ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୯୮ ଜଣ କରୋନା ଆକ୍ରାନ୍ତ

Published: Jan 4, 2021, 8:38 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୪୯, ଅନୁଗୁଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡାରୁ ୧୬, ବାଲେଶ୍ବରରୁ ୧୫, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧାରୁ ୧୨, ମୟୂରଭଞ୍ଜରୁ ୧୨, ବରଗଡରୁ ୧୦, ବଲାଙ୍ଗିରିରୁ ୧୦, ସମ୍ବଲପୁରରୁ ୮, ଦେବଗଡରୁ ୬, ଗଞ୍ଜାମରୁ ୬, ନବରଙ୍ଗପୁରରୁ ୬, ଭଦ୍ରକରୁ ୫, ଜଗତସିଂହପୁରରୁ ୫, ନୂଆପଡ଼ାରୁ ୪, ରାୟଗଡାରୁ ୩, ବୌଦ୍ଧରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ମାଲକାନାଗିରିରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୬ ହଜାର ୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୪୯୨ କୁ ବୃଦ୍ଧି ହୋଇଛି। ତେବେ ୨ ହାଜର ୪୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୮୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts