Author: thesamikhsya

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କର ଉନ୍ନତି ଓ ପ୍ରଗତି ନିମନ୍ତେ ସେମାନଙ୍କୁ ଆବଶ୍ୟକୀୟ ଆଇନସେବା ଯୋଗାଇଦେବା ପାଇଁ ଚଳିତ ମଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଖୋର୍ଦ୍ଧା ସମେତ ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଆଇନସେବା ପ୍ରାଧିକରଣମାନ ସାମିଲ ହେବେ। ଅଧିକାରୀମାନେ ଦିବ୍ୟାଙ୍ଗମାନଙ୍କ ଘରକୁ ଘର ଯାଇ ସେମାନଙ୍କ ସମସ୍ୟା, ସୁବିଧା-ଅସୁବିଧା ଏବଂ ଆବଶ୍ୟକତା ସଂପର୍କରେ ପଚାରି ବୁଝିବେ। ସେମାନଙ୍କ ସମସ୍ୟମାନ ସରକାରଙ୍କ ପାଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ପାଖରେ ସରକାରୀ ସୁବିଧା, ସୁଯୋଗ ପହଞ୍ଚାଇବା ଓ ସେମାନଙ୍କୁ ଆଇନସେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇଦେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସାପ୍ତାହିକ କାର୍ଯ୍ୟକ୍ରମରେ ପ୍ରାଧିକରଣଙ୍କ କର୍ମକର୍ତ୍ତା, ଗ୍ରାମୀଣ ଆଇନ ସହାୟତା କର୍ମୀ, ଆଇନଜୀବୀ, ପ୍ରାଧିକରଣର ସେ୍ୱଚ୍ଛାସେବୀମାନେ ଘରକୁ ଘର ଗସ୍ତ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଅଧିକାର ଅଧିନିୟମ, ସରକାରୀ ଯୋଜନାର ଲାଭ ବାବଦରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ସ୍ମାରକ ସଂଗ୍ରହାଳୟ ଗସ୍ତ କରିବା ନିମନ୍ତେ ହିରୋସୀମାରେ ଜି-୭ ଶିଖର ସମ୍ମିଳନୀରେ ଅନ୍ୟ ନେତାମାନଙ୍କ ସହ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶକଙ୍କ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି। ଜି-୭ ଦେଶର ନେତାମାନେ ପରମାଣୁ ବୋମା ପୀଡ଼ିତଙ୍କ ସ୍ମାରକୀରେ ପୁଷ୍କାଞ୍ଜଳି ଅର୍ପଣ କରିଛନ୍ତି।

Read More

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ଓକାକ୍‌ ସ୍ଥିତ ଡାଟା ସେଣ୍ଟର ପରିଦର୍ଶନ କରି ସେଠାରେ ଉପଲବ୍ଧ ସମସ୍ତ ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଆଜିର ଡିଜିଟାଲ ଯୁଗରେ ବିଭିନ୍ନ ସରକାରୀ ବ୍ୟବସ୍ଥା କିଭଳି ଲୋକଙ୍କ କାର୍ଯ୍ୟରେ ଆସୁଛି ଏବଂ ସରକାରୀ ବିଭାଗର ବିଭିନ୍ନ ଡାଟା କିପରି ସୁରକ୍ଷିତ ଭାବେ ସରଂକ୍ଷିତ ହେଉଛି, ସେ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ବର୍ତ୍ତମାନ ୪୫ଟି ରେକ୍‌ ବିଶିଷ୍ଟ ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ସରକାରଙ୍କର ୪୬୦ରୁ ଊଦ୍ଧ୍ୱର୍ ଆପ୍ଲିକେସନର ଡାଟା ସରଂକ୍ଷିତ ହୋଇପାରୁଛି । ଆହୁରି ୮୮ ଗୋଟି ରେକ୍‌ର ପ୍ରସ୍ତୁତି ହେଉଛି, ଯାହାକି ଆଗାମୀ ଦିନରେ ଏହି ଡାଟା ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିପାରିବ । ବର୍ତ୍ତମାନ ଏହାର ଦୁଇଟି କେନ୍ଦ୍ର କୋରାପୁଟ ଏବଂ ସୁନ୍ଦରଗଡ଼ରେ ହେବା ପାଇଁ ରାଜ୍ୟ…

Read More

ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃ ବୃନ୍ଦ ମାଲ୍ୟର୍ପଣ କରିଥିଲେ। ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ରାଜୀବଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ କ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପୂର୍ବଚନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ଶିବାନନ୍ଦ ରାୟ, ବିଜୟ ପଟ୍ଟନାୟକ, ସିଏସ ରାଜନ ଏକ୍କା, କିଶୋର ଜେନା, ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାଶ, ୟାସିର ନୱାଜ, ମନୋରଞ୍ଜନ ଦାଶ, ଶ୍ରୀନିବାସ ରାଉତରାୟ, ମାନସ ଅଚାର୍ଯ୍ୟ ଉପସ୍ଥିତ ଥିଲେ। ସେହିପରି ତରୁଣ ମିଶ୍ର, ପ୍ରକାଶ ମିଶ୍ର, ସୁଦର୍ଶନ ଦାସ, ସୁବ୍ରତ ମହାପାତ୍ର, ରଣଜିତ…

Read More

ଭୁବନେଶ୍ବର: ପବନ ବେଗରେ ଗାଡି ଧରି ଭୁବନେଶ୍ବର ଆଡକୁ ମୁହାଁବାରେ ଲାଗିଛନ୍ତି ତିନିଜଣ ନେତା। ସେମାନେ ହେଲେ ଗଂଜାମର ବିକ୍ରମ ଆରୁଖ, ବରଗଡର ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ। ଏମାନଙ୍କ ପାଖକୁ ନବୀନ ନିବାସରୁ ଫୋନ କଲ ଯାଇଥିଲା। ସେଥିପାଇଁ ସେମାନେ ଭୁବନେଶ୍ବର ଆସୁଛନ୍ତି ବୋଲି କୁହାଯାଉଛି। ସୂଚନା ଅନୁସାରେ ନବୀନ ତିନି ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବେ। କାରଣ ବର୍ତ୍ତମାନ ତିନୋଟି ମନ୍ତ୍ରୀ ପଦ ଖାଲି ରହିଛି। ନବ ଦାସଙ୍କ ହତ୍ୟା ପରେ ସ୍ବାସ୍ଥ୍ୟ ବିଭାଗ, ସମୀର ଦାସଙ୍କ ଇସ୍ତଫା ପରେ ଗଣଶିକ୍ଷା ବିଭାଗ ଏବଂ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ଶ୍ରମ ବିଭାଗ ଖାଲି ଅଛି।

Read More

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦି ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ କରିବାପାଇଁ କରାଯାଇଥିଲା ତାହା ଆଜି ଦେଶବାସୀଙ୍କ ସ୍ପଷ୍ଟ ହୋଇଯାଇଛି । ଗତକାଲି ଆରବିଆଇ ୨୦୦୦ ଟଙ୍କା ନୋଟକୁ ଫେରାଇ ନେବାପାଇଁ ଘୋଷଣା କରିଛନ୍ତି। ବିମୁଦ୍ରିକକରଣ ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ସେତବେଳର ପ୍ରଚଳିତ ୫ଶହ ଟଙ୍କିଆ ଏବଂ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଏହି ବଡ଼ ବଡ଼ ନୋଟ ଯୋଗୁଁ କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର ବହୁ ପରିମାଣରେ ବୃଦ୍ଧି ପାଇବା ଯୋଗୁଁ ଏହା ଭାରତର ଅର୍ଥନୀତିକୁ ବହୁ ପରିମାଣରେ ଦୁର୍ବଳ କରିଦେଉଛି। କିନ୍ତୁ ଦୁର୍ଭାଗ୍ୟର କଥା ବିମୁଦ୍ରିକରଣର…

Read More

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଆସିଛି ନୂଆ ସୂଚନା। ସେହି ସୂଚନା ଅନୁସାରେ ନବୀନ କେବଳ ନୂଆ ତିନିଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବେ। କାରଣ ମୁଖ୍ୟ ଶାସନ ସଚିବଙ୍କ ଜାରୀ କାର୍ଯ୍ୟ ସୂଚୀରୁ ଏହା ସ୍ପଷ୍ଟ ଜଣାପଡିଛି। ଏଥିରେ ଉଲ୍ଲେଖ ରହିଛି ଯେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ ହେବ। ଏଥିରେ ଥିବା ମଞ୍ଚ ଉପରେ କେବଳ ପାଞ୍ଚ ଜଣ ବସିବାର ବ୍ୟବସ୍ଥା ରହିବ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ତିନିଜଣ ନୂଆ ମନ୍ତ୍ରୀ ଏଥିରେ ସାମିଲ ହେବେ। କାରଣ ଗୋଟିଏ ଆସନରେ ରାଜ୍ୟପାଳ, ଆଉ ଏକ ଆସନରେ ମୁଖ୍ୟମନ୍ତ୍ରୀ ବସିବେ। ଆଉ ଯେଉଁ ତିନୋଟି ଆସନ ଖାଲି ରହିବ ସେଥିରେ ନୂଆମନ୍ତ୍ରୀ ବସିବେ ବୋଲି ସ୍ପଷ୍ଟ ହୋଇଛି।

Read More

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ମନ୍ତ୍ରୀ ହେବେ। ଏ ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଛି। କାରଣ ସେ ବର୍ତ୍ତମାନ ନିଜ ନିର୍ବାଚନ ମଣ୍ଡଳୀରୁ ତରବରିଆ ଭାବେ ଭୁବନେଶ୍ବର ମୁହାଁ ହୋଇଛନ୍ତି। ତାଙ୍କ ସମର୍ଥକଙ୍କ କହିବା କଥା ଯେ, ଏକ ଫୋନ କଲ ଆସିବା ପରେ ବାବୁ ତରବରିଆ ଭାବେ ଭୁବନେଶ୍ବର ଧାଇଁଛନ୍ତି। ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ସେ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଏବଂ ଗଂଜାମୀ ଜିଲ୍ଲା କଥା ବୁଝିବାକୁ ବର୍ତ୍ତମାନ ଟାଇଗର ଭାବେ କେହି ନାହାଁନ୍ତି। ସେଥିପାଇଁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇ ଗଂଜାମରେ 2024 ନିର୍ବାଚନର ମଙ୍ଗ ଧରିବେ।

Read More

ନୂଆଦିଲ୍ଲୀ: ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଅବସ୍ଥିତ ୬ଟି ଏମ୍‍ସରେ କ୍ୟାଶ୍‍ଲେସ୍‍ ଚିକିତ୍ସା ସୁବିଧା ବର୍ତ୍ତମାନ ସମସ୍ତ ସିଜିଏଚଏସ୍‍ ହିତାଧିକାରୀ (ଚାକିରି କରୁଥିବା ଏବଂ ପେନସନଭୋଗୀ) ଙ୍କ ପାଇଁ ଉପଲବ୍ଧ ହେବ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଏହି ୬ଟି ଏମ୍‍ସ ଏବଂ ସିଜିଏଚଏସ୍‍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ୬ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏମ୍‍ସରେ ଉପଲବ୍ଧ ରୋଗୀ ସେବା ସୁବିଧା କ୍ୟାଶ୍‍ଲେସ୍‍ ଆଧାରରେ ସିଜିଏଚ୍‍ଏସ୍‍ ହିତାଧିକାରୀଙ୍କୁ ସମ୍ପ୍ରସାରିତ କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହେବ (ସିଜିଏଚ୍‍ଏସ୍‍ ର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ) ଯେଉଁମାନେ ବ୍ୟକ୍ତିଗତ ଫେରସ୍ତ ଦାବି ଦାଖଲ କରିବା ଏବଂ ଅନୁମୋଦନ ଅନୁସରଣ କରିବା କଷ୍ଟକର ହୋଇପଡେ । ସିଜିଏଚଏସ୍‍ ହିତାଧିକାରୀମାନେ ପ୍ରଥମେ…

Read More

ଭୁବନେଶ୍ବର: ଆଜି ମଧ୍ୟ ସାରା ଓଡିଶା ଜଳୁଛି। ସକାଳ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ପୂର୍ବ ଅପେକ୍ଷା ଆଜିର ତାପମାତ୍ରା ବେଶ ଅଧିକ ଥିବାର ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା ଭୁବନେଶ୍ୱର: ୩୮.୬ ଡ଼ିଗ୍ରୀ ସମ୍ବଲପୁର: ୩୮.୪ ଡ଼ିଗ୍ରୀ ଝାରସୁଗୁଡା: ୩୮.୨ ଡ଼ିଗ୍ରୀ ହୀରାକୁଦ: ୩୮ ଡ଼ିଗ୍ରୀ ଚାନ୍ଦବାଲି: ୩୭ ଡ଼ିଗ୍ରୀ ବାଲେଶ୍ୱର: ୩୭ ଡ଼ିଗ୍ରୀ କେନ୍ଦୁଝର: ୩୬.୬ ଡ଼ିଗ୍ରୀ ପୁରୀ: ୩୪.୮ ଡ଼ିଗ୍ରୀ ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ ଗୋପାଳପୁର: ୩୩.୪ ଡ଼ିଗ୍ରୀ

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି ଏବଂ ଓଡ଼ିଆମାନଙ୍କର ଯତ୍ନ ନେବା ପାଇଁ ଓଡ଼ିଶା-ମୋ ପରିବାର ଗଠନ କରିଛନ୍ତି। ବିଭିନ୍ନ ଯୋଜନା ଗୁଡିକ ମଧ୍ୟରୁ ‘ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ‘ ଜନ ସ୍ବାସ୍ଥ୍ୟ କଲ୍ୟାଣ କ୍ଷେତ୍ରରେ ଏକ ସଞ୍ଜିବନୀ ପରି କାର୍ଯ୍ୟ କରୁଛି। ଏହାର ଏକ ସ୍ବତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି ମିଶନ ଶକ୍ତିରେ ଗୋଷ୍ଠି ସହାୟିକା (ସି. ଆର.ପି) ଥିବା ଜନୈକ ମହିଳାଙ୍କ କ୍ଷେତ୍ରରେ। ହଠାତ୍, ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁ ସହ ଲଢେ଼ଇ କରୁଥିଲେ। କିନ୍ତୁ ଓଡ଼ିଶା-ମୋ ପରିବାରର ସହାୟତା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କୁ ନୂଆ ଜୀବନ ଦେଇଛି। ଘଟଣା ଏହିଭଳି, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ମହିଳା ଦମୟନ୍ତୀ ସାମଲ(୪୭ବର୍ଷ) ନିଜେ ରୋଜଗାରକ୍ଷମ ହୋଇ ପରିବାର ଚଳାଇବା ପାଇଁ ମିଶନ ଶକ୍ତିରେ ଯୋଡ଼ି ହୋଇଥିଲେ।ସେ ତାଙ୍କ ସମିତିରେ ମିଶନ ଶକ୍ତି…

Read More

ଭୁବନେଶ୍ବର: ଶେଷରେ ଯେଉଁ ଚର୍ଚ୍ଚା ଜାରୀ ରହିଥିଲା ତାହା ସତ ହେବାକୁ ଯାଉଛି। ଆସନ୍ତାକାଲି ସକାଳ ୯ଟା ୫୦ ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ। ଏ ନେଇ ମୁଖ୍ୟ ଶାସନ ସଚିବ କେତେକ ବିଭାଗକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଶପଥ ଉତ୍ସବ ରାଜଭବନରେ ନ ହୋଇ ଲୋକସେବା ଭବନ ପ୍ରେକ୍ଷାଳୟରେ ହେବ। ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓଡିଶାରେ ପହଞ୍ଚୁଥିବାର ଜଣାପଡିଛି। ସେ କିଛି ଦିନ ଛୁଟିରେ ଥିଲେ। ସେ ଆସନ୍ତାକାଲି ହରିଆନାରୁ ଭୁବନେଶ୍ବର ଆସି କାର୍ଯ୍ୟରେ ଯୋଗ ଦେଇଥାଆନ୍ତେ। ହେଲେ ସେ ଆଜି ଭୁବନେଶ୍ବରରେ ପହୁଞ୍ଚିଥିବାର ଜଣାପଡିଛି। ମୁଖ୍ୟ ଶାସନ ସଚିବ ଜାରୀ କରିଥିବା ଶପଥ ଗ୍ରହଣ ସୂଚୀରେ ରାଜ୍ୟପାଳ ଶପଥ କରାଇବେ ବୋଲି କୁହାଯାଇଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଆଜି ଅପରାହ୍ନ ୩ ଟା ବେଳେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି -୭ ଶିଖର ସମ୍ମିଳନୀ ଅବସରରେ ହିରୋସିମା ଠାରେ ୨୦ ମଇ ୨୦୨୩ ରେ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ୧୪ ଜୁଲାଇ ୨୦୨୩ ରେ ବଷ୍ଟିଲ୍ ଡେ ପାଇଁ ଅତିଥି ଭାବରେ ନିମନ୍ତ୍ରଣ ପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଭୟ ନେତା ବାଣିଜ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ରଣନୀତିକ ଭାଗିଦାରୀରେ ଅଗ୍ରଗତିର ସହିତ ସମୀକ୍ଷା କରିଥିଲେ; ବାଣିଜ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ସହଯୋଗ, ବେସାମରିକ ବିମାନ ଚଳାଚଳ; ନବୀକରଣ ଯୋଗ୍ୟ; ସଂସ୍କୃତି; ପ୍ରତିରକ୍ଷା କ୍ଷେତ୍ରରେ ସହ-ଉତ୍ପାଦନ ଏବଂ ବେସାମରିକ ଆଣବିକ ସହଯୋଗ ସହିତ ସହଭାଗୀତାକୁ ନୂତନ ଡୋମେନରେ ବିସ୍ତାର କରିବାକୁ ସେମାନେ ରାଜି ହୋଇଥିଲେ । ଭାରତର ଜି -୨୦ ଅଧ୍ୟକ୍ଷତାକୁ ଫ୍ରାନ୍ସର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି…

Read More

ନୂଆଦିଲ୍ଲୀ: ଜି -7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା ଠାରେ 20 ମଇ 2023ରେ ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲଦମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୟୁକ୍ରେନ ବିବାଦ ସମଗ୍ର ବିଶ୍ୱ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି। ସେ କହିଛନ୍ତି ଯେ ତାଙ୍କ ପାଇଁ ଏହା ଏକ ରାଜନୈତିକ କିମ୍ବା ଅର୍ଥନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ମାନବିକତାର ଓ ମାନବିକ ମୂଲ୍ୟବୋଧର ପ୍ରସଙ୍ଗ। ଭାରତୀୟ ବିଦ୍ୟାର୍ଥୀମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବାରେ ୟୁକ୍ରେନର ସହଯୋଗକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଛାତ୍ରମାନଙ୍କ ପାଇଁ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁଷ୍ଠାନଗୁଡ଼ିକର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ, ଆଲୋଚନା ଏବଂ କୂଟନୈତିକ ସ୍ତରରେ ଭବିଷ୍ୟତ ପାଇଁ ପଥ ଅନ୍ବେଷଣ ନେଇ ଭାରତର ସ୍ପଷ୍ଟ ସମର୍ଥନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତିର ସମାଧାନ ପାଇଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ…

Read More

ନୂଆଦିଲ୍ଲୀ: ହିରୋସୀମା ଠାରେ ଜି -୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ପ୍ରଧାନମନ୍ତ୍ରୀ ଏଚ୍ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଭାରତ ଗସ୍ତ ପରେ ୨୦୨୩ ରେ ଏହା ଉଭୟ ନେତାଙ୍କ ଦ୍ୱିତୀୟ ବୈଠକ । ମାର୍ଚ୍ଚ ୨୦୨୩ ରେ ପ୍ରଧାନମନ୍ତ୍ରୀ ମୋଦୀ ଉପହାର ଆକାରରେ ଦେଇଥିବା ଅଶ୍ୱସ୍ତ ଚାରାକୁ ହିରୋସୀମାରେ ରୋପଣ ପାଇଁ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ଯେ ଭାରତର ସଂସଦ ପ୍ରତିବର୍ଷ ହିରୋସୀମା ଦିବସ ପାଳନ କରିଥାଏ ଏବଂ ଜାପାନର କୂଟନୀତିଜ୍ଞମାନେ ଏହି ଉତ୍ସବରେ ସର୍ବଦା ଉପସ୍ଥିତ ରହିଥାନ୍ତି। ନେତାମାନେ ସେମାନଙ୍କର ସମ୍ପୃକ୍ତି ଜି-୨୦ ଏବଂ ଜି-୭ ଅଧ୍ୟକ୍ଷତାର ପ୍ରୟାସକୁ ଏକତ୍ର କରିବାର ଉପାୟ ବିଷୟରେ ଆଲୋଚନା କରିଥିଲେ । ଆର୍ଥିକ ଦୃଷ୍ଟିକୋଣରୁ ଦକ୍ଷିଣ ଏସିୟ ଦେଶ ବିକାଶ ର…

Read More

ସୀତାରାମ ଅଗ୍ରୱାଲ ବାଣପୁର : ଜଣେ ଯୁବକଙ୍କୁ ପିଟି ହତ୍ୟା କରିଥିବା ଜାତୀୟ ମାନବାଧିକାର କମିଶନ ବା ଏନଏଚଆରସି ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ଜାତୀୟ ମାନବାଧିକାର କମିଶନ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆସନ୍ତା ଜୁନ୍ ୨୪ ସୁଦ୍ଧା କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ କମିଶନ ଖୋର୍ଦ୍ଧା ଜିଲାପାଳ, ଏସ୍‌ପି ଏବଂ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୪ସପ୍ତାହ ମଧ୍ଯରେ ସବିଶେଷ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବେ। ରିପୋର୍ଟ ପ୍ରଦାନ ରେ ବିଳମ୍ବ ହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଅନୁସାରେ କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶ ଦିଆଯିବ ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା, ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼…

Read More

ଭୁବନେଶ୍ବର: ଓଡିଶା ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ହେବ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି। ଯେତେବେଳେ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତପା ଦେଲେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଲା। ତେବେ ଆଜି ଏହା ଆହୁରି ଦୃଢିଭୂତ ହେବାରେ ଲାଗିଛି। ଆସନ୍ତାକାଲି ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ ବୋଲି କୁହାଯାଉଛି। କେଉଁମାନେ ମନ୍ତ୍ରୀ ହେବେ ସେ ନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି। ସୋମବାର ଦିନ ରାଜ୍ୟପାଳ ଓଡିଶା ଫେରିବାର ଥିଲା। ହେଲେ ସେ ଆଜି ଅର୍ଥାତ ରବିବାର ଦିନ ଓଡିଶା ଫେରୁଛନ୍ତି। ସେଥିପାଇଁ ମନ୍ତ୍ରୀମଣ୍ଡଳ ଚର୍ଚ୍ଚା ଜୋର ଧରିଛି। ଆସନ୍ତାକାଲି ସୋମବାରରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ହେବ ବୋଲି କୁହାଯାଉଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର:-ଦୈନନ୍ଦିନ ଓଡ଼ିଆ ଶ୍ରମିକ ପରିବାର ପ୍ରତିପୋଷଣ ନିମନ୍ତେ ବାହାର ଦେଶକୁ ଯାଉଥିବା ବେଳେ ବିଦେଶରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି।ମାତ୍ର ଦୁର୍ଦିନରେ ସେମାନଙ୍କ ଗୁହାରୀ ଶୁଣିବାକୁ ନା ଅଛନ୍ତି ସରକାର ନା ପ୍ରଶାସନିକ ଅଧିକାରୀ। ଯାହାକି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିରକେଶପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ଛଅମାସ ପରେ ସୁଦୂର ଓମାନରୁ ଫେରିଛି ଶବ। ସ୍ତ୍ରୀ ସ୍ୱାମୀଙ୍କୁ ସାବିତ୍ରୀରେ ପାଇଛି ସତ କିନ୍ତୁ ଶବ ରୂପରେ। ପରିବାର ଲୋକ ପୁରୀ ସ୍ବର୍ଗଦ୍ୱାରରେ ଶବକୁ ଦାହ କରିଛନ୍ତି। ଖବର ମୁତାବକ ବିରକେଶପୁର ଗ୍ରାମର ବାବୁଲି ବିଶ୍ୱାଳ(୪୭) ଦୀର୍ଘ ୧୦ବର୍ଷ ଧରି ସୁଦୂର ଓମାନ ଦେଶରେ ଆଲଦ୍ରାକ ଟ୍ରେଣ୍ଡିଙ୍ଗ ଆଣ୍ଡ ଏଲଏଲସି କମ୍ପାନୀରେ କାର୍ଯ୍ୟକରି ଆସୁଥିଲେ। ଗତ ୨୦୧୯ ମସିହା କରୋନା ସମୟରୁ ଉକ୍ତ କମ୍ପାନୀକୁ କାମ କରିବାକୁ ଯାଇ ବାବୁଲି ଆଉ ଘରକୁ ଫେରି ନଥିଲେ l…

Read More

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ବା Police Recruitment Board ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅତିରିକ୍ତ ଡିଜି ବା ଆଇ.ଜି ପାହ୍ୟାର ଅଧିକାରୀ ରହିବେ ଏବଂ ଅନ୍ୟ ଜଣେ ଡି.ଆଇ.ଜି ବା ଏସ୍‌.ପି ପାହ୍ୟାରେ ରହିବେ। ପୋଲିସ ବିଭାଗରେ ସିପାହୀଠାରୁ ଆରମ୍ଭ କରି ସବ୍‌ ଇନିସ୍‌ପେକ୍ଟର ତଥା ମିନିଷ୍ଟରିଆଲ ଷ୍ଟାଫ ନିଯୁକ୍ତି ଦାୟିତ୍ବ ଏହି ବୋର୍ଡ ସଂପାଦନ କରିବ। ଏହି ସ୍ଥାୟୀ ବୋର୍ଡ ଗଠନ ଦ୍ବାରା ପୋଲିସ ବିଭାଗର…

Read More

ନୂଆଦିଲ୍ଲୀ, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଘରେ ଧନ ପାଇବା ପାଇଁ, ଅନେକ କୈଶଳ କରିବା ପରେ ମଧ୍ୟ ଧନପ୍ରାପ୍ତିର ସମ୍ଭାବନା ରହୁ ନାହୁଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ସମାଧାନ ଆଣିଛୁ ଯାହାକି ଲକ୍ଷ୍ମୀ କୃପା ମିଳିବା ସହିତ ବର୍ଷ ବର୍ଷ ଧରି ଧନ ପ୍ରାପ୍ତିର ସମ୍ଭାବନା ତିଆରି ହେବ। ୧- ଆପଣ ପ୍ରତିଦିନ ଥରେ ଖାଦ୍ୟ ଦାନ କଲେ, ଆର୍ଥିକ ସଙ୍କଟ ରହିବ ନାହିଁ। ୨- ଅଶୋକା ଗଛ ଲଗାଇ ସେଥିରେ ପାଣି ଦେବା ଦ୍ୱାରା ଧନ ବୃଦ୍ଧି ପାଇଥାଏ। ୩- ଯଦି ଆପଣଙ୍କୁ ଘରେ ପୁରୁଣା ଖବରକାଗଜ ଇତ୍ୟାଦି ବାହାର କରିବାକୁ ଚାହାଁନ୍ତି ତେବେ ଆପଣ ଶନିବାର ଦିନ ଘରୁ ବାହାରକୁ ଫିଙ୍ଗି ଦିଆଯିବା ଉଚିତ୍। ୪- ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ବନ୍ଦ ଘଣ୍ଟା ଅଛି, ତେବେ ଏହାକୁ ତୁରନ୍ତ ହଟାନ୍ତୁ .ବନ୍ଦ ଘଣ୍ଟା ଘର ଭିତରକୁ ଆସୁଥିବା…

Read More

ମେଷ- ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ। ଘର ବାହାରେ ଜୀବନ ଖୁସି ହେବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ। ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ। ଚାକିରିରେ…

Read More