Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିର ୨ଟି ଲୋକସଭା ପ୍ରାର୍ଥୀ ଓ ୭ଟି ବିଧାନସଭା ପ୍ରାର୍ଥୀ ଘୋଷଣା
ଆଜିର ଖବର

ବିଜେଡ଼ିର ୨ଟି ଲୋକସଭା ପ୍ରାର୍ଥୀ ଓ ୭ଟି ବିଧାନସଭା ପ୍ରାର୍ଥୀ ଘୋଷଣା

April 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD REALESES CANDIDATE LIST
BJD REALESES CANDIDATE LIST

ବିଜେଡ଼ି ଆଜି ତା’ର ୨ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଭୁବନେଶ୍ବର (ମଧ୍ୟ) ପାଇଁ ମେୟର୍‌ ଅନନ୍ତନାରାୟଣ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ପୂର୍ବରୁ ବିଜୟ ମହାନ୍ତି ରହିଥିଲେ। ସେହିପରି  ଉତ୍ତର ଭୁବେନଶ୍ବରର ଟିକେଟରେ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ କାଟି ନୂତନ ଭାବେ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରାଯାଇଛି। ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଜାଗାରେ ରାଜ୍ୟସଭାସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ। ତେବେ ଖଣ୍ଡପଡ଼ାରେ ସୌମ୍ୟଙ୍କ ପ୍ରାର୍ଥୀତ୍ବକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଏପରିକି ଟିକେଟ ନ ମିଳିଲେ ଅନୁଭବ ସ୍ବାଧୀନ ଭାବରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଗତ ନିର୍ବାଚନରେ ଏହି ଆସନରେ ବିଜେଡ଼ିର ଅନୁଭବ ପଟ୍ଟନାୟକ  ଓ ଆମ ଓଡ଼ିଶା ଦଳର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ  ମଧ୍ୟରେ  ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ମାତ୍ର ବହୁତ କମ ବ୍ୟବଧାନରେ ସୌମ୍ୟରଞ୍ଜନ ହାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସୌମ୍ୟ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ।ତେବେ ବିଜେଡ଼ି ତରଫରୁ ଚମ୍ପୁଆ, ବାରିପଦା ଓ କେନ୍ଦ୍ରାପଡ଼ା ତିନୋଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ବାକି ରହିଛି। ତେବେ ପ୍ରତ୍ୟେକ ଥର ପରି ନୂଆ ମୁହଁକୁ ସାମିଲ୍‌ କରାଇଛନ୍ତି ନବୀନ ପଟ୍ଟନାୟକ। ବିଜେଡ଼ି ବିଧାନସଭା ପ୍ରାର୍ଥୀରେ ବ୍ୟାପକ ପରିବର୍ତ୍ତନ କରିଛି। ନୂଆ ମୁହଁ ସହ ପୁରୁଣା ନେତାଙ୍କୁ ସାମିଲ୍‌ କରାଇଛି। ପାଖାପାଖି ୧୭ଟି ବିଧାନସଭା ଆସନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ୨୧ ଲୋକସଭା ଆସନରୁ ୭ଟିରେ ମହିଳାଙ୍କୁ ମିଳିଲା ଟିକେଟ ଦେଇ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ସଂରକ୍ଷଣ ପ୍ରତିଶ୍ରୁତିକୁ ପୂରଣ କରିଛି ବିଜେଡ଼ି ।

ଲୋକସଭା ପ୍ରାର୍ଥୀ-

୧.ଢେଙ୍କାନାଳ  – ମହେଶ ସାହୁ

୨. କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ

ବିଧାନସଭା ପ୍ରାର୍ଥୀ

୧. ଭୁବନେଶ୍ବର ( ମଧ୍ୟ) – ଅନନ୍ତ ନାରାୟଣ ଜେନା

୨. ଭୁବନେଶ୍ବର (ଉତ୍ତର) – ସୁଶାନ୍ତ ରାଉତ

୩. ଖଣ୍ଡପଡ଼ା – ସୌମ୍ୟରଂଜନ ପଟ୍ଟନାୟକ

୪. ପାଲଲହଡ଼ା – ଶ୍ରୀ ମୁକେଶ ପାଲ୍‌

୫. ଆଠ ମଲ୍ଲିକ – ଶ୍ରୀ ରମେଶ ଚନ୍ଦ୍ର ସାଏ

୬. ଯାଜପୁର – ଶ୍ରୀ ପ୍ରଣବ ପ୍ରକାଶ ଦାସ

୭. କୋରେଇ – ଆଶୋକ ବଳ

 

BJD candidate list release thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026
Latest News

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.