଜି ଇନ୍ଦୋରରୁ ଛାଡିବାକୁ ଥିବା ଏହାର ସଂଯୋଗକାରୀ ଟ୍ରେନ୍ ୨୦୯୧୭ ଇନ୍ଦୋର-ପୁରୀ ଏକ୍ସପ୍ରେସ ବାତିଲ ହେତୁ ପୁରୀ ଠାରୁ ଏହାକୁ ବାତିଲ କରାଯାଇଅଛି। ଗତ ମଧ୍ୟରାତ୍ରିରେ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ଥିବା ମଙ୍ଗଲ ମହୁଡି ଏବଂ ଲିମଖଡା ଷ୍ଟେସନ ମଧ୍ୟରେ ଏକ ପଣ୍ୟ ବାହୀ ଟ୍ରେନ୍ ଲାଇନଚ୍ୟୁତ କାରଣରୁ ଏହି ନିଷ୍ପତ୍ତି ନିଆଯାଇଅଛି।

Read More

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଦେଶର ନାଗରିକଙ୍କ ମଧ୍ୟରେ ନାଗରିକତ୍ୱ ଛାଡିବାର ଧାରା ବୃଦ୍ଧି ପାଇଛି। ୨୦୨୧ ମସିହାରେ କେତେ ଭାରତୀୟ ନାଗରିକ ଦେଶର ନାଗରିକତ୍ୱ ଛାଡିଛନ୍ତି ଏବଂ କେତେ ଜଣ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି ପ୍ରଶ୍ନରେ ସଂସଦରେ ସରକାର ଉତ୍ତର ରଖିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ସଂସଦକୁ କହିଛନ୍ତି ଯେ, ୨୦୨୧ ମସିହାରେ ୨୦୧୯ ବର୍ଷ ତୁଳନାରେ ମୋଟ ୧ ଲକ୍ଷ ୬୩ ହଜାର ୩୭୦ ଲୋକ ଭାରତର ନାଗରିକତ୍ୱ ଛାଡି ଅନୁ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି ଯେ, ୨୦୧୯ ମସିହାରେ ଏଠାରେ ଏହି ସଂଖ୍ୟା ଏକ ଲକ୍ଷ ୪୪ ହଜାର ୧୭ ଥିଲା। ସରକାର ଏହାର ଉତ୍ତରରେ ଉପସ୍ଥାପିତ ହୋଇଥିବା ସମୁଦାୟ ୧୨୩ ଟି ଦେଶର ତାଲିକାରେ, ଏପରି ୬ ଟି ଦେଶ ଅଛି…

Read More

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ତଥା କମ୍ପୋଜର ଅଦନନ୍ ସାମି ଆଜି ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ଅଦନନ୍ ସାମି ଇନଷ୍ଟାଗ୍ରାମରେ ଥିବା ସମସ୍ତ ପୋଷ୍ଟକୁ ଡିଲିଟ କରିଛନ୍ତି, ଏହା ସହିତ କେବଳ ଗୋଟିଏ ପୋଷ୍ଟ ଛାଡିଛନ୍ତି, ଯେଉଁଥିରେ ‘ବିଦାୟ’ ଲେଖାଯାଇଛି। ଅଦନାନଙ୍କର ସମସ୍ତ ପୋଷ୍ଟ ହଠାତ୍ ଡିଲିଟ୍ ହୋଇ ବିଦାୟ ନେଇଥିବାରୁ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଲାଗିରହିଛି। ବାସ୍ତବରେ, ଅଦନନ୍ ସାମି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ୍ କରି କେବଳ ଗୋଟିଏ ଭିଡିଓ ପୋଷ୍ଟ ଛାଡିଛନ୍ତି। ଏହି ଭିଡିଓ ପୋଷ୍ଟରେ, ଚିଠିର କଳା ପୃଷ୍ଠଭୂମିରେ “ALVIDA” ଲେଖାଯାଇଛି। ପ୍ରଶଂସକମାନେ ହଠାତ୍ ଅଦନାନଙ୍କ ବ୍ଳାଙ୍କ ଇନଷ୍ଟା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଅଦନାନଙ୍କ ଏହି ପୋଷ୍ଟରୁ ପ୍ରଶଂସକମାନଙ୍କ ମଧ୍ୟରେ ବହୁ ପ୍ରଶ୍ନ ଉଙ୍କି ମାରୁଛି। ଏହା ସହିତ ପ୍ରଶଂସକମାନେ ଅଦନାନଙ୍କ ଅନ୍ତିମ ପୋଷ୍ଟ ଉପରେ ପ୍ରଶ୍ନ ପଚାରୁଛନ୍ତି ଏବଂ ଅନେକ…

Read More

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଓଡିଶାରେ ବେଶ ଚର୍ଚ୍ଚାକୁ ଆସିଥିଲେ କଟକ ବିଧାୟକ ମହମ୍ମଦ ମୋକିମ। କାରଣ ସେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ତାଙ୍କ ଦଳ ତରଫରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲେ ମଧ୍ୟ ସେ ତାଙ୍କୁ ନ ଦେଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଯାହା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ମୋକିମ କହିଛନ୍ତି ଯେ, ସେ ନିଜର ବିବେକ ଅନୁସାରେ ଏବଂ ଓଡିଶା ମାଟିର ଝିଅ ହିସାବରେ ଭୋଟ ଦେଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ ସତରେ ମୋକିମ ଓଡିଶା ମାଟି ପାଇଁ ଭୋଟ ଦେଇଛନ୍ତି ନା ଅନ୍ୟ କୌଣସି ପାର୍ଟିରେ ଯୋଗ ଦେବା ପାଇଁ ଏପରି କରିଛନ୍ତି। ଏହାକୁ ନେଇ ଗତକାଲିଠାରୁ ରାଜ୍ୟ ରାଜନୀତିରେ ସରଗରମ ଆଲୋଚନା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ପ୍ରକୃତରେ ମୋକିମଙ୍କ ମାଟି ବଡ ନା ଅନ୍ୟପାର୍ଟି ! ଏଠାରେ ଦୁଇଟି…

Read More

ନୂଆଦିଲ୍ଲୀ: ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ବିରୋଧୀ ଦଳଙ୍କ ହାଙ୍ଗାମା ପରେ ସଂସଦର ଉଭୟ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବି ରଖାଯାଇଛି। ଲୋକସଭାରେ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସକାଳେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏବଂ ତୁରନ୍ତ ପ୍ରଶ୍ନକାଳ ଆରମ୍ଭ କରିଥିଲେ। ଏହା ପରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ସମେତ ବିରୋଧୀ…

Read More