Author: thesamikhsya

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ଶ୍ରୀ ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ଉଭୟ ପଣ୍ୟ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶ୍ରୀ ସୁନକର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ଏବଂ ସହଭାଗୀ ଯଥା ଶିଳ୍ପ, ବନ୍ଦର ଏବଂ କର୍ପୋରେଟ୍ ସଂସ୍ଥା ପରି ହିତାଧିକାରୀଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକି ବିଭିନ୍ନ ସହଭାଗୀ ଏବଂ ରେଳବାଇକୁ ଉପକୃତ କରିପାରିବ। ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେସନର ପୁନଃବିକାଶ ପାଇଁ ଚାଲୁରହିଥିବା କାର୍ଯ୍ୟଗୁଡ଼ିକୁ ଶ୍ରୀ ସୁନକର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ…

Read More

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ପାଇଁ ଡକାଯାଇଥିବା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ ଆଗାମୀ ୧୦ବର୍ଷ ପାଇଁ  ଓଡିଶା ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ବୋଲି ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି। ଫଳରେ ଓଡିଶା ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍ ଓଡିଶା ପ୍ରାୟୋଜକ ହେବ। ସେହିପରି ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଆସିବ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩। ସେହିପରି ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ଆସିବ ସଂଶୋଧନ। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆସିବାକୁ ଥିବାବେଳେ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ। ଏ ନେଇ…

Read More

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି। ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା ମାତ୍ର ୪.୬ ଏକ୍ସାବାଇଟ୍। ସେହି ଦୃଷ୍ଟିରୁ ଜିଓର ଉପଲବ୍ଧି କେତେ ବୃହତ ତାହା ସହଜରେ ଅନୁମେୟ। ଭାରତରେ ପ୍ରଥମ ଥର ପାଇଁ କୌଣସି ଟେଲିକମ୍ କଂପାନିର ନେଟ୍‌ୱର୍କରେ ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର ହୋଇଛି। ମାର୍ଚ୍ଚ ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ବ୍ୟବହାର ୩୦.୩ ଏକ୍ସାବାଇଟ୍ ଥିଲା। କଂପାନି ଏହାର ତ୍ରୈମାସିକ ଫଳାଫଳ ଘୋଷଣା ସହିତ ଏହା ପ୍ରକାଶ କରିଛି। ଡାଟା ବ୍ୟବହାର ବୃଦ୍ଧିରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ ପ୍ରମୁଖ ଭୂମିକା ନିର୍ବାହ କରିଛି। ଜିଓ ବ୍ୟବହାରକାରୀମାନେ ଏବେ ମାସିକ ହାରାହାରି ୨୩.୧ ଜିବି…

Read More

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କର ଏକ ସାତଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ଆୟୁକ୍ତ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଭାରତ-ଯୁକ୍ତରାଜ୍ୟ ଅର୍ଥନୈତିକ ସହଯୋଗିତା କାର୍ଯ୍ୟକ୍ରମ ଅଧିନରେ ଯୁକ୍ତରାଜ୍ୟ ସରକାରଙ୍କ ବୈଦେଶିକ ରାଜ୍ୟଗୋଷ୍ଠୀ ଏବଂ ବିକାଶ ଅଫିସ୍‌ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଫ୍‌ସିଡିଓର ଅର୍ଥନୀତି ଓ ବିତ୍ତ ବିଭାଗ ମୁଖ୍ୟ ଆଦମ ଟେଲର, ବିତ୍ତୀୟ ଅପରାଧ ଯୋଗସୂତ୍ର ଅଧିକାରୀ ଜୁଲିଆନ୍‌ ସଲଦାନହା, ରାଜସ୍ୱ ଓ କଷ୍ଟମ ବିଭାଗର ଶ୍ରୀମତୀ ହିରାବତୀ ଗୋଖେଲ ମଧ୍ୟ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ଅନ୍ୟ…

Read More

ଭୁବନେଶ୍ବର: ଅଧିକ ଅମଳ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ଉନ୍ନତ ମାନର ପରୀକ୍ଷିତ ବିହନର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ପ୍ରାମାଣିକ ବିହନ ଯୋଗାଇଦେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଭୁବନେଶ୍ୱରସ୍ଥିତ ରାଜ୍ୟ ବିହନ ପରୀକ୍ଷାଗାରର ସଂପ୍ରସାରଣ ସହିତ ଚାଷୀମାନଙ୍କ ସୁବିଧା ପାଇଁ ନୂତନ କୃଷକନିବାସ ନିର୍ମାଣ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ପୂର୍ବାହ୍ନରେ କୃଷିଭିତ୍ତିକ ମହାନ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ…

Read More

ଭୁବନେଶ୍ୱର: ମଣିପୁରର ରାଜଧାନୀ ଇମ୍ଫାଲଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରୀଷ୍ଣା ଯୋଗ ଦେଇଛନ୍ତି। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧିିତ୍ୱ କରିବା ସହ କ୍ରୀଡାର ବିକାଶ ଓ ଉନ୍ନତି ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପମାନ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରୀଡ଼ା ମହାସମ୍ମିଳନୀରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ମତ ରଖି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟରେ ଅନେକଗୁଡିଏ ବିଶ୍ୱ୍‌ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଏସିଆନ ଆଥଲେଟିକ୍ସ, ହକି ପୁରୁଷ ବିଶ୍ୱ କପ, ଫିଫା ମହିଳା ବିଶ୍ୱକପ ଭଳି ଯେଉଁ ସବୁ ଇଭେଣ୍ଟର ସଫଳ ଆୟୋଜନ କରିବାକୁ ଆମେ ସମର୍ଥ…

Read More

ଭୁବନେଶ୍ବର: ପଞ୍ଜାବର ରୋଡେ ଗ୍ରାମରେ ଥିବା ଗୁରୁଦ୍ୱାରରୁ ଉଗ୍ରବାଦୀ ଅମ୍ରିତପାଲ୍ ସିଂହ କୁ ପଞ୍ଜାବ ପୋଲିସ ୩୬ ଦିନ ପରେ ଗିରଫ କରିଛି । ଖଲିସ୍ଥାନୀ ଆନ୍ଦୋଳନକୁ ଉଷୁକାଉ ଥିବା ଅମ୍ରିତପାଲ୍ “ୱାରିସ ପଞ୍ଜାବ ଦେ” ନାମକ ସଂଗଠନର ମୁଖ୍ୟ ଥିଲା । ବିଦେଶୀ ସହାୟତାଏବଂ ଚାନ୍ଦା ବଳରେ ପଞ୍ଜାବରେ ଖଲିସ୍ଥାନ ଆନ୍ଦୋଳନକୁ ପୁନର୍ଜୀବିତ କରିବାକୁ ଚାଲିଥିବା ଷଡଯନ୍ତ୍ରକୁ ଅମ୍ରିତପାଲ୍ ର ଗିରଫଦାରୀ ପରେ ବଡ ଧକ୍କା ଲାଗିଛି । ପଞ୍ଜାବ ପୋଲିସର ଆଇଜି ଶ୍ରୀ ସୁଖଚୈନ୍ ସିଂହ ଗିଲ୍ ଙ୍କ ପ୍ରଦତ୍ତତଥ୍ୟ ଅନୁସାରେ ପଞ୍ଜାବ ପୋଲିସ ବାହିନୀ ଗୋଇନ୍ଦା ସୂଚନାକୁ ଆଧାର କରି ଅମ୍ରିତପାଲ୍ ରହିଥିବା ଗୁରୁଦ୍ୱାରକୁ ଚାରିପଟୁ ଘେରି ଯାଇଥିଲେ । ଗୁରୁଦ୍ୱାରର ପବିତ୍ରତାକୁ ନଷ୍ଟ ନ କରି ଅମ୍ରିତପାଲ୍ କୁ ଆରେଷ୍ଟ କରାଗଲା । ଏହା ଆମ୍ ଆଦ୍‌ମୀ ପାର୍ଟିସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଭଗୱନ୍ତ ସିଂହ ମାନ୍ ଙ୍କରଏକ ବଡ ସଫଳତା । ଧର‌୍ୟ୍ୟର ସହିତ…

Read More

ଭୁବନେଶ୍ୱର: ପଟିଆସ୍ଥିତ ନବନିର୍ମିତ ଓଡ଼ିଶା ଜଳ ବିଦୁ୍ୟତ୍‌ ନିଗମର ଟ୍ରେନ୍‌ିଂ ହଷ୍ଟେଲ ଓ କମ୍ପ୍ଳେକ୍ସକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଆଜି ପୂର୍ବାହ୍ନରେ ଉଦ୍‌ଘାଟନ କରିଛନ୍ତି। ୩୬୬୨ ବର୍ଗକ୍ଷେତ୍ରରେ ନିର୍ମିତ ଏହି ହଷ୍ଟେଲରେ ୧୨ ଗୋଟି ସିଙ୍ଗଲ ବେଡେଡ୍‌ ବିଶିଷ୍ଟ ରୁମ୍‌, ୧୨ ଗୋଟି ଡବଲ ବେଡେଡ୍‌ ରୁମ୍‌, କାଫେଟେରିଆ, ବହୁମୁଖୀ ଉପଯୋଗୀ ହଲ୍‌, କନ୍‌ଫରେନ୍ସ ହଲ୍‌ ଓ ଅନ୍ୟାନ୍ୟ ସୁବିଧା ଉପଯୋଗୀ ଏହି ହଷ୍ଟେଲ ନିର୍ମିତ ହୋଇଛି। ପୁରାତନ ଓଏଚ୍‌ପିସି ଟ୍ରେନିଂ ସେଣ୍ଟର ସଂଲଗ୍ନ ଏହି ପାଞ୍ଚ ମହଲା ବିଶିଷ୍ଟ ନବନିର୍ମିତ ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ତିଆରି ହୋଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଓଏଚ୍‌ପିସି ରାଜ୍ୟର ବିଦୁ୍ୟତ ଚାହିଦାର ୨୫ ପ୍ରତିଶତ ବହନ କରୁଅଛି। ପିକ୍‌ ଆୱାରବେଳେ ୧୫୦୦-୧୬୦୦ ମେଗାୱାଟ୍‌ ବିଦୁ୍ୟତ୍‌ ଓଏଚ୍‌ପିସି ଯୋଗାଣ କରୁଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କା ଲାଭ ଅର୍ଜନ…

Read More

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍‌ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍‌ଏସ୍‌ଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ)ର ଛାତ୍ରଛାତ୍ରୀମାନଙ୍କ ସହ ଜାତୀୟ ଜନ ସମ୍ପର୍କ ଦିବସ ପାଳନ କରାଯାଇଛି। ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଆଂଚଳିକ ନିର୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ, ବିଜିୟୁର କୁଳପତି ପ୍ରଫେସର ପି ପି ମାଥୁର ଓ ରେଜିଷ୍ଟ୍ରାର ପ୍ରଫେସର ବି କେ ଦାସ ଚଳିତ ବର୍ଷ ଜାତୀୟ ଜନ ସମ୍ପର୍କ ଦିବସର ବିଷୟବସ୍ତୁ “ଜି୨୦ ଓ ଭାରତୀୟ ମୂଲ୍ୟବୋଧ: ଲୋକ ସମ୍ପର୍କ ଦୃଷ୍ଟିକୋଣ” ଉପରେ ସେମାନଙ୍କ ମତ ରଖିଥିଲେ। ବୈଠକରେ ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଛାତ୍ରଛାତ୍ରୀ ଓ ପିଆର୍ ପ୍ରଫେସନାଲ୍‌ମାନଙ୍କୁ ସମ୍ବୋଧିତ କରି ପ୍ରଫେସର ମୃଣାଳ ଚାଟାର୍ଜୀ କହିଥିଲେ ଯେ, “ଜନ ସମ୍ପର୍କର ମୂଳ ସିଦ୍ଧାନ୍ତ ଭାରତୀୟ ମୂଲ୍ୟବୋଧ ସହିତ ଯୋଡ଼ିହୋଇରହିଛି। ସହନଶୀଳତା, ସଂହତି, ନୈତିକତା ଓ ସେବା ଭଳି ଭାରତୀୟ ମୂଲ୍ୟବୋଧ ହେଉଛି ଜନ…

Read More

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିବସ । ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Read More

ବାଣପୁର: ଖୋର୍ଦ୍ଧା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ମାତିଛନ୍ତି ନିଶା ବେପାରି। ମଦ, ଗଞ୍ଜେଇ,ଜୁଆ ଖେଳ ରେ ବହୁ ପରିବାର ଭାଙ୍ଗୁଥିବା ବେଳେ ଆଇନ କୁ ଖାତିର କରୁନାହାନ୍ତି ନିଶା ବେପାରି। ଆଜି ବାଣପୁର ଥାନା ଅଞ୍ଚଳରୁ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବାଣପୁର ରୋଡ ମା ମେଘାମ୍ବରୀ ମନ୍ଦିର ସମ୍ମୁଖରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ମାଡି ବସିଛି ଅବକାରୀ। ଅଭିଯୁକ୍ତ ଜଣକ ନହରଡ଼ିହ ଗ୍ରାମର ପ୍ରକାଶ ଚନ୍ଦ୍ର ପଣ୍ଡା (62) l ତାଙ୍କ ନିକଟରୁ 4 କେଜି 200 ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ଓ ଟିମ ସାମିଲ ଥିଲେ।

Read More

ଭୁବନେଶ୍ବର: ପ୍ରାଣୀମାନଙ୍କ ପ୍ରତି କିପରି ଧ୍ୟାନ ଦିଆଯାଏ ସେ ନେଇ ବିଏମସିରେ ଆଳାପ ପ୍ରାଣୀ କଲ୍ୟାଣ ତରଫରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ସାଲେପୁର ଏସଏସଡବ୍ଲୁ କଲେଜ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ସମାଜସେବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ବିଏମସି ପ୍ରାଣୀମାନଙ୍କ କଲ୍ୟାଣ ପାଇଁ କି ପ୍ରକାରର ଯୋଜନା କରିଛି ସେ ନେଇ ଆବଗତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ବିଏମସି ତରଫରୁ କୁକୁର ବନ୍ଦ୍ୟାକରଣ ଏବଂ ଥଇଥାନ ଉପରେ କି ପ୍ରକାରର ପଦକ୍ଷେପ ନିଆଯାଇଛି ତାହା ଉପରେ ଅବଗତ କରାଯାଇଥିଲା।ଏଥିରେ ବିଏମସିର ଗୋଶାଳା ସଂପର୍କରେ ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପଶୁପ୍ରେମୀ ତଥା କ୍ରିଷ୍ଣା ଗୋଶାଳାର ଅମୁଲ୍ୟ ନାୟକ, ସାଲେପୁର କଲେଜର ସ୍ବାତୀ ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଶ୍ବଭୂଷଣ ଘଡେଇ ଏବଂ ଆଳାପ ତରଫରୁ ଡ. ଦିଲ୍ଲୀପ ମିଶ୍ର ପରିଚାଳନା କରିଥିଲେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା। ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା। ଏହି ପରି ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଲେ। ସୂଚନାଯୋଗ୍ୟ ଯେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁ ନାହିଁ । ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଏହି ଅବସରରେ ଉପସ୍ଥିତ ଚାଷୀ ବନ୍ଧୁ ଏବଂ ଭିଡିଓ କନଫ୍ରେସିଂ ଜରିଆରେ ଯୋଡି ହୋଇଥିବା…

Read More

ପିପିଲି: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓଡିଶାର ପାରଂପାରିକ ପର୍ବରେ ନିଜକୁ ସାମିଲ କରାଇଛନ୍ତି। ଗତକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ମିଥୁନ ଚକ୍ରବର୍ତ୍ତୀ ପିପିଲିରେ ହଳ ବୁଲାଇ ଧାନ ବୁଣିଛନ୍ତି। ସେ ପିପିଲିର ଲକ୍ଷ୍ମୀନାରାୟଣପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ମିଥୁନ ଚକ୍ରବର୍ତ୍ତୀ ମୁଣ୍ଡରେ ଗାମୁଛା ଭିଡି ଓଡିଆ ଚାଷୀପୁଅ ପରି ଧାନ ବୁଣିଥିଲେ। ତାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶଙ୍କର ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆର୍ଶିତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।

Read More

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟର ଶଙ୍ଖ ଭବନ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ତେବେ ଏହି ନୂଆ ଅଫିସକୁ ନେଇ ରାଜ୍ୟ ରାଜନୀତିରେ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ହେଉଛି ତଥାଗତ ଶତପଥୀଙ୍କୁ ନେଇ। ଏହି ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ବର୍ତ୍ତମାନ ବିଜେଡିରେ ନାହିଁନ୍ତି। ଗତ ସାଧାରଣ ନିର୍ବାଚନ ବେଳେ ସେ ଆଉ ରାଜନୀତି କରିବେ ନାହିଁ ଘୋଷଣା କରି ତାଙ୍କର ପାରଂପାରିକ ଆସନ ଢେଙ୍କାନାଳରୁ ଟିକେଟ ନେଇ ନ ଥିଲେ। ତାପରଠାରୁ ସେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି। ହେଲେ ହଠାତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତଥାଗତଙ୍କ ବିଜେଡି କାର୍ଯ୍ୟାଳୟରେ ଆର୍ବିଭାବ ସମସ୍ତଙ୍କୁ ଚକିତ କରିଦେଇଛି। ସେଠାରେ ଉପସ୍ଥିତି ସାମ୍ବାଦିକ ଏବଂ ନେତାମାନେ ଭାବି ନେଲେ ଯେ, ତଥାଗତ ପୁଣି ଦଳକୁ ଫେରି…

Read More

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ସବରେଜିଷ୍ଟ୍ରାର ଅଫିସରେ ଉତ୍ତେଜନ ସୃଷ୍ଟି ହୋଇଛି। ମୁଖ୍ୟତଃ ଓକିଲ ଏବଂ ଲୋକେ ଆନ୍ଦୋଳନ କରିଛନ୍ତି। ଲାଞ୍ଚ ନ ଦେଲେ କୌଣସି ଜମି ଦଲିଲ ପ୍ରଦାନ କରାଯାଉ ନାହିଁ। ଏପରିକି ଖୋର୍ଦ୍ଧା ସବରେଜିଷ୍ଟ୍ରାରଙ୍କ ନାମରେ ଏକ ସାଘାଂତିକ ଅଭିଯୋଗ ହୋଇଛି। ସେ ଦଲିଲ ପ୍ରଦାନ ପାଇଁ ଜଣେ ଓକିଲଙ୍କଠାରୁ ତିନି ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ମଧ୍ୟ ତାହାର ଦଲିଲ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଉ ନାହିଁ। ଘଟଣାରୁ ଜଣାପଡିଛି ଯେ, ପଟିଆ ମୌଜାର ଏକ ଜମି ଦଲିଲ ପ୍ରଦାନ ପାଇଁ ସବରେଜିଷ୍ଟ୍ରାର ଜଣେ କର୍ମଚାରୀଙ୍କ ମାଧ୍ୟମରେ ତିନି ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି। ହେଲେ ସେ ଏ ପର୍ଯ୍ୟନ୍ତ ଦଲିଲ ରିଲିଜ କରୁ ନାହାଁନ୍ତି। ଏପରିକି ସ୍ଲଟ ବୁକିଂ ହୋଇଥିଲେ ମଧ୍ୟ ତାହାର ସମାଧାନ ହେଉ ନାହିଁ। ଏ ନେଇ ବରିଷ୍ଠ ଓକିଲ ଲିଙ୍ଗରାଜ ମିଶ୍ର ଓ ସୁଶାନ୍ତ ମିଶ୍ର ରାଜସ୍ବ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ…

Read More

ଭୁବନେଶ୍ବର: ଆଜି କାଳବୈଶାଖୀ ହେବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଚେତାବନୀ ଦେଇଛି। କାଳବୈଶାଖୀ ସକାଶେ ଅରେଞ୍ଜ ଚେତାବନୀ ଦିଆଯାଇଛି। ଫଳରେ ଆଜି ଅର୍ଥାତ ୨୩ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝଡ-ପବନ ହେବ। ଘଣ୍ଟା ପ୍ରତି ୪୦ ରୁ ୫୦ କିମି ହେବାର ସମ୍ଭାବନା ରହିଛି। ସେହିପରି ୨୪ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ପବନ ପ୍ରବାହିତ ହେବ। ଏହାଦ୍ବାରା ପ୍ରାୟ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜୁ ଜନତାଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଶଙ୍ଖ ଭବନରୁ ଓଡିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ଭଲ ପାଉଥିବା ଓଡିଶାର ବିକାଶ ପାଇଁ , ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ। ଏହା ହେବ ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ଭବନ। ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡିଶା ବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ୧୯୯୭ ଥିଲା, ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ। ବିଜୁ ବାବୁଙ୍କ ଆଦର୍ଶ,…

Read More

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ଉଦଘାଟିତ ହେବ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ। ଯାହାର ନାମ ରହିଛି ‘ଶଙ୍ଖ ଭବନ’। ଓଡ଼ିଶାରେ କ୍ରମାଗତ ପଞ୍ଚମ ଥର ପାଇଁ ଶାସନ କ୍ଷମତାରେ ରହିବା ପରେ ଦଳ ନିର୍ମାଣ କରିଛି ଏହି ନୂଆ ପାର୍ଟି ଅଫିସ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଦୁଇ ଦଶନ୍ଧୀ ଧରି ୟୁନିଟ୍-୬ ସ୍ଥିତ ଏକ ସରକାରୀ କ୍ୱାଟର୍ସ ଥିଲା ଦଳୀୟ କାର‌୍ୟ୍ୟାଳୟ। ଏବେ ସେହି ଜାଗାରେ ଦୁଇଟି କ୍ୱାଟର୍ସକୁ ମିଶାଇ ଅଫିସ ବିଲଡିଂ ନିର୍ମାଣ ହୋଇଛି। ବିଜେଡିର ନବନିର୍ମିତ କୋଠାରେ ଓଡ଼ିଶାର ପାରମ୍ପରିକ ଛାପ ଦିଆଯାଇଛି। ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି। ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍। ଏଥିରେ ୨୦୦୦ ଲୋକ ବସିପାରିବେ। ଏହାକୁ ଲାଗି ୨୫୦ ଆସନ…

Read More

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆଲୋଚନା ଅନୁଯାୟୀ ଆସନ୍ତା ୨୩ ତାରିଖ ଦିନ ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ଦାସ ମଠରେ ପୂର୍ବାହ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଦିନ ସନ୍ଧ୍ୟାରେ ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଲି ଗ୍ରାମରେ ଜୟଦେବଙ୍କ ସଂପର୍କରେ ଏକ ସାଧାରଣ ସଭା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସଭାରେ ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ଜନତା ଓ ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କ ନିମନ୍ତେ ପାନୀୟ ଜଳ, କାର୍ଯ୍ୟକ୍ରମ ସ୍ଥଳୀରେ ସ୍ୱଚ୍ଛତା ଆଦି ଆନୁଷଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ସ୍ଥାନୀୟ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସଂକୀର୍ତ୍ତନ ପରିକ୍ରମା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଓଡ଼ିଆ ଭାଷା,…

Read More

ଭୁବନେଶ୍ବର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଆଜି ଅପରାହ୍ଣରେ ଲୋକସେବା ଭବନ ସ୍ଥିତ କନଭେନ୍ସନ୍ ସେଣ୍ଟର ଠାରେ ସିଭିଲ ସର୍ଭିସ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଭାଗରେ କାର‌୍ୟ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ପୁଲିସ୍ ସେବା ଅଧିକାରୀ, ଓଡିଶା ପ୍ରଶାସନିକ ସେବା ଅଧିକାରୀ ଓ ଅନ୍ୟ ସମସ୍ତ ପ୍ରଶାସନିକ ସେବା ଅଧିକାରୀମାନେ ଯୋଗ ଦେଇଥିଲେ। ସମାବେଶରେ ମୁଖ୍ୟ ଅତିଥିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସମାବେଶରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମର ସମ୍ବିଧାନ ଅନୁସାରେ ନାଗରିକମାନେ ହେଉଛନ୍ତି ଦେଶ ନିର୍ମାଣର ପ୍ରମୁଖ କ୍ଷେତ୍ର ଏବଂ ସେଥିପାଇଁ ସେମାନେ ଶାସନର କେନ୍ଦ୍ରବିନ୍ଦୁ ହେବା ଦରକାର। ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଦାୟିତ୍ୱର ସହ ନାଗରିକମାନଙ୍କର କଲ୍ୟାଣକୁ ଗୁରୁତ୍ୱ ଦେବା । ବ୍ୟବସ୍ଥାରେ କେବଳ ଲକ୍ଷଣଗୁଡ଼ିକର ଚିହ୍ନଟ ପରିବର୍ତ୍ତେ ସମସ୍ୟାର ମୂଳ କାରଣଗୁଡିକ ଖୋଜି…

Read More