ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ସମସ୍ତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କଠୋର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇପାରିବ। ମନ୍ତ୍ରଣାଳୟର ‘ମଙ୍କିପକ୍ସ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ। ଏହା ସହିତ…
Author: Samikhsya Bureau
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପରେ ପରେ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ତାଙ୍କ ସହିତ ନବ ନିଯକ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ମଧ୍ୟ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଭୁବନେଶ୍ବର କଲିତା, ଇନ୍ଦୁବାଲା ଗୋସ୍ବାମୀ, ଡ ଏଲ ହନୁମନ୍ତଥୟା, ତ୍ରିଚି ଶିବା ଏବଂ ଭି ବିଜୟସାୟି ରେଡ୍ଡୀ। ସସ୍ମିତ ଗତକାଲି ସାଂସଦ ଭାବେ ଶପଥ ଗ୍ରହଣ କରିବା ସହିତ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ମତଦାନ କରିଛନ୍ତି। ଗତ ପାଳିରେ ସସ୍ମତି ଏହି ଉପାଧ୍ୟକ୍ଷ ପ୍ୟାନେଲରେ ରହିଥିଲେ। ସେତେବେଳେ ସେ ରାଜ୍ୟସଭା ପରିଚାଳନା ବେଶ ଦକ୍ଷତାର ସହ କରିଥିବାରୁ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ତାଙ୍କୁ ପ୍ରଶଂସା କରିଥିଲେ। ଏହି ସାକ୍ଷାତ ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଆଜି ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ବିଭିନ୍ନ ପିଟିସନରେ ଏହି ଯୋଜନାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୀକ୍ଷା କରିବାଠାରୁ ଆରମ୍ଭ କରି ଏହାକୁ ବାତିଲ କରିବା ପର୍ଯ୍ୟନ୍ତ ଏହି ଯୋଜନାକୁ ବନ୍ଦ କରିବାକୁ ଦାବି କରାଯାଇଛି। ଯେଉଁମାନେ ସଶସ୍ତ୍ର ବାହିନୀରେ ଚାକିରି ପାଇବା ପ୍ରକ୍ରିୟାରେ ଅଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା ପ୍ରୟୋଗ କରାଯିବା ଉଚିତ ନୁହେଁ ବୋଲି ଆବେଦନକାରୀ କହିଛନ୍ତି। ସେମାନେ ୪ ବର୍ଷ ପରିବର୍ତ୍ତେ ପୁରୁଣା କାର୍ଯ୍ୟକାଳ ଅନୁଯାୟୀ ଚାକିରି ପାଇବା ଉଚିତ୍। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ମଧ୍ୟ ଏକ ସଚେତନତା ଦାଖଲ କରିଛନ୍ତି ଏବଂ ଏହାର ଶୁଣାଣି ନକରି ଏକପାଖିଆ ଆଦେଶ ନଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ତିନିଟି ଆବେଦନକାରୀଙ୍କ ମଧ୍ୟରେ ହର୍ଷ ଅଜୟ ସିଂ, ମନୋହର ଲାଲ ଶର୍ମା ଏବଂ ରବିନ୍ଦ୍ର ସିଂ ଶେଖୱାତ ଅଛନ୍ତି। ଆବେଦନରେ କ’ଣ ରହିଛି…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସୋମବାର ଦିନ କର୍ଲାମୁଣ୍ଡା ପଞ୍ଚାୟତ ସମିତି ସଭା ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ, ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଅଧିକାରୀଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ୍ ୨୨୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୦୧ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୨୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୩୮ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା।
ଚାଣକ୍ୟ ନୀତି: ଯିଏ ଜୀବନରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପ୍ରତି ଧ୍ୟାନ ଦେଇଥାଏ, ସେ ସଫଳତାର ପଥରେ ପହଞ୍ଚିଥାଏ। ମହାନ ରାଜନୈତିକ ଚାଣକ୍ୟଙ୍କ ଚିନ୍ତାଧାରା ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ରହିଛି। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ସହିତ ମାନ ସମ୍ମାନ ପାଇବାକୁ ଚାହାଁନ୍ତି। ସମାଜରେ ପ୍ରତିଷ୍ଠା ବଜାୟ ରଖିବା ପାଇଁ ସେ ପ୍ରତ୍ୟେକ ନିଶ୍ୱାସରେ ପଦକ୍ଷେପ ନିଅନ୍ତି। ଚାଣକ୍ୟ ତାଙ୍କର ଗୋଟିଏ ନୀତିରେ କହିଛନ୍ତି ଯେ, ମାନବ ଜୀବନରେ ସବୁବେଳେ ଗୋଟିଏ ଜିନିଷକୁ ଭୟ କରେ। ଆସନ୍ତୁ ଜାଣିବା ମାନବ ଜୀବନର ସବୁଠାରୁ ବଡ ଭୟ କ’ଣ? – ଧନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ମଣିଷର ଇଚ୍ଛା। ଜଣେ ବ୍ୟକ୍ତି ରୋଜଗାର ଦ୍ଵାରା ଧନପ୍ରାପ୍ତ କରିଥାଏ। କିନ୍ତୁ ମାନ ସମ୍ମାନ ପାଇବା ସହଜ ନୁହେଁ। ଚାଣକ୍ୟଙ୍କ ଅନୁଯାୟୀ, ନିନ୍ଦା ଅପବାଦ ଜଣେ ବ୍ୟକ୍ତିର ସବୁଠାରୁ ବଡ ଭୟ ଅଟେ। – ଅପବାଦର ନିଆଁ ମନୁଷ୍ୟର ଭାବମୂର୍ତ୍ତିକୁ ନଷ୍ଟ କରିଦିଏ। ବଦନାମ…
ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ । ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ । ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି । ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି…
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ବେଳେ ସଂସଦ ଭବନରେ ଦେଖାଦେଇଥିଲା ଏକ ଭିନ୍ନ ଦୃଶ୍ୟ। ତାହା ହେଲା କୋରନା ଆକ୍ରାନ୍ତ ଦୁଇ ଜଣ ମନ୍ତ୍ରୀ ଭୋଟ ଦେବା ପାଇଁ ଆସିଥିଲେ। ଉଭୟ ପିପିଇ କିଟ ପରିଧାନ କରି ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିଥିଲେ। ସେମାନେ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶକ୍ତି ମନ୍ତ୍ରୀ ଆର କେ ସିଂ। ଉଭୟ କିଛି ଦିନ ଧରି କରୋନା ଆକ୍ରାନ୍ତ ଅଛନ୍ତି। ସେ ନେଇ ସେମାନେ ସଂସଦ ସଚିବାଳୟ ଏବଂ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଥିଲେ। ସେମାନେ କିପରି ଭୋଟ ଦେବେ ସେ ନେଇ ଅନୁରୋଧ କରିଥିଲେ। ଉଭୟଙ୍କ ଅନୁରୋଧ ପରେ କରୋନା କଟକଣା ଭିତରେ ସେମାନେ ମତଦାନ କରି ସେହି ସ୍ଥାନ ପରିତ୍ୟାଗ କରିଥିଲେ।
ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ମଣିପୁର ରାଜ୍ୟପାଳ ଏଲ ଗଣେଷନଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଶପଥପାଠ ଉତ୍ସବରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ପଶ୍ଚିମବଂଗର ରାଜ୍ୟପାଳ ଥିବା ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ସେ ସେହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟପାଳ ପଦବୀ ଖାଲି ଥିବାରୁ ମଣିପୁର ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଓଡିଶାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ। ଏହି ମତଦାନ ପକ୍ରିୟା ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ କରାଇଥିଲା। ଆଜି ଦିନ ଦଶଟାରୁ ଆରମ୍ଭ ହୋଇଥିଲା ମତଦାନ। ଏଥିରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ବିଭିନ୍ନ ସମୟରେ ଆସି ନିଜର ଭୋଟ ପ୍ରଦାନ କରିଥିଲେ। ଏହି ଭୋଟ ଗ୍ରହଣ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବିଧାୟକମାନଙ୍କୁ ସ୍ବତନ୍ତ୍ର ବାଲଟ ପେପର ଯୋଗାଇ ଦିଆଯାଇଥିଲା। ଏଥିରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଦୁଇ ଜଣ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶବନ୍ତ ସିହ୍ନାଙ୍କ ନାମ ରହିଥିଲା। ଯେଉଁମାନେ ଯାହାକୁ ଭୋଟ ଦେଇଛନ୍ତି ସେମାନେ ଏହି ପ୍ରାର୍ଥୀଙ୍କ ନାମ ପାଖରେ ଏକ ନମ୍ବର ବୋଲି ଲେଖିଛନ୍ତି। ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସ୍ବତନ୍ତ୍ର ପେନ ଯୋଗାଇ ଦିଆଯାଇଥିଲା। ଅପରାହ୍ନ ଗୋଟାଏ ବେଳେ ଓଡିଶାର ୧୪୭…
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଯାଇଛି। ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା। ଏଥିରେ ଏନସିଟି ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ସାମିଲ ରହିଛି। ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହୋଇଥାଏ। ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ପ୍ରଦତ୍ତ ବ୍ୟବସ୍ଥା ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ରାଷ୍ଟ୍ରପତି ନିର୍ବାଚନର ମତଦାନ ସମାପନ କରିଛନ୍ତି। ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଶ୍ରୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ୩୧ଟି ସ୍ଥାନରେ ସକାଳ ୧୦ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିଲା। ସମ୍ବିଧାନର ଅନୁଚ୍ଛେଦ ୫୪ ଅନୁଯାୟୀ, ଭାରତର ରାଷ୍ଟ୍ରପତି ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ସଂସଦର…
ନୂଆଦିଲ୍ଲୀ: ରବିବାର ଅନୁଷ୍ଠିତ NEET ଡାକ୍ତରୀ ପରୀକ୍ଷାରେ ମଧ୍ୟ ଏକ ବଡ ଠକେଇ ସାମ୍ନାକୁ ଆସିଛି। ଏହି ମାମଲାରେ ସିବିଆଇ ୮ ଜଣଙ୍କୁ ଗିରଫ କରିଛି। ଏଥିରେ ଠକେଇର ମାଷ୍ଟରମାଇଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ଦିଲ୍ଲୀ ଫରିଦାବାଦ ସମେତ ଅନେକ ସ୍ଥାନରୁ ଏହି ଗିରଫଦାରୀ କରାଯାଇଛି। ପିଲାମାନଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ ସୁଶୀଲ ରଂଜନ ଦିଲ୍ଲୀର ଗୌତମ ନଗରର ବାସିନ୍ଦା। ଏଫଆଇଆର ଅନୁଯାୟୀ, ସିବିଆଇକୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ NEET ପରୀକ୍ଷାରେ ମୂଳ ପ୍ରାର୍ଥୀଙ୍କ ବଦଳରେ ଅନ୍ୟମାନେ ପରୀକ୍ଷା ଦେଉଥିବା ସୂଚନା ମିଳିଥିଲା। ଦିଲ୍ଲୀ ଏବଂ ହରିୟାଣାର ଅନେକ କେନ୍ଦ୍ରରେ ଏଭଳି ଷଡଯନ୍ତ୍ର ହେଉଥିବା ଖବର ମିଳିଥିଲା। ସୂଚନା ଅନୁଯାୟୀ, ସୁଶୀଲ ରଂଜନ, ବ୍ରିଜମୋହନ ସିଂ, ପପୁ, ଉମାଶଙ୍କର ଗୁପ୍ତା ଏବଂ କିଛି ଅଜ୍ଞାତ ବ୍ୟକ୍ତି ଦିଲ୍ଲୀ / ହରିୟାଣାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ନିଜକୁ ପ୍ରକୃତ ପ୍ରାର୍ଥୀ ଭାବରେ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ସମସ୍ତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କଠୋର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇପାରିବ। ମନ୍ତ୍ରଣାଳୟର ‘ମଙ୍କିପକ୍ସ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ। ଏହା ସହିତ ପ୍ରତି ବନ୍ଦରର…
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ସଭାପତି ଉଦ୍ଧବ ଠାକରେଙ୍କ ପାଇଁ ଅସୁବିଧା ବଢୁଛି। ପ୍ରଥମରୁ କ୍ଷମତା ଚାଲିଯାଇଥିବାବେଳେ ବର୍ତ୍ତମାନ ଦଳକୁ ବଞ୍ଚାଇବା ପାଇଁ ସଂଗ୍ରାମ ଚାଲିଛି। ଯେଉଁଥିରେ ପ୍ରତିଦିନ ଏକ ନୂଆ ମୋଡ ଆସୁଛି। ଏବେ ଖବର ମିଳିଛି ଯେ, ଏକନାଥ ସିନ୍ଦେ ଦଳ ଶିବସେନାର ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ଏକନାଥ ସିନ୍ଦେ ଦଳ ପୁରୁଣା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ବରଖାସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ମୁଖ୍ୟ ନେତା ଭାବରେ ମନୋନୀତ ହୋଇଛନ୍ତି। ଶିବସେନା ପକ୍ଷର ମୁଖ୍ୟଙ୍କ ପଦ ବର୍ତ୍ତମାନ ସୁଦ୍ଧା ସ୍ପର୍ଶ ହୋଇନାହିଁ। ମୁଖପାତ୍ର ଭାବରେ ବିଧାୟକ ଦୀପକ କେସରକରଙ୍କୁ ନିଯୁକ୍ତ କରାଯାଇଛି। ଶିବସେନା ନେତା ଭାବରେ ରାମଦାସ କଦମ ଏବଂ ଆନନ୍ଦରାଓ ଅଡସୁଲ ନିଯୁକ୍ତ ହୋଇଛନ୍ତି। ଶିବସେନାର ଉପ ନେତା ଭାବରେ ଯଶୱନ୍ତ ଯାଦବ ଗୁଲାବରାଓ ପାଟିଲ, ଉଦୟ ସାମନ୍ତ, ଶରଦ ପୋଙ୍କ୍ଶେ, ତାନାଜୀ ସାୱନ୍ତ, ବିନୟ ନାହାଟା, ଶିବାଜିରାଓ ପାଟିଲ…
ନୂଆଦିଲ୍ଲୀ: ବିଜେପି ସାଂସଦ ହଂସରାଜ ହଂସ ଆଜି ଏକ ଟୁଇଟରେ ମୁଖତାର୍ ଅବ୍ବାସ ନକଭିଙ୍କୁ ରାଜ୍ୟପାଳ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ମୁଖତାର ଅବ୍ବାସ ନକଭି ଜୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ବଙ୍ଗଳାର ନୂତନ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିବାରୁ ଅଭିନନ୍ଦନ। ଏହା ପରେ ମୁଖତାର୍ ଅବ୍ବାସ ନକଭି ରାଜ୍ୟପାଳ ହେବାର ଖବରକୁ ଅସ୍ୱୀକାର କରିଛନ୍ତି। ସେ କହିଥିଲେ ମୁଁ ଜାଣେ ନାହିଁ। ଏହା ପରେ ଉତ୍ତର-ପଶ୍ଚିମ ଦିଲ୍ଲୀର ସାଂସଦ ତଥା ଗାୟକ ହଂସରାଜ ହଂସ ମଧ୍ୟ ଏହି ଟ୍ୱିଟକୁ ଡିଲିଟ କରିଛନ୍ତି। ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଜେପି ମନୋନୀତ କରିଛି। ଏହା ପରେ ମଣିପୁର ରାଜ୍ୟପାଳ ଲା. ଗଣେଶଙ୍କୁ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏଭଳି ପରିସ୍ଥିତିରେ ଖୁବ୍ ଶୀଘ୍ର ଜଣେ ନୂତନ ରାଜ୍ୟପାଳ ନିଯୁକ୍ତ ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ନକଭିଙ୍କୁ ରାଜ୍ୟପାଳ ହୋଇଥିବାରୁ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ମତଦାନ ଶେଷ ହୋଇଛି। ଭୋଟ୍ ଗଣନା ଜୁଲାଇ ୨୧ ତାରିଖରେ ହେବ। ଏହି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିରୋଧରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାଜ୍ୟସଭା ମହାସଚିବ ପିସି ମୋଦୀ କହିଛନ୍ତି ଯେ, ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ ଟାରେ ଶେଷ ହୋଇଛି। ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ ୯୯.୧୮% ଭୋଟ୍ ରେକର୍ଡ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ସମସ୍ତ ବରିଷ୍ଠ ନେତା ମତଦାନ କରିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂ ଭୋଟ୍ ଦେବା ପାଇଁ ହ୍ୱିଲ ଚେୟାରରେ…
ଭୁବନେଶ୍ଵର: ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ପୂର୍ବ ତଟ ରେଳପଥ ପକ୍ଷରୁ ଜୁଲାଇ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ କରାଯାଉଅଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରେଳପଥ ପକ୍ଷରୁ ହାତକୁ ନିଆଯାଇଅଛି। ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମର ବିଶାଳ ଐତିହାସିକ ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଅଞ୍ଚଳର ଇତିହାସକୁ ମଣ୍ଡନ କରୁଥିବା ଏକ ପ୍ରଦର୍ଶନୀକୁ ଶ୍ରୀ ଶ୍ରୀବାସ୍ତବ ଉଦ୍ଘାଟନ କରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସ୍ବେଚ୍ଛାସେବୀମାନେ ଏକ ପଥପ୍ରାନ୍ତ ନାଟକ ନାଟକ ପରିବେଷଣ କରିଥିଲେ। ଭାରତ ସରକାରଙ୍କ ନିର୍ଦ୍ଦେଶ…
ଭୁବନେଶ୍ବର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଅଛି। ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଗତକାଲି ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମୁଖ୍ୟ ସୁରକ୍ଷା କମିଶନର, ଆରପିଏଫ୍ ପି.ଭି. ସାନ୍ଥାରାମଙ୍କ ଉପସ୍ଥିତିରେ ସବୁଜ ପତାକା ପ୍ରଦର୍ଶନ କରି ଏହି ବାଇକ ରାଲିକୁ ଶୁଭାରମ୍ଭ କରିଥିଲେ। ଏହି ବାଇକ୍ ରାଲିର ଉଦ୍ଦେଶ୍ୟ ହେଉଛି ଆଜାଦି କା ଅମୃତ ମହୋତ୍ସବ ଏବଂ ରେଳ ସୁରକ୍ଷା ବଳର ସଫଳତା ଉପରେ ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା।
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଏହି ଜାତୀୟ ଅନୁଷ୍ଠାନ ଅନେକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏକ ଗୌରବମୟ ଭବିଷ୍ୟତର ବିଶ୍ୱାସ ସୃଷ୍ଟି କରିଛି। ରୋଗୀ ସେବା, ଗବେଷଣା ଅଥବା ଅନ୍ୟାନ୍ୟ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ, ଏମ୍ସ ଭୁବନେଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଥିବା ଏହି ଅନୁଷ୍ଠାନର ଦଶମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ଚଳିତ ମାସ ୧୫ରେ ଅନୁଷ୍ଠିତ ଏମ୍ସର ଦଶମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏମ୍ସ ଯୋଧପୁରର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପିଲାଟିଏ ପ୍ରଶ୍ନ ପଚାରିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହିପରି ସମ ପରିମାଣରେ ଖୁସି ମଧ୍ୟ ହୋଇଛନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ପିଲାଟି ହଠାତ ଏପରି ପ୍ରଶ୍ନ କିପରି ପଚାରିବ। ଏକ କାର୍ଯ୍ୟକ୍ରମରେ ଏକନାଥ ଯାଇଥିବା ବେଳେ ସେ ପିଲାଟିଏ ଦେଖି ତା ସହିତ କଥାବାର୍ତ୍ତା କରିଥିଲେ। ପିଲାଟି ପଚାରିଥିଲା ଏକନାଥ ଅଙ୍କଲ, ଆପଣ ଯେତେବେଳେ ଆସାମ ଯିବେ ମୋତେ ସାଥିରେ ନେବେ। ସେଠାରେ ମୁଁ ବନ୍ୟା ପ୍ରପିଡିତଙ୍କୁ ସାହାଯ୍ୟ କରି ଆସିବା ପରେ ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ହୋଇଯିବି। ଏହାକୁ ନେଇ ସମସ୍ତେ ହସି ଉଠିଥିଲେ।
ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ ଭୋଟ ଦେବାକୁ ଆବେଦନ କରିଥିଲେ। ସେହି ଅନୁସାରେ ତାଙ୍କୁ ଦିଲ୍ଲୀରେ ଭୋଟ ଦେବାକୁ ଅନୁମତି ଦିଆଯାଇଥିଲା। ଆଜି ସେ ଏକ ହୁଇଲ ଚ୍ୟାୟରରେ ସଂସଦ ଭବନକୁ ଆସି ଭୋଟ ଦେଇଛନ୍ତି।
ଭୁବନେଶ୍ୱର: ଚୁଡା,ମୁଢି,ଉଖୁଡା, ଖଈ ଆଦି ଦ୍ରବ୍ୟ ଉପରେ ଜିଏଷ୍ଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିବା ସହ ଏହି ନିଷ୍ପତିର ଦୃଢ଼ ନିନ୍ଦା କରିଛନ୍ତି।ଜିଏଷ୍ଟି କାଉନସିଲ ଏଭଳି ନିଷ୍ପତ୍ତି ନେବାବେଳେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରତିବାଦ ନ କରିବା ଦୁଃଖ ଓ ପରିତାପ ବିଷୟ ବୋଲି ସେ କହିଛନ୍ତି। ସେ ଉଭୟ ସରକାରଙ୍କୁ ତାଛଲ୍ୟ କହିଛନ୍ତି କି ଯଦି ସରକାରଙ୍କର ରାଜସ୍ୱ ନିଅଣ୍ଟ ହେଉଛି ,ସରକାର ଏତେ ବ୍ୟାକୁଳ ରାଜସ୍ୱ ବଢ଼େଇବା ପାଇଁ ତେବେ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର ଆଦି ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତଙ୍କ ଉପରେ ଏବଂ ଦେଉଥିବା ଦାନ ଉପରେ ମଧ୍ୟ ଜିଏଷ୍ଟି ଲଗେଇଦିଅନ୍ତୁ।ଯାହାଦ୍ୱାରା କି ସରକାରଙ୍କ ରାଜସ୍ବରେ ଉର୍ଣ୍ଣତି ଘଟିବ ଏବଂ ସରକାର ଲାଭବାନ ହୋଇପାରିବେ। ଓଡ଼ିଶାର ଜନସାଧାରଣଙ୍କ ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗରିବ ଲୋକଙ୍କ ଦୈନନ୍ଦିନ…

