ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ। ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି। ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ୍.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା। ପୂର୍ବରୁ ନିଗମର…
Author: thesamikhsya
ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏ ନେଇ ପ୍ରଥମ ରାଜ୍ୟସ୍ତରୀୟ କମିଟି ବୈଠକ ଗୁରୁବାର ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ବିଷୟରେ ଆଲୋଚନା କରାଯାଇଥିଲା।ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀଙ୍କ ତାଲିକାକୁ ବୈଠକରେ ଉପସ୍ଥାପିତ କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଶ୍ରୀମତୀ ଅଶ୍ୱଥୀ ଏସ୍ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ଅଶ୍ୱଥୀ କହିଥିଲେ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଶା କରାଯାଉଛି ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିବ। ରାଜ୍ୟ ସ୍ତରରେ ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ…
ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଏହି ଦିନ ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ବଡଭାଇଙ୍କ ଜନ୍ମ ଉତ୍ସବ ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ। ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି। ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା…
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଫିଚର ଫିଲ୍ମ ଜୁରି କେତନ ମେହେଟ୍ଟା କହିଛନ୍ତି ଯେ ଆର ମାଧବନଙ୍କ ନିର୍ଦ୍ଦେଶିତ ‘ରକେଟ୍ରି- ଦ ନାମ୍ବି ଇଫେକ୍ଟ’ 2021 ବର୍ଷ ପାଇଁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବରେ ବିବେଚିତ ହୋଇଛି। ସେହିପରି ପୁଷ୍ପା ଚଳଚିତ୍ର ପାଇଁ ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି ଯେ ଆଲିଆ ଭଟ୍ଟ ଏବଂ କ୍ରିତି ସାନୋନ୍ ଉଭୟ ‘ଗାଙ୍ଗୁବାଇ କାଠିଆୱାଡି’ ଏବଂ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ସେ କହିଛନ୍ତି, ପଲ୍ଲବୀ ଯୋଶୀ ‘କାଶ୍ମୀର ଫାଇଲ’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପାଇବେ ଏବଂ ପଙ୍କଜ ତ୍ରିପାଠୀଙ୍କୁ ‘ମିମି’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିବ। ଶ୍ରୀ ମେହେଟ୍ଟା କହିଛନ୍ତି, ଶ୍ରେଷ୍ଠ ମନୋରଞ୍ଜନ ଯୋଗାଉଥିବା ଶ୍ରେଷ୍ଠ ଲୋକପ୍ରିୟ…
ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପ ଗୂଡିକ ଧାର୍ଯ୍ୟ ସମୟ ସୀମା ଏବଂ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ବାନ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରିବା ସହିତ କହିଲେ ଯେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁ ଦାୟିତ୍ବ। ପ୍ରକଳ୍ପ ସମ୍ପୁର୍ଣ୍ଣ ପାଇଁ ଡିଭିଜନ ମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ। ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧିୟ ସମସ୍ତ ଅଭିଯୋଗ ଗୁଡିକର ତ୍ବରିତ ସମାଧାନ ପୂର୍ବକ ଏହାର ରିପୋର୍ଟ ବିଭାଗରେ ପହଞ୍ଚିବା ଆବଶ୍ୟକ। ଏଣିକି ଏ ଦିଗରେ ବିଭାଗୀୟ ଯନ୍ତ୍ରୀମାନେ ସମସ୍ତ…
ଭୁବନେଶ୍ବର: ଓଡିଆ ଚଳଚିତ୍ର ପ୍ରତୀକ୍ଷା କୁ ମିଳିବ ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର। ଆଜି ନୂଆଦିଲ୍ଲୀରେ ଘୋଷଣା କରାଯାଇଥିବା ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ଏହା କୁହାଯାଇଛି। ଏହି ଚଳଚିତ୍ରଟି ରଜତ କମଲ ପୁରସ୍କାର ପାଇବ। ଏଥିସହିତ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଯୋଜନା ସଂସ୍ଥାକୁ ପ୍ରଦାନ କରାଯିବ। ଏହି ପୁରସ୍କାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ତରଫରୁ ନିର୍ମିତ ପ୍ରତୀକ୍ଷା ଚଳଚିତ୍ରଟିର ନିର୍ଦ୍ଦେଶକ ହେଇଛନ୍ତି ଅନୁପମ ପଟ୍ଟନାୟକ। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ‘ପ୍ରତୀକ୍ଷା’ର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ରହିଛନ୍ତି। ‘ପ୍ରତୀକ୍ଷା’ରେ ଦୀପନ୍ବିତା ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର…
ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍, ଉଦ୍ୟୋଗୀ ତଥା ଲେଖକ ଶ୍ରୀ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ନିକଟରେ ଶ୍ରୀ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନିୟୁୟର୍କ ସହରର ଟାଇମ୍ସ ସ୍କୋୟାର ଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକର ଏକ ପ୍ରତିରୂପ ସ୍ଥାପନ କରି ଚର୍ଚ୍ଚାର ଅଛନ୍ତି। ଏହି ଆଲୋଚନା ସମୟରେ ଶ୍ରୀ ଖାନ୍ନା ଓଡିଶାର କଳା, ସ୍ଥାପତ୍ୟ, ସଂସ୍କୃତି, ଐତିହ୍ୟ ଓ ଖାଦ୍ୟ ପରମ୍ପରାର ଉଚ୍ଚପ୍ରଶଂସା କରିଥିଲେ। ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ ସମୟରେ ତାଙ୍କର ସୁଖଦ ଆଧ୍ୟାତ୍ମିକ ଅନୁଭୂତି ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ। ବିକାଶ କ୍ଷେତ୍ରରେ ଓଡିଶା ଦ୍ରୁତ ଅଗ୍ରଗତି କରୁଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ ଓ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ତଥା ମାନବବାଦୀ ଚିନ୍ତାଧାରାର ଉଚ୍ଚପ୍ରଶଂସା କରିଥିଲେ। କୋଣାର୍କ ଚକ୍ର ବିଶ୍ବ ଏକତାର ପ୍ରତୀକ ବୋଲି ସେ ମତ…
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦିନେ 5T ସଚିବଙ୍କ ବିରୋଧରେ ଗର୍ଜ୍ଜନ କରୁଥିଲେ। ସେ କାହିଁକି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେତିକି ନୁହେଁ ତାଙ୍କୁ ଜଣେ ନିମ୍ନ ଅଧିକାରୀ ବୋଲି କହି ତାଙ୍କ ବିରୋଧରେ କେନ୍ଦ୍ରରେ ଅଭିଯୋଗ ଆଣିଥିଲେ। ସେହି ଆଧାରରେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗରୁ ନାମ ନ ଥିବା ଏକ ଚିଠି କାର୍ଯ୍ୟାନୁଷ୍ଠାନ ନେବାକୁ ଆସିଲା। ହେଲେ ଏହାପରେ ସବୁ ବନ୍ଦ। ବିରୋଧୀ ଭାବି ଥିଲେ ଯେ ସାଂସଦ ଅପରାଜିତା 5T ସଚିବ ପାଣ୍ଡିଆନଙ୍କ ବିରୋଧରେ ଏପରି କଲେ ତାଙ୍କ ଜିଲ୍ଲା ଗସ୍ତ ବନ୍ଦ ହୋଇଯିବ। ହେଲେ ବନ୍ଦ ନୁହେଁ ବରଂ ଅପରାଜିତାଙ୍କ ଅଭିଯୋଗ ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ବଢିବାକୁ ଲାଗିଲା। ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେ ବଡ ସଭା କରୁଥିଲେ। ଏହାପରେ ସେ ତିନି ଚାରିଟି ସ୍ଥାନରେ ଜନସଭା କରିବାକୁ ଲାଗିଲେ। ପୂର୍ବରୁ ଜିଲ୍ଲା ସ୍ତରୀୟ…
ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିିତ ଜାତି ଓ ଜନଜାତି ବିଭାଗର ଏକ ମିଳିତ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଖିଳ ଭାରତ କଂଗ୍ରେସ କମିଟି ଏସ୍.ସି.,ଏସ୍.ଟି., ଓ.ବି.ସି ଓ ସଂଖ୍ୟାଲଘୁ ବିଭାଗର ସଂଯୋଜକ ଶ୍ରୀ କେ. ରାଜୁ କହିଲେ ଯେ, ଓଡ଼ିଶାର ୧୪୭ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସଂରକ୍ଷିତ ଥିବା ୫୭ ଟି ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ନେତୃତ୍ୱ ବିକାଶ ମିଶନ ଗଠନ କରାଯାଇଛି । ୩୩ ଗୋଟି କଂଗ୍ରେସ ସାଂଗଠାନିକ ଜିଲ୍ଲାର ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନେତୃତ୍ୱ ବିକାଶ କମିଟି ଗଠନ କରାଯିବା ପାଇଁ ଶ୍ରୀ ରାଜୁ ପ୍ରକାଶ କରିଥିଲେ । ଏହି କମିଟି ଗୁଡ଼ିକ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ…
ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା ରାଜ୍ୟର ଅର୍ଥନୈତିକ ଗତିପଥକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଇଛି। ଓଡ଼ିଶା ସରକାର ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ସହଯୋଗୀ ସମନ୍ୱୟ ବୃଦ୍ଧି ପାଇବାରେ ଲାଗିଛି, କାରଣ ଆଜିର ଏହି ବୈଠକରେ ସମୁଦାୟ ୮୭୩.୫୭ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହିତ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୨୫୧୬ ଜଣଙ୍କ ପାଇଁ ନିଯୁକ୍ତିର ନୂତନ ମାର୍ଗ ଖୋଲିବାକୁ ଯାଉଛି, ଯାହା ନିବେଶ ପାଇଁ ଏକ ଚୁମ୍ବକ ଭାବରେ ରାଜ୍ୟର ପ୍ରତିଷ୍ଠାକୁ ସୁଦୃଢ଼ କରିବ। ଏସଏଲଏସ୍ଡବ୍ଲ୍ୟୁସିଏରେ ଅନୁମୋଦନ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରୁ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ର କମ୍ପ୍ରେସ୍ଡ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଜିଲ୍ଲା କଲେଜ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ସେ ୬୬.୭୫ କୋଟି ଟଙ୍କା ବ୍ୟୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୧୦୮ଟି ଶିକ୍ଷା ଅନୁଷ୍ଠାନକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ୭୦ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୩୮ ଡିଗ୍ରୀ କଲେଜ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି। ‘ନୂଆ ଓଡିଶା’ ସୃଷ୍ଟି ଏବଂ ରାଜ୍ୟର ପରିବର୍ତ୍ତନ ଦିଗରେ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରକୁ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରତିପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀମାନେ ‘ନୂଆ ଓଡିଶା’ ତିଆରି କରିବାରେ ମୁଖ୍ୟ ଶକ୍ତି ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଉଚ୍ଚ ଲକ୍ଷ୍ୟ ଏବଂ ତାହାକୁ ହାସଲ କରିବାକୁ କଠିନ ପରିଶ୍ରମ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ…
ଭୁବନେଶ୍ବର: ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଟେଲିଯୋଗାଯୋଗ ଆଦି ଅନେକ ମୌଳିକ ସେବା ସୁବିଧାରେ ଉପଲବ୍ଧ ହେଉଛି। ରୂପାନ୍ତର ପ୍ରକ୍ରିୟାରେ ସ୍ବାଭିମାନ ଅଞ୍ଚଳ ତ୍ବରିତ ଗତିରେ ଆଗକୁ ବଢୁଛି। ସ୍ବାଭିମାନ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସେତୁ ଯୋଜନା (Socio Economic Transformation & Upliftment) ମଧ୍ୟ ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେଇ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ବ୍ଲକ୍ରେ ୩ଟି ବୃହତ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସେଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ। ଗମନାଗମନର ସୁବିଧା…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ ଆସୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ତେବେ ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ ବହୁ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇଛି। ସେ କେବଳ ନାଚୁଣୀରେ ଏକ ଘଣ୍ଟା ପାଇଁ ଜନ ଅଭିଯୋଗ ସଭାରେ ଯୋଗ ଦେଇ ଫେରିଯିବେ। ଏଥି ନିମନ୍ତେ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ପଡିଆରେ ନିର୍ମାଣ ଚାଲିଛି ବିରାଟ ଅସ୍ଥାୟୀ ମଞ୍ଚ। ପାଖାପାଖି 25 ହଜାର ଜନସମାଗମ ଲକ୍ଷ୍ୟ ରଖାଯାଇ ଚାଲିଛି ଏହି ପ୍ରସ୍ତୁତି। ଜିଲ୍ଲା ପ୍ରଶାସକ ତଥା ବିଜେଡି ପ୍ରତିନିଧିମାନେ ପ୍ରସ୍ତୁତି କାର୍ଯ୍ୟରେ ଅଛନ୍ତି। ଆଜି ଅପରାହ୍ନରେ ନାଚୁଣୀ ହାଇସ୍କୁଲ ପଡିଆରେ ପହଞ୍ଚିଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ସଭାସ୍ଥଳରେ ବିଭିନ୍ନ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରିଛନ୍ତି। ଆସନ୍ତାକାଲି ଯେପରି 5T ସଚିବଙ୍କ ଗସ୍ତରେ କୌଣସି ତ୍ରୁଟି ନ ହୁଏ ସେଥି ନିମନ୍ତେ ସେ ପୋଲିସ ଓ ପ୍ରଶାସନ ସହ ଆଲୋଚନା…
ଭୁବନେଶ୍ବର: ସେ ବିଡିଓ ଥିଲେ। କାମ ନ ହୋଇ ପ୍ରାୟ 25 ଲକ୍ଷ ଟଙ୍କା ବିଲ କରିଦେଇଥିଲେ। ଏ କଥା ଜଣାପଡିବା ପରେ ସେ ହୋଇଗଲେ ଫେରାର। ଆଠ ବର୍ଷ ଧରି ଫେରାର ହେବା ପରେ ଆଜି ନୂଆ ଦିଲ୍ଲୀରେ ମାଡିବସିଛି ଭିଜିଲାନସ। ସେ ହେଉଛନ୍ତି କୋରାପୁଟ ନାରାୟଣପାଟଣା ର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ। ରମେଶଙ୍କୁ ଧରିବା ପରେ ଭିଜିଲାନସ ସ୍ଥାନୀୟ ପଟିୟାଲା କୋର୍ଟରେ ହାଜର କରାଇ ରିମାଣ୍ଡରେ ଭୁବନେଶ୍ବରକୁ ଆଣୁଛନ୍ତି। ସେ ଏହି ଆଠ ବର୍ଷ ଭିତରେ ବହୁ ସ୍ଥାନ ପରିବର୍ତ୍ତନ କରି ଲୁଚି ରହିଥିଲେ। ସେ ଆସାମର ଥିବା ଖବର ପାଇଁ ଭିଜିଲାନସ ଧରିବା ପାଇଁ ସେଠାକୁ ଯାଇଥିଲେ। ହେଲେ ସେ ଜାଣିପାରି ସେଠାରୁ ଖସି ପଲେଇଗଲେ। ସେଠାରୁ ସେ ଦିଲ୍ଲୀ ଆସୁଥିବାର ଜାଣି ଭିଜିଲାନସ ସେଠାରେ ଛକି ରହି ଧରିଥିଲା।
ଭୁବନେଶ୍ବର: ଏଥର ଓଡିଶାରେ କଂଗ୍ରେସ ଆସିବ। ଏହିପରି ନାରା ଦେଉଥିବା ଓଡିଶା କଂଗ୍ରେସ ପାଇଁ ଲାଗିଛି ଏକ ବଡ ଧକ୍କା। କାରଣ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ହେଲେ ଦୁଃଖର କଥା ସେଥିରେ ଓଡିଶାର କୌଣସି ନେତାଙ୍କ ନାମ ନାହିଁ। କେବଳ ଭକ୍ତ ଦାସଙ୍କୁ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟରେ ସ୍ଥାନିତ କରାଯାଇଛି। ହେଲେ କାର୍ଯ୍ୟକାରୀ କମିଟରେ କେହି ନାହାଁନ୍ତି। ଫଳରେ ଓଡିଶା କଂଗ୍ରେସ ପ୍ରତି କେନ୍ଦ୍ର କଂଗ୍ରେସ କେତେ ଗୁରୁତ୍ବ ଦେଉଛି ତାହା ବୁଝି ହେଉଛି। ଗତକାଲି ପ୍ରକାଶିତ ନୂଆ ତାଲିକାରେ କଂଗ୍ରେସ କାର୍ଯ୍ୟକାରୀ କମିଟ ବା ସିଡବ୍ଲୁସି ରେ ୩୯ ଜଣ ସଦସ୍ୟ ରହିଛନ୍ତି। ଏହି କମିଟକୁ ଖୋଦ ସଭାପତି ଖାର୍ଗେ ମନୋନିତ କରି ନିଯୁକ୍ତ ଦେଇଛନ୍ତି। ଏହି କମିଟ ହେଉଛି ଦଳର ସର୍ବୋଚ୍ଚ କମିଟ। ଏହିମାନେ ନୀତି ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ ଏହି କମିଟରେ ଖୋଦ ସଭାପତି ସହିତ ରାହୁଳ…
ଭୁବନେଶ୍ବର: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ। ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ଏ ସଂପର୍କରେ ଲୋକକଳା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ମିଳିତ ଉପସ୍ଥିତିରେ ଭର୍ଚ୍ୟୁଆଲ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ଯୋଗ ଦେଇଥିଲେ। ସେହିଭଳି ଗତକାଲି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ଟି ସଚିବ V.K.Pandian ଝାରସୁଗୁଡା ଜିଲ୍ଲା ଗସ୍ତକରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏଥିସହିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ପାଣ୍ଡିଆନ୍ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ସେ ବ୍ରଜରାଜନଗରର ରାମଚଣ୍ଡି ମନ୍ଦିର ଏବଂ ଲାଇକେରାର ଜାଙ୍ଗା ଲିଙ୍ଗ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ସେ ସେବାୟତ, ଟ୍ରଷ୍ଟି ସଦସ୍ୟ ତଥା ଜନସାଧାରଣଙ୍କ ସହ ମନ୍ଦିରର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଏଥିସହିତ ଭକ୍ତଙ୍କ ପାଇଁ ଉନ୍ନତ ସୁବିଧା, ମନ୍ଦିରର ରୂପାନ୍ତରଣ ତଥା ବିଭିନ୍ନ ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକଙ୍କ ସୁବିଧା ସଂପର୍କରେ ସେ ବିଭିନ୍ନ ପରାମର୍ଶ ଗ୍ରହଣ କରିଥିଲେ। ଏ ସବୁର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମଣପୁର ବ୍ଲକର ଚାଲୁଥିବା ଦୁଇଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ମଧ୍ୟ Pandian କରିଥିଲେ।…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୯ ତମ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟଳୟ ଠାରେ କଂଗ୍ରେସ ଭବନ ଠାରେ ନେତୃବୃନ୍ଦ ରାଜୀବଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, କିଶୋର ଜେନା, ଭୂଜବଳ ମାଝୀ, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ…
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଦଳ ଆଜି ତାହାର ସର୍ବୋଚ୍ଚ କର୍ମକର୍ତ୍ତା ସଦସ୍ୟଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ଭାବେ ମଲ୍ଲିକାର୍ଜୁନ ଖାର୍ଗେ ନିର୍ବାଚିତ ହେବା ପରେ ସେ ଏହି ନୂଆ କମିଟ ଗଠନ କରିଛନ୍ତି। ଏହି ବର୍ଷ ଶେଷରେ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ତାପୂର୍ବରୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସହ ଅନ୍ୟ କମିଟ ଘୋଷଣା କରାଯାଇଛି। ତେବେ ଏହି କମିଟରେ କଂଗ୍ରେସ ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସିଡବ୍ଲୁସିରେ ସ୍ଥାନିତ କରାଯାଇଛି। ସେହିପରି କଂଗ୍ରେସ ସଭାପତି ପାଇଁ ଖାର୍ଗେ ସହ ଲଢେଇ କରିଥିବା ଶଶି ଥରୁର ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ସେହିପରି ଦୀପା ଦାସ ମୁନ୍ସି ଏବଂ ସୟଦ ନାସିର ହୁସେନଙ୍କୁ ସିଡବ୍ଲୁସିରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି। ଶ୍ରୀମତୀ ଦାଶ ମୁନସି ପଶ୍ଚିମବଙ୍ଗର ପୂର୍ବତନ ସାଂସଦ ତଥା ଭେଟେରାନ…
ଭୁବନେଶ୍ବର: ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଉଦ୍ଧାରକାରୀ ଦଳଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ଲୋକସେବା ଭବନ କନଫ୍ରେନସିଂ ହଲରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ବାହାନଗାର ଗ୍ରାମବାସୀ, ଉଦ୍ଧାରକାରୀ କର୍ମଚାରୀଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯିବ। ସେହିପରି ବାହାନଗା ସ୍କୁଲର ପ୍ରଧାନଶିକ୍ଷକ ଏବଂ କେତେକ ସ୍ବଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିବେ। ଗତ ଜୁନ ଦୁଇ ତାରିଖ ରାତିରେ ବାଲେଶ୍ବର ନିକଟସ୍ଥ ବାହାନଗାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଏକ ମାଲବାହୀ ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା। ସେହିପରି ବିପରିତ ଦିଗରୁ ଆସୁଥିବା ଆଉ ଏକ ଯାତ୍ରୀବାହି ଟ୍ରେନ ଏହି ଦୁର୍ଘଟଣା ଗସ୍ତ ଟ୍ରେନ ସହ ମଧ୍ୟ ଧକ୍କା ହୋଇଥିଲା। ଯାହା ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା। ଏହି ଦୁର୍ଘଟଣା ପରେ ସେଠାକାର ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହିତ ଆହତମାନଙ୍କୁ ରକ୍ତ…
ଭୁବନେଶ୍ବର: ପ୍ରାୟ ଏକ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁରେ ପ୍ରବେଶ କରିଛନ୍ତି। କୋର୍ଟ କଟକଣା ପାଇଁ ସେ ଏକ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରିପାରୁ ନ ଥିଲେ। ହେଲେ ସେ କଟକଣା ଉଠିବା ପରେ ସେ ପ୍ରଥମେ ଚିଲିକା ନିର୍ବାଚନ ମଣ୍ଡଳୀ ସୀମାରେ ପ୍ରବେଶ କରି କର୍ମିଙ୍କ ସହିତ ଆଲୋଚନା କରିଥିଲେ। ଆଜି ବିଧାୟକ ତାଙ୍କ ଧର୍ମପତ୍ନୀଙ୍କ ସହ ବାଲୁଗାଁସ୍ଥିତ ଉମାମହେଶ୍ବର ମନ୍ଦିରକୁ ଯାଇଥିଲେ। ସେଠାରେ ଉଭୟ ମହାଦେବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଉନ୍ନୟନ ସଂପର୍କରେ ମନ୍ଦିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଏହି ଗସ୍ତ ବେଳେ ଚିଲିକାର ପ୍ରମୁଖ ନେତାଙ୍କର ଦେଖା ମିଳି ନ ଥିଲା। କାରଣ ବିଜେଡିର ଦଳୀୟ କଟକଣା ପାଇଁ ତାଙ୍କୁ କୌଣସି ନେତା ଦେଖା କରି ନ ଥିଲେ। ତେବେ ସେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ…