ନୂଆଦିଲ୍ଲୀ: ଆଜି ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି। ଦ୍ୱିତୀୟ ମାମଲା କେରଳରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କେରଳର କନ୍ନୁର ଠାରେ ଏହା ନିଶ୍ଚିତ ହୋଇଛି। ସୂଚନା ମୁତାବକ ବିଦେଶରୁ କେରଳରେ ପହଞ୍ଚିଥିବା ଯୁବକଙ୍କୁ ମଙ୍କିପକ୍ସରେ ସଂକ୍ରମିତ ହେବାର ସନ୍ଦେହରେ କନ୍ନୁର ପ୍ୟାରୀରାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏହାକୁ ଜିଲ୍ଲା ମେଡିକାଲ ଅଫିସର (ଡିଏମଓ) ନିଶ୍ଚିତ କରିଛନ୍ତି। ରବିବାର ଦିନ କେରଳରେ ମଙ୍କିପକ୍ସ ରୋଗ ହେବାର ଖବର ଆସିବା ପରେ ଥିରୁବନନ୍ତପୁରମ୍, କୋଚି, କୋଜିକୋଡେ ଏବଂ କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ହେଲ୍ପ ଡେସ୍କ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ସୂଚନା ଦେଇଛନ୍ତି। ବିବୃତ୍ତି ଅନୁଯାୟୀ, ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ଦେଶମାନଙ୍କରୁ ଆସୁଥିବା ଯାତ୍ରୀଙ୍କ ବ୍ୟତୀତ ଜ୍ୱର, ଫୁଲା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଖାଦ୍ୟ ଗିଳିବାରେ ଅସୁବିଧା ଭଳି…
Author: Samikhsya Bureau
ନୂଆଦିଲ୍ଲୀ: ଟି-୨୦ ଏବଂ ଦିନିକିଆ ସିରିଜରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ସହିତ ମୁହାଁମୁହିଁ ହେବ। ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆ କାରିବିଆନ୍ ଯାତ୍ରା ପାଇଁ ଯିବ। ୱେଷ୍ଟଇଣ୍ଡିଜରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସୂଚନା ଅନୁଯାୟୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ଶିଖର ଧାୱନ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। ଦିନିକିଆ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଂଶ ହେବେ ନାହିଁ। ଟି-୨୦ ସିରିଜରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ଭଲ କଥା ହେଉଛି କେଏଲ ରାହୁଲ ମଧ୍ୟ ଟି-୨୦ ସିରିଜକୁ ଫେରିବେ। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଦଳରେ ରହିବେ। ତେବେ ବିରାଟ କୋହଲି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ ଅଞ୍ଚଳରେ ବିରଳ ପଶୁ ଶିକାର କରୁଥିବା ଅଭିଯୋଗରେ ୨ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ରଫ ଶୀକାରୀଙ୍କ ନିକଟରୁ ବିପୁଳ ଝିଙ୍କ କାଠି, ବିରଳ ପ୍ରଜାତିର ମୃତ ଗୋଧି ସହ ଜଙ୍ଗଲି ବାରହା ମାଂସ ଜବତ କରାଯାଇଛି। ବିଶେଷ ସୁତ୍ରରୁ ଖବର ପାଇ ବନ ବିଭାଗ ଟାଙ୍ଗୀ ବନ ବିଭାଗ ରେଂଜ୍ ଭୁଷଣ୍ଡ ପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ ଚଢାଉ କରିଥିଲା। ଚଢାଉ ସମୟରେ ବିପୁଳ ଝିଙ୍କ କାଠି ସହ ଗୋଟିଏ ମୃତ ବାରହା ଓ ଗୋଟିଏ ମୃତ ଗୋଧୀ ଜବତ କରିଛି। ଗିରଫ ହୋଇଥିବା ଶୀକାରୀଙ୍କ ନାମ କେଶବ ନାୟକ ଓ ରଂଜନ ନାୟକ ବୋଲି ଜଣାପଡିଛି। ଉକ୍ତ ଚଢାଉରେ ଫରେଷ୍ଟର ଗୋଲାପ ସେଠୀ, ରାକେଶ ପଣ୍ଡା, ରଂଜୁଲତା ମିଶ୍ର, ଗାର୍ଡ ବବଲୁ ମିଶ୍ର, ନିହାର ରଂଜନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ବହୁ ଦିନ ହେଲା ନିକଟସ୍ଥ…
ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଗଦୀପ ଧନଖଡ। ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଜେଡି ତରଫରୁ ସାଂସଦ ପିନାକୀ ମିଶ୍ର ଏହି ନାମାଙ୍କନ ବେଳେ ଉପସ୍ଥିତ ରହିଥିଲେ। ନାମାଙ୍କନ ଦାଖଲ ପରେ 71 ବର୍ଷିୟ ଧନଖଡ କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଢାଇବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। ସ୍ୱପ୍ନରେ ସୁଦ୍ଧା ମୁଁ କେବେ ଭାବି ନ ଥିଲି ଯେ ମୋ ଭଳି ଜଣେ ବ୍ୟକ୍ତି ଏହି ସୁଯୋଗ ମିଳିବ। ଆସନ୍ତାକାଲି ଉପରାଷ୍ଟ୍ରପତି ପାଇଁ ନାମାଙ୍କନର ଶେଷ ତାରିଖ ରହିଛି। ଅଗଷ୍ଟ 6 ତାରିଖରେ ହେବ ମତଦାନ। ବିରୋଧୀ ଦଳ ତରଫରୁ ମାର୍ଗେଟ…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ। ହେଲେ ଏହି ଭୋଟ ଗ୍ରହଣ ବେଳେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି। ତାହା ହେଲା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପଦକ୍ଷେପ। ମୋକିମ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ସିଧା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ସେ ଖୋଲମଖୁଲା କହିଛନ୍ତି ଯେ, ମୋ ବିବେକ ଅନୁସାରେ ଭୋଟ ଦେଇଛି। ମୁଁ ମୋ ବିବେକକୁ ପଚାରିଛି। ସେହିପରି ବିଭିନ୍ନ ଲୋକଙ୍କର ଚାପ ମଧ୍ୟ ଥିଲା। ଓଡିଆ ଝିଅକୁ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରୁଥିଲେ। ତେଣୁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତି କରି ଭୋଟ ଦେଲି। ଦଳୀୟ ତରଫରୁ କୌଣସି ଅଭିଯୋଗ ଆସିଲେ ମୁଁ ଦେଖିବି ବୋଲି ମୋକିମ କହିଛନ୍ତି।
ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ। ଗତକାଲି ତାଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଗୃହର ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି। ସସ୍ମିତଙ୍କ ସହିତ ଓଡିଶାରୁ ଆଉ ଦୁଇଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିଲେ। ସେମାନେ ହେଲେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ। ଉଭୟ ପୂର୍ବରୁ ଶପଥ ନେଇସାରିଛନ୍ତି। ହେଲେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସସ୍ମିତ ଶପଥ ନେଇପାରି ନ ଥିଲେ। ସେ ଆଜି ଓଡିଆ ଭାଷାରେ ଏହି ଶପଥ ପାଠ କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା 54 ନମ୍ବର ରୁମରେ ଭୋଟ ଦେଇଛନ୍ତି। ଆଜା ସାରା ଦେଶରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିଜକୁ ସାମିଲ କରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ଓଡିଶାର ସମସ୍ତ ବିଧାୟକ ବିଭିନ୍ନ ସମୟରେ ଆସି ରାଷ୍ଟ୍ରପତି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏଥର ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ଓଡିଶାର ହୋଇଥିବାରୁ ତାଙ୍କୁ ନବୀନ ପଟ୍ଟନାୟକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି। ଏପରିକି ଅନ୍ୟ ବିଧାୟକଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଆଜି ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଏହି ଭୋଟ ଗ୍ରହଣ ଚାଲିବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସଂସଦ ଭବନରେ ଆୟୋଜିତ ହୋଇଥିବା ପୁଲିଂ ବୁଥରେ ସେ ଏହି ଭୋଟ ଦେଇଛନ୍ତି। ଆଜି ଦିନ ଦଶଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରଥମେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ତାଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଆଜି ଭୋଟ ଦେବା ପାଇଁ ସଂସଦ ଭବନରେ ସାଂସଦଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପରେ ସାଂସଦ ତଥା ମନ୍ତ୍ରୀ ଅନୁରାଗ ଠାକୁର, ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ ପୀୟୁଶ ଗୋୟଲ ପ୍ରମୁଖ ଭୋଟ ଦେଇଥିଲେ। ଆସନ୍ତା 21 ତାରିଖରେ ଭୋଟ ଗଣତି କରାଯିବ।
ସୀତାରାମ ଅଗ୍ରୱାଲ ଚିଲିକା: ଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଜାରି ରହିଥିବାବେଳେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଜଣାପଡୁଛି। ତେବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାରେ ଭାଜପା ପକ୍ଷରୁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସମେତ ଦୀପଦାନ କରାଯାଇ ପ୍ରାର୍ଥନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ବାଲୁଗାଁ ନଗର ମଣ୍ଡଳ ପକ୍ଷରୁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସମାନ କାର୍ଯ୍ୟକ୍ରମ କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଶ୍ରୀ ଶ୍ରୀ ଊମାମହେଶ୍ୱର ମନ୍ଦିର ପରିସରରେ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମତୀ ମୁର୍ମୁଙ୍କ ବିଜୟ ସମେତ ଦେଶରେ ଉନ୍ନତି ପାଇଁ ପ୍ରାର୍ଥନା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ସ୍ୱପ୍ନା ବଡ଼ଜେନାଙ୍କ ସମେତ ବାଲୁଗାଁ ଏନଏସିର ସମସ୍ତ ବିଜେପି…
ଲକ୍ଷ୍ନୌ: ରାଷ୍ଟ୍ରପତି ନିର୍ବାଚନରେ ଆଜି ମତଦାନ ଚାଲିଛି। ୟୁପିରେ ବିଧାନସଭାରେ ଏହି ଭୋଟ୍ ଦିଆଯାଉଛି। ଭୋଟ୍ ଦେବା ପୂର୍ବରୁ ଦଳର ବିଧାୟକଙ୍କ ପାଇଁ ସମାଜବାଦୀ ପାର୍ଟି ହ୍ଵିପ ଜାରି କରିଛି। ବିଧାନସଭାରେ ଦଳର ମୁଖ୍ୟ ସଚେତକ ମନୋଜ ପାଣ୍ଡେ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳ ଏକ ହ୍ଵିପ ଜାରି କରିଥିବା ସେ କହିଛନ୍ତି। ପାଣ୍ଡେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳ ଏକ ହ୍ଵିପ ଜାରି କରିଛି। ସମସ୍ତ ବିଧାୟକଙ୍କୁ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ କୁହାଯାଇଛି। ଦଳ ମଧ୍ୟ ହ୍ଵିପର ଏକ କପି ଶିବପାଲ ସିଂ ଯାଦବଙ୍କ ନିକଟକୁ ପଠାଇଛି। ଯେଉଁମାନେ ଏହାକୁ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ବାସ୍ତବରେ, ଭୋଟ୍ ଦେବା ପୂର୍ବରୁ ବିଜେପି ଏକ ବଡ ଦାବି କରିଥିଲା। ବିଜେପି ଦାବି କରିଛି ଯେ ୨୫…
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଜିତିଛି। ତେବେ ତୃତୀୟ ଦିନିକିଆରେ ଭାରତ ପାଇଁ ୨୫୯ ରନ୍ର ଟାର୍ଗେଟକୁ ପିଛା କରିବା ସହଜ ନଥିଲା। ମାତ୍ର ୭୨ ରନ ସ୍କୋରରେ ଭାରତ ୪ ୱିକେଟ ହରାଇଥିଲା। କେବଳ ଏତିକି ନୁହେଁ, ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ପର୍ଯ୍ୟାୟ ତୃତୀୟ ଦିନିକିଆରେ ମଧ୍ୟ ଜାରି ରହିଥିଲା। ଏହି ମ୍ୟାଚରେ ବିରାଟ କୋହଲି କେବଳ ୧୭ ରନର ଇନିଂସ ଖେଳିପାରିଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ, ଟି-୨୦ ଏବଂ ଦିନିକିଆର ୬ ଟି ଇନିଂସରେ ବିରାଟ କୋହଲି ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ୬ ଟି ଇନିଂସରେ ବିରାଟ କୋହଲି ମାତ୍ର ୭୬ ରନ୍ ସ୍କୋର କରିପାରିଥିଲେ। ଆଶା କରାଯାଉଥିଲା ଯେ, ବିରାଟ କୋହଲିଙ୍କ ବ୍ୟାଟ୍ ନିଶ୍ଚିତ ଭାବେ ଦିନିକିଆ ଫର୍ମାଟରେ କାମ କରିବ। କିନ୍ତୁ ଦ୍ୱିତୀୟ ଓ…
କଟକ: ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ କାର୍ଯ୍ୟକ୍ରମରେ ଅତିଥୀ ଭାବେ ଯୋଗ ଦେବେ ଗୃହମନ୍ତ୍ରୀ ଅମିତ ସାହା। ଏଥିସହିତ ସେହି ସଭାରେ ମଧ୍ୟ ଅନ୍ୟତମ ଅତିଥୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସୂଚନା ଦେଇଛନ୍ତି ଖୋଦ ସାଂସଦ ଭର୍ତ୍ତୁହରି ମହତାବ। ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ ର ପ୍ରତିଷ୍ଠା ଉତ୍ସବ ଆସନ୍ତା ଅଗଷ୍ଟ ଆଠ ତାରିଖରେ ହେବ। ସେଥିରେ ଏହି ଦୁଇ ଅତିଥୀ ଉପସ୍ଥିତ ରହିବେ। ଏହି ଉତ୍ସବ କଟକ ଜବାହାରଲାଲ ନେହୁର ଇନଡୋର ଷ୍ଟାଣ୍ଡିୟମରେ ହେବ ବୋଲି ମହତାବ କହିଛନ୍ତି। ଏହି ଉତ୍ସବ ତିନୋଟି ପର୍ଯ୍ୟାୟରେ କରାଯିବ। ପ୍ରଥମେ ଆଠ ତାରିଖ ପୂର୍ବାହ୍ନରେ ଅମିତ ସାହା ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ସେହିଦିନ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ହିନ୍ଦୁସ୍ଥାନ ଟାଇମସର ସଂପାଦକ ଶଶିଶେଖରଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବ। ଏହା ପ୍ରଜାତନ୍ତ୍ର ପରିସରରେ ଥିବା ବିଷୁବ ମଣ୍ଡପରେ କରାଯିବ। ସେହିପରି ଅଗଷ୍ଟ ନଅ ତାରିଖରେ…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। ଏହି ମୌସୁମୀ ଅଧିବେଶନରେ ମୋଟ ୧୮ ଟି ଅଧିବେଶନ ଅନୁଷ୍ଠିତ ହେବ ଏବଂ ୨୪ ଟି ବିଲ୍ ଆଗତ ହେବ। ଜୁଲାଇ ୧୭ ତାରିଖ ରବିବାର ଦିନ ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ଦ୍ଵାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳମାନେ ପ୍ରାୟ ୨୫ ଟି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁପସ୍ଥିତିରେ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରିଥିଲେ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁଥିବା ସଂସଦ ଅଧିବେଶନରେ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଉଭୟ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ସଂସଦ ଅଧିବେଶନରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ବିତର୍କ ହେବ ରବିବାର ଦିନ ସର୍ବଦଳୀୟ ବୈଠକରେ ୩୬ ଦଳର ନେତା ଯୋଗ ଦେଇଥିଲେ। ବିଜେପି,…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୭ ବାଲେଶ୍ଵର ଜିଲ୍ଲାରୁ- ୧୩ ବରଗଡ ଜିଲ୍ଲାରୁ- ୭ ଭଦ୍ରକ ଜିଲ୍ଲାରୁ- ୮ ବଲାଙ୍ଗୀରି ଜିଲ୍ଲାରୁ- ୧୦ ବୌଦ୍ଧ ଜିଲ୍ଲାରୁ- ୧୧ କଟକ ଜିଲ୍ଲାରୁ- ୭୮ ଦେବଗଡ ଜିଲ୍ଲାରୁ- ୫ ଢେଙ୍କାନାଳ ଜିଲ୍ଲାରୁ- ୬ ଗଜପତି ଜିଲ୍ଲାରୁ- ୯ ଜଗତସିଂହପୁର ଜିଲ୍ଲାରୁ- ୧୩ ଯାଜପୁର ଜିଲ୍ଲାରୁ- ୨୬ ଝାରସୁଗୁଡା ଜିଲ୍ଲାରୁ- ୧୩ କଳାହାଣ୍ଡି ଜିଲ୍ଲାରୁ- ୧୨ କନ୍ଧମାଳ ଜିଲ୍ଲାରୁ- ୭ କେନ୍ଦ୍ରାପଡା ଜିଲ୍ଲାରୁ- ୧୩ କେନ୍ଦୁଝର ଜିଲ୍ଲାରୁ- ୧୦ ଖୋର୍ଦ୍ଧା ଜିଲ୍ଲାରୁ- ୨୧୮ କୋରାପୁଟ ଜିଲ୍ଲାରୁ-…
ଭୁବନେଶ୍ବର: ଆଜି ସାରା ଦେଶରେ ହେଉଥି ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ସଂସଦ ସହିତ ସମସ୍ତ ରାଜ୍ୟର ବିଧାନସଭାରେ କରାଯିବ। ସେଥିପାଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଓଡିଶା ବିଧାନସଭାରେ ପ୍ରଥମ ମହଲାରେ ଥିବା ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଆଜି ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନ ସିକ୍ରେଟ ବାଲଟ ପେପର ମାଧ୍ୟମରେ କରାଯିବ। ଏଥିରେ ସାଧାରଣ ନିର୍ବାଚନ ପରି ଇଭିଏମ ବ୍ୟବହାର କରାଯାଏ ନାହିଁ। ଏହି ନିର୍ବାଚନକୁ ଭାରତ ନିର୍ବାଚନ ଆୟୋଗ ପରିଚାଳନା କରିଥାନ୍ତି। ଆୟୋଗ ବିଭିନ୍ନ ରାଜ୍ୟରୁ ବାଲଟ ବକ୍ସ ଏବଂ ବାଲଟ ପେପର ପଠାଇଥାନ୍ତି। ତେବେ ଏହି ବାଲଟ ପେପରରେ ଭୋଟ ଦେବା ପାଇଁ ଏକ ସ୍ବତନ୍ତ ରଂଗର ପେନ ବ୍ୟବହାର କରାଯାଇଥାଏ। ଯାହା ନିର୍ବାଚନ ଆୟୋଗ ଯୋଗାଇଥାନ୍ତି। ବାଲଟ ପେପରରେ ସାଂସଦ ଓ ବିଧାୟକମାନେ…
ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ବିଶ୍ବାସ ରହିଛି ଯେ, ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ଜଳ ଅର୍ପଣ କଲେ ପୂଣ୍ୟ ହୁଏ। ସେଥିପାଇଁ ଏହି ମାସରେ ଭକ୍ତମାନେ କାନ୍ଧରେ ବାହାଙ୍ଗି ଧରି ପବିତ୍ର ନଦୀରୁ ଜଳ ଆଣି ଶିବଙ୍କୁ ସମର୍ପଣ କରିଥାନ୍ତି। ଏହାକୁ ବୋଲବମ ଯାତ୍ରା କୁହାଯାଇଥାଏ। ହେଲେ ଗତ ଦୁଇ ବର୍ଷ ଧରି ରାଜ୍ୟରେ କରୋନା ପାଇଁ ଏହି ଯାତ୍ରା ବନ୍ଦ ଥିଲା। ଆଜି ଓଡିଶାର ସମସ୍ତ ଶୈବ୍ୟ ପିଠରେ ବୋଲବମ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ସେହିପରି ଭୁବନେଶ୍ବର ପ୍ରତିଷ୍ଠିତ ଶୈବ୍ୟପିଠ ପ୍ରଭୃ ଶ୍ରୀଲିଙ୍ଗରାଜଙ୍କ ପିଠରେ ଶହଶହ ଭକ୍ତ ଜଳାଭିଷେକ କରିଛନ୍ତି। ପ୍ରଥମ ସୋମବାରରେ ସେତେଟା ଭିଡ ନ ଥିଲେ ମଧ୍ୟ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରବର୍ତ୍ତି ସୋମବାରରେ ଏହି ଭିଡ ଅଧିକ ପରିଲକ୍ଷିତ ହେବ।
ଉପେନ୍ଦ୍ର ବଳିୟାରସିଂହ ଥରେ ମହାରାଷ୍ଟ୍ରରେ ସନ୍ଥ ସମ୍ମିଳନୀ ହେଉଥିଲା। ଭକ୍ତମଣ୍ଡଳୀ ସନ୍ଥମାନଙ୍କର ପରୀକ୍ଷା ପାଇଁ ସନ୍ଥ ଗୋରା କୁମାହାରଙ୍କୁ ସାଧ୍ଵୀ ମୁକ୍ତା ବାଇ ଆଦେଶ ଦେଲେ। ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ ସନ୍ଥ ନାମଦେବ ବି ଥିଲେ। ନାମଦେବ ବିଟଠଲ୍ ଭଗବାନଙ୍କର ଜଣେ ପ୍ରିୟ ଭକ୍ତ ଥିଲେ। ଏପରିକି ସେ ବିଟଠଲ୍ ଭଗବାନଙ୍କ ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ବି କରିପାରୁଥିଲେ। ତେଣୁ ନାମଦେବଙ୍କର ନିଜ ଉପରେ ଅତ୍ୟନ୍ତ ଅଭିମାନ ଥିଲା ଯେ, ସେ ଭଗବାନଙ୍କର ଅତି ପ୍ରିୟ ଅଟନ୍ତି। ଗୋରା କୁମାହାର ସନ୍ଥମାନଙ୍କର ପରୀକ୍ଷା କରିବାକୁ ଯାଇ ସମସ୍ତଙ୍କ ମସ୍ତକରେ ଟିପ ମାରୁଥିଲେ। ନାମଦେବଙ୍କ ମସ୍ତକରେ ମଧ୍ୟ ଟିପ ମାରିଲେ। ନାମଦେବଙ୍କୁ ଛାଡି ଅନ୍ୟମାନେ ନିର୍ବିକାର ରହିଲେ। କିନ୍ତୁ ନାମଦେବ ଭୀଷଣ କ୍ରୋଧାନ୍ଵିତ ହୋଇଗଲେ। ଉପରକୁ ତ କିଛି କହିଲେ ନାହିଁ, କିନ୍ତୁ ମନେ ମନେ ଅଭିମାନବଶ ଭାବିଲେ, କ’ଣ କେବେ ମାଟି ମାଠିଆ ପରି ଏମିତି ପରୀକ୍ଷା ହୋଇପାରେ? ଅନ୍ୟମାନଙ୍କର ଚେହେରା…
ଭୁବନେଶ୍ବର: ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ପରେ ଆସିବ ଉପରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ମଇଦାନରେ ସେହିପରି ଦୁଇଜଣ ପ୍ରାର୍ଥୀ ଛିଡାହୋଇଛନ୍ତି। ସେମାନେ ହେଲେ ଏନଡିଏର ଜଗଦୀପ ଧନଖଡ ଏବଂ ବିରୋଧୀ ଦଳରୁ ମାର୍ଗେଟ ଆଲଭା। ଏହି ଦୁଇଜଣ ମଧ୍ୟରୁ ବର୍ତ୍ତମାନ ଏନଡିଏ ପ୍ରାର୍ଥୀଙ୍କ ପଲା ଭାରୀ ରହିଛି। ତେବେ ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ସେହି ରାଷ୍ଟ୍ରପତି ନିର୍ବାଚନ ପରି ଏଥର ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି। ସେଥିରେ ସେ ଏନଡିଏର ଧନଖଡଙ୍କୁ ସମର୍ଥନ କରିବେ ବୋଲି ଜଣାଇଛନ୍ତି। ଏ ନେଇ ବିଜେଡି ତରଫରୁ ଘୋଷଣା କରାଯାଇଛି।
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି। ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ…
ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି। ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ।…
ନୂଆଦିଲ୍ଲୀ: ମଞ୍ଚେଷ୍ଟର ଦିନିକିଆରେ ଇଂଲଣ୍ଡକୁ ଭାରତ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ ରେ କବ୍ଜା କରିଛି। ଓଲ୍ଡ ଟ୍ରାଫର୍ଡରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୬୦ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ଏକ ଶକ୍ତିଶାଳୀ ଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆର ଖରାପ ଆରମ୍ଭ ହୋଇଥିଲା। ଓପନର ଶିଖର ଧାୱନ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ୧୭ ବଲରେ ୧୭ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ବିରାଟ କୋହଲି ମଧ୍ୟ ୧୭ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସୁର୍ଯ୍ୟକୁମାର ଯାଦବ ୨୮…

