Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରିବା ଘଟଣା: ଗିରଫ ହେଲେ ସାଂସଦଙ୍କ ଦୁଇ ବିଶ୍ଵସ୍ତ
ଆଜିର ଖବର

ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରିବା ଘଟଣା: ଗିରଫ ହେଲେ ସାଂସଦଙ୍କ ଦୁଇ ବିଶ୍ଵସ୍ତ

February 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରି ଦୁଇଜଣ ଗିରଫ ହୋଇଥିବା ସୂଚନା ରହିଛି। ଅପରାଜିତାଙ୍କ ଘନିଷ୍ଠ ଥିବା ଦୁଇ ଜଣ ଗିରଫ ହୋଇଥିବା ସୂଚନା ରହିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଏବଂ ଆଉ ଜଣେ ଅତି ପାଖାପାଖି ଲୋକ ବୋଲି କୁହାଯାଉଛି। ସେମାନେ ହେଲେ ଧନେଶ୍ୱର ବାରିକ ଏବଂ ଜ୍ୟୋତିରଞ୍ଜନ ପଣ୍ଡା। ଏହି ଦୁଇ ଜଣଙ୍କ ଗିରଫ ନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଜର ବିଶ୍ଵସ୍ତ ଲୋକେ ଏଭଳି କାର୍ଯ୍ୟ କରି ଗିରଫ ହୋଇଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେପଟେ ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ କାରଣରୁ ଉଭୟଙ୍କୁ ଗିରଫ କରାଯାଇଥିବା ମଧ୍ୟ କୁହାଯାଉଛି।

ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଅପରାଜିତା ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ ସେହି ସମୟରେ ଭୁବନେଶ୍ବର ସାଂସଦଙ୍କ ଫଟୋ ଥାଇ ପୁରୁଣା ଭୁବନେଶ୍ୱରର ଅନେକ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ସେହି ପୋଷ୍ଟରରେ ସାଂସଦ ନିଖୋଜ ଲେଖା ହେବା ସହ ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ମୁହଁ କେବେ ଖୋଲିବେ ବୋଲି ଲେଖାଯାଇଥିଲା। ହେଲେ ଏହି ନିଖୋଜ ପୋଷ୍ଟର ମାରିବା ଘଟଣାରେ ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ସେ ଖୁସି। ସଂସଦର ଅଧିବେସନ ସରିବା ପରେ ଭୁବନେଶ୍ୱର ଯାଇ ଏକ୍ରାମ ସ୍ଥିତି ଅନୁଧ୍ୟାନ କରିବେ।

ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Latest News

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.