Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସର ନୂଆ କମିଟରେ ଓଡିଶା ନେତାଙ୍କ ନାଁ ନାହିଁ, କେମିତି ଲଢିବେ ନିର୍ବାଚନ !!
ଜାତୀୟ ଖବର

କଂଗ୍ରେସର ନୂଆ କମିଟରେ ଓଡିଶା ନେତାଙ୍କ ନାଁ ନାହିଁ, କେମିତି ଲଢିବେ ନିର୍ବାଚନ !!

August 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cong
କଂଗ୍ରେସର ନୂଆ କମିଟରେ ଓଡିଶା ନେତାଙ୍କ ନାଁ ନାହିଁ, କେମିତି ଲଢିବେ ନିର୍ବାଚନ !!

ଭୁବନେଶ୍ବର: ଏଥର ଓଡିଶାରେ କଂଗ୍ରେସ ଆସିବ। ଏହିପରି ନାରା ଦେଉଥିବା ଓଡିଶା କଂଗ୍ରେସ ପାଇଁ ଲାଗିଛି ଏକ ବଡ ଧକ୍କା। କାରଣ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ହେଲେ ଦୁଃଖର କଥା ସେଥିରେ ଓଡିଶାର କୌଣସି ନେତାଙ୍କ ନାମ ନାହିଁ। କେବଳ ଭକ୍ତ ଦାସଙ୍କୁ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟରେ ସ୍ଥାନିତ କରାଯାଇଛି। ହେଲେ କାର୍ଯ୍ୟକାରୀ କମିଟରେ କେହି ନାହାଁନ୍ତି। ଫଳରେ ଓଡିଶା କଂଗ୍ରେସ ପ୍ରତି କେନ୍ଦ୍ର କଂଗ୍ରେସ କେତେ ଗୁରୁତ୍ବ ଦେଉଛି ତାହା ବୁଝି ହେଉଛି।

ଗତକାଲି ପ୍ରକାଶିତ ନୂଆ ତାଲିକାରେ କଂଗ୍ରେସ କାର୍ଯ୍ୟକାରୀ କମିଟ ବା ସିଡବ୍ଲୁସି ରେ ୩୯ ଜଣ ସଦସ୍ୟ ରହିଛନ୍ତି। ଏହି କମିଟକୁ ଖୋଦ ସଭାପତି ଖାର୍ଗେ ମନୋନିତ କରି ନିଯୁକ୍ତ ଦେଇଛନ୍ତି। ଏହି କମିଟ ହେଉଛି ଦଳର ସର୍ବୋଚ୍ଚ କମିଟ। ଏହିମାନେ ନୀତି ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ ଏହି କମିଟରେ ଖୋଦ ସଭାପତି ସହିତ ରାହୁଳ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅମ୍ବିକା ସୋନୀ ପ୍ରମୁଖ ଆଗଧାଡିର ନେତା ରହିଛନ୍ତି। ହେଲେ ଓଡିଶାର କେହି ବି ଜଣେ ସ୍ଥାନ ପାଇ ନାହାଁନ୍ତି।

ବିଶେଷ ସୁତ୍ରରୁ ପ୍ରକାଶ ଯେ, କୁଆଡେ ସିଡବ୍ଲୁସି ର ସଦସ୍ୟ ହେବା ପାଇଁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଜୋରଦାର ଲବି କରିଥିଲେ। ତାଙ୍କ ପାଇଁ ଏକ ବଡ ଗୋଷ୍ଠୀ ଦିଲ୍ଲୀରେ ଡେରା ପକାଇ ବିଭିନ୍ନ ନେତାଙ୍କୁ ଭେଟି ନିରଂଜନଙ୍କୁ ନେବା ପାଇଁ ଅନୁରୋଧ କରିଥିଲେ। ଏପରିକି ଖୋଦ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ ମଧ୍ୟ ତାଙ୍କ ପାଇଁ ଲବି କରିଥିଲେ। ହେଲେ ଶେଷ ମୁର୍ହୁତରେ ତାହା ସଫଳ ହୋଇପାରିଲା ନାହିଁ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ଜାତୀୟ କଂଗ୍ରେସ ଓଡିଶା କଂଗ୍ରେସକୁ ସେତେ ଗୁରୁତ୍ବ ମନେ କରୁ ନାହିଁ। ସେମାନେ ବୋଧହୁଏ ଜାଣିସାରିଲେଣି ଯେ, ଓଡିଶାରେ କଂଗ୍ରେସର କିଛି ହେବ ନାହିଁ। ସେଥିପାଇଁ ସେମାନେ ଓଡିଶାର କୌଣସି ନେତାଙ୍କୁ ଗୁରୁତ୍ବ ଦେଲେ ନାହିଁ। ବର୍ତ୍ତମାନ ଗତ କିଛି ବର୍ଷ ଧରି ଜାତୀୟ କଂଗ୍ରେସ ଓଡିଶା କଂଗ୍ରେସକୁ ଅଣଦେଖା କରି ଆସିଛୁ।

ପୂର୍ବରୁ ଏହି କାର୍ଯ୍ୟକାରୀ କମିଟରେ ରାମଚନ୍ଦ୍ର ଖୁଣ୍ଟିଆ, ଜୟନ୍ତି ପଟ୍ଟନାୟକ, ସୁଶୀଳା ତିରିଆଙ୍କ ପରି ନେତା ସ୍ଥାନ ପାଇଛନ୍ତି। ହେଲେ ଗତ କିଛି ବର୍ଷ ଧରି କଂଗ୍ରେସର ଓଡିଶା ପ୍ରତି ଫୋକସ ନାହିଁ। ତେବେ ଜଣେ ଓଡିଶା କଂଗ୍ରେସ ନେତାଙ୍କ କହିବା ଅନୁସାରେ ଖୁବ ଶିଘ୍ର ଖାର୍ଗେ ଦଳର ସାଧାରଣ ସଂପାଦକ ଏବଂ ସଂପାଦକ ସହିତ ବିଭିନ୍ନ ରାଜ୍ୟର ପ୍ରଭାରୀଙ୍କ ନାମ ଘୋଷଣା କରିବେ। ସେତେବେଳେ ଓଡିଶା ନେତାଙ୍କ ନାମ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Congress election Election2024 Odisha Congress କଂଗ୍ରେସ କଂଗ୍ରେସ କାର୍ଯ୍ୟକାରୀ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026
Latest News

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.