ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମିଶ୍ରଣ ପର୍ବ

Published: Feb 1, 2021, 11:16 am IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବିଜେଡ଼ି ଅଫିସରେ ମିଶ୍ରଣ ପର୍ବ ଆଜି ଅପରାହ୍ନ ୪ ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କୁମ୍ଭାରି ପଞ୍ଚାୟତର ପ୍ରାୟ ୮୦ ଜଣ କଂଗ୍ରେସ କର୍ମୀ ଓ ସମିତିସଭ୍ୟ ସୀମାଞ୍ଚଳ ଗୌଡ଼, ଲଳିତ ମୋହନ ମହାପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏବଂ କୁକୁଡ଼ାଖଣ୍ଡି ବ୍ଲକ୍ ନିମଖଣ୍ଡି ସମିତିସଭ୍ୟା ଜ୍ୟୋତ୍ସ୍ନା ସାହୁ ବିଜେପି ପରିତ୍ୟାଗ କରି ବିଜେଡ଼ିରେ ଯୋଗ ଦେଇଛନ୍ତି।

ଏଥିରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସଂପାଦକ ସୁବାସ ଚନ୍ଦ୍ର ମହାରଣା, ସଂପାଦିକା ସଂଘମିତ୍ରା ଦଳେଇ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା ସଦସ୍ୟଙ୍କୁ ସ୍ୱାଗତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାବତ, ସଂଜିତ କୁମାର ପାଣିଗ୍ରାହୀ, ଟି. ତୁରପତି ପାତ୍ର, ପୂର୍ବତନ ମେୟର କେ. ମାଧବୀ, ମମତା ବିଷୋୟୀ, ଟି. ଗୋପୀ, ଚନ୍ଦ୍ରମୋହନ ସାହୁ, ଫାୟାଜ ଖାଁ, ଉଜ୍ଜଳ ପାଢ଼ୀ, ପ୍ରଦୀପ କୁମାର ବେହେରା, ପ୍ରମୋଦ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts