ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭୧ ଜଣ କରୋନା ଆକ୍ରାନ୍ତ

Published: Dec 26, 2020, 8:29 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୭, ଅନୁଗୁଳରୁ ୩୨, ବଲାଙ୍ଗିରିରୁ ୨୮, କଟକରୁ ୨୮, ସମ୍ବଲପୁରରୁ ୨୭, କେନ୍ଦୁଝରରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୬, ନୂଆପଡ଼ାରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡାରୁ ୯, ବରଗଡରୁ ୮, ଝାରସୁଗୁଡାରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଭଦ୍ରକରୁ ୫, ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୩, ନବରଙ୍ଗପୁରରୁ ୩, ପୁରୀରୁ ୩, ରାୟଗଡାରୁ ୩, ମାଲକାନଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୩ ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୨୦୧ କୁ ବୃଦ୍ଧି ହୋଇଛି। ତେବେ ୨୫୪୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୫୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts