Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘୋଷଣା ହେଲା ଜାତୀୟ ଚଳଚିତ୍ର ପୁରସ୍କାର, ‘ପୁଷ୍ପା’ ପାଇଁ ଆଲୁ ଅର୍ଜ୍ଜୁନ ଶ୍ରେଷ୍ଠ ଅଭିନେତା
ବିଶେଷ ଖବର

ଘୋଷଣା ହେଲା ଜାତୀୟ ଚଳଚିତ୍ର ପୁରସ୍କାର, ‘ପୁଷ୍ପା’ ପାଇଁ ଆଲୁ ଅର୍ଜ୍ଜୁନ ଶ୍ରେଷ୍ଠ ଅଭିନେତା

August 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Puspa
ଘୋଷଣା ହେଲା ଜାତୀୟ ଚଳଚିତ୍ର ପୁରସ୍କାର, 'ପୁଷ୍ପା' ପାଇଁ ଆଲୁ ଅର୍ଜ୍ଜୁନ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଫିଚର ଫିଲ୍ମ ଜୁରି କେତନ ମେହେଟ୍ଟା କହିଛନ୍ତି ଯେ ଆର ମାଧବନଙ୍କ ନିର୍ଦ୍ଦେଶିତ ‘ରକେଟ୍ରି- ଦ ନାମ୍ବି ଇଫେକ୍ଟ’ 2021 ବର୍ଷ ପାଇଁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବରେ ବିବେଚିତ ହୋଇଛି। ସେହିପରି ପୁଷ୍ପା ଚଳଚିତ୍ର ପାଇଁ ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି।

ଶ୍ରୀ ମେହେଟ୍ଟା କହିଛନ୍ତି ଯେ ଆଲିଆ ଭଟ୍ଟ ଏବଂ କ୍ରିତି ସାନୋନ୍ ଉଭୟ ‘ଗାଙ୍ଗୁବାଇ କାଠିଆୱାଡି’ ଏବଂ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ସେ କହିଛନ୍ତି, ପଲ୍ଲବୀ ଯୋଶୀ ‘କାଶ୍ମୀର ଫାଇଲ’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପାଇବେ ଏବଂ ପଙ୍କଜ ତ୍ରିପାଠୀଙ୍କୁ ‘ମିମି’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିବ।

ଶ୍ରୀ ମେହେଟ୍ଟା କହିଛନ୍ତି, ଶ୍ରେଷ୍ଠ ମନୋରଞ୍ଜନ ଯୋଗାଉଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘ଆରଆରଆର’ ପୁରସ୍କାର ପାଇଛି। ସେହିପରି ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ’ ଜାତୀୟ ଏକତ୍ରୀକରଣ ପାଇଁ ସର୍ବୋତ୍ତମ ଚଳଚ୍ଚିତ୍ର ଭାବେ ନର୍ଗିସ୍ ଦତ୍ତ ପୁରସ୍କାର ପାଇବ।

ଅଣ-ଫିଚର ଚଳଚ୍ଚିତ୍ର ଜୁରୀ ଚେୟାରମ୍ୟାନ୍ ବସନ୍ତ ଏସ୍ ସାଇ ଘୋଷଣା କରିଛନ୍ତି ଯେ ଶ୍ରୀକୃଷ୍ଣ ଲାଖେରାଙ୍କ ନିର୍ଦ୍ଦେଶିତ ‘ଏକ ଥା ଗାଁଓ’ ଚଳଚିତ୍ର ଚଳିତ ବର୍ଷର ଶ୍ରେଷ୍ଠ ଅଣ-ଫିଚର ଫିଲ୍ମ ଭାବରେ ସମ୍ମାନିତ ହୋଇଛି।

ନିଖିଲ ମହାଜନ ତାଙ୍କ ମରାଠୀ ଚଳଚ୍ଚିତ୍ର ‘ଗୋଦାବରୀ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତାୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ଚଳଚ୍ଚିତ୍ର ‘ଇରାଭିନ ନିଜାଲ’ର ଗୀତ ମାୟାଭା ଛାୟା.. ଗୀତ ପାଇଁ ଶ୍ରେୟା ଘୋଷାଲ ଶ୍ରେଷ୍ଠ କଣ୍ଠଶିଳ୍ପୀ ଏବଂ କାଲା ଭୈରବ ଚଳଚ୍ଚିତ୍ର ‘ଆର ଆର ଆର’ ର ‘କୋମୁରାମ ଭୀମୁଡୋ’ ଗୀତ ପାଇଁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଛନ୍ତି। ଚନ୍ଦ୍ରବୋଷ ତେଲୁଗୁ ଚଳଚ୍ଚିତ୍ର ‘କୋଣ୍ଡା ପାଲାମ’ ପାଇଁ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବେ।

ପ୍ରେମ ରକ୍ଷିତ ‘ଆରଆରଆର’ ଚଳଚିତ୍ର ପାଇଁ ଶ୍ରେଷ୍ଠ କୋରିଓଗ୍ରାଫି ପୁରସ୍କାର ପାଇବେ। ଦେବୀ ଶ୍ରୀ ପ୍ରସାଦ ‘ପୁଷ୍ପା ଦି ରାଇଜ୍’ ଏବଂ ‘ଆରଆରଆର’ ପାଇଁ ଏମ୍ ଏମ୍ କେରଭାନି ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପୁରସ୍କାର ପାଇବେ। ସୋଜିତ୍ ସିର୍କରଙ୍କ ଜୀବନୀ ଉପରେ ଆଧାରିତ ଐତିହାସିକ ନାଟକ ‘ସର୍ଦ୍ଦାର ଉଦମ୍ ସିଂ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନିତ ହୋଇଛି। ଏହା ବ୍ୟତୀତ ଏହି ଚଳଚିତ୍ର ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍ ଏବଂ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପୁରସ୍କାର ମଧ୍ୟ ପାଇଛି।

ଗୁଜୁରାଟୀ ଚଳଚ୍ଚିତ୍ର ‘ଚେଲୋ ସୋ’ ପାଇଁ ଭବାନୀ ରାବାରୀ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇବେ। ବକୁଲ ମିତିୟାନି ‘ସ୍ମାଇଲ୍ ପ୍ଲିଜ’ ଅଣ-ଫିଚର ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ପାଇବେ। 2021 ମସିହାରେ ପୁରସ୍କାର ପାଇଁ 28 ଟି ଭାଷାରୁ ମୋଟ 280 ଚଳଚ୍ଚିତ୍ର ଦାଖଲ ହୋଇଥିଲା।

puspa ଜାତୀୟ ଚଳଚିତ୍ର ପୁରସ୍କାର ପ୍ରତୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026
Latest News

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.