କନ୍ଦର୍ପ ବେହେରା ରେଢ଼ାଖୋଲ: ଗାଁ କୁ ଯିବାକୁ ରାସ୍ତା ନ ଥିବାରୁ ରୋଗୀକୁ ଖଟିଆରେ ବୋହି ୫ କିମି ଯାଏଁ ଆମ୍ବୁଲାନସ୍ ପାଖକୁ ପହଂଚାଇଲେ ଗ୍ରାମବାସୀ। ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ବଡବିଲ୍ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତ ବଡବିଲ୍ ଗ୍ରାମର ବିରଂଚି ଦେହୁରୀ ( ୩୮)ଚାଷ କାମ କରିବାକୁ ବିଲକୁ ଯାଇଥିଲେ। ହଳ ଧରୁଥିବା ସମୟରେ ହଠାତ୍ ବିରଞ୍ଚି ଅସୁସ୍ଥ ହୋଇ ପଡ଼ିଥିଲେ। ଗ୍ରାମବାସୀ ଆମ୍ବୁଲାନସ୍ କୁ ଫୋନ୍ କରିଥିଲେ। ଆମ୍ବୁଲାନସ୍ ପହଂଚିଲା ସତ ହେଲେ ଗାଁକୁ ଯିବାକୁ ରାସ୍ତାଟିଏ ନ ଥିବାରୁ ବଡବିଲ୍ ଠାରୁ ୫ କିମି ଦୂର ଝାଟୁକିମାଳ ଠାରେ ଆମ୍ବୁଲାନସ୍ ଅଟକିଥିଲା। ଗ୍ରାମ ବାସୀ ଅସୁସ୍ଥ ବିରଞ୍ଚିକୁ ଖଟିଆରେ ପ୍ରାୟ ପାଂଚ କିମି ନାଳ ପାର କରି ବୋହି ଆଣିଥିଲେ। ଆମ୍ବୁଲାନସ୍ ରେ ଅସୁସ୍ଥ ବିରଂଚି କୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ…
Author: Samikhsya Bureau
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ଖଲଣା ଗୁଳିକାଣ୍ଡ ଘଟଣାର ସରଜମିନ ତଦନ୍ତ ପାଇଁ ବିଜେପି ପ୍ରତିନିଧି ଦଳ ଆଜି ଅପରାହ୍ନରେ ଖଲଣା ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ତଥା ବିଜେପି ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ, ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ନାଉରୀ ନାଏକ, ବିଧାୟକ ଶ୍ରୀ ସନାତନ ବିଜୁଳି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ପ୍ରମୁଖ ସାମିଲ ଅଛନ୍ତି। ଗତ 14 ତାରିଖରେ ଖଲଣା ଗ୍ରାମରେ ହଣାକଟା ସହିତ ଗୁଳିମାଡ ମଧ୍ୟ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିବାରେ ସଫଳ ହୋଇପାରି ନାହିଁ। ଏହାକୁ ନେଇ ପୋଲିସରେ ଏକ ମାମଲା ଋଜୁ କରାଯାଇଛି। ଏଥିରେ ଘଷିପୁରା ବିଧାୟକ ବଦ୍ରୀ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରାଯାଇଛି।
ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ବର୍ତ୍ତମାନ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଆଜି ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ କୌଣସି ରାଜ୍ୟର ପୋଲିସ ତାଙ୍କୁ ବର୍ତ୍ତମାନ ଗିରଫ କରିପାରିବେ ନାହିଁ ବୋଲି କହିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ। ବିଚାରପତି କହିଛନ୍ତି ଯେ, ଆବେଦନରେ ଏଫଆଇଆର ରଦ୍ଦ କରାଯାଉ ବୋଲି ଦାବି ହୋଇଛି। ଏହି କ୍ଷମତା ହାଇକୋର୍ଟଙ୍କ ଉପରେ ରହିଛି। ଜୁଲାଇ ୧ ତାରିଖରେ ଆମେ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲୁ। ଆମେ ଆପଣଙ୍କୁ ବିକଳ୍ପ ଆଇନଗତ ଉପାୟ ଅବଲମ୍ବନ କରିବାକୁ କହିଥିଲୁ, କିନ୍ତୁ ଆପଣ ସେଗୁଡିକ ବ୍ୟବହାର କରିବାକୁ ସ୍ଥିତିରେ ନାହାଁନ୍ତି। ଆମେ ଏହାର ସମାଧାନ କରିବୁ। କୋର୍ଟ କହିଛନ୍ତି ଯେ ଆବେଦନକାରୀ କିପରି ଏକ ବୈକଳ୍ପିକ ଆଇନଗତ ମାର୍ଗ ଗ୍ରହଣ କରିବେ ତାହା ଆମର ଚିନ୍ତା।…
ନୂଆଦିଲ୍ଲୀ: ହରିୟାଣାର ପଚଗାଓଁରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୁଙ୍କୁ ହତ୍ୟା କରାଯାଇଛି। ଡିଏସପିଙ୍କ ଉପରକୁ ଖଣି ମାଫିଆମାନେ ଡମ୍ପର ଚଢାଇଦେଇଛନ୍ତି। ଯେଉଁଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ହରିୟାଣା ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଏକ ସୂଚନା ପାଇବା ପରେ ଖଣି ଖନନ ବନ୍ଦ କରିବାକୁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂ ବେଆଇନ ପଥରରେ ଭର୍ତ୍ତି ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଖଣି ମାଫିଆର ଲୋକମାନେ ଡମ୍ପରକୁ ଡିଏସପି ଉପରେ ଚଢାଇ ଦେଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଘଟଣାସ୍ଥଳରେ ନୁହୁ ଏସପି ଏବଂ ଆଇଜି ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସୂଚନାନୁସାରେ, କାର ନିକଟରେ ଡିଏସପି ଛିଡା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ତାଙ୍କୁ ସିଧାସଳଖ ଧକ୍କା ଦେଇଥିଲା। ଦୁଃଖର କଥା ହେଉଛି ସୁରେନ୍ଦ୍ର ସିଂ ଚଳିତ ବର୍ଷ ଅବସର ଗ୍ରହଣ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଅତିରିକ୍ତ ଆଇଆଇସି ଭାବେ ରଶ୍ମିବାଳା ସେଠି ଯୋଗ ଦେଇଛନ୍ତି। ଶ୍ରୀମତୀ ସେଠି ଚଳିତ ବର୍ଷ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇବା ପରେ ନିକଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା। ତେବେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗଦେବାପରେ ଏସପି ତାଙ୍କୁ ବାଣପୁର ଥାନାରେ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦେଇଛନ୍ତି। ବାଣପୁର ଥାନା ଜିଲ୍ଲାର ଏକ ବଡ଼ ଥାନା ହୋଇଥିବା ବେଳେ ଖାସ କରି ଏଠାକୁ ଅଧିକ ମହିଳା ଓ ଶିଶୁ ସମ୍ବନ୍ଧୀୟ ମାମଲା ଆସିଥାଏ। ତେଣୁ ଉକ୍ତ ଥାନାରେ ଅଧିକ ମହିଳା ଅଧିକାରୀଙ୍କ ଆବଶ୍ୟକ ଥିଲା, ଯାହାକି ଏବେ ପୂରଣ ହୋଇଛି। ସୂଚନା ଥାଉକି ପୂର୍ବତନ ବାଣପୁର ଥାନା ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁଙ୍କ ଟାଉନ ଥାନାକୁ ବଦଳି ହେବାପରେ ଉକ୍ତ ପଦବୀ ଖାଲି ପଡିଥିଲା। ସେହିପରି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଚନ୍ଦ୍ର ଶେଖର…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ନାବାଳକ ଏକ୍ସପାଏରୀ ଇଂଜେକସନ ନେବାରୁ ଗୁରୁତର ହୋଇପଡିଛନ୍ତି। ପରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ନାବାଳକଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଝରିଆ ଗ୍ରାମର ରଶ୍ମି ରଂଜନ ପଲେଇ (୧୨ ବର୍ଷ) ପେଟ ରୋଗରେ ଆକ୍ରାନ୍ତ ଥିଲେ। ତେଣୁ ସେ ଚିକିତ୍ସା ପାଇଁ ଟାଙ୍ଗୀରେ ଶିଶୁରୋଗୀ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। ଆବଶ୍ୟକୀୟ ବିଶ୍ଳେଷଣ କରିବା ପରେ ନାବାଳକଜଣଙ୍କୁ ଡାକ୍ତର ଜୋନ୍ ୫୦୦ ନାମକ ଇଂଜେକସନ ସହ ଅନ୍ୟାନ୍ୟ ଔଷଧ ଲେଖିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ନୟାଗଡ ଜିଲ୍ଲା ଚାନ୍ଦପୁରରେ ଥିବା ଘରୋଇ କ୍ଲିନିକ୍ ରୁ ସେ ଇଂଜେକସନ ଏବଂ ଔଷଧ କିଣିଥିଲେ। କିନ୍ତୁ ସେଠାରେ ଜୋନ୍ ୫୦୦ ବଦଳରେ ନାବାଳକଙ୍କୁ ଓଡିଶେଫ୍ ୫୦୦ ଗ୍ରାମ୍ ର ଇଂଜେକସନ୍ ଦିଆଯାଇଥିଲା, ଯାହା ୬ ମାସ…
ଭୁବନେଶ୍ବର: ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ‘ଶ୍ରୀମଦ ଭଗବଦ୍ ଗୀତା’ର ନୂତନ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକାର୍ପଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ଗୀତାର କାବ୍ୟିକ ଅନୁବାଦ ଏକ କଠିନ ବ୍ୟାପାର ଏବଂ ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ ସ୍ୱର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୀତା ହେଉଛି ସଭ୍ୟତାର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ସକଳ ପ୍ରଶ୍ନର ଉତ୍ତର ଅଛି। ଗୀତାର ବିକଳ୍ପ ନାହିଁ। ଶ୍ରୀମଦଭଗବଦ୍ଗୀତାର ବାଣୀର ପ୍ରସାରରେ ହିଁ ପୃଥିବୀରେ ଶାନ୍ତି ଆସିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଥିଲେ। ଉନ୍ମୋଚନ ଉତ୍ସବରେ ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଆର. ଏନ୍. ବିଶ୍ୱାଳ, ବିନ୍ଧ୍ୟବାଳା ପାଣିଗ୍ରାହୀ, ବୈବସ୍ୱତ ପାଣିଗ୍ରାହୀ, ରାମନାଥ ପଣ୍ଡା, ଗୀତା ମହାଂତି ,ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: କେନ୍ଦ୍ର ସରକାର ଦୁଗ୍ଧଜାତୀୟ ଦ୍ରବ୍ୟ ଉପରେ ପାଞ୍ଚ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଏହାକୁ ତୀବ୍ର ବିରୋଧ କରିଛି ଓଡିଶା ଦୁଗ୍ଧଚାଷୀ ମହାସଂଘ। ନିକଟରେ କେନ୍ଦ୍ର ସରକାର ପନୀର, ବଟର, ଦହି, ଘୋଳଦହି, ଖୁଆ ଏବଂ ଘିଅ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିଛନ୍ତି। ଏହା ଚାଷୀ ପେଟକୁ ମାରଣ ନିତି ବୋଲି ସଂଘ ଅଭିଯୋଗ କରିଛି। ସଂଘର ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ଆନ୍ଦୋଳନ କରାଯାଇଥିଲା। ଏଥିରେ ଦୁଗ୍ଧ ଚାଷୀମାନେ ଭୁବନେଶ୍ବରର ମାଷ୍ଟର କ୍ୟାଟିନ ଛକରୁ ପିଏମଜି ଯାଇ ରାସ୍ତାରେ ଖିର ଢାଳି ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦୁଗ୍ଧଚାଷୀମାନେ ସାମିଲ ହୋଇଥିଲେ।
ନୂଆଦିଲ୍ଲୀ: ଭାରତର ନୂତନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଶେଷ ଦିନ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତା ମାର୍ଗରେଟ୍ ଅଲଭାଙ୍କୁ ସେମାନଙ୍କର ମିଳିତ ପ୍ରାର୍ଥୀ ଭାବରେ ମନୋନୀତ କରିଛନ୍ତି। ଆଜି ମଧ୍ୟାହ୍ନ ୧୨ ଟାରେ ଅଲଭା ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ସୋମବାର ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଧନଖଡ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଲୋକସଭା ଓ ରାଜ୍ୟସଭା ନିର୍ବାଚକ ମଣ୍ଡଳୀରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବାରୁ ଉପ-ରାଷ୍ଟ୍ରପତି ଭାବରେ ଧନଖଡଙ୍କ ବିଜୟ ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ସଂସଦର ୭୮୦ ସଦସ୍ୟଙ୍କ ବର୍ତ୍ତମାନର ଶକ୍ତି ମଧ୍ୟରୁ କେବଳ ବିଜେପିରେ ୩୯୪…
ଭୁବନେଶ୍ବର: ଶେଷରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯିବ । ଏଥିପାଇଁ ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ପୂର୍ବରୁ ଏହି ଜମି ଯୋଗାଇ ଦିଆଯାଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଅଭିଯୋଗ କରାଯାଉଥିଲା। ରାଜ୍ୟ ସରକାର ପାଇକ ସ୍ମାରକୀ ପାଇଁ ଜମି ଯୋଗାଇ ଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ। ହେଲେ ତାହା ବିଭିନ୍ନ କାରଣରୁ କାର୍ଯ୍ୟକାରୀ କରାଯାଇପାରୁ ନ ଥିଲା। ବର୍ତ୍ତମାନ ଏହି ଜମିକୁ ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ହସ୍ତାନ୍ତର କରିବେ। ଆଜି ରାଜ୍ୟ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗୃହକୁ ଅବଗତ କରାଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ଆଇଟି ପଲିସିକୁ କ୍ୟାବିନେଟର ମୋହର ଲାଗିଛି। ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖାଯାଇଛି। ଏହାସହିତ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଖୋର୍ଦ୍ଧା ବରୁଣେଇ ଠାରେ ରାଜ୍ୟ ସରକାର ୯.୬୮ ଏକର ଜମି ଯୋଗାଇ ଦିଆଯାଇଛି। କୋରାପୁଟ, ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଜଳ ଜୀବନ ମିଶନରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା କୋରାପୁଟ ଜିଲ୍ଲାର ୨ଗୋଟି ବ୍ଲକର ୩୧ଟି ପଞ୍ଚାୟତର ୧ ଲକ୍ଷ ୬୧ ହଜାର ୯୦୨ ଜଣ ଲୋକଙ୍କୁ ପାନୀୟ ଜଳ ମିଳିବ। ଜୟପୁର ବ୍ଲକର ୧୫ଟି ପଞ୍ଚାୟତ ଓ କୁନ୍ଦ୍ରା ବ୍ଲକର ୧୬ଟି ପଞ୍ଚାୟତର ଲୋକ ଉପକୃତ ହୋଇ ପାରିବେ। ଏହି ପ୍ରକଳ୍ପ ପାଇଁ ୨୬୧ କୋଟି…
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୁଦୂର କୁରୁଙ୍ଗ କୁମେ ଜିଲ୍ଲାରେ ଦୁଇ ସପ୍ତାହ ପୂର୍ବେ ସୀମାନ୍ତ ରାସ୍ତା ନିର୍ମାଣ ସ୍ଥାନ ଡାମିନ ସର୍କଲରୁ ନିଖୋଜ ହୋଇଯାଇଥିବା ୧୯ ଜଣ ସଡକ ନିର୍ମାଣ ଶ୍ରମିକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ରାଜଧାନୀ ଇଟାନଗର ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଏବଂ ଚୀନ୍ ର ଏଲଏସି ଠାରୁ ବେଶୀ ଦୂରରେ ନୁହେଁ। ସୂଚନା ଅନୁଯାୟୀ କୁମେଇ ନଦୀରେ ଜଣେ ଶ୍ରମିକଙ୍କ ମୃତଦେହ ବିଷୟରେ ଅନିଶ୍ଚିତ ସୂଚନା ଗ୍ରହଣ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ତଥ୍ୟର ସତ୍ୟତା ଯାଞ୍ଚ କରିବାକୁ ଦଳ ପଠାଯାଇଛି। ଠିକାଦାର ଦ୍ଵାରା ଦାଖଲ ହୋଇଥିବା ଏକ ନିଖୋଜ ଅଭିଯୋଗ ଅନୁଯାୟୀ ଆସାମର ଏହି ୧୯ ଜଣ ପ୍ରବାସୀ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ଶ୍ରମିକମାନେ ଜୁଲାଇ ୫ ତାରିଖରେ ଦାମିନ ସର୍କଲରେ ଥିବା ଏକ ବର୍ଡର ରୋଡ ଅର୍ଗାନାଇଜେସନ୍ (BRO) ସଡକ ନିର୍ମାଣ ସ୍ଥଳରେ…
ନୂଆଦିଲ୍ଲୀ: ଆଥର ଏନର୍ଜି ଜୁଲାଇ 19, 2022 ରେ ଭାରତରେ ଅପଡେଟ୍ ହୋଇଥିବା ଆଥର 450X ଏବଂ 450+ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବ। ଏହା ଆଥର 450X ସ୍କୁଟରର ତୃତୀୟ ପିଢି ହେବ। ଏହି ସ୍କୁଟର ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ଦ୍ୱିତୀୟ ପିଢିର ପ୍ରକାରଗୁଡ଼ିକ ଉପରେ ଅନେକ ଅପଗ୍ରେଡ୍ ପାଇବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଏପ୍ରିଲରେ, ଆଗାମୀ 450X ର ଅପଡେଟ୍ ସଂସ୍କରଣ ବିଷୟରେ ଖବର ଆସିବା ଆରମ୍ଭ କରିଥିଲା। ଅପଡେଟ୍ ହୋଇଥିବା 450X ଅଧିକ ରେଞ୍ଜ ମିଳିବ: ଆଥରର ଏହି ନୂତନ ସ୍କୁଟରରେ ଅନେକ ପରିବର୍ତ୍ତନ ଆଶା କରାଯାଏ। ଏହା ସହିତ ଏହାର ସାମ୍ପ୍ରତିକ ମଡେଲର ଛୋଟ ସମସ୍ୟାକୁ ଦୂର କରିବାକୁ କମ୍ପାନୀ ଚେଷ୍ଟା କରିବ। 450X ର 2022 ଏକ ବଡ ବ୍ୟାଟେରୀ, ଅଧିକ ପରିସର, ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଅନେକ ଉନ୍ନତ ବୈଶିଷ୍ଟ୍ୟ ବୋଲି ବୋଲି ଆଶା କରାଯାଏ। 2020 ରେ…
ଭୁବନେଶ୍ବର: ଇନଷ୍ଟିଚ୍ୟୁଟ ଲାଇଫ ସାଇନସର ନିର୍ଦ୍ଦେଶକ ଡ. ଅଜୟ ପରିଡାଙ୍କ 58 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗୌହାଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ହୃଦଘାତ ଯୋଗୁଁ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୌହାଟିରେ ଡ଼ଃ ପରିଡା ଛାତିରେ ଯନ୍ତ୍ରଣା କାରଣରୁ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆ ଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ସେ ବଞ୍ଚି ପାରି ନ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହାଲରୁ ଶୋକ ପ୍ରକାଶ ପାଇଛି। କରୋନା ସମୟରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଇନଷ୍ଟିଚ୍ୟୁଟ ଲାଇଫ ସାଇନସ ଗବେଷଣାରେ ନିୟୋଜିତ ରଖିଥିଲେ। ସେ କରୋନା ଭାଇରସରୁ ଦୂରେଇ ରହିବା ପାଇଁ ତାଙ୍କ ସଂସ୍ଥାର ଗବେଷଣା ସେତେବେଳେ ବେଶ ସାହାଯ୍ୟ କରିଥିଲା। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ 2014 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଭୁବନେଶ୍ବର: ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଓଡିଶା ସରକାର ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ବାହାର କରିଛନ୍ତି ବିଜ୍ଞାପନ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗରେ ଖାଲି ପଡିଥିବା SDIPRO ବା ସବ୍ ଡିଭିଜନାଲ ଇନଫରମେସନ ଆଣ୍ଡ ପବ୍ଲିକ ରିଲେସନ ଅଫିସର ଭାବେ ନିଯୁକ୍ତି ଦିଆଯିବ। ଏଥିପାଇଁ ପ୍ରାର୍ଥୀଙ୍କର ବୟସ 21 ବର୍ଷରୁ 38 ବର୍ଷ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଗ୍ରାଜୁଏଟ ପାଶ କରିବା ସହିତ ବର୍ଷିକିଆ ସାମ୍ବାଦିକତା ଓ ଗଣଯୋଗାଯୋଗରେ ପିଜି ଡିପ୍ଲୋମା କରିଥିବାର ଆବଶ୍ୟକ। ଏ ସଂପର୍କରେ ପ୍ରାର୍ଥୀମାନେ opse.gov.in କୁ କ୍ଲିକ କରି ବିସ୍ତୁତ ତଥ୍ୟ ହାସଲ କରିପାରିବେ। ( ଯଦି ଏହି ବିଜ୍ଞାପନ ଦେଖିବାରେ ଅସୁବିଧା ହେଉଛି ତେବେ ସିଧା ସମୀକ୍ଷା ୱେବସାଇଟକୁ ଯାଇ କ୍ଲିକ କରନ୍ତୁ)
ଭୁବନେଶ୍ୱର: ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ,ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.in ର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ମଧୁସୂଦନ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଓ୍ୱେବ୍ ସାଇଟ୍ କୁ ଉନ୍ମୋଚନ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ। ଏହି ଓ୍ୱେବ୍ ସାଇଟ୍ ଲୋକାର୍ପିତ ହେବା ଦ୍ୱାରା ଓଡିଶା ତଥା ଦେଶର ଜନସାଧାରଣ ଉପକୃତ ହେବା ସହିତ ଓଡିଆ କଳାକାରିତା ତଥା ସାମ୍ପ୍ରତିକ କଳାଚର୍ଚ୍ଚାର ପରିସର ସୁଦୂର ପ୍ରସାରି ହେବା ସଙ୍ଗେ ସଙ୍ଗେ…
ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ଜମ୍ମୁ ଏବଂ ରଜୌରୀ ଜିଲ୍ଲାର ଲଶ୍କର-ଇ-ତୋଇବା ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ କରିଛି। ନିଷିଦ୍ଧ ସଂଗଠନର ୭ ଜଣ ସଦସ୍ୟଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ, ଜମ୍ମୁରେ ଆତଙ୍କବାଦର ଅଧିକାଂଶ ମାମଲା ଲଶ୍କର-ଇ-ତୋଇବା ର ତିନୋଟି ମଡ୍ୟୁଲର ପର୍ଦ୍ଦାଫାସ ପରେ ସମାଧାନ ହୋଇଛି। ଦୁଇଟି AK ରାଇଫଲ, ୬ ଟି ପିସ୍ତଲ, ତିନୋଟି ସାଇଲେନ୍ସର, ଆଠଟି ଗ୍ରେନେଡ, ତିନୋଟି ୟୁବିଜିଏଲ୍, ୬ ଟି ପିସ୍ତଲ ପତ୍ରିକା, AK ରାଇଫଲର ୬ ପତ୍ରିକା, ୧୨୦ କାର୍ଟ୍ରିଜ ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ଏଡିଜିପି କହିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୫୨୮ ଟି ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ମୋଟ ମାମଲା ୪ କୋଟି ୩୭ ଲକ୍ଷ ୮୩ ହଜାର ୬୨ ରେ ପହଞ୍ଚିଛି। ଅନ୍ୟପକ୍ଷରେ, ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୪୩ ହଜାର ୬୫୪ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୧୧୧୩ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୫ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ୨୫ ହଜାର ୭୮୫ ଜଣଙ୍କର ମୃତ୍ୟୁ ହୋଇଛି।
ନୂଆଦିଲ୍ଲୀ: ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଭୁପିନ୍ଦର ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଦଶନ୍ଧି ଧରି ସ୍ମରଣୀୟ ଗୀତ ଗାଇଥିବା ଶ୍ରୀ ଭୁପିନ୍ଦର ସିଂଙ୍କର ପରଲୋକରେ ମୁଁ ଦୁଃଖିତ। ତାଙ୍କର ସଂଗୀତ ଅନେକ ଲୋକଙ୍କୁ ଆକର୍ଷିତ କରିଛି। ଏହି ଦୁଃଖଦ ସମୟରେ, ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ଅଛି। ଓମ୍ ଶାନ୍ତି। ” ପ୍ରଖ୍ୟାତ ଗାୟକ ଭୂପିନ୍ଦର ସିଂ ଗତକାଲି ରାତିରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ 82 ବର୍ଷ ବୟସ ହୋଇଥିଲା। ସେ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ସେ କରୋନା ଆକ୍ରାନ୍ତ ହୋଇପଡିଲେ। ତାଙ୍କର ଧର୍ମପତ୍ନୀ ତଥା ଗାୟିକା ମିଥାଲ ସିଂ ଏବଂ ପୁତ୍ର ନିହାଲ ସିଂ ଅଛନ୍ତି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୯୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୯୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୫୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୯୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୫ ବରଗଡ ଜିଲ୍ଲାରୁ- ୯ ଭଦ୍ରକ ଜିଲ୍ଲାରୁ- ୬ ବଲାଙ୍ଗୀରି ଜିଲ୍ଲାରୁ- ୧୨ ବୌଦ୍ଧ ଜିଲ୍ଲାରୁ- ୧୨ କଟକ ଜିଲ୍ଲାରୁ- ୭୫ ଦେବଗଡ ଜିଲ୍ଲାରୁ- ୩ ଢେଙ୍କାନାଳ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୯ ଗଞ୍ଜାମ ଜିଲ୍ଲାରୁ- ୪ ଜଗତସିଂହପୁର ଜିଲ୍ଲାରୁ- ୧୪ ଯାଜପୁର ଜିଲ୍ଲାରୁ- ୧୩ ଝାରସୁଗୁଡା ଜିଲ୍ଲାରୁ- ୫ କଳାହାଣ୍ଡି ଜିଲ୍ଲାରୁ- ୧୮ କନ୍ଧମାଳ ଜିଲ୍ଲାରୁ- ୮ କେନ୍ଦ୍ରାପଡା ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୩୭୧ କୋରାପୁଟ ଜିଲ୍ଲାରୁ-…
ଭୁବନେଶ୍ୱର : ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି। ନିକଟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ କର୍ମଶାଳା ଓ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିବାବେଳେ ଭବିଷ୍ୟତରେ ମୋବାଇଲ୍ ସାଇନ୍ସ ଏକ୍ଜିବିସନ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ପିଲାମାନଙ୍କ ମଧ୍ୟରେ ଗଣିତର ଲୋକପ୍ରିୟତା ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନ୍ଷଫିଚ୍ୟìଟ୍ ଅଫ୍ ମ୍ୟାଥେମେଟିକ୍ସ ଆଣ୍ଡ୍ ଆପ୍ଲିକେସନ୍ସ ସହ ହାତ ମିଳାଇଛି ‘ମୋ ସ୍କୁଲ୍’। ଉଭୟ ଅନୁଷ୍ଠାନର ସହଯୋଗରେ ଉଚ୍ଚ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମ୍ୟାଥ୍ମେଟିକ୍ସ ମେଳା’ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଗଣିତ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଉଭୟ ମିଳିତ ଭାବରେ କାର୍ଯ୍ୟ କରିବେ। ଏନେଇ ‘ମୋ ସ୍କୁଲ୍ ଅଭିଯାନ’ର ୩୫ତମ…

