Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ପଞ୍ଚମ ଜିଲ୍ଲା ପରିଷଦର ସାଧାରଣ ବୈଠକ
ଆଜିର ଖବର

ଜଗତସିଂହପୁର ପଞ୍ଚମ ଜିଲ୍ଲା ପରିଷଦର ସାଧାରଣ ବୈଠକ

January 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସଂହପୁର ପଚଂମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଯୋଗଦେଇ ଓଡିଶାର ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବହୁତ ଗୁଡିଏ ରାସ୍ତା ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଥିବା ରାସ୍ତା ଗୁଡିକ ଦୀର୍ଘ ଓ ପ୍ରମୁଖ ରାସ୍ତା ସହିତ ସଂଯୋଗ କରାଯିବ। ଗ୍ରାମାଚଂଳର ପ୍ରମୁଖ ରାସ୍ତା ବ୍ୟାଙ୍କ, ବିଦ୍ୟାଳୟ, ସି.ଏଚ୍‌.ସି, ପି.ଏଚ୍‌.ସି, ଯାନ୍ତ୍ରିକ ମହାବିଦ୍ୟାଳୟକୁ ସଂଯୋଗ କରାଯିବା ପାଇଁ ସାଟେଲାଇଟ୍ ମାଧ୍ୟମରେ ଜିଓ ଟ୍ୟାଗ ଚିହ୍ନିତ କରାଯାଇଛି। ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ତାଲିକାରେ ଅତି ଆବଶ୍ୟକ ରାସ୍ତା ସ୍ଥାନ ପାଇ ନାହିଁ, ସେହି ରାସ୍ତା ଗୁଡିକୁ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାମାନେ ଆର୍‌.ଡି ଅଧିକ୍ଷଣ ଯନ୍ତ୍ରୀକୁ ପ୍ରଦାନ କରିବାକୁ ଯନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ସଂପୃକ୍ତ ଅଂଚଳର ଜନ ସାଧାରଣ ଉପକୃତ ହୋଇପାରିବେ। ଆମ ଲୋକଙ୍କର ସୁବିଧା ଅସୁବିଧା ଆମ ଜ୍ଞାତସାରରେ ରହିବା ଦରକାର। କେନାଲ ଓ ନଦୀବନ୍ଧ ରାସ୍ତାର ରକ୍ଷଣାବେକ୍ଷଣ ଆଉ ଜଳସଂପଦ ବିଭାଗ ଦ୍ୱାରା ହେବନାହିଁ। ନଦୀବନ୍ଧ ଓ କେନାଲ ବନ୍ଧ ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତବିଭାଗ ଦ୍ୱାରା କରାଯିବ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାପନ୍ନ କମିଟି ଦ୍ୱାରା ଏହି ରାସ୍ତାଗୁଡିକ ଆର୍‌.ଡି.ଓ ଆର୍‌.ଆଣ୍ଡ.ବି ବିଭାଗକୁ ହସ୍ତାନ୍ତର କରାଯିବ।

ବୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ମୁଦୁଲି କହିଲେ ପି.ଏମ୍‌.ଜି.ଏସ୍‌.ଓାଇରେ ଯେଉଁ ରାସ୍ତା ଗୁଡିକ ଯୋଜନା ଭିତରେ ରହିଛି ତାହାର ଅନୁମୋଦନ ନିମନ୍ତେ ଏହି ବୈଠକ ଡକାଯାଇଛି। ଏହି ତାଲିକାରେ ଯେଉଁ କିଛି ରାସ୍ତା ବାକି ରହିଯାଇଛି, ବିଭାଗୀୟ ଅଧିକାରୀମାନେ ପ୍ରଧାନ ରାସ୍ତା ଗୁଡିକୁୁ ଅନ୍ତର୍ଭୁକ୍ତ କରନ୍ତୁ। ରାଜ୍ୟ ସରକାର ମଧ୍ୟ କିଛି କିଛି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପାହ୍ୟା ବୃଦ୍ଧି (ଅପ୍‌ଗ୍ରେଡେସନ୍‌)ପାଇଁ ଦେବେ। ଜିଲ୍ଲା ପରିଷଦ ସଭ୍ୟସଭ୍ୟା ମାନଙ୍କର ପ୍ରସ୍ତାବ ଗୁଡିକ ବିଭାଗୀୟ ଯନ୍ତ୍ରୀମାନେ ଉଚିତ୍ ରୂପେ ଦେଖିବେ। ମାର୍ଚ୍ଚମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।

ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ କହିଲେ ବର୍ତ୍ତମାନର ସରକାର ହେଉଛି ଲୋକାଭିମୁଖ୍ୟ ସରକାର। ଗଣତନ୍ତ୍ରରେ ଲୋକ ପ୍ରତିନିଧି ମାନଙ୍କ ମତାମତ ଓ ପରାମର୍ଶ ପ୍ରଶାସନ ଗ୍ରହଣ କରିବା ଉଚିତ। ତିର୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ କହିଲେ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ମାନଙ୍କର ପ୍ରସ୍ତାବ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଠାଯିବ। ବୈଠକରେ ବ୍ଲକ ଓାରୀ ଛାଡିଯାଇଥିବା ରାସ୍ତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଚାଂୟତ ସମିତି ଅଧ୍ୟକ୍ଷ ବୈଠକ ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭାପତିଙ୍କ ପ୍ରସ୍ତାବ କ୍ରମେ ଜିଲ୍ଲାପାଳଙ୍କ ମାତୃ ବିୟୋଗ ପାଇଁ ଗୃହରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ପରିଷଦ ଉପ-ସଭାପତି ଲିଙ୍ଗରାଜ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଂଚାୟତ ସମିତି ଅଧକ୍ଷ ଅଧ୍ୟକ୍ଷା, ବି.ଡି.ଓ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନେ ଯୋଗଦେଇଥିଲେ।

ଜଗତସିଂହପୁର ଜିଲ୍ଲା ପରିଷଦ ସାଧାରଣ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.